ଖେଳ - Samaya Live

ଇଂଲଣ୍ଡରେ ଟିମ୍ ଇଣ୍ଡିଆ ଫେଲ୍!
ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ଖରାପ ପ୍ରଦର୍ଶନ ଏବେ ପ୍ରଶଂସକଙ୍କ ଚିନ୍ତା ବଢ଼ାଇ ଦେଇଛି। ତୃତୀୟ ଟି-୨୦ରେ ମଧ୍ୟ ଭାରତ ଲଜ୍ଜାଜନକ ପରାଜୟ ବରଣ କରି ସିରିଜରେ ପଛରେ ପଡ଼ିଯାଇଛି । ବ୍ୟାଟିଂ ହେଉ କି ବୋଲିଂ—ଦୁଇଟି ବିଭାଗରେ ଦଳର ପ୍ରଦର୍ଶନ ନିରାଶାଜନକ ରହିଛି। ତେବେ ଏହି ପରାଜୟ ପାଇଁ କେଉଁ ଖେଳାଳିମାନେ ସବୁଠାରୁ ଅଧିକ ଦାୟୀ? ଆସନ୍ତୁ ଜାଣିବା ତୃତୀୟ ଟି-୨୦ରେ ଟିମ୍ ଇଣ୍ଡିଆର ହାରର ଚାରିଟି ବଡ଼ କାରଣ ।

ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ନେଇ ଏବେ ସବୁଠି ଚର୍ଚ୍ଚା । ତୃତୀୟ ଟି-୨୦ ମ୍ୟାଚ୍ରେ ମଧ୍ୟ ଭାରତକୁ ଲଜ୍ଜାଜନକ ପରାଜୟ ସହିବାକୁ ପଡ଼ିଛି । ଏହି ହାର ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୦-୨ରେ ପଛରେ ରହିଛି। ବର୍ଷା ଯୋଗୁଁ ଗୋଟିଏ ମ୍ୟାଚ୍ ବାତିଲ ହୋଇଥିଲେ ମଧ୍ୟ ଦଳର ପ୍ରଦର୍ଶନ ପ୍ରଶଂସନୀୟ ରହିନାହିଁ। ଏହି ମ୍ୟାଚ୍ରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ୍ ହରାଇ ୨୦୦ ରନ୍ କରିଥିଲା । ଏତେ ବଡ଼ ଲକ୍ଷ୍ୟର ପିଛା କରିବାକୁ ଆସିଥିବା ଭାରତୀୟ ବ୍ୟାଟିଂ ଲାଇନଅପ୍ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲା। ପାୱାରପ୍ଲେରେ ହିଁ ଦଳର ଅଧିକାଂଶ ବ୍ୟାଟର ପାଭିଲିଅନ୍ ଫେରିଯାଇଥିଲେ, ଯାହା ମ୍ୟାଚ୍କୁ ଏକପାଖିଆ କରିଦେଇଥିଲା । ଓପନର ଅଭିଷେକ ଶର୍ମା ୭ ବଲରେ ୧୦ ରନ୍ କରି ଆଉଟ୍ ହୋଇଥିଲେ । ସେ ନିକଟ ଅତୀତରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଏହି ମ୍ୟାଚ୍ରେ ଇନିଂସ୍କୁ ସମ୍ଭାଳିବାରେ ବିଫଳ ହୋଇଥିଲେ। ଟି-୨୦ରେ ଆକ୍ରମଣାତ୍ମକ ବ୍ୟାଟିଂ ସହିତ ପରିସ୍ଥିତି ଅନୁଯାୟୀ ଦାୟିତ୍ୱପୂର୍ଣ୍ଣ ଖେଳ ମଧ୍ୟ ଆବଶ୍ୟକ। ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ୫ ବଲରେ ୧୩ ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କର ପ୍ରତିଭାକୁ ନେଇ ସନ୍ଦେହ ନଥିଲେ ମଧ୍ୟ ପ୍ରତ୍ୟେକ ବଲ୍କୁ ବଡ଼ ସଟ୍ ଖେଳିବାର ଚେଷ୍ଟା ତାଙ୍କ ପାଇଁ ମହଙ୍ଗା ପଡ଼ୁଛି। ଭଲ ବଲ୍କୁ ସମ୍ମାନ ଦେବା ଏବଂ ଖରାପ ବଲ୍ର ଫାଇଦା ଉଠାଇବା ତାଙ୍କୁ ଶିଖିବାକୁ ପଡ଼ିବ। ଇଶାନ କିଶାନ ମଧ୍ୟ ଆଶା ଅନୁଯାୟୀ ପ୍ରଦର୍ଶନ କରିପାରିଲେ ନାହିଁ। ୯ ବଲରେ ମାତ୍ର ୧୩ ରନ୍ କରି ସେ ନିଜ ୱିକେଟ୍ ହରାଇଥିଲେ । ଆଇପିଏଲ୍ ଏବଂ ଅନ୍ୟ ସିରିଜରେ ଭଲ ଖେଳିଥିବା ଇଶାନ ଏହି ଦୌରାରେ ନିଜ ଲୟ ଖୋଜିପାରୁନାହାନ୍ତି। ଏହାପରେ ତିଲକ ବର୍ମାଙ୍କ ବ୍ୟାଟିଂ ମଧ୍ୟ ନିରାଶାଜନକ ରହିଥିଲା। ସେ ୧୧ ବଲରେ ମାତ୍ର ୩ ରନ୍ କରିପାରିଥିଲେ। ଟି-୨୦ ଫର୍ମାଟରେ ଏଭଳି ଧୀର ବ୍ୟାଟିଂ ଦଳ ଉପରେ ଚାପ ବଢ଼ାଇଥିଲା। କେବଳ ବ୍ୟାଟିଂ ନୁହେଁ, ବୋଲିଂ ବିଭାଗ ମଧ୍ୟ ଆଶା ଅନୁଯାୟୀ ପ୍ରଦର୍ଶନ କରିପାରିନଥିଲା । ବରୁଣ ଚକ୍ରବର୍ତ୍ତୀ ନିଜ ସ୍ପେଲ୍ରେ ଅଧିକ ରନ୍ ଖର୍ଚ୍ଚ କରିଥିଲେ । ଅନ୍ୟପଟେ ଅନୁଭବୀ ଅକ୍ଷର ପଟେଲ ମଧ୍ୟ ବ୍ୟାଟ୍ ଏବଂ ବଲ୍—ଉଭୟରେ ପ୍ରଭାବ ପକାଇପାରିନଥିଲେ । ଏହି ପରାଜୟ ପରେ ଦଳର ରଣନୀତି, ଖେଳାଳି ଚୟନ ଏବଂ ଅଧିନାୟକତ୍ୱକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ସିରିଜରେ ଫେରିବାକୁ ହେଲେ ଆଗାମୀ ଦୁଇଟି ମ୍ୟାଚ୍ରେ ଭାରତକୁ ସମସ୍ତ ବିଭାଗରେ ଉନ୍ନତ ପ୍ରଦର୍ଶନ କରିବାକୁ ହେବ । ନଚେତ୍ ଇଂଲଣ୍ଡ ବିପକ୍ଷରେ ସିରିଜ୍ ହାତଛଡ଼ା ହେବା ନିଶ୍ଚିତ। ବର୍ତ୍ତମାନ ପ୍ରଶ୍ନ ହେଉଛି—ଟିମ୍ ଇଣ୍ଡିଆ ଆଗାମୀ ମ୍ୟାଚ୍ରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିପାରିବ କି, ନା ଇଂଲଣ୍ଡ ଏହି ଆଧିପତ୍ୟ ଜାରି ରଖିବ?

