ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୁ ନିୟୁ ଲାଇଫ ପାୱାର ଗସ୍ପେଲ ଫେଲୋସିପ ଅନୁଷ୍ଠାନ ପକ୍ଷରୁ ୨୫ ହଜାର ଟଙ୍କା ପ୍ରଦାନ ।

ସମୟ ଲାଇଭ,30/4(ମଧୁ ସିନ୍ଦୁର): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ବୋରିଙ୍ଗ ପଦର ଠାରେ ଥିବା ଏହି ଅନୁଷ୍ଠାନ ପକ୍ଷରୁ କଳାହାଣ୍ଡି ଜିଲା ର ଅତିରିକ୍ତ ଜିଲାପାଳ ମାଧ୍ୟମରେ ଅନୁଷ୍ଠାନ ର ପରିଚାଳନା ନିର୍ଦ୍ଦେଶକ ସାଇନି ହରପଲ ଗୁରୁବାର ଦିନ ୨୫ ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି।
ଏହି ଅନୁଷ୍ଠାନ ରେ କରୋନା  ଭଳି ମହାମାରୀ ସମୟରେ ଶହ ଶହ ଅନାଥ ,ଗରିବ ପିଲାଙ୍କୁ ସାମାଜିକ ଦୂରତା ରଖି ପ୍ରତେକ ଦିନ ଖାଇବା କୁ ଦେବା ସହିତ ପୋଷାକ,ବହି ପତ୍ର ସ୍କୁଲ ରେ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ଦେବା ସହିତ ଶିକ୍ଷା ଦାନ ମଧ୍ୟ ଏହି ଅନୁଷ୍ଠାନ ଦେଇ ଆସୁଛି।
ଏହି ପରିସ୍ଥିତିରେ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଫଣ୍ଡ କୁ ଆର୍ଥିକ ପ୍ରଦାନ କରି ଥିବାରୁ ଅଂଚଳ ବାସୀଙ୍କ ମନରେ ଆନନ୍ଦ ପ୍ରକାଶ ପାଇଛି।

Comments are closed.