ଦେଶ- ବିଦେଶ - Samaya Live

୪ ରାଜ୍ୟର ମଲ୍ଟିଟ୍ରାକିଂ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି
ଭୁବନେଶ୍ୱର : ଓଡ଼ିଶା ସହ ୪ ରାଜ୍ୟରେ ରେଳ ସମ୍ପ୍ରସାରଣ । ୯ହଜାର ୪୫୦ କୋଟିର ୪ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି । ଖଡ଼ଗପୁର–ଭଦ୍ରକ, ଭଦ୍ରକ–ହରିଦାସପୁର ଓ କଟକ–ପାରାଦୀପ କରିଡର ସାମିଲ; ୪୧୦ କିମି ବଢ଼ିବ ରେଳ ନେଟୱର୍କ । ଦେଶର ଚାରିଟି ରାଜ୍ୟରେ ରେଳ ନେଟୱର୍କର କ୍ଷମତା ବୃଦ୍ଧି ପାଇଁ ଚାରିଟି ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ଦେଇଛି । ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକର ମୋଟ ଆନୁମାନିକ ବ୍ୟୟ ୯ହଜାର ୪୫୦ କୋଟି । ଏହାଦ୍ୱାରା ଭାରତୀୟ ରେଳବାଇର ନେଟୱର୍କ ପ୍ରାୟ ୪୧୦ କିଲୋମିଟର ବୃଦ୍ଧି ପାଇବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବଗୁଡ଼ିକୁ ଅନୁମୋଦନ କରାଯାଇଛି । ଚାରିଟି ପ୍ରକଳ୍ପ ୮ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରିବ ଏବଂ ୨୦୩୦-୩୧ ସୁଦ୍ଧା କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ମଞ୍ଜୁରି ପାଇଥିବା ପ୍ରକଳ୍ପ ମଧ୍ୟରେ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ୧୭୩ କିମି ଖଡ଼ଗପୁର–ଭଦ୍ରକ (ରାଣୀତାଲ) ୪ର୍ଥ ଲାଇନ୍, ଓଡ଼ିଶାରେ ୭୫ କିମି ଭଦ୍ରକ–ହରିଦାସପୁର ୪ର୍ଥ ଲାଇନ୍ ଏବଂ ୭୨ କିମି କଟକ–ପାରାଦୀପ (ବଡ଼ବନ୍ଧ) ୩ୟ ଓ ୪ର୍ଥ ଲାଇନ୍ ରହିଛି । ଏହାସହ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ୯୦ କିମି ଗୁମ୍ମିଡିପୁଣ୍ଡି–ଗୁଡୁର ୩ୟ ଓ ୪ର୍ଥ ଲାଇନ୍ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ମିଳିଛି । ଚାରିଟି ପ୍ରକଳ୍ପ ମଧ୍ୟରୁ ତିନିଟି ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବେ ଓଡ଼ିଶାରେ ରହିଛି । ଖଡ଼ଗପୁର–ଭଦ୍ରକ ଏବଂ ଭଦ୍ରକ–ହରିଦାସପୁର ସେକ୍ସନ ବ୍ୟସ୍ତବହୁଳ ହାୱଡ଼ା–ଚେନ୍ନାଇ ମୁଖ୍ୟ ରେଳପଥର ଅଂଶ। ସେହିପରି କଟକ–ପାରାଦୀପ କରିଡର ପାରାଦୀପ ବନ୍ଦର ସହ ରେଳ ସଂଯୋଗ ଏବଂ କୋଇଲା, ଲୁହାପଥର ସମେତ ବିଭିନ୍ନ ସାମଗ୍ରୀ ପରିବହନ ପାଇଁ ଏକ ପ୍ରମୁଖ ମାର୍ଗ । ରେଳ ମନ୍ତ୍ରଣାଳୟ ଅନୁସାରେ, ଅତିରିକ୍ତ ରେଳ ଲାଇନ୍ ନିର୍ମାଣ ଦ୍ୱାରା ବ୍ୟସ୍ତ କରିଡରଗୁଡ଼ିକରେ ରେଳ ଚଳାଚଳ କ୍ଷମତା ବୃଦ୍ଧି ପାଇବ । ଏହା ଯାତ୍ରୀ ଓ ମାଲବାହୀ ଟ୍ରେନ୍ ଚଳାଚଳକୁ ସୁଗମ କରିବା ସହ ଯାତ୍ରା ଓ ପରିବହନ ସମୟ ହ୍ରାସ ଏବଂ ଲଜିଷ୍ଟିକ୍ସ ବ୍ୟବସ୍ଥାରେ ସୁଧାର ଆଣିବା ଲକ୍ଷ୍ୟରେ କରାଯାଉଛି । ଏହି ପ୍ରକଳ୍ପଗୁଡ଼ିକୁ PM-Gati Shakti ଢାଞ୍ଚା ଅଧୀନରେ ରେଳ ଭିତ୍ତିଭୂମି ଓ ମଲ୍ଟିମୋଡାଲ୍ ସଂଯୋଗ କ୍ଷମତା ବୃଦ୍ଧିର ଅଂଶ ଭାବେ ନିଆଯାଇଛି ।

ଦାରା ସିଂଙ୍କ ମୁକ୍ତି ବିଳମ୍ବ ନେଇ ସୁପ୍ରିମ କୋର୍ଟର ତାଗିଦ
ନୂଆଦିଲ୍ଲୀ: ଗ୍ରାହମ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂଙ୍କ ମୁକ୍ତି ଆବେଦନର ଶୁଣାଣି ପୁଣି ଘୁଞ୍ଚିଛି । ପୂର୍ବ ଶୁଣାଣିରେ ଆଜି ସୁଦ୍ଧା ଦାରା ସିଂଙ୍କ ମୁକ୍ତି ଆବେଦନ ଉପରେ ନିଷ୍ପତ୍ତି ନେବାକୁ ଓଡ଼ିଶା ସରକାରଙ୍କୁ କୁହାଯାଇଥିଲା । ତେବେ ଆଜିର ଶୁଣାଣିରେ ମଧ୍ୟ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନଥିବା ସରକାରୀ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଥିଲା। କିନ୍ତୁ ଏଥିରେ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରି ପ୍ରଶ୍ନ କରିଥିଲେ ଏପର୍ଯ୍ୟନ୍ତ ନିଷ୍ପତ୍ତି କାହିଁକି ନିଆଯାଇନାହିଁ,  ଜେଲ୍‌ ମହାନିର୍ଦ୍ଦେଶାଳୟର ଏକ ଚିଠି କୋର୍ଟରେ ଦାଖଲ କରାଯିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ ବିଚାରପତି ।

ଏହାସହ ଜେଲ୍‌ ମହାନିର୍ଦ୍ଦେଶାଳୟ ପକ୍ଷରୁ ଦିଆଯାଇଥିବା ଏକ ଚିଠି କୋର୍ଟରେ ଦାଖଲ ହେବା ନେଇ ମଧ୍ୟ ଖଣ୍ଡପୀଠ ପ୍ରଶ୍ନ ଉଠାଇଥିଲେ। ଦାରା ସିଂ ଉତ୍ତରପ୍ରଦେଶର ମୂଳ ବାସିନ୍ଦା ହୋଇଥିବାରୁ ତାଙ୍କ ପୂର୍ବ ପୃଷ୍ଠଭୂମି ଓ ଆଚରଣ ସମ୍ପର୍କିତ ତଥ୍ୟ ସେଠାକାର କର୍ତ୍ତୃପକ୍ଷଙ୍କଠାରୁ ମଗାଯାଇଥିବା ସରକାରୀ ପକ୍ଷରୁ କୁହାଯାଇଥିଲା।