କାହିଁକି ଜିମ୍ବାୱେ ସିରିଜରୁ ବାଦ ପଡିଲେ ସଞ୍ଜୁ?
ଜିମ୍ବାୱେ ଗସ୍ତ ପାଇଁ ଭାରତୀୟ ଟି-୨୦ ଦଳ ଘୋଷଣା ହୋଇସାରିଛି । ଦଳରେ ଅନେକ ଯୁବ ମୁହଁଙ୍କୁ ସୁଯୋଗ ମିଳିଥିବା ବେଳେ, ସବୁଠାରୁ ବଡ଼ ଚର୍ଚ୍ଚା କୌଣସି ନୂଆ ଖେଳାଳିଙ୍କୁ ନେଇ ନୁହେଁ, ବରଂ ଜଣେ ଅଭିଜ୍ଞ ଖେଳାଳିଙ୍କ ଅନୁପସ୍ଥିତିକୁ ନେଇ। ସେ ହେଉଛନ୍ତି ସଞ୍ଜୁ ସାମସନ। ସଞ୍ଜୁଙ୍କୁ ପ୍ରକୃତରେ ବିଶ୍ରାମ ଦିଆଯାଇଛି, ନା ତାଙ୍କୁ ପୁଣିଥରେ ଅଣଦେଖା କରାଯାଇଛି? କାହିଁକି ଦଳରେ ସ୍ଥାନ ପାଇଲେ ଅନେକ ନୂଆ ମୁହଁ, ଆଉ କାହିଁକି ବାଦ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା? ଏହି ଚୟନ ପଛରେ କଣ ରହିଛି ବଡ଼ ରଣନୀତି? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଟିମ୍, ବଡ଼ ବଡ଼ ସର୍ପ୍ରାଇଜ୍, ଏବଂ ସେହି ସମସ୍ତ ପ୍ରଶ୍ନର ଉତ୍ତର, ଯାହାକୁ ନେଇ ଏବେ ସାରା କ୍ରିକେଟ୍ ଜଗତରେ ଚର୍ଚ୍ଚା ଜୋର ଧରିଛି ।
ଭାରତୀୟ କ୍ରିକେଟରେ ପୁଣିଥରେ ଏକ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଛି। ଜିମ୍ବାୱେ ଗସ୍ତ ପାଇଁ ଟିମ୍ ଇଣ୍ଡିଆର ଟି-୨୦ ଦଳ ଘୋଷଣା ହୋଇସାରିଛି। ଦଳରେ ଅନେକ ନୂଆ ମୁହଁଙ୍କୁ ସୁଯୋଗ ମିଳିଥିବା ବେଳେ, ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି ଜଣେ ଏମିତି ଖେଳାଳିଙ୍କୁ ନେଇ ଯିଏ ଏହି ଦଳରେ ସ୍ଥାନ ପାଇନାହାନ୍ତି। ସେ ହେଉଛନ୍ତି ସଞ୍ଜୁ ସାମସନ। ଦଳ ଘୋଷଣା ପରେ ସୋସିଆଲ ମିଡିଆରେ ଗୋଟିଏ ପ୍ରଶ୍ନ ବାରମ୍ବାର ଉଠୁଛି—ସଞ୍ଜୁ ସାମସନଙ୍କୁ ପ୍ରକୃତରେ ବିଶ୍ରାମ ଦିଆଯାଇଛି କି, ନା ଏହା ତାଙ୍କୁ ପୁଣିଥରେ ଅଣଦେଖା କରାଯାଇଛି ? ଚୟନକର୍ତ୍ତାମାନଙ୍କ ପକ୍ଷରୁ କୁହାଯାଇଛି ଯେ ସଞ୍ଜୁଙ୍କୁ ବିଶ୍ରାମ ଦିଆଯାଇଛି। କିନ୍ତୁ ପ୍ରଶଂସକମାନେ ଏହି ଯୁକ୍ତିକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଅନେକଙ୍କ ମତରେ, ସଞ୍ଜୁ ସାମସନ ମୁଖ୍ୟତଃ ଟି-୨୦ କ୍ରିକେଟ୍ ଖେଳୁଥିବା ବେଳେ ତାଙ୍କୁ ବିଶ୍ରାମ ଦେବାର ଆବଶ୍ୟକତା କାହିଁକି ପଡ଼ିଲା ? ଏହି ପ୍ରଶ୍ନ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ପ୍ରମୁଖ ବିଷୟ ପାଲଟିଛି। କେତେକ କ୍ରିକେଟ୍ ପ୍ରେମୀ ଏହାକୁ ବିଶ୍ରାମ ନୁହେଁ, ବରଂ ଚୟନକର୍ତ୍ତାଙ୍କ ଭବିଷ୍ୟତ ଯୋଜନାର ଏକ ସଙ୍କେତ ବୋଲି କହୁଛନ୍ତି । ଏଥର ଜିମ୍ବାୱେ ଗସ୍ତ ପାଇଁ ଚୟନ ହୋଇଥିବା ଦଳରେ ଯୁବ ଖେଳାଳିଙ୍କୁ ବେଶି ଗୁରୁତ୍ୱ ଦିଆଯାଇଛି। ଦଳର ନେତୃତ୍ୱ ଶ୍ରେୟସ୍ ଆୟରଙ୍କ ହାତରେ ରହିଛି। ବ୍ୟାଟିଂ ବିଭାଗରେ ବୈଭବ ସୂର୍ୟ୍ୟବଂଶୀ, ଅଭିଷେକ ଶର୍ମା, ତିଲକ ବର୍ମା, ରିଙ୍କୁ ସିଂ ଏବଂ ଶିବମ ଦୁବେଙ୍କ ଭଳି ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି। ୱିକେଟ୍ କିପର ଭାବେ ଇଶାନ କିଶନ ଓ ପ୍ରଭସିମରନ ସିଂହଙ୍କୁ ସାମିଲ କରାଯାଇଛି। ଏହି ଦଳର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଦ୍ରୁତ ବୋଲିଂ ବିଭାଗ । ଆଇପିଏଲ ଏବଂ ଘରୋଇ କ୍ରିକେଟରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ୟଶ ଠାକୁରଙ୍କୁ ପ୍ରଥମ ଥର ପାଇଁ ସୁଯୋଗ ମିଳିଛି । ସେହିପରି ଅଶୋକ ଶର୍ମା ମଧ୍ୟ ନିଜ ଦ୍ରୁତ ବୋଲିଂ ଦ୍ୱାରା ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରି ଜାତୀୟ ଦଳରେ ସ୍ଥାନ ପାଇଛନ୍ତି । ତେବେ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ମୟଙ୍କ ଯାଦବ। ଘଣ୍ଟାପ୍ରତି ୧୫୫ରୁ ୧୫୭ କିଲୋମିଟର ବେଗରେ ବୋଲିଂ କରି ସେ ପୂର୍ବରୁ ହିଁ କ୍ରିକେଟ୍ ଜଗତର ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଘାତ ପରେ ସେ ବର୍ତ୍ତମାନ ଫିଟ୍ ହୋଇ ଦଳକୁ ଫେରିଛନ୍ତି । ଯଦି ସେ ନିଜ ପୁରୁଣା ଲୟରେ ବୋଲିଂ କରନ୍ତି, ତେବେ ଜିମ୍ବାୱେ ବ୍ୟାଟରଙ୍କ ପାଇଁ ସେ ବଡ଼ ଚ୍ୟାଲେଞ୍ଜ ହୋଇପାରନ୍ତି । ଅନ୍ୟପଟେ, ଦୀର୍ଘ ଦିନ ପରେ ରିଙ୍କୁ ସିଂହଙ୍କୁ ମଧ୍ୟ ପୁଣି ଥରେ ଟି-୨୦ ଦଳରେ ସୁଯୋଗ ମିଳିଛି। ଏହି ସିରିଜ୍ ତାଙ୍କ ପାଇଁ ନିଜକୁ ପୁଣିଥରେ ପ୍ରମାଣ କରିବାର ଏକ ବଡ଼ ମଞ୍ଚ ହେବ। ସେହିପରି ହର୍ଷ ଦୁବେଙ୍କ ଚୟନ ମଧ୍ୟ ସ୍ପଷ୍ଟ କରୁଛି ଯେ ଚୟନକର୍ତ୍ତାମାନେ ଆଗାମୀ ଦିନରେ ଯୁବ ଖେଳାଳିଙ୍କୁ ନିୟମିତ ସୁଯୋଗ ଦେବାକୁ ଚାହୁଁଛନ୍ତି। ତେବେ ଆଉ ଏକ ବଡ଼ ପ୍ରଶ୍ନ ହେଉଛି—ହାର୍ଦ୍ଦିକ ପାଣ୍ଡ୍ୟା କେଉଁଠି? ଦଳ ଘୋଷଣା ପରେ ସୋସିଆଲ ମିଡିଆରେ ଏହି ପ୍ରଶ୍ନ ମଧ୍ୟ ବେଶ ଚର୍ଚ୍ଚାରେ ରହିଛି । ତାଙ୍କ ଅନୁପସ୍ଥିତି ନେଇ ବିସିସିଆଇ ପକ୍ଷରୁ କୌଣସି ସ୍ପଷ୍ଟ କାରଣ କୁହାଯାଇନାହିଁ। ସେହିପରି ନୀତିଶ କୁମାର ରେଡ୍ଡୀ ଆଘାତ କାରଣରୁ ଉପଲବ୍ଧ ନଥିବାରୁ ତାଙ୍କୁ ଟି-୨୦ ଦଳରେ ସ୍ଥାନ ମିଳିନାହିଁ। କିନ୍ତୁ ସେ ଇଂଲଣ୍ଡ ଗସ୍ତ ପାଇଁ ଦିନିକିଆ ଦଳରେ ସାମିଲ ହୋଇଥିବା ବେଳେ, ଶିବମ ଦୁବେ ମଧ୍ୟ ସେହି ଦଳରେ ସ୍ଥାନ ପାଇଛନ୍ତି। ସବୁମିଶାଇ ଦେଖିଲେ, ଏହି ଟି-୨୦ ଦଳରେ ଅନୁଭବ ଅପେକ୍ଷା ଯୁବ ଶକ୍ତି ଉପରେ ଅଧିକ ଭରସା କରାଯାଇଛି। ଏହି ନୂଆ ଦଳ ମଇଦାନରେ କିପରି ପ୍ରଦର୍ଶନ କରିବ, ତାହା ଦେଖିବା ବେଶ ରୋଚକ ହେବ । ମୟଙ୍କ ଯାଦବ କଣ ନିଜର ଗତିରେ ଚମକ ସୃଷ୍ଟି କରିବେ? ରିଙ୍କୁ ସିଂହ କଣ ସ୍ମରଣୀୟ ପ୍ରତ୍ୟାବର୍ତ୍ତନ କରିବେ? ଏବଂ ସବୁଠାରୁ ବଡ଼ ପ୍ରଶ୍ନ—ସଞ୍ଜୁ ସାମସନଙ୍କୁ ସତରେ ଏହି ଦଳରେ ସ୍ଥାନ ମିଳିବା ଉଚିତ ଥିଲା କି?

