ସାକ୍ଷାତକାର - Samaya Live
ଅଭିନେତ୍ରୀରୁ ପ୍ରଯୋଜିକା ଗୁନଗୁନ
ନିଜର ଚମତ୍କାର ଅଭିନୟ, ନୃତ୍ୟ ତଥା ସ୍ବତନ୍ତ୍ର ଉପସ୍ଥାପନା ଶୈଳୀମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ଅଭିନେତ୍ରୀ ଗୁନଗୁନ । ଦୂରଦର୍ଶନରୁ ଆରମ୍ଭକରି ଓଲିଉଡର ବଡ ପରଦା ସବୁସ୍ଥାନରେ ନିଜର ବହୁମୁଖୀ ପ୍ରତିଭାପାଇଁ ସବୁବେଳେ ପ୍ରଶଂସା ସାଉଁଟିଥାଆନ୍ତି ଗୁନଗୁନ । ବର୍ତ୍ତମାନ ଫିଲ୍ମ ପୁୟୋଦକମ ପାଇଁ ଚର୍ଚ୍ଚାରେ ଥିବା ଗୁନଗୁନଙ୍କ ସହିତ ସମୟର ଗପସପ ...
ପ୍ର .  ସିନେମାର ଶୀର୍ଷକ 'ପୁୟୋଦକମ୍' ବେଶ୍ ରହସ୍ୟମୟ । ଏହାର ଅର୍ଥ ଏବଂ ଚଳଚ୍ଚିତ୍ର ସହ ଏହାର ସମ୍ପର୍କ ବିଷୟରେ କିଛି କହିବେ କି ?
ଉ _ ପୁୟୋଦକମର ଅର୍ଥ ହେଉଛି ଗରୁଡ ପୁରାଣର ଏକ  ଶାସ୍ତି । ଯେଉଁ ପୁରୁଷ ମହିଳାଙ୍କ ସହିତ ମିଛରେ ପ୍ରେମ ସମ୍ପର୍କ ରଖି ଶାରିରୀକ ସମ୍ପର୍କ ରଖନ୍ତି ହେଲେ ବିବାହ କରନ୍ତି ନାହିଁ । ସେଭଳି ପୁରୁଷଙ୍କୁ ଜମ ଦଣ୍ଡ ଦେଇଥାଆନ୍ତି । ଝିଅଟିକୁ କିଭଳି ମାଆଙ୍କ ଆଶିଷ ମିଳିବା ସହ ତାକୁ କିପରି ନ୍ୟାୟ ମିଳୁଛି ତାହାକୁ ଫିଲ୍ମ ଜରିଆରେ ଉପସ୍ଥାପନା କରାଯାଇଛି ।
ପ୍ର . 'ପୁୟୋଦକମ୍' ଭଳି ଏକ ଭିନ୍ନ ସ୍ୱାଦର ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ଆପଣଙ୍କୁ ପ୍ରେରଣା କେଉଁଠାରୁ ମିଳିଲା ? :
ଉ . ଅନେକ ଦିନରୁ ସ୍ବପ୍ନ ଥିଲା ଭଲ କାହାଣୀ ଓ ଚରିତ୍ର ମିଳିଲେ ନିଜ ପ୍ରଯୋଜନା ସଂସ୍ଥାରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବି । ତେଣୁ ଯେତେବେଳେ ୨୦୨୩ରେ ନିର୍ଦ୍ଦେଶକ ଶିବ ପ୍ରସାଦ ମହାନ୍ତି ଏହି କାହାଣୀ ସମ୍ପର୍କରେ ସୂଚନା ଦେଇଥିଲେ, ସେତେବେଳେ କାହାଣୀ ଖୁବ ପସନ୍ଦ ଆସିଥିଲା । କାହାଣୀ ଶୁଣିବାପରେ ନିଷ୍ପତ୍ତି ନେଇଥିଲି କି ଯେତେ କଷ୍ଟ ହେଲେ ବି ଏହି ଫିଲ୍ମଟି ନିର୍ମାଣ କରିବି ।
ପ୍ର. ଅଭିନୟ ସହିତ ପ୍ରଯୋଜନା ଦାୟିତ୍ୱ ତୁଲାଇବା ଆପଣଙ୍କ ପାଇଁ କେତେ ଚ୍ୟାଲେଞ୍ଜିଂ ଥିଲା ?
ଉ. ଏହି କାର୍ଯ୍ୟ ମୋ ପାଇଁ ବହୁତ ଆହ୍ବାନପୂର୍ଣ୍ଣ ଥିଲା । ଅଭିନେତ୍ରୀ ଭାବେ ଅଭିନୟ ସମୟରେ କାମିନି ଚରିତ୍ରର ବିଭିନ୍ନ ଛବିକୁ ପରଦାରେ ଜୀବନ୍ତ ଭାବେ ଫୁଟାଇବାର ଇଚ୍ଛା ଥିଲା । ସେପଟେ ଜଣେ ପ୍ରଯୋଜିକା ଭାବେ ସୁଟିଂ କିଭଳି ଠିକ ସମୟରେ ହେବ, ଖର୍ଚ୍ଚ ସହିତ ଯୋଜନା ସମ୍ପର୍କିତ ଚିନ୍ତା ମଧ୍ୟ ରହିଥିଲା । ଏତେ ଲୋକଙ୍କୁ ନେଇ ସବୁ କାର୍ଯ୍ୟ ଯୋଜନା ମୁତାବକ କରିବା ଟିକେ କଷ୍ଟ ଥିଲା । ହେଲେ ଟିମ ସଦସ୍ୟଙ୍କ ସମ୍ପୂର୍ଣ୍ଣ ସମର୍ଥନ ମୋର ଏହି କାର୍ଯ୍ୟକୁ ସହଜ କରିଥିଲା । ସେମାନଙ୍କ ସାହାଯ୍ୟରେ କାମ ସହଜରେ ହୋଇଯାଉଥିଲା ।
ପ୍ର. ଏହି ଚଳଚ୍ଚିତ୍ରରେ ଆପଣ ଯେଉଁ ଚରିତ୍ରରେ ଅଭିନୟ କରିଛନ୍ତି, ତାହା ଆପଣଙ୍କ ପୂର୍ବ ଚରିତ୍ରଗୁଡ଼ିକ ଅପେକ୍ଷା କେତେ ଭିନ୍ନ ?
