ବିଶ୍ବ - Samaya Live

ଶକ୍ତିଶାଳୀ ଭୂ-କମ୍ପରେ ଥରିଲା ଜାପାନ , ସୁନାମି ସତର୍କ
ନୂଆଦିଲ୍ଲୀ : ଜାପାନରେ ଶକ୍ତିଶାଳୀ ଭୂକମ୍ପ । ଆଜି ଜାପାନର କ୍ୟୁଶୁ ଅଞ୍ଚଳର କୁମାମୋଟୋ ପ୍ରଦେଶରେ ୭.୧ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ସମୁଦ୍ରରେ ୧ ମିଟର ଉଚ୍ଚା ସୁନାମି ଲହରୀର ଆଶଙ୍କା ଦେଖା ଦେଇଥିଲା । ଶକ୍ତିଶାଳୀ ଭୂକମ୍ପ ଝଟ୍‌କାରେ ଦୋହଲିଯାଇଛି ପୁରା ଜାପାନ । ପାଣିପାଗ ସଂସ୍ଥା ସୁନାମି ଚେତାବନୀ ଜାରି କରିଛି। ଲୋକମାନଙ୍କୁ ସମୁଦ୍ର ଏବଂ ଉପକୂଳରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି ।

ଭୂକମ୍ପର ପ୍ରଚଣ୍ଡ ଝଟ୍‌କା ପରେ ସମୁଦ୍ରକୂଳିଆ ଅଞ୍ଚଳଗୁଡ଼ିକ ପାଇଁ ତୁରନ୍ତ ସୁନାମି ଚେତାବନୀ ଜାରି କରାଯାଇଛି । ସମୁଦ୍ରରେ ପ୍ରାୟ ୧ ମିଟର ବା ପ୍ରାୟ ୩ ଫୁଟ୍ ଉଚ୍ଚର ସୁନାମି ଲହଡ଼ି ଆସିବାର ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମୁଦ୍ରକୂଳିଆ ଅଞ୍ଚଳର ଲୋକଙ୍କୁ ତୁରନ୍ତ ସୁରକ୍ଷିତ ଓ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର ହେବା ପାଇଁ ପରାମର୍ଶ ଦିଆଯାଇଛି । ଭୂକମ୍ପ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଉଛି ।

ରାଜରାସ୍ତାକୁ ଓଲ୍ଲାଇଲେ ଜେନ-ଜେଡ଼,ବିପଦରେ ବାଲେନ ସରକାରଙ୍କ ଭବିଷ୍ୟତ
ନେପାଳରେ ପୁଣି ଆରମ୍ଭ ହେଲା ଜେନ-ଜେଡ଼ ହିଂସା । ନେପାଳରେ ଯୁବ ପ୍ରଧାନମନ୍ତ୍ରୀ ଵାଲେନ ଶାହଙ୍କ ବିରୋଧରେ ତେଜୁଛି ଜେନ-ଜେଡ଼ ଙ୍କ ଆକ୍ରୋଶ । ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଜେନ-ଜେଡ଼ ରାଜରାସ୍ତାକୁ ଓହ୍ଲାଇଛନ୍ତି । କିନ୍ତୁ କାହିଁକି ଜେନ-ଜେଡ଼ ମାନେ ରାଜରାସ୍ତାକୁ ଓଲ୍ଲାଉଛନ୍ତି ତାର କାରଣ ଖୋଜିଲେ ଜଣାପଡୁଛି ଜେନ-ଜେଡ ମାନେ ପ୍ରତି କଥାରେ ସରକାରଙ୍କୁ ଚ୍ୟାଲେଞ୍ଜ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ବାଲେନ ସାହା ଙ୍କ ବିରୋଧରେ, ଗତ ୩ଦିନ ରେ ୩ ଯୁବକ ପେଟ୍ରୋଲ ଢାଳି ହୋଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି । ତେବେ ଭୂମିହୀନଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି ଜେନ-ଜେଡ଼ । ଭୂମିହୀନଙ୍କୁ ପୁନର୍ବାସ ନକରାଇ ଉଚ୍ଛେଦ କରାଯାଉଥିବା ନିଷ୍ପତିକୁ ନେଇ ପୁଣି ଥରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଜେନ-ଜେଡ଼  l

ବାଲେନ ସାହା ଙ୍କ ବିରୁଦ୍ଧରେ କାହିଁକି ହେଉଛି ପ୍ରଦର୍ଶନ -

କାଠମାଣ୍ଡୁ ରେ ଜେନ-ଜେଡ଼ ଙ୍କ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି ଜାରି ରହିଛି l ସଂଯୁକ୍ତ ରାଷ୍ଟ୍ରୀୟ ଭୂମିହୀନ ମୋର୍ଚା ର ଆହ୍ୱାନ କ୍ରମେ ' ଗରୀବଙ୍କ ଉପରେ ଅତ୍ୟାଚାର ବନ୍ଦ କର' , ମାନବାଧିକାର କୁ ସମ୍ମାନ କର, ଅବୈଧ ଗିରଫ କରିବା ବନ୍ଦ କର, ଭୂମିହୀନ ଙ୍କୁ ଆଶ୍ରୟ ଦିଅ ' ଇତ୍ୟାଦି ନାରା ଦେଇ ରାଜରାସ୍ତାରେ ଆନ୍ଦୋଳନ ଜାରି ରଖିଛନ୍ତି  ଜେନ-ଜେଡ଼ l ଶୁକ୍ରବାର ଦିନ ରାତି ସମୟ ରେ କାଠମାଣ୍ଡୁ ର କୀର୍ତ୍ତିପୂର ସ୍ଥିତ ସରକାରୀ ଅସ୍ଥାୟୀ ଆବାସରେ  ବନ୍ୟା ପାଣି ପଶି ଯିବାରୁ ସୁରକ୍ଷାକର୍ମୀଙ୍କ ଦ୍ୱାରା ସେଠାରେ ଆଶ୍ରୟ ନେଇଥିବା ଅନ୍ତେବାସୀ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା l ସେଠାରେ ପାଖାପାଖି ୧୫୦ ଭୂମିହୀନ ପରିବାର ରହୁଥିଲେ l

ଘଟଣା ବିଷୟରେ ଜାଣିବା ପାଇଁ ଜେନ-ଜେଡ଼ଙ୍କ ସହିତ ଜଡିତ ଯୁବା କାର୍ଯ୍ୟକର୍ତା ୧୧ ଜୁଲାଇ ଶନିବାର ଦିନ ଉକ୍ତ ସ୍ଥାନରେ ପହଂଚି ଥିଲେ, କିନ୍ତୁ ପୋଲିସ ଅଚାନକ ଭାବରେ ସେମାନଙ୍କ ଉପରେ ଲାଠି ଚାର୍ଜ କରିଥିଲା ଏବଂ ପରେ ଗିରଫ କରିଥିଲା, ଏହି ସମୟରେ ଜଣେ କାର୍ଯ୍ୟକର୍ତା ଙ୍କୁ ଆଘାତ ଲାଗିଥିଲା, ନେପାଳୀ କଂଗ୍ରେସ ନେତା ଗଗନ ଥାପା ଆନ୍ଦୋଳନକାରୀ ଗିରଫ କୁ ନେଇ ଆପତ୍ତି ଜଣାଇବା ପରେ ଏହା ଧୀରେ ଧୀରେ ଉଗ୍ର ରୂପ ନେଇ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଥିଲା l ଏହି ଘଟଣା ପରଠାରୁ ଜେନ-ଜେଡ଼ ଙ୍କ ବିଦ୍ରୋହ ସାରା ଦେଶରେ ତେଜିବାକୁ ଲାଗିଛି  l

ଯେଉଁ ଜେନ-ଜେଡ଼ ଙ୍କ ପାଇଁ ବାଲେନ ସାହା ଗାଦି ରେ ବସିବାକୁ ସକ୍ଷମ ହୋଇଛନ୍ତି ବର୍ତ୍ତମାନ ସେହି ଜେନ-ଜେଡ଼ ଙ୍କ ଆନ୍ଦୋଳନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆସନ ଟଳମଳ ହେବାକୁ ବସିଛି  l ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବା ସମୟରେ ବାଲେନ ସାହା ସରକାର କଥା ଦେଇଥିଲେ ଯେ ଯଦି ସରକାର ଗଢିବେ ତେବେ ପ୍ରଥମେ ଭୂମିହୀନ ଙ୍କୁ ଆବାସ ଦେବେ ଓ ଦେଶରୁ ବେକାରୀ ସମସ୍ୟା ଦୂର କରିବେ l କିନ୍ତୁ ଲାଗୁଚି ଆଜି ସେ ନିଜ ପ୍ରତିଶୃତି ରୁ ଓହରି ଯାଇଛନ୍ତି l ଯାହାର ପ୍ରମାଣ ଦେଉଛି ପୁନର୍ବାର ଦେଶରେ ଜେନ-ଜେଡ଼ ବିଦ୍ରୋହ l

ବିଶ୍ୱ ବଜାରରେ ପୁଣି ବଢ଼ିଲା ଅଶୋଧିତ ତୈଳ ଦର, ବ୍ୟାରେଲ ପିଛା ୭୮ ଡଲାର ପାର
ନୂଆଦିଲ୍ଲୀ : ପୁଣି ଘନେଇଲା ମଧ୍ୟପ୍ରାଚ୍ୟ ଯୁଦ୍ଧ ଆଶଙ୍କା । ଆମେରିକା ଏବଂ ଇରାନ ମଧ୍ୟରେ ନୂଆ ଆକ୍ରମଣକୁ ନେଇ ପୁଣି ଥରେ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିଛି ଇରାନ । ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବାଣିଜ୍ୟ ଓ ଅଶୋଧିତ ତୈଳ ବଜାର ଉପରେ ଏହାର ଗଭୀର ପ୍ରଭାବ ପଡ଼ିଛି । ଫଳରେ ଅଶୋଧିତ ତୈଳଦର ବ୍ୟାରେଲ ପିଛା  ୩.୫% ବୃଦ୍ଧି ପାଇ $୭୮.୬୭   ଡଲାର ରେ ପହଞ୍ଚିଛି ।