କ୍ରିକେଟରେ ମହାପରିବର୍ତ୍ତନ, ଜାଣନ୍ତୁ କଣ ରହିଛି ନୂଆ ନିୟମ?
କ୍ରିକେଟ୍ ଜଗତରେ ଆସିପାରେ ଏକ ବଡ଼ ପରିବର୍ତ୍ତନ। ୫୦ ଓଭରର ଓଡ଼ିଆଇ କଣ ୪୦ ଓଭରକୁ ପରିଣତ ହେବ ? ୱର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍ ରେ  କଣ ୧୨ଟି ଦଳ ଖେଳିବେ ? ବିଶ୍ୱ କ୍ଲବ୍ T-20  ଚାମ୍ପିଅନସିପ୍ ସତରେ ଆରମ୍ଭ ହେବ କି ? ଆଇସିସି ର ବାର୍ଷିକ ସାଧାରଣ ବୈଠକରେ କ୍ରିକେଟର ଭବିଷ୍ୟତକୁ ବଦଳାଇପାରୁଥିବା ଅନେକ ବଡ଼ ପ୍ରସ୍ତାବ ଆଲୋଚନାକୁ ଆସିଛି ।  ଆଜି ଆମେ ଜାଣିବା ସେହି ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ବିଷୟରେ, ଯାହା ଆଗାମୀ ଦିନରେ କ୍ରିକେଟର ଚେହେରାକୁ ସମ୍ପୂର୍ଣ୍ଣ ବଦଳାଇପାରେ ।
ଆନ୍ତର୍ଜାତୀୟ କ୍ରିକେଟରେ ଖୁବ୍ ଶୀଘ୍ର ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଆଇସିସିର ବାର୍ଷିକ ସାଧାରଣ ବୈଠକରେ କ୍ରିକେଟର ଭବିଷ୍ୟତକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ଯଦି ଏହି ପ୍ରସ୍ତାବଗୁଡ଼ିକ ଭବିଷ୍ୟତରେ କାର୍ୟ୍ୟକାରୀ ହୁଏ, ତେବେ ଦିନିକିଆ କ୍ରିକେଟଠାରୁ ଆରମ୍ଭ କରି ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନଶିପ୍ ପର୍ୟ୍ୟନ୍ତ ଅନେକ କିଛି ବଦଳିଯାଇପାରେ । ସବୁଠାରୁ ବଡ଼ ପ୍ରସ୍ତାବ ହେଉଛି ୫୦ ଓଭର ବିଶିଷ୍ଟ ଦିନିକିଆ ମ୍ୟାଚ୍କୁ ୪୦ ଓଭରକୁ ହ୍ରାସ କରିବା । ଏହା ଦ୍ୱାରା ମ୍ୟାଚ୍ର ସମୟ କମିବ, ଖେଳ ଅଧିକ ଦ୍ରୁତ ଓ ରୋମାଞ୍ଚକର ହୋଇପାରିବ ବୋଲି ମତ ରହିଛି। ତେବେ ଏହା ଏପର୍ୟ୍ୟନ୍ତ କେବଳ ଏକ ପ୍ରସ୍ତାବ, କୌଣସି ଅନ୍ତିମ ନିଷ୍ପତ୍ତି ନୁହେଁ। ଦ୍ୱିତୀୟ ପ୍ରସ୍ତାବ ହେଉଛି ଟେଷ୍ଟ, ଦିନିକିଆ ଓ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ପାଇଁ ଏକ ସ୍ଥାୟୀ ଆନ୍ତର୍ଜାତୀୟ କ୍ୟାଲେଣ୍ଡର କିମ୍ବା ୱିଣ୍ଡୋ ପ୍ରସ୍ତୁତ କରିବା। ଏହା ଦ୍ୱାରା ବୋର୍ଡ, ଖେଳାଳି ଏବଂ ପ୍ରଶଂସକମାନେ ପୂର୍ବରୁ ସମସ୍ତ ସୂଚୀ ବିଷୟରେ ସ୍ପଷ୍ଟ ଧାରଣା ପାଇପାରିବେ। ଏହାଛଡ଼ା ଦ୍ୱିପାକ୍ଷିକ ସିରିଜ୍ ଅପେକ୍ଷା ଅଧିକ ତ୍ରିରାଷ୍ଟ୍ରୀୟ ଓ ବହୁରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ନେଇ ମଧ୍ୟ ଆଲୋଚନା ହୋଇଛି । ବିଶେଷଜ୍ଞଙ୍କ ମତରେ, ଏପରି ଟୁର୍ଣ୍ଣାମେଣ୍ଟ ଦର୍ଶକଙ୍କ ଆଗ୍ରହ ବଢ଼ାଇବା ସହ ପ୍ରତିଯୋଗିତାକୁ ଆହୁରି ରୋମାଞ୍ଚକର କରିପାରିବ। ପ୍ରତ୍ୟେକ ମହାଦେଶ ପାଇଁ ପୃଥକ କ୍ରିକେଟ୍ ଚାମ୍ପିଅନଶିପ୍ ଆରମ୍ଭ କରିବା ପ୍ରସ୍ତାବ ମଧ୍ୟ ଆସିଛି। ଏସିଆ, ୟୁରୋପ୍, ଆଫ୍ରିକା ଓ ଅନ୍ୟ ମହାଦେଶର ଦଳମାନଙ୍କୁ ନେଇ ନୂଆ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଗଲେ କ୍ରିକେଟର ପ୍ରସାର ଆହୁରି ବଢ଼ିପାରେ । ଫ୍ରାଞ୍ଚାଇଜ୍ କ୍ରିକେଟ୍କୁ ବିଶ୍ୱସ୍ତରକୁ ନେବା ପାଇଁ ବିଶ୍ୱର ବିଭିନ୍ନ ଟି-୨୦ ଲିଗ୍ର ବିଜେତା ଦଳମାନଙ୍କୁ ନେଇ ଏକ ୱାର୍ଲ୍ଡ କ୍ଲବ୍ ଟି-୨୦ ଚାମ୍ପିଅନସିପ୍ ଆୟୋଜନ କରିବା ପ୍ରସ୍ତାବ ମଧ୍ୟ ଆଲୋଚନାରେ ରହିଛି । ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ ରେ ମଧ୍ୟ ବଡ଼ ପରିବର୍ତ୍ତନର ଚର୍ଚ୍ଚା ହେଉଛି । ବର୍ତ୍ତମାନ ଅପେକ୍ଷା ଅଧିକ ଦେଶକୁ ସାମିଲ କରି ୧୨ ଦଳ ବିଶିଷ୍ଟ ଡଞଉ କରିବା ସହ ଆୟରଲ୍ୟାଣ୍ଡ, ଜିମ୍ବାୱେ ଏବଂ ଆଫଗାନିସ୍ତାନ ଭଳି ଦଳମାନଙ୍କୁ ଅଧିକ ସୁଯୋଗ ଦେବା ଉପରେ ମଧ୍ୟ ମତ ପ୍ରକାଶ ପାଇଛି । ସେହିପରି, ଗୋଟିଏ ମାତ୍ର ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ମଧ୍ୟ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନଶିପ୍ ପଏଣ୍ଟ ଟେବୁଲରେ ସାମିଲ କରିବା ପ୍ରସ୍ତାବ ରହିଛି। ଏହା ଦ୍ୱାରା ଛୋଟ ଟେଷ୍ଟ ସିରିଜ୍ଗୁଡ଼ିକର ଗୁରୁତ୍ୱ ବଢ଼ିପାରେ । ଆଉ ଏକ ଚର୍ଚ୍ଚିତ ପ୍ରସ୍ତାବ ହେଉଛି ବିଶ୍ୱକପ୍ ପୂର୍ବରୁ ଦୀର୍ଘ ଦ୍ୱିପାକ୍ଷିକ ସିରିଜ୍ର ସଂଖ୍ୟା କମାଇ ବିଶ୍ୱକପ୍ ପାଇଁ ଅଲଗା ପ୍ରସ୍ତୁତି ସମୟ ରଖିବା । ଏହା ଦ୍ୱାରା ବିଶ୍ୱକପ୍ର ରୋମାଞ୍ଚ ଓ ଗୁରୁତ୍ୱ ଆହୁରି ବଢ଼ିବ ବୋଲି କିଛି ମତ ରହିଛି । ତେବେ ମନେ ରଖିବା ଜରୁରୀ ଯେ ଏସବୁ ବିଷୟ ଉପରେ ଆଲୋଚନା ଏବଂ ପ୍ରସ୍ତାବ ରହିଛି। କେଉଁ ପ୍ରସ୍ତାବ ଭବିଷ୍ୟତରେ ଆଇସିସି ଗ୍ରହଣ କରିବ ଓ କେଉଁଗୁଡ଼ିକ କାର୍ୟ୍ୟକାରୀ ହେବ, ତାହା ଆଗାମୀ ସମୟରେ ସ୍ପଷ୍ଟ ହେବ।

ଚନ୍ଦ୍ରପୃଷ୍ଠରେ ଫୁଟବଲ
ଯଦି ଆମେରିକାର ପୁରୁଷ ଫୁଟବଲ୍ ଦଳ ଚଳିତ ୨୦୨୬ ଫିଫା ବିଶ୍ୱକପ୍‌ ଟ୍ରଫି ଜିତେ, ତେବେ ମହାକାଶ ଗବେଷଣା ସଂସ୍ଥା 'ନାସା' ଚନ୍ଦ୍ରପୃଷ୍ଠକୁ ଏକ ଫୁଟବଲ୍ ପଠାଇବ ବୋଲି ଏକ ନିଆରା ଓ ରୋମାଞ୍ଚକର ପ୍ରତିଶ୍ରୁତି ଦେଇଛି । ଯାହା ବର୍ତ୍ତମାନ କ୍ରୀଡ଼ା ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି । ନାସାର ଅଧିକାରୀ ଜାରେଡ୍ ଆଇଜାକ୍‌ମ୍ୟାନ୍ କହିଛନ୍ତି ଯେ ଦଳ ବିଜୟୀ ହେଲେ ସେମାନେ ୧୯୭୧ ମସିହାରେ ଆପୋଲୋ-୧୪ର ମହାକାଶଚାରୀ ଆଲାନ୍ ସେପାର୍ଡଙ୍କ ଚନ୍ଦ୍ରପୃଷ୍ଠରେ ଗଲ୍ଫ ଖେଳିବାର ଐତିହାସିକ ରେକର୍ଡକୁ ଆହୁରି ଆଗକୁ ନେବେ । ତେବେ ଆମେରିକା, ମେକ୍ସିକୋ ଓ କାନାଡ଼ା ମିଳିତ ଭାବେ ଏହି ବିଶ୍ୱକପ୍ ଆୟୋଜନ କରୁଥିବା ବେଳେ ଆମେରିକା ଦଳ ଗ୍ରୁପ୍-ଡି'ର ବିଜେତା ଭାବେ ରାଉଣ୍ଡ ଅଫ୍ ୩୨ରେ ପ୍ରବେଶ କରିସାରିଛି । ପୂର୍ବରୁ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଫୁଟବଲ୍ ପଠାଇ ସାରିଥିବା ନାସା ଏବେ ଆମେରିକା ପୁରୁଷ ଦଳର ପ୍ରଥମ ବିଶ୍ୱକପ୍ ବିଜୟ ସହ ଚନ୍ଦ୍ରପୃଷ୍ଠରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବାକୁ ବେଶ୍ ଆଗ୍ରହର ସହ ଅପେକ୍ଷା କରିଛି ।

ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ କି ବୈଭବ?
ନୂଆଦିଲ୍ଲୀ : ଭାରତ ବନାମ ଆୟରଲ୍ୟାଣ୍ଡ ପ୍ରଥମ ଟି-୨୦ ପୂର୍ବରୁ ଏକ ବଡ଼ ପ୍ରଶ୍ନ ସମସ୍ତଙ୍କ ମନରେ ଘୁରିବୁଲୁଛି। ୧୫ ବର୍ଷୀୟ ସେନ୍ସେସନ ବୈଭବ ସୂର୍ୟ୍ୟବଂଶୀ କଣ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ? ଯଦି ସେ ଖେଳନ୍ତି, ତେବେ କାହାର ସ୍ଥାନ ଯିବ? ସଞ୍ଜୁ ସାମସନଙ୍କ ବ୍ୟାଟିଂ ପୋଜିସନ ବଦଳିବ କି? ଏବଂ ଗୌତମ ଗମ୍ଭୀର କଣ ଏକ ବଡ଼ ଚମକ ଦେବାକୁ ଯାଉଛନ୍ତି? ଆସନ୍ତୁ ଜାଣିବା ପ୍ରଥମ ଟି-୨୦ ପାଇଁ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ପ୍ଲେଇଂ-୧୧ ଏବଂ ବୈଭବ ସୂର୍ୟ୍ୟବଂଶୀଙ୍କ ଡେବ୍ୟୁକୁ ନେଇ ସବୁଠାରୁ ବଡ଼ ଅପଡେଟ୍।

