ଖେଳ - Samaya Live

କ୍ରିକେଟ ଛାଡି RBIରେ କଣ କରୁଛନ୍ତି ଇଶାନ କିଶାନ?
ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ଷ୍ଟାର୍ ୱିକେଟକିପର୍ ବ୍ୟାଟର ଇଶାନ କିଶାନଙ୍କ ଏକ ଫଟୋ ସୋସିଆଲ ମିଡିଆରେ ହଠାତ୍ ଭାଇରାଲ୍ ହୋଇଛି। ବେକରେ ଜଈଓର ପରିଚୟପତ୍ର, ଅଫିସରେ କର୍ମଚାରୀଙ୍କ ସହ ଫଟୋ—ଏହି ଦୃଶ୍ୟ ଦେଖି ଅନେକେ କହୁଛନ୍ତି, "ଇଶାନ କିଶାନ କଣ କ୍ରିକେଟ୍ ଛାଡ଼ି ସରକାରୀ ଚାକିରି କରିବା ଆରମ୍ଭ କରିଦେଲେ?" ତେବେ ଏହି ଭାଇରାଲ୍ ଫଟୋ ପଛରେ ପ୍ରକୃତ ସତ୍ୟ କଣ? ଆସନ୍ତୁ ଜାଣିବା ଏହି ସମ୍ପୂର୍ଣ୍ଣ ଖବର ।
ସୋସିଆଲ ମିଡିଆରେ ଇଶାନ କିଶାନଙ୍କ ଏକ ଫଟୋ ବେଶ୍ ଭାଇରାଲ୍ ହେଉଛି। ସେହି ଫଟୋରେ ତାଙ୍କ ବେକରେ ଏକ ପରିଚୟପତ୍ର ଝୁଲୁଛି ଏବଂ ସେ କିଛି କର୍ମଚାରୀଙ୍କ ସହ ଫଟୋ ଉଠାଉଥିବା ଦେଖାଯାଉଛନ୍ତି । ଏହା ପରେ ଅନେକଙ୍କ ମନରେ ପ୍ରଶ୍ନ ଉଠିଛି—ଇଶାନ କିଶାନ କଣ ଟିମ୍ ଇଣ୍ଡିଆ ଛାଡ଼ି ଚାକିରି କରୁଛନ୍ତି? କେହି କହୁଛନ୍ତି ସେ ସରକାରୀ ଅଧିକାରୀ ହୋଇଯାଇଛନ୍ତି, ଆଉ କେହି ପଚାରୁଛନ୍ତି ସେ କେଉଁ ଅଫିସରେ କାମ କରୁଛନ୍ତି। ତେବେ ଏହି ଭାଇରାଲ୍ ଫଟୋର ସତ୍ୟ କଣ? ଆସନ୍ତୁ ଜାଣିବା ।

ପ୍ରକୃତରେ, ଇଶାନ କିଶାନଙ୍କୁ ସମ୍ପ୍ରତି ପାଟନାସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ କାର୍ୟ୍ୟାଳୟରେ ଦେଖିବାକୁ ମିଳିଥିଲା। ସେଠାରେ ସେ ବ୍ୟାଙ୍କ କର୍ମଚାରୀଙ୍କ ସହ ସାକ୍ଷାତ କରିଥିଲେ ଏବଂ ସେମାନଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ। ଏହି ଫଟୋଗୁଡ଼ିକ ହିଁ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଅନେକ ଲୋକ ଜାଣିନଥିଲେ ଯେ ଇଶାନ କିଶାନ କ୍ରୀଡ଼ା କୋଟା ମାଧ୍ୟମରେ ଜଈଓ ସହ ଜଡ଼ିତ ଅଛନ୍ତି । ରିପୋର୍ଟ ଅନୁଯାୟୀ, ୨୦୧୭ ମସିହାରେ ସେ ଏହି ସଂସ୍ଥା ସହ ଯୋଗ ଦେଇଥିଲେ। କ୍ରିକେଟ୍ର ବ୍ୟସ୍ତ କାର୍ୟ୍ୟସୂଚୀ ମଧ୍ୟରୁ ସମୟ ମିଳିଲେ ସେ କାର୍ୟ୍ୟାଳୟକୁ ମଧ୍ୟ ଯାଆନ୍ତି। ସେଦିନ ଇଶାନଙ୍କୁ ନିକଟରୁ ଦେଖି କର୍ମଚାରୀମାନେ ବହୁତ ଉତ୍ସାହିତ ହୋଇପଡ଼ିଥିଲେ । ସମସ୍ତେ ତାଙ୍କ ସହ ସେଲଫି ଏବଂ ଗ୍ରୁପ୍ ଫଟୋ ନେବା ପାଇଁ ଆଗକୁ ଆସିଥିଲେ। ଯେହେତୁ ସେ ବ୍ୟସ୍ତ କ୍ରିକେଟ୍ ସୂଚୀ ଯୋଗୁଁ ବାରମ୍ବାର କାର୍ୟ୍ୟାଳୟକୁ ଯାଇପାରନ୍ତି ନାହିଁ, ତେଣୁ କର୍ମଚାରୀମାନେ ଏହି ସୁଯୋଗକୁ ସ୍ମରଣୀୟ କରି ରଖିଥିଲେ। ତେବେ ଏହାର ଅର୍ଥ କଣ ଇଶାନ କିଶାନ ଭାରତୀୟ ଦଳ ଛାଡ଼ି ଦେଇଛନ୍ତି? ଉତ୍ତର ହେଉଛି—ନା। ଏହି ଭାଇରାଲ୍ ଫଟୋର ଅର୍ଥ ଏହା ନୁହେଁ ଯେ ସେ କ୍ରିକେଟ୍ ଛାଡ଼ି ଦେଇଛନ୍ତି । ସେ ଏବେ ମଧ୍ୟ ଜଣେ ପେସାଦାର କ୍ରିକେଟର ଏବଂ ସୁଯୋଗ ମିଳିଲେ ଭାରତ ପାଇଁ ଖେଳିବାକୁ ପ୍ରସ୍ତୁତ ଅଛନ୍ତି । ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଫଟୋ କେବଳ ତାଙ୍କ କାର୍ୟ୍ୟାଳୟ ଗସ୍ତର ଏକ ଝଲକ, ଏହାକୁ ନେଇ ଯେଉଁ ସବୁ ଗୁଜବ ପ୍ରଚାର ହେଉଛି ସେଗୁଡ଼ିକର କୌଣସି ଆଧାର ନାହିଁ। ହେଲେ ଏବେ ପ୍ରଶ୍ନ ଉଠୁଛି ଇଶାନ କିଶାନ ଖୁବ୍ ଶୀଘ୍ର ଟିମ୍ ଇଣ୍ଡିଆକୁ ଫେରିବା ଉଚିତ କି?

ବ୍ରିଜ ଭୂଷଣ ଦୋଷମୁକ୍ତ
ନୂଆଦିଲ୍ଲୀ : ଯୌନ ନିର୍ଯାତନା ମାମଲାରୁ ମୁକ୍ତ ହେଲେ ବ୍ରିଜ ଭୂଷଣ ଶରଣ ସିଂ । ସୋମବାର ଦିନ ଦିଲ୍ଲୀର ଏକ କୋର୍ଟ ରୁ ପୂର୍ବତନ ବିଜେପି ସାଂସଦ ତଥା କୁସ୍ତି ମହାସଂଘର ପୂର୍ବତନ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହ ଏବଂ ଅନ୍ୟତମ ଅଭିଯୁକ୍ତ ବିନୋଦ ତୋମରଙ୍କୁ  କୋର୍ଟ ଦୋଷମୁକ୍ତ କରିଛନ୍ତି । ସେମାନଙ୍କ ବିରୁଦ୍ଧରେ ୬ଜଣ ମହିଳା ମଲ୍ଲଯୋଦ୍ଧା ଯୌନ ନିର୍ଯାତନା ମାମଲା ଆଣିଥିଲେ । ତେବେ ଉପଯୁକ୍ତ ପ୍ରମାଣ ଅଭାବରୁ ଉଭୟଙ୍କୁ କୋର୍ଟ ଦୋଷ ମୁକ୍ତ କରିଛନ୍ତି । ଆଇନଜୀବୀ ରାଜୀବ ମୋହନ, ଋଷଭ ଭାଟି ଏବଂ ରେହାନ ଖାନ କୋର୍ଟରେ ଅଭିଯୁକ୍ତମାନଙ୍କ ପକ୍ଷ ରଖିଥିଲେ।

କୋର୍ଟର ରାୟ ପରେ, ୬୯ବର୍ଷୀୟ  ବ୍ରିଜ ଭୂଷଣ କହିଛନ୍ତି, କୋର୍ଟ ମୋତେ "ସମ୍ମାନଜନକ ଭାବରେ ଦୋଷମୁକ୍ତ" କରିଛନ୍ତି ଯାହା ମୁ ପୂର୍ବରୁ କହିଥିଲି । ସେ କହିଛନ୍ତି "ଯେଉଁଦିନ ମୋ ବିରୁଦ୍ଧରେ ଅଭିଯୋଗ ଆଗତ ହୋଇଥିଲା, ମୁଁ କହିଥିଲି ଯଦି ଅଭିଯୋଗ ପ୍ରମାଣିତ ହୁଏ, ତେବେ ମୁଁ ସ୍ୱେଚ୍ଛାକୃତ ଭାବରେ ନିଜକୁ ଫାଶୀ ଦେବି; ଆଜି, କୋର୍ଟ ମୋତେ ଦୋଷମୁକ୍ତ କରିଛନ୍ତି ଏବଂ "ସମ୍ମାନଜନକ ଭାବରେ ଦୋଷମୁକ୍ତ" ଶବ୍ଦ ବ୍ୟବହାର କରିଛନ୍ତି ।

