ଅପରାଧ - Samaya Live

ଘରକୁ ଡାକି ସାଙ୍ଗକୁ ବଳି ଚଢ଼ାଇଲା ସାଙ୍ଗ
ବଲାଙ୍ଗିର : ବଲାଙ୍ଗୀରରେ ଚାଞ୍ଚଲ୍ୟ । ଅନ୍ଧବିଶ୍ୱାସର କରୁଣ ପରିଣତି । ୫ଦିନ ପରେ  ସାମ୍ନାକୁ ଆସିଲା ପାଣିରୁ ଉଦ୍ଧାର ହୋଇଥିବା ମୁଣ୍ଡ ବିହୀନ ଶବ ପଛର ଘଟଣା । ମାନସିକ ପୂରଣ ପାଇଁ ସାଙ୍ଗକୁ ଘରକୁ ଡାକି ବଳି ଦେଇଥିଲା ସାଙ୍ଗ । ଏହାପରେ ମୁଣ୍ଡକୁ ପୂଜାପାଠ କରି ଘର ଅଗଣାରେ ପୋତିବା ପରେ ଗଣ୍ଡିକୁ ପୋଖରୀ ଭିତରକୁ ଫିଙ୍ଗି ଦେଇଥିଲା । ଏଭଳି ଲୋମଟାଙ୍କୁରା ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ । ମୃତକ ତୁଷୁରା ଥାନା ବଡ଼ାମୁଣ୍ଡା ଗ୍ରାମର ସନ୍ତୋଷ ଖର୍ସେଲ (୪୫)। ହତ୍ୟା ଅଭିଯୁକ୍ତ ବଗଡ଼ା ଗାଁର ଶତ୍ରୁଘ୍ନ ସାହୁକୁ ପୁଲିସ୍ ଅଟକ ରଖିଛି । ତେବେ ମାଡ଼ ନିଶାରେ ଏପରି ହତ୍ୟାକାଣ୍ଡ ଘଟିଥିବା କହିଛି ଅଭିଯୁକ୍ତ ଶତ୍ରୁଘନ ସାହୁ ।

ଘଟନାନୁସାରେ, ଗତ ୫ଦିନ ପୂର୍ବରୁ ଦେଓଗାଁ ବଗଡ଼ା ଗାଁ ହାଇସ୍କୁଲ ପୋଖରୀରୁ ଏକ ମୁଣ୍ଡବିହୀନ ଗଳିତ ଶବ ଜବତ କରିଥିଲା ପୋଲିସ । ମୃତଦେହର ମୁଣ୍ଡ ନ ଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ୍ ପ୍ରଥମରୁ ସନ୍ଦେହ କରିଥିଲା। ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ ସହ ତଦନ୍ତ ବେଳେ ମୃତଦେହଟି ୫ଦିନ ଧରି ନିଖୋଜ ଥିବା ଟେବେଡ଼ାମୁଣ୍ଡା ଗାଁର ସନ୍ତୋଷ ଖରସେଲଙ୍କର ବୋଲି ଜଣାପଡ଼ିଥିଲା । ତାଙ୍କ ଘରକୁ ଖବର ପଠାଇବା ପରେ ପରିବାର ଲୋକେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ । ଅଧିକ ତଦନ୍ତ ବେଳେ ଘଟଣାରେ ବଗଡ଼ା ଗାଁର ଶତୃଘନ ସାହୁ ସମ୍ପୃକ୍ତି ଥିବା ନେଇ ଜଣାପଡିଥିଲା । ଏହାପରେ ଦେଓଗାଁ ଥାନା ଏସ୍ଡିପିଓ ସରୋଜ ଉପାଧ୍ୟାୟ ଶତ୍ରୁଘ୍ନକୁ ଥାନାକୁ ଆଣି ପଚରାଉଚୁରା କରିବା ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଥିଲା।

