ବାଣିଜ୍ୟ - Samaya Live

ଗିରଫ ହେଲେ ଅନ ଲାଇନ ଅଟୋ ଚାଳକ ସଙ୍ଘ ସଭାପତି
ଭୁବନେଶ୍ୱର : ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ରେ ସରକାରୀ ସମ୍ପତ୍ତି ଭଙ୍ଗାରୁଜା ଓ ଆତଙ୍କରାଜ ଘଟଣାରେ କାର୍ଯ୍ୟାନୁଷ୍ଠାନ । କ୍ଷମା ପ୍ରାର୍ଥନା ପରେ ବି ଗିରଫ ହୋଇ ଜେଲ ଗଲେ ସ୍ମାର୍ଟ୍ ସିଟି ଅନଲାଇନ ଟ୍ୟାକ୍ସି ଓ ଅଟୋ ଚାଳକ ସଙ୍ଘ ସଭାପତି ଦୀନବନ୍ଧୁ ନାୟକ । ଗତକାଲି ପୁରୀରୁ ତାଙ୍କୁ ଗିରଫ କରାଯାଇଥିଲା। ପରେ ବିଳିମ୍ବିତ ରାତିରେ ଭୁବନେଶ୍ୱର ଆଣି କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଜୁର ପରେ ତାଙ୍କୁ ଜେଲ ପଠାଯାଇଛି । ଘଟଣା ପରେ ପୋଲିସ କିଛି ଅଟୋ ଓ ଡ୍ରାଇଭରଙ୍କୁ ଅଟକ ରଖିବା ସହ ଗିରଫ କରିଥିଲା । ପରେ ସଙ୍ଘ ସଭାପତି ଦୀନବନ୍ଧୁ ନାୟକ ଦୀନବନ୍ଧୁ ନାୟକଙ୍କୁ କମିଶନରେଟ ପୋଲିସର ସ୍ପେଶାଲ ଟିମ୍ ଗିରଫ କରିଛି । ଗଣ୍ଡଗୋଳ ଘଟଣାରେ  ୩୮୦ଟି ଯାନକୁ ସିଜ୍ କରାଯାଇଛି। ଏହା ସହିତ ୧୮୧ଟି ଗାଡ଼ିର ଇ-ଚାଲାଣ କଟାଯାଇଛି। ଆଇନ ଶୃଙ୍ଖଳା ବିଗାଡୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ସ୍ପଷ୍ଟ କରିଛି ।

ବୁଧବାର ଅନଲାଇନ ଚଳକଙ୍କ ଆନ୍ଦୋଳନ ବେଳେ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନରେ ବ୍ୟାପକ ହିଂସା ହୋଇଥିଲା ।  ଆନ୍ଦୋଳନକାରୀ ଚାଳକ ଆମ ବସ ଭଙ୍ଗାରୁଜା କରିବା ସହ ପୋଲିସ ଭ୍ୟାନ ଉପକରୁ ଢେଲା ପଥର ମାଡ଼ କରିଥିଲେ । ଫଳରେ ଅନେକ ପୋଲିସ କର୍ମଚାରୀ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।  ଘଟଣା ପାଇଁ ଗତକାଲି ସୋସିଆଲ ମିଡିଆରେ ଦୀନବନ୍ଧୁ ଭିଡିଓ ପୋଷ୍ଟ କରି ଜନସାଧାରଣଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ।

ସେପଟେ, ରାଜଧାନୀରେ ଅନଲାଇନ ପରିବହନ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଅନଲାଇନ କ୍ୟାବ, ଅଟୋ ଓ ବାଇକ ନମିଳିବାରୁ ନାହିଁ ନଥିବା ହିନସ୍ଥା ହେଉଛନ୍ତି ଲୋକେ । ଏହାକୁ ଦେଖି ରେଗୁଲାର ଅଟୋ ସବୁ ମନ ଇଛା ଦର ବଢ଼ାଇ ଆହୁରି ଅସୁବିଧା ସୃଷ୍ଟି କରୁଛନ୍ତି । ଗତକାଲି ସ୍ଥିତିରେ କିଛିଟା ସୁଧାର ଆସିଥିଲେ ମଧ୍ୟ ଆପ୍ ଆଧାରିତ ଗାଡ଼ି ସେବା ଏପର୍ଯ୍ୟନ୍ତ ପୂର୍ବ ସ୍ଥିତିକୁ ଫେରିନାହିଁ ।

ଇଭି, ମେଥାନଲ୍ ଓ ଇଥାନଲ୍ ଗାଡ଼ିକୁ ପରମିଟ୍‌ ଫି’ ଛାଡ଼
ଭୁବନେଶ୍ବର : ରାଜ୍ୟରେ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ବାଣିଜ୍ୟ ପରିବହନ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟରେ ଚାଲୁଥିବା ସମସ୍ତ ବ୍ୟାଟେରୀ ଚାଳିତ, ମେଥାନଲ୍ ଏବଂ ଇଥାନଲ୍ ଇନ୍ଧନ ଚାଳିତ ପରିବହନ ଯାନ ଗୁଡ଼ିକୁ ପରମିଟ୍ ଫି’ ଛାଡ କରାଯିବ ।

୩୦୦୦ କେଜିରୁ କମ୍ କ୍ଷମତାର ମାଲ୍ ପରିବହନ ଗାଡ଼ିଗୁଡ଼ିକ ଏହି ଫି’ ଛାଡ଼ ବ୍ୟବସ୍ଥାରୁ ବାଦ୍ ପଡ଼ିବେ । ମୋଟର ଯାନ ଅଧିନିୟମ, ୧୯୮୮ର ନିୟମାବଳୀ ଅନୁଯାୟୀ ଏହି ସମସ୍ତ ଯାନ ପାଇଁ ପରମିଟ୍ ନେବା ବାଧ୍ୟତାମୂଳକ ରହିବ । ଏହାସହ ଗାଡ଼ିଗୁଡ଼ିକର ବୈଧ ପଞ୍ଜୀକରଣ, ବୀମା, ଫିଟନେସ୍ ପ୍ରମାଣପତ୍ର, ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ସରକାରୀ ଟିକସ ପୈଠ ଭଳି ସମସ୍ତ ନିୟମ ପାଳନ ଆବଶ୍ୟକ ବୋଲି ବିଭାଗ କହିଛି ।