ରାଉଜ୍ ଏଭେନ୍ୟୁ କୋର୍ଟର ଅତିରିକ୍ତ ମୁଖ୍ୟ ବିଚାରପତି (ACJM) ଅଶ୍ୱିନୀ ପନୱାର ଏହି ମାମଲାର ଶୁଣାଣି କରି ଉଭୟ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ବିନୋଦ ତୋମାରଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡ (IPC) ର ଧାରା ୫୦୬ ଭାଗ-୧ ଅଧୀନରେ ମାମଲା ରୁଜୁ ହୋଇଥିଲା ।

ସୂଚନାନୁସାରେ,  ୨୦୨୩ ମସିହା ଜାନୁଆରୀ ମାସର ଖ୍ୟାତନାମା ମହିଳା ଅଲିମ୍ପିଆଡ ବିନେଶ ଫୋଗାଟ, ସାକ୍ଷୀ ମଲିକ ଏବଂ ବଜରଙ୍ଗ ପୁନିଆଙ୍କ ସମେତ ଅନେକ କୁସ୍ତିଯୋଦ୍ଧା ଜନ୍ତରମନ୍ତରଠାରେ ବ୍ରିଜଭୂଷଣଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଥିଲେ । ବ୍ରିଜ ଭୁସଂଙ୍କ ଉପରେ  ଯୋଉଁ ଶୋଷଣ ଏବଂ ଧମକ ଦେବା ଭଳି ଗମ୍ଭୀର ଆରୋପ ଲଗାଇଥିଲେ ଅଭିଯୋଗକାରୀ । ବ୍ରିଜ ଭୁଷଣଙ୍କ ଇସ୍ତଫା ଦାବି ସହ କୁସ୍ତି ମହାସଂଘକୁ ଭଙ୍ଗ କରିବାକୁ ଦାବି କରିଥିଲେ ।

ପରେ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (IOA) ର ସଭାପତି ପି.ଟି. ଉଷାଙ୍କ ନିର୍ଦ୍ଦେଶକ୍ରମେ ମେରିକମ୍ ଏବଂ ଯୋଗେଶ୍ୱର ଦତ୍ତଙ୍କ ଭଳି ତାରକା ଖେଳାଳିଙ୍କୁ ନେଇ ଏକ ତଦନ୍ତ କମିଟି ଗଠନ କରାଯାଇଥିଲା । ତେବେ WFI ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲା । ବିବାଦ ବଢ଼ିବାରୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ମହାସଂଘର କାର୍ଯ୍ୟକଳାପକୁ ସ୍ଥଗିତ ରଖିବା ସହ ତତ୍କାଳୀନ ସହକାରୀ ସମ୍ପାଦକ ବିନୋଦ ତୋମାରଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦେଇଥିଲା।

ମେ ୨୦୨୪ ରେ ରାଉଜ୍ ଏଭେନ୍ୟୁ କୋର୍ଟ ୫ ଜଣ ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗକୁ ଭିତ୍ତି କରି ବ୍ରିଜଭୂଷଣ ଏବଂ ବିନୋଦ ତୋମାରଙ୍କ ବିରୋଧରେ ଚାର୍ଜଫ୍ରେମ୍ କରିଥିଲେ । ତେବେ ବ୍ରିଜଭୂଷଣ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରି ଆସୁଥିଲେ ଏବଂ ଏହି ମାମଲାକୁ ଖାରଜ କରିବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ।

ଟିମ ଇଣ୍ଡିଆରେ ବଡ ପରିବର୍ତ୍ତନ, ରାହାଣେଙ୍କ ପରେ କାହା ପାଳି !
ନୂଆଦିଲ୍ଲୀ : ଟିମ ଇଣ୍ଡିଆରେ ଆଉ ଏକ ପିଢିର ଅଧ୍ୟାୟ ଶେଷ ହେବାକୁ ଯାଉଛିା ଅଜିଙ୍କ୍ୟ ରାହାଣେଙ୍କ ଅବସର ପରେ ଏବେ ଚର୍ଚ୍ଚା ହେଉଛି ଆଉ ୫ ଜଣ ଖେଳାଳି ମଧ୍ୟ ଟିମ ଇଣ୍ଡିଆରୁ ଖୁବ ଶୀଘ୍ର ବିଦାୟ ନେବାକୁ ଯାଉଛନ୍ତିା ଯଦି ଏହା ସତ ହୁଏ, ତେବେ ଟିମ୍ ଇଣ୍ଡିଆର ଏକ ଯୁଗର ଅନ୍ତ ଘଟିବ। ତେବେ ସେହି ପାଞ୍ଚ ଖେଳାଳି କିଏ? ଆଉ ସେମାନଙ୍କ ଅବସର ପରେ ଟିମ୍ ଇଣ୍ଡିଆରେ କେଉଁ ସ୍ଥାନ ଖାଲି ହେବ? ଆସନ୍ତୁ ଜାଣିବା।

ଟିମ୍ ଇଣ୍ଡିଆରେ ଗତ କିଛି ମାସ ଧରି ବଡ଼ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପ୍ରଥମେ ଆର୍ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କଲେ। ତା’ପରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଟେଷ୍ଟ କ୍ରିକେଟ୍‌କୁ ବିଦାୟ ନେଇଛନ୍ତି। ସେହିପରି ଚେତେଶ୍ୱର ପୂଜାରା ମଧ୍ୟ ତାଙ୍କ କ୍ୟାରିୟରର ଶେଷ ଘୋଷଣା କରିଛନ୍ତି। ଏବେ ଅଜିଙ୍କ୍ୟ ରାହାଣେ ମଧ୍ୟ ଅବସର ନେବା କଥା ସମସ୍ତିଙ୍କୁ ଆଶ୍ଚର୍ଯ୍ୟ କରିଛିା ତେବେ ଭାରତୀୟ କ୍ରିକେଟର ଅଭିଜ୍ଞ ବ୍ୟାଟର ଅଜିଙ୍କ୍ୟ ରାହାଣେ ଅନ୍ତଜାର୍ତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତିା ତାଙ୍କ ଅବସର ସହିତ ଟିମ ଇଣ୍ଡିଆର ଏକ ସୁବର୍ଣ୍ଣ ଯୁବର ଅନ୍ତ ଘଟିଛିା ଏକ ଶାନ୍ତ ସ୍ୱାଭାବ ଦୃଢ ମାନସିକତା ଏବଂ ଚାପପୂର୍ଣ୍ଣ ପରିସ୍ଥିତିରେ ଦଳକୁ ସମ୍ଭାଳିବାର କ୍ଷମତା ପାଇଁ ରାହାଣେ ସବୁବେଳେ ଭାରତୀୟ କ୍ରିକେଟ ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତିା ରାହାଣେ କେବଳ ଜଣେ ଦକ୍ଷ ବ୍ୟାଟର ନୁହେଁ ବରଂ ଜଣେ ଭରସାଯୋଗ୍ୟ ଟିମ ପ୍ଲେୟାର ଥିଲୋ ଦଳର ଆବଶ୍ୟକତା ଅନୁଯାୟୀ ସେ ସୁବେଳେ ନିଜର ଭୂମିକା ଦର୍ଶାଉଥିଲୋ ତାଙ୍କର ଏହି ନମ୍ର ବ୍ୟବହାର ଏବଂ ନେତୃତ୍ୱ ଗୁଣ ତାଙ୍କୁ ଟିମ ଇଣ୍ଡିଆରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛିା

ଭାରତୀୟ ଟେଷ୍ଟ କ୍ରିକେଟ୍ର ଏକ ସୁବର୍ଣ୍ଣ ଯୁଗ ଧୀରେ ଧୀରେ ଶେଷ ହେଉଛି।ଏବେ ନଜର ପକାଇବା ସେହି ପାଞ୍ଚ ଖେଳାଳିଙ୍କ ଉପରେ, ଯେଉଁମାନେ ଆଗାମୀ ସମୟରେ ଅବସର ଘୋଷଣା କରିପାରନ୍ତି।ସବୁଠାରୁ ପ୍ରଥମେ ନାମ ଆସୁଛି ଇଶାନ୍ତ ଶର୍ମାଙ୍କର। ଭାରତ ପାଇଁ ଦୀର୍ଘ ସମୟ ଧରି ଟେଷ୍ଟ କ୍ରିକେଟ୍ ଖେଳିଥିବା ଇଶାନ୍ତ ୨୦୨୧ ପରେ ଆଉ ଭାରତୀୟ ଦଳରେ ନଜର ଆସିନାହାଁନ୍ତି। ଓଚଖରେ ମଧ୍ୟ ତାଙ୍କୁ ବହୁତ କମ୍ ସୁଯୋଗ ମିଳୁଛି। ବୟସ ବଢ଼ୁଥିବାରୁ ଖୁବ୍ ଶୀଘ୍ର ସେ ଅବସର ନେଇପାରନ୍ତି ବୋଲି ଅନୁମାନ କରାଯାଉଛି।

