କବିତା - Samaya Live

ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡ
କଳାହାଣ୍ଡି/ମୟୁରଭଞ୍ଜ : ନାବାଳିକା ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ । ଭୋଗିବେ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ । ୩ଟି ଦୁଷ୍କର୍ମ ମାମଲାରେ ୫ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ । କଳାହାଣ୍ଡି ପୋକ୍ସ କୋର୍ଟ ଗୋଟିଏ ମାମଲାର ବିଚାର କରି ୪ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଏହାସହ ଅଭିଯୁକ୍ତଙ୍କୁ ୫୦ ହଜାର ଟଙ୍କା ଜୋରିମାନା କରାଯାଇଛି । ଜୋରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବେ ।

ସୂଚନା ଅନୁଯାୟୀ ଗତ ଏପ୍ରିଲ ୧୬, ୨୦୨୩ ରେ ବିଜେପୁର ଥାନା ଅଞ୍ଚଳରେ ୨ ନାବାଳିକାଙ୍କ ସହ ଜଣେ ଯୁବତୀ ନାଟକ ଦେଖି ଭୋର ୩ ଟାରେ ଘରକୁ ଫେରୁଥିଲେ। ଏହି ସମୟରେ ପାଜି ବହାଲି ବ୍ରିଜ ନିକଟରେ ଅଭିଯୁକ୍ତମାନେ ଦୁଇ ନାବାଳିକାଙ୍କୁ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ । ଯୁବତୀ ଜଣକ କୌଶଳକ୍ରମେ ସେଠାରୁ ଖସି ଆସିଥିଲେ। ।  ଏହାପରେ ବର୍ତ୍ତିଯାଇଥିବା ଯୁବତୀଙ୍କ ସହ ପୀଡ଼ିତାଙ୍କ ପରିବାର ଲୋକେ ବିଜେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ମାମଲାର ଶୁଣାଣି କରି ସ୍ଥାନୀୟ ପୋକ୍ସ କୋର୍ଟ ବିଚାରପତି ମୁଖ୍ୟ ଅଭିଯୁକ୍ତ ରାଜୀବ ଲୋଚନ ସାହୁଙ୍କ ସହିତ ଧନେଷ୍ଟି ନାଏକ, ଅମର ହରିଜନ ଓରଫ ଆଏବନ୍, ସୁମନ୍ତ ହରିଜନ ଏବଂ ରାଜୀବ ମାଝୀ ଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି। ଏଥିସହିତ ୨ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ମୟୂରଭଞ୍ଜ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏହା ସହିତ ୬୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଜୋରିମାନା ଅନାଦେୟ ଅଧିକ ୧ ବର୍ଷ ୬ ମାସ କାରାଦଣ୍ଡ ଭୋଗିବେ । ଅଭିଯୁକ୍ତ ହେଉଛି ମୟୂରଭଞ୍ଜ ଜିଲ୍ଲାର ତିରିଂ ଥାନା ଅନ୍ତର୍ଗତ ମାଙ୍କିଡିଡ଼ିହି ଗ୍ରାମର ଜମାଦାର ବୁରିଉଳି(୩୪ )। ପୀଡିତାକୁ ୭ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଜିଲ୍ଲା ଆଇନ ସହାୟତା ବିଭାଗଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଜଜ ପ୍ରତିମା ପାତ୍ର ।

ସୂଚନାନୁସାରେ,ଗତ ୨୦୨୧ ଅଗଷ୍ଟ ୨୪ ତାରିଖରେ ପୀଡିତାଙ୍କ ଗ୍ରାମରେ ଭୋଜି ହେଉଥିଲା। ଏହାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ନାବାଳିକାକୁ ନିକଟସ୍ଥ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲା। ଘଟଣା ବାବଦରେ ପୀଡିତା ଘରକୁ ଫେରି ପରିବାର ଲୋକଙ୍କୁ ଜଣାଇଥିଲେ । ସ୍ଥାନୀୟ ତିରିଂ ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଥିଲେ।  ତିରିଂ  ପୋଲିସ କେସ ନଂ 83/25-08-2021 ରେ ମାମଲା ରୁଜୁ କରି ନାବାଳିକାର ବୟାନ ରେକର୍ଡ କରିଥିଲା। ଏଥି ସହିତ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାର ବିଚାର ସମୟରେ ସାକ୍ଷୀଙ୍କ ବୟାନ, ଡାକ୍ତରୀ ଓ ପୋଲିସ ରିପୋର୍ଟକୁ ଭିତ୍ତି କରି ଜଜ୍ ଉପରୋକ୍ତ ଶୁଣାଣୀ କରିଛନ୍ତି। ରାୟ ପ୍ରକାଶ ପାଇବା ପରେ ଅଭିଯୁକ୍ତକୁ ବାରିପଦା ମଣ୍ଡଳ କାରାଗାର ପଠାଇ ଦିଆଯାଇଛି।