ଏହି ସମୟସୀମା ମଧ୍ୟରେ ବୋର୍ଡ ନିଷ୍ପତ୍ତି ନନେଲେ, ଦାରା ସିଂଙ୍କ ମୁକ୍ତି ଆବେଦନ ଉପରେ କୋର୍ଟ ନିଜେ ନିଷ୍ପତ୍ତି ନେବେ ବୋଲି ଖଣ୍ଡପୀଠ ମୌଖିକ ଭାବେ ସ୍ପଷ୍ଟ କରିଛନ୍ତି। ଦାରା ସିଂ ଉତ୍ତରପ୍ରଦେଶର ମୂଳ ବାସିନ୍ଦା ହୋଇଥିବାରୁ ସେଠାରୁ ତାଙ୍କ ପୂର୍ବ ପୃଷ୍ଠଭୂମି ଓ ଆଚରଣ ସମ୍ପର୍କିତ ତଥ୍ୟ ମଗାଯାଇଥିବା କୁହାଯାଇଛି । ଏହାପରେ ସୁପ୍ରିମକୋର୍ଟ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ସମୀକ୍ଷା ବୋର୍ଡକୁ ନିଷ୍ପତ୍ତି ନେବାକୁ ସମୟ ଦେଇଛନ୍ତି । ଏହି ସମୟ ମଧ୍ୟରେ ନିଷ୍ପତ୍ତି ନହେଲେ କୋର୍ଟ ନିଜେ ଦାରା ସିଂଙ୍କ ଆବେଦନ ଉପରେ ନିଷ୍ପତ୍ତି ନେବେ ବୋଲି ମୌଖିକ ଭାବେ ସ୍ପଷ୍ଟ କରିଛନ୍ତି । ଏବେ ଆଗାମୀ ଶୁଣାଣି ଉପରେ ସମସ୍ତଙ୍କ ନଜର ।

ସୂଚନାନୁସାରେ, ୧୯୯୯ ମସିହାରେ ଗ୍ରାହମ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଦାରା ସିଂ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ଏବେ ସେପ୍ଟେମ୍ବର ୨ରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ଉପରେ ନଜର ରହିଛି।

ଭାରତର ନିର୍ବାଚନ ବ୍ୟବସ୍ଥାକୁ ପ୍ରଶଂସା କଲେ ଡୋନାଲ୍ଡ ଟ୍ରମ୍ପ
ୱାଶିଂଟନ : ଭାରତୀୟ ନିର୍ବାଚନ ବ୍ୟବସ୍ଥାକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶଂସା । ଆମେରିକାରେ  ନିର୍ବାଚନୀ ପ୍ରକ୍ରିୟା ଏବଂ ନିର୍ବାଚନୀ ଜାଲିଆତିକୁ ରୋକିବା ପାଇଁ ଭାରତର ନିର୍ବାଚନ ବ୍ୟବସ୍ଥାର ଉଦାହରଣ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ୍। ଆମେରିକା ରାଜନୀତିରେ ବର୍ତ୍ତମାନ 'ମତଦାନ ପାଇଁ ଫଟୋ ପରିଚୟ ପତ୍ର ବାଧ୍ୟତାମୂଳକ କରାଯିବ କି ନାହିଁ?'କୁ ନେଇ ଚାଲିଛି ବଡ଼ ବିତର୍କ । ଟ୍ରମ୍ପ ଆମେରିକାର ପ୍ରତ୍ୟେକ ଭୋଟରଙ୍କ ପାଇଁ ଫଟୋ ପରିଚୟପତ୍ର ବାଧ୍ୟତାମୂଳକ କରିବାକୁ ଦୃଢ଼ ଯୁକ୍ତି ବାଢ଼ିଛନ୍ତି ଏବଂ ଗୁରୁତ୍ୱପୂର୍ଣ୍ଣ ‘ସେଭ୍ ଆମେରିକା ଆକ୍ଟ’ ପାସ୍ କରିବାକୁ ଜୋର ଦେଇଛନ୍ତି ।

ବାଧ୍ୟତାମୂଳକ ଭୋଟର ପରିଚୟପତ୍ର ପାଇଁ ଡୋନାଲ୍ଡ ଟ୍ରମ୍ପ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି । ଟ୍ରମ୍ପ ଏକ ପୋଷ୍ଟ କରି ଜ୍ଞାନେଶ କୁମାରଙ୍କ ସହ ହୋଇଥିବା ଆଲୋଚନା ବିଷୟରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ଭାରତର ପ୍ରତ୍ୟେକ ଭୋଟରଙ୍କ ପାଖରେ ଏକ ବୈଧ ଫଟୋ ପରିଚୟପତ୍ର ରହିବା ଆବଶ୍ୟକ। ଟ୍ରୁଥ ‌ସୋସିଆଲରେ ପୋଷ୍ଟ କରି ଟ୍ରମ୍ପ ଲେଖିଛନ୍ତି ଯେ ଏହି ମାସର ଆରମ୍ଭରେ, ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ତାଙ୍କ ପ୍ରଶାସନକୁ ପଚାରିଥିଲେ, ବୈଧ ଫଟୋ ପରିଚୟପତ୍ର ବିନା ଆପଣ ଆମେରିକାରେ କିପରି ନିର୍ବାଚନ କରିପାରିବେ?

ଟ୍ରମ୍ପ ଭାରତର ୨୦୨୪ ସାଧାରଣ ନିର୍ବାଚନର ଉଦାହରଣ ଦେଇ କହିଛନ୍ତି ଯେ, ଯେଉଁଠାରେ ୬୪.୬ କୋଟି ଭୋଟର ଥିଲେ, ସେଠାରେ ପ୍ରତ୍ୟେକ ବ୍ୟକ୍ତି ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ ଥିଲା । ରାଷ୍ଟ୍ରପତି ଟ୍ରମ୍ପ କଂଗ୍ରେସକୁ ‘ଆମେରିକା ସୁରକ୍ଷା ଆଇନ’ ଶୀଘ୍ର ପାସ୍ କରିବାକୁ ଅନୁରୋଧ କରିଛନ୍ତି। ଏହି ବିଲ୍ ଆମେରିକାର ସଂଘୀୟ ନିର୍ବାଚନରେ ​​ନାଗରିକତାର ପ୍ରମାଣ ଏବଂ ଏକ ବୈଧ ପରିଚୟପତ୍ରକୁ ବାଧ୍ୟତାମୂଳକ କରିବା ପାଇଁ ଲକ୍ଷ୍ୟ ରଖିଛି, ଯାହା ଦ୍ୱାରା କେବଳ ଆମେରିକୀୟ ନାଗରିକମାନେ ଭୋଟ ଦେଇପାରିବେ। ଟ୍ରମ୍ପ ପ୍ରଶାସନ କହିଛି ଯେ ଭାରତର ପରି ଏକ ବ୍ୟବସ୍ଥା ଗ୍ରହଣ କରିବା ଦ୍ୱାରା ନିର୍ବାଚନ ପ୍ରକ୍ରିୟା ଅଧିକ ସୁରକ୍ଷିତ ଏବଂ ସ୍ୱଚ୍ଛ ହେବ।

