ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ସମୟ ଲାଇଭ,୨୭/୩: ଗରିବଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି । ଆଜି ଗରିବଙ୍କ ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିବା ସହ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ କହିଥିଲେ, ଆପଣ ମାନଙ୍କୁ ମୁଁ ପୁଣିଥରେ ଅନୁରୋଧ କରୁଛି କି ଆପଣମାନେ ଘରେ ରୁହନ୍ତୁ । କରୋନା ଠାରୁ ଦୂରରେ ରୁହନ୍ତୁ । ଏନେଇ କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସୂଚନା ଥାଉ କି, ଖାଦ୍ୟ ସୁରକ୍ଷାର ସମସ୍ତ ହିତାଧିକାରୀ ମାନଙ୍କୁ ରାଜ୍ୟ ସରକାର ଆଗୁଆ ତିନି ମାସର ରାସନ ଦେଉଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ୯୪ଲକ୍ଷ ପରିବାରକୁ ରାଜ୍ୟ ସରକାର ଏକ ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦେବେ ।

ସେହିପରି ବିଭିନ୍ନ ସାମାଜିକ ଯୋଜନାରେ ଅନ୍ତର୍ଭୁକ୍ତ ୪୮ ଲକ୍ଷ ହିତାଧିକାରୀଙ୍କୁ ୪ମାସର ଆଗୁଆ ଭତ୍ତା ପ୍ରଦାନ କରାଯାଉଛି । ଯାହାର ଖର୍ଚ୍ଚ ୯୩୨ କୋଟି ହେବ ବୋଲି ଆକଳନ କରାଯାଉଛି । ସେହିପରି ଆମର ୨୨ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ପ୍ରଦାନ କରାଯିବ । ଏଥିରେ ୩୩୦ କୋଟି ଖର୍ଚ୍ଚ ହେବ ।
ଗତକଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗରିବଙ୍କ ପାଇଁ ବିଭିନ୍ନ ପ୍ୟାକେଜେ ଘୋଷଣା କରାଯାଇଥିଲା ।

Comments are closed.