ଦ୍ୱିତୀୟ ନାମ ହେଉଛି ଉମେଶ ଯାଦବ। ‘ବିଦର୍ଭ ଏକ୍ସପ୍ରେସ୍’ ଭାବେ ପରିଚିତ ଉମେଶ ୨୦୨୩ ପରେ ଭାରତ ପାଇଁ କୌଣସି ମ୍ୟାଚ୍ ଖେଳିନାହାଁନ୍ତି। ଏବେ ସେ କ୍ରିକେଟ୍ ଠାରୁ ଅଧିକ କମେଣ୍ଟ୍ରିରେ ନଜର ଆସୁଛନ୍ତି। ସେଥିପାଇଁ ତାଙ୍କ ଅବସର ମଧ୍ୟ ଆଉ ବେଶି ଦୂରରେ ନାହିଁ ବୋଲି ମନେ କରାଯାଉଛି।ତୃତୀୟ ନାମ କରୁଣ ନାୟାରଙ୍କର । ଦୀର୍ଘ ଦିନ ପରେ ସୁଯୋଗ ପାଇଥିଲେ ମଧ୍ୟ ସେ ନିଜ ସ୍ଥାନକୁ ପକ୍କା କରିପାରିନଥିଲେ । ବର୍ତ୍ତମାନ ମଧ୍ୟକ୍ରମରେ ଶୁଭମନ ଗିଲ୍, ସାଇ ସୁଦର୍ଶନ ଓ ଦେବଦତ୍ତ ପାଡିକ୍କଲଙ୍କ ଭଳି ଯୁବ ଖେଳାଳି ସୁଯୋଗ ପାଉଥିବାରୁ କରୁଣଙ୍କ ପାଇଁ ପୁଣି ଦଳକୁ ଫେରିବା ବହୁତ କଷ୍ଟକର ହୋଇପଡ଼ିଛି।ଚତୁର୍ଥ ନାମ ହେଉଛି ଜୟଦେବ ଉନାଦକଟ । ଘରୋଇ କ୍ରିକେଟ୍ ଏବଂ ଓଚଖରେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ଟେଷ୍ଟ ଦଳରେ ସ୍ଥାୟୀ ସୁଯୋଗ ପାଇପାରିନାହାଁନ୍ତି। ଯଦି ଆଗକୁ ଭାରତୀୟ ଦଳରେ ସୁଯୋଗ ନମିଳେ, ତେବେ ସେ କେବଳ ଫ୍ରାଞ୍ଚାଇଜ୍ ଏବଂ ଘରୋଇ କ୍ରିକେଟ୍‌ରେ ଧ୍ୟାନ ଦେବା ସହ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିପାରନ୍ତି ।

ପଞ୍ଚମ ନାମ ହେଉଛି ମୟଙ୍କ ଅଗ୍ରୱାଲ। ଗୋଟିଏ ସମୟରେ ଭାରତର ଭରସାଯୋଗ୍ୟ ଓପନର ଥିବା ମୟଙ୍କ ଆହତ ସମସ୍ୟା ଏବଂ ଖରାପ ଫର୍ମ କାରଣରୁ ଦଳରୁ ବାହାରିଯାଇଥିଲେ। ଘରୋଇ କ୍ରିକେଟ୍‌ରେ ରନ୍ କରୁଥିଲେ ମଧ୍ୟ ଭାରତୀୟ ଦଳକୁ ଫେରିବା ସୁଯୋଗ ମିଳୁନାହିଁ। ସେଥିପାଇଁ ତାଙ୍କ ଅବସରକୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ିଛି।ଅନ୍ୟପଟେ ମହମ୍ମଦ ଶାମିଙ୍କ ନାମ ଏହି ତାଲିକାରେ ନାହିଁ। ସେ ଏବେ ମଧ୍ୟ ଭାରତୀୟ ଦଳକୁ ଫେରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ଏବଂ ସାକ୍ଷାତକାରରେ ମଧ୍ୟ ବାରମ୍ବାର କହୁଛନ୍ତି ଯେ ସେ ପ୍ରସ୍ତୁତ ଅଛନ୍ତି। ସେହିପରି ରବିନ୍ଦ୍ର ଜାଡେଜା ମଧ୍ୟ ଏବେ ସୁଦ୍ଧା ଟିମ୍ ଇଣ୍ଡିଆର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଅଟନ୍ତି ।

ତେବେ ଯଦି ଏହି ପାଞ୍ଚ ଅଭିଜ୍ଞ ଖେଳାଳି ମଧ୍ୟ ଅବସର ନେଇଦିଅନ୍ତି, ତେବେ ଟିମ୍ ଇଣ୍ଡିଆରେ ଏକ ବଡ଼ ପିଢ଼ିର ଅଧ୍ୟାୟ ସମ୍ପୂର୍ଣ୍ଣ ଶେଷ ହୋଇଯିବ। ଏହାପରେ ଦଳର ସମ୍ପୂର୍ଣ୍ଣ ଦାୟିତ୍ୱ ଯୁବ ଖେଳାଳିଙ୍କ କାନ୍ଧ ଉପରେ ରହିବ। ଏବେ ଦେଖିବାକୁ ବାକି ରହିଲା, ଆଗାମୀ ଦିନରେ ପ୍ରକୃତରେ କିଏ ପ୍ରଥମେ ଅବସର ଘୋଷଣା କରୁଛନ୍ତି ।

ବିବାଦ ଘେରରେ ବିଶ୍ୱକପ୍‌
ଭିସା ଓ ଯାତାୟାତ ସମସ୍ୟା: ସୋମାଲିଆର ରେଫରୀ ଓମାର ଅବଦୁଲକାଦିର ଆର୍ଟାନଙ୍କୁ ଆମେରିକାରେ ପ୍ରବେଶ ଅନୁମତି ମିଳିନଥିଲା ।
ଟିକେଟ୍‌ ମୂଲ୍ୟ ବୃଦ୍ଧି: ଡାଇନାମିକ୍‌ ପ୍ରାଇସିଂ ଯୋଗୁ ଫାଇନାଲ୍‌ ମ୍ୟାଚ୍‌ ଟିକେଟ୍‌ ମୂଲ୍ୟ ୨,୦୩୦ରୁ ୬,୩୭୦ ଡଲାର ପର୍ଯ୍ୟନ୍ତ ପହଞ୍ଚିଥିବାରୁ ଫ୍ୟାନ୍ସ ସଂଘଗୁଡ଼ିକ ଏହାର କଡ଼ା ବିରୋଧ କରିଥିଲେ ।
ଟ୍ରମ୍ପ୍‌ଙ୍କ ହସ୍ତକ୍ଷେପ: ଆମେରିକୀୟ ଖେଳାଳି ଫୋଲାରିନ୍‌ ବାଲୋଗାନ୍‌ଙ୍କ ରେଡ୍‌ କାର୍ଡ ବ୍ୟାନକୁ ଫିଫା ସସପେଣ୍ଡ କରିବା ନିଷ୍ପତ୍ତି ପଛରେ ଟ୍ରମ୍ପ୍‌ଙ୍କ ଚାପ ଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ୟୁଏଫ୍‌ଏ ଓ ବେଲଜିୟମ୍‌ ଫୁଟବଲ୍‌ ଆସୋସିଏସନ୍‌ ଖୋଲାଖୋଲି କ୍ଷୋଭ ପ୍ରକାଶ କରିଥିଲେ ।

ପଡ଼ିଆରେ ହାତାହାତି
ବିଶ୍ୱକପ୍‌ ଫାଇନାଲ୍‌ ପରେ ଆର୍ଜେଣ୍ଟିନା ଓ ସ୍ପେନ୍‌ ଖେଳାଳିଙ୍କ ମଧ୍ୟରେ ବିବାଦୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା । ମ୍ୟାଚ୍‌ ପରିସମାପ୍ତି ହ୍ୱିସଲ୍‌ ବାଜିବା ପରେ ଆର୍ଜେଣ୍ଟିନା ଲିଆନ୍ଦ୍ରୋ ପାରଡେସ ସ୍ପେନର ମିଡଫିଲ୍ଡର ପାବ୍ଲୋ ଗାଭିରା (ଗାଭି)ଙ୍କୁ ରାଗରେ ଧକ୍କା ମାରୁଥିବା ଦେଖାଯାଇଥିଲା । ଆଉଜଣେ ଆର୍ଜେଣ୍ଟିନା ଖେଳାଳି ଥିଆଗୋ ଆଲମାଦା ମଧ୍ୟ ଏଥିରେ ସଂପୃକ୍ତ ଦେଖାଯାଇଥିଲା । ପାରେଦେସ୍‌ଙ୍କ ଧକ୍କା ଯୋଗୁ ପଡ଼ିଆରେ ଖସିପଡ଼ିଥିଲେ । ପରିସ୍ଥିତି ଖରାପ ହେଉଥିବା ଦେଖି ଆର୍ଜେଣ୍ଟିନା ପ୍ରଶିକ୍ଷକ ଲିଓନେଲ୍‌ ସ୍ଲାଲୋନି ସେଠାରେ ପହଞ୍ଚି ଉଭୟ ପକ୍ଷର ଖେଳାଳିଙ୍କୁ ଅଲଗା କରିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା । କିନ୍ତୁ ଉଭୟ ପକ୍ଷର ମଧ୍ୟରେ ଉତ୍ତେଜନା ଜାରି ରହିଥିଲା । ଏହି ଘଟଣା ପରେ ରେଫରୀ ସ୍ଲାଭୋ ଭିନ୍ସକ ପାରଡେସଙ୍କୁ ଲାଲ କାର୍ଡ ଦେଖାଇଥିଲେ । ଏହି ବିବାଦର କାରଣ ଜଣାପଡ଼ି ନାହିଁ ଓ ଫିଫା ପକ୍ଷରୁ ମଧ୍ୟ କୌଣସି ବୟାନ ଜାରି ହୋଇନାହିଁ । ତେବେ ପରାଜୟ ପରେ ହତାଶ ହୋଇ ଆର୍ଜେଣ୍ଟିନା ଖେଳାଳି ଏପରି କରିଥିବା ଅନୁମାନ କରାଯାଉଛି ।