ମୋ ଚରିତ୍ରର ନାଁ କାମିନି , ଯିଏ ଏଭଳି ଏକ ନାରୀ ନିର୍ଯ୍ୟାତନାର ଶିକାର ହେବାପରେ ଡିପ୍ରେସନକୁ ଚାଲିଯାଇଛି । ଯେଉଁକାରଣରୁ ସେ ନିଜେ ଅନେକ କଷ୍ଟରେ ରହୁଛି । ତେବେ ଏହାପରେ ମାଆଙ୍କ ଶକ୍ତିକୁ ପାଥେୟ କରି ନ୍ୟାୟ ପାଇଁ ଲଢେଇ କରୁଛି ଏହାରି ଉପରେ କାହାଣୀ ଗତିଶୀଳ । ଖୁବ ଚାଲେଞ୍ଜିଂ ଓ ଭିନ୍ନ ଚରିତ୍ର ଥିଲା ।
ପ୍ର. ଏହି ଫିଲ୍ମର ସୁଟିଂ ସମୟରେ କୌଣସି ସ୍ମରଣୀୟ ମୁହୂର୍ତ୍ତ ଯାହା ଆପଣ ସେୟାର୍ କରିବାକୁ ଚାହିଁବେ ?
ଉ _  ସ୍ମରଣୀୟ ସିନ୍ ହେଲା କ୍ଲାଇମାକ୍ସ ସିନ ଏବଂ ସବୁଠାରୁ ପ୍ରିୟ ସିନ ଯଦି କହିବି ତେବେ ମାଆ ଶାରଳାଙ୍କ ଲୁକରେ ସୁଟିଂ କରିବା ସମୟ । ଏହି ସବୁ ସମୟ ଗୁଡିକ ଖୁବ ସ୍ମରଣୀୟ ।
ପ୍ର . ଆଜିକାଲି ଓଡ଼ିଆ ସିନେମାରେ ବିଷୟବସ୍ତୁକୁ ନେଇ ଅନେକ ପରୀକ୍ଷାନିରୀକ୍ଷା ଚାଲିଛି। 'ପୁୟୋଦକମ୍'ର ସ୍ବତନ୍ତ୍ର ବିଷୟବସ୍ତୁକୁ କେତେ ସଫଳତା ମିଳିବ ବୋଲି ଆଶା ରଖିଛନ୍ତି
ଉ ବର୍ତ୍ତମାନ ସୁଦ୍ଧା ଦର୍ଶକ ଖୁବ ଭଲପାଇବା ଦେଉଛନ୍ତି । ଆଗକୁ ମଧ୍ୟ ଏହାକୁ ଆହୁରି ଭଲ ପାଇବା ମିଳିବ ବୋଲି ଆଶା ରହିଛି । ସବୁ ମାଆଙ୍କ ଦୟା ।
ପ୍ର. ଜଣେ  ପ୍ରଯୋଜିକା ଭାବେ ଯୋଜନା କଣ ରହିଛି ?
ଉ . ଜଣେ ପ୍ରଯୋଜିକା ଭାବେ ମୋର ଦାୟିତ୍ବ ଭଲ କାମ କରିବା । ଦର୍ଶକଙ୍କ ମନଲାଖି ଚଳଚ୍ଚିତ୍ର ଓ କାର୍ଯ୍ୟକ୍ରମ ନିର୍ମାଣ କରିବା । ସେଇ ଚେଷ୍ଟାରେ ନିଶ୍ଚୟ ଆଗେଇବି ବୋଲି ଭାବିଛି ।
ପ୍ର . ଆପଣଙ୍କର ପ୍ରଶଂସକ ଏବଂ ପାଠକମାନଙ୍କ ପାଇଁ କିଛି ବିଶେଷ ବାର୍ତ୍ତା ?
ଉ. ଯେମିତି ସବୁବେଳେ ମୋ ହାତ ଧରି ଭଲ ପାଇବାର ସହ ମୋତେ ଆଗକୁ ନେଇଛନ୍ତି ସେମିତି ସମର୍ଥନ ସବୁବେଳେ ମୋତେ ଓ ମୋ କାମକୁ ଦିଅନ୍ତୁ । ମୋର ଆଶା ଅଛି କେବେ ବି ହାରିବିନି ।
ପ୍ରସ୍ତୁତି
ଇପସିତା ମହାପାତ୍ର
ଦୃଷ୍ଟିହୀନଙ୍କ ଦୃଷ୍ଟିରେ ସେ ଦିବ୍ୟଦୃଷ୍ଟି ସମ୍ପନ୍ନ
ଡ. ଧୀରେନ୍ଦ୍ର କୁମାର ଷଡ଼ଙ୍ଗୀଙ୍କ ଉପାଦେୟ ପୁସ୍ତକଗୁଡ଼ିକୁ  ସରକାରୀ କିମ୍ବା ଅର୍ଦ୍ଧସରକାରୀ ସ୍ତରରେ ଏପର୍ଯ୍ୟନ୍ତ ସ୍ବୀକୃତି ମିଳିନାହିଁ, କିନ୍ତୁ ବେସରକାରୀ ସଂସ୍ଥାଙ୍କ ପୁରସ୍କାର ପାଇଁ ସେ ସାଧନାରତ
1 ଦୃଷ୍ଟିହୀନ ପିଲାଙ୍କ ପାଇଁ କିଛି କରିବାର ଇଚ୍ଛା କିଭଳି ଆସିଲା ?
