ଓଡ଼ିଶା - Samaya Live

ଥାନା ବାବୁଙ୍କ ନାଁ ରେ ଯୁବତୀଙ୍କ ଅଭିଯୋଗ
ବାରିପଦା : ଖାକିରେ ଲାଗିଲା ଦାଗ। ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା । ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ୍ ଥାନାରେ କାର୍ଯ୍ୟରତ ସବ୍-ଇନ୍ସପେକ୍ଟରଙ୍କ ନାଁରେ ଆସିଛି ସଙ୍ଗିନ ଅଭିଯୋଗ । ବାରିପଦା ଟାଉନଥାନା କାର୍ଯ୍ୟରତ ସବ-ଇନସପେକ୍ଟର ପ୍ରଭାତ ନାୟକ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଧୋକା ଦେଇଥିବା ଅଭିଯୋଗ ହୋଇଛି।  ଘଟଣାରେ ସବ-ଇନସପେକ୍ଟର ପ୍ରଭାତ ନାୟକଙ୍କୁ ଅଟକ ରଖାଯାଇଛି ।

ଘଟଣା ଅନୁସାରେ, ପୁରୀ ଅଞ୍ଚଳର ଜଣେ ଯୁବତୀଙ୍କ ସହ ଏସଆଇ ପ୍ରଭାତ କୁମାର ନାୟକ   ସୋସିଆଲ ମିଡିଆ ସଂସ୍ପର୍ଶରେ ଆସି ବନ୍ଧୁତା କରିଥିଲେ । ଏହାପରେ ଦୁହିଁଙ୍କ ମଧ୍ୟରେ ଦେଖା ସାକ୍ଷାତ ହୋଇଥିଲା । ପରେ ଏସଆଇ ଜଣକ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଦୀର୍ଘ ଦିନ ଧରି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଯେତେବେଳେ ଯୁବତୀ ଜଣକ ବିବାହ କରିବାକୁ ଜିଦ୍ କଲେ ଅଭିଯୁକ୍ତ ଏସଆଇ ତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଇଥିଲେ ବୋଲି ଯୁବତୀ ଜଣକ ଏତଲାରେ ଦର୍ଶାଇଛନ୍ତି । ଏପରିକି ପ୍ରଭାତ ନାୟକ ନିଜ ସର୍ଭିସ୍ ପିସ୍ତଲ ଦେଖାଇ ଜୀବନରୁ ମାରିଦେବାର ଧମକ ଦେଇଥିଲେ ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି । ଏତଲାରେ ଅଭିଯୁକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଯୁବତୀ । ଏହି ଘଟଣାରେ  ଏସଆଇଙ୍କ ବିରୋଧରେ ବାରିପଦା ଟାଉନ୍ ଥାନାରେ କେସ୍ ନମ୍ବର ୫୪୨ (ଅଗଷ୍ଟ ୨୨, ୨୦୨୬) ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ।

ପୁଣି ଲଘୁଚାପ, ସପ୍ତାହେ ଧରି ଭିଜିବ ଓଡିଶା
ଭୁବନେଶ୍ବର : ଲଗାତାର ଲଘୁଚାପ ବର୍ଷାରେ ହନ୍ତସନ୍ତ ପରେ ଲାଗିଥିଲା ସାମୟିକ ବ୍ରେକ । ପୁଣି ଆଗକୁ ସପ୍ତାହେ ଧରି ଭିଜିବ ଓଡିଶା । ବଙ୍ଗୋପସାଗରରେ ପଛକୁ ପଛ ପୁଣି ଆସୁଛି ଆଉ ୨ଟି ଲଘୁଚାପ । ଗୋଟିଏ ରହିଛି ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଉପରେ । ସେହିପରି ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଉପରେ ବି ରହିଛି ଏକ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବ। ଓଡ଼ିଶାରେ ପୁଣି ସକ୍ରିୟ ହେବ ବର୍ଷା । ୨୪ରୁ ୨୭ ତାରିଖ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ପାଇଁ ୱାର୍ଣ୍ଣିଂ ଜାରିକରିଛି ପାଣିପାଗ ବିଭାଗ  ।