ସେହିପରି , ଆମେରିକାର ପଶ୍ଚିମ ଟେକ୍ସାସ ଇଣ୍ଟରମିଡିଏଟ୍ ଅଶୋଧିତ ତୈଳର ମୂଲ୍ୟ ୩.୪% ବୃଦ୍ଧି ପାଇ $୭୩.୮୭ ରେ ପହଞ୍ଚିଛି । ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ହର୍ମୁଜ୍ ପ୍ରଣାଳୀ ବନ୍ଦ କରିବାକୁ ଘୋଷଣା କରିଛି ଇରାନ । ରବିବାର ଏହି ଘମାଘୋଟ ଲଢେଇ ପରେ ଇରାନ ହର୍ମୁଜ ପ୍ରଣାଳୀକୁ ଜାହାଜ ଚଳାଚଳ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। ଇରାନର ପର୍ସିଆନ ଗଲ୍ପ ଷ୍ଟ୍ରେଟ୍‌ ଅଥରିଟି (ପିଜିଏସ୍‌ଏ) କହିଛି ଯେ ଆମେରିକାର ସାମରିକ କାର୍ଯ୍ୟକଳାପ ଯୋଗୁଁ ହର୍ମୁଜ ପ୍ରଣାଳୀରେ କୌଣସି ଜାହାଜ ଚଳାଚଳକୁ ଅନୁମତି ପ୍ରଦାନ କରାଯିବ ନାହିଁ। ଆମେରିକା ସେନା ଏହି ଅଞ୍ଚଳ ଦେଇ ବେଆଇନ ଭାବେ ଯାତାୟାତ କରୁଛନ୍ତି ବୋଲି ପିଜିଏସ୍‌ଏ ଅଭିଯୋଗ କରିଛି।

ଗତ ମାସ ଜୁନ୍ ୧୭ ତାରିଖରେ ଫ୍ରାନ୍ସରେ G7 ଶିଖର ସମ୍ମିଳନୀ ସମୟରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଐତିହାସିକ ଯୁଦ୍ଧବିରତି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତି ଅନୁଯାୟୀ, ଉଭୟ ଦେଶ ସ୍ଥାୟୀ ଭାବରେ ଶତ୍ରୁତା ବନ୍ଦ କରିବାକୁ ଏବଂ ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜର ମୁକ୍ତ ଏବଂ ସୁରକ୍ଷିତ ପଥ ସୁନିଶ୍ଚିତ କରିବାକୁ ରାଜି ହୋଇଥିଲେ। କିନ୍ତୁ ଏବେ ଦୁଇ ଦେଶ ମଧ୍ୟରେ ଉତ୍ତଜନା ଏହି ଚୁକ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ତେଲ ଦର ବଢ଼ିବାର ସିଧାସଳଖ ପ୍ରଭାବ ଭାରତ ଭଳି ତେଲ ଆମଦାନୀ ନିର୍ଭର ଦେଶ ଉପରେ ପଡ଼ିପାରେ । ଏହାର ପ୍ରଭାବରେ ପେଟ୍ରୋଲ-ଡିଜେଲ ଦର, ପରିବହନ ଖର୍ଚ୍ଚ ଏବଂ ସାମଗ୍ରୀ ମୂଲ୍ୟ ଉପରେ ମଧ୍ୟ ନଜର ରହିଛି ।

ଇଣ୍ଡୋନେସିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ 'ବିତାଙ୍ଗ ଆଦିପୁର୍ଣ୍ଣ' ପ୍ରଦାନ
ଜାକର୍ତ୍ତା : ଇଣ୍ଡୋନେସିଆ ଗସ୍ତର ପ୍ରଥମ ଦିନରେ ଆଜି ଜକାର୍ତ୍ତାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦୀଙ୍କୁ ସେଠାରେ ଅତ୍ୟନ୍ତ ଭବ୍ୟ ଓ ସ୍ୱାଗତ କରାଯାଇଥିଲା । ବିମାନବନ୍ଦରରେ ରାଷ୍ଟ୍ରପତି ପ୍ରବୋଭୋ ନିଜେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଲିଙ୍ଗନ କରି ଆନ୍ତରିକତାର ସହ ସ୍ୱାଗତ ଜଣାଇଥିଲେ । ଏହାପରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ବିତାଙ୍ଗ ଆଦିପୂର୍ଣ୍ଣ’ ପ୍ରଦାନ କରାଯାଇଛି । ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେବା ପରେ, ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଏହି ସମ୍ମାନ କୋଟି କୋଟି ଭାରତୀୟ ଙ୍କର। ଏହା ଇଣ୍ଡୋନେସିଆର ଲୋକଙ୍କ ଭାବନା ଏବଂ ଭାରତ ତଥା ଇଣ୍ଡୋନେସିଆ ମଧ୍ୟରେ ଐତିହାସିକ ଏବଂ ଗଭୀର ସମ୍ପର୍କ ପ୍ରତି ଏକ ସମ୍ମାନ।

ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଏହି ଐତିହାସିକ ସାକ୍ଷାତ ମଧ୍ୟରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ‘ବ୍ରହ୍ମୋସ’କୁ ନେଇ ଏକ ବଡ଼ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଏହାସହ  ଅନେକ ବଡ଼ବଡ଼ ଚୁକ୍ତି ହୋଇଛି । ଯେଉଁଥିରେ ଇଭିଏମ ନିର୍ମାଣରେ ସହାୟତା, ବ୍ରହ୍ମୋସ କ୍ଷେପଣାସ୍ତ୍ର ପାଇଁ ବ୍ୟାଟେରୀ ଏବଂ ସବାଙ୍ଗ ବନ୍ଦରର ବିକାଶ ଆଦି ରହିଛି । ଏହାପରେ ଦୁଇ ପ୍ରମୁଖ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପ୍ରତିରକ୍ଷା, ବାଣିଜ୍ୟ ଏବଂ ସାମୁଦ୍ରିକ ସୁରକ୍ଷା ସହ ଜଡ଼ିତ ଅନେକ ବଡ଼ ରାଜିନାମାକୁ ଚୂଡ଼ାନ୍ତ ରୂପ ଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଇଣ୍ଡୋନେସିଆ ସହିତ ଉତ୍ତମ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିଛନ୍ତି ।

କିଭ୍‌ ସହର ଉପରେ ରୁଷ୍‌ ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ , ୩୦ ମୃତ
କିଭ୍‌ : ୟୁକ୍ରେନ୍‌ର କିଭ୍‌ ସହର ଉପରେ ରୁଷ୍‌ ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ । ଶତାଧିକ ଡ୍ରୋନ୍ ଓ ମିସାଇଲ୍ ମାଡ଼ରେ ଥରିଲା ୟୁକ୍ରେନ । ଆକ୍ରମଣରେ ୩୦ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡ଼ିଛି । ଆହତଙ୍କ ମଧ୍ୟରେ ୨ଜଣ ଶିଶୁ ଥିବା ବେଳେ ୨୦ଟି ଘର କ୍ଷତିଗ୍ରସ୍ତ ହୋଇଛି । ସେହିଭଳି ଏକ ଆମ୍ବୁଲାନ୍ସ ଷ୍ଟେସନ ଧ୍ବଂଶ ହୋଇଥିବା ନେଇ ସୂଚନା ଦେଇଛନ୍ତି କିଭ ସାମରିକ ପ୍ରଶାସନର ମୁଖ୍ୟ ତୈମୁର ତକାଚେଙ୍କୋ । ଯଦିଓ ପୂର୍ବ ଆକ୍ରମଣରେ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି, ଏହା ୟୁକ୍ରେନ ସହର ଉପରେ ରୁଷ ର ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି ।

ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ମହାଯୁଦ୍ଧ ଏବେ ଆହୁରି ଭୟଙ୍କର ରୂପ ନେଇଛି । କିଭ୍‌ର ୩୦ଟି ସ୍ଥାନ ଉପରେ ରୁଷ୍‌ ତରଫରୁ ଆକ୍ରମଣ ହୋଇଥିବା ସ୍ଥାନୀୟ ବରିଷ୍ଠ ଅଧିକାରୀ କାଚେନ୍‌କୋ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରୁଷ୍‌ ଆକ୍ରମଣ ନେଇ ଭୟଭୀତ ସ୍ଥାନୀୟ ବାସିନ୍ଦା ମେଟ୍ରୋ ଷ୍ଟେସନରେ ଆଶ୍ରୟ ନେଇଥିଲେ । ବିଳମ୍ବିତ ରାତିରେ ରୁଷ୍‌ ତରଫରୁ ଏହି ଆକ୍ରମଣକୁ ୟୁକ୍ରେନ ତରଫରୁ ନିନ୍ଦା କରାଯାଇଛି ।  ସହରର ବିଭିନ୍ନ ସ୍ଥାନରେ ଏବେ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଭଙ୍ଗା ମାଟିତଳେ ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ସହରର ବଡ଼ ଅଞ୍ଚଳରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଯଦିଓ ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମ ଅନେକ ଋଷୀୟ ଡ୍ରୋନ୍ ଓ ମିସାଇଲ୍ କୁ ଆକାଶରେ ଧ୍ୱଂସ କରିଦେଇଛି, ତଥାପି କିଛି ମିସାଇଲ୍ ସହର ଉପରେ ପଡ଼ିବାରେ ସଫଳ ହୋଇଥିଲା ।

