CBSE ଦଶମ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇଲା

ନୂଆଦିଲ୍ଲୀ: ଜୁଲାଇ ୧୫: CBSE ଦଶମ ଶ୍ରେଣୀ ରେଜଲ୍ଟ ଆଜି ପ୍ରକାଶ ପାଇଛି। ୯୧.୪୬ % ଛାତ୍ରଛାତ୍ରୀ ଏହି ପରୀକ୍ଷା ରେ ଉତ୍ତୀର୍ଣ ହେଇଛନ୍ତି I ଗତ ବର୍ଷ ତୁଳନାରେ ପାସ ହାର ୦.୩୬ % ବୃଦ୍ଧି ପାଇଛି I ତ୍ରିଭେନ୍ଦ୍ରମ ରିଜିଅନରେ ସର୍ବାଧିକ ୯୯.୨୮% ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ଗୌହାଟି ରିଜିଅନରେ ସର୍ବନିମ୍ନ ୭୯.୧୨% ପିଲା ପାସ୍ କରିଛନ୍ତି। ଭୁବନେଶ୍ୱର ରିଜିଅନରେ ପାସ୍ ହାର ୯୩.୨୦% ରହିଛି I ଛାତ୍ର ମାନଙ୍କ ଅପେକ୍ଷା ଛାତ୍ରୀ ମାନେ ଭଲ ରେଜଲ୍ଟ କରିଛନ୍ତି I ୯୩.୩% ଛାତ୍ରୀ, ୯୦.୧୪% ଛାତ୍ର ପାସ୍ କରିଛନ୍ତି।
ଛାତ୍ରଛାତ୍ରୀମାନ www.cbse.nic.in ଓ cbseresults.nic.in ୱେବ୍‌ସାଇଟ୍‌କୁ ଯାଇ ରେଜଲ୍ଟ ଜାଣିପାରିବେ।
ଫେବୃଆରୀ ୧୫ରୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ପରୀକ୍ଷା କରାଯାଇଥିଲା I ପରବର୍ତୀ ଅବସ୍ଥାରେ କରୋନା ପାଇଁ ଲକଡାଉନ କଟକଣା ଲାଗୁ ହେବାରୁ ୬ଟି ବିଷୟ ର ପରୀକ୍ଷା ହୋଇପାରିନଥିଲା I ଆଭରେଜ ମାର୍କିଙ୍ଗ ରେ ରେଜଲ୍ଟ ପ୍ରକାଶ ପାଇଛି I

ଏ ବର୍ଷ ୧୮,୭୩,୦୧୫ ଜଣ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଇଥିଲେ ଏବଂ ସେଥିମଧ୍ୟରୁ, ୧୭, ୧୩,୧୨୧ ଜଣ ପାସ କରିଛନ୍ତି I

Comments are closed.