ଉ ୧୯୯୬ ମସିହାରେ ରେଭେନ୍ସା କଲେଜରେ ଚାକିରି କରିବା ସମୟରେ ‘କଲେଜ ୟୁଥ୍ ରେଡକ୍ରସ’ ଦାୟିତ୍ବରେ ଥାଏ । କଲେଜର ପୂର୍ବ ଛାତ୍ରାବାସରେ ରହୁଥÒବା ଦୁଇ ତିନିଜଣ ଦୃଷ୍ଟିହୀନ ପିଲା ରକ୍ତଦାନ ପାଇଁ ଇଚ୍ଛା ପ୍ରକାଶ କରି ଶିବିରରେ ପହଞ୍ଚିଲେ୤ ଦୁର୍ଯ୍ୟୋଧନ ନାମକ ପିଲାକୁ ତାର ପାଠପଢା ବିଷୟରେ ପଚାରିଲି । ବୁଝିଲି ସେ ଯୁକ୍ତ୩ ପ୍ରଥମ ବର୍ଷରେ ପଢୁଛି । ସେ ଦଶମରେ ୭୨%, +୨ରେ ୬୯% ରଖÒ ଆଇଏଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛି୤ ପାଠ ପଢ଼ିବା ପାଇଁ ସେମାନେ ଟେପରେକର୍ଡ ଓ କ୍ୟାସେଟ ମାଧ୍ୟମରେ ବହିଗୁଡିକୁ ଜଣେ  ଚକ୍ଷୁବାନ  ପିଲା ମାଧ୍ୟମରେ ପଢାଇ ଏହାକୁ ରେକର୍ଡ କରି ଶୁଣି ପରୀକ୍ଷାରେ ଲେଖନ୍ତି ବୋଲି ଜାଣିଲି । ଯୁକ୍ତ ୨ ପାଠ ପାଇଁ ୧୦ରୁ ୧୨ଟି କ୍ୟାସେଟରେ ଚଳିଯାଉଥିଲା, କିନ୍ତୁ ଯୁକ୍ତ ୩ ପାଇଁ ଏବେ ଅଧିକ କ୍ୟାସେଟ ଲାଗୁଛି୤ ଏ ବିଷୟରେ ଜାଣିବା ପରେ କଲେଜ ଅଧ୍ୟକ୍ଷ ଡ. ଗିରିଜା ଆଚାର୍ଯ୍ୟଙ୍କୁ ଅନୁରୋଧ କରି କଲେଜ ରେଡକ୍ରସ ତରଫରୁ ସବୁ ଯୁକ୍ତ ୨ ଓ ୩ ପିଲାଙ୍କ ପାଇଁ ଗୋଟିଏ ଗୋଟିଏ ଟେପରେକର୍ଡର ଓ ଯୁକ୍ତ ୨ଙ୍କ ପାଇଁ ୧୦ଟି, ଯୁକ୍ତ ୩ଙ୍କ ପାଇଁ ୧୦୦ଟି କ୍ୟାସେଟ ମାଗଣାରେ ଯୋଗାଇଦେଲି । ଏହି ଘଟଣାପରେ ସେମାନେ  ପାଠପଢା ସମସ୍ୟା, ପରୀକ୍ଷା ସମୟରେ ଲେଖକ ଯୋଗାଡ କରିବା ସମସ୍ୟା ମୋ ନିକଟରେ ଉପସ୍ଥାପନା କରିବା ଆରମ୍ଭ କରିଥିଲେ ।
2 ଲେଖିଥିବା ତିନୋଟି ପୁସ୍ତକର ପ୍ରେରଣା କିପରି ପାଇଲେ  ?
ଉ ଦୃଷ୍ଟିିହୀନଙ୍କ ପାଇଁ ମୋର ପ୍ରଥମ ପୁସ୍ତକ ହେଉଛି, ‘ବ୍ରେଲ ବର୍ଣ୍ଣବୋଧ’ ।
ଏକ ଛୋଟ ଅନୁଭୂତି ଆଧାରରେ ଏହି ପୁସ୍ତକଟି ଲେଖିଥିଲି । କଲେଜର କିଛି ପୁଅ ଓ ଝିଅଙ୍କୁ ନେଇ କଟକ, ନୂଆପଡାସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟକୁ ବୁଲି ଯାଇଥିଲୁ । ଉଦ୍ଦେଶ୍ୟଥିଲା ଆମ କଲେଜ ପିଲାଙ୍କୁ ଦୃଷ୍ଟିହୀନ ଛାତ୍ରଙ୍କ ପାଠପଢା ଓ ନିତିଦିନ ଜୀବନଚର୍ଯ୍ୟା ବିଷୟରେ ପ୍ରତ୍ୟେକ୍ଷ ଅନୁଭୂତି ଯୋଗାଇବା । ଭାବବିନିମୟ ସମୟରେ ଗୋଟିଏ ଦୃଷ୍ଟିହୀନ ଛୋଟ ପିଲା ଆମ ପିଲାମାନଙ୍କୁ ଆହ୍ବାନ କରିଲା ଯେ, ସେ ଅନ୍ଧାରରେ ବହି ପଢିପାରିବ ଏବଂ ଏହା କରି ଦେଖାଇଲା ମଧ୍ୟ । ଏହି ଘଟଣାଟି ଆମ ପିଲାଙ୍କୁ ଆଶ୍ଚର୍ଯ୍ୟ କରିଲା । ସେମାନେ ବ୍ରେଲ ଶିଖିବା ପାଇଁ ମୋ ନିକଟରେ ଆଗ୍ରହ ପ୍ରକାଶ କରିଲେ । ମୁଁ କଲେଜ ଅଧ୍ୟକ୍ଷଙ୍କୁ ଅନୁରୋଧ କରି କଲେଜରେ ଏକ ବ୍ରେଲ ଟ୍ରେନିଂ ସେଣ୍ଟର