ଗତ କିଛି ସପ୍ତାହ ମଧ୍ୟରେ ରୁଷ୍‌ର ଆକ୍ରମଣ ବଢ଼ି ଯାଇଥିବାରୁ ୟୁକ୍ରେନକୁ କ୍ଷେପଣାସ୍ତ୍ର ବିଧ୍ବଂସୀ ପ୍ରଣାଳୀ ପ୍ରଦାନ କରିବାକୁ ସହଯୋଗୀ ରାଷ୍ଟ୍ରଙ୍କୁ ଅନୁରୋଧ କରିଛନ୍ତି ୟୁକ୍ରେନର ବୈଦେଶିକ ମନ୍ତ୍ରୀ । ରୁଷ୍‌ ତରଫରୁ ଆକ୍ରମଣ ଜାରି ରହିବାର ଆଶଙ୍କା ଥିବାରୁ ସୁରକ୍ଷିତ ସ୍ଥାନରେ ରହିବାକୁ କିଭ୍‌ବାସୀଙ୍କୁ କହିଛନ୍ତି ମେୟର ଭିଟାଲି କ୍ଲିଟ୍‌ଚକୋ ।

ହ୍ବାଟ୍ସଆପ୍‌ ‘ୟୁଜରନେମ’କୁ ନେଇ ମେଟାର ସ୍ପଷ୍ଟୀକରଣ, ଏହି ବିକଳ୍ପ ଇଚ୍ଛାଧୀନ
ନୂଆଦିଲ୍ଲୀ : ହ୍ୱାଟସଆପର ନୂତନ ୟୁଜରନେମ୍ ଫିଚରକୁ ନେଇ ମୁଣ୍ଡ ଟେକିଛି ବିବାଦ । ହ୍ୱାଟ୍ସଆପ୍‌ର ଆଗାମୀ ୟୁଜରନେମ୍ ଫିଚରକୁ ନେଇ କେନ୍ଦ୍ର ସରକାର ସତର୍କ ହୋଇଛନ୍ତି। ସମ୍ବାଦ ସରବରାହ ସଂସ୍ଥାର ସୂଚନା ଅନୁଯାୟୀ, ଏହି ଫିଚର ପରିଚୟ ଠକେଇ ଓ ସାଇବର ଅପରାଧର ବିପଦକୁ ବଢ଼ାଇପାରେ ବୋଲି ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ସରକାର ଏହି ଫିଚରର ସୁରକ୍ଷା ଦିଗକୁ ଖୁବ୍‌ ଭଲଭାବେ ଯାଞ୍ଚ କରିବାକୁ ଯୋଜନା କରିଛନ୍ତି ।

ଏନେଇ ମେଟା ଦେଇଛି ସ୍ପଷ୍ଟୀକରଣ । ଗ୍ରାହକଙ୍କ ସୁରକ୍ଷା ପାଇଁ ଏହି ବିକଳ୍ପ ଅଣାଯାଇଛି । ତେବେ ଏହା ଇଚ୍ଛାଧୀନ । ଗ୍ରାହକ ନ ଚାହିଁଲେ ଏହା ଲାଗୁହେବ ନାହିଁ । ଗ୍ରାହକଙ୍କ ପରିଚୟ ଏବଂ ବ୍ୟକ୍ତିଗତ ତଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ବୋଲି ମେଟା ପକ୍ଷରୁ କୁହାଯାଇଛି । ମେଟା ମାଲିକାନାଧୀନ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପ୍‌ରେ ଆସୁଥିବା ଏହି ନୂତନ ଫିଚର ମାଧ୍ୟମରେ ବ୍ୟବହାରକାରୀମାନେ ନିଜ ମୋବାଇଲ୍ ନମ୍ବର ପ୍ରକାଶ ନକରି କେବଳ ୟୁଜରନେମ୍ ବ୍ୟବହାର କରି ଅନ୍ୟମାନଙ୍କ ସହ ଚାଟ୍ କରିପାରିବେ। ଏହା ଗୋପନୀୟତାକୁ ବଢ଼ାଇବାରେ ସହାୟକ ହେବ ବୋଲି କୁହାଯାଉଥିଲେ ମଧ୍ୟ,ଏହାର ଅପବ୍ୟବହାରର ସମ୍ଭାବନାକୁ ନେଇ ଚିନ୍ତା ବଢ଼ିଛି । ସରକାରୀ ଅଧିକାରୀଙ୍କ ମତାନୁସାରେ, ଫୋନ୍ ନମ୍ବର ଲୁଚାଇବାର ସୁବିଧା ମିଳିଲେ ଠକମାନେ ଅନ୍ୟ ବ୍ୟକ୍ତିଙ୍କ ନାମରେ ନକଲି ୟୁଜରନେମ୍ କିମ୍ବା ପ୍ରୋଫାଇଲ୍ ସୃଷ୍ଟି କରି ସହଜରେ ଲୋକଙ୍କୁ ଠକିପାରନ୍ତି। ଏହା ଅନଲାଇନ୍ ପରିଚୟ ଠକେଇ ଓ ସାଇବର ଅପରାଧର ଘଟଣା ବୃଦ୍ଧି କରିପାରେ।

ଏସମ୍ପର୍କରେ କମ୍ପାନୀ କହିଛି ଯେ ସରକାରଙ୍କ ଦ୍ୱାରା ଉଠାଯାଇଥିବା ଆଶଙ୍କାକୁ ଦୂର କରିବା ପାଇଁ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ପୂର୍ବରୁ ଗ୍ରହଣ କରାଯାଇଛି । ମେଟା ଦାବି କରିଛି ଯେ ୟୁଜରନେମ୍ ଫିଚରରେ ପରିଚୟ ଚୋରି ଏବଂ ଅନଲାଇନ୍ ଠକେଇକୁ ପ୍ରଭାବଶାଳୀ ଭାବରେ ରୋକିବା ପାଇଁ ଡିଜାଇନ୍ କରାଯାଇଥିବା ଅନେକ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରାଯାଇଛି ।

ସୂଚନାନୁସାରେ, ହ୍ୱାଟ୍ସଆପ୍‌ର ନୂତନ ୟୁଜରନେମ୍ ଫିଚର ତିନି ଦିନ ପୂର୍ବରୁ ଲଞ୍ଚ କରାଯାଇଛି । କମ୍ପାନୀ ଜୁନ୍ ୨୯ ତାରିଖରୁ ସାରା ବିଶ୍ୱରେ ୟୁଜରନେମ୍ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରିଛି। ତେବେ ଏହି ଫିଚର ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଏକାଥରେ ଉପଲବ୍ଧ ହେବ ନାହିଁ। କମ୍ପାନୀ ପର୍ଯ୍ୟାୟକ୍ରମେ ଆଗାମୀ ମାସ ମଧ୍ୟରେ ବିଭିନ୍ନ ଦେଶରେ ଏହାକୁ ରୋଲ୍‌ଆଉଟ୍ କରିବ। ଯେଉଁ ଅଞ୍ଚଳରେ ଏହି ସୁବିଧା ଉପଲବ୍ଧ ହେବ,ସେଠାକାର ୟୁଜରମାନେ ହ୍ୱାଟ୍ସଆପ୍ ଆପ୍‌ ମଧ୍ୟରେ ଏକ ବିଜ୍ଞପ୍ତି ପାଇବେ।

ଛୋଟ ଦ୍ୱୀପ, ବଡ ଜିଓ ପଲିଟିକ୍ସ
ବିଶ୍ୱ ମାନଚିତ୍ରରେ ଏକ ଏପରି ଛୋଟ ଦେଶ ଅଛି, ଯାହାର ଜନସଂଖ୍ୟା ଓ ଭୂମିକ୍ଷେତ୍ର ଅତ୍ୟନ୍ତ ସୀମିତ। କିନ୍ତୁ ଆଜି ସେହି ଦେଶକୁ ନେଇ ଭାରତ, ଚୀନ, ଆମେରିକା ଓ ବିଶ୍ୱର ବଡ଼ ବଡ଼ ଶକ୍ତିମାନ ଦେଶମାନଙ୍କ ମଧ୍ୟରେ ରଣନୈତିକ ଚର୍ଚ୍ଚା ଜୋର ଧରିଛି। ଶେଷରେ ଏହି ଛୋଟ ଦ୍ୱୀପ ରାଷ୍ଟ୍ରରେ ଏମିତି କ'ଣ ରହିଛି, ଯାହା ପାଇଁ ଏତେ ବଡ଼ ଶକ୍ତିମାନ ଦେଶମାନେ ଆଗ୍ରହ ଦେଖାଉଛନ୍ତି? ଭାରତ କାହିଁକି ସେଚେଲ୍ସ ସହ ସମ୍ପର୍କକୁ ଏତେ ଗୁରୁତ୍ୱ ଦେଉଛି? ଚୀନର ବଢ଼ୁଥିବା ପ୍ରଭାବ ପଛରେ କ'ଣ ରହିଛି ବଡ଼ ରଣନୀତି? ଏବଂ ଆଗାମୀ ଦିନରେ ଭାରତ ମହାସାଗରର ଶକ୍ତି ସନ୍ତୁଳନ କିପରି ବଦଳିପାରେ?

