ମନୋରଞ୍ଜନ - Samaya Live

କଙ୍ଗନାଙ୍କ କଡା ଜବାବ
ସିନେ-ତାରକା ଶର୍ମିଳା ଟାଗୋର ଜାତୀୟ ସଙ୍ଗୀତ 'ବନ୍ଦେ ମାତରମ୍'କୁ ନେଇ ଦେଇଥିବା ଏକ ବିବାଦୀୟ ବୟାନ ପରେ ଏବେ ବଲିଉଡ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ଶର୍ମିଳା ଟାଗୋର ଏକ ସାକ୍ଷାତକାରରେ କହିଛନ୍ତି ଯେ, 'ବନ୍ଦେ ମାତରମ୍' ସଙ୍ଗୀତରେ କାଳୀ ଓ ଦୁର୍ଗାଙ୍କ ଭଳି ଅନେକ ଦେବଦେବୀଙ୍କ ଉଲ୍ଲେଖ ଥିବାରୁ ଏହା ଏକ-ଈଶ୍ବରବାଦୀ ଆସ୍ଥା ରଖୁଥିବା ଲୋକଙ୍କ ପାଇଁ ସହଜ ନୁହେଁ । ତେଣୁ ସମସ୍ତଙ୍କୁ ଆପଣେଇବା ପାଇଁ ଏହାର ପ୍ରଥମ ଦୁଇଟି ଅନ୍ତରା ହିଁ ଗ୍ରହଣଯୋଗ୍ୟ । ଏହି ବକ୍ତବ୍ୟର କଡ଼ା ଜବାବ ଦେଇ କଙ୍ଗନା ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, କଳାକାର ଓ କବିମାନେ ଭାବନା ପ୍ରକାଶ କରିବା ପାଇଁ ବିଭିନ୍ନ ରୂପକ ବ୍ୟବହାର କରିଥାନ୍ତି । ଯେପରି ସ୍ବାମୀ ବିବେକାନନ୍ଦ ଯୁବସମାଜକୁ ଲୁହାରେ  ନିର୍ମିତ ବୋଲି ପ୍ରକାଶ କରିଥିଲେ । ସେ ଶର୍ମିଳାଙ୍କୁ ଏହି ସଂକୀର୍ଣ୍ଣ "ହିନ୍ଦୁ-ମୁସଲିମ୍" ଚିନ୍ତାଧାରାରୁ ବାହାରିବାକୁ ଅନୁରୋଧ କରିବା ସହ ଜଣେ କଳାକାର ହୋଇ ସେ କିପରି ସାହିତ୍ୟକୁ ଏତେ ସୀମିତ ଦୃଷ୍ଟିକୋଣରୁ ଦେଖୁଛନ୍ତି ବୋଲି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ।

ନିରବିଲେ ପ୍ରଣବ
ପ୍ରଣବ କିଶୋର ପଟ୍ଟନାୟକ ଓଡ଼ିଆ ସଙ୍ଗୀତ ଜଗତର ଜଣେ ଅନ୍ୟତମ ଶ୍ରେଷ୍ଠ ଗାୟକ, ଯିଏକି ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ଓଡିଆ ସଙ୍ଗୀତ ଜଗତରେ ଆଧିପତ୍ୟ ବିସ୍ତାର କରିରହିଥିଲେ ।  ଅଗଷ୍ଟ ୨୧, ୨୦୨୬ରେ ୮୮ ବର୍ଷରେ ତାଙ୍କର ଦେହାନ୍ତ ହୋଇଛି, ତାଙ୍କ କଣ୍ଠ ଆଜି ନିରବି ଯାଇଛି ସତ ହେଲେ ସେ ଶ୍ରୋତାଙ୍କ ହୃଦୟରେ ସବୁବେଳେ ତାଙ୍କ ସଙ୍ଗୀତ ମାଧ୍ୟମରେ ଜୀବନ୍ତ ରହିବେ । ୧୯୩୮ ମସିହା ଜାନୁଆରୀ ୨୦ ତାରିଖରେ ଜନ୍ମଗ୍ରହଣ କରିଥିବା ପ୍ରଣବ ପଟ୍ଟନାୟକ ତାଙ୍କ ପିତା ଦ୍ୱାରା ଅତ୍ୟନ୍ତ ଅନୁପ୍ରାଣିତ ହୋଇଥିଲେ, ଯିଏକି ସ୍ୱର୍ଗତ ଲାଲ ମୋହନ ପଟ୍ଟନାୟକ (ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି) ଥିଲେ । ସେ ଓଡ଼ିଶୀ, ଲୋକଗୀତ, ଭକ୍ତିଗୀତ ଓ ଭଜନ, ସେମି କ୍ଲାସିକାଲ୍, ପାରମ୍ପରିକ, ହିନ୍ଦୀ ଗୀତ ଏବଂ ଗଜଲ ଭଳି ସଙ୍ଗୀତର ବିଭିନ୍ନ ବିଭାଗରେ ନିଜର କଣ୍ଠଦାନ କରିଛନ୍ତି। ଗୁରୁ କୁନାଲ ଆଦିନାରାୟଣଙ୍କ ତାଲିମ ଅଧୀନରେ ସେ ଆନୁଷ୍ଠାନିକ ଭାବେ ସଙ୍ଗୀତ ଜଗତରେ ପାଦ ଥାପିଥିଲେ । ୧୯୫୮ ମସିହାରେ "ମା" ଫିଲ୍ମ ମାଧ୍ୟମରେ ସେ ପ୍ରଥମ ଥର ପାଇଁ ପ୍ରଚ୍ଛଦପଟ ଗାୟକ (ପ୍ଲେବ୍ୟାକ୍ ସିଙ୍ଗର) ଭାବରେ ନିଜର ସଙ୍ଗୀତ କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କୁ ହେମଲତା, ବାଣୀ ଜୟରାମ, ଏସ. ଜାନକୀ, ପି. ସୁଶୀଳା, ନିର୍ମଳା ମିଶ୍ର, ଭୂପିନ୍ଦର ସିଂହ, ଉଷା ମଙ୍ଗେସକର ଏବଂ ହୈମନ୍ତୀ ଶୁକ୍ଲାଙ୍କ ଭଳି ପ୍ରସିଦ୍ଧ ଗାୟକ-ଗାୟିକାଙ୍କ ସହ ଗାଇବାର ସୁଯୋଗ ମିଳିଥିଲା । ସେ ଏକମାତ୍ର ଓଡ଼ିଆ ପ୍ରଚ୍ଛଦପଟ ଗାୟକ, ଯିଏକି ଓଡ଼ିଶା ସରକାରଙ୍କ ଦ୍ୱାରା ଏକାଧିକ ଥର "ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ପୁରସ୍କାର"ରେ ସମ୍ମାନିତ ହୋଇଛନ୍ତି । ସଙ୍ଗୀତ ଦୁନିଆର ଶ୍ରେଷ୍ଠ ପୁରସ୍କାର ଜୟଦେବ ପୁରସ୍କାରରେ ମଧ୍ୟ ସେ ସମ୍ମାନୀତ ହୋଇଛନ୍ତି । ତାଙ୍କ ଗୀତଗୁଡ଼ିକର କଣ୍ଠଶୈଳୀ ଅତ୍ୟନ୍ତ ବ୍ୟାପକ ଏବଂ ତାଙ୍କର ଗାଇବାର ନିଆରା ଶୈଳୀ ଅତୁଳନୀୟ । ତାଙ୍କ ଗୀତ ଶ୍ରୋତାମାନଙ୍କୁ ସୃଷ୍ଟିର ସର୍ବୋଚ୍ଚ ସତ୍ତାକୁ ଉପଲବ୍ଧି କରାଏ । ସେ ଓଡ଼ିଶା ଏବଂ ଓଡ଼ିଶା ବାହାରର ପ୍ରାୟ ସମସ୍ତ ସଙ୍ଗୀତ ନିର୍ଦ୍ଦେଶକଙ୍କ ଅଧୀନରେ ୨୦୦ରୁ ଅଧିକ ଓଡ଼ିଆ ଫିଲ୍ମରେ ନିଜର ସ୍ୱର ଦେଇଛନ୍ତି । ଓଡିଆ ସଙ୍ଗୀତ ଦୁନିଆର ଅନେକ କଳାକାରଙ୍କର ସେ ଥିଲେ ମାର୍ଗଦର୍ଶକ ଓ ପ୍ରେରଣା । ଅନେକ ତାଙ୍କୁ ଦେଖି ତାଙ୍କଠାରୁ ଶିଖି ଏହି ସଙ୍ଗୀତ ଦୁନିଆରେ ପାଦ ଥାପିଥିଲେ । ତାଙ୍କ ପଥ ଅନୁସରଣ କରି ଅନେକଙ୍କୁ ସେମାନଙ୍କ କ୍ୟାରିୟରରେ ସଫଳତା ମିଳିଛି । ସେ ଆଜି ନାହାନ୍ତି ସତ ହେଲେ ତାଙ୍କ ଗୀତ ଓଡିଆ ସଙ୍ଗୀତ ତଥା ଓଡିଆ ଶିଳ୍ପୀ ଓ ଦର୍ଶକଙ୍କ ପାଇଁ ସବୁବେଳେ ଅଭୁଲା ହୋଇ ରହିବ ।