ସୂଚନାନୁସାରେ, ୨୭ ଜାନୁଆରୀ ୧୯୬୪ରେ ଉତ୍ତର ପ୍ରଦେଶର ଆଗ୍ରାରେ ଜନ୍ମଗ୍ରହଣ କରିଥିବା ଜ୍ଞାନେଶ କୁମାର ହେଉଛନ୍ତି କେରଳ କ୍ୟାଡରର ୧୯୮୮ ବ୍ୟାଚର ଜଣେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ। ସେ ୧୯ ଫେବୃଆରୀ ୨୦୨୫ରେ ଭାରତର ୨୬ତମ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୨୩ରେ ପ୍ରଣୟନ ହୋଇଥିବା ନୂତନ ନିର୍ବାଚନ କମିଶନର ନିଯୁକ୍ତି ଆଇନ ଅନୁଯାୟୀ ନିଯୁକ୍ତ ହେବାରେ ସେ ହେଉଛନ୍ତି ଦେଶର ପ୍ରଥମ ମୁଖ୍ୟ ନିର୍ବାଚନ କମିଶନର।

FDAର ନୋଟିସ୍ ପରେ ଶାହରୁଖ ଖାନଙ୍କ ବୟାନ ଭାଇରାଲ !
ବିମଳ ଇଲାଇଚି ବିଜ୍ଞାପନକୁ ନେଇ ଫସିଲେ ବଲିଉଡର ତିନି ବଡ଼ ଷ୍ଟାର! ଶାହରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫଙ୍କୁ ୠଊଇର ନୋଟିସ ପରେ ଏବେ ଭାଇରାଲ ହେଉଛି ଶାହରୁଖଙ୍କ ଏକ ପୁରୁଣା ବୟାନ। ଯେଉଁଥିରେ ଶାହରୁଖ କହିଥିଲେ—ଯଦି କୌଣସି ପ୍ରଡକ୍ଟ ସ୍ୱାସ୍ଥ୍ୟ ପାଇଁ ହାନିକାରକ, ତେବେ ସରକାର ତାହାକୁ ବଜାରରେ ବିକ୍ରି ହେବାକୁ କାହିଁକି ଦେଉଛନ୍ତି? ତେବେ ନିଜ ବୟାନ ପାଇଁ ଏବେ ଶାହରୁଖ ନିଜେ ଚର୍ଚ୍ଚାରେ କାହିଁକି? ଜାଣନ୍ତୁ ପୂରା ମାମଲା।
ବିମଳ ଇଲାଇଚି ବିଜ୍ଞାପନକୁ ନେଇ ବଲିଉଡର ତିନି ଜଣ ଚର୍ଚ୍ଚିତ ଅଭିନେତା—ଶାହରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫଙ୍କୁ ନୋଟିସ ଜାରି ହୋଇଛି। ମହାରାଷ୍ଟ୍ର ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ୍, ଅର୍ଥାତ୍ ୠଊଇ ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି। ୠଊଇର ଅଭିଯୋଗ ହେଉଛି, ବିମଳ ଇଲାଇଚିର ବିଜ୍ଞାପନ ମାଧ୍ୟମରେ ପରୋକ୍ଷ ଭାବେ ରାଜ୍ୟରେ ପ୍ରତିବନ୍ଧିତ ବିମଳ ପାନ ମସଲାର ପ୍ରଚାର କରାଯାଉଛି। ଏହି ମାମଲାରେ ତିନି ଅଭିନେତାଙ୍କୁ ନୋଟିସ ଦେଇ ୧୫ ଦିନ ମଧ୍ୟରେ ନିଜ ପକ୍ଷ ରଖିବାକୁ କୁହାଯାଇଛି। ଏହି ଘଟଣା ମଧ୍ୟରେ ଏବେ ଶାହରୁଖ ଖାନଙ୍କର ଏକ ପୁରୁଣା ବୟାନ ସୋସିଆଲ ମିଡିଆରେ ପୁଣିଥରେ ଭାଇରାଲ ହେଉଛି।

କିଛି ବର୍ଷ ପୂର୍ବେ ଏକ ସାକ୍ଷାତକାରରେ ଶାହରୁଖଙ୍କୁ ପଚରାଯାଇଥିଲା—ସେଲିବ୍ରିଟିମାନେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରୁଥିବା ଉତ୍ପାଦର ବିଜ୍ଞାପନ କରିବା ଉଚିତ କି? ଏହାର ଉତ୍ତରରେ ଶାହରୁଖ କହିଥିଲେ, ଯଦି କୌଣସି ଉତ୍ପାଦ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, ତେବେ ସରକାର ତାହାକୁ ବଜାରରେ ବିକ୍ରି ପାଇଁ ଅନୁମତି ଦେବା ଉଚିତ ନୁହେଁ। ସେ ଉଦାହରଣ ଦେଇ କହିଥିଲେ, ଯଦି ସିଗାରେଟ ସ୍ୱାସ୍ଥ୍ୟ ପାଇଁ ହାନିକାରକ, ତେବେ ଏହାର ଉତ୍ପାଦନ ବନ୍ଦ କରାଯାଉ। ଯଦି ସଫ୍ଟ ଡ୍ରିଙ୍କ୍ସ ଖରାପ, ତେବେ ତାହାର ଉତ୍ପାଦନ ମଧ୍ୟ ବନ୍ଦ କରାଯାଉ। ତାଙ୍କ ଯୁକ୍ତି ଥିଲା, ସରକାର ଯଦି ଏହି ଉତ୍ପାଦଗୁଡ଼ିକୁ ବନ୍ଦ କରୁନାହାନ୍ତି, ତେବେ ଏଥିରୁ ସରକାରଙ୍କୁ ରାଜସ୍ୱ ମିଳୁଛି। ତେଣୁ କେବଳ ଏଭଳି ଉତ୍ପାଦର ବିଜ୍ଞାପନ କରୁଥିବା ଅଭିନେତାଙ୍କ ରୋଜଗାରକୁ ଦୋଷ ଦେବା ଠିକ୍ ନୁହେଁ ବୋଲି ସେ କହିଥିଲେ।

FDA ନୋଟିସରେ କଣ କୁହାଯାଇଛି?