ମିଆଁମାର ଉପରେ ଥିବା ଘୂର୍ଣ୍ଣିବଳୟ ଓ ବାଂଲାଦେଶ ନିକଟରେ ଥିବା ଘୂର୍ଣ୍ଣିବଳୟ ମିଶି ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି କରିପାରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ । ସମ୍ଭବତଃ ୨୩ ତାରିଖବେଳକୁ ଏହା ଲଘୁଚାପ ରୂପ ନେଇପାରେ । ଏହା ପ୍ରଭାବରେ ଓଡ଼ିଶାରେ ୨୨ ତାରିଖ ରାତିରୁ ବର୍ଷା ଆରମ୍ଭ ହେବା ସମ୍ଭାବନା ରହିଛି  । ତେଣୁ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ହୋଇଛି । ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ରାୟଗଡ଼ା ଓ ଗଜପତିକୁ ଆଲର୍ଟ କରାଯାଇଛି । ବାକି ସବୁ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ । ଆସନ୍ତାକାଲି ପ୍ରବଳ ବର୍ଷା ପାଇଁ ୫ ଜିଲ୍ଲାକୁ ଦିଆଯାଇଛି ଅରେଞ୍ଜ ୱାର୍ଣ୍ଣିଂ । IMDର ଆକଳନ ଅନୁସାରେ ୨୪ରୁ ୨୭ ତାରିଖ ମଧ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ବର୍ଷାର ପ୍ରଭାବ ଅଧିକ ରହିବା ଆଶଙ୍କା । ଉତ୍ତର ଓଡ଼ିଶା ଏବେ ବନ୍ୟା ପ୍ରଭାବିତ ହୋଇଛି । ସୁବର୍ଣ୍ଣରେଖା ବନ୍ୟା ଯୋଗୁ ପ୍ରଭାବିତ ଅଞ୍ଚଳରେ ଚାଲିଛି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ । ତେଣୁ ପୁଣି ପ୍ରବଳ ବର୍ଷା ହେଲେ ତଳିଆ ଅଞ୍ଚଳ ଓ ଜଳ ନିଷ୍କାସନ ସମସ୍ୟା ଥିବା ସ୍ଥାନଗୁଡ଼ିକ ଉପରେ ଅଧିକ ନଜର ରହିବ।

ସେପ୍ଟେମ୍ବର ୧୭ରେ ମହାନଦୀ ଜଳ ବିବାଦ ପରବର୍ତ୍ତୀ ଶୁଣାଣି
ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ମହାନଦୀ ଜଳ ବିବାଦର ପରବର୍ତ୍ତୀ ଶୁଣାଣି ଅନୁଷ୍ଠିତ ହେବ। ଦୀର୍ଘ ଦିନର ଏହି ବିବାଦ ଆସନ୍ତା ଦୀପାବଳି ପୂର୍ବରୁ ସମାଧାନ ହୋଇଯିବ ବୋଲି ଆଶା କରାଯାଉଛି । ଓଡ଼ିଶା ଓ ଛତିଶଗଡ଼-ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସକରାତ୍ମକ ଆଭିମୁଖ୍ୟ ଯୋଗୁଁ ଆଜି ଏହି ମାମଲା ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିପାରିଛି ବୋଲି ଆଡଭୋକେଟ୍ ଜେନେରାଲ୍‌ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ଏ ସଂକ୍ରାନ୍ତରେ ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଥିଲା, ଯେଉଁଥିରେ ଟ୍ରିବ୍ୟୁନାଲ୍ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସକ୍ରିୟ ପ୍ରୟାସ ପାଇଁ ଦୃଢ଼ ପ୍ରଶଂସା କରିଥିଲେ।

ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶକ୍ରମେ ସେଣ୍ଟ୍ରାଲ ୱାଟର କମିଶନ (CWC) ପକ୍ଷରୁ ଗଠିତ ଉଚ୍ଚସ୍ତରୀୟ ବୈଷୟିକ କମିଟିର ବୈଠକ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇସାରିଛି । ଏହି କମିଟିରେ ଦୁଇ ରାଜ୍ୟର ବରିଷ୍ଠ ଇଞ୍ଜିନିୟର ଏବଂ CWCର ସଦସ୍ୟମାନେ ସାମିଲ ଅଛନ୍ତି । ସେମାନେ ଜଳ ବଣ୍ଟନର ବିଭିନ୍ନ ବୈଷୟିକ ଦିଗକୁ ଅନୁଧ୍ୟାନ କରି ସମାଧାନର ସୂତ୍ର ବାହାର କରିବେ। ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ଏହି ବହୁଚର୍ଚ୍ଚିତ ଜଳ ବିବାଦର ସ୍ଥାୟୀ ସମାଧାନ କରାଯିବ ବୋଲି ଶ୍ରୀ ଆଚାର୍ଯ୍ୟ ଆଶାପ୍ରକାଶ କରିଛନ୍ତି।

ଜୁଲାଇ ୩୦ ତାରିଖରେ, କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଓଡିଶା ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ସେହି ବୈଠକ ପରେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଶା ପ୍ରକାଶ କରିଥିଲେ ଯେ ତିନି ମାସ ମଧ୍ୟରେ କିମ୍ବା ଦୀପାବଳି ପୂର୍ବରୁ ଏକ ସମାଧାନ ହୋଇପାରିବ।

୨୦୨୬-୨୭ ଖରିଫ ଧାନ ସଂଗ୍ରହ ପାଇଁ ୭ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀଙ୍କ ପଞ୍ଜୀକରଣ
ଭୁବନେଶ୍ବର :  ୨୦୨୬-୨୭ ଖରିଫ ଧାନ ସଂଗ୍ରହପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭ଲକ୍ଷ ୧୮ହଜାରରୁ ଅଧିକ ଚାଷୀ ନାମ ପଞ୍ଜୀକରଣ । ଗତକାଲି ଗୋଟିଏ ଦିନରେ ଗୋଟିଏ ଦିନରେ ୧ ଲକ୍ଷ ୨୦ ହଜାର ଚାଷୀ ପଞ୍ଜୀକରଣ କରିଥିବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ପ୍ରାଥମିକ କୃଷି ସମବାୟ ସମିିତି(ପାକ୍ସ), ବୃହତ୍‌ ଆଦିବାସୀ ବହୁମୁଖୀ ସମବାୟ ସମିତି (ଲାମ୍ପ୍ସ) ଓ ପାଣି ପଞ୍ଚାୟତରେ ପଞ୍ଜୀକରଣ କରାଯାଉଛି । ଖରିଫ ଧାନ କିଣା ପାଇଁ ଅଗଷ୍ଟ ୬ ତାରିଖରୁ ଚାଷୀ ପଞ୍ଜିକରଣ ଆରମ୍ଭ ହୋଇଛି । ଏହି ପଞ୍ଜିକରଣ ପ୍ରକ୍ରିୟା ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।
ସୂଚନା ମୁତାବକ, ବରଗଡ଼ ଜିଲାରେ ପ୍ରାୟ ୭୫ହଜାର, ବାଲେଶ୍ୱରରେ ୫୦ହଜାର, କଳାହାଣ୍ଡିରେ ୪୯ହଜାର, ଗଞ୍ଜାମରେ ୪୯ହଜାର ଓ ବଲାଙ୍ଗିରରେ ପ୍ରାୟ ୩୧ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି । ରାଜ୍ୟର ୨୯୧୨ଟି ପାକ୍ସ ଓ ୪ଟି ପାଣି ପଞ୍ଚାୟତରେ ଏହି ପଞ୍ଜୀକରଣ କାର୍ଯ୍ୟ ଚାଲିଛି । ଚଳିତ ପଞ୍ଜୀକରଣ ପ୍ରକ୍ରିୟା ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ସମବାୟ ବିଭାଗ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଓ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମନ୍ୱୟରେ କରାଯାଉଛି ।