ଚିନି ବଢ଼ାଇଲା ଚିନ୍ତା
ଭୁବନେଶ୍ୱର : ଖାଉଟିଙ୍କ ଉପରେ ପୁଣି ମହଙ୍ଗା ମାଡ଼ । ଅହେତୁକ ଭାବେ ବଢ଼ିଚାଲିଛି ଖାଇବା ସାମଗ୍ରୀର ଦର । ବନ୍ୟା ପରେ ଏବେ ଉପରମୁହାଁ ହୋଇଛି ଚିନି ଦର । ଇଥାନଲ୍ ଉତ୍ପାଦନ ପାଇଁ ଆଖୁର ଏକ ବଡ଼ ଅଂଶ ବ୍ୟବହାର ହେଉଥିବାରୁ ଚିନି ଯୋଗାଣ ଉପରେ ଚାପ ସୃଷ୍ଟି ହୋଇଛି । ଫଳରେ ଚିନି ଦର ରେକର୍ଡ ସ୍ତରରେ ପହଞ୍ଚିଛି । ୪୨ ଟଙ୍କାରୁ ସିଧା ୬୦ଟଙ୍କାରେ ପହଞ୍ଚିଛି ଚିନି ଦର I

ମାସେ ଭିତରେ ଚିନି କିଲୋ ପ୍ରତି ୨୦ ଟଙ୍କା ବଢ଼ିଥିବା ବେଳେ ଚୁଡ଼ା କିଲୋ ପ୍ରତି ୫ ଟଙ୍କା ବୃଦ୍ଧି ପାଇଛି। ମାସେ ତଳେ ଚିନି କିଲୋ ୪୦ ଟଙ୍କାରେ ବିକ୍ରି ହେଉଥିଲା । କିନ୍ତୁ ଏବେ ଚିନି କିଲୋ ୬୦ ଟଙ୍କାରେ ବିକ୍ରି ହୋଇଛି ।  ଏହି ପରିସ୍ଥିତିରେ ଦେଶରେ ଚିନି ଆମଦାନୀ କରିବା ନେଇ କେନ୍ଦ୍ର ସରକାର ବିଚାର କରୁଥିବା ରିପୋର୍ଟ ସାମ୍ନାକୁ ଆସିଛି। ଆମଦାନୀକୁ ସହଜ କରିବା ପାଇଁ ଚିନି ଉପରେ ଲାଗୁଥିବା ୧୦୦ ପ୍ରତିଶତ ଆମଦାନୀ ଶୁଳ୍କ ହଟାଇବା ନେଇ ମଧ୍ୟ ବିଚାର ଚାଲିଥିବା ଜଣାପଡ଼ିଛି। ଚିନି ଦର ବଢ଼ିବାର ଏହି ସମୟ ମଧ୍ୟ ବେଶ୍ ଚିନ୍ତାଜନକ। ଦେଶର ପାର୍ବଣ ଋତୁ ଆସୁଥିବାରୁ ମିଠା ଓ ପ୍ରୋସେସ୍‌ଡ ଖାଦ୍ୟର ଚାହିଦା ବଢ଼ିବ। ଏହା ଚିନି ଚାହିଦାକୁ ଆହୁରି ବଢ଼ାଇପାରେ।

ସେହିପରି ବନ୍ୟା ସମୟରେ ଚୁଡ଼ାର ଦାମ ମଧ୍ୟ ବୃଦ୍ଧି ପାଇଛି । ମାସେ ତଳେ ଚୁଡ଼ା ୩୮ ଟଙ୍କାରେ ବିକ୍ରି ହେଉଥିଲା । କିନ୍ତୁ ଏବେ ଚୁଡ଼ା କିଲୋ ୪୫ ଟଙ୍କାରେ ବିକ୍ରି ହେଉଛି। ରାଜ୍ୟରେ ଗୋଟାଏ ପଟେ ବନ୍ୟା ଯୋଗୁଁ ହଜାର ହଜାର ଲୋକ ପାଣି ଘେରରେ ଥିବା ବେଳେ ଖାଇବା ସାମଗ୍ରୀର ଦରଦାମ ବୃଦ୍ଧି ଖାଉଟିଙ୍କ ପାଇଁ ବୋଝଉପରେ ନଳିତା ବିଦା ସଦୃଶ ହୋଇଛି ।

୩ୟ ଦିନରେ ଅନଲାଇନ୍ ଯାତ୍ରୀ ପରିବହନ ସଂଘର ଆନ୍ଦୋଳନ
ଭୁବନେଶ୍ୱର : ନିଜ ଜିଦ ରେ ଅଟଳ ରହିଛନ୍ତି ଅନଲାଇନ୍ ପରିବହନ ସଂଘ । ବିଭିନ୍ନ ଦାବି ନେଇ 3 ଦିନ ଧରି ଭୁବନେଶ୍ୱର ଲୋୟର ପିଏମଜି ଠାରେ ଧାରଣାରେ ବସିଛନ୍ତି ଅନଲାଇନ୍ ଗାଡି ଚାଳକ । ଫଳରେ ନାହିଁ ନଥିବା ହିନସ୍ଥା ହେଉଛନ୍ତି ଅନ୍ଲାଇନ୍ରୁ ଗାଡି ଉପରେ ନିର୍ଭର କରୁଥିବା ଯାତ୍ରୀ । ବିଶେଷକରି ରେଳ ଷ୍ଟେସନ୍, ବିମାନବନ୍ଦର ଓ ଅନ୍ୟ ପ୍ରମୁଖ ସ୍ଥାନକୁ ଯିବା ପାଇଁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି । ୩୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅନଲାଇନ୍ ଅଟୋ ଚାଳକ । ଓଲା, ଉବର, ରାପିଡୋ ସମେତ ପ୍ରାୟ ୨୦ଟି ଅଟୋ ସଂଗଠନ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଅଟୋ ଚାଳକଙ୍କ ବିଭିନ୍ନ ସମସ୍ୟାର ସମାଧାନ, ଭଡ଼ା ଓ କମିଶନ୍ ସମ୍ବନ୍ଧୀୟ ଦାବି ସହ ଅନ୍ୟାନ୍ୟ ଦାବି ପୂରଣ ପାଇଁ ସଂଘ ପକ୍ଷରୁ ଦାବି କରାଯାଉଛି । ସମସ୍ୟାର ସମାଧାନ ପାଇଁ ପରିବହନ ମନ୍ତ୍ରୀଙ୍କ ସହ ସଂଘର ଆଲୋଚନା ହୋଇଥିଲା ।