FDA ପକ୍ଷରୁ ତିନି ଅଭିନେତାଙ୍କୁ ବିମଳ ଇଲାଇଚି ଏକ ସ୍ୱତନ୍ତ୍ର ଉତ୍ପାଦ କି ନୁହେଁ, ଏବଂ ଏହା ବଜାରରେ ସ୍ୱତନ୍ତ୍ର ଭାବେ ବିକ୍ରି ହେଉଛି କି ନାହିଁ—ସେନେଇ ପ୍ରମାଣ ଦେବାକୁ କୁହାଯାଇଛି। ଏହା ସହିତ, ଯେଉଁ ଟିଭି ଚ୍ୟାନେଲ, ଡିଜିଟାଲ ପ୍ଲାଟଫର୍ମ ଓ ସୋସିଆଲ ମିଡିଆରେ ଏହି ବିଜ୍ଞାପନ ପ୍ରସାରିତ କିମ୍ବା ପ୍ରକାଶିତ ହୋଇଛି, ସେସବୁ ସମ୍ପର୍କିତ ତଥ୍ୟ ମଧ୍ୟ ମଗାଯାଇଛି। ନୋଟିସରେ ଅଭିନେତାମାନେ ଏବଂ ବ୍ରାଣ୍ଡ ମାଲିକଙ୍କ ମଧ୍ୟରେ ହୋଇଥିବା ବାଣିଜ୍ୟିକ କିମ୍ବା ଆଇନଗତ ଚୁକ୍ତି ସମ୍ପର୍କରେ ମଧ୍ୟ ତଥ୍ୟ ଦେବାକୁ କୁହାଯାଇଛି। ଏବେ ନଜର ରହିଛି, ୧୫ ଦିନ ମଧ୍ୟରେ ଶାହରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫ ୠଊଇକୁ କଣ ଜବାବ ଦେଉଛନ୍ତି। ତେବେ ୠଊଇର ନୋଟିସ ପରେ ଶାହରୁଖଙ୍କ ଏହି ପୁରୁଣା ବୟାନ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ରାମ ମନ୍ଦିର ଚାନ୍ଦା ଚୋରି ମାମଲାରେ ଚମ୍ପତ ରାୟ ଏବଂ ଅନୀଲ ମିଶ୍ରଙ୍କୁ କ୍ଲିନ ଚିଟ
ନୂଆଦିଲ୍ଲୀ : ଅଯୋଧ୍ୟା ଶ୍ରୀ ରାମ ମନ୍ଦିର  ଚାନ୍ଦା ଚୋରି ମାମଲାରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଛି ଏସଆଇଟି । ଏହି ରିପୋର୍ଟରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପୂର୍ବତନ ମହାସଚିବ ଚମ୍ପତ ରାୟ ଏବଂ ଟ୍ରଷ୍ଟର ସଦସ୍ୟ ଅନିଲ ମିଶ୍ରଙ୍କୁ କ୍ଲିନ ଚିଟ୍ ପ୍ରଦାନ କରିଛି ଏସଆଇଟି । ଉଭୟଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗଗୁଡ଼ିକ ସତ୍ୟ ବୋଲି ପ୍ରମାଣିତ ହୋଇନାହିଁ । ଦାନ ଚୋରି ଅଭିଯୋଗ ଆସିବା ପରେ ଚମ୍ପତ ଏବଂ ଅନିଲ ଉଭୟ ଅଯୋଧ୍ୟା ରାମ ମନ୍ଦିର ପରିଚାଳନା ଟ୍ରଷ୍ଟରୁ ଜୁନ୍ ୨୭ ତାରିଖରେ ଇସ୍ତଫା ଦେଇଥିଲେ ।

ଏସଆଇଟିର ଏହି ଚୂଡ଼ାନ୍ତ ରିପୋର୍ଟରେ କେବଳ ସେହି ୮ ଜଣ ବ୍ୟକ୍ତିଙ୍କ ନାମ ରହିଛି, ଯାହାଙ୍କୁ ପୂର୍ବରୁ ପୁଲିସ ତଦନ୍ତ ସମୟରେ ଗିରଫ କରିଥିଲା । ତଦନ୍ତ ଏଜେନ୍ସି ଏହି ଗିରଫ ଅଭିଯୁକ୍ତମାନଙ୍କୁ ହିଁ ଏହି ସମଗ୍ର ମାମଲାର ମୁଖ୍ୟ ଦାୟୀ ବୋଲି ଦର୍ଶାଇଛି ।

ପ୍ରଥମରୁ ଚମ୍ପତ ରାୟଙ୍କୁ ନେଇ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠିଥିବାବେଳେ, ଅନ୍ତିମ ରିପୋର୍ଟରେ ତାଙ୍କୁ ସମ୍ପୂର୍ଣ୍ଣ କ୍ଲିନ ଚିଟ୍ ମିଳିଛି । ସୂତ୍ର ଅନୁଯାୟୀ, ପଚରାଉଚରା ସମୟରେ ଚମ୍ପତ ରାୟ ମନ୍ଦିରରେ ଦାନ ଚୋରିରେ କୌଣସି ଭୂମିକାକୁ ଅସ୍ୱୀକାର କରିଥିଲେ ଏବଂ କହିଥିଲେ ଯେ ତାଙ୍କ ଅଭିଯୋଗ ଆଧାରରେ ସନ୍ଦିଗ୍ଧ ବ୍ୟକ୍ତିମାନଙ୍କୁ ଗିରଫ କରାଯାଇଥିଲା। ସୂତ୍ର ଅନୁଯାୟୀ, ଚମ୍ପତ ପୁଲିସକୁ ଏହା ମଧ୍ୟ କହିଥିଲେ ଯେ ଦାନ ସଂଗ୍ରହରେ କୌଣସି ଅନିୟମିତତା ନହେବା ନିଶ୍ଚିତ କରିବା ତାଙ୍କର ଦାୟିତ୍ୱ ଏବଂ ଭୁଲ୍ ବିଷୟରେ ଜାଣିବା ମାତ୍ରେ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଚୋରି ମାମଲାରେ ଗିରଫ ହୋଇଥିବା ୮ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ରମାକାନ୍ତ ଓରଫ ଟିନୁ ଯାଦବ, ସୁଭାଷ ଶ୍ରୀବାସ୍ତବ, ଅନୁକଲ୍ପ ମିଶ୍ର, ଲାଭକୁଶ ମିଶ୍ର, ଅଭିନାଶ ଶୁକ୍ଳା, କରୁଣେଶ ପାଣ୍ଡେ, ମନୀଷ ଯାଦବ ଏବଂ ରମାଶଙ୍କର ମିଶ୍ର ସାମିଲ ଅଛନ୍ତି ।

୩ ରାଜ୍ୟ ପାଇଁ ବିଜେପିର ପ୍ରଭାରୀ ସହ ପ୍ରଭାରୀ ନିଯୁକ୍ତ
ନୂଆଦିଲ୍ଲୀ : ୩ପ୍ରମୁଖ ରାଜ୍ୟ ପାଇଁ ପ୍ରଭାରୀ ଓ ସହ ପ୍ରଭାରୀ ନିଯୁକ୍ତ କଲା ଭାରତୀୟ ଜନତା ପାର୍ଟି । ମଙ୍ଗଳବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଉତ୍ତର ପ୍ରଦେଶ, ପଞ୍ଜାବ ଏବଂ ଗୁଜରାଟ ପାଇଁ ନୂତନ ରାଜ୍ୟ ପ୍ରଭାରୀ ଏବଂ ସହ-ପ୍ରଭାରୀ ନିଯୁକ୍ତ କରିଛନ୍ତି ।

