ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍‍ ବୋବଡ଼େ!

ସମୟ ଲାଇଭ୍‍,୧୮/୧୦: ଆସନ୍ତା ନଭେମ୍ବର ୧୭ ତାରିଖରେ ସୁପ୍ରିମ୍‍କୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଅବସର ନେଉଥିବାବେଳେ ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ବିଚାରପତି ଶରଦ ଅରବିନ୍ଦ ବୋବଡ଼େଙ୍କ ନାମ ସୁପାରିଶ କରିଛନ୍ତି। ସିଜେଆଇ ଗୋଗେଇ ୨୦୧୮ ମସିହା ଅକ୍ଟୋବର ୩ ତାରିଖରେ ୪୬ ତମ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ସୁପ୍ରିମ୍‍କୋର୍ଟର ବରିଷ୍ଠ ବିଚାରପତି ବୋବଡ଼େ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହେଲେ ସେ ୪୭ ତମ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟଭାର ସମ୍ଭାଳିବେ। ମଧ୍ୟପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ରହିସାରିଥିବା ବୋବଡ଼େ ୨୦୧୩ ଏପ୍ରିଲମାସରେ ସୁପ୍ରିମକୋର୍ଟ ବିଚାରପତି ଭାବେ ଯୋଗ ଦେଇଥିଲେ। ୨୦୨୧ ଏପ୍ରିଲ ୨୩ରେ ଅବସର ନେବେ।

ତେବେ କଲେଜିୟମ୍‍ ପଦ୍ଧତିରେ ବିଚାରପତି ନିଯୁକ୍ତିକୁ ବିରୋଧ କରି ରାଜ୍ୟର ସବୁ ବାର ଆସୋସିଏସନ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଉଛି। ରାଜ୍ୟପ୍ୟାପୀ ଓକିଲ କୋର୍ଟ ବର୍ଜନ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Comments are closed.