ମାନସମ୍ମାନ

୨୦୨୩ - ବାଳକୃଷ୍ଣ ଦାଶ ସ୍ମାରକୀ ସମ୍ମାନ

୨୦୧୬ - ଜୟଦେବ ପୁରସ୍କାର

୨୦୧୭ - ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ

୨୦୧୧ - ପ୍ରଫୁଲ୍ଲ କର ସମ୍ମାନ

୨୦୧୦ - ବିଗଓଡ଼ିଆ ଏଣ୍ଟରଟେନମେଣ୍ଟ ଆୱାର୍ଡ଼

୧୯୯୭-୯୮ - ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଆୱାର୍ଡ଼

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

୧୯୯୩ -ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ (ଆଶା)

୧୯୮୯ - ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ (ପ୍ରତିଶୋଧ ଅପରାଧ ନୁହେଁ)

୧୯୮୮ - ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ (କନ୍ୟାଦାନ)

୧୯୮୩ - ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ (ଝିଅଟି ସୀତା ପରି)

୧୯୮୨ - ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ (ଅସ୍ତରାଗ)

୧୯୭୬ - ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ (ସିନ୍ଦୂର ବିନ୍ଦୁ)

କାଳଜୟୀ ସଙ୍ଗୀତ

ଆସ ପ୍ରିୟତମା, ସାଥିରେ ଆମ ଗୀତିରେ     ଶଙ୍ଖ ମହୂରୀ

ଏହି କି ବିଚାର                          ସାକ୍ଷୀ ଗୋପୀନାଥ

ଏ ଗ୍ରାମର ଚଷାଭାଇ, ଇନ୍ଦ୍ରଧନୁର ସପ୍ତରଙ୍ଗୁ  ସମର୍ପଣ

ମଧୁଝରା ଫୁଲବନେ, ଜୀବନ ଯମୁନା ନଈ   ପିପାସା

ରାତି ପାହିଥିଲେ                              କୁଳ ଚନ୍ଦ୍ରମା

ପୂରିଲା ଆଶା ମୋର, ହାତୀ ଝୁଲୁଥାଏ       ପରିବାର

ମାଝିରେ ଉଆସ ରାତି, ଉର୍ମି ଅଧୀରା ରୂପସୀ ଚିଲିକା  ଚିଲିକା ତୀରେ

ମନ ରସିଆରେ                          ରକ୍ତ ଗୋଲାପ

ଯାହା ମୁଁ ଖୋଜିଛି, ଏ ଜୀବନେ ସବୁ ଘଟଇ      ପୁନର୍ମିଳନ

ହେ ଦୁଃଖହାରୀ                           ସୁନା ସଂସାର

ଏ ନୁହେଁ କାହାଣୀ, ମୋ ଗଣ୍ଠିଧନ        ଏ ନୁହେଁ କାହାଣୀ

ମାଝିରେ ଶେଷ ଶ୍ରାବଣ                 ଶେଷ ଶ୍ରାବଣ

ଯଉବନରୁ ଅପରାଧ, କେଉଁ ନାମ ଧରି   ସିନ୍ଦୂର ବିନ୍ଦୁ

ହୃଦୟ ଭରି ମୋର, ଧାର ଧାର ହୋଇ  କୃଷ୍ଣ ସୁଦାମା

ସୀମାହୀନ ଦରିଆ                        ବତିଘର

ହାୟ ସେ ହରିଣୀ ଆଖି               ଯାଯାବର

ରେ ଆତ୍ମନ୍, ଆ'ରେ ମିତ, ଶ୍ଯାମକୁ ଜୁହାର ମମତା

ନ କର ନ କର ମନ                     ସଂସାର

ଏ ନୀଳଆଖି, ମା କାଳୀଯାଇ ଲୋ, ପୂର୍ଣିମା ଜହ୍ନ ସତେ   ବନ୍ଧନ

ତୁମ ବିନା ଏଇ ରାତି, ବିତିଯାଏ ରେ     ସ୍ତ୍ରୀ

ଦ୍ବିତୀୟ ବିବାହ ପାଇଁ ଯୋଜନା