ଅଧ୍ୟାୟ ୧: ଛୋଟ ଦେଶ, ବଡ଼ ରଣନୀତି

ବିଶ୍ୱ ମାନଚିତ୍ରରେ ଏକ ଏପରି ଦେଶ ଅଛି, ଯାହାର ଭୂମିକ୍ଷେତ୍ର ଅତ୍ୟନ୍ତ ଛୋଟ। କିନ୍ତୁ ଆଜି ସେହି ଦେଶ ଭାରତ ମହାସାଗରର ଭୂ-ରାଜନୀତିରେ ଅସାଧାରଣ ଗୁରୁତ୍ୱ ଅର୍ଜନ କରିଛି। ସେହି ଦେଶ ହେଉଛି ସେଚେଲ୍ସ। ମାତ୍ର କିଛି ଦ୍ୱୀପକୁ ନେଇ ଗଠିତ ଏହି ରାଷ୍ଟ୍ର ଆକାରରେ ଛୋଟ ହୋଇଥିଲେ ମଧ୍ୟ ଭାରତ ମହାସାଗରର ମୁଖ୍ୟ ସାମୁଦ୍ରିକ ମାର୍ଗ ନିକଟରେ ଅବସ୍ଥିତ। ଏହି କାରଣରୁ ଭାରତ, ଚୀନ, ଆମେରିକା ଓ ଅନ୍ୟାନ୍ୟ ବଡ଼ ଶକ୍ତିମାନ ଦେଶମାନଙ୍କ ନଜର ସେଚେଲ୍ସ ଉପରେ ରହିଛି। ସମ୍ପ୍ରତି ଭାରତ ଓ ସେଚେଲ୍ସ ମଧ୍ୟରେ ବଢ଼ୁଥିବା ସହଯୋଗ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଛି। ଏହା କେବଳ ଦୁଇ ଦେଶର ମୈତ୍ରୀର କାହାଣୀ ନୁହେଁ, ବରଂ ଭାରତ ମହାସାଗରରେ ବଦଳୁଥିବା ଶକ୍ତି ସନ୍ତୁଳନର କାହାଣୀ ମଧ୍ୟ ଅଟେ।
ଆଜି ଆମେ ଜାଣିବା— ସେଚେଲ୍ସ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ? ଭାରତ ଏଠାରେ କେଉଁ କେଉଁ ପ୍ରକଳ୍ପରେ କାମ କରୁଛି? ଚୀନର ବଢ଼ୁଥିବା ଉପସ୍ଥିତିକୁ ନେଇ କାହିଁକି ଚର୍ଚ୍ଚା ହେଉଛି? ଏବଂ ଆଗାମୀ ଦିନରେ ଏହି ଅଞ୍ଚଳର ଭୂ-ରାଜନୀତି କେଉଁ ଦିଗକୁ ଯାଇପାରେ? ଚାଲନ୍ତୁ, ଆରମ୍ଭ କରିବା ଏହି ରୋଚକ ଓ ରଣନୈତିକ କାହାଣୀ।

ଅଧ୍ୟାୟ ୨: ସେଚେଲ୍ସ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ?

ସେଚେଲ୍ସର ଭୂମିକ୍ଷେତ୍ର ପ୍ରାୟ ୪୫୫ ବର୍ଗ କିଲୋମିଟର ହେଲେ ମଧ୍ୟ ଏହାର ବିଶାଳ ସମୁଦ୍ର ଅର୍ଥନୈତିକ କ୍ଷେତ୍ର ଏହାକୁ ଅସାଧାରଣ ଗୁରୁତ୍ୱ ଦେଇଛି। ମଧ୍ୟପ୍ରାଚ୍ୟରୁ ଏସିଆ ଓ ୟୁରୋପକୁ ଯାଉଥିବା ଅନେକ ବ୍ୟବସାୟିକ ଜାହାଜ ଏହି ଅଞ୍ଚଳ ଦେଇ ଯାଆନ୍ତି। ସେଥିପାଇଁ ସମୁଦ୍ର ସୁରକ୍ଷା, ଉର୍ଜା ଯୋଗାଣ ଏବଂ ବିଶ୍ୱ ବାଣିଜ୍ୟ ଦୃଷ୍ଟିରୁ ସେଚେଲ୍ସର ମହତ୍ତ୍ୱ ଦିନକୁ ଦିନ ବଢ଼ୁଛି। ଏହି କାରଣରୁ ଭାରତ ସେଚେଲ୍ସ ସହିତ ସୁରକ୍ଷା, ସାମୁଦ୍ରିକ ନିରୀକ୍ଷଣ, କୋଷ୍ଟଗାର୍ଡ ପ୍ରଶିକ୍ଷଣ, ହାଇଡ୍ରୋଗ୍ରାଫିକ ସର୍ଭେ ଓ ବିକାଶମୂଳକ ପ୍ରକଳ୍ପରେ ସହଯୋଗ ବଢ଼ାଇ ଆସୁଛି। ଏହି ସହଯୋଗକୁ ଅନେକ ବିଶେଷଜ୍ଞ ଭାରତର "ସାଗର" ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ମନେ କରନ୍ତି।

ଅଧ୍ୟାୟ ୩: ଚୀନର ବଢ଼ୁଥିବା ପ୍ରଭାବ ଏବଂ ଭାରତର ରଣନୀତି

ଗତ ଦୁଇ ଦଶନ୍ଧି ଧରି ଚୀନ ଭାରତ ମହାସାଗର ଅଞ୍ଚଳରେ ନିଜର ଉପସ୍ଥିତି ବଢ଼ାଇବାକୁ ଲଗାତାର ଚେଷ୍ଟା କରୁଛି। ବନ୍ଦର ବିକାଶ, ପାଇପାରିକ ଢାଞ୍ଚାରେ ନିବେଶ ଏବଂ ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ (BRI) ମାଧ୍ୟମରେ ବେଜିଂ ଅନେକ ଦେଶ ସହ ସମ୍ପର୍କ ମଜବୁତ କରିଛି। ପାକିସ୍ତାନର ଗ୍ୱାଦର ବନ୍ଦର, ଶ୍ରୀଲଙ୍କାର ହାମ୍ବନଟୋଟା ବନ୍ଦର ଏବଂ ଆଫ୍ରିକାର ଜିବୁତିରେ ଚୀନର ସାମରିକ ଉପସ୍ଥିତି ଏହି ରଣନୀତିର ଅଂଶ ବୋଲି ଦେଖାଯାଏ। ଏହାକୁ ନେଇ ଭାରତ ମଧ୍ୟ ନିଜର ସାମୁଦ୍ରିକ ସୁରକ୍ଷା ଓ ଭାଗୀଦାରୀକୁ ଆହୁରି ସୁଦୃଢ଼ କରିବାରେ ଲାଗିଛି। ସେଚେଲ୍ସ ସହିତ ଭାରତର ସହଯୋଗ ଏହି ବ୍ୟାପକ ରଣନୀତିର ଏକ ଅଂଶ। ଭାରତ ସେଠାରେ କୋଷ୍ଟଗାର୍ଡ କ୍ଷମତା ବୃଦ୍ଧି, ସାମୁଦ୍ରିକ ନିରୀକ୍ଷଣ, ପ୍ରଶିକ୍ଷଣ ଏବଂ ଆଧୁନିକ ଯନ୍ତ୍ରପାତି ଯୋଗାଇ ଦୁଇ ଦେଶର ସୁରକ୍ଷା ସହଯୋଗକୁ ଆଗକୁ ବଢ଼ାଇଛି। ଏହି ପଦକ୍ଷେପଗୁଡ଼ିକର ଲକ୍ଷ୍ୟ କୌଣସି ଦେଶ ସହ ଯୁଦ୍ଧ କରିବା ନୁହେଁ, ବରଂ ଭାରତ ମହାସାଗରରେ ସ୍ଥିରତା, ସୁରକ୍ଷା ଏବଂ ମୁକ୍ତ ସାମୁଦ୍ରିକ ଯାତାୟାତକୁ ସୁନିଶ୍ଚିତ କରିବା।

ଅଧ୍ୟାୟ ୪: ଆସମ୍ପସନ୍ ଦ୍ୱୀପ ଏବଂ ଭାରତ–ସେଚେଲ୍ସ ସହଯୋଗ

ଭାରତ ଓ ସେଚେଲ୍ସ ମଧ୍ୟରେ ଆସମ୍ପସନ୍ ଦ୍ୱୀପକୁ ନେଇ ବର୍ଷ ଧରି ଆଲୋଚନା ହୋଇଆସୁଛି। ଏହି ପ୍ରକଳ୍ପର ଉଦ୍ଦେଶ୍ୟ ସାମୁଦ୍ରିକ ନିରୀକ୍ଷଣ, କୋଷ୍ଟଗାର୍ଡର କ୍ଷମତା ବୃଦ୍ଧି, ଜଳଦସ୍ୟୁ ବିରୋଧୀ ଅଭିଯାନ ଏବଂ ବେଆଇନ ମାଛଧରା ରୋକିବା ବୋଲି କୁହାଯାଇଛି। ଯଦିଓ ପ୍ରକଳ୍ପକୁ ନେଇ ସେଚେଲ୍ସର ଭିତରେ ରାଜନୈତିକ ମତଭେଦ ଦେଖାଦେଇଥିଲା, ତଥାପି ଭାରତ ଦୁଇ ଦେଶର ବିଶ୍ୱାସକୁ ଅବିକଳ ରଖି ସହଯୋଗ ଜାରି ରଖିଛି। ଭାରତ ଏହି ସମୟରେ ଡୋର୍ନିୟର ବିମାନ, ଇଣ୍ଟରସେପ୍ଟର ବୋଟ, ତଟରକ୍ଷୀ ଜାହାଜ, ପ୍ରଶିକ୍ଷଣ ଏବଂ ସାମୁଦ୍ରିକ ନିରୀକ୍ଷଣ ବ୍ୟବସ୍ଥା ଯୋଗାଇ ସେଚେଲ୍ସର ସୁରକ୍ଷା କ୍ଷମତାକୁ ସୁଦୃଢ଼ କରିଛି। ଏହା ପ୍ରମାଣ କରେ ଯେ ଭାରତର ନୀତି କେବଳ ସାମରିକ ଉପସ୍ଥିତି ନୁହେଁ, ବରଂ ସହଭାଗୀ ଦେଶମାନଙ୍କୁ ସକ୍ଷମ କରିବା ଉପରେ ମଧ୍ୟ ଗୁରୁତ୍ୱ ଦେଉଛି।