ଆରମ୍ଭ କରିଲି । ଯେଉଁଠାରେ କଲେଜର କିଛି ଦୃଷ୍ଟିହୀନ ପିଲା ନିଜର ଚକ୍ଷୁଷ୍ମାନ ପିଲାଙ୍କୁ ବ୍ରେଲ ଶିକ୍ଷା ଦେଲେ । ହେଲେ କାର୍ଯ୍ୟକ୍ରମଟି ସଫଳ ହୋଇ ପାରିଲାନାହିଁ୤ କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ପ୍ରଥମେ ନୂଆପଡା ଦୃଷ୍ଟିହୀନ ବିଦ୍ୟାଳୟର କୁନିକୁନି ପିଲାମାନଙ୍କ ଠାରୁ ଓଡିଆ ବର୍ଣ୍ଣମାଳା, ଫଳା ବ୍ୟବହାର ପ୍ରଣାଳୀ ଓ ଯୁକ୍ତାକ୍ଷର ଲିଖନ ଉପାୟ ଶିଖିଲି । ଏହାପରେ ୧୯୯୮ରେ ରେଭେନ୍ସା ୟୁଥ ରେଡକ୍ରସ ସୌଜନ୍ୟରୁ ଏହାକୁ ପ୍ରକାଶ କରାଗଲା । ସେହିଭଳି ଦ୍ବତୀୟ ପୁସ୍ତକଟି ବିଜୟ କୁମାର ରଥ ନାମକ ଜଣେ ଦୂରଦୃଷ୍ଟି ସମ୍ପର୍ଣ୍ଣ ଦୃଷ୍ଟିହୀନ ବ୍ୟକ୍ତିଙ୍କ ପ୍ରେରଣାରେ ରଚନା କରିଥିଲି । ତୃତୀୟ ପୁସ୍ତକ ପଛରେ ମୋର ଦୀର୍ଘ ୩୦ ବର୍ଷର ଅଭିଜ୍ଞତା ରହିଛି । ଅନେକ ଦିନହେବ ଦୃଷ୍ଟିହୀନ ପିଲା ଓ ସେମାନଙ୍କ ଅଭିଭାବକଙ୍କ ସମ୍ପର୍କରେ ଆସିବା ପରେ ଏହି ପୁସ୍ତକ ରଚନା କରିଥିଲି । ତେଣୁ ଏହି ବହିଟିକୁ ଦୃଷ୍ଟିହୀନ ଶିଶୁଙ୍କ ମାଆମାନଙ୍କ ପାଇଁ ଉତ୍ସର୍ଗ କରିଛି ଏବଂ ବିନାମୂଲ୍ୟରେ ଡାକ ଯୋଗେ ସେମାନଙ୍କୁ ଯୋଗାଇ ମଧ୍ୟ ଦେଉଛି ।
3 କିଭଳି ଓ କେଉଁ ପରିସ୍ଥିତିରେ ଏହି ଯାତ୍ରା ଆରମ୍ଭ ହୋଇଥିଲା ?
ଉ କୌଣସି ଏକ ଲକ୍ଷ୍ୟରଖି ଯୋଜନାବଦ୍ଧ ଭାବେ ଏହି ଯାତ୍ରାର ଆରମ୍ଭ ହୋଇନାହିଁ । ରେଭେନ୍ସା କଲେଜରେ ଚାକିରି ସମୟରେ ୟୁଥ ରେଡକ୍ରସ ପିଲାଙ୍କୁ ନେଇ କଟକର ନୂଆପଡା ସ୍ଥିତ ଦୃଷ୍ଟିହୀନ ବଦ୍ୟାଳୟ ପରିଦର୍ଶନ ସମୟଠାରୁ ଏହି ଯାତ୍ରା ଆରମ୍ଭ ହୋଇଛି । ଘଟଣାଟି ପୂର୍ବରୁ ବର୍ଣ୍ଣିତ ।
4 ପୁସ୍ତକଗୁଡିକ କାହା ପାଇଁ ଓ କାହିଁକି ଲେଖିଥିଲେ ?
ଉ ବ୍ରେଲ ବର୍ଣ୍ଣବୋଧ ପୁସ୍ତକଟି ୧୯୯୮ ମସିହାରେ ଚକ୍ଷୁଷ୍ମାନ କଲେଜ ପିଲାମାନଙ୍କ ପାଇଁ ଲେଖିଥିଲି । ଉଦ୍ଦେଶ୍ୟଥିଲା କଲେଜର ପିଲାମାନେ ବ୍ରେଲ ଶିଖି ଦୃଷ୍ଟିହୀନ ପିଲାଙ୍କ ପାଇଁ ଛୋଟଛୋଟ ଗଳ୍ପ, କବିତା, ହସକଥା ଆଦି ଲେଖିବେ । ଯାହା ସାହାଯ୍ୟରେ ଏକ ମାସିକ ବ୍ରେଲ ସାହିତ୍ୟ. ପ୍ରତିକା ପ୍ରକାଶ କରିବା । କିନ୍ତୁ ଦୁଃଖର ବିଷୟ ଦୃଷ୍ଟିହୀନ ପିଲାଙ୍କ ପାଇଁ ଏବେ ମଧ୍ୟ ଏଭଳି କୌଣସି ପତ୍ରିକା ଓଡି଼ଶାରେ ନାହଁ । ସ୍ବପ୍ନ ଅଧୁରା ରହିଗଲା ।
ବର୍ତ୍ତମାନ ଲେଖିଥିବା ପୁସ୍ତକ ଉଭୟ ସବୁବର୍ଗର ପାଠକ ଓ ଦୃଷ୍ଟିହୀନ ପିଲାଙ୍କ ଅଭିଭାବକଙ୍କ ପାଇଁ ଉଦିଷ୍ଟ ।
5 ପ୍ରାଣୀବିଜ୍ଞାନର ଅଧ୍ୟାପକ ହୋଇଥିବାବେଳେ ଏହି କାର୍ଯ୍ୟ କରିବା କେତେ ଆହ୍ବାନପୂର୍ଣ୍ଣ ଥିଲା ?
