ଆନ୍ଧ୍ରପ୍ରଦେଶରେ ତୈଳ ଓ ଗ୍ୟାସ ପ୍ରକଳ୍ପରେ ହେବ ବ୍ୟାପକ ପୁଞ୍ଜିନିବେଶ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମୟ ଲାଇଭ,୯/୧୧:ଆଗାମୀ ୫ ବର୍ଷରେ ଆନ୍ଧ୍ରପ୍ରଦେଶରେ ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ତରଫରୁ ବିପୁଳ ପୁଞ୍ଜିନିବେଶ କରିବାର ଯୋଜନା ରଖିଛି ବୋଲି ଶୁକ୍ରବାର ଆନ୍ଧ୍ରପ୍ରଦେଶର ବିଜୟୱାଡା ଠାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନମୋହନ ରେଡ୍ଡିଙ୍କୁ ଭେଟି ସେଠାରେ ନିଆଯାଇଥିବା ବିଭିନ୍ନ ତୈଳ,ଗ୍ୟାସ ଓ ଇସ୍ପାତ୍ ପ୍ରକଳ୍ପର ସମୀକ୍ଷା କରିବା ପରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ଦ୍ୱାରା ରାଜ୍ୟର ରାଜସ୍ୱ ବୃଦ୍ଧି ହେବା ସହ ଯୁବକଙ୍କ ପାଇଁ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ପ୍ରଧାନ କହିଛନ୍ତି । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଏହି ସବୁ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମର୍ଥନ ଓ ସହଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Comments are closed.