ଭାରତ ବନାମ ଆୟରଲ୍ୟାଣ୍ଡ ପ୍ରଥମ ଟି-୨୦ ପୂର୍ବରୁ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଯୁବ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୈଭବ ସୂର୍ୟ୍ୟବଂଶୀ। ପ୍ରଶ୍ନ ଉଠୁଛି, ସେ କଣ ପ୍ରଥମ ଟି-୨୦ରେ ଡେବ୍ୟୁ କରିବେ? ନା ଆଉ କିଛି ସମୟ ଅପେକ୍ଷା କରିବାକୁ ପଡିବ? ଦଳ ଭିତରୁ ଆସୁଥିବା ସୂଚନା ଅନୁଯାୟୀ, ବୈଭବ ସୂର୍ୟ୍ୟବଂଶୀଙ୍କୁ ଡେବ୍ୟୁ କରାଇବା ପାଇଁ ଟିମ୍ ମ୍ୟାନେଜମେଣ୍ଟ ଗୁରୁତ୍ୱର ସହ ବିଚାର କରୁଛି। ଏପର୍ୟ୍ୟନ୍ତ ଏହା ମଧ୍ୟ କୁହାଯାଉଛି ଯେ ସେ ଇନିଂସ ଓପନ୍ କରିପାରନ୍ତି। ଏହି ନିଷ୍ପତ୍ତି ହେଲେ, ସଞ୍ଜୁ ସାମସନଙ୍କୁ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ପଡିପାରେ। ଯଦି ବୈଭବଙ୍କୁ ସୁଯୋଗ ମିଳେ, ତେବେ ସେ ଟି-୨୦ର ନମ୍ବର ୱାନ୍ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମାଙ୍କ ସହ ଓପନିଂ କରିବେ। ଏହି ଯୋଡ଼ିକୁ ବିଶ୍ୱ କ୍ରିକେଟର ସବୁଠାରୁ ବିସ୍ଫୋରକ ଓପନିଂ ଯୋଡ଼ିମାନଙ୍କ ମଧ୍ୟରୁ ଗୋଟିଏ ବୋଲି ଧରାଯାଉଛି। ମଧ୍ୟକ୍ରମରେ ସଞ୍ଜୁ ସାମସନ, ଅଧିନାୟକ ଶ୍ରେୟସ ଆୟର, ତିଲକ ବର୍ମା ଏବଂ ଶିବମ ଦୁବେଙ୍କ ଉପରେ ଦାୟିତ୍ୱ ରହିପାରେ। ଫିନିଶର ଭୂମିକାରେ ସୂର୍ୟ୍ୟାଂଶ ଶେଡଗେ ଏବଂ ଅକ୍ଷର ପଟେଲ ଦଳକୁ ମଜବୁତ କରିପାରନ୍ତି। ବୋଲିଂ ବିଭାଗରେ ଅର୍ଶଦୀପ ସିଂହ ଏବଂ ହର୍ଷିତ ରାଣା ପେସ ଆକ୍ରମଣର ନେତୃତ୍ୱ ନେବେ। ସ୍ପିନ ବିଭାଗରେ ରବି ବିଷ୍ଣୋଇ ଓ ଅକ୍ଷର ପଟେଲ ମୁଖ୍ୟ ଭୂମିକାରେ ରହିବେ। ଅଭିଷେକ ଶର୍ମା ଓ ତିଲକ ବର୍ମା ମଧ୍ୟ ଆବଶ୍ୟକତା ପଡିଲେ ସ୍ପିନ ବୋଲିଂ କରିପାରିବେ। ସମ୍ଭାବ୍ୟ ପ୍ଲେଇଂ-୧୧- ବୈଭବ ସୂର୍ୟ୍ୟବଂଶୀ, ଅଭିଷେକ ଶର୍ମା, ସଞ୍ଜୁ ସାମସନ, ଶ୍ରେୟସ ଆୟର, ତିଲକ ବର୍ମା, ଶିବମ ଦୁବେ, ସୂର୍ୟ୍ୟାଂଶ ଶେଡଗେ, ଅକ୍ଷର ପଟେଲ, ହର୍ଷିତ ରାଣା, ରବି ବିଷ୍ଣୋଇ ଏବଂ ଅର୍ଶଦୀପ ସିଂହ। ଏବେ ସମସ୍ତଙ୍କ ନଜର ରହିଛି ଟିମ୍ ଇଣ୍ଡିଆର ଅନ୍ତିମ ପ୍ଲେଇଂ-୧୧ ଉପରେ। ବୈଭବ ସୂର୍ୟ୍ୟବଂଶୀ ସତରେ ଡେବ୍ୟୁ କରିବେ କି ନାହିଁ, ତାହା ମ୍ୟାଚ୍ ଦିନରେ ସ୍ପଷ୍ଟ ହେବ।

ସୁଟିଂ କୋଚ ଯଶପାଲ ରାଣାଙ୍କ ପରଲୋକ
ନୂଆଦିଲ୍ଲୀ : ଭାରତର ପ୍ରସିଦ୍ଧ ସୁଟର ଯଶପାଲ ରାଣାଙ୍କ ଦେହାନ୍ତ । ସେ ମାତ୍ର ୪୯ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସେ ଜର୍ମାନୀରୁ ଫେରିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡିଥିଲା ଓ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ଚିକିତ୍ସିତ ଅବସ୍ଥାରେ ଦିଲ୍ଲୀ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ତାଙ୍କ ଦେହାନ୍ତ ଖବର ଶୁଣି ଉତ୍ତରାଖଣ୍ଡ ସମେତ ସମଗ୍ର କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳି ଯାଇଛି ।

ଯଶପାଲ ରାଣା ୨୮ ଜୁନ ୧୯୭୬ରେ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ସେ ମୂଳତଃ ନୈନବାଗ ଚିଲାମୁରୁ। ତାଙ୍କ ପିତା ନାରାୟଣ ସିଂହ ରାଣା ଉତ୍ତରାଖଣ୍ଡ ସରକାରଙ୍କ କ୍ରୀଡା ମନ୍ତ୍ରୀ ଥିଲେ । ୧୯୯୪ ହିରୋସିମା ଏସୀୟ କ୍ରୀଡ଼ାରେ ୨୫ ମିଟର ସେଣ୍ଟର ଫାୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ସେ ଅନ୍ତର୍ଜାତୀୟ ସ୍ତରରେ ଚମତ୍କାର ପ୍ରଦର୍ଶନ କରିଥିଲେ।

ଭାରତର ସବୁଠାରୁ ସଫଳ ପିସ୍ତଲ୍ ସୁଟର ମଧ୍ୟରେ ଯଶପାଲ ରାଣା ଅନ୍ୟତମ । ୯୦ ଦଶକରେ ସେ ଇଣ୍ଟରନ୍ୟାସନାଲ ଲେବୁଲରେ ନିଜର ଖାସ୍ ପରିଚୟ ସୃଷ୍ଟି କରିଥିଲେ । ସେ ଏସିଆନ୍ ଗେମ୍ସ, କମନୱେଲଥ ଗେମ୍ସ ଏବଂ ଏସିଆନ୍ ଚାମ୍ପିଅନସିପରେ ଅନେକ ପଦକ ଜିତି ଦେଶର ନାଁ ଆଗକୁ ନେବାରେ ସଫଳ ହୋଇଥିଲେ । ରାଣା ନିଜର ଚମତ୍କାର ପ୍ରଦର୍ଶନ ମାଧ୍ୟମରେ ସୁଟିଂ ଦୁନିଆରେ ଅଲଗା ପରିଚୟ ସୃଷ୍ଟି କରିଥିଲେ ।

ଏହି ଖେଳରୁ ସନ୍ନ୍ୟାସ ନେବା ପରେ ରାଣା କୋଚିଂ ଦୁନିଆରେ ପାଦ ରଖିଥିଲେ । ଖୁବ୍ ଶୀଘ୍ର ଭାରତୀୟ ସୁଟିଂ ଜଗତର ସବୁଠାରୁ ପ୍ରଭାବଶାଳୀ କୋଚମାନଙ୍କ ମଧ୍ୟରୁ ଜଣେ ପାଲଟି ଯାଇଥିଲେ । ୨୦୧୨ରେ ତାଙ୍କୁ ନ୍ୟାସନାଲ କୋଚିଂ ସିଷ୍ଟମରେ ସାମିଲ କରାଯାଇଥିଲା । ସେ ଜୁନିୟର ପିସ୍ତଲ କୋଚିଂ କାର୍ଯ୍ୟକ୍ରମର ଦାୟିତ୍ବ ଗ୍ରହଣ କରିଥିଲେ । ହାଇପରଫର୍ମାନ୍ସ କୋଚ୍ ଭାବେ ଦାୟିତ୍ବରେ ଥିଲେ ।

ଯଶପାଲ ରାଣାଙ୍କ ଆକସ୍ମିକ ବିୟୋଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋସିଆଲ ମିଡିଆରେ ପୋଷ୍ଟ କରି ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, ଯସପାଲ ରାଣା ଜଣେ ଆଥଲେଟ୍ ଏବଂ ପ୍ରଶିକ୍ଷକ ହେବା ସହିତ ଜଣେ ସ୍ବାଭାବିକ, ସରଳ ଏବଂ ଅତ୍ୟନ୍ତ ଦୟାଳୁ ବ୍ୟକ୍ତି ଥିଲେ । ଭାରତରେ ବନ୍ଧୁକ ଚାଳନାକୁ ଏକ ଖେଳ ଭାବେ ଲୋକପ୍ରିୟ କରିବାର ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା ।

ଦେଶରେ ସୁଟିଂକୁ ଲୋକପ୍ରିୟ କରିବାରେ ଯଶପାଲଙ୍କର ପ୍ରମୁଖ ଭୂମିକା ରହିଛି । ସୁଟିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କୁ ୨୦୦୨ ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । କୋଚ୍ ଭାବରେ ଯଶପାଲଙ୍କୁ ୨୦୨୦ରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିଥିଲା ।

MI କୁ କାହିଁକି ଅନଫଲୋ କଲେ ସୂର୍ଯ୍ୟକୁମାର ଯାଦବ?
ଟିମ୍ ଇଣ୍ଡିଆର ଅଧିନାୟକତ୍ୱ ହାତଛଡ଼ା ହେବା ପରେ କଣ ଏବେ ମୁମ୍ବାଇ ଇଣ୍ଡିଆନ୍ସ ସହ ମଧ୍ୟ ସମ୍ପର୍କ ତିକ୍ତ ହୋଇଯାଇଛି ସୂର୍ଯ୍ୟକୁମାର ଯାଦବଙ୍କର? କାହିଁକି ହଠାତ୍ ମୁମ୍ବାଇ ଇଣ୍ଡିଆନ୍ସକୁ ଅନଫଲୋ କଲେ ସ୍କାଏ? କାହିଁକି ସୋସିଆଲ ମିଡିଆରୁ ହଟିଗଲା ମୁମ୍ବାଇ ଇଣ୍ଡିଆନ୍ସ ସହ ଜଡିତ ସମସ୍ତ ପରିଚୟ? ଏହା କେବଳ ଏକ ସାଧାରଣ ସୋସିଆଲ ମିଡିଆ ଅପଡେଟ୍ ନା ଏହା ପଛରେ ଲୁଚି ରହିଛି ଏକ ବଡ଼ ରହସ୍ୟ? ଆଉ କଣ ଆସନ୍ତା IPL ସିଜନରେ ନୂଆ ଦଳର ଜର୍ସିରେ ନଜର ଆସିପାରନ୍ତି ସୂର୍ଯ୍ୟକୁମାର ଯାଦବ? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ।
ଟିମ୍ ଇଣ୍ଡିଆରେ ଅଧିନାୟକତ୍ୱ ହରାଇବା ପରେ ଏବେ କଣ ମୁମ୍ବାଇ ଇଣ୍ଡିଆନ୍ସ ସହ ମଧ୍ୟ ସୂର୍ଯ୍ୟକୁମାର ଯାଦବଙ୍କର ସମ୍ପର୍କ ଖରାପ ହୋଇଯାଇଛି? କ୍ରିକେଟ ଜଗତରେ ଏବେ ଏହି ପ୍ରଶ୍ନ ଚର୍ଚ୍ଚାର ବିଷୟ ପାଲଟିଛି। ବର୍ଷ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସର ଏକ ଭରସାଯୋଗ୍ୟ ଖେଳାଳି ଭାବେ ପରିଚିତ ସୂର୍ଯ୍ୟକୁମାର ଯାଦବଙ୍କ ସୋସିଆଲ ମିଡିଆ କାର୍ଯ୍ୟକଳାପ ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଖବର ଅନୁଯାୟୀ, ସେ ତାଙ୍କ Instagram ଆକାଉଣ୍ଟରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଅନଫଲୋ କରିଦେଇଛନ୍ତି। ଏପରିକି ନିଜ Bio ରୁ ମୁମ୍ବାଇ ଇଣ୍ଡିଆନ୍ସର ନାମ ମଧ୍ୟ ହଟାଇ ଦେଇଥିବା କୁହାଯାଉଛି। ଖାଲି ଏତିକି ନୁହେଁ, ମୁମ୍ବାଇ ଇଣ୍ଡିଆନ୍ସ ସହ ଜଡିତ ଅନେକ ଫଟୋ ମଧ୍ୟ ତାଙ୍କ ସୋସିଆଲ ମିଡିଆ ପ୍ରୋଫାଇଲରୁ ହଟିଯାଇଛି। ଏହା ପରେ ଫ୍ୟାନମାନଙ୍କ ମନରେ ଚର୍ଚ୍ଚା ଆରମ୍ଭ ହୋଇଛି ଯେ, ଦଳ ଭିତରେ କିଛି ଠିକ୍ ଚାଲିନାହିଁ କି? ସୂତ୍ର ଅନୁସାରେ, ସୂର୍ଯ୍ୟକୁମାର ଯାଦବ ଭବିଷ୍ୟତରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବାକୁ ଆଶା ରଖିଥିଲେ। କିନ୍ତୁ ଫ୍ରାଞ୍ଚାଇଜିର ଭବିଷ୍ୟତ ଯୋଜନାରେ ଅନ୍ୟ ନାମ ଉପରେ ଆଲୋଚନା ହେଉଥିବା ଖବର ଆସୁଛି। ଏହାକୁ ନେଇ ସୂର୍ଯ୍ୟକୁମାର ଅସନ୍ତୁଷ୍ଟ ଥାଇପାରନ୍ତି ବୋଲି ଅନେକେ ଅନୁମାନ କରୁଛନ୍ତି। ଟିମ୍ ଇଣ୍ଡିଆରେ ଅଧିନାୟକତ୍ୱର ସୁଯୋଗ ହାତଛଡ଼ା ହେବା ପରେ ଆଇପିଏଲରେ ମଧ୍ୟ ନେତୃତ୍ୱର ସୁଯୋଗ ନ ମିଳିବା ସୂର୍ଯ୍ୟକୁମାରଙ୍କ ଭବିଷ୍ୟତ ଯୋଜନାକୁ ପ୍ରଭାବିତ କରିଥାଇପାରେ। ସେହି କାରଣରୁ ଆସନ୍ତା ସିଜନ ପୂର୍ବରୁ କୌଣସି ନୂଆ ଫ୍ରାଞ୍ଚାଇଜି ସହ ତାଙ୍କ ନାମ ଯୋଡ଼ାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ତେବେ ଏସବୁ ଏପର୍ଯ୍ୟନ୍ତ କେବଳ ଚର୍ଚ୍ଚା ଏବଂ ଅନୁମାନ ମାତ୍ର। ସୂର୍ଯ୍ୟକୁମାର ଯାଦବ କିମ୍ବା ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏହାକୁ ନେଇ କୌଣସି ସରକାରୀ ବିବୃତ୍ତି ଆସିନାହିଁ। ତେଣୁ ଆଗାମୀ ଦିନରେ ଏହି ଘଟଣା କେଉଁ ମୋଡ଼ ନେଉଛି, ତାହା ଦେଖିବା ବାକି ରହିଲା।