ଆର୍ଜେଣ୍ଟିନାକୁ ଅନୁକମ୍ଫା
ଏଥର ଫିଫା ବିଶ୍ବକପର ଗ୍ରୁପ-ଜେ ପର୍ଯ୍ୟାୟରେ ସ୍ଥାନ ପାଇଥିଲା ଆର୍ଜେଣ୍ଟିନା। ଯେମିତି ଗ୍ରୁପରୁ ନକ୍ଆଉଟ୍ ପର୍ଯ୍ୟନ୍ତ ଆର୍ଜେଣ୍ଟିନା ଆଗକୁ ବଢ଼ିବାରେ ଅସୁବିଧା ନ ହୁଏ ସେଥିପ୍ରତି ପିଫା ବେସ୍ ଯତ୍ନବାନ ଥିଲା। କନମେବୋନ୍ କନଫେଡେରେସନ ଅଧିନରେ ଥିବା ଆର୍ଜେଣ୍ଟିନା ସହ କାଫ୍‌ କନଫେଡେରେସନର ଆଲଜେରିଆ ୟୁଇଏଫଏ କନଫେଡେରେସନର ଅଷ୍ଟ୍ରିଆ ଏବଂ ଏଏଫସିର ଜୋଡାନ ଗୋଟିଏ ଗ୍ରୁପରେ ରହିଥିଲେ। ବିଶ୍ବବିଜେତା ଆର୍ଜେଣ୍ଟିନା ଭଳି ଶକ୍ତିଶାଳୀ ଦଳ ଆଗରେ ଆଲଜେରିଆ, ଅଷ୍ଟ୍ରିଆ ଓ ଜୋଡାନର ତୁଳନା କରାଯିବା ଅନୁଚିତ। କେବଳ ଏକମାତ୍ର ଦଳ ଅଷ୍ଟ୍ରିଆ ଆର୍ଜେଣ୍ଟିନାକୁ କିଛିମାତ୍ରାରେ ପ୍ରତିହତ କରିଥିଲା। ଫିଫା ବିଶ୍ବକପ ଇତିହାସ ଉପରେ ନଜର ପକାଇଲେ ଅଷ୍ଟ୍ରିଆ ୧୯୫୪ରେ ତୃତୀୟ ସ୍ଥାନ ଓ ୧୯୩୪ରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ଏହା ପରଠୁ ଅଷ୍ଟ୍ରିଆ ପ୍ରଦର୍ଶନର ଆଉ ଚିହ୍ନବର୍ଣ୍ଣ ନାହିଁ। ସେହିଭଳି ଆଲଜେରିଆ ଓ ଜୋଡାନ ଭଳି ଦଳ ଯୋଗ୍ୟତା ପର୍ଯ୍ୟାୟରେ କଡ଼ା ସଘର୍ଷ କରି ବଡ଼ କଷ୍ଟରେ ଫିଫା ବିଶ୍ବକପ୍ ଯୋଗ୍ୟତା ଅର୍ଜନ କରିଥିଲେ। ତେଣୁ ଆର୍ଜେଣ୍ଟିନା ଭଳି ଶକ୍ତିଶାଳୀ ଦଳ ଗ୍ରୁପରେ ଅତି ଦୁର୍ବଳ ଦଳଗୁଡ଼ିକୁ ସ୍ଥାନ ଦେବାର ଅର୍ଥ ଆର୍ଜେଣ୍ଟିନାକୁ ଅନୁକମ୍ପା ଦେଖାଇବା। ଫିଫା ଚାହୁଁଥିଲା ଯେ ଲିଓନେଲ ମେସିଙ୍କ ନେତୃତ୍ବାଧୀନ ଆର୍ଜେଣ୍ଟିନା ପୁଣିଥରେ ବିଶ୍ବ ଚାମ୍ପିୟନ ହେଉ। କାରଣ ଏହି ସଂସ୍କରଣ ଲିଓନେଲ ମେସିଙ୍କ ପାଇଁ ଶେଷ ବିଶ୍ବକପ୍। ବୟସ ଚାପରେ ସେ ଆଉ ୪ ବର୍ଷ ପରେ ବିଶ୍ବକପ୍ ମଇଦାନକୁ ଓହ୍ଲାଇ ପାରିବେ ନାହିଁ। ଏ ଦୃଷ୍ଟିରୁ ସୁଖଦ ଅନୁଭୂତି ସହ ମେସି ବିଶ୍ବ ଫୁଟବଲରୁ ଅବସର ନିଅନ୍ତୁ ବୋଲି ଆର୍ଜେଣ୍ଟିନା ଫୁଟବଲ ସଂଘ ଏବଂ ଫିଫା ଚାହୁଁଥିଲେ। ଯାହାର ପ୍ରତିଫଳନ ପ୍ରତିଟି ମ୍ୟାଚରେ ଦେଖିବାକୁ ମିଳିଥିଲା। ଆର୍ଜେଣ୍ଟିନା ଖେଳାଳିଙ୍କ ବିଶୃଙ୍ଖଳିତ ଆଚରଣ, ମ୍ୟାଚ୍ ସମୟରେ ପ୍ରତିପକ୍ଷ ଖେଳାଳିଙ୍କୁ ବାରମ୍ବାର ଫାଉଲ ମାରିବା ଓ ତିକ୍ତ ପରିବେଶ ସୃଷ୍ଟି କରିବା ସତ୍ତ୍ବେ ସେମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନ ହେବା ଅନେକ କିଛି ଇଙ୍ଗିତ କରୁଛି।

ରେକର୍ଡ ଭାଙ୍ଗିଲେ ରୋହିତ
୩୬ ବର୍ଷ ପରେ ଲର୍ଡସରେ ଟିମ୍ ଇଣ୍ଡିଆର ନାମରେ ଯୋଡିହେଲା ଏକ ଲଜ୍ଜାଜନକ ରେକର୍ଡ । ଇଂଲଣ୍ଡର ବ୍ୟାଟରମାନେ ଭାରତୀୟ ବୋଲରଙ୍କୁ ନିର୍ଦ୍ଦୟ ଭାବେ ପ୍ରହାର କରି ବିଶାଳ ସ୍କୋର ଛିଡାକରିଥିଲେ । ଏହି ମ୍ୟାଚ୍ରେ କେବଳ ପରାଜୟ ନୁହେଁ, ବରଂ ଭାରତ ବିପକ୍ଷରେ ଇଂଲଣ୍ଡ ଗଢ଼ିଛି ଏକାଧିକ ଐତିହାସିକ ରେକର୍ଡ । ତେବେ କେଉଁ କେଉଁ ରେକର୍ଡ ଭାଙ୍ଗିଲା, କାହିଁକି ଏହି ମ୍ୟାଚ୍ ଟିମ୍ ଇଣ୍ଡିଆ ପାଇଁ ଏତେ ଲଜ୍ଜାଜନକ ହେଲା? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର । ୩୬ ବର୍ଷ ପରେ ଲର୍ଡସରେ ଭାରତୀୟ ବୋଲିଂ ଆକ୍ରମଣର ଏମିତି ଦୁର୍ଦ୍ଦଶା! ଇଂଲଣ୍ଡ କେବଳ ମ୍ୟାଚ୍ରେ ବଡ଼ ସ୍କୋର କରିନାହିଁ, ଭାରତ ବିପକ୍ଷରେ ଅନେକ ଐତିହାସିକ ରେକର୍ଡ ମଧ୍ୟ ଗଢ଼ିଛି। ଟିମ୍ ଇଣ୍ଡିଆର ବୋଲରମାନଙ୍କ ପ୍ରଦର୍ଶନକୁ ନେଇ ଏବେ ଚାରିଆଡ଼େ ସମାଲୋଚନା।