ବଲିଉଡ୍ ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବୈବାହିକ ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି । ବର୍ତ୍ତମାନ ସୁନିତାଙ୍କ ଦାବି ଅନୁଯାୟୀ ଗୋବିନ୍ଦା ଓ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାର ବିବାହ କରିବାକୁ ଯୋଜନା କରୁଥିଲେ ।  ତେବେ ସେ ଏହି ଦାବି ରାକ୍ଷୀ ସାୱନ୍ତଙ୍କ ଆଗରେ କରିଥିବା ଜଣା ପଡିଛି । ଯେଉଁଥିପାଇଁ ସେ ନିଜ ଛାଡପତ୍ର ଆବେଦନ ପ୍ରତ୍ୟାହାର କରିଥିବା ଜଣାପଡିଛି । ସେହିଭଳି ଗୋବିନ୍ଦା ଓ କୋମଲଙ୍କୁ ଏକାଠି ଦେଖିବା ତାଙ୍କ ପାଇଁ ଖୁବ ଯନ୍ତ୍ରଣାଦାୟକ ଥିଲା ବୋଲି ସୁନିତା  ରାକ୍ଷୀଙ୍କ ଆଗରେ ପ୍ରକାଶ କରିଥିବା ଜଣାପଡିଛି ।  ଅନ୍ୟପଟେ, ଏହି ବ୍ୟକ୍ତିଗତ ବିବାଦ ମଧ୍ୟରେ ଗୋବିନ୍ଦା ଦୀର୍ଘ ସାତ ବର୍ଷ ପରେ 'ରୂପା' ଚଳଚ୍ଚିତ୍ର ଜରିଆରେ ବଡ଼ ପରଦାକୁ ଫେରୁଛନ୍ତି, ଯେଉଁଥିରେ ସେ ନିଜେ ପ୍ରଯୋଜକ ଅଛନ୍ତି ଏବଂ ତାଙ୍କ ବିପକ୍ଷରେ କୋମଲ ରାଣୀ ସ୍ୱର୍ଣ୍ଣକାର ମୁଖ୍ୟ ନାୟିକା ଭାବେ ଅଭିନୟ କରୁଛନ୍ତି ।

ରାଜନୀତି କରିବେ କି ସୋନାକ୍ଷୀ
ଅଭିନେତା ତଥା ରାଜନେତା ଶତ୍ରୁଘ୍ନ ସିହ୍ନା ନିକଟରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅ, ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ ସୋସିଆଲ ମିଡିଆରେ ଅନ୍‌ଲାଇନ୍‌ ଟ୍ରୋଲ୍ କରିବା ପଛରେ ଭାରତୀୟ ଜନତା ପାର୍ଟିର ଆଇଟି ସେଲ୍‌ର ହାତ ରହିଛି । ଏକ ସାକ୍ଷାତକାରରେ ସୋନାକ୍ଷୀ ଜଣେ ବୁଦ୍ଧିମତୀ ଝିଅ ଏବଂ କେଉଁ ସମୟରେ କେଉଁ ପ୍ରସଙ୍ଗରେ ନିଜର ମତାମତ ରଖିବାକୁ ହେବ, ସେ ବିଷୟରେ ସେ ଭଲଭାବେ ଜାଣିଛନ୍ତି ବୋଲି ଶତ୍ରୁଘ୍ନ ସିହ୍ନା ମତ ଦେଇଛନ୍ତି । ସିଜେପିର ଜନ୍ତର-ମନ୍ତର ପ୍ରଦର୍ଶନକୁ ସୋନାକ୍ଷୀ ଖୋଲାଖୋଲି ସମର୍ଥନ କରିଥିବା ବେଳେ ଝାଡ଼ଖଣ୍ଡର ଛାତ୍ର ଆନ୍ଦୋଳନ ପ୍ରସଙ୍ଗରେ ନୀରବ ରହିଥିବା ନେଇ ଉଠିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି ।  ନିକଟରେ ସୋନାକ୍ଷୀ ଝାଡ଼ଖଣ୍ଡର ପିଲାମାନଙ୍କ ସମର୍ଥନରେ ଅତ୍ୟନ୍ତ ଦୃଢ଼ ଓ ସ୍ପଷ୍ଟ ସ୍ୱର ଉତ୍ତୋଳନ କରିଥିଲେ ବୋଲି ସେ ମତ ଦେଇଥିଲେ । ସେହିଭଳି ସୋନାକ୍ଷୀଙ୍କର ରାଜନୀତି ପ୍ରବେଶକୁ ନେଇ ମଧ୍ୟ ସେ ସ୍ପଷ୍ଟଭାବେ ମନା କରି ନାହାନ୍ତି । ସେ ଏ ବିଷୟରେ ବର୍ତ୍ତମାନ କିଛି ମତ ଦେବାକୁ ମନା କରିଥିଲେ, ଯାହା ଫ୍ୟାନଙ୍କୁ ଖୋରାକ ଯୋଗାଇଛି । ତେଣୁ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାସହ ଝିଅଙ୍କୁ ହେଉଥିବା ସୋସିଆଲ ମିଡିଆ ଟ୍ରୋଲିଂକୁ ପେଡ୍‌ ଟ୍ରୋଲ୍ସ ବୋଲି ସେ ଦାବି କରିଛନ୍ତି ।  ଏପରିକି ଏହି ଟ୍ରୋଲରମାନଙ୍କୁ ନିଜକୁ ମଧ୍ୟ ଜଣାନଥାଏ ଯେ ସେମାନେ କ’ଣ ଲେଖୁଛନ୍ତି, ସେମାନଙ୍କୁ କେବଳ ପ୍ରସ୍ତୁତ ଡ୍ରାଫ୍ଟ କିମ୍ବା କଣ୍ଟେଣ୍ଟ ଦିଆଯାଏ ଏବଂ ସେମାନେ ତାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ବର୍ଷିଆନ ସଂଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ ପରଲୋକ
ଭୁବନେଶ୍ୱର : ଓଡ଼ିଆ ସଂଗୀତ ଜଗତରୁ ଆସିଲା ଦୁଃଖଦ ଖବର । ଆଉ ନାହାନ୍ତି ପ୍ରସିଦ୍ଧ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ । ୮୮ ବର୍ଷ ବୟସରେ ଭୁବନେଶ୍ୱରରେ ତାଙ୍କର ପରଲୋକ ଘଟିଛି । ସେ ଗତ ୧୦ତାରିଖରୁ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଜି ଦିନ ୧୧ଟା ସମୟରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି ।

ଓଡ଼ିଆ ସଙ୍ଗୀତ ଜଗତରେ ପ୍ରଣବ ପଟ୍ଟନାୟକ ଙ୍କର ଥିଲା ସ୍ୱତନ୍ତ୍ର ପରିଚୟ । ୧୯୩୮ମସିହା ଜାନୁଆରୀ ୨୦ରେ ଜନ୍ମିତ ପ୍ରଣବ ପଟ୍ଟନାୟକ ୧୯୫୮ମସିହାରେ ପ୍ରଥମ ଥର ପାଇଁ ମା' ଚଳଚ୍ଚିତ୍ର ରେ କଣ୍ଠଦାନ କରିଥିଲେ । ଏହାପରେ ୧୯୫୯ ମସିହା ଠାରୁ ଓଡ଼ିଆ ଚଳଚିତ୍ର ରେ ପ୍ରଚ୍ଛଦପଟ ଗାୟକ ଭାବରେ କ୍ୟାରିଅର ଆରମ୍ଭ କରିଥିଲେ । ସେ ଦୀର୍ଘ ୬ ଦଶନ୍ଧି ଧରି ସଂଗୀତ ଜଗତରେ ରାଜ କରିଥିଲେ । ସେ ଶ୍ରୀ ଲୋକନାଥ, ସୂର୍ଯ୍ୟମୁଖୀ, ସିନ୍ଦୂର ବିନ୍ଦୁ, ଶେଷ ଶ୍ରାବଣ, ଚିହ୍ନା ଅଚିହ୍ନା, ବତୀଘର ଆଦି ଚଳଚ୍ଚିତ୍ର ତାଙ୍କୁ ଲୋକପ୍ରିୟତାର ଶିଖରରେ ପହଞ୍ଚାଇଥିଲା । ଚଳଚ୍ଚିତ୍ର ଜୀବନରେ ସେ ବହୁ ଜାତୀୟ ସ୍ତର କଳାକାର ମାନଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି । ପ୍ରାୟ ୨୦୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଛନ୍ତି । ଭଜନ ଠାରୁ ଲୋକ ସଂଗୀତ ଯାଏଁ ନିଜର ମଧୁର କଣ୍ଠ ଓ ଅନନ୍ୟ ଗାୟନ ଶୈଳୀରେ ସେ ଶ୍ରୋତାଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ । ‘ମାଝିରେ ଠୁ’ଠାରୁ ‘ନିଝୁମ ରାତି’ ଭଳି ଅନେକ ଲୋକପ୍ରିୟ ଗୀତ ତାଙ୍କ କଣ୍ଠରେ ଜୀବନ୍ତ ହୋଇଥିଲା । ଦୀର୍ଘ ଦିନ ଧରି ଓଡ଼ିଆ ସଙ୍ଗୀତପ୍ରେମୀଙ୍କୁ ନିଜ ସୁରିଲା କଣ୍ଠରେ ମନୋରଞ୍ଜନ କରିଆସିଥିବା ପ୍ରଣବ ପଟ୍ଟନାୟକଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଗୀତ ଓ ସଙ୍ଗୀତ ପ୍ରତି ଅବଦାନ ସବୁବେଳେ ଶ୍ରୋତାଙ୍କ ମନରେ ସ୍ମରଣୀୟ ହୋଇ ରହିବ ।

କମବ୍ୟାକର ସତ
ବଲିଉଡ୍ ଅଭିନେତା ବିକ୍ରାନ୍ତ ମେସୀ ତାଙ୍କର ନୂତନ ୱେବ୍ ସିରିଜ୍ 'ମୁସାଫିର କାଫେ'କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ତେବେ ଏକ ଚାଟ ଶୋରେ ତାଙ୍କର ଅଭିନୟରୁ ବିରତି ନେବା ଏବଂ ପୁଣି କାମକୁ ଫେରିବା ବିଷୟରେ ଏକ ରୋଚକ ଖୁଲାସା କରିଛନ୍ତି । ବିରତି ଘୋଷଣା କରିବା ପରେ ପରେ ତାଙ୍କର ତିନୋଟି ପ୍ରୋଜେକ୍ଟ ଆସିବା ବିଷୟରେ ବିକ୍ରାନ୍ତ କହିଥିଲେ ଯେ କ୍ରମାଗତ ୧୮ ଘଣ୍ଟା କାମ କରିବା, ପୁରସ୍କାର ଜିତିବା ଏବଂ ପୁଅର ଜନ୍ମ ପରେ ତାଙ୍କର ସମସ୍ତ ସ୍ମୃତି କେବଳ ଫୋନ୍ ଜରିଆରେ ହିଁ ସୀମିତ ରହିଯାଇଥିଲା । ଯାହା ତାଙ୍କୁ ଆଦୌ ଭଲ ଲାଗିନଥିଲା । ତାଙ୍କ ଅନୁପସ୍ଥିତିରେ ପୁଅ 'ପାପା' କହିବା, ଦାନ୍ତ ଉଠିବା ଏବଂ ଚାଲିବା ଶିଖିବା ଦେଖି ସେ ହୃଦୟଙ୍ଗମ କରିଥିଲେ ଯେ ପରିବାରଠାରୁ ଦୂରରେ ରହି ଏପରି ସଫଳତା ପାଇବାର କୌଣସି ଅର୍ଥ ନାହିଁ । ଯାହା ପାଇଁ ସେ ୭ ମାସ ଘରେ ସମୟ ବିତାଇଥିଲେ। ହେଲେ ପରେ ପୁଣି ଅଭିନୟକୁ ଫେରିବାର ନିଷ୍ପତ୍ତି ନେଇଥିଲେ । ସୂଚନାଯୋଗ୍ୟ, ଡିସେମ୍ବର ୨୦୨୪ରେ ବିକ୍ରାନ୍ତ ଅଭିନୟରୁ ବିରତି ନେବାର ଘୋଷଣା କରିଥିଲେ ମଧ୍ୟ ସେ 'ଆଁଖୋଁ କି ଗୁସ୍ତାଖିୟାଁ', 'ଓ ରୋମିଓ', 'ପ୍ରୀତମ ଆଣ୍ଡ ପେଡ୍ରୋ' ଏବଂ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିବା ଉପନ୍ୟାସ ଆଧାରିତ ୱେବ୍ ସିରିଜ୍ 'ମୁସାଫିର କାଫେ'ରେ ବେଦିକା ପିଣ୍ଟୋ ଓ ମହିମା ମାକୱାନାଙ୍କ ସହ ଅଭିନୟ କରିଛନ୍ତି ।