ଅଧ୍ୟାୟ ୫: ସାମୁଦ୍ରିକ ନିରୀକ୍ଷଣ – ଭାରତର ଅଦୃଶ୍ୟ ସୁରକ୍ଷା କବଚ

ଆଜିର ଯୁଗରେ କେବଳ ବଡ଼ ବଡ଼ ଯୁଦ୍ଧଜାହାଜ ହିଁ ଶକ୍ତିର ପରିଚୟ ନୁହେଁ। ପ୍ରକୃତ ଶକ୍ତି ହେଉଛି—ସମୁଦ୍ରରେ କିଏ କେଉଁଠି ଅଛି, ତାହା ପ୍ରଥମେ ଜାଣିବା। ସେଥିପାଇଁ ଭାରତ ଗତ କିଛି ବର୍ଷ ଧରି ଭାରତ ମହାସାଗରରେ ଉପକୂଳ ନିରୀକ୍ଷଣ ରାଡାର, ସାଟେଲାଇଟ୍ ସଂଯୋଗ, P-8I ସାମୁଦ୍ରିକ ପାଟ୍ରୋଲ ବିମାନ ଏବଂ ନୌସେନାର ସୂଚନା ବ୍ୟବସ୍ଥାକୁ ଶକ୍ତିଶାଳୀ କରିଛି। ସେଚେଲ୍ସ ସମେତ ଅନେକ ମିତ୍ର ଦେଶ ସହ ସହଯୋଗ ମାଧ୍ୟମରେ ଭାରତ ସମୁଦ୍ରରେ ହେଉଥିବା ଗତିବିଧି ଉପରେ ଅଧିକ ସତର୍କ ନଜର ରଖୁଛି। ଏହାର ଲାଭ କେବଳ ଭାରତକୁ ନୁହେଁ, ସେଚେଲ୍ସ ଭଳି ଦେଶମାନଙ୍କୁ ମଧ୍ୟ ମିଳୁଛି। ବେଆଇନ ମାଛଧରା, ଜଳଦସ୍ୟୁ ଆକ୍ରମଣ, ମାଦକ ଚୋରାଚାଲାଣ ଏବଂ ଅନ୍ୟ ସାମୁଦ୍ରିକ ଅପରାଧ ବିରୋଧରେ ଏହି ବ୍ୟବସ୍ଥା ବହୁତ ଉପଯୋଗୀ ପ୍ରମାଣିତ ହେଉଛି।

ଅଧ୍ୟାୟ ୬: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ?

କୌଣସି ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ କେବଳ ଔପଚାରିକତା ନୁହେଁ। ସେଚେଲ୍ସ ଗସ୍ତ ସମୟରେ ଭାରତ ଓ ସେଚେଲ୍ସ ମଧ୍ୟରେ ସୁରକ୍ଷା, ନୀଳ ଅର୍ଥନୀତି, ସାମୁଦ୍ରିକ ସହଯୋଗ, ସ୍ୱାସ୍ଥ୍ୟ, ଶିକ୍ଷା ଓ ବିକାଶ ସମ୍ପର୍କିତ ଅନେକ କ୍ଷେତ୍ରରେ ଆଲୋଚନା ହୋଇଛି। ଭାରତ ବର୍ଷ ଧରି ସେଚେଲ୍ସକୁ କୋଷ୍ଟଗାର୍ଡ ଜାହାଜ, ହେଲିକପ୍ଟର, ଡୋର୍ନିୟର ବିମାନ ଏବଂ ପ୍ରଶିକ୍ଷଣ ସହାୟତା ଯୋଗାଇ ଆସୁଛି। ଏହି ସହଯୋଗ ଦର୍ଶାଉଛି ଯେ ଭାରତ କେବଳ ଏକ ମିତ୍ର ନୁହେଁ, ବରଂ ଭାରତ ମହାସାଗର ଅଞ୍ଚଳରେ ଏକ ବିଶ୍ୱସନୀୟ ସହଭାଗୀ ଭାବେ ନିଜକୁ ପ୍ରତିଷ୍ଠିତ କରୁଛି।

ଅଧ୍ୟାୟ ୭: କଲମ୍ବୋ ସୁରକ୍ଷା ସମ୍ମିଳନୀ – ଅଞ୍ଚଳୀୟ ସହଯୋଗର ନୂଆ ଅଧ୍ୟାୟ

ଆଜି ଭାରତ ମହାସାଗରର ସୁରକ୍ଷା କେବଳ ଗୋଟିଏ ଦେଶର ଦାୟିତ୍ୱ ନୁହେଁ। ସେଥିପାଇଁ ଭାରତ, ଶ୍ରୀଲଙ୍କା, ମାଲଦ୍ୱୀପ, ମରିସସ ଓ ଅନ୍ୟ ଭାଗୀଦାର ଦେଶମାନେ ସାମୁଦ୍ରିକ ସୁରକ୍ଷାରେ ପରସ୍ପର ସହଯୋଗ ବଢ଼ାଉଛନ୍ତି। ଏହି ମଞ୍ଚ ମାଧ୍ୟମରେ ସାମୁଦ୍ରିକ ସୂଚନା ଆଦାନପ୍ରଦାନ, ଯୁଗ୍ମ ଅଭ୍ୟାସ, ଦୁର୍ଯ୍ୟୋଗ ପରିଚାଳନା ଓ ସମୁଦ୍ର ସୁରକ୍ଷା ଉପରେ ସମନ୍ୱୟ କରାଯାଉଛି। ବିଶେଷଜ୍ଞମାନଙ୍କ ମତରେ, ଆଗାମୀ ବର୍ଷଗୁଡ଼ିକରେ ଏହି ପ୍ରକାରର ସହଯୋଗ ଭାରତ ମହାସାଗର ଅଞ୍ଚଳର ସ୍ଥିରତା ପାଇଁ ଆହୁରି ଗୁରୁତ୍ୱପୂର୍ଣ୍ଣ ହେବ।

ଅଧ୍ୟାୟ ୮: ନୀଳ ଅର୍ଥନୀତି – ସହଯୋଗର ନୂଆ ଦିଗ

ସେଚେଲ୍ସର ଅର୍ଥନୀତିର ମୂଳ ଆଧାର ହେଉଛି ସମୁଦ୍ର। ମତ୍ସ୍ୟଚାଷ, ପର୍ଯ୍ୟଟନ, ସାମୁଦ୍ରିକ ସମ୍ପଦ ଓ blue ଇକୋନୋମି ଏହି ଦେଶର ବିକାଶର ମୂଳ ଭିତ୍ତି। ଭାରତ ଏହି କ୍ଷେତ୍ରରେ ସେଚେଲ୍ସକୁ ପ୍ରଯୁକ୍ତି, ହାଇଡ୍ରୋଗ୍ରାଫିକ ସର୍ଭେ, ଦକ୍ଷତା ବିକାଶ ଓ ସମୁଦ୍ର ସମ୍ପଦର ବୈଜ୍ଞାନିକ ବ୍ୟବହାରରେ ସହଯୋଗ କରୁଛି। ଏହା ଦୁଇ ଦେଶର ଅର୍ଥନୈତିକ ସହଭାଗିତାକୁ ଆହୁରି ମଜବୁତ କରୁଛି।

ଅଧ୍ୟାୟ ୯: ନିଷ୍କର୍ଷ – ଭାରତ ମହାସାଗରରେ ବଦଳୁଥିବା ସମୀକରଣ

ସେଚେଲ୍ସ ଭଳି ଏକ ଛୋଟ ଦେଶ ଆଜି ବିଶ୍ୱ ଭୂ-ରାଜନୀତିରେ ବଡ଼ ଭୂମିକା ନିଭାଉଛି। ଭାରତ ଓ ସେଚେଲ୍ସ ମଧ୍ୟରେ ବଢ଼ୁଥିବା ସହଯୋଗ କେବଳ ଦୁଇ ଦେଶର ସମ୍ପର୍କକୁ ନୁହେଁ, ସମଗ୍ର ଭାରତ ମହାସାଗର ଅଞ୍ଚଳର ସୁରକ୍ଷା ଓ ସ୍ଥିରତାକୁ ମଧ୍ୟ ପ୍ରଭାବିତ କରୁଛି। ଆଗାମୀ ଦିନରେ ଏହି ଅଞ୍ଚଳରେ ଭାରତ, ଚୀନ ଓ ଅନ୍ୟ biswa ଶକ୍ତିମାନ ଦେଶମାନଙ୍କ ମଧ୍ୟରେ ରଣନୈତିକ ପ୍ରତିଯୋଗିତା ଜାରି ରହିପାରେ। କିନ୍ତୁ ଏକ କଥା ସ୍ପଷ୍ଟ—ଭାରତ ମହାସାଗରରେ ଭାରତର ଭୂମିକା ଦିନକୁ ଦିନ ଅଧିକ ପ୍ରଭାବଶାଳୀ ହେଉଛି।