ଉ ତଥ୍ୟ ସଂଗ୍ରହ ମୋ ପାଇଁ ଏକ ଆହ୍ବାନ । କିନ୍ତୁ କୌଣସି ବିଷୟରେ ଓଡ଼ିଆ ବା ଇଂରେଜି ଭାଷାରେ ଲେଖିବା ମୋ ପାଇଁ ଆଦୌ ଏକ ଆହ୍ବାନ ପୂର୍ଣ୍ଣ ନଥିଲା । କାରଣ ମୁଁ ଜଣେ ପାଠ୍ୟପୁସ୍ତକ ଲେଖକ । ଓଡ଼ିଶାର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଯଥା ମାଧ୍ୟମିକ, ଉଚ୍ଚମାଧ୍ୟମିକ ଓ ସ୍ନାତକଶ୍ରେଣୀ ପାଇଁ ମୋର ଅନେକ ବହି ରହିଛି । ଦୃଷ୍ଟିହୀନ ଶିକ୍ଷାର ଇତିହାସ ଓ ଦୃଷ୍ଟିହୀନ ଶିଶୁଙ୍କ ଲାଳନ ପାଳନ ସମ୍ବନ୍ଧରେ ତଥ୍ୟ କୌଣସି ପୁସ୍ତକ ଭାବରେ କୌଣସି ଭାଷାରେ ପ୍ରାୟ ଉପଲବ୍ଧ ନାହିଁ । ତେଣୁ ସେ ସମ୍ପର୍କରେ ତଥ୍ୟ ସଂଗ୍ରହ ସେସବୁର ସମନ୍ବୟକରଣ ଓ ସ୍ପଷ୍ଟ ଉପସ୍ଥାପନା ଖୁବ ଅୟମାସାଧ୍ୟ ଏବଂ ଅନୁଭବ ସାପେକ୍ଷ ।
6 କିଛି ଅସମ୍ପୁର୍ଣ୍ଣ କାର୍ଯ୍ୟ ରହିଯାଇଛି କି ?
ଉ ହଁ, ଦୃଷ୍ଟିହୀନ ଶିକ୍ଷାର ଇତିହାସ ଓ ଦୃଷ୍ଟିହୀନ ଶିଶୁଙ୍କ ଲାଳନପାଳନ ଓ ବୌଦ୍ଧିକ ବିକାଶ ପରି ପୁସ୍ତକ ଗୁଡିକ ଅନ୍ୟ ଭାରତୀୟ ଭାଷାରେ ଉପଲବ୍ଧ ନୁହେଁ । ଏହାକୁ ଦୃଷ୍ଟିରେ ରଖି ଏହି ପୁସ୍ତକଗୁଡିକୁ ମୁଁ ହିନ୍ଦି ଓ ଇଂରେଜି ଭାଷାକୁ ଅନୁବାଦ କରୁଛି । ଅନୁବାଦିତ ପୁସ୍ତକଗୁଡିକ ଏବେ ପ୍ରେସରେ ଛପାହେବା ଅବସ୍ଥାରେ ରହିଛି ।
7 ପରବର୍ତ୍ତୀ ଯୋଜନା କଣ ରହିଛି, ସେ ବିଷୟରେ କିଛି ସାମ୍ୟକ ସୂଚନା ଦିଅନ୍ତୁ ?