୨୮ ରେ ରିଲିଜ୍ ହେବ ଆନିମେଟେଡ୍ ସିନେମା ‘ମହାପ୍ରଭୁ ଜଗନ୍ନାଥ’
କଟକ : ଆନିମେଟେଡ୍ ସିନେମା ‘ମହାପ୍ରଭୁ ଜଗନ୍ନାଥ’କୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି ।  ଜୁଲାଇ ୧୭ ତାରିଖରେ ସିନେମା ହଲ୍‌ରେ ରିଲିଜ ହେବାର ଥିଲା ‘ମହାପ୍ରଭୁ ଜଗନ୍ନାଥ’ । ତେବେ ଏହି ଚଳଚ୍ଚିତ୍ର ପ୍ରଦର୍ଶନକୁ ବିରୋଧ କରି ରାଜ୍ୟ ସରକାରଙ୍କ ପକ୍ଷରୁ ରୁଜୁ ମାମଲାକୁ ସୁପ୍ରିମ୍ କୋର୍ଟ ଆଜି ପୁନର୍ବାର ଖାରଜ କରି ଦେଇଛନ୍ତି । ଯାହାଫଳରେ ଏହି ସିନେମା ଆସନ୍ତା ୨୮ ତାରିଖରେ ରିଲିଜ୍ ହେବ ବୋଲି ସ୍ପଷ୍ଟ ହୋଇଯାଇଛି ।

ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ୍ ବିଭି ନାଗରତ୍ନା ଏବଂ ଜଷ୍ଟିସ୍ ଆର. ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି । ଏହି ଚଳଚ୍ଚିତ୍ରର ପ୍ରଦର୍ଶନ ଉପରେ ପ୍ରଥମେ ଓଡ଼ିଶା ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାର ଶୁଣାଣି ଅବସରରେ ହାଇକୋର୍ଟ ଚଳଚ୍ଚିତ୍ରର ପ୍ରଦର୍ଶନ ଉପରେ ରହିତାଦେଶ ଲଗାଇଥିଲେ ।

ଏହାକୁ ଚାଲେଞ୍ଜ କରି ଚଳଚ୍ଚିତ୍ର ନିର୍ମାଣକାରୀ ସଂସ୍ଥା ସୁପ୍ରିମ୍ କୋର୍ଟ ଯାଇଥିଲେ । ସେତେବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲେ ମଧ୍ୟ ସୁପ୍ରିମ୍ କୋର୍ଟ ତାହାକୁ ଅଗ୍ରାହ୍ୟ କରିବା ସହ ଚଳଚ୍ଚିତ୍ର ପ୍ରଦର୍ଶନ ପାଇଁ ଅନୁମତି ପ୍ରଦାନ କରିଥିଲେ । ଏହି ଆଦେଶର ପୁନର୍ବିଚାର ପାଇଁ ରାଜ୍ୟ ସରକାର ପୁଣିଥରେ ସୁପ୍ରିମ୍ କୋର୍ଟ ଯାଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ମହାପ୍ରଭୁ ଜଗନ୍ନାଥଙ୍କୁ ଏହି ଚଳଚ୍ଚିତ୍ରରେ କାର୍ଟୁନ ଭାବେ ପ୍ରଦର୍ଶନ କରାଯାଇଛି । ଏହାଦ୍ୱ।ରା ଜଗନ୍ନ।ଥପ୍ରେମୀଙ୍କ ଭାବାବେଗକୁ ଗଭୀର ଆଘାତ ଲାଗିଛି ।

ଅସୁସ୍ଥ ଅଛନ୍ତି ରଶ୍ମିକା
ସାଉଥ୍‌ ଓ ବଲିଉଡ୍‌ର ଚର୍ଚ୍ଚିତ ଅଭିନେତ୍ରୀ ରଶ୍ମିକା ମନ୍ଦାନା ନିକଟରେ ଫିଲ୍ମ ‘ମାୟସା’ର ଏକ ଡ୍ୟାନ୍ସ ସିକ୍ୱେନ୍ସ ସୁଟିଂ ସମୟରେ ଆହତ ହୋଇଛନ୍ତି । ତାଙ୍କ ଡାହାଣ ଅଣ୍ଟାରେ ଗମ୍ଭୀର ଭାବେ ଆଘାତ ଲାଗିଥିବା ଜଣା ପଡିଛି ।  ଯାହାଫଳରେ ସେ ଏବେ ଘରେ ବିଶ୍ରାମ ନେଇ ସୁସ୍ଥ ହେଉଥିବା ସୂଚନା ଦେଇଛନ୍ତି । କ୍ରମାଗତ ତୃତୀୟ ଥର ପାଇଁ ଶରୀରରେ ଆଘାତ ଲାଗିଥିବାରୁ ସେ ନିଜ ନିୟମିତ ୱର୍କଆଉଟ୍‌ ଓ ଦୌଡ଼ାଦୌଡ଼ିରୁ ଦୂରେଇ ରହି ପରିବାର ସହ ସମୟ ବିତାଉଛନ୍ତି । ଏହି ମାଧ୍ୟମରେ ସେ ନିଜ ସ୍ୱାସ୍ଥ୍ୟାବସ୍ଥା ପୂର୍ବ ଅପେକ୍ଷା ଭଲ ଥିବା ସୋସିଆଲ ମିଡିଆରେ ଜଣାଇ ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଛନ୍ତି । ରଶ୍ମିକାଙ୍କ ଏହି ଆଘାତ କାରଣରୁ ନିର୍ମାଣାଧୀନ ବଡ଼ ବଡ଼ ସିନେମାର ସୁଟିଂ ଓ ମୁକ୍ତିଲାଭ ତାରିଖ ପ୍ରଭାବିତ ହୋଇଛି । ବିଜୟ ଦେବରକୋଣ୍ଡାଙ୍କ ସହ ତାଙ୍କର ବହୁପ୍ରତୀକ୍ଷିତ ଫିଲ୍ମ ‘ରଣାବାଲୀ’ର ମୁକ୍ତିଲାଭ ସେପ୍ଟେମ୍ବର ୨୦୨୬ରୁ ଅକ୍ଟୋବରକୁ ଘୁଞ୍ଚିବା ପୂର୍ବାନୁମାନ କରାଯାଉଛି । ସେହିଭଳି ଅଲ୍ଲୁ ଅର୍ଜୁନ ଓ ନିର୍ଦ୍ଦେଶକ ଅଟଲିଙ୍କ ଆଗାମୀ ଫିଲ୍ମ ‘ରାକା’ର ସୁଟିଂ ପ୍ରାୟ ୪୫ ଦିନ ବିଳମ୍ବିତ ହୋଇଛି, କାରଣ ନିର୍ଦ୍ଦେଶକ ତାଙ୍କର ସମ୍ପୂର୍ଣ୍ଣ ଆରୋଗ୍ୟକୁ ପ୍ରାଥମିକତା ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