ନିଲାମ ହେବ କିମ୍ବଦନ୍ତୀ ଫୁଟବଲର ପେଲେଙ୍କ ଜର୍ସି
ନିଲାମ ହେବ କିମ୍ବଦନ୍ତୀ ଫୁଟବଲର ପେଲେଙ୍କ ଜର୍ସି । ୧୯୫୮ ଫିଫା ବିଶ୍ୱକପ୍‌ ଫାଇନାଲରେ ପେଲେ ପିନ୍ଦିଥିବା ଜର୍ସି ନିଲାମ ହେବାକୁ ଯାଉଛି । ଏହା ୬ ମିଲିୟନ ଡଲାରରୁ ଅଧିକ ଟଙ୍କାରେ ବିକ୍ରି ହେବ ବୋଲି ଆଶା କରାଯାଉଛି । ଏହି ଜର୍ସି ପାଇଁ ଜୁନ ୨୯ରୁ ଜୁଲାଇ ୧୬ ଯାଏଁ ନିଲାମୀ ପ୍ରକ୍ରିୟା ଚାଲିବ । ଏହା ସବୁଠୁ ଦାମୀ ଜର୍ସି ଭାବେ ରେକର୍ଡ କରିବ ବୋଲି ଫ୍ୟାନ୍ସ ଆଶା କରୁଛନ୍ତି । ଏହାପୂର୍ବରୁ ୨୦୨୨ରେ ଡିଏଗୋ ମାରାଡୋନାଙ୍କ ଜର୍ସି ୯.୨୮ ମିଲିୟନ ଡଲାରରେ ନିଲାମ ହୋଇଥିଲା । ଯାହା ଏବେସୁଦ୍ଧା ସବୁଠୁ ଦାମୀ ଜର୍ସିର ମାନ୍ୟତା ପାଇଁଛି । ପେଲେଙ୍କ ଜର୍ସି ଏହି ରେକର୍ଡ ଭାଙ୍ଗିବ ବୋଲି ଅନେକ କହୁଛନ୍ତି ।  ୧୯୫୮ରେ ବିଶ୍ୱକପ୍‌ ଖେଳିବା ସମୟରେ ପେଲେ ମାତ୍ର ୧୭ ବର୍ଷର ହୋଇଥିଲେ । ସେ ଦୁଇଟି ଗୋଲ୍‌ କରିଥିଲେ । ଫଳରେ ବ୍ରାଜିଲ୍‌ ୫-୨ରେ ସ୍ୱିଡେନକୁ ପରାସ୍ତ କରିଥିଲା । ସବୁଠୁ ଯୁବ ଖେଳାଳି ଭାବେ ସେ ବିଶ୍ୱକପ୍‌ ଫାଇନାଲରେ ଗୋଲ୍‌ କରିଥିଲେ । ଏହା ବ୍ରାଜିଲର ପ୍ରଥମ ବିଶ୍ୱକପ୍‌ ବିଜୟ ଥିଲା । ଏହି ସମୟରେ ପେଲେ ଯେଉଁ ଜର୍ସି ପିନ୍ଦିଥିଲେ ତାକୁ ସେ ନିଜର ସାଥୀ ଖେଳାଳି ଡିଡାଙ୍କୁ ପ୍ରଦାନ କରିଥିଲେ । ୧୯୯୩ ମସିହା ଯାଏଁ ଏହି ଜର୍ସି ଡିଡାଙ୍କ ପରିବାର ପାଖରେ ଥିଲା । ପରେ ସେ ଏହାକୁ ଏକ ମ୍ୟୁଜିୟମକୁ ପ୍ରଦାନ କରିଥିଲେ । ଯାହାପରେ ମ୍ୟୁଜିୟମ କର୍ତ୍ତୃପକ୍ଷ ଜର୍ସିକୁ ୨୦୦୪ରେ ୧୦୫୦୦୦ ଡଲାରରେ ନିଲାମ କରିଦେଇଥିଲେ । ଏବେ ନିଲାମରେ ଜର୍ସି ନେଇଥିବା ବ୍ୟକ୍ତି ଏହାକୁ ପୁଣି ଥରେ ନିଲାମ କରିବାକୁ ଆଗଭର ଅଛନ୍ତି । ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ୨୦୧୬ରେ ପେଲେଙ୍କ ୨୦୦୦ରୁ ଅଧିକ ସାମଗ୍ରୀର ନିଲାମୀ ହୋଇଥିଲା । ଏଥିରେ ବିଶ୍ୱକପ୍‌ ମେଡାଲ, ଟ୍ରଫି ଆଦି ରହିଥିଲା । ନିଲାମୀର ମୂଲ୍ୟ ୪.୨ ମିଲିୟନ ଡଲାର ହୋଇଥିଲା ।

ଅଧୁରା ଭାରତର ଫିଫା ବିଶ୍ୱକପ୍‌ ସ୍ୱପ
ଫିଫା ବିଶ୍ୱକପ୍‌ ଆସିଲେ ଭାରତରେ ସୁନ୍ଦର ଖେଳ ଫୁଟବଲର ଶୋଚନୀୟ ସ୍ଥିତି ଅପଣାଛାଏଁ ମନକୁ ଆସିଯାଏ । ଅନ୍ତର୍ଜାତୀୟ ପଦାର୍ପଣର ୭୮ବର୍ଷ ପରେ ମଧ୍ୟ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ବ୍ରହ୍ମାଣ୍ଡର ସବୁଠାରୁ ଲୋକପ୍ରିୟ ଖେଳର ବିଶ୍ୱ ଲଢ଼େଇରେ ଥରେ ମାତ୍ର ବି ସାମିଲ ନହେବାର ଦୁଃଖ ଓ ଅବସୋସ ମଧ୍ୟ କ୍ରୀଡ଼ାପ୍ରେମୀଙ୍କୁ ବ୍ୟଥିତ କରେ । ଏଭଳି ସ୍ଥିତିରେ ୭୬ ବର୍ଷ ତଳେ ଅର୍ଥାତ୍‌ ୧୯୫୦ରେ ମିଳିଥିବା ବିଶ୍ୱକପ୍‌ ଖେଳିବାର ସୁବର୍ଣ୍ଣ ସୁଯୋଗକୁ ଭାରତ ହାତଛଡ଼ା କରିବା ଏକ ମସ୍ତବଡ଼ ଭୁଲ୍‌ ଥିଲା ଭଳି ମନେହୁଏ । ସବୁଠାରୁ ପରିତାପର ବିଷୟ ହେଉଛି ଭାରତ ବିଗତ ୭ ଦଶନ୍ଦିରୁ ଅଧିକ ସମୟ ଭିତରେ ବିଶ୍ୱକପ୍‌ ଟିକେଟ ହାସଲ କରିପାରି ନଥିଲା ବେଳେ ଆଗାମୀ ଅନେକ ଦଶନ୍ଦି ପର୍ଯ୍ୟନ୍ତ ଏହାକୁ ଲାଭ କରିବାର ସମ୍ଭାବନା ବି କମ୍‌ ରହିଛି । ବିଡ଼ମ୍ବନାର ବିଷୟ ହେଉଛି କାନାଡା, ମେକ୍ସିକୋ ଓ ଆମେରିକାରେ ଜୁନ୍‌ ୧୧ରୁ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଫିଫା ବିଶ୍ୱକପର ୪୮ଟି ଦେଶର ମୋଟ ଜନସଂଖ୍ୟା ହେଉଛି ପାଖାପାଖି ୨୩୦ କୋଟି । ଏକାକୀ ଭାରତର ଜନସଂଖ୍ୟା ହେଉଛି ୧୪୭ କୋଟିରୁ ଅଧିକ । ଏଣୁ ଭାରତ ଭଳି ଦେଶ ବିଶ୍ୱକପ୍‌ ବାହାରେ ରହିବା କେବଳ ଘରୋଇ କ୍ରୀଡ଼ାପ୍ରେମୀ ନୁହନ୍ତି, ସମଗ୍ର କ୍ରୀଡ଼ା ଜଗତ ପାଇଁ ଏକ ବଡ଼ ଅନୁଶୋଚନାର ବିଷୟ ବୋଲି କୁହାଯାଇପାରେ ।