ଲର୍ଡସରେ ଖେଳାଯାଇଥିବା ଏହି ଏକଦିବସୀୟ ମ୍ୟାଚ୍ରେ ଭାରତୀୟ ବୋଲିଂ ସମ୍ପୂର୍ଣ୍ଣ ଭାବେ ନିରାଶ କରିଛି। ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୩୮୭ ରନ୍ ସଂଗ୍ରହ କରି ଭାରତ ବିପକ୍ଷରେ ନିଜର ସର୍ବାଧିକ ଙଊଓ ସ୍କୋର ରେକର୍ଡ କରିଛି। ମ୍ୟାଚ୍ର ଆରମ୍ଭରୁ ଭାରତୀୟ ବୋଲରମାନେ ଠିକ୍ ଲାଇନ୍ ଓ ଲେନ୍ଥରେ ବୋଲିଂ କରିବାରେ ବିଫଳ ହୋଇଥିଲେ। ଫଳରେ ଇଂଲଣ୍ଡର ଓପନରମାନେ ବଡ଼ ଭାଗୀଦାରି ଗଢ଼ି ଭାରତ ଉପରେ ଚାପ ସୃଷ୍ଟି କରିଥିଲେ। ଲର୍ଡସରେ ଭାରତ ବିପକ୍ଷରେ ୩୬ ବର୍ଷ ପରେ ପ୍ରଥମ ଥର ପାଇଁ ଇଂଲଣ୍ଡର ଓପନିଂ ଯୋଡ଼ି ଶତକୀୟ ଭାଗୀଦାରି କରିବାରେ ସଫଳ ହୋଇଛି। ଏହାସହ ଇଂଲଣ୍ଡର ଓପନିଂ ଯୋଡ଼ି ୧୯୨ ରନ୍ର ଭାଗୀଦାରି କରି ଭାରତ ବିପକ୍ଷରେ ସର୍ବାଧିକ ଓପନିଂ ପାର୍ଟନରସିପ୍ର ନୂଆ ରେକର୍ଡ ସ୍ଥାପନ କରିଛି। ପୂର୍ବରୁ ଥିବା ଅନେକ ରେକର୍ଡ ଏହି ମ୍ୟାଚ୍ରେ ଭାଙ୍ଗିଯାଇଛି। ଭାରତୀୟ ବୋଲରମାନଙ୍କ ମଧ୍ୟରୁ କେହି ମଧ୍ୟ ନିୟମିତ ଭାବେ ୱିକେଟ୍ ନେବାରେ ସକ୍ଷମ ହୋଇନଥିଲେ ।

କିଛି ବୋଲର ୧୦ ଓଭରରେ ୮୦ରୁ ୯୦ରୁ ଅଧିକ ରନ୍ ଖର୍ଚ୍ଚ କରିଥିଲେ, ଯାହା ଦଳର ବୋଲିଂ ଦୁର୍ବଳତାକୁ ସ୍ପଷ୍ଟ କରିଦେଇଛି। ଏହି ପରାଜୟ ପରେ ଟିମ୍ ଇଣ୍ଡିଆର ରଣନୀତି, ବୋଲିଂ ସଂଯୋଜନ ଓ ୨୦୨୭ ବିଶ୍ୱକପ୍ ପ୍ରସ୍ତୁତିକୁ ନେଇ ବଡ଼ ବଡ଼ ପ୍ରଶ୍ନ ଉଠିଛି। କ୍ରିକେଟ୍ ବିଶେଷଜ୍ଞମାନଙ୍କ ମତରେ, କେବଳ ବ୍ୟାଟିଂ ନୁହେଁ, ବୋଲିଂ ବିଭାଗରେ ମଧ୍ୟ ଶୀଘ୍ର ସୁଧାର ନଆଣିଲେ ଆଗାମୀ ବଡ଼ ଟୁର୍ଣ୍ଣାମେଣ୍ଟରେ ଭାରତ ପାଇଁ ଚ୍ୟାଲେଞ୍ଜ ଆହୁରି କଠିନ ହୋଇପାରେ। ଏବେ ସମସ୍ତଙ୍କ ନଜର ରହିବ ଟିମ୍ ଇଣ୍ଡିଆ ପରବର୍ତ୍ତୀ ମ୍ୟାଚ୍ରେ କିପରି ପ୍ରତ୍ୟାବର୍ତ୍ତନ କରୁଛି ଏବଂ ଏହି ପରାଜୟରୁ କଣ ଶିଖୁଛି।

ଖୋର୍ଦ୍ଧା ଜିଲ୍ଲା ବାସ୍କେଟବଲ୍ ଆସୋସିଏସନ୍ ପକ୍ଷରୁ ଉଦୀୟମାନ ଖେଳାଳିଙ୍କୁ ସମ୍ମାନିତ
ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲା ବାସ୍କେଟବଲ୍ ଆସୋସିଏସନ୍ (KDBA) ଓ ଭୁବନେଶ୍ୱର ବାସ୍କେଟବଲ୍ ଆସୋସିଏସନ୍ (KDBA) ପକ୍ଷରୁ ଉଦୀୟମାନ ବାସ୍କେଟବଲ ଖେଳାଳିଙ୍କୁ ସମ୍ମାନିତ କରାଯାଇଛି । ଗତକାଲି ଖେଳାଳୀ ମାନଙ୍କ ପାଇଁ ୟୁନିଟ୍–୧ ସ୍ପୋର୍ଟସ୍ କମ୍ପ୍ଲେକ୍ସ ପରିସରରେ ଏକ ଅଭିନନ୍ଦନ ସଭା ଆୟୋଜିତ ହୋଇଥିଲା । ଏଥିରେ ୬୨ତମ ଜୁନିଅର ବାସ୍କେଟବଲ୍ ଚମ୍ପିଆନସିପ୍ ଓ ୫୦ତମ ସବ୍-ଜୁନିଅର ବାସ୍କେଟବଲ୍ ଚାମ୍ପିଆନସିପ୍ ୨୦୨୬ରେ ରନର୍ସଅପ୍ ସ୍ଥାନ ଅଧିକାର କରି ଆସୋସିଏସନ୍‌କୁ ଗୌରବାନ୍ୱିତ କରିଥିବା ଖେଳାଳିମାନଙ୍କୁ ସମ୍ମାନିତ କରାଯାଇଥିଲା ।

ଏଥିସହ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିବା ସିନିଅର ନ୍ୟାସନାଲ୍ ବାସ୍କେଟବଲ୍ ଚାମ୍ପିଆନସିପ୍ ର ୪ ଜଣ ଓ ଜୁନିଅର ନ୍ୟାସନାଲ୍ ବାସ୍କେଟବଲ୍ ଚାମ୍ପିଆନସିପର ୪ ଜଣ ଖେଳାଳିଙ୍କୁ ମଧ୍ୟ ବିଶେଷ ଭାବେ ସମ୍ମାନିତ କରାଯାଇଥିଲା ।

ଆୟୋଜିତ ଅଭିନନ୍ଦନ ସଭାରେ ମୁଖ୍ୟ ଅତିଥି ଭାବେ ମଧୁସୂଦନ ପାଢ଼ୀ ଓ ମକବୂଲ ଅଲି ଉପସ୍ଥିତ ଥିଲେ। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ବାସ୍କେଟବଲ୍ ଆସୋସିଏସନ୍‌ର ସଚିବ ପ୍ରଶାନ୍ତ କୁମାର ନାୟକ ସହିତ ବରିଷ୍ଠ ଖେଳାଳିମାନେ ମଞ୍ଚରେ ଉପସ୍ଥିତ ଥିଲେ । ଆସୋସିଏସନ୍‌ର ସମସ୍ତ ବରିଷ୍ଠ କର୍ମକର୍ତ୍ତା ଓ ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହି ଖେଳାଳିମାନଙ୍କୁ ତାଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ।

ଇଂଲଣ୍ଡରେ ଟିମ୍ ଇଣ୍ଡିଆ ଫେଲ୍!
ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ଖରାପ ପ୍ରଦର୍ଶନ ଏବେ ପ୍ରଶଂସକଙ୍କ ଚିନ୍ତା ବଢ଼ାଇ ଦେଇଛି। ତୃତୀୟ ଟି-୨୦ରେ ମଧ୍ୟ ଭାରତ ଲଜ୍ଜାଜନକ ପରାଜୟ ବରଣ କରି ସିରିଜରେ ପଛରେ ପଡ଼ିଯାଇଛି । ବ୍ୟାଟିଂ ହେଉ କି ବୋଲିଂ—ଦୁଇଟି ବିଭାଗରେ ଦଳର ପ୍ରଦର୍ଶନ ନିରାଶାଜନକ ରହିଛି। ତେବେ ଏହି ପରାଜୟ ପାଇଁ କେଉଁ ଖେଳାଳିମାନେ ସବୁଠାରୁ ଅଧିକ ଦାୟୀ? ଆସନ୍ତୁ ଜାଣିବା ତୃତୀୟ ଟି-୨୦ରେ ଟିମ୍ ଇଣ୍ଡିଆର ହାରର ଚାରିଟି ବଡ଼ କାରଣ ।

ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ନେଇ ଏବେ ସବୁଠି ଚର୍ଚ୍ଚା । ତୃତୀୟ ଟି-୨୦ ମ୍ୟାଚ୍ରେ ମଧ୍ୟ ଭାରତକୁ ଲଜ୍ଜାଜନକ ପରାଜୟ ସହିବାକୁ ପଡ଼ିଛି । ଏହି ହାର ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୦-୨ରେ ପଛରେ ରହିଛି। ବର୍ଷା ଯୋଗୁଁ ଗୋଟିଏ ମ୍ୟାଚ୍ ବାତିଲ ହୋଇଥିଲେ ମଧ୍ୟ ଦଳର ପ୍ରଦର୍ଶନ ପ୍ରଶଂସନୀୟ ରହିନାହିଁ। ଏହି ମ୍ୟାଚ୍ରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ୍ ହରାଇ ୨୦୦ ରନ୍ କରିଥିଲା । ଏତେ ବଡ଼ ଲକ୍ଷ୍ୟର ପିଛା କରିବାକୁ ଆସିଥିବା ଭାରତୀୟ ବ୍ୟାଟିଂ ଲାଇନଅପ୍ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲା। ପାୱାରପ୍ଲେରେ ହିଁ ଦଳର ଅଧିକାଂଶ ବ୍ୟାଟର ପାଭିଲିଅନ୍ ଫେରିଯାଇଥିଲେ, ଯାହା ମ୍ୟାଚ୍କୁ ଏକପାଖିଆ କରିଦେଇଥିଲା । ଓପନର ଅଭିଷେକ ଶର୍ମା ୭ ବଲରେ ୧୦ ରନ୍ କରି ଆଉଟ୍ ହୋଇଥିଲେ । ସେ ନିକଟ ଅତୀତରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଏହି ମ୍ୟାଚ୍ରେ ଇନିଂସ୍କୁ ସମ୍ଭାଳିବାରେ ବିଫଳ ହୋଇଥିଲେ। ଟି-୨୦ରେ ଆକ୍ରମଣାତ୍ମକ ବ୍ୟାଟିଂ ସହିତ ପରିସ୍ଥିତି ଅନୁଯାୟୀ ଦାୟିତ୍ୱପୂର୍ଣ୍ଣ ଖେଳ ମଧ୍ୟ ଆବଶ୍ୟକ। ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ୫ ବଲରେ ୧୩ ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କର ପ୍ରତିଭାକୁ ନେଇ ସନ୍ଦେହ ନଥିଲେ ମଧ୍ୟ ପ୍ରତ୍ୟେକ ବଲ୍କୁ ବଡ଼ ସଟ୍ ଖେଳିବାର ଚେଷ୍ଟା ତାଙ୍କ ପାଇଁ ମହଙ୍ଗା ପଡ଼ୁଛି। ଭଲ ବଲ୍କୁ ସମ୍ମାନ ଦେବା ଏବଂ ଖରାପ ବଲ୍ର ଫାଇଦା ଉଠାଇବା ତାଙ୍କୁ ଶିଖିବାକୁ ପଡ଼ିବ। ଇଶାନ କିଶାନ ମଧ୍ୟ ଆଶା ଅନୁଯାୟୀ ପ୍ରଦର୍ଶନ କରିପାରିଲେ ନାହିଁ। ୯ ବଲରେ ମାତ୍ର ୧୩ ରନ୍ କରି ସେ ନିଜ ୱିକେଟ୍ ହରାଇଥିଲେ । ଆଇପିଏଲ୍ ଏବଂ ଅନ୍ୟ ସିରିଜରେ ଭଲ ଖେଳିଥିବା ଇଶାନ ଏହି ଦୌରାରେ ନିଜ ଲୟ ଖୋଜିପାରୁନାହାନ୍ତି। ଏହାପରେ ତିଲକ ବର୍ମାଙ୍କ ବ୍ୟାଟିଂ ମଧ୍ୟ ନିରାଶାଜନକ ରହିଥିଲା। ସେ ୧୧ ବଲରେ ମାତ୍ର ୩ ରନ୍ କରିପାରିଥିଲେ। ଟି-୨୦ ଫର୍ମାଟରେ ଏଭଳି ଧୀର ବ୍ୟାଟିଂ ଦଳ ଉପରେ ଚାପ ବଢ଼ାଇଥିଲା। କେବଳ ବ୍ୟାଟିଂ ନୁହେଁ, ବୋଲିଂ ବିଭାଗ ମଧ୍ୟ ଆଶା ଅନୁଯାୟୀ ପ୍ରଦର୍ଶନ କରିପାରିନଥିଲା । ବରୁଣ ଚକ୍ରବର୍ତ୍ତୀ ନିଜ ସ୍ପେଲ୍ରେ ଅଧିକ ରନ୍ ଖର୍ଚ୍ଚ କରିଥିଲେ । ଅନ୍ୟପଟେ ଅନୁଭବୀ ଅକ୍ଷର ପଟେଲ ମଧ୍ୟ ବ୍ୟାଟ୍ ଏବଂ ବଲ୍—ଉଭୟରେ ପ୍ରଭାବ ପକାଇପାରିନଥିଲେ । ଏହି ପରାଜୟ ପରେ ଦଳର ରଣନୀତି, ଖେଳାଳି ଚୟନ ଏବଂ ଅଧିନାୟକତ୍ୱକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ସିରିଜରେ ଫେରିବାକୁ ହେଲେ ଆଗାମୀ ଦୁଇଟି ମ୍ୟାଚ୍ରେ ଭାରତକୁ ସମସ୍ତ ବିଭାଗରେ ଉନ୍ନତ ପ୍ରଦର୍ଶନ କରିବାକୁ ହେବ । ନଚେତ୍ ଇଂଲଣ୍ଡ ବିପକ୍ଷରେ ସିରିଜ୍ ହାତଛଡ଼ା ହେବା ନିଶ୍ଚିତ। ବର୍ତ୍ତମାନ ପ୍ରଶ୍ନ ହେଉଛି—ଟିମ୍ ଇଣ୍ଡିଆ ଆଗାମୀ ମ୍ୟାଚ୍ରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିପାରିବ କି, ନା ଇଂଲଣ୍ଡ ଏହି ଆଧିପତ୍ୟ ଜାରି ରଖିବ?

