ପ୍ରବାସୀ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ଭୁବନେଶ୍ୱର,୧୫/୧: ୧୧ଟି ପ୍ରବାସୀ ଶ୍ରମିକ ପ୍ରବଣ ଜିଲ୍ଲା ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ୧୧ ଜିଲ୍ଲାଗୁଡ଼ିକ ହେଉଛି ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ଖୋର୍ଦ୍ଧା। ତେବେ ଶ୍ରମିକଙ୍କ ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରାଯାଇଛି। ଏହି ପ୍ୟାକେଜ ଦ୍ୱାରା କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ତ୍ୱରିତ ମଜୁରୀ ପ୍ରଦାନ ବ୍ୟବସ୍ଥା କରାଯାଇଛି। ଶିକ୍ଷା ଓ ଉନ୍ନତ ଜୀବନଶୈଳୀ ଅବଲମ୍ବନରେ ସହାୟକ ହେବା ସହ ଦାଦନ ରୋକିବାକୁ ୪ ଜିଲ୍ଲାକୁ ଫୋକସ କରାଯିବ। ବରଗଡ଼, ବଲାଙ୍ଗୀର, ନୂଆପଡ଼ା ଓ କଳାହାଣ୍ଡି ଆଦି ୪ ଜିଲ୍ଲାରେ ୧୦୦ ବଦଳରେ ଶ୍ରମିକଙ୍କୁ ୨୦୦ ଦିନର କାମ ମିଳିବ। ଯାହା ଫଳରେ ଏହି ୪ ଜିଲ୍ଲାର ୨୦ଟି ବ୍ଲକର ଶ୍ରମିକ ଉପକୃତ ହେବେ।

Comments are closed.