ଉତ୍ତର ପ୍ରଦେଶ: ବିନୋଦ ତାୱଡେଙ୍କୁ ରାଜ୍ୟ ପ୍ରଭାରୀ ନିଯୁକ୍ତ କରାଯାଇଛି, ଜଗଦୀଶ ଈଶ୍ୱରଭାଇ ପଟେଲଙ୍କୁ ସହ-ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ପଞ୍ଜାବ ପାଇଁ  ସତୀଶ ପୁନିଆଙ୍କୁ ରାଜ୍ୟ ପ୍ରଭାରୀ ନିଯୁକ୍ତ କରାଯାଇଛି ଏବଂ ଗୁଜରାଟ ପାଇଁ ତରୁଣ ଚୁଗ୍ ଙ୍କୁ ରାଜ୍ୟ ପ୍ରଭାରୀ ନିଯୁକ୍ତ କରାଯାଇଛି।

ସେପଟେ, ସୋମବାର ବିଜେପି ସଭାପତି ଦଳର ନୂତନ ଜାତୀୟ ପଦାଧିକାରୀଙ୍କ ନାମ ଘୋଷଣା କରିଥିଲେ । ନୂଆ ତାଲିକାରେ ୨ଜଣ ଓଡ଼ିଆଙ୍କୁ ସ୍ଥାନ ମିଳିଥିବାବେଳେ ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ବାଦ ଦିଆଯାଇଥିବା ଦେଖିବାକୁ ମିଳିଛି ଇ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ନୂଆ ଟିମ୍ ରେ ମୋଟ ୧୩ ଜଣଙ୍କୁ ଜାତୀୟ ଉପସଭାପତି କରାଯାଇଛି । ତାଲିକାରେ ବସୁନ୍ଧରା ରାଜେ ସିନ୍ଧିଆ, ତୀରଥ ସିଂ ରାୱତ, ରାମ ମାଧବ, ଡି. ପୁରନ୍ଦେଶ୍ୱରୀ, ରେଖା ବର୍ମା, ବର୍ଷାବେନ ନରେନ୍ଦ୍ରଭାଇ ଦୋଶୀ ଅଛନ୍ତି । ସେହିପରି ଡକ୍ଟର ଭାରତୀ ପ୍ରବୀଣ ପାୱାର, ମନପ୍ରୀତ ସିଂ ବାଦଲ, ଲାଲ ସିଂ ଆର୍ଯ୍ୟ, ପ୍ରଫେସର ଏମ୍. ନାଗରାଜା, ପ୍ରଫେସର ତାରିକ ମନସୁର ଓ ଡା. ମଧୁଚନ୍ଦ୍ର କରଙ୍କ ସମେତ ବରିଷ୍ଠ ନେତା ରହିଛନ୍ତି । ନୀତିନ ନବୀନଙ୍କ ନୂଆ ଟିମରେ ଓଡ଼ିଶାର ବରିଷ୍ଠ ନେତା ତଥା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ପ୍ରଦାନ କରାଯାଇ ଥିବାବେଳେ ପୁରୀ ସାଂସଦ ଡ.ସମ୍ବିତ ପାତ୍ରଙ୍କୁ ଉତ୍ତର ପୂର୍ବ ଭାରତର ସଂଯୋଜକ ଦାୟିତ୍ବ ମିଳିଛି ।

ଜାତୀୟ ପତାକା
- ଭାରତର ତ୍ରିରଙ୍ଗାର ଲମ୍ବ ଓ ଚଉଡାର ଅନୁପାତ ୨ : ୩ ।

- ୧୯୪୭ ଜୁଲାଇ ୨୨ରେ ତ୍ରିରଙ୍ଗାର ରଙ୍ଗକୁ ଆସେମ୍ବଲି ମିଟିଂରେ ନିର୍ଦ୍ଧାରଣ କରାଯାଇଥିଲା ।

- ଏଥିରେ ଥିବା ନାରଙ୍ଗୀ ରଙ୍ଗର ଅର୍ଥ ସାହସ, ଧଳାର ଅର୍ଥ ସତ୍ୟ ଏବଂ ସବୁଜ ଜୀବନ ଓ ପ୍ରଗତିକୁ ସୂଚାଇଥାଏ ।

- ଏଥିରେ ଥିବା ଚକ୍ରରେ ୨୪ଟି ଅଖ ରହିଛି, ଯାହା ତ୍ରିରଙ୍ଗାର ମଝିରେ ରହିଥାଏ । ଏହା ଆମର ପ୍ରଗତିକୁ ସୂଚାଇଥାଏ ।

- ଏହି ପତାକାକୁ ସ୍ୱାଧୀନତା ସଂଗ୍ରାମୀ ପିଙ୍ଗଲି ଭେଙ୍କୟା ଡିଜାଇନ କରିଥିଲେ ।

- ତ୍ରିରଙ୍ଗାକୁ ନେଇ ହେଉଥିବା ବିଭିନ୍ନ ନିଷ୍ପତ୍ତିକୁ ଏକ କମିଟି କରୁଥିଲା ଯାହାକୁ ଡ. ରାଜେନ୍ଦ୍ର ପ୍ରସାଦ ନେତୃତ୍ୱ ନେଉଥିଲେ ।

- ଜାତୀୟ ପତାକାର ପ୍ରସ୍ତୁତି କରିବା ଅଧିକାର ଆମର ଖଦି ବିକାଶ ଏବଂ ଗ୍ରାମ ଶିଳ୍ପ ଆୟୋଗ କମିସନ ପାଖରେ ରହିଛି ।

ସ୍ବାଧୀନତା ଦିବସ
ପ୍ରତିବର୍ଷ ଅଗଷ୍ଟ ୧୫ ତାରିଖ କେବଳ ଗୋଟିଏ କ୍ୟାଲେଣ୍ଡର ତାରିଖ ନୁହେଁ, ବରଂ ୧୪୦ କୋଟିରୁ ଊର୍ଦ୍ଧ୍ୱ ଭାରତୀୟଙ୍କ ହୃଦୟରେ ସ୍ୱାଭିମାନ, ଦେଶପ୍ରେମ ଓ ଚେତନାର ଜାଗରଣ ସୃଷ୍ଟି କରୁଥିବା ଏକ ଐତିହାସିକ ମହାପର୍ବ। ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଶତାବ୍ଦୀ ଶତାବ୍ଦୀର ପରାଧୀନତାର ଶୃଙ୍ଖଳକୁ ଭାଙ୍ଗି ଭାରତ ପାଇଥିଲା ନିଜର ସ୍ୱାଧୀନ ପରିଚୟ। ଯାହା ପଛରେ ରହିଥିଲା ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଭଗତ ସିଂହଙ୍କ ଭଳି ମହାନାୟକ ଏବଂ ଅଗଣିତ ବୀର ଶହୀଦଙ୍କ ଆତ୍ମବଳିଦାନ। ଆଜି ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଆକାଶଛୁଆଁ ତ୍ରିରଙ୍ଗା ପତାକା ଉତ୍ତୋଳନଠାରୁ ଆରମ୍ଭ କରି ଦେଶର ପ୍ରତ୍ୟେକ ଗ୍ରାମ ଓ ସହରରେ ଗୁଞ୍ଜରିତ ହେଉଥିବା "ଜନ ଗଣ ମନ" କେବଳ ଅତୀତର ସଂଗ୍ରାମୀ ଗାଥାକୁ ମନେ ପକାଏ ନାହିଁ, ବରଂ ଆତ୍ମନିର୍ଭରଶୀଳ ଓ ବୈଶ୍ୱିକ ସ୍ତରରେ ନିଜର ଦୃଢ଼ ଛାପ ଛାଡ଼ୁଥିବା ନୂତନ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରତ୍ୟେକ ନାଗରିକଙ୍କୁ ଏକଜୁଟ ହୋଇ ଆଗେଇଯିବାର ବାର୍ତ୍ତା ଦିଏ।

କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର - ୩ ନୃତ୍ୟୁ ଗୁରୁଙ୍କ ସମେତ ୬ ଓଡ଼ିଆଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ :  ୨୦୨୪ -୨୫ ବର୍ଷ ପାଇଁ ବିଶିଷ୍ଟ କଳାକାରମାନଙ୍କୁ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଏବଂ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମ୍ମାନ ତାଲିକାରେ ଓଡ଼ିଶାର ୩ ଜଣ ବିଶିଷ୍ଟ କଳାକାରଙ୍କ ସମେତ ୬ ଜଣ ସମ୍ମାନିତ ହୋଇଛନ୍ତି । କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଗୁରୁବାର ନୂଆଦିଲ୍ଲୀ ବିଜ୍ଞାନ ଭବନ ଠାରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି ।

ଓଡ଼ିଶୀ ନୃତ୍ୟଗୁରୁ ବିଚିତ୍ରାନନ୍ଦ ସ୍ୱାଇଁଙ୍କୁ ୨୦୨୪ ବର୍ଷ ପାଇଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମିଳିଛି। ସେହିପରି ସମ୍ବଲପୁରୀ ଲୋକନୃତ୍ୟ କ୍ଷେତ୍ରରେ ଅବଦାନ ପାଇଁ ରଣଜୀତ କୁମାର ନାଗଙ୍କୁ ୨୦୨୪ ବର୍ଷର ନୃତ୍ୟ ବର୍ଗରେ ସମ୍ମାନିତ କରାଯାଇଛି । ମଞ୍ଚ ନାଟକରେ ନିର୍ଦ୍ଦେଶନା ପାଇଁ ସୁବୋଧ ପଟ୍ଟନାୟକଙ୍କୁ ୨୦୨୫ ବର୍ଷର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି ।

ସେହିପରି, ଓଡ଼ିଶୀ ନୃତ୍ୟରେ ବିଶିଷ୍ଟ ଗୁରୁ ଇଲିଆନା ସିତାରିଷ୍ଟ, ପାରମ୍ପରିକ ସଂଗୀତରେ ବିଶିଷ୍ଟ ମର୍ଦ୍ଦଳ ଗୁରୁ ସଚ୍ଚିଦାନନ୍ଦ ଦାସ, ମୟୂରଭଞ୍ଜ ଛଉରେ ପଗୁଲୁ ଜେନାଙ୍କୁ ପୁରସ୍କୃତ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୦୦ ରୁ ଅଧିକ କଳାକାରଙ୍କୁ ୨୦୨୪ ଏବଂ ୨୦୨୫ ପାଇଁ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଏବଂ ପୁରସ୍କାର ପ୍ରଦାନ କରିଛନ୍ତି । ସମସ୍ତ ପ୍ରତିଭାଙ୍କୁ ଏକାଡେମୀ ସ୍ମୃତି ଫଳକ ପ୍ରଦାନ ପୂର୍ବକ ପୁରସ୍କୃତ କରିଛନ୍ତି ।

ପୁରସ୍କାର ପ୍ରଦାନ ସମାରୋହରେ ରାଷ୍ଟ୍ରପତି କହିଛନ୍ତି ଯେ, ସମ୍ମାନିତ କଳାକାରମାନେ ସାମୂହିକ ଭାବେ ଭାରତର ଏକ ବିଶାଳ ସାଂସ୍କୃତିକ ମାନଚିତ୍ର ଉପସ୍ଥାପନ କରୁଛନ୍ତି। ଦେଶର ବିଭିନ୍ନ ଅଞ୍ଚଳର ମାଟି, ପାଣି, ପବନ, ନୃତ୍ୟ, ସଙ୍ଗୀତ, ଭାଷା ଓ ଲୋକପରମ୍ପରାର ଛବି ସେମାନଙ୍କ କଳାରେ ପ୍ରତିଫଳିତ ହେଉଛି। ଭାରତର ସାଂସ୍କୃତିକ ବିବିଧତା ହିଁ ଦେଶର କଳାର ସବୁଠାରୁ ବଡ଼ ଶକ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ବିଭିନ୍ନ ଅଞ୍ଚଳର ଖାଦ୍ୟ, ପୋଷାକ, ନୃତ୍ୟ ଓ ସଙ୍ଗୀତ ପ୍ରକୃତିରୁ ପ୍ରେରଣା ନେଇଛି। ପକ୍ଷୀଙ୍କ କଳରବ, ଝରଣା, ଗଛ, ପତ୍ର, ମେଘ ଓ ନଦୀ ଭଳି ପ୍ରକୃତିର ବିଭିନ୍ନ ଉପାଦାନ କଳାକାରଙ୍କ ସୃଜନଶୀଳତାର ପ୍ରେରଣା ପାଲଟିଛି ବୋଲି କହିଛନ୍ତି ମହାମହିମ ରାଷ୍ଟ୍ରପତି।