ପୋଲିସ ଜେରା ପରେ ସନ୍ତୋଷଙ୍କୁ ହତ୍ୟା କରିଥିବା ଶତ୍ରୁଘ୍ନ ମାନି ନେଇଥିଲା । ସନ୍ତୋଷକୁ ଘରକୁ ଡାକି ପ୍ରଥମେ ମଦ ପିଆଇଥିଲା ଶତ୍ରୁଘ୍ନ । ପରେ ପୂଜା ପାଠ କରି ଶତ୍ରୁଘନର ମୁଣ୍ଡ କାଟି ଘର ଅଗଣାରେ ପୋତିଦେଇଥିବା ସହ ଶରୀରକୁ ପୋଖରୀକୁ ଫିଙ୍ଗି ଦେଇଥିବା କଥା କହିଥିଲା । ଘର ଭିତରେ ପୋଲିସ ଯାଞ୍ଚ କରିବାରୁ ଘଟଣାସ୍ଥଳରୁ ଖୋଳି କଟାମୁଣ୍ଡ ଜବତ କରିଥିଲା। କଟାମୁଣ୍ଡ ପୋତାଯାଇଥିବା ଘରେ ତିନୋଟି ତମ୍ବା ନାଗ ଏବଂ କାଠଖୁଣ୍ଟରେ ପୂଜାର୍ଚ୍ଚନା କରି ବେଲପତ୍ର ଚଢ଼ାଯାଇଥିବା ଦେଖିବାକୁ ମିଳିଛି । ଶତ୍ରୁଘ୍ନକୁ ,ସନ୍ତୋଷଙ୍କୁ ବଳି ଦେଇଥିବା ସ୍ୱୀକାର କରିବା ସହ ସମସ୍ତ ଘଟଣା ବଖାଣିଥିଲା । ଏଥିରେ ଶତୃଘନର ପୂରା ପରିବାର ସାମିଲ ବୋଲି ସନ୍ତୋଷ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ନରେନ୍ଦ୍ର ସାହୁଙ୍କ ଅପହରଣ ଘଟଣାରେ ମହିଳା ଏସଆଇଙ୍କ ସମ୍ପୃକ୍ତି !
ବଲାଙ୍ଗୀର : ବ୍ୟବସାୟୀ ଅପହରଣ ଘଟଣାରେ ମହିଳା ଏସଆଇଙ୍କ ସମ୍ପୃକ୍ତି ! ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ ଗୁଣ୍ଡା ଅପହରଣ ଘଟଣାରେ ବଡ଼ ଟ୍ଵିଷ୍ଟ । ଘଟଣାରେ ମହିଳା ଏସଆଇ ସ୍ନେହାମଞ୍ଜରୀ ସାହୁ ଅଟକ। ନରେନ୍ଦ୍ର ସାହୁଙ୍କୁ ଅପହରଣ ଘଟଣାରେ ଭାଇ କ୍ଷିତୀଶ ସାହୁଙ୍କୁ ସହଯୋଗ କରିଥିଲେ ସ୍ନେହାମଞ୍ଜରୀ । ମହିଳା ଏସଆଇଙ୍କ ସହ ଅନ୍ୟ ଜଣେ ଅଭିଯୁକ୍ତ ସଞ୍ଜୟ ଜେନା ଅଟକ ଥିବା ସୂଚନା ଦେଇଛନ୍ତି ବଲାଙ୍ଗୀର ପୋଲିସ । ଘଟଣାରେ ପୂର୍ବରୁ କ୍ଷିତୀଶ ସାହୁ ଏବଂ ସଂଜିତ ବେହେରାଙ୍କୁ ଗିରଫ କରାଯାଇଥିଲା । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ । ଏହି ଘଟଣାରେ ଆଉ କିଛି ଲୋକଙ୍କ ସମ୍ପୃକ୍ତି ଥିବା ନେଇ ଅଟକ ରଖିଛି ବଲାଙ୍ଗୀର ପୋଲିସ ।

ଘଟନାନୁସାରେ, ଗତ ୧୪ ତାରିଖ ଅପରାହ୍ଣରେ ବଲାଙ୍ଗୀର ସହରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁଙ୍କୁ ଅପହରଣ କରାଯାଇଥିଲା । ବୌଦ୍ଧ କଣ୍ଟାମାଲ ଅଞ୍ଚଳର କ୍ଷିତୀଶ ସାହୁଙ୍କ ସହ ଅନ୍ୟ ୬ଜଣ ମିଶି ନରେନ୍ଦ୍ରଙ୍କୁ ଅପହରଣ କରି ଭୁବନେଶ୍ୱର ଖଣ୍ଡଗିରି ରେ ଥିବା ଏକ ହୋଟେଲରେ ଲୁଚାଇ ରଖିଥିଲେ । ନରେନ୍ଦ୍ରଙ୍କୁ ଅପହରଣ କଲା ପରେ ତାଙ୍କ ପରିବାରକୁ ଅଭିଯୁକ୍ତ ୫୦ ଲକ୍ଷ ଟଙ୍କା ଦାବି କରୁଥିଲେ । ଶନିବାର ସନ୍ଧ୍ୟାରେ ବଲାଙ୍ଗୀର ଓ ଭୁବନେଶ୍ବରର ସ୍ବତନ୍ତ୍ର ପୋଲିସ ସ୍କ୍ବାଡ୍‌ ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ଏକ ହୋଟେଲରୁ ଅପହୃତ ବ୍ୟବସାୟୀ ସାହୁଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ। ହନୁମାନ ଟଙ୍କା ପାଇଁ ମୋଟା ଅଙ୍କର ଟଙ୍କା କାରାବାରକୁ ନେଇ ଏହି ଅପହରଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ପଦାକୁ ଆସିଲା 'ଭୁତ ବଙ୍ଗଳା' ସତ, ଅଭିଯୁକ୍ତ ଗିରଫ
ଭୁବନେଶ୍ୱର : ଖୋଲିଲା ଭୁତ ବଙ୍ଗଳା ର ଭିତିରି କଥା । ଭୁତ ନାଁ ଦେଇ ଜଘନ୍ୟ କାଣ୍ଡ ଘଟାଇଥିବା ଅଭିଯୁକ୍ତକୁ ଗିରଫ  । ପୋଲିସ ଜେରା ପରେ ସତ ଉଗାଳିଛି ଅଭିଯୁକ୍ତ । ଭୁତ ନାଁ ରେ ଭିଣୋଇକୁ ଅତି ନିର୍ମମ ହତ୍ୟା କରିଥିଲା ଶାଳକ । ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଅନ୍ତର୍ଗତ ପାଇକରାପୁର ଭୁତ ବଙ୍ଗଳାରେ ଘଟିଛି ଏହି ହତ୍ୟାକାଣ୍ଡ । ଭିଣୋଇ ମୋହନୀ ଦାସକୁ ଠେଙ୍ଗାରେ ପିଟି ହତ୍ୟା କରିଛି ଶାଳକ ବ୍ରଜକିଶୋର ଭୋଇ ଓରଫ ବାପି । ଏହାପରେ ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦେବାକୁ ଯାଇ ଭିଣୋଇଙ୍କ ମୃତ ଦେହକୁ ବଙ୍ଗଳାର ଛାତ ଉପରୁ ତଳକୁ ଠେଲି ଦେଇଥିଲେ । ସେହି ସମୟରେ ଏହି ହତ୍ୟାକାଣ୍ଡକୁ ଭୁତ ଠେଲି ମାରିଥିବା କଥା ପ୍ରଚାର କରାଯାଇଥିଲା । ଏପରିକି ଗୁରୁତର ଅବସ୍ଥାରେ ମୋହନୀ ଦାସଙ୍କୁ ଏମ୍ସ ରେ ନେଇ ଭର୍ତି କରିଥିଲା ବ୍ରଜକିଶୋର । ଏହାପରେ ତାଙ୍କୁ ସେଠାରୁ କଟକ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଗତ ଅଗଷ୍ଟ ୧ ତାରିଖରେ ଘଟିଥିଲା ହତ୍ୟାକାଣ୍ଡ । ପରେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁସାରେ ଅଭିଯୁକ୍ତ ବ୍ରଜକିଶୋର ଭୋଇଙ୍କୁ ଗିରଫ କରିଛି ଚନ୍ଦକା ପୋଲିସ ।