ହେଲେ ଆଲୋଚନାରୁ କୌଣସି ସୁଫଳ ମିଳିନଥିବାରୁ ଆନ୍ଦୋଳନ ଜାରି ରଖିବାକୁ ସଂଘ ନିଷ୍ପତ୍ତି ନେଇଛି । ଆଜି ଲୋୟର ପିଏମଜିରେ ବଡ଼ ଧରଣର ପ୍ରତିବାଦ କରିବାକୁ ଡାକରା ଦେଇଛି ସଂଘ । ହଜାର ହଜାର ଅଟୋ ଚାଳକ ଏକାଠି ହୋଇ ନିଜ ଦାବି ଉପସ୍ଥାପନ କରୁଛନ୍ତି । ଅନ୍ୟପଟେ ଅଟୋ ଚଳାଚଳ ବନ୍ଦ ଯୋଗୁଁ ସାଧାରଣ ଲୋକେ ହଇରାଣ ହେଉଛନ୍ତି । ବିମାନବନ୍ଦର ଓ ରେଳ ଷ୍ଟେସନରେ ପହଞ୍ଚିବା ପାଇଁ ଯାତ୍ରୀମାନଙ୍କୁ ବିକଳ୍ପ ଯାନବାହନ ଉପରେ ନିର୍ଭର କରିବାକୁ ପଡୁଛି ।

ସେପଟେ, ବିମାନବନ୍ଦରରେ ଓହ୍ଲାଉଥିବା ଯାତ୍ରୀମାନଙ୍କୁ ବିଶେଷ କରି ସ୍ୱାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତିରେ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ପିସିଆର (PCR) ଭ୍ୟାନ୍ ମୁତୟନ କରାଯାଇଛି ।  ଏହି ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ କମିଶନରେଟ୍ ପୋଲିସ ତାର ଅଫିସିଆଲ୍ ଏକ୍ସ (X) ଆକାଉଣ୍ଟରେ ଉଲ୍ଲେଖ କରିଛି ଯେ, ସାଧାରଣ ଜନତାଙ୍କ ସେବା ପାଇଁ ପୋଲିସ ସର୍ବଦା ପ୍ରତିବଦ୍ଧ। ପୋଲିସ ନିଜର ବାର୍ତ୍ତା ଦେଇ କହିଛି: "ଆମେ ଆପଣଙ୍କ ସହିତ ଅଛୁ। ସବୁବେଳେ, ପ୍ରତିଟି ସମୟରେ, ସବୁଠାରେ"। ଏହି ବ୍ୟବସ୍ଥା ଦ୍ୱାରା, ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ିଥିବା କୌଣସି ଯାତ୍ରୀ ବିମାନବନ୍ଦରରେ ଅଟକି ନରହି ଠିକ୍ ସମୟରେ ଚିକିତ୍ସା ସୁବିଧା ପାଇପାରିବେ। ଆବଶ୍ୟକ ଥିବା ଯାତ୍ରୀମାନେ ସିଧାସଳଖ ପିସିଆର ଗାଡ଼ି ନିକଟକୁ ଯାଇ ସାହାଯ୍ୟ ମାଗିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।

୭ ଦଫା ଦାବି ନେଇ ଅନଲାଇନ୍ ଆପ୍ ଡ୍ରାଇଭରଙ୍କ ‘ଜିରୋ ସପ୍ଲାଇ’ ଆନ୍ଦୋଳନ
ଭୁବନେଶ୍ବର : କଟକ-ଭୁବନେଶ୍ୱରରେ ବନ୍ଦ ହେଲା ଓଲା, ଉବେର ଆଉ ରା଼ପିଡୋ । ୭ ଦଫା ଦାବି ନେଇ ଅନଲାଇନ୍ ଆପ୍ ଡ୍ରାଇଭରଙ୍କ ‘ଜିରୋ ସପ୍ଲାଇ’ ଆନ୍ଦୋଳନ । ଅନଲାଇନ୍ ଡ୍ରାଇଭର୍ ମଞ୍ଚ, ଓଡ଼ିଶା ଏବଂ ସମସ୍ତ ଅନଲାଇନ୍ ଓ ଅଫଲାଇନ୍ ଡ୍ରାଇଭର ସଂଗଠନର ମିଳିତ ସଂଗ୍ରାମ ସମିତି ପକ୍ଷରୁ ଓଲା, ଉବେର୍, ର‍ାପିଡୋ ଭଳି ଆପ୍ କମ୍ପାନୀଗୁଡ଼ିକର ଶୋଷଣ ବିରୋଧରେ କଟକ-ଭୁବନେଶ୍ୱରରେ “ଜିରୋ ସପ୍ଲାଇ” ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଘୋଷଣା କରାଯାଇଛି। ଡ୍ରାଇଭର ସଂଘ ପକ୍ଷରୁ ସରକାର ଓ କମ୍ପାନୀଗୁଡ଼ିକ ଆଗରେ ୭ଟି ମୁଖ୍ୟ ଦାବି ରଖାଯାଇଛି ।