ଆୟୁଷ୍ମାନ ଯୋଜନାରେ ସାମିଲ ହେବେ ସାଢେ ୩ କୋଟି ଲାଭାର୍ଥୀ
ଭୁବନେଶ୍ୱର : ଆୟୁଷ୍ମାନ ଭାରତ ଯୋଜନା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ଖୁବ୍ ଶୀଘ୍ର ଲାଗୁହେବ ଆୟୁଷ୍ମାନ ଭାରତ ଯୋଜନା । ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସାମିଲ ହେବେ ସାଢେ ୩ କୋଟି ଲାଭାର୍ଥୀ ।  ଏ ଦିଗରେ ଯୋଜନା ପ୍ରସ୍ତୁତ  କରିବା ଆବଶ୍ୟକ। ରାଜ୍ୟରେ ପିଏଚ୍‌ସି ଓ ସିଏଚ୍‌ସିରେ ଡାକ୍ତର  ଓ ପାରାମେଡିକାଲ କର୍ମଚାରୀଙ୍କ  ଅଭାବ ରହିଛି । ତେଣୁ  ସେଠାରେ କୁଶଳୀ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରିବା ଜରୁରି । ଫଳରେ ରାଜ୍ୟବାସୀ ଗୁଣାତ୍ମକ  ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି  ରବିବାର ‘ଭିଜନ୍‌ ଓଡ଼ିଶା ହେଲ୍‌ଥ କନ୍‌କ୍ଲେଭ୍‌’ରେ ଯୋଗଦେଇ  ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି ।

କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ଇନ୍‌ସ୍ୟୁରାନ୍ସ ନୁହେଁ, ଆସ୍ୟୁରାନ୍ସ ମୋଡ୍‌ରେ ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ସ୍ୱାସ୍ଥ୍ୟ  କାର୍ଡରେ ଚିକିତ୍ସା ସେବା ମିଳିବ । ରାଜ୍ୟର ୩ କୋଟି ଲୋକଙ୍କୁ  ସରକାର ସ୍ୱାସ୍ଥ୍ୟକାର୍ଡ ଦେବେ । ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଖର୍ଚ୍ଚ  ଆରମ୍ଭ ହୋଇଯାଇଛି । ଆଗକୁ  ସ୍ୱାସ୍ଥ୍ୟକାର୍ଡ ପ୍ରଦାନ କରାଯିବ । ପୂର୍ବରୁ ଏହି ସ୍ୱାସ୍ଥ୍ୟକାର୍ଡରେ ମାତ୍ର  ୯୫୬ ହସ୍ପିଟାଲରେ ଚିକିତ୍ସା  ହେଉଥିଲା, ମାତ୍ର ଏବେ ସମଗ୍ର ଦେଶରେ ୨୭ ହଜାର ହସ୍ପିଟାଲରେ  ଚିକିତ୍ସା ପାଇପାରିବେ । ଆଗାମୀ  ୫ ବର୍ଷରେ ଆହୁରି ୨୪୦୦  ମେଡିକାଲ ସିଟ୍‌ ବୃଦ୍ଧି କରାଯିବ ।

ଖୁବ୍‌ଶୀଘ୍ର ସରକାରୀ ହସ୍ପିଟାଲରେ  ଆରମ୍ଭ ହେବ ପେସେଣ୍ଟ ଟ୍ରାକିଂ ଓ ବାୟୋମେଟ୍ରିକ ସିଷ୍ଟମ । ପ୍ରାଇଭେଟ୍‌ ହସ୍ପିଟାଲ  ଭଳି ସରକାରୀ ହସ୍ପିଟାଲରେ ମଧ୍ୟ ସବୁ ରୋଗୀଙ୍କ ବିସ୍ତୃତ ତଥ୍ୟ ରହିବ ।  ପିଏଚ୍‌ସିରୁ ସିଏଚ୍‌ସି ବା ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ହେଲେ ନ୍ୟାସନାଲ ହେଲ୍‌ଥ  ଡିଜିଟାଲ ମିଶନ ଆଧାରରେ ଡିଜିଟାଲ ତଥ୍ୟ ରଖାଯିବ । ପ୍ରଧାନମନ୍ତ୍ରୀ ସର୍ବ ସ୍ୱାସ୍ଥ୍ୟ  ଯୋଜନାରେ ଆଗାମୀ ଦୁଇ ବର୍ଷରେ ସବୁ ପଞ୍ଚାୟତରେ ହେଲ୍‌ଥ ୱେଲ୍‌ନେସ୍‌ ସେଣ୍ଟର  ଖୋଲିବ । ସେଠାରେ ତିନି ଜଣ ପାରା ମେଡିକାଲ ଷ୍ଟାଫ୍‌, ଜଣେ ଯୋଗ ଶିକ୍ଷକ  ଓ ଜିଏନ୍‌ଏମ୍‌, ଏଏନ୍‌ଏମ୍‌ ରହିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