ଘଟନାନୁସାରେ, ପାଇକରାପୁରରେ କୁପରିଚିତ 'ଭୂତବଙ୍ଗଳା' ଜାଗା ରଖ ଦାୟିତ୍ୱରେ ଥିଲେ ଅଭିଯୁକ୍ତ ବାପି ଭୋଇ ଏବଂ ତାଙ୍କ ବାପା । ତେବେ ବଙ୍ଗଳାଟି ଜରାଜୀର୍ଣ୍ଣ ଅବସ୍ଥାରେ ଅତିଭୟଙ୍କର ହୋଇଥିବାରୁ ରାତିରେ ସେଠାରେ ବାପି ଭୋଇଙ୍କର ପରିଚିତ ଭିଣୋଇ ମୋହନୀ ଦାସଙ୍କ ସମେତ ଅନ୍ୟ ୪ ଜଣ ମଧ୍ୟ ଆସି ଶୋଉଥିଲେ । ଘଟଣାଦିନ ଅର୍ଥାତ ଅଗଷ୍ଟ ୧ ତାରିଖ ରାତିରେ ବାପି ମଦ ପି' ବା ପରେ ଶୋଇବାକୁ ଆସି ଦେଖିଥିଲେ ଯେ ତାଙ୍କ ଶୋଇବାପାଇଁ ସେଠାରେ ଆଉ ଜାଗା ନଥିଲା । ଏହା ଦେଖି ବାପି ଭୋଇ ନିଶାସକ୍ତ ଅବସ୍ଥାରେ ଏକ ଠେଙ୍ଗା ଆଣି ସମସ୍ତଙ୍କୁ ନିର୍ଘାତ ପିଟିଥିଲା  । ଅନ୍ୟ ମାନେ ଧାଇଁ ପଳାଇ ଯାଇଥିବାବେଳେ ବାପି ଭୋଇ ର ଠେଙ୍ଗା ମାଡ଼ରେ ଭିଣୋଇ ମୋହନୀ ଦାସ ଗୁରୁତର ହୋଇ ପଡ଼ିଥିଲେ । ଆହତ ହୋଇଥିବା ଭିଣୋଇଙ୍କୁ ଭୁତ ବଙ୍ଗଳା ଛାତକୁ ଯାଇ ତଳକୁ ଠେଲି ଦେଇଥିଲା ବାପି। ଏହାପରେ ମୋହନୀଙ୍କୁ ଭୁତ ଠେଲି ଦେଇଥିବାକଥା ପ୍ରଚାର କରିଥିଲା ।  ଏହି ଘଟଣାରେ ପାଇକରାପୁର ରେ ରହୁଥିବା ମୃତକଙ୍କ ପତ୍ନୀ ଚନ୍ଦକା ଥାନାରେ ଏତଲା ଦେଇଥିଲେ ।

ଏତଲା ଆଧାରରେ ଚନ୍ଦକା ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ଘଟଣାଦିନ ଉପସ୍ଥିତ ଥିବା ଅନ୍ୟ ୪ ଜଣଙ୍କୁ ଜେରା କରିବା ପରେ ବାପି ଭୋଇ ର ସତ ପଦାକୁ ଆସିଥିଲା । ମାମଲାର ତଦନ୍ତ କରି ଅଭିଯୁକ୍ତ ବ୍ରଜ କିଶୋର ଭୋଇକୁ ଗିରଫ କରାଯାଇଛି  ।