୧. ସରକାର ଓ କମ୍ପାନୀ ମିଳିତ ଭାବେ ଏକ ସର୍ବନିମ୍ନ ଓ ସର୍ବାଧିକ ଭାଡ଼ା ନିର୍ଦ୍ଧାରଣ କରନ୍ତୁ । ଗ୍ରାହକଙ୍କଠାରୁ ଅତିରିକ୍ତ ଭାଡ଼ା ନିଆଗଲେ ତାହା ଡ୍ରାଇଭରଙ୍କ ପକେଟରୁ ନକଟି କମ୍ପାନୀ ନିଜେ ବହନ କରୁ ।

୨. ବିନା ତଦନ୍ତରେ ଅନଲାଇନ୍ ଡ୍ରାଇଭରଙ୍କ ଆକାଉଣ୍ଟ ବ୍ଲକ୍ କରିବା ବନ୍ଦ କରାଯାଉ । ପୂର୍ବରୁ ବ୍ଲକ୍ ହୋଇଥିବା ଆକାଉଣ୍ଟଗୁଡ଼ିକୁ ତୁରନ୍ତ ଅନବ୍ଲକ୍ କରାଯାଉ।

୩. ଯାତ୍ରା ସମୟରେ ଗ୍ରାହକଙ୍କ ଅପେକ୍ଷା ପାଇଁ ଡ୍ରାଇଭରଙ୍କୁ ଉଚିତ ଭାଡ଼ା ପ୍ରଦାନ କରାଯାଉ ।

୪. ଟ୍ରାଫିକ୍ ଜାମରେ ଫସି ରହିବା ଏବଂ ସମୟ ନଷ୍ଟ ହେବା ପାଇଁ ଅତିରିକ୍ତ ସମୟର ହିସାବ କରି କ୍ଷତିପୂରଣ ଦିଆଯାଉ ।

୫. ଗ୍ରାହକ ରାଇଡ୍ ବାତିଲ କଲେ ପୂରା ଟଙ୍କା ଡ୍ରାଇଭରଙ୍କୁ ଦିଆଯାଉ ।

୬. ପ୍ରତ୍ୟେକ ଆପ୍ କମ୍ପାନୀର ଏକ ସ୍ଥାୟୀ କାର୍ଯ୍ୟାଳୟ ରହିବା ବାଧ୍ୟତାମୂଳକ ।

୭. ଆପ୍ କମ୍ପାନୀଗୁଡ଼ିକ ଦ୍ୱାରା ଅନିୟନ୍ତ୍ରିତ ଭାବେ ନୂଆ ଗାଡ଼ି ଯୋଡ଼ିବା (Over-supply) ଉପରେ ରୋକ୍ ଲଗାଯାଉ ଏବଂ ବାର୍ଷିକ ଲିମିଟେଡ୍ ଟାର୍ଗେଟ୍ ରଖାଯାଉ । ଦାବି ପୂରଣ ନହେବା ଯାଏଁ ସେବା ବନ୍ଦ ରଖିବାକୁ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଦିଘା ମୁହାଣରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଇଲିସି
ଜଳେଶ୍ବର : ଚାକିରୀ କରିବ ପୁଲିସି..ମାଛ ଖାଇବ ଇଲିସି । ପ୍ରକୃତରେ ମାଛ ଭିତରେ ରାଜା ହେଉଛି ଇଲିସି । ଇଲିସି ଭଜା ବାସ୍ନାରେ ଖଣ୍ଡ ମଣ୍ଡଳ ମହାକୁଥିବାବେଳେ ବର୍ଷା ଆରମ୍ଭ ବେଳକୁ ସମୁଦ୍ରରେ ଉଠିଥାନ୍ତି । ଉପରେ ମୁଣ୍ଡରେ ଯେତେ ବର୍ଷାର ପରିମାଣ ଅଧିକ ହେବ ମିଠା ପାଣି ଖାଇବାକୁ କୂଳକୁ ପ୍ରଚୁର ମାତ୍ରାରେ ଆସନ୍ତି ଇଲିସି ମାଛ । ବର୍ତ୍ତମାନ ଦିଘା ମୁହାଣରେ ମହଣ ମହଣ ଇଲିସି ଦେଖି ମତ୍ସ୍ୟଜୀବୀଙ୍କ ମୁହଁ ରେ ଫୁଟିଛି ହସ । ମାଛ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । ବାଲେଶ୍ୱର ସୀମାନ୍ତ ଦୀଘା ମୁହାଣରେ ଦେଖିବାକୁ ମିଳିଛି ଏପରି କିଛି ଚିତ୍ର ।

ଦୀର୍ଘ ଦିନ ପରେ ଏତେ ପରିମାଣର ଇଲିଶି ମାଛ ଧରା ପଡ଼ିଥିବାରୁ ଟ୍ରଲର ମାଲିକ, ମତ୍ସ୍ୟଜୀବୀ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି । ଦୀଘା ମତ୍ସ୍ୟ ଅବତରଣ କେନ୍ଦ୍ରରେ ୩୦ ଟନ୍ ରୁ ଅଧିକ ଇଲିଶି ମାଛ ଆମଦାନୀ ହୋଇଥିବା ଜଣାପଡ଼ିଛି । ବଜାରରେ ମାଛର ଆକାର ଓ ଓଜନ ଅନୁସାରେ ପ୍ରତି କିଲୋଗ୍ରାମ୍ ଇଲିଶିର ଦାମ ୬ ଶହରୁ ୧୩ ଶହଟଙ୍କା ପର୍ଯ୍ୟନ୍ତ ରହିଛି । ବଡ଼ ଆକାରର ଇଲିଶି ପାଇଁ ବ୍ୟବସାୟୀଙ୍କ ମଧ୍ୟରେ ଅଧିକ ଚାହିଦା ଦେଖାଯାଇଛି । ଏହି ବ୍ୟାପକ ଆମଦାନୀ ଫଳରେ ସ୍ଥାନୀୟ ବଜାର ସହ ଓଡ଼ିଶା ଏବଂ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନକୁ ଇଲିଶି ଯୋଗାଣ ଆରମ୍ଭ ହୋଇଛି ।