କୃଷିଭିତ୍ତିକ ପରବ ଅକ୍ଷୟ ତୃତୀୟା
ଆମ ଓଡ଼ିଶାରେ ଅକ୍ଷୟତୃତୀୟା

କୃଷିଭିତ୍ତିକ ପରବ

ଭୂମିକୁ ଜନନୀ   ମଣି ପୁଜାକରୁ

ଏଇତ ଆମର ଗରବ  I

ବୈଶାଖର ଶୁକ୍ଳ   ତୃତୀୟା ତିଥିରେ

ଅକ୍ଷୟ ତୃତୀୟା ଆସେ

ପିଠୋଉ ଚିତାରେ  ହୁଳହୁଳି ଶବ୍ଦେ

ଘରଟି ଆମର ହସେ  I

ନୂତନ ବର୍ଷର     କୃଷି କର୍ମରସେ

ପ୍ରଥମ ଶୁଭ ଦିନରେ

ଚାଷୀ ନବବସ୍ତ୍ର    ପରିଧାନ କରେ

ସ୍ନାନ ସାରି ପ୍ରଭାତରେ  I

ଚିତା ଟୋକେଇରେ  ଲଙ୍ଗଳ ଲୁହା ଓ

ନୈବେଦ୍ୟ ସଜାଡି ନିଏ

ଐଶନ୍ୟ କୋଣରେ   ଭୂମି ପୂଜିବାକୁ

ମଙ୍ଗଳ ଧ୍ୱନିରେ ଯାଏ   I

ଏହି ତିଥିଟିରେ     ଅକ୍ଷି ମୁଠି ନେଇ

ଅନୁକୂଳ ଧାନବୁଣା

ମାଆ ଲକ୍ଷ୍ମୀଙ୍କୁ ସେ   ଫସଲ ପାଇଁକି

କରିଥାଏ ସୁମରଣା    I

ମାତା ପାରବତୀ    ଦେବୀ ଅରୁନ୍ଧତୀ

ପାଳିଲେ ଅକ୍ଷୟ ବ୍ରତ

ଦେବୀ ଯେ ଇନ୍ଦ୍ରାଣୀ   ଜୟନ୍ତ ନାମକ

ପୁତ୍ର ହୋଇଥିଲେ ପ୍ରାପ୍ତ  I

ଗୃହର୍ନିମାଣ ଓ      ଗୃହ ପ୍ରବେଶ

ମନ୍ଦିର କରିଲେ ର୍ନିମାଣ

କୂପ ପୁଷ୍କରିଣୀ      ଖନନ କରିଲେ

ଶୁଭ ହୋଇଥାଏ ଜାଣ   I

ଭାଗବତ ପାଠ      ଗୀତାଜ୍ଞାନ ଯଜ୍ଞ

କରି ଦେଉଥିବ ଦାନ

ବିବାହ ବ୍ରତାଦି      ପାଇଁ ଏ ଦିନଟି

ଅଟେ ସର୍ବୋତ୍କୃଷ୍ଟ ଦିନ  I

ଏ ଶୁଭ ତିଥିରେ     ତିନିରଥ ଗଢା

ଅନୁକୂଳ ହୋଇଥାଏ

ପଞ୍ଚଲିଙ୍ଗେଶ୍‌ର     ଶ୍ରୀ ଜଗନ୍ନାଥଙ୍କ

ଚନ୍ଦନ ଯାତ୍ରାଟି ହୁଏ    I

କୃଷ୍ଣ ସୁଦାମାଙ୍କ     ବନ୍ଧୁତ୍ୱ ମିଳନ

ଦ୍ୱାରକାରେ  ହୋଇଥିଲା

ଖୁଦଭଜା ଖାଇ      ଅଖଣ୍ଡ ଐଶୂର୍ଯ୍ୟ

ସୁଦାମାଙ୍କୁ ମିଳିଗଲା   I

ବହୁ ସାଧୁସନ୍ଥ      ଏ ପୁଣ୍ୟ ତିଥିରେ

ଅକ୍ଷୟ କରିଲେ ଲାଭ

ଧରିତ୍ରୀ ମାତାର     ପୂଜା ଓ ବନ୍ଦନା

କଲେ ହୋଇଥାଏ ଶୁଭ  I

ଅକ୍ଷୟ ତୃତୀୟା
ଅକ୍ଷୟ ତୃତୀୟା ଆସିଛି ଆଜି

ଘୋଷଯାତ୍ରା ପାଇଁ ରଥ ର୍ନିମାଣ ଅନୁକୂଳ ସାଜି

ଅଖିମୁଠି ଅନୁକୂଳ ଚାଷ ଆରମ୍ଭ କରି

ଆନଂଦେ ବସିଛି କୃଷକ ସବୁ ପାସୋରି

ଚଂଦନ ଜାତ୍ରାର ଶୁଭ ଆରମ୍ଭ

ଏ ତିଥି ଭଗବାନ ପର୍ଷୁରାମଂକ ଅର୍ବିଭାବ

ଆଜି ଦିନରେ, ଭେଟିଲେ ସୁଦମା ବନ୍ଧୁ କୃଷ୍ଣ ସାଥିରେ

କୃଷ୍ଣ ବଢାଇଲେ ଅକ୍ଷୟ ପାତ୍ର ଯୁଧିଷ୍ଠିରଂକ ହାତରେ

ଅସୀମିତ ଭୋଜନ ପାଇଲେ ଏହି ପାତ୍ରରେ

