ଶପଥ ନେଲେ ନୂଆ ପ୍ରଧାନ ବିଚାରପତି

ସମୟ ଲାଇଭ୍‍,୧୮/୧୧: ସୁପ୍ରିମକୋର୍ଟ ନୂତନ ପ୍ରଧାନବିଚାର ପତି ଭାବେ ଜଷ୍ଟିସ୍‍ ଶରଦ ଅରବିନ୍ଦ ଶପଥ ପାଠ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ନଭେମ୍ବର ୧୭ ତାରିଖରେ ପୂର୍ବତନ ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇଙ୍କ କାର୍ଯ୍ୟାକାଳ ନଭେମ୍ବର ୧୭ ତାରିଖରେ ଶେଷ ହୋଇଥିବାବେଳେ ବୋବଡ଼େ ଆଜି ଠାରୁ କାର୍ଯ୍ୟଭାର ସମ୍ଭାଳିଛନ୍ତି।
ପୂର୍ବତନ ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇ ମୁଖ୍ୟ ବିଚାରପତି ଭାବେ ବିଚାରପତି ଶରଦ ଅରବିନ୍ଦ ବୋବଡ଼େଙ୍କ ନାମ ସୁପାରିଶ କରିଥିଲେ। ତେବେ ଏହି ସୁପାରିଶ ଉପରେ ରାଷ୍ଟ୍ରପତି ମୋହର ମାରିଥିଲେ।
ସିଜେଆଇ ଗୋଗୋଇ ୨୦୧୮ ମସିହା ଅକ୍ଟୋବର ୩ ତାରିଖରେ ୪୬ ତମ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ସୁପ୍ରିମ୍‍କୋର୍ଟର ବରିଷ୍ଠ ବିଚାରପତି ବୋବଡ଼େ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହେଲେ ସେ ୪୭ ତମ ମୁଖ୍ୟ ବିଚାରପତି ଭାବେ କାର୍ୟ୍ୟଭାର ସମ୍ଭାଳିବେ। ମଧ୍ୟପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ରହିସାରିଥିବା ବୋବଡ଼େ ୨୦୧୩ ଏପ୍ରିଲମାସରେ ସୁପ୍ରିମକୋର୍ଟ ବିଚାରପତି ଭାବେ ଯୋଗ ଦେଇଥିଲେ। ୨୦୨୧ ଏପ୍ରିଲ ୨୩ରେ ଅବସର ନେବେ।

Comments are closed.