ବିଶେଷକରି ନଦୀ ମୁହାଣରେ ମିଠା ପାଣି ସହ ସମୁଦ୍ରର ଲୁଣିଆ ପାଣି ମିଶୁଥିବା ସ୍ଥାନକୁ ଇଲିଶି ଅଣ୍ଡା ଦେବା ପାଇଁ ଆସୁଥିବାରୁ ଏହି ସମୟରେ ବହୁ ପରିମାଣର ମାଛ ଜାଲରେ ଧରାପଡ଼ୁଛି । ମତ୍ସ୍ୟଜୀବୀ ମାନେ ମଧ୍ୟ ଏହାକୁ ଚଳିତ ଋତୁର ସବୁଠାରୁ ଭଲ ଧରଣ ମାଛ ଆମଦାନୀ ବୋଲି କହିଛନ୍ତି । ପାଗ ଏଭଳି ଅନୁକୂଳ ରହିଲେ ଆଗାମୀ କିଛି ଦିନ ମଧ୍ୟରେ ଆହୁରି ଅଧିକ ପରିମାଣର ଇଲିଶି ଧରାପଡ଼ିବ ବୋଲି ସେମାନେ ଆଶା କରିଛନ୍ତି । ଦୀର୍ଘ ଦିନ ପରେ ବଜାରରେ ପ୍ରଚୁର ପରିମାଣରେ ଇଲିଶି ମିଳୁଥିବାରୁ ଘରେ ଘରେ ଇଲିଶିର ସ୍ୱାଦ ଚାଖିବାକୁ ଲୋକେ ଅପେକ୍ଷା କରିଛନ୍ତି ।

ଓଡ଼ିଶାରେ HCL tech ପ୍ରତିଷ୍ଠା କରିବ ଗ୍ଲୋବାଲ ଡେଲିଭରୀ ସେଣ୍ଟର
ଭୁବନେଶ୍ୱର: ଓଡ଼ିଶାର ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) କ୍ଷେତ୍ରରେ ଏକ ନୂଆ ଏବଂ ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି । ଓଡ଼ିଶାରେ ଏଚସିଏଲ୍ ଟେକ୍ ପ୍ରତିଷ୍ଠା କରିବ ଗ୍ଲୋବାଲ ଡେଲିଭରୀ ସେଣ୍ଟର । ଦେଶର ପ୍ରମୁଖ ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ଏଚସିଏଲ୍ ଟେକ୍ ରାଜଧାନୀ ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ହବ୍ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛି । ଏଚସିଏଲ୍ ଟେକ୍ ଓ ସର୍ଭମ୍ ଏଆଇ ସହ ରାଜ୍ୟ ସରକାର MOU ସ୍ଵାକ୍ଷର କରିଛନ୍ତି । ଏହାଦ୍ଵାରା ଓଡ଼ିଶାରେ ସ୍ୱଦେଶୀ AI କ୍ଷମତା ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଏହି ବିଶାଳ ପ୍ରକଳ୍ପ ଓଡ଼ିଶାର ଆର୍ଥିକ ବିକାଶ ତଥା ବୈଷୟିକ ଦକ୍ଷତା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି ।

ଏହି ଏଆଇ ହବ୍ ପ୍ରତିଷ୍ଠା ହେବା ଦ୍ୱାରା ରାଜ୍ୟରେ ଆଇଟି ବିଶେଷଜ୍ଞଙ୍କ ପାଇଁ ପ୍ରଚୁର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପ୍ରକଳ୍ପ ପାଇଁ ଏଚସିଏଲ୍ ଟେକ୍ ପକ୍ଷରୁ ପ୍ରାୟ ୭୩୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଭୁବନେଶ୍ୱର ଏବେ ଦେଶର ଏକ ଉଦୀୟମାନ ଆଇଟି ଡେଷ୍ଟିନେସନ୍ ଭାବେ ଉଭା ହେଉଥିବା ବେଳେ ଏହି ବିପୁଳ ପୁଞ୍ଜିନିବେଶ ରାଜ୍ୟର ବୈଷୟିକ ଭିତ୍ତିଭୂମିକୁଆଢ଼ୀଙ୍କ ସୁଦୃଢ କରିବ ।