ମହର୍ଷି ବ୍ୟାସଦେବ ରଚିଲେ ମହାଭାରତ ଏହି ତିଥିରେ

ଗଂଗା ମାତାଂକ ହେଲା ଧରା ପୃଷ୍ଠରେ ଅବତରଣ

ତ୍ରେତାୟା ଯୁଗ ହେଲା ଆରମ୍ଭ ଜାଣ

ଶୁଭ କାର୍ଯ୍ୟର ଶୁଭ ମହୁର୍ତ୍ତ ତିଥି ଏଇ

ଶ୍ରୀକୃଷ୍ଣ ରଖିଲେ ଇଜ୍ଜତ ଦୌପ୍ରଦୀଂକୁ ଅକ୍ଷୟ ବସ୍ତ୍ର ଦେଇ

ଆମ ସଂସ୍କୃତି , ଆମ ପର୍ବ ପର୍ବାଣୀ ଆମ ଗୌରବ ଭଊଣୀ ଭାଇ

ଖୁସିରେ ପାଳିବା ସମସ୍ତେ ଏକାଠି ହୋଇ

ପ୍ରସିଦ୍ଧ ଊର୍ଦ୍ଦୁ କବି ମୁନଓ୍ବର ରାଣାଙ୍କ ପରଲୋକ
ଲକ୍ଷ୍ନୌ: ପ୍ରସିଦ୍ଧ ଊର୍ଦ୍ଦୁ କବି ମୁନବ୍ବର ରାଣାଙ୍କ ପରଲୋକ । ଗତ ବିଳମ୍ବିତ ରାତିରେ ହୃଦଘାତ ଯୋଗୁଁ ଲକ୍ଷ୍ନୌସ୍ଥିତ ସଞ୍ଜୟ ଗାନ୍ଧୀ ପିଜିଆଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଇ ମୃତ୍ୟୁ ବେଳକୁ ତାଙ୍କୁ  ୭୧ ବର୍ଷ ବୟସ ହୋଇଥିଲା I ତେବେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ସେ ଦୀର୍ଘ ଦିନ ଧରି ସଞ୍ଜୟ ଗାନ୍ଧୀ ପିଜିଆଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ I ମା’ଙ୍କୁ ନେଇ ଅନେକ କବିତା ଲେଖିଥିଲେ ମୁନଓ୍ବର I ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କ ପ୍ରଶଂସକ ମହଲରେ ଶୋକର ଛାୟା ଖେଈଲି ଯାଇଛି ।

ମୁନଓ୍ବରଙ୍କ ପାରିବାରିକ ସୂଚନାନୁସାରେ, ସେ ଦୀର୍ଘଦିନ ଧରି ଗଳା କର୍କଟ ରୋଗରେ ପୀଡିତ ଥିଲେ I ପ୍ରାୟ ୧୫ ଦିନ ପୂର୍ବରୁ ଅସୁସ୍ଥତା ଯୋଗୁଁ ତାଙ୍କୁ ପ୍ରଥମେ ମେଦାନ୍ତ ହସ୍ପିଟାଲ ଓ ପରେ ଏସଜିପିଜିଆଇରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିଲା। ମାତ୍ର ଗତ ରବିବାର ରାତି ୧୧ ଟାରେ ହୃଦଘାତ ହେବାରୁ ତାଙ୍କର ମୃତ୍ୟୁ ଘଟିଥିଲା I ପାରମ୍ପରିକ ରୀତିନୀତି ଅନୁଯାୟୀ  ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ମୁନବ୍ବରଙ୍କ ପରିବାରରେ ପତ୍ନୀ, ୪ ଝିଅ ଓ ଗୋଟିଏ ପୁଅ ଅଛନ୍ତି।

୧୯୫୨ ମସିହା ୨୬ ନଭେମ୍ବରରେ ମୁନଓ୍ବର ରାଣା ଉତ୍ତର ପ୍ରଦେଶରେ ରାୟବରେଲୀରେ ଜନ୍ମଗ୍ରହଣ କରିଥିଲେ I ଉର୍ଦ୍ଦୁ ସାହିତ୍ୟରେ ତାଙ୍କର ମହତ୍ୱପୂର୍ଣ୍ଣ ଅବଦାନ ରହିଛି I ୨୦୧୪ ‘ଶାହାବାବା’କବିତା ପାଇଁ ସେ ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ I