ନିରବିଲେ ପ୍ରଣବ
ପ୍ରଣବ କିଶୋର ପଟ୍ଟନାୟକ ଓଡ଼ିଆ ସଙ୍ଗୀତ ଜଗତର ଜଣେ ଅନ୍ୟତମ ଶ୍ରେଷ୍ଠ ଗାୟକ, ଯିଏକି ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ଓଡିଆ ସଙ୍ଗୀତ ଜଗତରେ ଆଧିପତ୍ୟ ବିସ୍ତାର କରିରହିଥିଲେ ।  ଅଗଷ୍ଟ ୨୧, ୨୦୨୬ରେ ୮୮ ବର୍ଷରେ ତାଙ୍କର ଦେହାନ୍ତ ହୋଇଛି, ତାଙ୍କ କଣ୍ଠ ଆଜି ନିରବି ଯାଇଛି ସତ ହେଲେ ସେ ଶ୍ରୋତାଙ୍କ ହୃଦୟରେ ସବୁବେଳେ ତାଙ୍କ ସଙ୍ଗୀତ ମାଧ୍ୟମରେ ଜୀବନ୍ତ ରହିବେ । ୧୯୩୮ ମସିହା ଜାନୁଆରୀ ୨୦ ତାରିଖରେ ଜନ୍ମଗ୍ରହଣ କରିଥିବା ପ୍ରଣବ ପଟ୍ଟନାୟକ ତାଙ୍କ ପିତା ଦ୍ୱାରା ଅତ୍ୟନ୍ତ ଅନୁପ୍ରାଣିତ ହୋଇଥିଲେ, ଯିଏକି ସ୍ୱର୍ଗତ ଲାଲ ମୋହନ ପଟ୍ଟନାୟକ (ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି) ଥିଲେ । ସେ ଓଡ଼ିଶୀ, ଲୋକଗୀତ, ଭକ୍ତିଗୀତ ଓ ଭଜନ, ସେମି କ୍ଲାସିକାଲ୍, ପାରମ୍ପରିକ, ହିନ୍ଦୀ ଗୀତ ଏବଂ ଗଜଲ ଭଳି ସଙ୍ଗୀତର ବିଭିନ୍ନ ବିଭାଗରେ ନିଜର କଣ୍ଠଦାନ କରିଛନ୍ତି। ଗୁରୁ କୁନାଲ ଆଦିନାରାୟଣଙ୍କ ତାଲିମ ଅଧୀନରେ ସେ ଆନୁଷ୍ଠାନିକ ଭାବେ ସଙ୍ଗୀତ ଜଗତରେ ପାଦ ଥାପିଥିଲେ । ୧୯୫୮ ମସିହାରେ "ମା" ଫିଲ୍ମ ମାଧ୍ୟମରେ ସେ ପ୍ରଥମ ଥର ପାଇଁ ପ୍ରଚ୍ଛଦପଟ ଗାୟକ (ପ୍ଲେବ୍ୟାକ୍ ସିଙ୍ଗର) ଭାବରେ ନିଜର ସଙ୍ଗୀତ କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କୁ ହେମଲତା, ବାଣୀ ଜୟରାମ, ଏସ. ଜାନକୀ, ପି. ସୁଶୀଳା, ନିର୍ମଳା ମିଶ୍ର, ଭୂପିନ୍ଦର ସିଂହ, ଉଷା ମଙ୍ଗେସକର ଏବଂ ହୈମନ୍ତୀ ଶୁକ୍ଲାଙ୍କ ଭଳି ପ୍ରସିଦ୍ଧ ଗାୟକ-ଗାୟିକାଙ୍କ ସହ ଗାଇବାର ସୁଯୋଗ ମିଳିଥିଲା । ସେ ଏକମାତ୍ର ଓଡ଼ିଆ ପ୍ରଚ୍ଛଦପଟ ଗାୟକ, ଯିଏକି ଓଡ଼ିଶା ସରକାରଙ୍କ ଦ୍ୱାରା ଏକାଧିକ ଥର "ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ପୁରସ୍କାର"ରେ ସମ୍ମାନିତ ହୋଇଛନ୍ତି । ସଙ୍ଗୀତ ଦୁନିଆର ଶ୍ରେଷ୍ଠ ପୁରସ୍କାର ଜୟଦେବ ପୁରସ୍କାରରେ ମଧ୍ୟ ସେ ସମ୍ମାନୀତ ହୋଇଛନ୍ତି । ତାଙ୍କ ଗୀତଗୁଡ଼ିକର କଣ୍ଠଶୈଳୀ ଅତ୍ୟନ୍ତ ବ୍ୟାପକ ଏବଂ ତାଙ୍କର ଗାଇବାର ନିଆରା ଶୈଳୀ ଅତୁଳନୀୟ । ତାଙ୍କ ଗୀତ ଶ୍ରୋତାମାନଙ୍କୁ ସୃଷ୍ଟିର ସର୍ବୋଚ୍ଚ ସତ୍ତାକୁ ଉପଲବ୍ଧି କରାଏ । ସେ ଓଡ଼ିଶା ଏବଂ ଓଡ଼ିଶା ବାହାରର ପ୍ରାୟ ସମସ୍ତ ସଙ୍ଗୀତ ନିର୍ଦ୍ଦେଶକଙ୍କ ଅଧୀନରେ ୨୦୦ରୁ ଅଧିକ ଓଡ଼ିଆ ଫିଲ୍ମରେ ନିଜର ସ୍ୱର ଦେଇଛନ୍ତି । ଓଡିଆ ସଙ୍ଗୀତ ଦୁନିଆର ଅନେକ କଳାକାରଙ୍କର ସେ ଥିଲେ ମାର୍ଗଦର୍ଶକ ଓ ପ୍ରେରଣା । ଅନେକ ତାଙ୍କୁ ଦେଖି ତାଙ୍କଠାରୁ ଶିଖି ଏହି ସଙ୍ଗୀତ ଦୁନିଆରେ ପାଦ ଥାପିଥିଲେ । ତାଙ୍କ ପଥ ଅନୁସରଣ କରି ଅନେକଙ୍କୁ ସେମାନଙ୍କ କ୍ୟାରିୟରରେ ସଫଳତା ମିଳିଛି । ସେ ଆଜି ନାହାନ୍ତି ସତ ହେଲେ ତାଙ୍କ ଗୀତ ଓଡିଆ ସଙ୍ଗୀତ ତଥା ଓଡିଆ ଶିଳ୍ପୀ ଓ ଦର୍ଶକଙ୍କ ପାଇଁ ସବୁବେଳେ ଅଭୁଲା ହୋଇ ରହିବ ।