ଝାଡ଼ଖଣ୍ଡ ଆନ୍ଦୋଳନ: ୫୦୦ ଅଜଣା ଛାତ୍ରଙ୍କ ସମେତ ୬୦୦ ପ୍ରତିବାଦକାରୀଙ୍କ ବିରୋଧରେ ମାମଲା
ରାଞ୍ଚି: ରାଞ୍ଚିରେ ଝାଡ଼ଖଣ୍ଡ ବିଧାନସଭା ଅଭିମୁଖେ ହୋଇଥିବା ପଦଯାତ୍ରାକୁ ନେଇ ପୁଲିସ ୬୦୦ ଜଣ ପ୍ରତିବାଦକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏଥିରେ ୧୦୦ ଜଣଙ୍କ ନାମ ଥିବାବେଳେ, ୫୦୦ ଜଣ ଅଜଣା ଛାତ୍ର ଓ ଅନ୍ୟ ପ୍ରତିବାଦକାରୀଙ୍କୁ ମଧ୍ୟ ମାମଲାରେ ସାମିଲ କରାଯାଇଛି। ଝାଡ଼ଖଣ୍ଡର ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ଛାତ୍ରମାନଙ୍କ ଆନ୍ଦୋଳନ ୨୦ ଦିନରେ ପହଞ୍ଚିଛି। ପରୀକ୍ଷା ପ୍ରକ୍ରିୟାରେ ସଂସ୍କାର, କିଛି ପରୀକ୍ଷା ବାତିଲ ଏବଂ ଏକ ସ୍ୱାଧୀନ ତଦନ୍ତ ଦାବି କରି ଛାତ୍ରମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଜେପିଏସ୍‌ସି- ଜେଏସଏସସି ସଂସ୍କାର ମଞ୍ଚ ରାଞ୍ଚିର ଜୟପାଲ ସିଂହ ମୁଣ୍ଡା ଷ୍ଟାଡିୟମରେ ଧାରଣା ଦେଉଛି। ନିଯୁକ୍ତି ପରୀକ୍ଷାରେ ଅଧିକ ସ୍ୱଚ୍ଛତା, ଅନେକ ପରୀକ୍ଷା ବାତିଲ ଏବଂ ସିବିଆଇ କିମ୍ବା ଝାଡ଼ଖଣ୍ଡ ବାହାରର ଅବସରପ୍ରାପ୍ତ ବିଚାରପତିମାନଙ୍କୁ ନେଇ ଗଠିତ ଏକ କମିଟି ଦ୍ୱାରା ସ୍ୱାଧୀନ ତଦନ୍ତ ଦାବି କରାଯାଉଛି। ଉଲ୍ଲେଖ‌ଯୋଗ୍ୟ ସୋମବାର ପ୍ରତିବାଦକାରୀମାନେ ବିଧାନସଭା ଅଭିମୁଖେ ପଦଯାତୟା କରିବା ସମୟରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ସୁରକ୍ଷାକର୍ମୀମାନେ ଆନ୍ଦୋଳନକାରୀଙ୍କୁ ହଟାଇବା ପାଇଁ ଲାଠିଚାର୍ଜ, ପାଣି ତୋପ ଏବଂ ଲୁହବୁହା ଗ୍ୟାସ ବ୍ୟବହାର କରିଥିଲେ। ଏହା ପରେ ବିଜେପି ପୁଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ସାରା ରାଜ୍ୟରେ ବନ୍ଦ ପାଳନ କରିଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ବୁଧବାର ଚେତାବନୀ ଦେଇଥିଲେ ଯେ ଏକ ସପ୍ତାହ ମଧ୍ୟରେ ସିବିଆଇ ତଦନ୍ତ ଦାବି ପୂରଣ ନହେଲେ ସେ ଅନଶନରେ ବସିବେ। ଏହି ପ୍ରସଙ୍ଗରେ ଏବିଭିପି ମଧ୍ୟ ୧,୨୦୦ରୁ ଅଧିକ ବିଶ୍ୱବିଦ୍ୟାଳୟରେ ପ୍ରତିବାଦ କରିବାକୁ ଘୋଷଣା କରିଛି। ୨୦୨୪ ମସିହାର ଅବକାରୀ କନଷ୍ଟେବଲ୍ ଶାରୀରିକ ପରୀକ୍ଷା ସମୟରେ ମୃତ୍ୟୁବରଣ କରିଥିବା ୧୯ ଜଣଙ୍କ ପରିବାରକୁ ପ୍ରତ୍ୟେକ ୧ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ଦାସ ଦାବି କରିଛନ୍ତି।

ମଧ୍ୟପ୍ରାଚ୍ୟରେ ଦୀର୍ଘ ସାମରିକ ମୁତୟନ ମଧ୍ୟରେ ଜାହାଜରୁ ସମୁଦ୍ରକୁ ଡେଇଁବାକୁ ଆମେରିକୀୟ ନାବିକଙ୍କ ଉଦ୍ୟମ
ୱାସିଂଟନ୍‌: ଇରାନ ବିରୋଧରେ ଡୋନାଲ୍ଡ ଟ୍ରମ୍ପଙ୍କ ଦୀର୍ଘକାଳୀନ ଯୁଦ୍ଧ ପାଇଁ ଏବେ ଆମେରିକୀୟ ନାବିକମାନେ ମାନସିକ ବିଷାଦଗ୍ରସ୍ତ ହୋଇ ଯାଇଛନ୍ତି। ଫଳରେ ସେମାନେ ନିଜ ଜୀବନ ନେବା ପାଇଁ ସମୁଦ୍ରକୁ ଡେଇଁ ପଡୁଛନ୍ତି। ଯୁଦ୍ଧବିମାନ ବାହକ ଜାହାଜ ୟୁଏସଏସ ଆବ୍ରାହମ ଲିଙ୍କନରେ ନିୟୋଜିତ କିଛଚ ନାବିକ ସମୁଦ୍ରକୁ ଡେଇଁବାକୁ ଚେଷ୍ଟା କରିଥିବା ଖବର ମିଳିଛି। ସାମରିକ ପରିବାର ଓ ଆମେରିକୀୟ ସାଂସଦମାନେ ଚେତାବନୀ ଦେଇଛନ୍ତି ଯେ ଜାହାଜର ପରିସ୍ଥିତି ଏବେ ସହନଶୀଳତାର ସୀମାରେ ପହଞ୍ଚିଛି। ରିପୋର୍ଟ ଅନୁସାରେ, ଜାହାଜର କିଛି ନାବିକ ସମୁଦ୍ରକୁ ଡେଇଁବା ବିଷୟରେ ଚିନ୍ତା କରିଥିବା କିମ୍ବା ଚେଷ୍ଟା କରିଥିବା ଏକାଧିକ ଘଟଣା ଘଟିଛି। ଅନ୍ତତଃ ଜଣେ ନାବିକଙ୍କୁ ଅନ୍ୟ ଜଣେ ନାବିକ ସମୁଦ୍ରକୁ ଡେଇଁବାରୁ ରୋକିଥିଲେ। ଜାହାଜରେ ଥିବା କିଛି ନାବିକଙ୍କ ମଧ୍ୟରେ ଆତ୍ମହତ୍ୟା ସମ୍ପର୍କିତ ଚିନ୍ତା ଥିବା ନେଇ ମଧ୍ୟ ପରିବାରଗୁଡ଼ିକ ଚିନ୍ତା ପ୍ରକାଶ କରିଛନ୍ତି। ଗତ ଗୁରୁବାର ସାନ୍ ଡିଏଗୋରେ ପ୍ରାୟ ୨୦୦ ଜଣ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ହୋଇଥିବା ଟାଉନ୍ ହଲ୍ ବୈଠକରେ ପରିବାରଗୁଡ଼ିକ ନୌସେନାର ନେତୃତ୍ୱ ସମ୍ମୁଖରେ ସିଧାସଳଖ ନିଜ ଚିନ୍ତା ପ୍ରକାଶ କରିଥିଲେ। ସେମାନଙ୍କ ମଧ୍ୟରେ କାର୍ଯ୍ୟବାହକ ନୌସେନା ସଚିବ ହଙ୍ଗ କାଓ ଓ ବରିଷ୍ଠ ନୌସେନା ଅଧିକାରୀମାନେ ଥିଲେ। ଜଣେ ନାବିକଙ୍କ ପତ୍ନୀ ଅଧିକାରୀମାନଙ୍କୁ କହିଥିଲେ ଯେ ତାଙ୍କ ସ୍ୱାମୀ ସେହି ଦିନ ତାଙ୍କୁ ମେସେଜ୍ କରି କହିଥିଲେ, ‘ଆଶା କରୁଛି ମୁଁ ଆସନ୍ତାକାଲି ଉଠିବି ନାହିଁ।‘ ଆଉ ଜଣେ ପରିବାର ସଦସ୍ୟ ନୌସେନା ନେତୃତ୍ୱ ବିରୋଧରେ ଅଭିଯୋଗ କରି କହିଥିଲେ ଏହା ଆମ ଓ ନେତୃତ୍ୱ ମଧ୍ୟରେ ଥିବା ଭରସା ଭାଙ୍ଗି ଦେଇଛି। ଅନ୍ୟ ଜଣେ କହିଛନ୍ତି, ତାଙ୍କ ସ୍ୱାମୀଙ୍କ ମୁତୟନ ଅବଧି ବାରମ୍ବାର ବଢ଼ାଯିବା ପରେ ସେ ସମୁଦ୍ରକୁ ଡେଇଁବାକୁ ଚେଷ୍ଟା କରିଥିଲେ। ସେ କହିଥିଲେ, ‘ସେ ଭୟଭୀତ। ସେ ଭାବୁଛନ୍ତି ଯେ ତାଙ୍କୁ ଅସମ୍ମାନଜନକ ଭାବେ ସେବାରୁ ବରଖାସ୍ତ କରାଯିବ। କେବଳ ସେ ମାନସିକ ଭାବେ ଥକିପଡ଼ିଥିବାରୁ ତାଙ୍କ ୧୩ ବର୍ଷର କ୍ୟାରିୟର ଏମିତି ନଷ୍ଟ ହୋଇଯାଉଛି।