FDAର ନୋଟିସ୍ ପରେ ଶାହରୁଖ ଖାନଙ୍କ ବୟାନ ଭାଇରାଲ !
ବିମଳ ଇଲାଇଚି ବିଜ୍ଞାପନକୁ ନେଇ ଫସିଲେ ବଲିଉଡର ତିନି ବଡ଼ ଷ୍ଟାର! ଶାହରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫଙ୍କୁ ୠଊଇର ନୋଟିସ ପରେ ଏବେ ଭାଇରାଲ ହେଉଛି ଶାହରୁଖଙ୍କ ଏକ ପୁରୁଣା ବୟାନ। ଯେଉଁଥିରେ ଶାହରୁଖ କହିଥିଲେ—ଯଦି କୌଣସି ପ୍ରଡକ୍ଟ ସ୍ୱାସ୍ଥ୍ୟ ପାଇଁ ହାନିକାରକ, ତେବେ ସରକାର ତାହାକୁ ବଜାରରେ ବିକ୍ରି ହେବାକୁ କାହିଁକି ଦେଉଛନ୍ତି? ତେବେ ନିଜ ବୟାନ ପାଇଁ ଏବେ ଶାହରୁଖ ନିଜେ ଚର୍ଚ୍ଚାରେ କାହିଁକି? ଜାଣନ୍ତୁ ପୂରା ମାମଲା।
ବିମଳ ଇଲାଇଚି ବିଜ୍ଞାପନକୁ ନେଇ ବଲିଉଡର ତିନି ଜଣ ଚର୍ଚ୍ଚିତ ଅଭିନେତା—ଶାହରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫଙ୍କୁ ନୋଟିସ ଜାରି ହୋଇଛି। ମହାରାଷ୍ଟ୍ର ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ୍, ଅର୍ଥାତ୍ ୠଊଇ ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି। ୠଊଇର ଅଭିଯୋଗ ହେଉଛି, ବିମଳ ଇଲାଇଚିର ବିଜ୍ଞାପନ ମାଧ୍ୟମରେ ପରୋକ୍ଷ ଭାବେ ରାଜ୍ୟରେ ପ୍ରତିବନ୍ଧିତ ବିମଳ ପାନ ମସଲାର ପ୍ରଚାର କରାଯାଉଛି। ଏହି ମାମଲାରେ ତିନି ଅଭିନେତାଙ୍କୁ ନୋଟିସ ଦେଇ ୧୫ ଦିନ ମଧ୍ୟରେ ନିଜ ପକ୍ଷ ରଖିବାକୁ କୁହାଯାଇଛି। ଏହି ଘଟଣା ମଧ୍ୟରେ ଏବେ ଶାହରୁଖ ଖାନଙ୍କର ଏକ ପୁରୁଣା ବୟାନ ସୋସିଆଲ ମିଡିଆରେ ପୁଣିଥରେ ଭାଇରାଲ ହେଉଛି।

କିଛି ବର୍ଷ ପୂର୍ବେ ଏକ ସାକ୍ଷାତକାରରେ ଶାହରୁଖଙ୍କୁ ପଚରାଯାଇଥିଲା—ସେଲିବ୍ରିଟିମାନେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରୁଥିବା ଉତ୍ପାଦର ବିଜ୍ଞାପନ କରିବା ଉଚିତ କି? ଏହାର ଉତ୍ତରରେ ଶାହରୁଖ କହିଥିଲେ, ଯଦି କୌଣସି ଉତ୍ପାଦ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, ତେବେ ସରକାର ତାହାକୁ ବଜାରରେ ବିକ୍ରି ପାଇଁ ଅନୁମତି ଦେବା ଉଚିତ ନୁହେଁ। ସେ ଉଦାହରଣ ଦେଇ କହିଥିଲେ, ଯଦି ସିଗାରେଟ ସ୍ୱାସ୍ଥ୍ୟ ପାଇଁ ହାନିକାରକ, ତେବେ ଏହାର ଉତ୍ପାଦନ ବନ୍ଦ କରାଯାଉ। ଯଦି ସଫ୍ଟ ଡ୍ରିଙ୍କ୍ସ ଖରାପ, ତେବେ ତାହାର ଉତ୍ପାଦନ ମଧ୍ୟ ବନ୍ଦ କରାଯାଉ। ତାଙ୍କ ଯୁକ୍ତି ଥିଲା, ସରକାର ଯଦି ଏହି ଉତ୍ପାଦଗୁଡ଼ିକୁ ବନ୍ଦ କରୁନାହାନ୍ତି, ତେବେ ଏଥିରୁ ସରକାରଙ୍କୁ ରାଜସ୍ୱ ମିଳୁଛି। ତେଣୁ କେବଳ ଏଭଳି ଉତ୍ପାଦର ବିଜ୍ଞାପନ କରୁଥିବା ଅଭିନେତାଙ୍କ ରୋଜଗାରକୁ ଦୋଷ ଦେବା ଠିକ୍ ନୁହେଁ ବୋଲି ସେ କହିଥିଲେ।

FDA ନୋଟିସରେ କଣ କୁହାଯାଇଛି?