ଜଳିଗଲା ଯାତ୍ରୀବାହୀ ବସ,ଅଳ୍ପକେ ବର୍ତିଲେ ଯାତ୍ରୀ
ବୋରିଗୁମ୍ମା : ନବରଙ୍ଗପୁର ୨୬ ନମ୍ବର ଜାତୀୟ ରାଜପଥରେ ଜଳିଗଲା ଯାତ୍ରୀବାହୀ ବସ I ଆଜି ସକାଳ ୬ ଟାବେଳେ ଏହି ଅଘଟଣ ଘଟିଛି I ଏଥିରୁ ଅଳ୍ପକେ ବର୍ତି ଯାଇଛନ୍ତି୪୦ ଜଣ ବସ ଯାତ୍ରୀ I

ସୂଚନାନୁସାରେ,ହାଇଦ୍ରାବାଦରୁ ଗୁପ୍ତା ନାମକ ଏକ ଯାତ୍ରୀବାହୀ ବସ ସିନାପାଲି ଯାଉଥିଲା I ତେବେ ବୋରିଗୁମ୍ମା ବସଷ୍ଟାଣ୍ଡ ନିକଟରେ ବସ ର  ଚକା ଫାଟି ହଠାଥ୍ ନିଆଁ ଲାଗିଯାଇଥିଲା। ଏହାଦେଖି ଯାତ୍ରୀମାନେ ବସରୁ ତୁରନ୍ତ ଓହ୍ଲାଇଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ସେତେବେଳକୁ ବସଟି ସମ୍ପୂର୍ଣ ଜଳିଯାଇଥିଲା I  ପରେ ଅନ୍ୟଏକ ବସରେ ଯାତ୍ରୀମାନଙ୍କୁ ସିନାପାଲି ପଠାଯାଇଛି I