ରାଜ୍ୟରେ ବଢୁଛି ଇଭି ଗାଡି ଚାହିଦା ,କାର ବିକ୍ରି କ୍ଷେତ୍ରରେ ଓଡିଶା ଆଗରେ
ଭୁବନେଶ୍ୱର : ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ସହ ପେଟ୍ରୋଲ୍ ଓ ଡିଜେଲ୍ ମୂଲ୍ୟ ଉପରେ ଚାପ ବଢ଼ିଛି । ଏହାର ସିଧାସଳଖ ପ୍ରଭାବ ଗାଡ଼ି କିଣୁଥିବା ଗ୍ରାହକଙ୍କ ଉପରେ ପଡ଼ିଥିବା ବେଳେ ବର୍ତ୍ତମାନ ଅଧିକାଂଶ ଲୋକ ଇଲେକ୍ଟ୍ରିକ୍ ଭେହିକଲ୍ (EV) ଓ ସିଏନ୍‌ଜି ଭଳି ବିକଳ୍ପ ଇନ୍ଧନ ଚାଳିତ ଗାଡ଼ିକୁ ପସନ୍ଦ କରୁଛନ୍ତି । ଏହାର ପ୍ରଭାବରେ ଗତ ଜୁନ୍‌ ମାସରେ ଦେଶରେ ଇଭି ବିକ୍ରି ପ୍ରାୟ ୪୦ ପ୍ରତିଶତ ବୃଦ୍ଧି ପାଇଥିବା ଦେଖାଯାଇଛି । ଏହି ପରିବର୍ତ୍ତନଶୀଳ ଧାରା ମଧ୍ୟରେ ଇଲେକ୍ଟ୍ରିକ୍ ଯାନ ଗ୍ରହଣରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇଛି । ଜାତୀୟ ସ୍ତରରେ ନୂଆ ଦୁଇଚକିଆ ଯାନ ବିକ୍ରିରେ ଇଭିର ଭାଗ ୯.୪ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୧୭ ପ୍ରତିଶତରେ ପହଞ୍ଚିଛି । ଅର୍ଥାତ୍ ରାଜ୍ୟରେ ବିକ୍ରି ହେଉଥିବା ପ୍ରତି ୧୦୦ଟି ନୂଆ ସ୍କୁଟର ଓ ମୋଟରସାଇକେଲ୍ ମଧ୍ୟରୁ ୧୭ଟି ହେଉଛି ଇଲେକ୍ଟ୍ରିକ୍ ଯାନ । କାର୍ ବିକ୍ରି କ୍ଷେତ୍ରରେ ମଧ୍ୟ ଓଡ଼ିଶା ଜାତୀୟ ହାରଠାରୁ ଆଗରେ ରହିଛି । ପରିସଂଖ୍ୟାନ ଅନୁସାରେ, ୨୦୨୫ରେ ଓଡ଼ିଶାରେ ମୋଟ ଦୁଇଚକିଆ ବିକ୍ରିରେ ଇଭିର ଅଂଶ ୯.୫ ପ୍ରତିଶତ ଥିଲା । ୨୦୨୬ର ଜାନୁଆରି-ଫେବ୍ରୁଆରିରେ ଏହା ୧୦.୩ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ମାର୍ଚ୍ଚରୁ ଜୁନ୍‌ ମଧ୍ୟରେ ଏହା ସିଧାସଳଖ ୧୭ ପ୍ରତିଶତକୁ ପହଞ୍ଚିଛି । ସେହିପରି ଇଭି କାର୍ ବିକ୍ରି ମଧ୍ୟ ୪ ପ୍ରତିଶତରୁ ବଢ଼ି ୭.୫ ପ୍ରତିଶତ ହୋଇଛି । ବିଶେଷକରି ମଧ୍ୟପ୍ରାଚ୍ୟ ଯୁଦ୍ଧ ପରବର୍ତ୍ତୀ ସମୟରେ ଇଭି ବିକ୍ରିରେ ଦ୍ରୁତ ବୃଦ୍ଧି ଦେଖାଯାଇଛି । ଇନ୍ଧନ ମୂଲ୍ୟ ବୃଦ୍ଧି, ପରିବେଶ ସୁରକ୍ଷା ପ୍ରତି ସଚେତନତା ଓ ସରକାରଙ୍କ ପ୍ରୋତ୍ସାହନ ଯୋଗୁଁ ଇଭି ପ୍ରତି ଲୋକଙ୍କ ଆକର୍ଷଣ ଦିନକୁ ଦିନ ବଢ଼ୁଛି ।

ଇଭି ପଲିସି ଅବଧି ବୃଦ୍ଧି କଲେ ରାଜ୍ୟ ସରକାର
ଭୁବନେଶ୍ୱର : ବିଦ୍ୟୁତ୍ ଯାନ (ଇଭି) ବ୍ୟବହାରକୁ ଅଧିକ ପ୍ରୋତ୍ସାହନ ଦେବାପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାର ‘ଓଡ଼ିଶା ଇଲେକ୍ଟ୍ରିକ୍ ଭେହିକିଲ୍ ପଲିସି- ୨୦୨୧ର ଅବଧି ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

୨୦୨୧ରେ ଲାଗୁ ହୋଇଥିବା ଏହି ପଲିସିର ମୂଳ ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ଇଲେକ୍ଟ୍ରିକ୍ ଯାନର ବ୍ୟବହାର ବଢ଼ାଇବା, ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଇଭି ଓ ଏହାର ଯନ୍ତ୍ରାଂଶ ଉତ୍ପାଦନକୁ ପ୍ରୋତ୍ସାହିତ କରିବା । ଅବଧି ବୃଦ୍ଧି ହେବା ଦ୍ୱାରା ଇଲେକ୍ଟ୍ରିକ୍‌ ଯାନ କ୍ରୟ କରୁଥିବା ହିତାଧିକାରୀମାନେ ପୂର୍ବଭଳି ସରକାରୀ ସବ୍‌ସିଡି ଏବଂ ଅନ୍ୟାନ୍ୟ ସୁବିଧା ପାଇବେ । ଏଥିସହ ପଞ୍ଜୀକରଣ ଓ ସଡ଼କ ଟିକସ ଛାଡ଼ ମିଳିବ ।

କେବଳ ଗ୍ରାହକ ନୁହେଁ, ଇଭି ଉତ୍ପାଦନକାରୀ ସଂସ୍ଥାମାନେ ମଧ୍ୟ ଏହି ପଲିସି ଅଧୀନରେ ବିଭିନ୍ନ ପ୍ରୋତ୍ସାହନ ପାଇବେ। ଉତ୍ପାଦନ ଶିଳ୍ପ ପାଇଁ ଆର୍ଥିକ ସହାୟତା, ପୁରୁଣା ଯାନ ସ୍କ୍ରାପିଂ ପ୍ରୋତ୍ସାହନ, ଋଣ ଉପରେ ସୁଧ ରିହାତି ଭଳି ସୁବିଧା ମଧ୍ୟ ଜାରି ରହିବ।