ବିଜେପି ନେତା ଫକୀର ରଣା ଙ୍କ ହତ୍ୟା ଘଟଣାରେ ୩ ଗିରଫ
କଳାହାଣ୍ଡି : ବିଜେପି ନେତାଙ୍କ ହତ୍ୟା ଘଟଣାରେ ୩ଜଣଙ୍କୁ ଗିରଫ କରିଛି କଳାହାଣ୍ଡି ପୋଲିସ । ଗତ ବୁଧୁବାର ସନ୍ଧ୍ୟାରେ ମଦନପୁର ରାମପୁର ଥାନା ଡମ୍ କର୍ଲାଖୁଣ୍ଟା ପଂଚାୟତ ଅଫିସ ସାମ୍ନାରେ ବିଜେପି ନେତା ଫକୀର ରାଣାଙ୍କୁ କିଛି ଦୁର୍ବୁତ୍ତ ଛୁରୀ ଭୁସି ହତ୍ୟା କରିଥିଲେ । ଏନେଇ ମଦନପୁର ରାମପୁର ଥାନାରେ ଅଭିଯୋଗ କରିଥିଲେ ବିଜେପି ନେତାଙ୍କ ପତ୍ନୀ ତଥା କର୍ଲାଖୁଣ୍ଟା ସରପଞ୍ଚ ସ୍ନିଗ୍ଧା ରଣା । ଅଭିଯୋଗ ଅନୁସାରେ ଘଟଣାର ତଦନ୍ତ କରି ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କୁ ଗିରଫ କରାଯାଇଛି । ଘଟଣାରେ ସମ୍ପୃକ୍ତ ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଶୀଘ୍ର ଧରିବା ପାଇଁ ପୋଲିସ ତଦନ୍ତ ଜାରି ରହିଛି । ଫକୀର ରାଣାଙ୍କୁ ପୂର୍ବ ଶତ୍ରୁତା ପାଇଁ ହତ୍ୟା କରାଯାଇଥିବା ନେଇ ସୂଚନା ଡ଼େଇଁଛଟି କଳାହାଣ୍ଡି ଏସପି ।

ବିଜେପି ନେତାଙ୍କୁ ହତ୍ୟା,୨ ଅଟକ
ଭବାନୀପାଟଣା : ପୂର୍ବ ଶତ୍ରୁତାରୁ ବିଜେପି ନେତାଙ୍କୁ ହତ୍ୟା । କଳାହାଣ୍ଡି-ବିଜେପି ନେତା ଫକୀର ରଣାଙ୍କୁ ଛୁରୀ ଭୁସି ହତ୍ୟା ଘଟଣାରେ ୪ ଜଣଙ୍କ ନାଁରେ ଅଭିଯୋଗ ହୋଇଛି । ୨ ଜଣକୁ ପୋଲିସ ଅଟକ ରଖିଥିବା ବେଳେ ଦୁଇ ଜଣ ସନ୍ଦିଗ୍ଧ ଫେରାର ଅଛନ୍ତି । କିଏ ଓ କାହିଁକି ବିଜେପି ନେତା ଫକୀର ରଣାଙ୍କୁ ହତ୍ୟା କଲା, ତାକୁ ତଦନ୍ତ ଜୋରଦାର କରିଛି ପୋଲିସ ।

ମୃତକ ଫକୀର ରଣା ହେଉଛନ୍ତି କାର୍ଲାମୁଣ୍ଡା ସରପଂଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ । ଗତକାଲି ସନ୍ଧ୍ୟା ସମୟରେ ଫକୀର ରଣା କାମ ସାରି ଘରକୁ ଫେରୁଥିବା ବେଳେ ଡ଼ମ କାର୍ଲାମୁଣ୍ଡା ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ତାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲେ ଦୁର୍ବୁତ୍ତ । ଗୁରୁତର ଅବସ୍ଥାରେ ଫକୀରଙ୍କୁ ସ୍ଥାନୀୟ ଡାକ୍ତରଖାନା ଅଣାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ହତ୍ୟା ପରେ ଦୁର୍ବୁତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣାର ଖବର ପାଇ ମଦନପୁର ରାମପୁର ଥାନା ପୋଲିସ ଓ କେସିଙ୍ଗା ଏସଡିପିଓ ତଦନ୍ତ କରୁଛନ୍ତି । ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଘଟଣାରେ ସମ୍ପୃକ୍ତ ୨ ଜଣକୁ ଗିରଫ କରାଯାଇଥିବା ବେଳେ ଆଉ ୨ଜଣ ଫେରାର ଅଛନ୍ତି । ଫକୀର ରଣାଙ୍କର କାହା ସହ ଶତ୍ରୁତା ଥିଲା ଏନେଇ ତଦନ୍ତ ଜାରି ରହିଛି । ଠିକା କାମକୁ ନେଇ ଫକୀର ରଣାଙ୍କୁ ହତ୍ୟା ହୋଇଛି କି ? ଏ ସମସ୍ତ ଦିଗକୁ ନେଇ ପୋଲିସ ଛାନବିନ୍ କରୁଛି ପୋଲିସ ।