ମାନସମ୍ମାନ

୨୦୨୩ - ବାଳକୃଷ୍ଣ ଦାଶ ସ୍ମାରକୀ ସମ୍ମାନ

୨୦୧୬ - ଜୟଦେବ ପୁରସ୍କାର

୨୦୧୭ - ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ

୨୦୧୧ - ପ୍ରଫୁଲ୍ଲ କର ସମ୍ମାନ

୨୦୧୦ - ବିଗଓଡ଼ିଆ ଏଣ୍ଟରଟେନମେଣ୍ଟ ଆୱାର୍ଡ଼

୧୯୯୭-୯୮ - ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଆୱାର୍ଡ଼

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

୧୯୯୩ -ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ (ଆଶା)

୧୯୮୯ - ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ (ପ୍ରତିଶୋଧ ଅପରାଧ ନୁହେଁ)

୧୯୮୮ - ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ (କନ୍ୟାଦାନ)

୧୯୮୩ - ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ (ଝିଅଟି ସୀତା ପରି)

୧୯୮୨ - ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ (ଅସ୍ତରାଗ)

୧୯୭୬ - ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ (ସିନ୍ଦୂର ବିନ୍ଦୁ)

କାଳଜୟୀ ସଙ୍ଗୀତ

ଆସ ପ୍ରିୟତମା, ସାଥିରେ ଆମ ଗୀତିରେ     ଶଙ୍ଖ ମହୂରୀ

ଏହି କି ବିଚାର                          ସାକ୍ଷୀ ଗୋପୀନାଥ

ଏ ଗ୍ରାମର ଚଷାଭାଇ, ଇନ୍ଦ୍ରଧନୁର ସପ୍ତରଙ୍ଗୁ  ସମର୍ପଣ

ମଧୁଝରା ଫୁଲବନେ, ଜୀବନ ଯମୁନା ନଈ   ପିପାସା

ରାତି ପାହିଥିଲେ                              କୁଳ ଚନ୍ଦ୍ରମା

ପୂରିଲା ଆଶା ମୋର, ହାତୀ ଝୁଲୁଥାଏ       ପରିବାର

ମାଝିରେ ଉଆସ ରାତି, ଉର୍ମି ଅଧୀରା ରୂପସୀ ଚିଲିକା  ଚିଲିକା ତୀରେ

ମନ ରସିଆରେ                          ରକ୍ତ ଗୋଲାପ

ଯାହା ମୁଁ ଖୋଜିଛି, ଏ ଜୀବନେ ସବୁ ଘଟଇ      ପୁନର୍ମିଳନ

ହେ ଦୁଃଖହାରୀ                           ସୁନା ସଂସାର

ଏ ନୁହେଁ କାହାଣୀ, ମୋ ଗଣ୍ଠିଧନ        ଏ ନୁହେଁ କାହାଣୀ

ମାଝିରେ ଶେଷ ଶ୍ରାବଣ                 ଶେଷ ଶ୍ରାବଣ

ଯଉବନରୁ ଅପରାଧ, କେଉଁ ନାମ ଧରି   ସିନ୍ଦୂର ବିନ୍ଦୁ

ହୃଦୟ ଭରି ମୋର, ଧାର ଧାର ହୋଇ  କୃଷ୍ଣ ସୁଦାମା

ସୀମାହୀନ ଦରିଆ                        ବତିଘର

ହାୟ ସେ ହରିଣୀ ଆଖି               ଯାଯାବର

ରେ ଆତ୍ମନ୍, ଆ'ରେ ମିତ, ଶ୍ଯାମକୁ ଜୁହାର ମମତା

ନ କର ନ କର ମନ                     ସଂସାର

ଏ ନୀଳଆଖି, ମା କାଳୀଯାଇ ଲୋ, ପୂର୍ଣିମା ଜହ୍ନ ସତେ   ବନ୍ଧନ

ତୁମ ବିନା ଏଇ ରାତି, ବିତିଯାଏ ରେ     ସ୍ତ୍ରୀ

ମହାନଦୀକୁ ଡେଇଁଲେ ୨ ନାବାଳିକା , ସୁରକ୍ଷିତ ଉଦ୍ଧାର
ସୁବର୍ଣ୍ଣପୁର :  ମହାନଦୀ କୁ ଡେଇଁ ୨ ନାବାଳିକାଙ୍କୁ ଆତ୍ମହତ୍ୟା ଉଦ୍ୟମ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଚଢେଇପାଙ୍କ ଗାଁ ନିକଟରେ ଯାଉଥିବା ମହାନଦୀ କୁ ଡେଇଁ ୨ ନାବାଳିକା ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ସୌଭାଗ୍ୟ ବଶତଃ ମତ୍ସ୍ୟଜୀବୀ ମାନେ ଏହା ଦେଖି ଅଗ୍ନିଶମ ବାହିନୀଙ୍କ ସହାୟତାରେ ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ଉଦ୍ଧାର ପରେ ଉଭୟ ନାବାଳିକାଙ୍କୁ ପ୍ରାଥମିକ ଚିକିତ୍ସା ନିମନ୍ତେ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି । ଦୁଇ ନାବାଳିକାଙ୍କ ମଧ୍ୟରୁ ଜଣେ ବିନିକା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ବୌଦ୍ଧ ଅଞ୍ଚଳର ବୋଲି ଜଣାପଡ଼ିଛି । ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରହିଛି  ।