ଶକ୍ତିଶାଳୀ ଭୂମିକମ୍ପରେ ଭେନେଜୁଏଲା ଧ୍ୱସ୍ତ, ୧୦ ହଜାର ମୃତ୍ୟୁ ଆଶଙ୍କା
କାରାକାସ : ଦୁଇଟି ଶକ୍ତିଶାଳୀ ଭୂମିକମ୍ପରେ ଧ୍ବଂସସ୍ତୁପରେ ପରିଣତ ହୋଇଛି ଭେନେଜୁଏଲା । ମାତ୍ର ୩୯ ସେକେଣ୍ଡ ବ୍ୟବଧାନରେ ଭେନେଜୁଏଲାର ରାଜଧାନୀ କାରାକାସ୍ ନିକଟବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ପ୍ରଥମ ଭୂମିକମ୍ପର ତୀବ୍ରତା ୭.୨ ଏବଂ ପରବର୍ତ୍ତୀ ଭୂମିକମ୍ପ ୭.୭ ରହିଥିଲା । ଫଳରେ ଭେନେଜୁଏଲାର କାରାକାସ୍‌ ରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଭୂକମ୍ପରେ ୧୦ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଭୂକମ୍ପ ପରେ କାରିବିଆନ୍ ଦ୍ଵୀପରେ ସୁନାମୀ ଆଶଙ୍କା ଥିବାରୁ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଛନ୍ତି ରାଷ୍ଟ୍ରପତି । ଏହା ଗତ ୧୨୬ ବର୍ଷ ମଧ୍ୟରେ ଦେଶରେ ଘଟିଥିବା ସବୁଠାରୁ ବଡ଼ ଭୂକମ୍ପ ବୋଲି ଆକଳନ କରାଯାଉଛି ।

ବୁଧବାର ସନ୍ଧ୍ୟାରେ ଭେନେଜୁଏଲାରେ ଦୁଇଟି ପ୍ରଳୟଙ୍କରୀ ଭୂକମ୍ପ ଅନୁଭୂତ ହୋଇଛି । ଏହାର  କେନ୍ଦ୍ରସ୍ଥଳ କାରିବିଆନ୍ ଉପକୂଳରେ ମୋରୋନ୍ ସହରରୁ ପ୍ରାୟ ୨୮ କିଲୋମିଟର ପଶ୍ଚିମରେ ଥିଲା ଏବଂ ଏହାର ଗଭୀରତା ୧୩ କିଲୋମିଟର ଥିବା ଜଣାପଡିଛି । ଭୂମିକମ୍ପ ତୀବ୍ରତା ପଡୋଶୀ ଦେଶ କଲମ୍ବିଆରେ ମଧ୍ୟ ଅନୁଭୂତ ହୋଇଥିଲା । ଭେନେଜୁଏଲାର ଗୃହମନ୍ତ୍ରୀ ଦିଓସଡାଡୋ କାବେୟୋ କହିଛନ୍ତି ଯେ କାରାକାସର ଆଲଟାମିରା ଅଞ୍ଚଳର ପରିସ୍ଥିତି ବହୁତ ଗମ୍ଭୀର ରହିଛି । ରାଜଧାନୀରେ ଅନେକ ବଡ଼ ବଡ଼ କୋଠା ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। ସାଇମନ୍ ବୋଲିଭାର୍ ଅନ୍ତର୍ଜାତୀୟ ବିମାନବନ୍ଦରର ଭିତ୍ତିଭୂମି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି, ଯାହାଫଳରେ ବିମାନ ସେବା ବାଧାପ୍ରାପ୍ତ ହୋଇଛି । ଭୂକମ୍ପ ପରେ ଦୁର୍ବଳ କୋଠାଗୁଡ଼ିକୁ ଆହୁରି କ୍ଷତି ପହଞ୍ଚାଇପାରେ । ତେଣୁ ଲୋକଙ୍କୁ ଘର ଭିତରକୁ ନ ଯିବାକୁ ସେ ଅନୁରୋଧ କରିଛନ୍ତି । ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ଯାନବାହନ ପାଇଁ ରାସ୍ତା ଛାଡ଼ିବାକୁ ମଧ୍ୟ ଡ୍ରାଇଭରମାନଙ୍କୁ କୁହାଯାଇଛି । ଏବେ ପ୍ରଶାସନ ସ୍ଥିର ନିୟମ ମଧ୍ୟରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ବର୍ତ୍ତମାନ ସୁଦ୍ଧା ମୃତାହତଙ୍କ ସଂଖ୍ୟା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ, କିନ୍ତୁ ଭୂକମ୍ପର ତୀବ୍ରତାକୁ ଦେଖିଲେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି । ମୃତ୍ୟୁସଂଖ୍ୟା ୧୦ ହଜାରରୁ ଅଧିକ ହେବା ଆଶଙ୍କା କରାଯାଉଛି ।

ସେପଟେ ଭେନେଜୁଏଲା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ପୋଷ୍ଟରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।  ସଙ୍କଟ ସମୟରେ ଠିଆ ହେଉଛୁ, ସମସ୍ତ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛୁ ବୋଲି ମୋଦି କହିଛନ୍ତି । ଭେନେଜୁଏଲାର ବିରୋଧୀ ଦଳ ନେତା ମାରିଆ କୋରିନା ମଚାଡୋ ଲୋକଙ୍କ ପାଇଁ ପ୍ରାର୍ଥନା କରିବା ସହ ଲୋକମାନଙ୍କୁ ଆତ୍ମବିଶ୍ଵାସର ସହ ବିପଦର ମୁକାବିଲା କରିବା ପାଇଁ ଅପିଲ କରିଛନ୍ତି । ଏଲ୍ ସାଲଭାଡୋରର ରାଷ୍ଟ୍ରପତି ନାୟିବ୍ ବୁକେଲେ କହିଛନ୍ତି ଯେ ତାଙ୍କ ଦେଶ ଏହି କଷ୍ଟକର ସମୟରେ ଭେନେଜୁଏଲା ଲୋକଙ୍କ ସହିତ ଠିଆ ହୋଇଛି।

ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାରମର୍‌ଙ୍କ ଇସ୍ତଫା
ନୂଆଦିଲ୍ଲୀ : ବ୍ରିଟେନ ରାଜନୀତିରେ ବଡ଼ ହଲଚଲ । ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଲେବର ପାର୍ଟି ନେତା କିର୍ ଷ୍ଟାରମର । ନୂଆ ପ୍ରଧାନମନ୍ତ୍ରୀ ନାମ ଘୋଷଣା ହେବା ଯାଏଁ କିର୍ ଷ୍ଟାରମର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ । ଦଳୀୟ ଚାପ ଏବଂ ଦେଶରେ ଅର୍ଥନୈତିକ ଅସ୍ଥିରତାକୁ ନେଇ ତାଙ୍କ ଉପରେ କ୍ରମାଗତ ଭାବେ ଚାପ ବଢ଼ୁଥିଲା, ଯାହା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି ।  ୧୪ ବର୍ଷ କ୍ଷମତାରେ ଥିବା କଞ୍ଜରଭେଟିଭ୍‌ ପାର୍ଟିକୁ ଗାଦିଚ୍ୟୁତ କରି ଜୁଲାଇ ୨୦୨୪ ନିର୍ବାଚନରେ ଲେବର ପାର୍ଟିରୁ କିର୍ ଷ୍ଟାରମର ବିଜୟ ହୋଇଥିଲେ । ତେବେ ଗତ ୧୦ ବର୍ଷ ଭିତରେ କିର୍ ଷ୍ଟାରମର ୬ଷ୍ଠ ପ୍ରଧାନମନ୍ତ୍ରୀ, ଯିଏ ପଦ ଛାଡୁଛନ୍ତି ।

ସୂଚନାନୁସାରେ, ୨୦୨୪ଜୁଲାଇ ନିର୍ବାଚନରେ ୧୭୪ ଆସନରେ ବହୁମତ ହାସଲ କରିଥିଲା କିର୍ ଷ୍ଟାରମରଙ୍କ ଲେବର ପାର୍ଟି । ସେତେବେଳେ, ଏହାକୁ ଲେବର ପାର୍ଟି ପାଇଁ ଏକ ନିର୍ଣ୍ଣାୟକ ରାଜନୈତିକ ପ୍ରତ୍ୟାବର୍ତ୍ତନ ବୋଲି ବିବେଚନା କରାଯାଉଥିଲା । ତଥାପି, ଅନେକ ବିବାଦ ଏବଂ ନୀତି ପରିବର୍ତ୍ତନ ଯୋଗୁଁ ତାଙ୍କ କାର୍ଯ୍ୟକାଳ ନିରନ୍ତର ଚାପରେ ରହିଥିଲା । କ୍ୟାବିନେଟ ମନ୍ତ୍ରୀ, ପରାମର୍ଶଦାତା ଓ ଟ୍ରେଡ୍ ୟୁନିଅନ ନେତାଙ୍କ ସହ ଷ୍ଟାରମର ଆଲୋଚନା କରିବା ପରେ ସେ ପଦରେ ଆଉ ରହିବା ଉଚିତ ନୁହେଁ ବୋଲି ମତପ୍ରକାଶ ପାଇଥିଲା । ଷ୍ଟାରମରଙ୍କ ଲେବର ପାର୍ଟିର ୧୦୦ରୁ ଅଧିକ ସାଂସଦ ତାଙ୍କୁ ଇସ୍ତଫା ଦେବାକୁ ପରାମର୍ଶ ଦେଇଥିଲେ । ଗତ ୧୦ ବର୍ଷ ଭିତରେ ସମୟ ପୂର୍ବରୁ ପଦ ଛାଡିବାରେ ସେ ଷଷ୍ଠ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଏବେ ତାଙ୍କ ଇସ୍ତଫା ପରେ ବ୍ରିଟେନରେ ନେତୃତ୍ୱ ପରିବର୍ତ୍ତନ ପାଇଁ ପଥ ପରିସ୍କାର ହୋଇଛି ।