ମଞ୍ଚେଶ୍ୱର ଥାନା ଅଞ୍ଚଳରେ ୨ଟି ବିଭତ୍ସ ହତ୍ୟାକାଣ୍ଡ
ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ୧୨ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଦୁଇଟି ଅଘଟଣ ଘଟିଛି । ଗତକାଲି ସନ୍ଧ୍ୟାରେ ସ୍ତ୍ରୀର ଗଳାକାଟି ସ୍ୱାମୀ ହତ୍ୟା କରିଥିବା ବେଳେ ଆଜି ସକାଳେ ମଞ୍ଚେଶ୍ୱର ଥାନା ମଞ୍ଚନାଥ ବିହାରରେ ବାପାଙ୍କ ମୁଣ୍ଡକୁ ପଥରରେ ଛେଚି ପୁଅ ହତ୍ୟା କରିଥିବା ଜଣାପଡିଛି । ଅଭିଯୁକ୍ତ ପୁଅକୁ ଅଟକ ରଖି ମଞ୍ଚେଶ୍ୱର ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଘଟଣାନୁସରେ,ରଣପୁର ମଝିଆଅଖଣ୍ଡ ଗ୍ରାମର ପ୍ରଦୀପ କୁମାର ଜେନା ୯ବର୍ଷ ତଳେ ନୟାଗଡ଼ ବାଉଁଶିଆ ପଡ଼ାର ମୋନିକା ଜେନାଙ୍କୁ ପ୍ରେମ ବିବାହ କରିଥିଲେ । ସେମାନଙ୍କର ୭ ବର୍ଷର ପୁଅଟିଏ ମଧ୍ୟ ରହିଛି । ବିଭିନ୍ନ ସମୟରେ ପାରିବାରିକ କଳହ ଲାଗି ରହୁଥିଲା । ତେବେ ସ୍ୱାମୀଙ୍କର ଅନ୍ୟ ଯୁବତୀଙ୍କ ସହ ସମ୍ପର୍କକୁ ନେଇ ମୋନିକା ୨ ବର୍ଷ ତଳୁ ସ୍ୱାମୀଙ୍କୁ ଛାଡି ଚକେଇସିହାଣୀ ସାହୁ କଲୋନୀରେ ଭଡାରେ ରହୁଥିବା ମା'ଙ୍କ ଘରେ ଆସି ରହୁଥିଲେ । ଅନ୍ୟପଟେ ସ୍ୱାମୀଙ୍କ ପରକୀୟା ସମ୍ପର୍କକୁ ନେଇ ମୋନିକାଙ୍କ ବାପଘର ଲୋକେ ରଣପୁର ଥାନାରେ ପ୍ରଦୀପଙ୍କ ନାଁ ରେ ଏତଲା ଦେଇଥିଲେ । ଏହି ଘଟଣାରେ ଉତ୍କ୍ଷିପ୍ତ ହୋଇ ପ୍ରଦୀପ ୨୭ ତାରିଖ ସନ୍ଧ୍ୟାରେ ଚକେଇସିହାଣୀ ଆସି ମୋନିକାଙ୍କ ସହ ପାଟିତୁଣ୍ଡ ପରେ ଏକ ଧାରୁଆ ଅସ୍ତ୍ରରେ ବେକ କାଟି ନିର୍ମମ ହତ୍ୟା କରିଥିଲେ ।ଏହାପରେ ଘର ଭିତରଳୁ ଯାଇ ନିଜେ ଆଣିଥିବା ବିଷ ପି' ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ପ୍ରଦୀପଙ୍କୁ ହାଇଟେକ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ମଞ୍ଚେଶ୍ୱର ଥାନା ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ସ୍ୱାମୀ ହସ୍ପିଟାଲରୁ ସୁସ୍ଥ ହୋଇ ଡିସଚାର୍ଜ ହେବା ପରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।

ସେହିପରି ଆଜି ସକାଳେ ମଞ୍ଚେଶ୍ୱର ଥାନା ମଞ୍ଚନାଥ ବିହାର ଅଞ୍ଚଳରେ ବାପାଙ୍କୁ ହତ୍ୟା କରିଛି ପୁଅ । ମୃତକ ହେଉଛନ୍ତି କଣ୍ଟ୍ରାକ୍ଟର ଏସ୍ ଦୁର୍ଯ୍ୟୋଧନ (୫୦) । ଅଭିଯୁକ୍ତ ପୁଅ ଏସ୍ ଦେବରାଜ (୨୫) । ବାପାଙ୍କୁ ହତ୍ୟା ପରେ ପୁଅ ସେହିଠାରେ ହିଁ ଏକ ଚେୟାର ଉପରେ ବସି ରହିଥିଲା । ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ  ପଠାଯାଇଥିବା ସୂଚନା ମିଳିଛି । ନିଶାକୁ ବାରଣ କରିବାରୁ ଏକମାତ୍ର ପୁଅ ଦେବରାଜ ଏହି କାଣ୍ଡ ଘଟାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

ଆଜି ସକାଳେ ପୁଅ ପ୍ରଥମେ ବାପାଙ୍କୁ ଏକ ବିଡି ପି' ବା ପାଇଁ ମାଗିଥିଲେ । ବାପା ପୁଅକୁ ବିଡି ଦେବା ପରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ପୁଅ ଏକ ପଥରରେ ବାପାଙ୍କ ମୁଣ୍ଡକୁ ଛେଚି ହତ୍ୟା ଜାରିଥିଲା । ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ପହଂଚି ଘର ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାପାଙ୍କୁ ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ପୁଅକୁ ଅଟକ ରଖି ତଦନ୍ତ କରୁଛି    ।

ଅନ୍ୟପଟେ, ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ମନାପାଲି ଗାଁରେ ସମାନ ଧରଣର ହତ୍ୟାକାଣ୍ଡ ଘଟିଛି। ପୁଅର ଟାଙ୍ଗିଆ ଚୋଟରେ ବାପାର ପ୍ରାଣବାୟୁ ଉଡିଯାଇଛି । ବାପାକୁ ହତ୍ୟା କରିଥିବା ଅଭିଯୁକ୍ତ ପୁଅ ଅଟକ ରଖି ତଦନ୍ତ ଚଳାଇଛି କୁଚିଣ୍ଡା ପୁଲିସ ।

