ପୁଣି ଥରାଇବା ଶୀତ

ଭୁବନେଶ୍ୱର,୫/୧: ପୁଣି ଥରାଇବ ଶୀତ। ସୋମବାରଠାରୁ ଆକାଶ ମେଘୁଆ ରହିବା ସହ ତାପମାତ୍ରା ମଧ୍ୟ କମିବ। ଯାହା ଫଳରେ ପୁଣି ଥରେ ପ୍ରବଳ ଶୀତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡି ହେବ। ସେହିପରି କନ୍ଧମାଳ, ସମ୍ବଲପୁର, ମାଲକାନଗିରି, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ରହିଛି । ବର୍ଷା ଯୋଗୁଁ ସାରା ରାଜ୍ୟରେ କୋହଲା ପାଗ ଥିବାବେଳେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଆକାଶ ମେଘାଛନ୍ନ ରହିବ। ସାରା ରାଜ୍ୟରେ ଦିନତମାମ୍ ପ୍ରବଳ ଥଣ୍ଡା ଅନୁଭୂତ ହେବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Comments are closed.