କାହିଁକି ଜିମ୍ବାୱେ ସିରିଜରୁ ବାଦ ପଡିଲେ ସଞ୍ଜୁ?
ଜିମ୍ବାୱେ ଗସ୍ତ ପାଇଁ ଭାରତୀୟ ଟି-୨୦ ଦଳ ଘୋଷଣା ହୋଇସାରିଛି । ଦଳରେ ଅନେକ ଯୁବ ମୁହଁଙ୍କୁ ସୁଯୋଗ ମିଳିଥିବା ବେଳେ, ସବୁଠାରୁ ବଡ଼ ଚର୍ଚ୍ଚା କୌଣସି ନୂଆ ଖେଳାଳିଙ୍କୁ ନେଇ ନୁହେଁ, ବରଂ ଜଣେ ଅଭିଜ୍ଞ ଖେଳାଳିଙ୍କ ଅନୁପସ୍ଥିତିକୁ ନେଇ। ସେ ହେଉଛନ୍ତି ସଞ୍ଜୁ ସାମସନ। ସଞ୍ଜୁଙ୍କୁ ପ୍ରକୃତରେ ବିଶ୍ରାମ ଦିଆଯାଇଛି, ନା ତାଙ୍କୁ ପୁଣିଥରେ ଅଣଦେଖା କରାଯାଇଛି? କାହିଁକି ଦଳରେ ସ୍ଥାନ ପାଇଲେ ଅନେକ ନୂଆ ମୁହଁ, ଆଉ କାହିଁକି ବାଦ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା? ଏହି ଚୟନ ପଛରେ କଣ ରହିଛି ବଡ଼ ରଣନୀତି? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଟିମ୍, ବଡ଼ ବଡ଼ ସର୍ପ୍ରାଇଜ୍, ଏବଂ ସେହି ସମସ୍ତ ପ୍ରଶ୍ନର ଉତ୍ତର, ଯାହାକୁ ନେଇ ଏବେ ସାରା କ୍ରିକେଟ୍ ଜଗତରେ ଚର୍ଚ୍ଚା ଜୋର ଧରିଛି ।
ଭାରତୀୟ କ୍ରିକେଟରେ ପୁଣିଥରେ ଏକ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଛି। ଜିମ୍ବାୱେ ଗସ୍ତ ପାଇଁ ଟିମ୍ ଇଣ୍ଡିଆର ଟି-୨୦ ଦଳ ଘୋଷଣା ହୋଇସାରିଛି। ଦଳରେ ଅନେକ ନୂଆ ମୁହଁଙ୍କୁ ସୁଯୋଗ ମିଳିଥିବା ବେଳେ, ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି ଜଣେ ଏମିତି ଖେଳାଳିଙ୍କୁ ନେଇ ଯିଏ ଏହି ଦଳରେ ସ୍ଥାନ ପାଇନାହାନ୍ତି। ସେ ହେଉଛନ୍ତି ସଞ୍ଜୁ ସାମସନ। ଦଳ ଘୋଷଣା ପରେ ସୋସିଆଲ ମିଡିଆରେ ଗୋଟିଏ ପ୍ରଶ୍ନ ବାରମ୍ବାର ଉଠୁଛି—ସଞ୍ଜୁ ସାମସନଙ୍କୁ ପ୍ରକୃତରେ ବିଶ୍ରାମ ଦିଆଯାଇଛି କି, ନା ଏହା ତାଙ୍କୁ ପୁଣିଥରେ ଅଣଦେଖା କରାଯାଇଛି ? ଚୟନକର୍ତ୍ତାମାନଙ୍କ ପକ୍ଷରୁ କୁହାଯାଇଛି ଯେ ସଞ୍ଜୁଙ୍କୁ ବିଶ୍ରାମ ଦିଆଯାଇଛି। କିନ୍ତୁ ପ୍ରଶଂସକମାନେ ଏହି ଯୁକ୍ତିକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଅନେକଙ୍କ ମତରେ, ସଞ୍ଜୁ ସାମସନ ମୁଖ୍ୟତଃ ଟି-୨୦ କ୍ରିକେଟ୍ ଖେଳୁଥିବା ବେଳେ ତାଙ୍କୁ ବିଶ୍ରାମ ଦେବାର ଆବଶ୍ୟକତା କାହିଁକି ପଡ଼ିଲା ? ଏହି ପ୍ରଶ୍ନ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ପ୍ରମୁଖ ବିଷୟ ପାଲଟିଛି। କେତେକ କ୍ରିକେଟ୍ ପ୍ରେମୀ ଏହାକୁ ବିଶ୍ରାମ ନୁହେଁ, ବରଂ ଚୟନକର୍ତ୍ତାଙ୍କ ଭବିଷ୍ୟତ ଯୋଜନାର ଏକ ସଙ୍କେତ ବୋଲି କହୁଛନ୍ତି । ଏଥର ଜିମ୍ବାୱେ ଗସ୍ତ ପାଇଁ ଚୟନ ହୋଇଥିବା ଦଳରେ ଯୁବ ଖେଳାଳିଙ୍କୁ ବେଶି ଗୁରୁତ୍ୱ ଦିଆଯାଇଛି। ଦଳର ନେତୃତ୍ୱ ଶ୍ରେୟସ୍ ଆୟରଙ୍କ ହାତରେ ରହିଛି। ବ୍ୟାଟିଂ ବିଭାଗରେ ବୈଭବ ସୂର୍ୟ୍ୟବଂଶୀ, ଅଭିଷେକ ଶର୍ମା, ତିଲକ ବର୍ମା, ରିଙ୍କୁ ସିଂ ଏବଂ ଶିବମ ଦୁବେଙ୍କ ଭଳି ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି। ୱିକେଟ୍ କିପର ଭାବେ ଇଶାନ କିଶନ ଓ ପ୍ରଭସିମରନ ସିଂହଙ୍କୁ ସାମିଲ କରାଯାଇଛି। ଏହି ଦଳର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଦ୍ରୁତ ବୋଲିଂ ବିଭାଗ । ଆଇପିଏଲ ଏବଂ ଘରୋଇ କ୍ରିକେଟରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ୟଶ ଠାକୁରଙ୍କୁ ପ୍ରଥମ ଥର ପାଇଁ ସୁଯୋଗ ମିଳିଛି । ସେହିପରି ଅଶୋକ ଶର୍ମା ମଧ୍ୟ ନିଜ ଦ୍ରୁତ ବୋଲିଂ ଦ୍ୱାରା ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରି ଜାତୀୟ ଦଳରେ ସ୍ଥାନ ପାଇଛନ୍ତି । ତେବେ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ମୟଙ୍କ ଯାଦବ। ଘଣ୍ଟାପ୍ରତି ୧୫୫ରୁ ୧୫୭ କିଲୋମିଟର ବେଗରେ ବୋଲିଂ କରି ସେ ପୂର୍ବରୁ ହିଁ କ୍ରିକେଟ୍ ଜଗତର ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଘାତ ପରେ ସେ ବର୍ତ୍ତମାନ ଫିଟ୍ ହୋଇ ଦଳକୁ ଫେରିଛନ୍ତି । ଯଦି ସେ ନିଜ ପୁରୁଣା ଲୟରେ ବୋଲିଂ କରନ୍ତି, ତେବେ ଜିମ୍ବାୱେ ବ୍ୟାଟରଙ୍କ ପାଇଁ ସେ ବଡ଼ ଚ୍ୟାଲେଞ୍ଜ ହୋଇପାରନ୍ତି । ଅନ୍ୟପଟେ, ଦୀର୍ଘ ଦିନ ପରେ ରିଙ୍କୁ ସିଂହଙ୍କୁ ମଧ୍ୟ ପୁଣି ଥରେ ଟି-୨୦ ଦଳରେ ସୁଯୋଗ ମିଳିଛି। ଏହି ସିରିଜ୍ ତାଙ୍କ ପାଇଁ ନିଜକୁ ପୁଣିଥରେ ପ୍ରମାଣ କରିବାର ଏକ ବଡ଼ ମଞ୍ଚ ହେବ। ସେହିପରି ହର୍ଷ ଦୁବେଙ୍କ ଚୟନ ମଧ୍ୟ ସ୍ପଷ୍ଟ କରୁଛି ଯେ ଚୟନକର୍ତ୍ତାମାନେ ଆଗାମୀ ଦିନରେ ଯୁବ ଖେଳାଳିଙ୍କୁ ନିୟମିତ ସୁଯୋଗ ଦେବାକୁ ଚାହୁଁଛନ୍ତି। ତେବେ ଆଉ ଏକ ବଡ଼ ପ୍ରଶ୍ନ ହେଉଛି—ହାର୍ଦ୍ଦିକ ପାଣ୍ଡ୍ୟା କେଉଁଠି? ଦଳ ଘୋଷଣା ପରେ ସୋସିଆଲ ମିଡିଆରେ ଏହି ପ୍ରଶ୍ନ ମଧ୍ୟ ବେଶ ଚର୍ଚ୍ଚାରେ ରହିଛି । ତାଙ୍କ ଅନୁପସ୍ଥିତି ନେଇ ବିସିସିଆଇ ପକ୍ଷରୁ କୌଣସି ସ୍ପଷ୍ଟ କାରଣ କୁହାଯାଇନାହିଁ। ସେହିପରି ନୀତିଶ କୁମାର ରେଡ୍ଡୀ ଆଘାତ କାରଣରୁ ଉପଲବ୍ଧ ନଥିବାରୁ ତାଙ୍କୁ ଟି-୨୦ ଦଳରେ ସ୍ଥାନ ମିଳିନାହିଁ। କିନ୍ତୁ ସେ ଇଂଲଣ୍ଡ ଗସ୍ତ ପାଇଁ ଦିନିକିଆ ଦଳରେ ସାମିଲ ହୋଇଥିବା ବେଳେ, ଶିବମ ଦୁବେ ମଧ୍ୟ ସେହି ଦଳରେ ସ୍ଥାନ ପାଇଛନ୍ତି। ସବୁମିଶାଇ ଦେଖିଲେ, ଏହି ଟି-୨୦ ଦଳରେ ଅନୁଭବ ଅପେକ୍ଷା ଯୁବ ଶକ୍ତି ଉପରେ ଅଧିକ ଭରସା କରାଯାଇଛି। ଏହି ନୂଆ ଦଳ ମଇଦାନରେ କିପରି ପ୍ରଦର୍ଶନ କରିବ, ତାହା ଦେଖିବା ବେଶ ରୋଚକ ହେବ । ମୟଙ୍କ ଯାଦବ କଣ ନିଜର ଗତିରେ ଚମକ ସୃଷ୍ଟି କରିବେ? ରିଙ୍କୁ ସିଂହ କଣ ସ୍ମରଣୀୟ ପ୍ରତ୍ୟାବର୍ତ୍ତନ କରିବେ? ଏବଂ ସବୁଠାରୁ ବଡ଼ ପ୍ରଶ୍ନ—ସଞ୍ଜୁ ସାମସନଙ୍କୁ ସତରେ ଏହି ଦଳରେ ସ୍ଥାନ ମିଳିବା ଉଚିତ ଥିଲା କି?