କମିଲା ବାଣିଜ୍ୟିକ ଗ୍ୟାସ ଦର
ଭୁବନେଶ୍ୱର : ଜୁଲାଇ ପହିଲାରୁ ଗ୍ୟାସ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । କମିଲା ବାଣିଜ୍ୟିକ ଗ୍ୟାସ ଦର । ଜୁଲାଇ ମାସ ଆରମ୍ଭରୁ ଗ୍ରାହକଙ୍କୁ ବଡ଼ ଆଶ୍ବସ୍ତି ମିଳିଛି। ଲଗାତାର ଭାବେ ବଢିଲା ପରେ ଏବେ କମର୍ସିଆଲ ଏଲପିଜି ସିଲିଣ୍ଡର ଦର ହ୍ରାସ ପାଇଛି । ଆଜିଠାରୁ ୧୯ କିଲୋଗ୍ରାମ ସିଲିଣ୍ଡର ପାଈଁ ନୂଆ ଦର ଲାଗୁ ହୋଇଛି । ଯାହା ରେଷ୍ଟୁରାଣ୍ଟ, ହୋଟେଲ, ଢାବା ଏବଂ ଅନ୍ୟାନ୍ୟ ବ୍ୟବସାୟ ପାଇଁ ବଡ଼ ଆଶ୍ୱସ୍ତି ଆଣିଦେଇଛି ।

ଆଜିଠାରୁ ୧୯ କେଜି ବିଶିଷ୍ଟ ଏଲପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ ୩୧୧୩ ଟଙ୍କାରୁ ୨୯୩୦ ଟଙ୍କାକୁ ଖସି ଆସିଛି । ଅର୍ଥାତ ପୂର୍ବାପେକ୍ଷା ୧୮୩ ଟଙ୍କା କମିଛି ସିଲିଣ୍ଡର ଦର । ଏହା ସହିତ ଆଜିଠାରୁ ୫ କିଲୋଗ୍ରାମ ବିଶିଷ୍ଟ ଏଫଟିଏଲ୍ ସିଲିଣ୍ଡରର ମୂଲ୍ୟ ମଧ୍ୟ ୧୩ ଟଙ୍କା କମିଛି । ଅନ୍ୟ ଦିଗରେ ଘରୋଇ ଗ୍ୟାସ ୧୪ କେଜି ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି ।

ବାଣିଜ୍ୟିକ ଏଲପିଜି ଉପରୁ କଟକଣା ହଟିଲା
ନୂଆଦିଲ୍ଲୀ :  ଶିଳ୍ପ ଏବଂ ବାଣିଜ୍ୟିକ ଗ୍ରାହକମାନଙ୍କୁ ବଡ଼ ଆଶ୍ବସ୍ତି । ଏଲପିଜି ଯୋଗାଣ କ୍ଷେତ୍ରରେ କଟକଣା ହଟାଇଛନ୍ତି କେନ୍ଦ୍ର ସରକାର । ପଶ୍ଚିମ ଏସିଆ ଯୁଦ୍ଧ ସଙ୍କଟରେ ଉନ୍ନତି ଆସିବା ପରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଉପରେ ସମସ୍ତ କଟକଣା ତୁରନ୍ତ ପ୍ରତ୍ୟାହାର କରାଯାଇଛି । ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପରିସ୍ଥିତି ସମୀକ୍ଷା କରି ଣିଜ୍ୟିକ ଏଲପିଜି ସିଲିଣ୍ଡର ବିକ୍ରୟ ଉପରେ କଟକଣାକୁ କୋହଳ କରିବା ପାଇଁ ରାଜ୍ୟଗୁଡ଼ିକୁ ନିଷ୍ପତ୍ତି ନେଇଛି।

ଏହାବ୍ୟତୀତ, ସଙ୍କଟ ଆରମ୍ଭରେ ସ୍ଥଗିତ ରଖାଯାଇଥିବା ବହୁଳ ଏଲ୍‌ପିଜି ଯୋଗାଣକୁ ସଙ୍କଟ-ପୂର୍ବ ବ୍ୟବହାର ସ୍ତରର ୫୦% ପର୍ଯ୍ୟନ୍ତ କୋହଳ କରାଯାଇଛି, ଯାହା ବାଣିଜ୍ୟିକ ଏବଂ ଶିଳ୍ପ ଗ୍ରାହକମାନଙ୍କୁ ଆଖିଦୃଶିଆ ଆଶ୍ୱସ୍ତି ପ୍ରଦାନ କରିଛି। ଏଲ୍‌ପିଜି ଯୋଗାଣ ସ୍ଥିତିରେ ସାମ୍ପ୍ରତିକ ସୁଧାର ପରେ ଏହି ନିଷ୍ପତି ନିଆଯାଇଛି ।

ଏହି ସମ୍ବନ୍ଧରେ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ସଚିବ ସଂଶୋଧିତ ଯୋଗାଣ ବ୍ୟବସ୍ଥାର ସୁଗମ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖିଛନ୍ତି।

ସୂଚନାନୁସାରେ, ସଙ୍କଟ ସମୟରେ, ଘରୋଇ ଏଲ୍‌ପିଜି ଉତ୍ପାଦନ ବୃଦ୍ଧି କରିବା ପାଇଁ, ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ ଅନୁଯାୟୀ ନିର୍ଦ୍ଦେଶ ଜାରି କରିଥିଲେ, ଯେଉଁଥିରେ ସି-୩, ସି-୪ ଷ୍ଟ୍ରିମ୍‌ଗୁଡ଼ିକୁ ପେଟ୍ରୋକେମିକାଲ୍ ଏବଂ ଅନ୍ୟାନ୍ୟ ଡାଉନ୍‌ଷ୍ଟ୍ରିମ୍ ବ୍ୟବହାରରୁ ଅଲଗା କରି କେବଳ ଏଲ୍‌ପିଜି ଉତ୍ପାଦନ ପାଇଁ ବ୍ୟବହାର କରିବାକୁ ଆଦେଶ ଦିଆଯାଇଥିଲା।