ସଂଗ୍ରାମ କେଶରୀ ବେହେରାଙ୍କ ଆତ୍ମସମର୍ପଣ
ପାରଳାଖେମୁଣ୍ଡି : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବଡ଼ ଅପଡେଟ୍ । ଦୀର୍ଘ ଦିନ ପରେ ସୋମବାର ଦିନ ଆତ୍ମସମର୍ପଣ କଲେ ପାରଳାଖେମୁଣ୍ଡିର ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା । ସେ ପାରଳାଖେମୁଣ୍ଡି SDJM କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ୫ବର୍ଷ ପରେ ଏହି ମାମଲା ପୁଣି ଥରେ ଚର୍ଚ୍ଚାକୁ ଆସିଛି।

ସୂଚନାଯୋଗ୍ୟ, ୨୦୨୧ ମସିହା ଜୁଲାଇ ୧୧ ତାରିଖରେ ପାରଳାଖେମୁଣ୍ଡିରେ କାର୍ଯ୍ୟରତ ACF ସୌମ୍ୟରଞ୍ଜନ ମହାପାତ୍ର ନିଜ ସରକାରୀ କ୍ୱାର୍ଟର୍ସରେ ଅଗ୍ନିଦଗ୍ଧ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣାକୁ ସନ୍ଦେହଜନକ ଦର୍ଶାଇ ପରିବାର ପକ୍ଷରୁ ନିରପେକ୍ଷ ତଦନ୍ତ ଦାବି କରାଯାଇଥିଲା।

ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଓ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ ହୋଇଛି । ଗତବର୍ଷ ପାରଳାଖେମୁଣ୍ଡି ଏସଡିଜେଏମଙ୍କ ନିକଟରେ ହତ୍ୟା ମାମଲା ଅଭିଯୋଗ ଆଣିଥିଲେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର । କିନ୍ତୁ ବିଦ୍ୟାଭାରତୀ ଓ ସଂଗ୍ରାମ କେଶରୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଗତବର୍ଷ ୯ ଜୁଲାଇରେ ହତ୍ୟା ମାମଲା ଜାରି ରଖିବାକୁ ହାଇକୋର୍ଟ ଶୁଣାଣିରେ ସ୍ପଷ୍ଟ କରିଥିଲେ । ତେବେ ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ରୋଷେୟା ମନ୍ମଥ କୁମ୍ଭଙ୍କ ନାମ ମଧ୍ୟ ରହିଛି ।

ଘରେ ପଶି ବୃଦ୍ଧାଙ୍କୁ ନିର୍ମମ ହତ୍ୟା
ଭୁବନେଶ୍ୱର : ଘରେ ପଶି ବୃଦ୍ଧାଙ୍କୁ ନିର୍ମମ ହତ୍ୟା । ଶୁକ୍ରବାର ବିଳମ୍ବିତ ରାତିରେ ଜଟଣୀ ଥାନା ଉପରବସ୍ଥ ଗାଁରେ ଘଟିଛି ଅଘଟଣ  । ମହିଳାଙ୍କ ମୁଣ୍ଡକୁ ଦୁର୍ବୁତ୍ତ ଛେଚି ହତ୍ୟା କରିଥିବା ସୂଚନା ମିଳିଛି । ଘର ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଶାନ୍ତିଲତା ପ୍ରଧାନ । ତାଙ୍କ ପୁଅ କିଛିଦିନ ଆଗରୁ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବାବେଳେ ଘରେ ସେ ଏକାକୀ ରହୁଥିଲେ । ଘଟଣାର ସୂଚନା ପାଇ ଜଟଣୀ ଥାନା ପୋଲିସ ପହଞ୍ଚି ସିସିଟିଭି ଫୁଟେଜ ଆଧାରରେ ତନାଘନା ଜାରି ରଖିଛି  । ଲୁଟ ଉଦ୍ଦେଶ୍ୟରେ କେହି ମହିଳାଙ୍କୁ ଆକ୍ରମଣ କରିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।

ଦୁର୍ଦ୍ଦାନ୍ତ ଅପରାଧୀକୁ ପୁଲିସ ଏନକାଉଣ୍ଟର
ବ୍ରହ୍ମପୁର : ଗଞ୍ଜାମରେ ପୁଣି ପୁଲିସ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଘନଶ୍ୟାମ ବେହେରା ଓରଫ କାଳିଆକୁ ପୁଲିସ ଏନକାଉଣ୍ଟର କରିଛି ।  କାଳିଆର ଆଣ୍ଠୁରେ ବାଜିଛି ଗୁଳି । ପୁରୁଷୋତ୍ତମପୁର ଅଞ୍ଚଳର ଦୁର୍ଦାନ୍ତ ଅପରାଧୀ  କାଳିଆକୁ ପୁରୁଷୋତ୍ତମପୁର ଥାନା ଆଇଆଇସି କୁଳମଣି ସେଠୀଙ୍କ ସହ ଟିମ କୋଦଳା -ସିଂହାସିନି ରୋଡ଼ରେ  ଘେରାଉ କରିଥିଲେ । ସେଠାରେ ପ୍ରଥମେ କାଳିଆ ପୁଲିସ ଉପରକୁ ଗୁଳି ଚଳାଇଥିଲା । ଏହାର ପାଲଟା ଜବାବ ଜବାବ ରେ ପୋଲିସ ପାଲଟା ଗୁଳି ଚାଳନା କରିଥିଲା । ଗୁରୁତର ଅବସ୍ଥାରେ କାଳିଆକୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା । କିନ୍ତୁ ତାର ଅବସ୍ଥା ସଂକଟାପନ୍ନ ହେବାକୁ ବ୍ରହ୍ମପୁର ଏମକେସିଜି ମେଡିକାଲକଲେଜ୍ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । କାଳିଆ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଚୋରି ଓ ଡକାୟତି ଭଳି ବହୁ ସଂଗୀନ ମାମଲା ରହିଛି । ପୁରୁଷୋତ୍ତମପୁର ଥାନାର ୩ଟି ମାମଲାରେ ଦୀର୍ଘ ଦିନ ଧରି ଫେରାର ଥିଲା କାଳିଆ ।