ଉ ସାଧାରଣ ଚକ୍ଷୁଷ୍ମାନ ଶିଶୁ ତାର ୮୦ ପ୍ରତିଶତରୁ ଅଧିକ ଶିକ୍ଷା ଦୃଷ୍ଟି ମାଧ୍ୟମରେ ଆହରଣ କରିଥାଏ । ସେହି ତଥ୍ୟ ଅନୁସାରେ ଜଣେ ଦୃଷ୍ଟିହୀନ ଶିଶୁ ଚକ୍ଷୁଦ୍ବାରା ଗ୍ରହଣ କରାଯାଉଥିବା ୮୦ ପ୍ରତିଶତ ଶିକ୍ଷାରୁ ସମ୍ପୁର୍ଣ୍ଣ ବଞ୍ଚିତ । କେବଳ ଚର୍ମ,କାନ, ନାକ ଓ ଜିହ୍ବା ମାଧ୍ୟମରେ ସଂଗୃହିତ ୨୦ ପ୍ରତିଶତ ଅନୁଭୂତିକୁ ଏକାଠି କରି ପରିବେଶ ବିଷୟରେ ନିଜ ମନଭିତରେ ଏକ ଧାରଣା ଅଥବା ପ୍ରତିଛବି ସୃଷ୍ଟି କରିବାପାଇଁ ଚେଷ୍ଟା କରିଥାଏ । ଯାହା ସତ୍ୟଠାରୁ ଅନେକ ଦୂର ହୋଇପାରେ । ତେଣୁ ସାଧାରଣ ବର୍ଗର ଶିଶୁଙ୍କ ପାଇଁ ରଚିତ ଗଳ୍ପଗୁଡିକ ଦୃଷ୍ଟିହୀନ ଶିଶୁଙ୍କ ପାଇଁ ବୋଧଗମ୍ୟ ନୁହେଁ । ଏହାକୁ ଦୃଷ୍ଟିରେ ରଖି କେବଳ ଦୃଷ୍ଟିହୀନ ଶିଶୁଙ୍କପାଇଁ କେତୋଟି ଗଳ୍ପ ଲେଖିବାପାଇଁ ବର୍ତ୍ତମାନ ଚେଷ୍ଟା ଜାରି ରଖିଛି ।
ପ୍ରସ୍ତୁତି: ଇପ୍ସିତା ମହାପାତ୍ର
ଫନି ବିପନ୍ନ ସହାୟତାକୁ ଅପେକ୍ଷା
ପୁରୀ : ନିଜର ହକ ପାଇବାକୁ ଅପେକ୍ଷା କରି କରି ଆଜି ଯାଏ ମିଳିଲାନି ସହାୟତା l ୪ ବର୍ଷ ପରେ ବି ମିଳିଲାନି ସରକାରୀ ସହାୟତା l  ନିଜର ହକ୍ ପାଇଁ  ରାଜା ରାସ୍ତାକୁ ଓହ୍ଲାଇଛନ୍ତି ଲୋକମାନେ l ଘଟଣାକୁ ୪ ବର୍ଷ ହେବାପରେ ବି ଆଜି ଯାଏ  ମିଳିଲାନି ସହାୟତ l
ସୂଚନାନୁସାରେ : ରାଜ୍ୟ ସରକାରଙ୍କ ଅପାରଗତାର ନୂଆ ରେକର୍ଡ । ୪ ବର୍ଷ ପରେ ବି ମିଳିଲାନି ସହାୟତା।  ହକ୍ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ଫନି ବିପନ୍ନ ।  ପ୍ରତିଶୃତି ଦେଇ ଠକିଦେଲେ ସରକାର।  ୪ବର୍ଷ ପରେବି ମିଳିନି ଫନି ସହାୟତା । ପୁରୀ ଜିଲ୍ଲାରେ ୨୦୧୯ ମସିହା ମେ ମାସରେରେ ତାଣ୍ଡବ ରଚିଥିଲା ପ୍ରଳୟଙ୍କାରୀ ବାତ୍ୟା ଫନି। ଛାରଖାର ହୋଇଯାଇଥିଲା ପୁରୀ ଜିଲ୍ଲାର ୧୧ଗୋଟି ବ୍ଲକ।  ପୁରୀ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରତିକାର କ୍ରିୟାନୁଷ୍ଠାନ କମିଟି ଏବଂ ଓଡ଼ିଶା ଜନ ଶକ୍ତିମଞ୍ଚ ପକ୍ଷରୁ ଆନ୍ଦୋଳନ ପାଇଁ ରାସ୍ତାକୁ ଓଲ୍ହାଇଛନ୍ତି ଖ୍ୟାତି ଗ୍ରସ୍ତ କରିମାନେ  ।
କନେଷ୍ଟବଳ ନିଯୁକ୍ତି ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
ଭୁବନେଶ୍ୱର : କନେଷ୍ଟବଳ ପଦରେ ନିଯୁକ୍ତି ପାଇଁ ହାଇକୋର୍ଟ ଶୁଣାଇଛନ୍ତି ଗୁରୁତ୍ୱପୂର୍ଣ୍ଣ ରାୟ I ୨୦୨୨ ଡିସେମ୍ବର ୩୦ରେ ବାହାରି ଥିବା କନେଷ୍ଟବଳ ନିଯୁକ୍ତି ବିଜ୍ଞାପନରେ ସର୍ବାଧିକ ବୟସ ସୀମାକୁ ୪ ବର୍ଷ ପର୍ଯ୍ୟନ୍ତ କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ।
୨୦୨୨ ଡିସେମ୍ବର ୩୦ରେ ଓଡ଼ିଶା ପୁଲିସ ରାଜ୍ୟ ଚୟନ ବୋର୍ଡ (ଏସଏସବି) ପକ୍ଷରୁ ୪ ହଜାର ୭୯୦ କନେଷ୍ଟବଳ ପଦରେ ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ପ୍ରାର୍ଥୀଙ୍କ ସର୍ବୋଚ୍ଚ ବୟସସୀମା ୨୩ ବର୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ଏହାକୁ ୪ ବର୍ଷ କୋହଳ କରିବାକୁ ହାଇକୋର୍ଟ କହିଛନ୍ତି। ଓଡ଼ିଶା ପୁଲିସ ଅର୍ଡର, ୨୦୨୧ର ଅର୍ଡର-୧୭ ଦ୍ବାରା ପ୍ରଦତ୍ତ କ୍ଷମତା ପ୍ରୟୋଗ କରି ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥରକ ପାଇଁ ବୟସସୀମା ୪ ବର୍ଷ କୋହଳ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ କୋଭିଡ ପାଇଁ ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ପରିକ୍ଷା ହୋଇ ନଥିବାକୁ ବୟସ ସୀମା କୋହଳ କରାଯାଇଥିବା ଜଣାପଡିଛି ।