ଉନ୍ନତ ସ୍ୱଦେଶୀ ଏଲ୍‌ପିଜି ଉତ୍ପାଦନ ଏବଂ ଆମଦାନୀ ହେବାକୁ ଥିବା ଏଲ୍‌ପିଜି କାର୍ଗୋର ଆନୁମାନିକ ଉପଲବ୍ଧତାକୁ ଦୃଷ୍ଟିରେ ରଖି, ସରକାର ଏଲ୍‌ପିଜି ପୁଲ୍‌କୁ ସି-୩, ସି-୪ ଷ୍ଟ୍ରିମ୍‌ର ବ୍ୟବହାର ହ୍ରାସ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି।

ଏଥି ସହିତ, ସରକାର ଖୁବ ଶୀଘ୍ର ପିଏନ୍‌ଜି ସଂଯୋଗୀକରଣର ପାଇଁ ବ୍ୟବସ୍ଥା କରୁଛନ୍ତି । ତେବେ ଯେଉଁ ବାଣିଜ୍ୟିକ ହିତାଧିକାରୀମାନେ ପିଏନ୍‌ଜି କନେକ୍ସନ ନେଇସାରିଛନ୍ତି ସେମାନଙ୍କୁ ଆଉ ଏଲପିଜି ମିଳିବ ନାହିଁ । ସେହିପରି ଅନ୍ୟ ଘରୋଇ ଏବଂ ବାଣିଜ୍ୟିକ ଗ୍ୟାସ ହିତାଧିକାରୀ ମାନେ ପିଏନଜି କନେକ୍ସନ ପାଇଁ ସ୍ଥାନୀୟ ସିଟି ଗ୍ୟାସ୍ ବିତରଣ (ସିଜିଡି) ସଂସ୍ଥାଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି ପର୍ଯ୍ୟାୟକ୍ରମେ ପିଏନଜିକୁ ସ୍ଥାନାନ୍ତର କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ରାଜ୍ୟର ୨୪ଟି ଜିଲ୍ଲାର ୭୦୭ଟି ଦୁର୍ଗମ ସ୍ଥାନରେ ବସିବ 4G ମୋବାଇଲ ଟାୱାର
ଭୁବନେଶ୍ୱର : ରାଜ୍ୟର ଦୁର୍ଗମ ପହଞ୍ଚିବ 4G ସେବା । ଆଦିବାସୀ ଓ ଟେଲିକମ୍ ସେବାରୁ ବଞ୍ଚିତ ଅଞ୍ଚଳଗୁଡ଼ିକରେ ଡିଜିଟାଲ ସଂଯୋଗକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଡିଜିଟାଲ ଭାରତ ନିଧି (ଡିବିଏନ୍) ଅନୁଦାନପ୍ରାପ୍ତ ୪ଜି ସାଚୁରେସନ ପ୍ରକଳ୍ପ ଅଧୀନରେ ରାଜ୍ୟର ୨୪ଟି ଜିଲ୍ଲାର ୭୦୭ଟି ନୂଆ ସ୍ଥାନରେ ମୋବାଇଲ ଟାୱାର ସ୍ଥାପନ ପାଇଁ ଆବଶ୍ୟକ ରହିଛି । ଏଥିପାଇଁ ସରକାରୀ ଜମି ଶୀଘ୍ର ଉପଲବ୍ଧ କରାଇବାକୁ ଜିଲ୍ଲାପାଳମାନଙ୍କୁ ଜରୁରୀ ଭିତ୍ତିରେ ନିର୍ଦ୍ଦେଶ ଦିଆଯାଇଛି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଛନ୍ତି । ପ୍ରତ୍ୟେକ ସ୍ଥାନରେ ପ୍ରାୟ ୨,୦୦୦ ବର୍ଗଫୁଟ ସରକାରୀ ଜମିର ଅଗ୍ରୀମ ଦଖଲ ବିଏସଏନଏଲକୁ ଦେବା ସହ ‘ନୋ ଅବଜେକ୍ସନ ସର୍ଟିଫିକେଟ୍’ (NOC) ଜାରି କରିବାକୁ କୁହାଯାଇଛି । ଏହାଦ୍ୱାରା ଟାୱାର ସ୍ଥାପନ କାର୍ଯ୍ୟ ତୁରନ୍ତ ଆରମ୍ଭ ହୋଇପାରିବ। ଏହି ପଦକ୍ଷେପର ପଛରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ହସ୍ତକ୍ଷେପ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲେଖିଥିବା ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାର ଦୁର୍ଗମ ଓ ସେବାବଞ୍ଚିତ ଅଞ୍ଚଳରେ ମୋବାଇଲ ସଂଯୋଗ ବିସ୍ତାର ପାଇଁ କେନ୍ଦ୍ର ସରକାର ବ୍ୟାପକ ପ୍ରୟାସ ଚଳାଇଛନ୍ତି। ରାଜ୍ୟରେ ଏପର୍ଯ୍ୟନ୍ତ ୩,୬୦୨ଟି ଟେଲିକମ୍ ଟାୱାର କାର୍ଯ୍ୟକ୍ଷମ ହୋଇଥିବାବେଳେ ଆଉ ୬୮୩ଟି ଟାୱାରର ନିର୍ମାଣ କାମ ଚାଲିଛି । ବର୍ତ୍ତମାନ ୮୯୪ଟି ନୂଆ ସ୍ଥାନ ପାଇଁ ମଞ୍ଜୁରି ମିଳିଥିବା ବେଳେ ୭୦୭ଟି ସ୍ଥାନରେ ଜମି ବଣ୍ଟନ ଅପେକ୍ଷାରେ ରହିଛି। ପ୍ରକଳ୍ପର ତାଲିକାରେ ଗଜପତି, ଗଞ୍ଜାମ, କନ୍ଧମାଳ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ପରି ଆଦିବାସୀ ଓ ପାହାଡ଼ିଆ ଜିଲ୍ଲାଗୁଡ଼ିକ ସର୍ବାଧିକ ପ୍ରାଧାନ୍ୟ ପାଇଛି।