ଏହି ସମୟରେ ଷ୍ଟାରମର କହିଛନ୍ତି, ଏବେ ମୋ ପାର୍ଟି ପ୍ରଶ୍ନ ପଚାରୁଛି, କ’ଣ ମୁଁ ଆଗାମୀ ସାଧାରଣ ନିର୍ବାଚନରେ ପାର୍ଟିର ନେତୃତ୍ୱ କରିବା ପାଇଁ ସଠିକ୍ ବ୍ୟକ୍ତି ? ମୁଁ ଏହି ପ୍ରଶ୍ନକୁ ନେଇ ସଂସଦୀୟ ପାର୍ଟିର ଜବାବ ଶୁଣିଛି ଏବଂ ଏହି ଉତ୍ତରକୁ ସମ୍ମାନର ସହିତ ସ୍ବୀକାର କରୁଛି । ପଦରୁ ଇସ୍ତଫା ଦେବା ସହ ସେ ତାଙ୍କ ଉତ୍ତରାଧିକାରୀକୁ ପୂର୍ଣ୍ଣ ସମର୍ଥନ କରିବେ ବୋଲି କହିଛନ୍ତି କିର୍ ଷ୍ଟାରମର।

ଇରାନର ବ୍ରହ୍ମାସ୍ତ୍ରକୁ ନେଇ ଚିନ୍ତିତ ଟ୍ରମ୍ପ!
ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଯାଉଛି ବଡ଼ ଚୁକ୍ତି। କିନ୍ତୁ ଏହାର ପଛରେ ଲୁଚିଛି ଏମିତି ଏକ କାହାଣୀ, ଯାହା ବିଶ୍ୱ ରାଜନୀତିକୁ ବଦଳାଇ ଦେଇପାରେ। ହର୍ମୁଜ୍ ପ୍ରଣାଳୀ ଉପରେ ଇରାନର ବଢ଼ୁଥିବା ପ୍ରଭାବ କଣ ଆମେରିକା ପାଇଁ ନୂଆ ଚ୍ୟାଲେଞ୍ଜ? କାହିଁକି ବିଶ୍ୱର ଶକ୍ତିଶାଳୀ ଦେଶମାନେ ଏବେ ଇରାନର କ୍ଷମତାକୁ ନେଇ ଚିନ୍ତିତ? ଏବଂ କିପରି ଏହି ଗୋଟିଏ ସମୁଦ୍ର ପଥ ବିଶ୍ୱ ତୈଳ ବଜାରର ଭବିଷ୍ୟତ ନିର୍ଣ୍ଣୟ କରିପାରେ?

ମଧ୍ୟପ୍ରାଚ୍ୟର ଯୁଦ୍ଧ ଓ କୂଟନୀତି ମଧ୍ୟରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଉଛି। ଆମେରିକା ଓ ଇସ୍ରାଏଲ ସହ ତୀବ୍ର ସଂଘର୍ଷ ପରେ ଇରାନ ଏବେ ଏମିତି ଏକ ଶକ୍ତିର ମାଲିକ ହୋଇଛି, ଯାହାକୁ ଅନେକ ବିଶ୍ଳେଷକ ବ୍ରହ୍ମାସ୍ତ୍ର ବୋଲି ବର୍ଣ୍ଣନା କରୁଛନ୍ତି। ସେହି ଶକ୍ତି ହେଉଛି ହର୍ମୁଜ୍ ପ୍ରଣାଳୀ ଉପରେ ଇରାନର ପ୍ରଭାବ। ବିଶ୍ୱର ପ୍ରାୟ ୨୦ ଶତାଂଶ ତୈଳ ବାଣିଜ୍ୟ ଏହି ସମୁଦ୍ରପଥ ଦେଇ ଯାଏ। ଯଦି ଏହି ରାସ୍ତା ବନ୍ଦ ହୋଇଯାଏ, ତେବେ ବିଶ୍ୱ ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପଡ଼ିପାରେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମେରିକୀୟ ଗୁପ୍ତଚର ସଂସ୍ଥାମାନେ ଏବେ ବିଶ୍ୱାସ କରୁଛନ୍ତି ଯେ ଇରାନ ହର୍ମୁଜ୍ ପ୍ରଣାଳୀକୁ ପ୍ରଭାବଶାଳୀ ଭାବେ ନିୟନ୍ତ୍ରଣ କରିବାର କ୍ଷମତା ଦେଖାଇଛି। ପୂର୍ବରୁ ଧାରଣା ଥିଲା ଯେ ଯଦି ଇରାନ ଏହି ପଥକୁ ବନ୍ଦ କରେ, ତେବେ ଆମେରିକା ଖୁବ୍ ଶୀଘ୍ର ଏହାକୁ ପୁଣି ଖୋଲିଦେବ। କିନ୍ତୁ ସମ୍ପ୍ରତିର ପରିସ୍ଥିତି ସେହି ଧାରଣାକୁ ଚ୍ୟାଲେଞ୍ଜ କରିଛି। ଏହି ସମୟରେ ଆମେରିକା ଓ ଇରାନ ମଧ୍ୟରେ ଏକ ନୂତନ ଚୁକ୍ତିର ପ୍ରକ୍ରିୟା ମଧ୍ୟ ଆଗକୁ ବଢ଼ୁଛି। ରିପୋର୍ଟ ଅନୁଯାୟୀ, ଉଭୟ ଦେଶ ପରମାଣୁ ପ୍ରସଙ୍ଗରେ ପୁଣିଥରେ ଆଲୋଚନା ଆରମ୍ଭ କରିବାକୁ ସହମତ ହୋଇଛନ୍ତି। ଏହା ସହିତ ଇରାନର ବିଦେଶରେ ଅଟକିଥିବା ଅର୍ଥର କିଛି ଅଂଶ ମୁକ୍ତ ହେବାର ଖବର ମଧ୍ୟ ସାମ୍ନାକୁ ଆସିଛି। ଇରାନର ଦାବି ହେଉଛି ଯେ ବର୍ଷ ଧରି ବିଭିନ୍ନ ଦେଶ ଓ ବ୍ୟାଙ୍କରେ ତାହାର ବହୁ ପରିମାଣର ଅର୍ଥ ଫ୍ରିଜ୍ କରାଯାଇଥିଲା। ବର୍ତ୍ତମାନ ସେହି ଅର୍ଥ ଧୀରେ ଧୀରେ ମୁକ୍ତ ହେବାର ସମ୍ଭାବନା ଦେଖାଯାଉଛି, ଯାହା ଇରାନର ଅର୍ଥନୀତିକୁ ବଡ଼ ସହାୟତା ଦେଇପାରେ। ଅନ୍ୟପଟେ, ଏହି ସଂଘର୍ଷ ଇରାନର ସାମରିକ କ୍ଷମତାକୁ ମଧ୍ୟ ବିଶ୍ୱ ସମ୍ମୁଖରେ ଆଣିଛି।

କ୍ଷେପଣାସ୍ତ୍ର, ଡ୍ରୋନ୍ ଏବଂ ନୌସେନା ଶକ୍ତି ସହ ଇରାନ ଏହା ପ୍ରମାଣ କରିଛି ଯେ ସେ ମଧ୍ୟପ୍ରାଚ୍ୟର ଏକ ପ୍ରମୁଖ ଶକ୍ତି ଭାବେ ନିଜ ସ୍ଥାନକୁ ଆହୁରି ମଜବୁତ କରିଛି। ଏବେ ପ୍ରଶ୍ନ ହେଉଛି, ଇରାନର ନୂଆ ଶକ୍ତି! ହର୍ମୁଜ୍ ପ୍ରଣାଳୀ ହେଲା ବିଶ୍ୱ ଅର୍ଥନୀତିର ବ୍ରହ୍ମାସ୍ତ୍ର। ଆସନ୍ତା ଦିନରେ ହର୍ମୁଜ୍ ପ୍ରଣାଳୀ ବିଶ୍ୱ ରାଜନୀତି ଓ ଅର୍ଥନୀତିର ସବୁଠାରୁ ବଡ଼ ଚାପ ସୃଷ୍ଟିକାରୀ ଅସ୍ତ୍ର ହେବ କି? ଏହାର ଉତ୍ତର ଆଗାମୀ ସମୟ ଦେବ।

୧୬ ମାସ ପରେ ଏକାଠି ହେଲେ ମୋଦି ଓ ଟ୍ରମ୍ପ
ନୂଆଦିଲ୍ଲୀ : ୧୬ ମାସ ପରେ ପୁଣି ଥରେ ଏକାଠି ହେବେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏ୭ ଶିଖର ସମ୍ମିଳନୀରେ ଦୁଇ ନେତାଙ୍କ ସାକ୍ଷାତ ପରେ ସାରା ବିଶ୍ୱର ନଜର ଏବେ ଏହି ବୈଠକ ଉପରେ । ବାଣିଜ୍ୟ ଚୁକ୍ତିଠାରୁ ଆରମ୍ଭ କରି ବିଶ୍ୱ ଆତଙ୍କବାଦ, ପଶ୍ଚିମ ଏସିଆର ପରିସ୍ଥିତି ଓ ଭାରତ-ଆମେରିକା ସମ୍ପର୍କକୁ ନେଇ କଣ ହୋଇପାରେ ବଡ ଆଲୋଚନା? କାହିଁକି ଏହି ସାକ୍ଷାତକୁ ନେଇ ଆନ୍ତର୍ଜାତୀୟ ମହଲରେ ଚର୍ଚ୍ଚା ଜୋର ଧରିଛି? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ।