ପୂର୍ବଶତ୍ରୁତାକୁ କେନ୍ଦ୍ର କରି ରାଜଧାନୀରେ ବିଭତ୍ସ ହତ୍ୟା
ଭୁବନେଶ୍ୱର : ରାଜଧାନୀରେ ପୁଣି ହତ୍ୟାକାଣ୍ଡ । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ଚିକିତ୍ସାଧୀନ ଅବସ୍ଥାରେ ମଞ୍ଚେଶ୍ୱର ଥାନା ଝରଣା ବସ୍ତିର ବନମାଳୀ ଭୋଳଙ୍କ ମୃତ୍ୟୁ ହୋଇଯାଇଛି । ଗତ ୧୫ ତାରିଖ ଦିନ ବନମାଳୀଙ୍କୁ  ଘରୁ ଟାଣି ଆଣି ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲ ରେ ଭର୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଘଟଣାରେ ଜଣେ ଅଭିଯୁକ୍ତକୁ ମଞ୍ଚେଶ୍ୱର ଥାନା ପୋଲିସ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ରହିଛି ।

ଘଟନାନୁସାରେ , କମେଣ୍ଟ ମରାକୁ ନେଇ ଗତ ୧୫ ତାରିଖ ଦିନ ମଞ୍ଚେଶ୍ୱର ଥାନା ଝରଣା ବସ୍ତିର ବନମାଳୀ ଭୋଳଙ୍କୁ ଘରୁ ଘୋଷାଡ଼ି ଆଣି ମରଣାନ୍ତକ ଆକ୍ରମଣ କରିଥିଲେ ଅଭିଯୁକ୍ତ ଆଦିତ୍ୟ ଲେଙ୍କା ଏବଂ ସୁଶୀଲ ସ୍ୱାଇଁ । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁଣି କଟକ ବଡ଼ ମେଡକାଲ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ମଙ୍ଗଳବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେସେଠାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ହତ୍ୟା ଘଟଣାର ଆଦିତ୍ୟ ଲେଙ୍କାକୁ ପୋଲିସ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସୁଶୀଲ ସ୍ୱାଇଁ ଫେରାର ରହିଛି । ଫେରାର ଅଭିଯୁକ୍ତକୁ ଧରିବାକୁ ଛାନଭିନ୍ କରୁଛି ପୋଲିସ।

ସୁଧିର ପାତ୍ର ହତ୍ୟା ଘଟଣାରେ ଚାର୍ଜସିଟ ଦାଖଲ କଲା ପୋଲିସ
ବ୍ରହ୍ମପୁର : ଗୋପାଳପୁର ପ୍ଲଟ ବ୍ୟବସାୟୀ ସୁଧିର ପାତ୍ର ଅପହରଣ ଓ ହତ୍ୟା ମାମଲା । ୧୩ ଅଭିଯୁକ୍ତଙ୍କ ବିରୋଧରେ ୫୫୨ ପୃଷ୍ଠା ସମ୍ବଳିତ ଚାର୍ଜସିଟ ଦାଖଲ କରିଛି ଗୋପାଳପୁର ପୋଲିସ । ଜେଏମଏଫସି ରୁରାଲ କୋର୍ଟରେ ଚାର୍ଜସିଟ ଦାଖଲ କରାଯାଇଛି । ପୁତୁରା ତୁଷାର ପାତ୍ର,ଝିଆରୀ ନିବେଦିତା ପାତ୍ର ଏବଂ ତାଙ୍କ ପୁରୁଷ ବନ୍ଧୁ କାଳୁ ଚରଣ ପ୍ରଧାନଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଦର୍ଶାଯାଇଛି । ଚାର୍ଜସିଟରେ ୬୮ ଜଣ ସାକ୍ଷୀଙ୍କ ବୟାନ ସହ ଅନ୍ୟ ୧୩ ଅଭିଯୁକ୍ତଙ୍କ ନାମ ସାମିଲ କରାଯାଇଛି ।

ପୋଲିସ ସୂଚନାନୁସାରେ , ସୁଧୀର ପାତ୍ର ହତ୍ୟା ଘଟଣାରେ କାଳୁ ଚରଣ ପ୍ରଧାନ ମୃତକଙ୍କ ପୁତୁରା ତୁଷାର ପାତ୍ର, ଝିଆରୀ ନିବେଦିତା ପାତ୍ରଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଦର୍ଶାଯାଇଛି । ଏହାସହ ନାରାୟଣ ପ୍ରଧାନ, ଆଶିଷ ମହାପାତ୍ର, ସୂର୍ଯ୍ୟ ପ୍ରତାପ ସିଂ ଓରଫ ଗୋଲୁ ମୁକେଶ ସାହୁ, ସୁମିତ ସିଂ ,ରଞ୍ଜନ ମଲ୍ଲିକ ଓ ସରୋଜ ପଣ୍ଡା, ଜିତେନ ପଳାଇ, ଶୁଭମ ଗୌଡ଼ ଓ ଶୁଭମ ନାୟକଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । ଅଭିଯୁକ୍ତମାନେ ସୁଧୀର ପାତ୍ରଙ୍କୁ ଅପହରଣ କରି ମୁଣ୍ଡରେ ବନ୍ଧୁକ ଲଗାଇ ୨କୋଟି ଟଙ୍କା ମୁକ୍ତିପଣ ଦାବି କରିଥିଲେ । ଶେଷରେ ଦାବି ପୂରଣ ନହେବାରୁ ତାଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରାଯାଇଥିବା ମଧ୍ୟ ଚାର୍ଜସିଟରେ ଉଲ୍ଲେଖ ରହିଛି । ତେବେ ଅଭିଯୁକ୍ତମାନଙ୍କ ବିରୋଧରେ ଅପହରଣ, ଷଡ଼ଯନ୍ତ୍ର, ହତ୍ୟା, ପ୍ରମାଣ ନଷ୍ଟ ସମେତ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି।

ଏହି ମାମଲାର ତଦନ୍ତକାରୀ ଅଧିକାରୀ ତଥା ସଦର ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ପରିଡ଼ା ଜେଏମଏଫ୍ସି (ରୁରାଲ) କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିବା ବେଳେ ଆବଶ୍ୟକ ହେଲେ ପରବର୍ତ୍ତୀ ତଦନ୍ତ ମଧ୍ୟ ଜାରି ରହିବ ବୋଲି ସୂଚନା ଦେଇଛନ୍ତି।

ଆସିଲା ଓମ୍‌ର ଲାଇ ଡିଟେକ୍ସନ ଟେଷ୍ଟ ରିପୋର୍ଟ
ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ଅଭିଯୋଗରେ ସୌମ୍ୟର ସହଯୋଗୀ ଓମ୍‌ର ଲାଇ ଡିଟେକ୍ସନ ଟେଷ୍ଟ ରିପୋର୍ଟ ହସ୍ତଗତ ହୋଇଛି । କ୍ରାଇମବ୍ରାଞ୍ଚର ୭୦ ପ୍ରଶ୍ନର ଉତ୍ତର ରଖିଥିଲା ଓମ୍ ପ୍ରକାଶ ରାଉତ । ତେବେ କିଛି ପ୍ରଶ୍ନର ଉତ୍ତର ଓମ୍ ପ୍ରକାଶ ସତ କହିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି ।

ଗତ ଜୁଲାଇ ୩ ତାରିଖରେ ରାଜ୍ୟ ଫୋରେନସିକ୍ ଲ୍ୟାବରେ ଓମ୍ ପ୍ରକାଶର ହୋଇଥିଲା ଲାଇ ଡିଟେକ୍ସନ ଟେଷ୍ଟ । ପ୍ରାୟ ଦୁଇ ମାସ ପରେ ଓମ୍କୁ ନେଇ SFSLରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଦୀର୍ଘ ୩ ଘଣ୍ଟା ଧରି ଚାଲିଥିଲା ଓମ୍‌ର ମିଛଧରା ପରୀକ୍ଷା । କ୍ରାଇମବ୍ରାଞ୍ଚର ସାଇଣ୍ଟଫିକ ଟିମ୍ ଓ ଲାଇ ଡିଟେକ୍ସନ ଟେଷ୍ଟ କରିଥିଲେ । ଉପସ୍ଥିତ ଥିଲେ ତଦନ୍ତକାରୀ ଅଧିକାରୀ ଏବଂ ଜଣେ ଡାକ୍ତର ।

ସେପଟେ, ସୌମ୍ୟ ହତ୍ୟା ମାମଲାରେ ୫ ଅଭିଯୁକ୍ତଙ୍କୁ ପଳାତକ ଘୋଷଣା କରିଛି କମିଶନରେଟ ପୋଲିସ । ସେମାନଙ୍କ ବିରୋଧରେ ସର୍ଚ୍ଚ ୱାରେଣ୍ଟ ଜାରି କରିବ କ୍ରାଇମବ୍ରାଞ୍ଚ । ୱାରେଣ୍ଟ ସହ ଅଭିଯୁକ୍ତମାନଙ୍କୁ ପଳାତକ ଘୋଷଣା କରି ୯୦ ଦିନ ଭିତରେ ଚାର୍ଜସିଟ୍ ଦାଖଲ କରାଯିବ । ଗିରଫ ୨୦ ଅଭିଯୁକ୍ତମାନଙ୍କ ସହ ଫେରାର ୫ ଅଭିଯୁକ୍ତଙ୍କ ବିରୋଧରେ ମଧ୍ୟ ଚାର୍ଜସିଟ୍ ଦାଖଲ କରାଯିବ । ଆସନ୍ତା ଅଗଷ୍ଟ ୭ ତାରିଖରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିବ ବୋଲି ସୂଚନା ମିଳିଛି ।