୨୦୨୨ ମସିହାରେ କନେଷ୍ଟବଳ ନିଯୁକ୍ତି ପାଇଁ ଓଡିଶା ଷ୍ଟେଟ ପୋଲିସ ସିଲେକସନ ବୋର୍ଡ ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇଥିଲା। ଏଥିରେ ୧୮ରୁ ୨୩ ବର୍ଷ ବୟସ ସୀମା ରହିଥିଲା। ଏହାକୁ ଚାଲେଞ୍ଜ କରି ନଗେନ ଭୋଇ ଓ ଅନ୍ୟ ମାନଙ୍କ ପକ୍ଷରୁ ୧୫ ରୁ ଉର୍ଦ୍ଧ୍ବ ମକଦ୍ଦମା ଦାୟର କରାଯାଇଥିଲା। ୨୦୧୮ ମସିହା ପରଠାରୁ କନେଷ୍ଟବଲ ନିଯୁକ୍ତି ଆଉ ବିଜ୍ଞପ୍ତି ପ୍ରକାଶ ପାଇନଥିଲା ଏବଂ କରୋନା କାରଣରୁ ୨ ବର୍ଷ ମଧ୍ୟ ହାତରୁ ଚାଲିଯାଇଥିବାରୁ ଯୋଗ୍ୟ ପ୍ରାର୍ଥୀ ମାନେ ସୁଯୋଗ ପାଇନଥିଲେ। ତେଣୁ ସେମାନଙ୍କ ପାଇଁ ବୟସ ସୀମା କୋହଳ କରାଯାଉ ବୋଲି ଆବେଦନ କରି କିଛି ପ୍ରାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଶେଷ ଥର ପାଇଁ ୨୦୧୮ରେ କନେଷ୍ଟବଳ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୪ ବର୍ଷ ପରେ ୨୦୨୨ରେ କନେଷ୍ଟବଳ ନିଯୁକ୍ତି ପ୍ରକ୍ରିୟା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଗତ ଚାରି ବର୍ଷ ଭିତରେ ସୃଷ୍ଟି ହୋଇଥିବା ପଦବି ଗୁଡିକୁ ନେଇ ୨୦୨୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେଣୁ ବୟସସୀମା ମଧ୍ୟ ୪ ବର୍ଷ କୋହଳ କରାଯିବା ଅବାଶ୍ୟକ I  ଜଷ୍ଟିସ ଆଦିତ୍ୟ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ୪ ବର୍ଷ ଧରି ନିଯୁକ୍ତି ହୋଇ ନଥିବାରୁ ସବୁ ବର୍ଗରେ ୪ ବର୍ଷ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଚଳିତ ବିଜ୍ଞପ୍ତି ପାଇଁ ସମୟସୀମା ବୃଦ୍ଧି କାର୍ଯ୍ୟକାରୀ ହେବ ବୋଲି ରାୟରେ ସ୍ପଷ୍ଟ କରାଯାଇଛି। ଏହି ଆବେଦନରେ ଆବେଦନକାରୀ ଦର୍ଶାଇଥିଲେ ଯେ ଓଡିଶା ସିଭିଲ ସର୍ଭିସ ଅପର ଏଜ ଫିକ୍ସେସନ ରୂଲ ୨୦୨୧ ଅନୁଯାୟୀ ରାଜ୍ୟରେ ସବୁ ନିଯୁକ୍ତିରେ ସର୍ବାଧିକ ବୟସ ସୀମା ୩୨ ରୁ ୩୮ କୁ ବୃଦ୍ଧି ହୋଇଥିବା ବେଳେ ପୋଲିସ କନେଷ୍ଟବଳ ନିଯୁକ୍ତିରେ ମଧ୍ୟ ତାହା କରାଯାଉ। ଏଭଳି ଯୁକ୍ତିକୁ ହାଇକୋର୍ଟ ଅଗ୍ରାହ୍ୟ କରିବା ସହିତ ପୋଲିସ ନିଯୁକ୍ତିରେ ସର୍ବାଧିକ ବୟସସୀମା ବୃଦ୍ଧି କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ପୋଲିସ କନେଷ୍ଟବଳ ନିଯୁକ୍ତି ବିଜ୍ଞାପନକୁ ଖାରଜ ନ କରି ପ୍ରାର୍ଥୀ ମାନଙ୍କୁ ଫେବୃଆରୀ ୧୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିବାକୁ ସୁଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
ପ୍ରତ୍ୟାଖ୍ୟାନ ହିଁ ସଫଳତାର ସିଢି: ମେଲାନି ପର୍କିନ୍ସ