ବିମାନ ପରିଚାଳନା ଓ ସୁରକ୍ଷା ଉପରେ କଡ଼ା ନଜର ରଖିବାକୁ ଏୟାର ଇଣ୍ଡିଆକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ବିମାନର ପରିଚାଳନାଗତ ତ୍ରୁଟି ଓ କ୍ରମାଗତ ସୁରକ୍ଷା ସମସ୍ୟାକୁ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଗଭୀର ଚିନ୍ତା ପ୍ରକଟ କରିଛି। ବିମାନ ଚଳାଚଳର ସୁରକ୍ଷା ସୁନିଶ୍ଚିତ କରିବା ଏବଂ କାର୍ଯ୍ୟପ୍ରଣାଳୀ ଉପରେ କଡ଼ା ନଜର ରଖିବା ପାଇଁ ସରକାର ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବେସାମରିକ ବିମାନ ଚଳାଚଳ ମହାନ୍ନିର୍ଦ୍ଦେଶାଳୟକୁ ଡ୍ରଗ୍-ଟେଷ୍ଟିଂ ନିୟମରେ ତୁରନ୍ତ ସଂଶୋଧନ କରିବା ଏବଂ ବାଧ୍ୟତାମୂଳକ ପରୀକ୍ଷା ପରିସର ବୃଦ୍ଧି କରିବାକୁ କୁହାଯାଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରକୃତ କୋକେନ୍ କିମ୍ବା ଅନ୍ୟାନ୍ୟ ‘ମାରାତ୍ମକ ଡ୍ରଗ୍ସ’ ଗ୍ରହଣ କରି ଧରାପଡ଼ୁଥିବା କର୍ମଚାରୀଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରାଯିବ, ଯେଉଁଠାରେ ଔଷଧ ସେବନ ହେତୁ ପଜିଟିଭ୍ ଆସୁଥିବା ବ୍ୟକ୍ତିଙ୍କୁ ସୁଯୋଗ ପ୍ରଦାନ କରାଯିବ। ଗତ ଅଗଷ୍ଟ ୪ ତାରିଖରେ ୧୪୫ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ନେଇ ଫୁକେଟରୁ ଦିଲ୍ଲୀ ଆସୁଥିବା ‘ଏଆଇ୨୩୭୯’ ବିମାନ ଆକାଶମାର୍ଗରେ ହଠାତ୍ ଜରୁରୀକାଳୀନ ପରିସ୍ଥିତିର ସାମ୍ନା କରିଥିଲା। ଏହି ସମୟରେ ବିମାନର ହାଇଡ୍ରୋଲିକ୍ସ ସିଷ୍ଟମ୍, କବାଟ ଏବଂ ଆଲଟିଚ୍ୟୁଡ୍ ନିୟନ୍ତ୍ରଣ କରୁଥିବା ‘ଏଲିଭେଟର’କୁ ନେଇ ଏକାଧିକ ଚେତାବନୀ ସିଗ୍ନାଲ୍ ମିଳିଥିଲା ଏବଂ ଅଟୋପାଇଲଟ୍ ମଧ୍ୟ ବନ୍ଦ ହୋଇଯାଇଥିଲା। ବିମାନଟି ହଠାତ୍ ତଳକୁ ଖସିପଡ଼ିବାରୁ ଅନେକ ଯାତ୍ରୀ ଓ କ୍ରିୟୁ ସଦସ୍ୟ ଆହତ ହୋଇଥିଲେ। ତେବେ କୋ-ପାଇଲଟଙ୍କ ସୂଚନା ଓ ଧୈର୍ଯ୍ୟ ଯୋଗୁଁ ବିମାନଟି ସୁରକ୍ଷିତ ଭାବେ ଦିଲ୍ଲୀରେ ଅବତରଣ କରିପାରିଥିଲା। ଏହି ଘଟଣା ସମୟରେ ବିମାନର ମୁଖ୍ୟ ପାଇଲଟଙ୍କ ବ୍ୟବହାର ଓ ଶାରୀରିକ ସ୍ଥିତିକୁ ନେଇ ସଦସ୍ୟମାନେ ଅଭିଯୋଗ କରିଛନ୍ତି। ଡ୍ରଗ୍ ପରୀକ୍ଷାରେ ପଜିଟିଭ୍ ଆସିବା ନେଇ ପାଇଲଟ୍ ଦାବି କରିଛନ୍ତି ଯେ ସେ ବ୍ୟକ୍ତିଗତ କାରଣରୁ ନିଦ୍ରାହୀନତାର ଶିକାର ହୋଇ ଡାକ୍ତରଙ୍କ ପରାମର୍ଶରେ ନିଦ ବଟିକା ଖାଉଥିଲେ, ଯେଉଁଥିପାଇଁ ଟେଷ୍ଟ୍ ପଜିଟିଭ୍ ଆସିଛି। ଅନ୍ୟପଟେ, ବିମାନରେ ମିଳିଥିବା ଚେତାବନୀଗୁଡ଼ିକ ସତ୍ୟ ଥିଲା ନା ଯାନ୍ତ୍ରିକ ତ୍ରୁଟି ଥିଲା, ସେ ନେଇ ‘ଏୟାରବସ୍’ର ଏକ ସ୍ୱେଚ୍ଛାସେବୀ ଟିମ୍ ଏବଂ ଫ୍ରାନ୍ସର ବିମାନ ଚଳାଚଳ ନିୟନ୍ତ୍ରକ ସଂସ୍ଥା ଭାରତରେ ପହଞ୍ଚି ‘ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ’ ସହ ମିଶି ତଦନ୍ତ ଚଳାଇଛନ୍ତି। ବେସାମରିକ ବିମାନ ଚଳାଚଳ ସଚିବ ସମୀର ସିହ୍ନା ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ ଜଣାଇଛନ୍ତି ଯେ, ଏହି ଘଟଣାରେ ଦୋଷୀ ସାବ୍ୟସ୍ତ କୌଣସି ବି ବ୍ୟକ୍ତି ନିସ୍ତାର ପାଇବେନି ଏବଂ ତାଙ୍କ ବିରୋଧ‌ରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ।