ମୂଦ୍ରା ପାଇଲେ ଭାଗ୍ୟରେ ଆସେ ପରିବର୍ତ୍ତନ

ସମୟ ଲାଇଭ୍‍,୨୩/୧୧: ମୁଦ୍ରା ବ୍ୟୟ କରିବା ପାଇଁ ହୋଇଥାଏ। ତେବେ ମୁଦ୍ର ବ୍ୟୟ ନକରି ଆପଣ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରିପାରିବେ। କେବଳ ଚଳୁଥିବା ମୁଦ୍ରା ନୁହେଁ ବରଂ ଅଚଳ ମୁଦ୍ରା ମଧ୍ୟ ଆପଣଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହୋଇପାରେ।

୧)ଏକ କଏନ୍‍ପୂର୍ଣ୍ଣ ଜାରକୁ ରୋଷେଇଘରେ ରଖନ୍ତୁ ଶୁଭଫଳ ପ୍ରାପ୍ତି ହେବ।
୨)ଭଙ୍ଗା ବା ବଙ୍କା ମୁଦ୍ରା ଯଦି ଆପଣଙ୍କ ପାଖରେ ଅଛି ତେବେ ଏହାକୁ ଫୋପାଡ଼ି ନଦେଇ ପାଖରେ ରଖନ୍ତୁ ବା ପ୍ରିୟଜନଙ୍କୁ ଉପହାର ଦିଅନ୍ତୁ।

୩)ଯଦି ଆପଣ ପ୍ରତ୍ୟେକ ସମୟ ଗୋଟିଏ ହେଉ ନା କାହିଁକି ମୁଦ୍ରା ଆପଣଙ୍କ ସାଥୀରେ ରଖିଛନ୍ତି ତେବେ ଭାଗ୍ୟ ମଧ୍ୟ ଆପଣଙ୍କ ସାଥୀରେ ରହିଥାଏ।
୪) ଯଦି କାହାକୁ ପର୍ସ କିମ୍ବା ୱାଲେଟ୍‍ ଉପହାର ଦେଉଛନ୍ତି ତେବେ ଲଥିରେ ଏକ ମୁଦ୍ରା ରଖିଦିଅନ୍ତୁ। ଏହାଦ୍ୱାରା ଉଭୟଙ୍କର ମଙ୍ଗଳ ହୋଇଥାଏ।

୫) ରାସ୍ତାରେ ଯାଉଥିବା ସମୟରେ ଉପରକୁ ମୁହଁ ହୋଇ ପଡ଼ିଥିବା ମୁଦ୍ରା ଯଦି ପାଉଛନ୍ତି ଏହାକୁ ଉଠାଇ ଆପଣଙ୍କ ପାଖରେ ରଖନ୍ତୁ ଏଆ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରିଥାଏ। ତଳମୁହାଁ ହୋଇ ପଡ଼ିଥିବା ମୁଦ୍ରା ପାଇଲେ ଆପଣ ଏହାକୁ ପାଖରେ ରଖନ୍ତୁ ରଖନ୍ତୁ ନାହିଁ ଦାନ କରିଦିଅନ୍ତୁ।
୬)ମାଙ୍ଗଳିକ କାର୍ୟ୍ୟରେ ମୁଦ୍ରା ହିଁ ଦକ୍ଷିଣା ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ ଜୀବନରେ ଉନ୍ନତି ହୋଇଥାଏ।

Comments are closed.