ଏ୭ ଶିଖର ସମ୍ମିଳନୀରେ ମୋଦି-ଟ୍ରମ୍ପ ସାକ୍ଷାତ:ବିଶ୍ୱ ପ୍ରସଙ୍ଗ, ବାଣିଜ୍ୟ ଓ ସୁରକ୍ଷା ଉପରେ ହେଲା ଆଲୋଚନା । ପ୍ରାୟ ୧୬ ମାସ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଛି । ଫ୍ରାନ୍ସରେ ଆୟୋଜିତ ଏ୭ ଶିଖର ସମ୍ମିଳନୀର ଅବସରରେ ଦୁଇ ନେତା ଗୋଲଟେବୁଲ ବୈଠକରେ ଏକାଠି ଯୋଗଦେଇଥିଲେ ଏବଂ ବିଶ୍ୱର ବିଭିନ୍ନ ସମସାମୟିକ ପ୍ରସଙ୍ଗ ଉପରେ ମତବିନିମୟ କରିଥିଲେ । ସୂଚନା ଅନୁସାରେ ଆଗାମୀ ଦିନରେ ଦୁଇ ନେତାଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ମଧ୍ୟ ହେବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି, ରଣନୈତିକ ସହଯୋଗ, ପ୍ରଯୁକ୍ତି ଏବଂ ସୁରକ୍ଷା ସମ୍ବନ୍ଧୀୟ ବିଷୟଗୁଡିକ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ । ଏ୭ ସମ୍ମିଳନୀରେ ମୋଦି ଓ ଟ୍ରମ୍ପଙ୍କୁ ପରସ୍ପର ପାଖାପାଖି ବସିଥିବା ଦେଖାଯାଇଥିଲା । ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ସଂକ୍ଷିପ୍ତ ଆଲୋଚନା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର ବିଶ୍ୱ ଗଣମାଧ୍ୟମର ଧ୍ୟାନ ଆକର୍ଷଣ କରିଥିଲା ।

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରାଯାଇଥିବା ଦୃଶ୍ୟ ମଧ୍ୟ ଚର୍ଚ୍ଚାରେ ରହିଛି । ସମ୍ମିଳନୀ ସମୟରେ ମୋଦି ବିଭିନ୍ନ ଦେଶର ନେତାମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ । ବିଶ୍ଳେଷକମାନଙ୍କ ମତରେ ଏହି ସାକ୍ଷାତକାରରେ ବିଶ୍ୱ ଆତଙ୍କବାଦ, ପଶ୍ଚିମ ଏସିଆର ପରିସ୍ଥିତି, ଭାରତ-ଆମେରିକା ଆର୍ଥିକ ସମ୍ପର୍କ ଏବଂ ଅଞ୍ଚଳୀୟ ସୁରକ୍ଷା ପ୍ରସଙ୍ଗ ପ୍ରମୁଖ ଆଲୋଚ୍ୟ ବିଷୟ ହୋଇପାରେ । ଏହା ମଧ୍ୟରେ ଆମେରିକା-ଇରାନ ଆଲୋଚନା ଏବଂ ଏହା ସହ ଜଡିତ କୂଟନୈତିକ ପ୍ରକ୍ରିୟାକୁ ନେଇ ମଧ୍ୟ ବିଶ୍ୱ ରାଜନୀତିରେ ଚର୍ଚ୍ଚା ଜାରି ରହିଛି । ତେବେ ଏହି ପ୍ରସଙ୍ଗରେ ବିଭିନ୍ନ ଦେଶର ଭୂମିକା ଓ ଦାବିକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି । ଏ୭ ଶିଖର ସମ୍ମିଳନୀରେ ମୋଦି-ଟ୍ରମ୍ପ ସାକ୍ଷାତକୁ ଭାରତ-ଆମେରିକା ସମ୍ପର୍କର ଦୃଷ୍ଟିକୋଣରୁ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ଘଟଣା ଭାବେ ଦେଖାଯାଉଛି । ଆଗାମୀ ଦ୍ୱିପାକ୍ଷିକ ବୈଠକ ପରେ ଉଭୟ ଦେଶର ସମ୍ପର୍କକୁ ନେଇ ଆହୁରି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ।

୧୬ବର୍ଷରୁ କମ ପିଲାଙ୍କ ପାଇଁ ସୋସିଆଲ ମିଡ଼ିଆ ବ୍ୟାନ
ଲଣ୍ଡନ :  ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା । ପିଲାମାନଙ୍କ ମାନସିକ ଏବଂ ସାମାଜିକ ସୁସ୍ଥତା ସମ୍ପର୍କକୁ ଧ୍ୟାନରେ ରଖି ୟୁକେ ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର୍ ଘୋଷଣା କରିଛନ୍ତି ଯେ, ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଯିବ ।

ପିଲାମାନଙ୍କୁ ସେମାନଙ୍କର ପିଲାଦିନ ଫେରାଇ ଦେବା ଏବଂ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ସରକାର ଏପରି ନିଷ୍ପତ୍ତି ନେଇଥିବା ବ୍ରିଟେନର ପ୍ରଧାନମନ୍ତ୍ରୀ କୈର ଷ୍ଟାର୍ମର କହିଛନ୍ତି । ନୂଆ ନିୟମ ଅନୁଯାୟୀ ଟିକ୍‌ଟକ, ଇନଷ୍ଟାଗ୍ରାମ, ସ୍ନାପଚାଟ୍‌, ୟୁଟ୍ୟୁବ୍‌, ଫେସବୁକ୍‌ ଓ ଏକ୍ସ ଭଳି ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ୧୬ ବର୍ଷରୁ କମ୍ ପିଲାମାନେ ଆଉ ବ୍ୟବହାର କରିପାରିବେ ନାହିଁ। ବନ୍ଧୁ ଓ ପରିବାର ସହ ଯୋଗାଯୋଗରେ ରହିବା ପାଇଁ ହ୍ବାଟ୍ସଆପ୍‌ ଏବଂ ସିଗ୍ନାଲ ଭଳି ମେସେଜିଂ ଆପ୍ ଗୁଡ଼ିକୁ ଏହି ନିଷେଧାଦେଶରୁ ବାଦ୍ ଦିଆଯାଇଛି। ତା’ ସହିତ ଶିକ୍ଷା ସମ୍ପର୍କିତ ୱେବସାଇଟ୍ ମଧ୍ୟ ଖୋଲା ରହିବ।

ଅନଲାଇନ୍ ଗେମିଂ ପ୍ଲାଟଫର୍ମଗୁଡ଼ିକରେ ପିଲାମାନେ ଯେପରି କୌଣସି ଅଜଣା ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କିମ୍ବା ଲାଇଭ୍-ଷ୍ଟ୍ରିମିଂ କରିପାରିବେ ନାହିଁ ସେଥିପାଇଁ କଡ଼ା ନିୟମ ଅଣାଯାଉଛି। ସରକାର ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଏହି ସମ୍ପର୍କିତ ଆଇନ ସଂସଦରେ ଗୃହୀତ କରିବାକୁ ଲକ୍ଷ୍ୟ ରଖିଛନ୍ତି ଏବଂ ୨୦୨୭ ସୁଦ୍ଧା ଏହା ସାରା ଦେଶରେ ଲାଗୁ ହେବ। ବୟସ ଯାଞ୍ଚ କରିବା ପାଇଁ କଡ଼ା ଡିଜିଟାଲ୍ ବ୍ୟବସ୍ଥା ଗ୍ରହଣ କରାଯିବ। ଏହି ନିଷ୍ପତ୍ତି ପୂର୍ବରୁ ସରକାର ଏକ ସର୍ଭେ କରିଥିଲେ ଯେଉଁଥିରେ ୯୦% ପିତାମାତା ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ନିଷିଦ୍ଧ କରିବା ସପକ୍ଷରେ ମତ ଦେଇଥିଲେ।

ତେବେ ଏହାକୁ ନେଇ ବ୍ରିଟେନ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ନିଷ୍ପତ୍ତି ନେବା ତାଙ୍କ ପାଇଁ ସହଜ ନଥିଲା । ଅନେକ ବଡ଼ କମ୍ପାନୀ ସରକାରଙ୍କୁ ନିଜ ନିଷ୍ପତ୍ତି ଫେରାଇ ନେବାକୁ ଚାପ ପକାଇଛନ୍ତି, କିନ୍ତୁ ଏହି ନିଷ୍ପତ୍ତି ବଳବତ୍ତର ରହିବ । ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।

ଏହାସହିତ ବ୍ରିଟେନ ପ୍ରଧାନମନ୍ତ୍ରୀ କହିଛନ୍ତି, ଟେକ୍ କମ୍ପାନୀ ଉପରେ ଚାପ ପଡିଛି । ସରକାର କମ୍ପାନୀ ଉପରେ ପିଲାମଙ୍କ ସଠିକ ବୟସ ନିୟମ ଲାଗୁ କରିବା ପାଇଁ କହିଛନ୍ତି । ଏହାସହିତ ପିଲାଙ୍କୁ ଅଶ୍ଳୀଳ ଫଟୋ ଇତ୍ୟାଦିରୁ ଦୂରେଇ ରଖିବା ପାଇଁ ନୂଆ ପଦକ୍ଷେପ ନେଇଛନ୍ତି ।

ଗତବର୍ଷ ଅଷ୍ଟ୍ରେଲିଆ, କାନାଡା, ବ୍ରାଜିଲ , ଇଣ୍ଡୋନେସିଆ ଏବଂ ମାଲୟେସିଆ ଭଳି ଦେଶ ମାନେ ପିଲାଙ୍କ ସୋସିଆଲ ମିଡ଼ିଆ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି  ।