ପାହାନ୍ତି ପ୍ରେମର ଉଷ୍ମତା
ସତ କି ସ୍ୱପ୍ନ ମୁଁ ଜାଣିନି ହେଲେ ସପନ ରାଇଜେ ମନ ମୋ ଖୋଜୁଥାଏ ତାକୁ

ବାହାନା ଲୋଡୁଥାଏ ତା ଓଠ ହସ ବଗିଚାରେ ନିଜକୁ ହଜେଇ ଦେବାକୁ

ରାତିର ଗହମ ନିଦରେ ସେ ଆସି ପାଇନ୍ତରା ମାରେ ମୋ ମନ ଅଗଣାରେ

ନିରବୀ ହୃଦୟ ମୋ ଶିହରୀ ଉଠଇ ତା ଶିଥିଳ ଅଶରିରୀ ସ୍ପର୍ଶରେ ।

ଫିକା ବାଦଲର ଆଢୁଆଳରେ ଲାଜର ଗହଣା ନାଇଁ କଣେଇ ଚାଉଁଥିବା ସେ ଜହ୍ନ

ସେ ଚାହାଣିର ନିଶାଣ ସାଜି ମୁରୁକି ହସି ଉଠୁ ଥିବା ମୋ ମନ

ପାହାନ୍ତି ସ୍ୱପ୍ନର ଅପେରା ରାଇଜେ ଖୋଜେ ତାକୁ ମନ ପ୍ରେମର ପରସ ପିନ୍ଧି

ହେଲେ ନିଦ ଭାଙ୍ଗିବାର ଅପରାଧେ, ସ୍ୱପ୍ନ କାରାଗାରେ ହେଇଯାଏ ମୁଁ ବନ୍ଦୀ ।

ତା ତନୁ ମନ ଛୁଇଁ ଅଙ୍ଗେ ଅଙ୍ଗେ ଭରି ମଧୁର ପୁଲକ ଉନ୍ମଦିଯାଏ

ଭାଙ୍ଗେ ମୋ ନିଦ ନିଃଶ୍ୱାସେ ତା ଦେହର ମହକ ଲହରୀ ଖେଳିଯାଏ,

ଖୋଜି ବୁଲେ ମନ ପାଇବାକୁ ସେ ଉଷୁମ ସ୍ପର୍ଶ ପରର ସିହରଣକୁ

ତା ଲାଜୁଆ ଫୁଲର ଅତର ଭିତରେ ନିଜକୁ ଭିଜେଇ ଦେବାକୁ ।

ଖେଳୁଥାଏ ହସ ତା କୋମଳ ଓଠରେ ଝାପ୍‌ସା ଅବିର ବୋଳି

କେବେ ବୈଶାଖ କୃଷ୍ଣ ଚୂଡ଼ାର ନାୟିକା ତ’ କେବେ ଶ୍ରାବଣୀ ବଧୂ ଟିଏ ଭଳି,

ଗଭୀର ନିଶୀଥେ ମୋ ପ୍ରେମ ପ୍ରଣୟିନୀ ଖୋଜେ ସେ ନୀଳ ନୟନାର ତୃଷ୍ଣା,

ମହୁଆ ମାଦକ ସଂଜୁଆ ବେଳର ସେଇ ସଜ ଶେଫାଳୀର ବାସ୍ନା ।

ମୋ ହୃଦୟ ସାଗରେ ଅସରନ୍ତି ପ୍ରଶ୍ନ ଢେଉ ତା’ ଉତ୍ତରର ଅପେକ୍ଷାରେ

ଅମାନିଆ ମନ ତଥାପି ଇଚ୍ଛାରେ ହଜିଯିବାକୁ ତା ଶାଶ୍ୱତ ପ୍ରେମ ଆଲିଙ୍ଗନରେ,

କେମିତି ଭାବିବି ସେ ମୋ ପାଇଁ କ’ଣ, କବିର କବିତା ନା ଶିକାରୀ ନିଶାଣ

ନିଦ ଭାଙ୍ଗିବାର ଅପରାଧେ ବନ୍ଦୀ ହୋଇ ସହେ ଆଜି ମୁଁ କେତେ କଷଣ ।

ଆସିଲାଣି ସଞ୍ଜ
ଆକାଶର ରଙ୍ଗ ଧୂସର ଦିଶୁଛି

ମଉଳିଗଲାଣି ଖରା

ଫେରିଯିବା ପାଇଁ ଦିନ ସଜବାଜ

ନୀରବି ଯାଉଚି ଧରା

ମାଆ କହିଲେଣି ସଞ୍ଜ ନଇଁଲାଣି

ସଅଳ ସାରିକି ଖେଳ

କୁନା ମୁନା ରୁନା ଫେରି ଆସ ଘରେ

ହେଲାଣି ପଢିବାବେଳ

ତୁମ ଆଗେ ଲମ୍ବା ସମୟ ପଡିଛି

ମୋ ପାଖେ ସମୟ ନାହିଁ

ଘରର ପାଇଟି ସାରିଦେବି ସବୁ

ସଞ୍ଜ ଚାଲିଯିବ ଧାଇଁ

ନୀଡ଼ ଲେଉଟାଣି ପକ୍ଷୀ ଫେରିଲେଣି

ଥଣ୍ଟରେ ଆହାର ଧରି

ରାତି ଆସିଲାଣି ଚଷାପୁଅ ଫେରେ

କ୍ଷେତରୁ ପାଇଟି କରି

ହାଟରୁ ସଉଦା ସାରି ନବଘନ

ଫେରି ଆସିଲା ତା ଗାଆଁ

ଟୋପାଏ କାକର ଆକାଶଛାତିରୁ

ପଡିଲା ମାଟିରେ ଛାଆଁ