୧୯୫୦ ମସିହା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟରେ ଭାରତର ସବୁ ପ୍ରତିପକ୍ଷ ଓହରି ଯାଇଥିଲେ । ଫଳରେ ଭାରତ ସ୍ୱତଃପ୍ରବୃତ୍ତ ଭାବେ ବିଶ୍ୱକପର ଏହି ସଂସ୍କରଣ ଲାଗି ଯୋଗ୍ୟତା ଅର୍ଜନ କରିଥିଲା । ହେଲେ ଗସ୍ତ ଖର୍ଚ୍ଚ ବହନ କରିବାର କ୍ଷମତା ନଥିବାରୁ ସର୍ବଭାରତୀୟ ଫୁଟବଲ୍‌ ମହାସଂଘ ଦଳ ପଠାଇ ନଥିଲା । ପରେ କିନ୍ତୁ ଭାରତୀୟ ଦଳ ଖାଲିପାଦରେ ଖେଳୁଥିବାରୁ ଏଥିଲାଗି ଫିଫାର ଅନୁମତି ନଥିଲା ବୋଲି ଚର୍ଚ୍ଚା ହୋଇଥିଲା । କିନ୍ତୁ ଏହା ଗୁଜବ ବୋଲି ଜଣାପଡ଼ିଥିଲା । ସେବେଠାରୁ ଭାରତୀୟ ଫୁଟବଲ୍‌ ଦଳ ବିଶ୍ୱକପ୍‌ ଲାଗି ଯୋଗ୍ୟତା ଅର୍ଜନ କରିବା ଦୂରେ ଥାଉ, ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ରାଉଣ୍ଡ୍‌ ମାତ୍ର ଥରେ ପାର ହୋଇଛି । ୨୦୧୮ରେ ନେପାଳକୁ ୨-୦ରେ ହରାଇ ଭାରତୀୟ ଦଳ ଏହି ସଫଳତା ଲାଭ କରିଥିଲା । ଭାରତୀୟ ଫୁଟବଲ୍‌ ଆଜି ସିନା ଅବକ୍ଷୟମୁଖୀ, ହେଲେ ଏହାର ଅତୀତ ବେଶ୍‌ ଗୌରବମୟ । ଊନ୍ନବିଂଶ ଶତାବ୍ଦୀର ମଧ୍ୟଭାଗରେ ବ୍ରିଟିସ୍‌ ସୈନିକଙ୍କ ଦ୍ୱାରା ଭାରତରେ ଫୁଟବଲ୍‌ ଖେଳର ଆରମ୍ଭ ହୋଇଥିଲା । କ୍ରମଶଃ କୋଲକାତା ଭାରତୀୟ ଫୁଟବଲର ପ୍ରମୁଖ ପେ=ସ୍ଥଳୀ ପାଲଟି ଯାଇଥିଲା । ଏଫ୍‌ଏ କପ୍‌ ଓ ସ୍କଟିସ୍‌ କପ୍‌ ପରେ ବିଶ୍ୱର ତୃତୀୟ ସର୍ବପୁରାତନ ଫୁଟବଲ୍‌ ପ୍ରତିଯୋଗିତା ୧୮୮୮ରେ ଡୁରାଣ୍ଡ କପ୍‌ ଭାରତରେ ହିଁ ଆରମ୍ଭ ହୋଇଥିଲା । ସେହି ସମୟରେ କାଲକାଟା ଏଫସି, ଡେଲ୍‌ହାଉସି କ୍ଲବ୍‌, ଟ୍ରେଡର୍ସ କ୍ଲବ୍‌, ନାଭାଲ ଭଲ୍ୟୁଣ୍ଟିଅର୍ସ କ୍ଲବ୍‌, ମୋହନ ବାଗାନ ଏଫସି ଭଳି ବହୁ ଫୁଟବଲ୍‌ ସଂଗଠନ ଗଠିତ ହୋଇଥିଲା । ଲୋକପ୍ରିୟତା ବଢ଼ିବା ସହ ୧୮୯୩ରେ ଭାରତୀୟ ଫୁଟବଲ୍‌ ସଂଘ ଗଠିତ ହୋଇଥିଲା । ହେଲେ ଏହାର ପରିଚାଳନା ବୋର୍ଡରେ ଜଣେ ହେଲେ ବି ଭାରତୀୟ ସଦସ୍ୟ ନଥିଲେ । କାଳକ୍ରମେ ଦକ୍ଷିଣ ଭାରତକୁ ମଧ୍ୟ ଫୁଟବଲ୍‌ ବ୍ୟାପ୍ତ ହୋଇଥିଲା । ୧୯୨୪ ପାଖାପାଖି ବ୍ରିଟିସ୍‌ ଓ ଭାରତୀୟ ଖେଳାଳିଙ୍କୁ ନେଇ ଏକାଧିକ ଦଳ ବିଦେଶ ଯାଇ ମ୍ୟାଚ୍‌ ଖେଳିଥିଲେ । ତେବେ ପୂର୍ଣ୍ଣାଙ୍ଗ ଭାରତୀୟ ଦଳ ୧୯୩୦ ମସିହା ପରଠାରୁ ହିଁ ବିଦେଶରେ ଯାଇ ଫୁଟବଲ୍‌ ଖେଳିବା ଆରମ୍ଭ କରିଥିଲା ବୋଲି କେତେକ ରେକର୍ଡରୁ ଜଣା ଯାଇଥାଏ । ୧୯୩୮ ମସିହାରେ ପରାଧୀନ ଭାରତର ପ୍ରଥମ ସଂଗଠିତ ଓ ଆନୁଷ୍ଠାନିକ ଦଳ ଅଷ୍ଟ୍ରେଲିଆ ଗସ୍ତ କରି ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ଖେଳିଥିଲା । ନ୍ୟୁକାସଲଠାରେ ୪-୧ରେ ଅଷ୍ଟ୍ରେଲିଆକୁ ହରାଇ ପ୍ରଥମ ବିଜୟ ପାଇଥିଲା । ୧୯୪୮ ଅଲିମ୍ପିକ୍ସ ଖେଳିବାକୁ ଚୀନ ଦଳ ଲଣ୍ଡନ ଗସ୍ତ କରିବା ବାଟରେ ଭାରତରେ କିଛି ମ୍ୟାଚ ଖେଳିଥିଲା । ଏହି ଅଲିମ୍ପିକ୍ସ ହିଁ ଭାରତୀୟ ଫୁଟବଲ୍‌ ଦଳର ସବୁଠୁ ବଡ଼ ଅନ୍ତର୍ଜାତୀୟ ପ୍ରତିଯୋଗିତା ଥିଲା ।

ଜୀ ରେ ବିଶ୍ୱକପ ପ୍ରସାରଣ
ଭାରତରେ ଫିଫା ଓ୍ୱାର୍ଲï କପ୍‌ ୨୦୨୬ର ପ୍ରସାରଣ କିଏ କରିବ ? ସେନେଇ ଲାଗି ରହିଥିବା ଅନିଶ୍ଚିତତା ଏବେ ଦୂର ହୋଇଛି । କାରଣ ଭାରତରେ ଫୁଟବଲ ବିଶ୍ୱକପର ପ୍ରସାରଣ ପାଇଁ ମିଳିଯାଇଛି ବ୍ରଡକାଷ୍ଟର । ଜୁନ୍‌ ୧୧ରୁ ଆରମ୍ଭ ହେଉଥିବା ଫୁଟବଲ ମହାକୁମ୍ଭର ପ୍ରସାରଣ କରିବ ଜି ଏଣ୍ଟରଟେନମେଣ୍ଟର ନୂଆ ସ୍ପୋର୍ଟସ ଚ୍ୟାନେଲ (ୟୁନାଇଟ୮ ସ୍ପୋର୍ଟସ) । କମ୍ପାନୀ ମ୍ୟାଚ୍‌ ଟେଲିକାଷ୍ଟ ପାଇଁ ରାଇଟସ କିଣିନେଇଛି ।  ପ୍ରକୃତରେ ଜି ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ ଲିମିଟେଡ ଅର୍ଥାତ୍‌ ଫିଫା ଓ୍ୱାର୍ଲï କପ୍‌ ରାଇଟସ କିଣିଛି । ନୂଆ ଲଞ୍ଚ ହୋଇଥିବା ଟିଭି ଚ୍ୟାନେଲରେ ଫୁଟବଲ ବିଶ୍ୱ କପ୍‌ ମ୍ୟାଚର ପ୍ରସାରଣ ହେବ । ସେହିଭଳି ୪୮ ଟିମ୍‌ ଥିବା ଏହି ବିଶାଳ ଟୁର୍ଣ୍ଣାମେଣ୍ଟର ଲାଇଭ ଷ୍ଟ୍ରିମିଂ ଆପଣଙ୍କୁ ଦେଖିବାକୁ ମିଳିବ । ଜୁନ ୧୧ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଥିବା ବେଳେ, ଆମେରିକା, ମେକ୍ସିକୋ ଏବଂ କାନାଡା ମିଶି ଏହାକୁ ଆୟୋଜନ କରୁଛନ୍ତି ।

୨୦୩୪ ପର୍ଯ୍ୟନ୍ତ ଡିଲ୍‌

କମ୍ପାନୀ ଏହା ମଧ୍ୟ ଘୋଷଣା କରିଛି ଯେ, ସେ ଭାରତୀୟ ବଜାରରେ ୨୦୨୬ ହିଁ ନୁହେଁ ବରଂ ୨୦୩୦ ଫିଫା ବିଶ୍ୱ କପ୍‌, ୨୦୨୭ ଫିଫା ମହିଳା ବିଶ୍ୱକପ୍‌ ଏବଂ ୨୦୩୪ ପର୍ଯ୍ୟନ୍ତ ଅନ୍ୟ ପ୍ରମୁଖ ଫିଫା ଇଭେଣ୍ଟର ମଧ୍ୟ ପ୍ରସାରଣ କରିବ । ଏଥିରେ ଡକ୍ୟୁମେଣ୍ଟାରୀ କଣ୍ଟେଣ୍ଟ ମଧ୍ୟ ରହିଛି । ଫିଫା ବିଶ୍ୱ କପ୍‌ (ପୁରୁଷ ଏବଂ ମହିଳା) ବ୍ୟତୀତ ୧୭ବର୍ଷରୁ କମ୍‌ ବିଶ୍ୱ କପ୍‌, ମହିଳା- ୧୭ ବିଶ୍ୱ କପ୍‌, ଟି- ୨୦ ବିଶ୍ୱ କପ୍‌, ମହିଳା ଟି- ୨୦ ବିଶ୍ୱ କପ୍‌, ଫୁଟସାଲ ବିଶ୍ୱ କପ୍‌, ଫୁଟସାଲ ମହିଳା ବିଶ୍ୱ କପ୍‌ ଏବଂ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ମଧ୍ୟ ନୂଆ ସ୍ପୋର୍ଟସ ଚ୍ୟାନେଲରେ ପ୍ରସାରଣ ହେବ । ସିଇଓ ପୁନୀତ ଗୋୟଙ୍କା କହିଛନ୍ତି ଆମେ ଦୁନିଆର ସବୁଠୁ ବଡ଼ ସ୍ପୋର୍ଟସ ଇଭେଣ୍ଟ ମଧ୍ୟରୁ ଗୋଟିଏକୁ ଭାରତୀୟ ଦର୍ଶକଙ୍କ ପାଇଁ ଆଣିବା ପାଇଁ ଉତ୍ସାହିତ ।

କଣ ଥିଲା ଅସୁବିଧା?