FDA ପକ୍ଷରୁ ତିନି ଅଭିନେତାଙ୍କୁ ବିମଳ ଇଲାଇଚି ଏକ ସ୍ୱତନ୍ତ୍ର ଉତ୍ପାଦ କି ନୁହେଁ, ଏବଂ ଏହା ବଜାରରେ ସ୍ୱତନ୍ତ୍ର ଭାବେ ବିକ୍ରି ହେଉଛି କି ନାହିଁ—ସେନେଇ ପ୍ରମାଣ ଦେବାକୁ କୁହାଯାଇଛି। ଏହା ସହିତ, ଯେଉଁ ଟିଭି ଚ୍ୟାନେଲ, ଡିଜିଟାଲ ପ୍ଲାଟଫର୍ମ ଓ ସୋସିଆଲ ମିଡିଆରେ ଏହି ବିଜ୍ଞାପନ ପ୍ରସାରିତ କିମ୍ବା ପ୍ରକାଶିତ ହୋଇଛି, ସେସବୁ ସମ୍ପର୍କିତ ତଥ୍ୟ ମଧ୍ୟ ମଗାଯାଇଛି। ନୋଟିସରେ ଅଭିନେତାମାନେ ଏବଂ ବ୍ରାଣ୍ଡ ମାଲିକଙ୍କ ମଧ୍ୟରେ ହୋଇଥିବା ବାଣିଜ୍ୟିକ କିମ୍ବା ଆଇନଗତ ଚୁକ୍ତି ସମ୍ପର୍କରେ ମଧ୍ୟ ତଥ୍ୟ ଦେବାକୁ କୁହାଯାଇଛି। ଏବେ ନଜର ରହିଛି, ୧୫ ଦିନ ମଧ୍ୟରେ ଶାହରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫ ୠଊଇକୁ କଣ ଜବାବ ଦେଉଛନ୍ତି। ତେବେ ୠଊଇର ନୋଟିସ ପରେ ଶାହରୁଖଙ୍କ ଏହି ପୁରୁଣା ବୟାନ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଚର୍ଚ୍ଚାରେ କଟାକ୍ଷଭରା ପୋଷ୍ଟ
ବଲିଉଡ୍ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କ ପୂର୍ବତନ ସ୍ୱାମୀ ମୋହସିନ୍ ଅଖତର ନିକଟରେ ତାଙ୍କର ଦ୍ୱିତୀୟ ପତ୍ନୀ ନିଧା ଭଟ୍ଟଙ୍କ ସହ ରିସେପ୍ସନ୍‌ର କିଛି ରୋମାଣ୍ଟିକ୍ ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି । ତେବେ ଏହାପରେ ଉର୍ମିଳା କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବର୍ତ୍ତମାନ ଆଲୋଚନା ଜାରି ରହିଛି । ଉର୍ମିଳାଙ୍କ ଏକ ଗୁପ୍ତ ବା 'କ୍ରିପ୍ଟିକ୍' ପୋଷ୍ଟ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଉର୍ମିଳା ନିଜ ଇନ୍‌ଷ୍ଟାଗ୍ରାମ୍ ଷ୍ଟୋରୀରେ "ମୋତେ ପ୍ରେମ, ବିଶ୍ୱସ୍ତତା ଏବଂ ସମୟ ଭଳି ମୂଲ୍ୟବାନ ଜିନିଷ ପସନ୍ଦ" ବୋଲି ଲେଖିଥିଲେ। ଯଦିଓ ଉର୍ମିଳା ମୋହସିନ୍‌ଙ୍କ ନାମ ନେଇ କୌଣସି ପ୍ରତ୍ୟକ୍ଷ ବକ୍ତବ୍ୟ ଦେଇନାହାନ୍ତି, ତଥାପି ଏହାକୁ ତାଙ୍କ ପୂର୍ବତନ ସ୍ୱାମୀଙ୍କୁ ଉଦ୍ଦିଷ୍ଟ ବୋଲି ଆକଳନ କରାଯାଉଛି । ସୂଚନାଅନୁସାରେ ୨୦୧୪ରେ ଫ୍ୟାଶନ୍ ଡିଜାଇନର ମନୀଷ ମାଲହୋତ୍ରାଙ୍କ ସମ୍ପର୍କୀୟଙ୍କ ବାହାଘରରେ କାଶ୍ମୀରୀ ବ୍ୟବସାୟୀ  ମଡେଲ୍‌ ମୋହସିନ୍‌ଙ୍କ ସହ ଉର୍ମିଳାଙ୍କ ସାକ୍ଷାତ ହୋଇଥିଲା ଏବଂ ୪ ଫେବୃଆରୀ ୨୦୧୬ରେ ଉଭୟ ବିବାହ କରିଥିଲେ । ହେଲେ  ୨୦୨୪ ସେପ୍ଟେମ୍ବରରେ ଉର୍ମିଳା ମୁମ୍ବାଇ ଆଦାଲତରେ ଛାଡ଼ପତ୍ର ଆବେଦନ କରିବା ପରେ ଦୁହେଁ ଅଲଗା ହୋଇଥିଲେ ।  ମୋହସିନ୍ 'ଲକ୍ ବାଏ ଚାନ୍ସ' ଓ 'ବି.ଏ. ପାସ୍' ଭଳି ଫିଲ୍ମରେ କାମ କରିଥିବା ବେଳେ,  ଉର୍ମିଳା ନବେଦଶକର ସୁପରହିଟ ହିରୋଇନ ଥିଲେ ।

ପରମ୍ପରା ପ୍ରିୟ ପିସି
ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ସିଦ୍ଧି ବିନାୟକ ମନ୍ଦିରରେ ଦର୍ଶନ କରୁଥିବାର ନଜର ଆସିଛନ୍ତି, ଯାହାପରେ ଫ୍ୟାନମାନେ ତାଙ୍କୁ ପରମ୍ପରା ପ୍ରିୟ ବୋଲି ଆଖ୍ୟା ଦେଇଛନ୍ତି । ଏହା ପୂର୍ବରୁ ମଧ୍ୟ ସୋସିଆଲ ମିଡିଆରେ ସେ ନିଜ ଝିଅ ମାଲତୀ ମେରୀଙ୍କୁ ଦୁର୍ଗା ସପ୍ତଶତୀ ମନ୍ତ୍ର ଶିଖାଉଥିବାର ଏକ ଭାବପୂର୍ଣ୍ଣ ଭିଡିଓ ଭାଇରାଲ ହୋଇଥିଲା । ତେବେ ସୂଚନା ଅନୁସାରେ ତାଙ୍କର ଆଗାମୀ ଭାରତୀୟ ଚଳଚ୍ଚିତ୍ର 'ବାରାଣସୀ'ର ସୁଟିଂ ପାଇଁ ମୁମ୍ବାଇରେ ପହଞ୍ଚିବାପରେ ସେ ସିଦ୍ଧିବିନାୟକ ମନ୍ଦିର ଦର୍ଶନ କରିଥିଲେ । ଏପରିକି ସେ ମନ୍ଦିର ପରିସର ବାହାରେ ମଧ୍ୟ ଖାଲି ପାଦରେ ଚାଲୁଥିବାର ନଜର ଆସିଥିଲେ । ନିର୍ଦ୍ଦେଶକ ଏସ.ଏସ. ରାଜାମୌଳିଙ୍କ ଏହି ବହୁପ୍ରତୀକ୍ଷିତ ଆକ୍ସନ - ଆଡଭେଞ୍ଚର ଫିଲ୍ମ ମାଧ୍ୟମରେ ସେ ଦୀର୍ଘ ଦିନ ପରେ ଭାରତୀୟ ସିନେମାକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଏଥିରେ ସାଉଥ୍ ଷ୍ଟାର୍ ମହେଶ ବାବୁ ('ରୁଦ୍ର' ଭୂମିକାରେ) ଏବଂ ପୃଥ୍ବୀରାଜ ସୁକୁମାରନ୍ (ଖଳନାୟକ ଭୂମିକାରେ) ମୁଖ୍ୟ ଭୂମିକାରେ ଅଛନ୍ତି । ଏହି ଫିଲ୍ମରେ ଜଣେ ଇତିହାସକାର ଓ କୁଶଳୀ ନିଶାଣବାଜ 'ମନ୍ଦାକିନୀ' ଚରିତ୍ରରେ ଅଭିନୟ କରୁଛନ୍ତି, ଯାହାର କାହାଣୀ ଏକ ପ୍ରାଚୀନ ମହାଜାଗତିକ କଳାକୃତିର ସନ୍ଧାନରେ ଆଫ୍ରିକା, ଆଣ୍ଟାର୍କଟିକା ଓ ଇଉରୋପ ପର୍ଯ୍ୟନ୍ତ ଗତିଶୀଳ ହେବ ଏବଂ ଏହା ୭ ଏପ୍ରିଲ ୨୦୨୭ରେ ପ୍ରେକ୍ଷାଳୟକୁ ଆସିବ । ମୁମ୍ବାଇ ପରେ ହାଇଦ୍ରାବାଦ ସୁଟିଂ ପାଇଁ ପ୍ରସ୍ତୁତ ହେଉଥିବା ପ୍ରିୟଙ୍କାଙ୍କ ହାତରେ ହଲିଉଡର ସାଇନ୍ସ-ଫିକସନ୍ ଥ୍ରିଲର 'ବ୍ଲୁଫ୍ଲାଇ'  ପରି ବଡ଼ ପ୍ରୋଜେକ୍ଟ ମଧ୍ୟ ରହିଛି ।