ଦାଣ୍ଡଅଗଣାରେ ଆଇ କହିଦେଲା

ମଜା ଗପ ହସି ହସି

ଟୁକୁନା ଶୁଣିଲା ପାଠପଢା ସାରି

ଗପ ଆଇପାଖେ ବସି

ସାଇକେଲ ଚଢି ବଜାରକୁ ଗଲେ

ଅଜାତ ଆଣିବେ ଖଜା

ଖଜା ଗଜା ଖାଇ ପିଲାଏ କରିବେ

ଖୁସି ଓ ମଉଜ ମଜା

ସଞ୍ଜଗଡିଯିବ ସମୟ ବଢିବ

ବହଳ ହୋଇବ ରାତି

ନିଘୋଡ଼ ନିଦରେ କୁନା ଶୋଇଯିବି

ବୋଉକୋଳେ ମଥାପାତି

ସବୁଠାରେ ଅଛ ଲୁଚି
ତୁମେ ଅଛ ଫୁଲ ଫଳେ

ନଦୀ ଝର ଜଳେ

ଆସେ ଦିନ ରାତି ତୁମ

କରୁଣାର ବଳେ

ଆକାଶ ଛାତିରେ ତୁମେ

ଖଞ୍ଜି ଅଛ ତାରା

ଜହ୍ନରୁ ଖସେ ଆଲୋକ

ଜୋଛନାର ଧାରା

କଳାମେଘ କୋଳେ ତୁମେ

ଢାଳିଦିଅ ପାଣି

ଫଳରେ ମଧୁର ରସ

ଦେଇଅଛ ଜାଣି

ଫୁଲରେ ସୁବାସ ପୁଣି

ଶିଶୁ ଓଠେ ହସ

ଛବିଳ ସଂସାର ଗଢି

କରିଅଛ ବଶ

ତୁମରି ଆଦେଶେ ପକ୍ଷୀ

ଉଡେ ପର ଝାଡ଼ି

ଝରଣାଟି ଗୀତଗାଇ

ଯାଏ ଦୂରେ ମାଡି

ତୁମେ ବାନ୍ଧିଅଛ ସ୍ନେହ

ମମତାର ଡୋର

ଗଢ଼ିଛ ସରଗସମ

ସୁନ୍ଦର ଏ ଘର

ସବୁଠାରେ ଅଛ ଲୁଚି

ନ ଦିଅ ତ ଦେଖା

ମଣିଷ ଭୁଞ୍ଜଇ ସୁଖ

ଦୁଃଖ ଯାହା ଲେଖା

ପୁରୀ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ପୁରୀ: ଜୁନ ୦୪: ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଓ ବ୍ରଜରାଜନଗର ଉପନିର୍ବାଚନ ବାବଦରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟକୁ ତର୍ଜମା କରାଯିବା ସହ ଶ୍ରୀମନ୍ଦିରର ଶ୍ରୀବୃଦ୍ଧି ପାଇଁ ସର୍ବସମ୍ମତି କ୍ରମେ ସବୁକିଛି କାର୍ଯ୍ୟ ହେବା ଦରକାର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ହଜାର ବର୍ଷର ଶ୍ରୀମନ୍ଦିର ଐତିହ୍ୟ କିଭଳି ସୁରକ୍ଷିତ ରହିବ ସେ ନେଇ ଏହି ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ ବୋଲି ଦର୍ଶନ ପରେ ପ୍ରତିକ୍ରିୟା ଦେଇ କହିଛନ୍ତି । ସେପଟେ ବ୍ରଜରାଜନଗର ଉପନିର୍ବାଚନର ଫଳାପଳକୁ ନେଇ ମଧ୍ୟ ମତ ରଖିଛନ୍ତି । ଶ୍ରୀଯୁକ୍ତ ପ୍ରଧାନ କହିଛନ୍ତି ୨୦୧୯ ପରଠାରୁ ସାଙ୍ଗଠନିକ ସ୍ଥିତି ଦୁର୍ବଳ ହୋଇଯାଇଛି । ଫଳାଫଳକୁ ନେଇ ତର୍ଜମା କରାଯିବା ସହ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା କିଭଳି ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚିପାରିବ ସେ ନେଇ ଦଳ କାର୍ଯ୍ୟ କରିବ । ସଂଗଠନକୁ ଆହୁରି ମଜବୁତ କରାଯିବ ବୋଲି ସେ କହିଛନ୍ତି ।