ସୂଚନାଥାଉକି, ଫିଫା ବିଶ୍ୱ କପର ସମୟ କାରଣରୁ ଭାରତରେ ବ୍ରଡକାଷ୍ଟରକୁ ନେଇ ଅଡ଼ୁଆ ଲାଗିରହିଥିଲା । କାରଣ ଟୁର୍ଣ୍ଣାମେଣ୍ଟର ପ୍ରତ୍ୟେକ ମ୍ୟାଚ ଭାରତୀୟ ସମୟ ଅନୁସାରେ ମଧ୍ୟରାତ୍ର ପରେ ହେଉଥିବାରୁ ଏହା ଏକ ସମସ୍ୟା ହୋଇ ରହିଥିଲା । ଏହି କାରଣରୁ ଜିଓହଟଷ୍ଟାର ଏବଂ ସୋନୀ ସ୍ପୋର୍ଟସ ଭଳି ବଡ଼ କମ୍ପାନୀ ମଧ୍ୟ ରାଇଟ୍ସ କିଣିବାକୁ ପଛରୁ ହଟିଯାଇଥିଲେ । ଆହୁରି ମଧ୍ୟ ୨୦୨୬ ଏବଂ ୨୦୩୦ ବିଶ୍ୱ କପ୍‌ ପାଇଁ ଫିଫା ୧୦୦ ମିଲିୟନ ଡଲାର  ଦାବି କରିଥିଲା । ଫଳରେ ରାଇଟ୍ସ କିଣିବା ଆହୁରି ମୁସ୍କିଲ ହୋଇପଡ଼ିଥିଲା । ଅବଶ୍ୟ ପରେ ଏହି ଦାବିକୁ ୬୦ ମିଲିୟନ କରାଯାଇଥିଲା । ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଜିଓହଟଷ୍ଟା ୨୦ ମିଲିୟନ ଡଲାର ଅଫର କରିଥିଲା ।

୮ ବର୍ଷ ପରେ ସ୍ପୋର୍ଟସ ବ୍ରଡକାଷ୍ଟିଂରେ ପ୍ରତ୍ୟାବର୍ତ୍ତନ କରିଛି ଜୀ

ଜୀ ନେଟଓ୍ୱର୍କ ଏହାର କିଛି ଏଣ୍ଟରଟେନମେଣ୍ଟ ଚ୍ୟାନେଲ୍ସ ବନ୍ଦ କରି ଖେଳ ପ୍ରେମୀଙ୍କ ପାଇଁ ଚାରି ନୂଆ ଚ୍ୟାନେଲ ଲଞ୍ଚ କରିଛି । ଏଥିରେ ହିନ୍ଦୀ ଦର୍ଶକଙ୍କ ପାଇଁୟୁନାଇଟ ୮ ସ୍ପୋର୍ଟ୍ସ ୧' ଏବଂୟୁନାଇଟ ୮ ସ୍ପୋର୍ଟସ ୧ ଓଉଦ ଏବଂ ଇଂରାଜୀରେୟୁନାଇଟ ୮ ସ୍ପୋର୍ଟସ ୨' ଏବଂୟୁନାଇଟ ୮ ସ୍ପୋର୍ଟସ ୨ ରହିଛି । ତେବେ ଫିଫା ଓ୍ୱାର୍ଲï କପ୍‌ ପ୍ରସାରଣ ସହୂ ପ୍ରାୟ ୮ ବର୍ଷ ପରେ ସ୍ପୋର୍ଟସ ବ୍ରଡକାଷ୍ଟିଂ ସେକଫରରେ ଜୀ ପ୍ରତ୍ୟାବର୍ତ୍ତନ କରିଛି ।

ଫିଫା ବିଶ୍ୱକପ୍‌ , ୧୯୦ କୋଟି ଟଙ୍କାର ଟ୍ରଫି
ଚଳିତବର୍ଷ ଫୁଟବଲର ମହାକୁମ୍ଭ ଆମେରିକା, ମେକ୍ସିକୋ ଓ କାନାଡାର ୧୬ ଟି ସହରରେ ଖେଳାଯିବ । ତେବେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଆସନ୍ତୁ ଜାଣିବା ଏହାର ଟ୍ରଫି ସମ୍ପର୍କରେ, ଯାହାକୁ ଜିତିବା ପାଇଁ ଏ ବର୍ଷ ୪୮ଟି ଟିମ୍‌ ମୁହାଁମୁହିଁ ହେବେ । ଫୁଟବଲ ଓ୍ୱାର୍ଲଡ କପ୍‌ ଟ୍ରଫିର ମୂଲ୍ୟ ପ୍ରାୟ ୨୦ ନିୟୁତ ଡଲାର ବା ୧୯୦ କୋଟି ଟଙ୍କା । ଟ୍ରଫିର ଉଚ୍ଚତା ୧୪.୫ ଇଞ୍ଚ ହୋଇଥିବା ବେଳେ ଏହାର ଓଜନ ୬.୧ କେଜି । ଏହି ଟ୍ରଫିଟି ୧୮ କ୍ୟାରେଟ୍‌ ସୁନା ଓ ମେଲାକାଇଟ୍‌ ପଥରରେ ତିଆରି ହୋଇଛି । ଫୁଟବଲ ଓ୍ୱାର୍ଲଡ କପ୍‌ ଟ୍ରଫିଟି ଫମ୍ପା । କାରଣ ଯଦି ଏହା କେବଳ ସୁନା ଓ ପଥରରେ ତିଆରି ହୋଇଥାନ୍ତା ଏହାର ଓଜନ ୭୦ରୁ ୮୦ କେଜି ହୋଇଥାନ୍ତା, ଯାହାକୁ ତଳୁ ଉଠାଇବା ଖେଳାଳିଙ୍କ ଲାଗି କଷ୍ଟକର ହୋଇଥାନ୍ତା । ଏହି ଟ୍ରଫି ୧୯୭୪ ମସିହାରୁ ବ୍ୟବହାର ହୋଇ ଆସୁଛି । ଏହାକୁ ଇଟାଲୀୟ କମ୍ପାନୀ ଜିଡିଇ ବେର୍ଟୋନୀ ତିଆରି କରିଥିଲା । ଫୁଟବଲ ଓ୍ୱାର୍ଲଡ କପ୍‌ ବିଜେତା ଟିମ୍‌କୁ କେବେ ଅସଲି ଟ୍ରଫି ଦିଆଯାଏନି । ଏହା ବଦଳେ ଟିମ୍‌ ଟ୍ରଫିର ରିପ୍ଲିକା ନେଇଥାନ୍ତି । ଅସଲି ଟ୍ରଫି ବର୍ଷ ତମାମ ଜ୍ୟୁରିକ୍‌ ସ୍ଥିତ ଫିଫା ଓ୍ୱାର୍ଲଡ କପ୍‌ ମ୍ୟୁଜିୟମରେ ରହିଥାଏ । ଏହି ଫୁଟବଲ ଓ୍ୱାର୍ଲଡ କପ୍‌ ଟ୍ରଫିକୁ ଛୁଇଁବା ବି ଏତେ ସହଜ କଥା ନୁହେଁ । ଏହାକୁ ଛୁଇଁବାର ଅଧିକାର ମାତ୍ର କିଛି ବିଶେଷ ଲୋକଙ୍କର ରହିଛିଛ ଏହି ଫୁଟବଲ ଟ୍ରଫିକୁ କେବଳ ଖେଳାଳି ଓ ଜାତୀୟ ନେତାମାନେ ଛୁଇଁ ପାରିବେ । ଏହାକୁ ବିଶ୍ୱ କ୍ରିଡ଼ା ଜଗତର ସବୁଠୁ ଆଇକନିକ୍‌ ଟ୍ରଫି ମନେ କରାଯାଏ ।

୧୩ ଜଣ ଫୁଟବଲ କିମ୍ବଦନ୍ତୀଙ୍କ ଶେଷ ବିଶ୍ୱକପ୍‌ !
ଫିଫା ବିଶ୍ୱକପ୍‌ ଫୁଟବଲ ଇତିହାସରେ ନୂଆ ଅଧ୍ୟାୟ ଯୋଡି ହେବାକୁ ଯାଉଛି । ଆମେରିକା , କାନାଡା ଓ ମିକ୍ସିକୋ ମିଳିତ ଭାବେ ଫିଫା ବିଶ୍ୱକପ୍‌ ଆୟୋଜନ କରିବେ । ତେବେ ଏହି ବଡ ଆୟୋଜନ ସହିତ ଫୁଟବଲ ଜଗତରେ ଯୁଗାବସାନ ହେବ ବୋଲି କୁହାଯାଉଛି । ବିଶ୍ୱ ଫୁଟବଲର ସବୁଠୁ ପ୍ରସିଦ୍ଧ ଏବଂ ପ୍ରତିଭାବାନ ୧୩ ଜଣ ଖେଳାଳିଙ୍କ ପାଇଁ ଏହା ଶେଷ ବିଶ୍ୱକପ୍‌ ହୋଇପାରେ ।

୧. ଲିଓନେଲ ମେସି(୩୯ ବର୍ଷ -ଆର୍ଜେଣ୍ଟିନା) : ୨୦୨୨ କାତାର ଫିଫା ବିଶ୍ୱକପ୍‌ ବିଜେତା ଲିଓନେଲ ମେସି ଦେଶର ଟାଇଟଲ ରକ୍ଷା କରିବା ପାଇଁ ପଡିଆକୁ ଓହ୍ଲାଇବେ । ନିଜର ଦୀର୍ଘ ଦିନର ପ୍ରତିଦ୍ୱନ୍ଦ୍ୱୀ କ୍ରିଷ୍ଟିଆନୋ ରୋନାଲେïାଙ୍କ ସହ ସେ ରେକର୍ଡ ଷଷ୍ଠ ଥର ପାଇଁ ବିଶ୍ୱକପ୍‌ ଖେଳିବାକୁ ଯାଉଛନ୍ତି । ଆର୍ଜେଣ୍ଟିନା ଦଳ ସମ୍ପୂର୍ଣ୍ଣ ରୂପେ ମେସିଙ୍କ ଉପରେ ନିର୍ଭରଶୀଳ । ଆଧୁନିକ ଫୁଟବଲର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଭାବେ ଏହା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଶେଷ ଅଧ୍ୟାୟ ହୋଇପାରେ ।

୨. କ୍ରିଷ୍ଟିଆନୋ ରୋନାଲ୍ଡ (୪୧ ବର୍ଷ -ପର୍ତ୍ତୁଗାଲ) : ପର୍ତ୍ତୁଗାଲ ଅଧିନାୟକ ରୋନାଲ୍ଡ ଷଷ୍ଠ ଥର ପାଇଁ ବିଶ୍ୱକପ୍‌ ଖେଳିବେ । ବର୍ତ୍ତମାନ ସାଉଦି ପ୍ରୋ ଲିଗରେ ନିଜର ଚମତ୍କାର ପ୍ରଦର୍ଶନ ଜାରି ରଖିଥିବା ରୋନାଲ୍ଡ ପୂର୍ବରୁ କହିସାରିଛନ୍ତି ଯେ, ଏହା ତାଙ୍କର ଶେଷ ବଡ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ହେବ । ତାଙ୍କର ଟ୍ରଫି ତାଲିକାରେ କେବଳ ଏହି ବିଶ୍ୱକପ୍‌ ଟ୍ରଫିର ଅଭାବ ରହିଛି ।