କ୍ରିକେଟରେ ମହାପରିବର୍ତ୍ତନ, ଜାଣନ୍ତୁ କଣ ରହିଛି ନୂଆ ନିୟମ?
କ୍ରିକେଟ୍ ଜଗତରେ ଆସିପାରେ ଏକ ବଡ଼ ପରିବର୍ତ୍ତନ। ୫୦ ଓଭରର ଓଡ଼ିଆଇ କଣ ୪୦ ଓଭରକୁ ପରିଣତ ହେବ ? ୱର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍ ରେ  କଣ ୧୨ଟି ଦଳ ଖେଳିବେ ? ବିଶ୍ୱ କ୍ଲବ୍ T-20  ଚାମ୍ପିଅନସିପ୍ ସତରେ ଆରମ୍ଭ ହେବ କି ? ଆଇସିସି ର ବାର୍ଷିକ ସାଧାରଣ ବୈଠକରେ କ୍ରିକେଟର ଭବିଷ୍ୟତକୁ ବଦଳାଇପାରୁଥିବା ଅନେକ ବଡ଼ ପ୍ରସ୍ତାବ ଆଲୋଚନାକୁ ଆସିଛି ।  ଆଜି ଆମେ ଜାଣିବା ସେହି ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ବିଷୟରେ, ଯାହା ଆଗାମୀ ଦିନରେ କ୍ରିକେଟର ଚେହେରାକୁ ସମ୍ପୂର୍ଣ୍ଣ ବଦଳାଇପାରେ ।
ଆନ୍ତର୍ଜାତୀୟ କ୍ରିକେଟରେ ଖୁବ୍ ଶୀଘ୍ର ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଆଇସିସିର ବାର୍ଷିକ ସାଧାରଣ ବୈଠକରେ କ୍ରିକେଟର ଭବିଷ୍ୟତକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ଯଦି ଏହି ପ୍ରସ୍ତାବଗୁଡ଼ିକ ଭବିଷ୍ୟତରେ କାର୍ୟ୍ୟକାରୀ ହୁଏ, ତେବେ ଦିନିକିଆ କ୍ରିକେଟଠାରୁ ଆରମ୍ଭ କରି ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନଶିପ୍ ପର୍ୟ୍ୟନ୍ତ ଅନେକ କିଛି ବଦଳିଯାଇପାରେ । ସବୁଠାରୁ ବଡ଼ ପ୍ରସ୍ତାବ ହେଉଛି ୫୦ ଓଭର ବିଶିଷ୍ଟ ଦିନିକିଆ ମ୍ୟାଚ୍କୁ ୪୦ ଓଭରକୁ ହ୍ରାସ କରିବା । ଏହା ଦ୍ୱାରା ମ୍ୟାଚ୍ର ସମୟ କମିବ, ଖେଳ ଅଧିକ ଦ୍ରୁତ ଓ ରୋମାଞ୍ଚକର ହୋଇପାରିବ ବୋଲି ମତ ରହିଛି। ତେବେ ଏହା ଏପର୍ୟ୍ୟନ୍ତ କେବଳ ଏକ ପ୍ରସ୍ତାବ, କୌଣସି ଅନ୍ତିମ ନିଷ୍ପତ୍ତି ନୁହେଁ। ଦ୍ୱିତୀୟ ପ୍ରସ୍ତାବ ହେଉଛି ଟେଷ୍ଟ, ଦିନିକିଆ ଓ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ପାଇଁ ଏକ ସ୍ଥାୟୀ ଆନ୍ତର୍ଜାତୀୟ କ୍ୟାଲେଣ୍ଡର କିମ୍ବା ୱିଣ୍ଡୋ ପ୍ରସ୍ତୁତ କରିବା। ଏହା ଦ୍ୱାରା ବୋର୍ଡ, ଖେଳାଳି ଏବଂ ପ୍ରଶଂସକମାନେ ପୂର୍ବରୁ ସମସ୍ତ ସୂଚୀ ବିଷୟରେ ସ୍ପଷ୍ଟ ଧାରଣା ପାଇପାରିବେ। ଏହାଛଡ଼ା ଦ୍ୱିପାକ୍ଷିକ ସିରିଜ୍ ଅପେକ୍ଷା ଅଧିକ ତ୍ରିରାଷ୍ଟ୍ରୀୟ ଓ ବହୁରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ନେଇ ମଧ୍ୟ ଆଲୋଚନା ହୋଇଛି । ବିଶେଷଜ୍ଞଙ୍କ ମତରେ, ଏପରି ଟୁର୍ଣ୍ଣାମେଣ୍ଟ ଦର୍ଶକଙ୍କ ଆଗ୍ରହ ବଢ଼ାଇବା ସହ ପ୍ରତିଯୋଗିତାକୁ ଆହୁରି ରୋମାଞ୍ଚକର କରିପାରିବ। ପ୍ରତ୍ୟେକ ମହାଦେଶ ପାଇଁ ପୃଥକ କ୍ରିକେଟ୍ ଚାମ୍ପିଅନଶିପ୍ ଆରମ୍ଭ କରିବା ପ୍ରସ୍ତାବ ମଧ୍ୟ ଆସିଛି। ଏସିଆ, ୟୁରୋପ୍, ଆଫ୍ରିକା ଓ ଅନ୍ୟ ମହାଦେଶର ଦଳମାନଙ୍କୁ ନେଇ ନୂଆ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଗଲେ କ୍ରିକେଟର ପ୍ରସାର ଆହୁରି ବଢ଼ିପାରେ । ଫ୍ରାଞ୍ଚାଇଜ୍ କ୍ରିକେଟ୍କୁ ବିଶ୍ୱସ୍ତରକୁ ନେବା ପାଇଁ ବିଶ୍ୱର ବିଭିନ୍ନ ଟି-୨୦ ଲିଗ୍ର ବିଜେତା ଦଳମାନଙ୍କୁ ନେଇ ଏକ ୱାର୍ଲ୍ଡ କ୍ଲବ୍ ଟି-୨୦ ଚାମ୍ପିଅନସିପ୍ ଆୟୋଜନ କରିବା ପ୍ରସ୍ତାବ ମଧ୍ୟ ଆଲୋଚନାରେ ରହିଛି । ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ ରେ ମଧ୍ୟ ବଡ଼ ପରିବର୍ତ୍ତନର ଚର୍ଚ୍ଚା ହେଉଛି । ବର୍ତ୍ତମାନ ଅପେକ୍ଷା ଅଧିକ ଦେଶକୁ ସାମିଲ କରି ୧୨ ଦଳ ବିଶିଷ୍ଟ ଡଞଉ କରିବା ସହ ଆୟରଲ୍ୟାଣ୍ଡ, ଜିମ୍ବାୱେ ଏବଂ ଆଫଗାନିସ୍ତାନ ଭଳି ଦଳମାନଙ୍କୁ ଅଧିକ ସୁଯୋଗ ଦେବା ଉପରେ ମଧ୍ୟ ମତ ପ୍ରକାଶ ପାଇଛି । ସେହିପରି, ଗୋଟିଏ ମାତ୍ର ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ମଧ୍ୟ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନଶିପ୍ ପଏଣ୍ଟ ଟେବୁଲରେ ସାମିଲ କରିବା ପ୍ରସ୍ତାବ ରହିଛି। ଏହା ଦ୍ୱାରା ଛୋଟ ଟେଷ୍ଟ ସିରିଜ୍ଗୁଡ଼ିକର ଗୁରୁତ୍ୱ ବଢ଼ିପାରେ । ଆଉ ଏକ ଚର୍ଚ୍ଚିତ ପ୍ରସ୍ତାବ ହେଉଛି ବିଶ୍ୱକପ୍ ପୂର୍ବରୁ ଦୀର୍ଘ ଦ୍ୱିପାକ୍ଷିକ ସିରିଜ୍ର ସଂଖ୍ୟା କମାଇ ବିଶ୍ୱକପ୍ ପାଇଁ ଅଲଗା ପ୍ରସ୍ତୁତି ସମୟ ରଖିବା । ଏହା ଦ୍ୱାରା ବିଶ୍ୱକପ୍ର ରୋମାଞ୍ଚ ଓ ଗୁରୁତ୍ୱ ଆହୁରି ବଢ଼ିବ ବୋଲି କିଛି ମତ ରହିଛି । ତେବେ ମନେ ରଖିବା ଜରୁରୀ ଯେ ଏସବୁ ବିଷୟ ଉପରେ ଆଲୋଚନା ଏବଂ ପ୍ରସ୍ତାବ ରହିଛି। କେଉଁ ପ୍ରସ୍ତାବ ଭବିଷ୍ୟତରେ ଆଇସିସି ଗ୍ରହଣ କରିବ ଓ କେଉଁଗୁଡ଼ିକ କାର୍ୟ୍ୟକାରୀ ହେବ, ତାହା ଆଗାମୀ ସମୟରେ ସ୍ପଷ୍ଟ ହେବ।

ଚନ୍ଦ୍ରପୃଷ୍ଠରେ ଫୁଟବଲ
ଯଦି ଆମେରିକାର ପୁରୁଷ ଫୁଟବଲ୍ ଦଳ ଚଳିତ ୨୦୨୬ ଫିଫା ବିଶ୍ୱକପ୍‌ ଟ୍ରଫି ଜିତେ, ତେବେ ମହାକାଶ ଗବେଷଣା ସଂସ୍ଥା 'ନାସା' ଚନ୍ଦ୍ରପୃଷ୍ଠକୁ ଏକ ଫୁଟବଲ୍ ପଠାଇବ ବୋଲି ଏକ ନିଆରା ଓ ରୋମାଞ୍ଚକର ପ୍ରତିଶ୍ରୁତି ଦେଇଛି । ଯାହା ବର୍ତ୍ତମାନ କ୍ରୀଡ଼ା ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି । ନାସାର ଅଧିକାରୀ ଜାରେଡ୍ ଆଇଜାକ୍‌ମ୍ୟାନ୍ କହିଛନ୍ତି ଯେ ଦଳ ବିଜୟୀ ହେଲେ ସେମାନେ ୧୯୭୧ ମସିହାରେ ଆପୋଲୋ-୧୪ର ମହାକାଶଚାରୀ ଆଲାନ୍ ସେପାର୍ଡଙ୍କ ଚନ୍ଦ୍ରପୃଷ୍ଠରେ ଗଲ୍ଫ ଖେଳିବାର ଐତିହାସିକ ରେକର୍ଡକୁ ଆହୁରି ଆଗକୁ ନେବେ । ତେବେ ଆମେରିକା, ମେକ୍ସିକୋ ଓ କାନାଡ଼ା ମିଳିତ ଭାବେ ଏହି ବିଶ୍ୱକପ୍ ଆୟୋଜନ କରୁଥିବା ବେଳେ ଆମେରିକା ଦଳ ଗ୍ରୁପ୍-ଡି'ର ବିଜେତା ଭାବେ ରାଉଣ୍ଡ ଅଫ୍ ୩୨ରେ ପ୍ରବେଶ କରିସାରିଛି । ପୂର୍ବରୁ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଫୁଟବଲ୍ ପଠାଇ ସାରିଥିବା ନାସା ଏବେ ଆମେରିକା ପୁରୁଷ ଦଳର ପ୍ରଥମ ବିଶ୍ୱକପ୍ ବିଜୟ ସହ ଚନ୍ଦ୍ରପୃଷ୍ଠରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବାକୁ ବେଶ୍ ଆଗ୍ରହର ସହ ଅପେକ୍ଷା କରିଛି ।