ସ୍ୱତନ୍ତ୍ର ମୋ ଉତ୍କଳ ଭୂଇଁ
ଏଇ ଆମ ଓଡିଶା ଭାଷା ଆମର ଓଡ଼ିଆ

ନାମରେ ମଧୁର ଅଛି ଲାଗେ ଭାରି ବଢିଆ ।

ଏଇ ଭାଷାରେ କେତେ ଯେ କବି ଉତ୍ପତ୍ତି ହୋଇ

କାବ୍ୟ କବିତା ମହାପୁରାଣ ଅଛନ୍ତି ଲେଖି । ।

ଭାଷା କୁ ନେଇ ସ୍ୱତନ୍ତ୍ର ରାଜ୍ୟ ଗଠନ ନିମନ୍ତେ

ମଧୁବାବୁ ଗୋପବନ୍ଧୁ ଦାସ ଆହ୍ୱାନ ଦେଲେ ।

ତାଙ୍କର ବାଣୀ ସାରା ରାଇଜେ ପ୍ରଚାର ହେଲା

ଓଡିଆ ସବୁ ଏକତ୍ରିତ ଆନ୍ଦୋଳନ କରିଲେ ଭଲା । ।

ଆନ୍ଦୋଳନ ରେ ସାମିଲ ହେଲେ ଅନେକ ରାଜା

ରାଇଜ ସାରା ସ୍ୱର ଉଠେଇଲେ ବଜାଇ ବାଜା ।

ଗଗନ ପବନ ପ୍ରକମ୍ପିତ ହୋଇଲା ଧରଣୀରେ

ସମସ୍ତ କବି ଚିତ୍ର ଆଙ୍କିଲେ ନିଜର ଲେଖନିରେ । ।

ପରିଶେଷରେ କମ୍ପନ ହେଲା ଇଂରେଜଙ୍କ ଛାତି

ସହମତି ଦେଲେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଭାବି ।

ଉଣେଇଶ ଶହ ଛତିଶ ମସିହା ଅପ୍ରେଲ ଏକ

ତାରିଖରେ ସ୍ୱତନ୍ତ୍ରତା ପାଇ ରଖିଲା ଯଶ । ।

ଆଜିର ଦିନରେ ଦେଶ ବିଦେଶରେ ତାରି ସୁନାମ

କେତେ ବୈଜ୍ଞାନିକ ଶଳ୍ପୀ କାରିଗର ରଖିଲେ ନାମ ।

ଜଗନ୍ନାଥ ଙ୍କ ବଡଦେଉଳ ରେ ରହିଛି କିର୍ତ୍ତୀ

କୋଣାର୍କ ରେ ଚାରୁକଳା ମିଳେ ଚାରୁ ମୂରତ୍ତି । ।

ମହୋଦଧି ର ଅପରୂପ ଶୋଭା ସଭିଙ୍କୁ ଟାଣୁଛି

ମରାଳ ମାଳିନୀ ଚିଲିକା ର ସୁଷମା ମନମୋହୁଛି ।

ଉଦୟଗିରି ଖଣ୍ଡଗିରିରେ ରହିଛି ଅତୀତ ଗାଥା

ଲିଙ୍ଗରାଜ , କଟକଚଣ୍ଡିରେ କରିବ ତଲକୁମଥା । ।

ଐତିହ୍ୟ କିର୍ତ୍ତୀ ବାରବାଟୀ ଅଛି ମହାନଦୀ କୂଳେ

ଏକାମ୍ର ନଗରୀ ଶୋଭା ପାଉଅଛି ମନ୍ଦିର ମାଳେ ।

ସମ୍ବଲପୁର ରେ ସମଲେଶ୍ୱରୀ ହୀରାକୁଦ ବନ୍ଧ

କଳାହାଣ୍ଡି ରେ ମାଣିକେଶ୍ୱରୀ ରଖିଛି ଟେକ । ।

ପଟଣାଗଡରେ ପାଟଣେଶ୍ୱରୀ ମାଆଙ୍କ ସେବା

ସାରା ରାଇଜେ କୀର୍ତ୍ତି ଅଛି କି ଉପମା ଦେବା ।

ଉତ୍କଳ ଭୂଇଁ ମହାପୁଣ୍ୟ ଭୂଇଁ ଭାରତ ଦେଶେ

ଯୁଗ ଯୁଗ କୁ କୀର୍ତ୍ତି ରହିବ ବିଶ୍ୱ ରେ ନିଶ୍ଚେ । ।

ପ୍ରତାପ କେଶରୀ ସାହୁ ,ପ୍ରଧାନ ଶିକ୍ଷକ

ପଲମ,ନର୍ଲା, କଳାହାଣ୍ଡି

ମୋବାଇଲ ନମ୍ବର- ୮୯୧୭୪୦୫୬୧୦

ପାହାଡି ଝରଣା
ସେଇ ଦୂର ପାହାଡି ଝରଣା

ନେତ୍ର ଫଳକକୁ ଆହ୍ଲାଦ ଦିଏ

ଦିଗନ୍ତ ବିସ୍ତାରିଥିବା ନୀଳ ଆକାଶ ବି

ତା ଠୁ ଟିକେ କମ୍‌ ନୀଳ ଲାଗେ

ବଂଶୀର ମଧୁର ମୂର୍ଚ୍ଛନାବି ଫିକାଲାଗେ

ତା କଳକଳ ନାଦ ଠାରୁ

କେଜାଣି କେଉଁଠୁ ନିର୍ଗତ ହୁଏ ସେ

ମା କୋଳର ନିସ୍ୱାର୍ଥ ପ୍ରେମ ପରି

ନିର୍ବିକାରେ ଝରିଯାଏ

ତୃଷାର୍ତ୍ତର ତୃଷ୍ଣା ମେଣ୍ଟାଇବା ଅର୍ଥେ

କିନ୍ତୁ ସତରେ ସେ କେଡେ ଏକା ?

ମନର ଏକାକି ଭାବକୁ ନେଇ ଝରୁଥାଏ

ସତେ ଯେମିତି କହି ପକେଇବ ଅନେକ କଥା

କିନ୍ତୁ ତା କଥା ଶୁଣିବ ବା କିଏ!

ପାହାଡି ଝରଣା ସେ

ବହିଯିବା ତା ଲିଖିତ ଭାଗ୍ୟ

ଶାନ୍ତ ସଧିରତା ତା ପାଇଁ ପାପ

ସତେ ଯେମିତି କେଉଁ ଅସ୍ପୃଶ୍ୟ ଗାଁର କନ୍ୟା

ସମସ୍ତେ ତା ପାଇଁ ପରଦେଶୀ

ସାମାନ୍ୟ ନିକଟତର ହେବାର ଚେଷ୍ଟା ବି

ତା ସହ ଭାସିଯିବାର ଆସ୍ପର୍ଦ୍ଧା

ସେଥିପାଇଁ ସେ ପାହାଡି ଝରଣା

ନେତ୍ର ଫଳକକୁ ଆହ୍ଲାଦ ଦିଏ

ତା ସହ ଭାସିବା ମନା