୩. ଲୁକା ମୋଡ୍ରିଚ(୪୦ ବର୍ଷ) - କ୍ରୋଏସିଆର ଅଧିନାକ ତଥା ମିଡ ଫିଲïର ମୋଡ୍ରିଚ୍‌ ପଞ୍ଚମ ଥର ପାଇଁ ବିଶ୍ୱକପ୍‌ ଖେଳିବାକୁ ଯାଉଛନ୍ତି । ୨୦୧୮ରେ ଦଳକୁ ରନର୍ସଅପ ଏବଂ ୨୦୨୨ ରେ ତୃତୀୟ ସ୍ଥାନରେ ପହଞ୍ଚାଇବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ଆହତ ସମସ୍ୟା ଦେଇ ଗତି କରିଥିଲେ ମଧ୍ୟ ସେ ଦଳକୁ ଫେରିଛନ୍ତି । ଏହି ବିଶ୍ୱକପ ପରେ ସେ ସନ୍ୟାସ ନେବାକୁ ଯୋଜନା କରୁଛନ୍ତି ।

୪. ମାନୁଏଲ ନୁୟର(୪୦ ବର୍ଷ -ଜର୍ମାନୀ) : ଜର୍ମାନୀରେ କିମ୍ବଦନ୍ତୀ ଗୋଲ କିªର ସନ୍ୟାସରୁ ଫେରିଛନ୍ତି । ମ୍ୟାନେଜରଙ୍କ ଅନୁରୋଧ କ୍ରମେ ସେ ପଞ୍ଚମ ଥର ପାଇଁ ଫିଫା ବିଶ୍ୱକପ୍‌ ଖେଳିବାକୁ ଯାଉଛନ୍ତି ।     ୨୦୧୪ ବିଶ୍ୱକପ୍‌ ବିଜେତା ଜର୍ମାନୀ ଦଳର ସଦସ୍ୟ ଥିବା ନୁଏରଙ୍କ ଏହା ଶେଷ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ହେବ ।

୫. ଗୁଇଲେରମୋ ଓଚୋଆ (୪୦ ବର୍ଷ -ମେକ୍ସିକୋ) : ମେକ୍ସିକୋର ଏହି ଗୋଲକିପର ମେଗା ଟୁର୍ଣ୍ଣାମେଣ୍ଟରେ ନିିଜର ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ ପାଇଁ ଜଣାଶୁଣା । ୪୦ ବର୍ଷ ବୟସରେ ମଧ୍ୟ ଦଳ ତାଙ୍କ ଅଭିଜ୍ଞତା ଉପରେ ସମ୍ପୂର୍ଣ୍ଣ ଭରସା କରିଛି । ନିଜ ଘରୋଇ ମାଟିରେ ଖେଳାଯାଉଥିବା ଏହି ବିଶ୍ୱକପ ତାଙ୍କ କ୍ୟାରିୟରର ଶେଷ ବିଶ୍ୱକପ୍‌ ହେବ ।

୬. ନେମାନର ଜୁନିୟର(୩୪ ବର୍ଷ -ବ୍ରାଜିଲ) : ଆହତ ସମସ୍ୟା ଏବଂ ଫର୍ମକୁ ନେଇ ସଂଘଷ କରୁଥିବା ବ୍ରାଜିଲର ଫୁଟବଲ ତାରକା ନେମାର ଏଥର ବିଶ୍ୱକପ ପରେ ଅବସର ନେବାକୁ ଯୋଜନା କରୁଛନ୍ତି । ଦେଶର ବେଞ୍ଚ ମାର୍କ ଆଶା ଏବଂ ମାନସିକ ଚାପ ଯୋଗୁଁ ୨୦୨୬ ବିଶ୍ୱକପ୍‌ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଶେଷ ହୋଇପାରେ ।

୭. ମହମ୍ମଦ ସଲାହ(୩୩ ବର୍ଷ - ଇଜିଟ) : ଲିଭର ପୁଲର ଏହି ତାରକା ଫରଓ୍ୱାର୍ଡ ଏବେ ନିଜ ଫର୍ମର ଶୀର୍ଷରେ ଅଛନ୍ତି । କିନ୍ତୁ ବୟସ ଓ ଆଗାମୀ ୪ ବର୍ଷର ବିଶ୍ୱକପ ଚକ୍ରକୁ ଦେଖିଲେ ୨୦୨୬ ହିଁ ତାଙ୍କ ପାଇଁ ବିଶ୍ୱ ମଞ୍ଚରେ ଇଜିପକୁ ପ୍ରତିନିଧିତ୍ୱ କରିବାର ଶେଷ ସୁଯୋଗ ବୋଲି କୁହାଯାଉଛି ।

୮.କାଶେମିରୋ (୩୪ ବର୍ଷ - ବ୍ରାଜିଲ) : କାଶେମିରୋ ଚତୁର୍ଥ ଫିଫା ବିଶ୍ୱକପ୍‌ ଖେଳିବେ । ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଏହା ଶେଷ ବିଶ୍ୱକପ୍‌ ହୋଇପାରେ ବୋଲି ଆଶା କରାଯାଉଛି । ବ୍ରାଜିଲରେ ଯୁବ ମିଡ ଫିଲïରଙ୍କ ଅଭାବ ନାହିଁ । ତଥାପି କାଶେମିରୋଙ୍କ ଅଭିଜ୍ଞତା ଏବଂ ନେତୃତ୍ୱ ଦଳ ପାଇଁ ଅତ୍ୟନ୍ତ ମୂଲ୍ୟବାନ ।

୯.କେଭିନୋଡି ବ୍ରୁଇନ୍‌(୩୫ ବର୍ଷ - ବେଲଜିୟମ) : ବେଲଜିୟମର ଗୋଲେïନ ଜେନେରେସନ୍‌ ସବୁଠାରୁ ପ୍ରଭାବଶାଳୀ ମିଡ ଫିଲïର ଡି ବ୍ରୁଇନ୍‌ ବିଗତ କିଛି ବର୍ଷ ହେବ ଆହତ ସମସ୍ୟା ଦେଇ ଗତି କରୁଛନ୍ତି ।୨୦୨୬ ବିଶ୍ୱକପରେ ଦଳକୁ ଏକ ବଡ ସଫଳତା ଦେଇ ସେ ନିଜର ବିଶ୍ୱକପ୍‌ ଯାତ୍ରା ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

୧୦. ଭିର୍ଜିଲଭାନ ଡାଇକ(୩୪ ବର୍ଷ - ନେଦରଲ୍ୟାଣ୍ଡ) : ନେଦରଲ୍ୟାଣ୍ଡସର ତାରକା ଡିଫେଣ୍ଡର ତଥା ଅଧିନାୟକ ଭାନ ଡାଇକ୍‌ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଡିଫେଣ୍ଡର । ୩୪ ବର୍ଷ ବୟସରେ ପହଞ୍ଚିଥିବା ଏହି ଖେଳାଳିଙ୍କ ପାଇଁ ଏହା ସମ୍ଭବତଃ ଶେଷ ବିଶ୍ୱକପ୍‌ ହେବାକୁ ଯାଉଛି । ପୂର୍ବରୁ ଆହତ କାରଣରୁ ସେ ଅନେକ ଟୁର୍ଣ୍ଣାମେଣ୍ଟ ଖେଳିପାରିନଥିଲେ ।

୧୧. ଜେମ୍ସ ରୋଡ୍ରିଗୁଏଜ୍‌(୩୪ ବର୍ଷ - କଲମ୍ବିଆ) : ୨୦୧୪ ଫିଫା ବିଶ୍ୱକପର ଗୋଲେïନ୍‌ ବୁଟ୍‌ ବିଜେତା ଜେମ୍ସ ରୋଡ୍ରିଗୁଏଜ୍‌ କଲମ୍ବିଆର ଏକ ବଡ ନାମ । ନିଜର ଚମତ୍କାର ପାଶିଂ ଏବଂ ପ୍ରି କିକ୍‌ ପାଇଁ ଜଣାଶୁଣା ଜେମ୍ସଙ୍କ ଲାଗି ଏହି ବିଶ୍ୱକପ୍‌ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଶେଷ ହୋଇପାରେ ।

୧୨.ନିକୋଲାସ ଓଟାମେଣ୍ଡି(୩୮ ବର୍ଷ - ଆର୍ଜେଣ୍ଟିନା) : ଆର୍ଜେଣ୍ଟିନାର ଏହି ଅଭିଜ୍ଞ ଏବଂ ଆଗ୍ରେସିଭ ଡିଫେଣ୍ଡର ଗତ ବିଶ୍ୱକପ୍‌ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ମେସିଙ୍କ ଭଳି ତାଙ୍କର ମଧ୍ୟ ଏହା ଶେଷ ବିଶ୍ୱକପ୍‌ ହେବ । ବିଜୟର ସହ ଅନ୍ତର୍ଜାତୀୟ କ୍ୟାରିୟର ଶେଷ କରିବାକୁ ସେ ଚାହିଁବେ ।

୧୩. ସନ ହେଉଙ୍ଗମିନ(୩୩ ବର୍ଷ - ଦ. କୋରିଆ) : ଏସିଆ ମହାଦୀପର ସବୁଠାରୁ ପ୍ରଭାବଶାଳୀ ତଥା ସଫଳ ଖେଳାଳିଙ୍କ ମଧ୍ୟରୁ ସନ୍‌ ଅନ୍ୟତମ । ଏହିଷ୍ଟାର ଫରଓ୍ୱାର୍ଡ ଦ. କୋରିଆ ଦଳର ମେରୁଦଣ୍ଡ । ୨୦୨୬ ବିଶ୍ୱକପ୍‌ ବେଳକୁ ତାଙ୍କୁ ୩୩ ବର୍ଷ ହେବ । ନିଜର ଦ୍ରୁତ ଗତି ଚମକିାର ଗୋଲ କରିବା ଶୈଳୀ ପାଇଁ ଜଣାଶୁଣା । ସନଙ୍କ ଲାଗି ଏହା ଶେଷ ବିଶ୍ୱକପ୍‌ ମଞ୍ଚ ହୋଇପାରେ । ୨୦୨୬ ଫିଫା ବିଶ୍ୱକପ୍‌ କେବଳ ଟ୍ରଫି ଲଢେଇ ନୁହେଁ ବରଂ ଏହା ବିଶ୍ୱ ଫୁଟବଲକୁ ଦୁଇ ଦଶନ୍ଦି ଧରି ଚଳାଇ ଆସୁଥିବା ମହାନ ଖେଳାଳିଙ୍କୁ ଭାବପୂର୍ଣ୍ଣ ବିଦାୟ ଜଣାଇବାର ଏକ ଐତିହାସିକ ମଞ୍ଚ ହେବାକୁ ଯାଉଛି ।