ଅଷ୍ଟ୍ରେଲିଆ: ଆଜିକାଲି ଗ୍ରାଫିକ୍‌ ଡିଜାଇନ ପ୍ଲାଟଫର୍ମ ‘କାନଭା’ ଆପ୍‌ ଖୁବ ଚର୍ଚ୍ଚାରେ ରହିଛି । କାରଣ ନିକଟରେ ଏହାର ସହ ପ୍ରତିଷ୍ଠାତା ମେଲାନି ପର୍କିନ୍ସ କାନାଭାର ଷ୍ଟାର୍ଟଅପ୍‌ ମାଧ୍ୟମରେ ପ୍ରାୟ ୧୨ ବିଲିୟନ ସମ୍ପତ୍ତିର ମାଲିକାଣୀ ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ମାତ୍ର ୩୧ ବର୍ଷ ବୟସରେ ୪୦୦ ଅରବର ସମ୍ପର୍ତ୍ତିର ଅଧିକାରୀ ହୋଇଛନ୍ତି । ହେଲେ ପ୍ରାରମ୍ଭରେ ତାଙ୍କର ବିଚାରକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରାଯାଇଛି । ଏପରିକି ୧୦୦ ଥର ପ୍ରତ୍ୟାଖ୍ୟାନର ସାମ୍ନା କରିବାକୁ ପଡ଼ିଛି କିନ୍ତୁ ଏଥିପାଇଁ ସେ କେବେ ବି ହାର ମାନି ନାହାନ୍ତି ।
ନିକଟରେ ଏକ ଇଣ୍ଟରଭୁ୍ୟରେ ତାଙ୍କର ସଫଳତାର କାହାଣୀ ସମ୍ପର୍କେର କହିଛନ୍ତି । ରିପୋର୍ଟ ଅନୁଯାୟୀ ଅଷ୍ଟ୍ରେଲିଆରେ ରହୁଥିବା ମେଲାନୀ ପର୍କିନ୍ସ ଲୋକପ୍ରିୟ ଡିଜାଇନ ପ୍ଲାଟଫର୍ମ କାନାଭାର ସହସଂସ୍ଥାପକ ଏବଂ ସିଇଓ ପଦବୀରେ ନିଯୁକ୍ତ ଅଛନ୍ତି । ସେ ମାତ୍ର ୧୪ ବର୍ଷ ବୟସରେ ନିଜର ପ୍ରଥମ ବ୍ୟବସାୟ ଆରମ୍ଭ କରିଥିଲେ । ୨୨ ବର୍ଷ ବୟସ ବେଳକୁ ମେଲାନୀ ‘ଫୁ୍ୟଜନ ବୁକ୍ସ’ ନାମକ ନିଜସ୍ୱ କମ୍ପାନୀ ସ୍ଥାପନା କରିଥିଲେ । ଆଜିର ଦିନରେ ଫୁ୍ୟଜନ ବୁକ୍ସ ଅଷ୍ଟ୍ରେଲିଆର ସବୁଠୁ ବଡ଼ ପୁସ୍ତକ ପ୍ରକାଶକ । ଏଥିସହ ଫ୍ରାନ୍ସ ଏବଂ ନୁ୍ୟଜିଲାଣ୍ଡରେ ଏହାର ବ୍ରାଞ୍ଚ୍‌ ମଧ୍ୟ ରହିଛି । ୨୦୧୩ରେ ମେଲାନୀ ‘କାନଭା’ ଲଞ୍ଚ୍‌ କରିଥିଲେ । ଏହା ଏପରି ଏକ ମଞ୍ଚ ଯାହା ପ୍ରତିଭାସମ୍ପନ୍ନ ଡିଜାଇନରଙ୍କୁ କିଛି ବି ଡିଜାଇନ କରିବାକୁ ଅନୁମତି ପ୍ରଦାନ କରେ । ଏବେ ସୁଦ୍ଧା କାନଭା ପାଖରେ ୧୯୦ଟି ଦେଶର ୧୦ ମିଲିୟନରୁ ଅଧିକ ଉପଭୋକ୍ତା ଅଛନ୍ତି, ଯେଉଁଥିରେ ୨୫୦ରୁ ଅଧିକ କର୍ମଚାରୀଙ୍କ ଟିମ୍‌ ମଧ୍ୟ ରହିଛି । କାନଭା ପ୍ଲାଟଫର୍ମ ମାଧ୍ୟମରେ ଜନସାଧାରଣଙ୍କ ପାଇଁ ୭ ଅରବରୁ ଅଧିକ ଡିଜାଇନ ପ୍ରସ୍ତୁତ କରାଯାଇଛି । ଏହାର ପ୍ରତି ମାସରେ ୬୦ ମିଲିୟନ ସକ୍ରିୟ ଉପଭୋକ୍ତା ଅଛନ୍ତି । ଏକ େୱବସାଇଟ୍‌କୁ ଦେଇଥିବା ଇଣ୍ଟରଭୁ୍ୟରେ ମେଲାନୀ କହିଛନ୍ତି ଯେ, ଏହି ସ୍ତରରେ ପହଞ୍ଚିବା ପାଇଁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଛି । ଏଥିସହ ପ୍ରତ୍ୟାଖ୍ୟାନର ଅନୁଭବରୁ ହିଁ ସେ ଜଲଦି ଶିଖିଛନ୍ତି । ନିଜ ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଏବଂ ଲଗାତାର କିଛି ନା କିଛି କରିବାର ପ୍ରଚେଷ୍ଟା ଦ୍ୱାରା ସେ ସଫଳତାର ବାଟ ପାଇଛନ୍ତି ବୋଲି ମେଲାନୀ କହିଛନ୍ତି । ଆହୁରି ମଧ୍ୟ କହିଛନ୍ତି ଯେ, ସେ ଗୋଟିଏ ବର୍ଷ ୧୦୦ ଥର ରିଜେକଫ ହୋଇଛନ୍ତି । ୧୦୦ଥର ନା ଶୁଣିବା ପରେ ସେ କେବେ ବି ଅଟକି ଯାଇ ନଥିଲେ ବୋଲି ମେଲାନୀ କହିଛନ୍ତି । ଏକ ରିପୋର୍ଟ ଅନୁଯାୟୀ ଅଷ୍ଟ୍ରେଲିଆର ସିଡନୀରେ ଥିବା ଏହି ଫାର୍ମ ବିଶ୍ୱର ପଞ୍ଚମ ବୃହତ୍ତମ ଷ୍ଟାର୍ଟଅପ୍‌ ମଧ୍ୟରେ ରହିଛି । କେବଳ ସେତିକି ନୁହେଁ ପର୍କିନ୍ସ କମ୍‌ ବୟସର ସବୁଠୁ ଧନୀ ସ୍ୱ-ନିର୍ମିତ ମହିଳା ଅରବପତି ହୋଇପାରିଛନ୍ତି । ସେ ଏବେ ୪୦୦ ଅରବ ସମ୍ପତ୍ତିର ମାଲିକାଣୀ ।
ଡା. ବୁଢ଼ାନ ମୁର୍ମୁଙ୍କ ସହିତ ସ୍ୱତନ୍ତ୍ର ସାକ୍ଷାତକାର