ପୁନମଙ୍କ ଚେତାବନୀ
ସିନେ ଆଣ୍ଡ ଟିଭି ଆର୍ଟିଷ୍ଟସ ଆସୋସିଏସନର କାର୍ଯ୍ୟକାରୀ କମିଟିରୁ ୮ ଜଣ ନିର୍ବାଚିତ ସଦସ୍ୟଙ୍କ ସମେତ ମୋଟ ୧୧ ଜଣ ସଦସ୍ୟ ଏକାସାଙ୍ଗରେ ଇସ୍ତଫା ଦେବା ଏବଂ ବର୍ତ୍ତମାନର ନେତୃତ୍ୱ ଉପରେ ଗମ୍ଭୀର ଅଭିଯୋଗ ଆଣିବା ଘଟଣା ବଲିଉଡରେ ଏକ ବଡ଼ ବିବାଦ ସୃଷ୍ଟି କରିଛି । ଇସ୍ତଫା ଦେଇଥିବା ସଦସ୍ୟ ହେମନ୍ତ ପାଣ୍ଡେ, ମୁକେଶ ଋଷି, ସାହିଲା ଚଡ୍ଡା, ହେତଲ ପରମାର, ପୁନୀତ ଇସର, ବିନ୍ଦୁ ଦାରା ସିଂ, ବିକାଶ ବର୍ମା ଓ ଦୀପକ ପାରାଶର ଅଭିଯୋଗ କରିଛନ୍ତି ଯେ ଅଧ୍ୟକ୍ଷା ପୁନମ୍ ଢିଲୋନ୍ ଏବଂ ବରିଷ୍ଠ ଉପାଧ୍ୟକ୍ଷା ପଦ୍ମିନୀ କୋଲ୍ହାପୁରେ କମିଟିର ଆଲୋଚନା କିମ୍ବା ମଞ୍ଜୁରୀ ବିନା ଏକଚାଟିଆ ଭାବେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି । ନିଜର ବ୍ୟକ୍ତିଗତ ଆଇଡିରୁ ସରକାରୀ ଅଧିକାରୀଙ୍କ ସହ ଯୋଗାଯୋଗ କରୁଛନ୍ତି ଏବଂ ସଂଗଠନର ନିୟମାବଳୀକୁ ଉଲ୍ଲଂଘନ କରୁଛନ୍ତି । ଯାହା ଫଳରେ ସେମାନେ ନୂତନ ନିର୍ବାଚନ ଦାବି କରିଛନ୍ତି । ସାଧାରଣ ସମ୍ପାଦିକା ଉପାସନା ସିଂହ ମଧ୍ୟ କ୍ଷମତାର ଅପବ୍ୟବହାର ଓ ସ୍ୱଚ୍ଛତାର ଅଭାବ ନେଇ ଏହି ଅଭିଯୋଗକୁ ନିଶ୍ଚିତ କରିଛନ୍ତି । ଅପରପକ୍ଷରେ, ଏହି ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ଆପତ୍ତିଜନକ ଓ ଭିତ୍ତିହୀନ ବୋଲି କହି ପ୍ରତ୍ୟାଖ୍ୟାନ କରିଛନ୍ତି ପୁନମ୍ ଢିଲୋନ୍ । ସେ ସ୍ପଷ୍ଟ କରିଛନ୍ତି ଯେ ୪୨ ବର୍ଷର କ୍ୟାରିୟର ପରେ ସଂଗଠନ ସହ ବିଶ୍ୱାସଘାତକତା କରିବାର ପ୍ରଶ୍ନ ହିଁ ଉଠୁନାହିଁ । ନିକଟରେ ଚାରୋଟି କାର୍ଯ୍ୟକ୍ରମ ମାଧ୍ୟମରେ ସଂଗଠନ ପାଇଁ ୧ କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରାଯାଇଛି । ତେବେ ବିନା ଫି’ରେ ପ୍ରଦର୍ଶନ କରିଥିବା କବିତା କୃଷ୍ଣମୂର୍ତ୍ତି, ମଧୁଶ୍ରୀ ଓ ନିତିନ ମୁକେଶଙ୍କ ଭଳି କଳାକାରଙ୍କୁ ସମ୍ମାନାର୍ଥ ସାଢ଼ୀ ଓ କୁର୍ତ୍ତା ଉପହାର ଦେବାକୁ ନେଇ କିଛି ସଦସ୍ୟ ଅନାବଶ୍ୟକ ବିବାଦ ଛିଡ଼ା କରୁଛନ୍ତି । ସିନେ ଆର୍ଟିଷ୍ଟସ ୱେଲଫେୟାର ଟ୍ରଷ୍ଟ ଉପରେ କବଜା କରିବାରେ ବିଫଳ ହେବାରୁ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଏହି ଷଡଯନ୍ତ୍ର କରୁଛନ୍ତି ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି । ସେହିଭଳି ନିଜର ଆତ୍ମସମ୍ମାନ ଓ ସୁନାମ ରକ୍ଷା ପାଇଁ ମାନହାନି ମୋକମଦ୍ଦମା କରିବାର ଆଇନଗତ ବିକଳ୍ପ ମଧ୍ୟ ରହିଛି ବୋଲି ପୁନମ ଚେତାବନୀ ଦେଇଛନ୍ତି ।