ଗିରଫ ହେଲେ ଅନ ଲାଇନ ଅଟୋ ଚାଳକ ସଙ୍ଘ ସଭାପତି
ଭୁବନେଶ୍ୱର : ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ରେ ସରକାରୀ ସମ୍ପତ୍ତି ଭଙ୍ଗାରୁଜା ଓ ଆତଙ୍କରାଜ ଘଟଣାରେ କାର୍ଯ୍ୟାନୁଷ୍ଠାନ । କ୍ଷମା ପ୍ରାର୍ଥନା ପରେ ବି ଗିରଫ ହୋଇ ଜେଲ ଗଲେ ସ୍ମାର୍ଟ୍ ସିଟି ଅନଲାଇନ ଟ୍ୟାକ୍ସି ଓ ଅଟୋ ଚାଳକ ସଙ୍ଘ ସଭାପତି ଦୀନବନ୍ଧୁ ନାୟକ । ଗତକାଲି ପୁରୀରୁ ତାଙ୍କୁ ଗିରଫ କରାଯାଇଥିଲା। ପରେ ବିଳିମ୍ବିତ ରାତିରେ ଭୁବନେଶ୍ୱର ଆଣି କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଜୁର ପରେ ତାଙ୍କୁ ଜେଲ ପଠାଯାଇଛି । ଘଟଣା ପରେ ପୋଲିସ କିଛି ଅଟୋ ଓ ଡ୍ରାଇଭରଙ୍କୁ ଅଟକ ରଖିବା ସହ ଗିରଫ କରିଥିଲା । ପରେ ସଙ୍ଘ ସଭାପତି ଦୀନବନ୍ଧୁ ନାୟକ ଦୀନବନ୍ଧୁ ନାୟକଙ୍କୁ କମିଶନରେଟ ପୋଲିସର ସ୍ପେଶାଲ ଟିମ୍ ଗିରଫ କରିଛି । ଗଣ୍ଡଗୋଳ ଘଟଣାରେ  ୩୮୦ଟି ଯାନକୁ ସିଜ୍ କରାଯାଇଛି। ଏହା ସହିତ ୧୮୧ଟି ଗାଡ଼ିର ଇ-ଚାଲାଣ କଟାଯାଇଛି। ଆଇନ ଶୃଙ୍ଖଳା ବିଗାଡୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ସ୍ପଷ୍ଟ କରିଛି ।

ବୁଧବାର ଅନଲାଇନ ଚଳକଙ୍କ ଆନ୍ଦୋଳନ ବେଳେ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନରେ ବ୍ୟାପକ ହିଂସା ହୋଇଥିଲା ।  ଆନ୍ଦୋଳନକାରୀ ଚାଳକ ଆମ ବସ ଭଙ୍ଗାରୁଜା କରିବା ସହ ପୋଲିସ ଭ୍ୟାନ ଉପକରୁ ଢେଲା ପଥର ମାଡ଼ କରିଥିଲେ । ଫଳରେ ଅନେକ ପୋଲିସ କର୍ମଚାରୀ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।  ଘଟଣା ପାଇଁ ଗତକାଲି ସୋସିଆଲ ମିଡିଆରେ ଦୀନବନ୍ଧୁ ଭିଡିଓ ପୋଷ୍ଟ କରି ଜନସାଧାରଣଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ।

ସେପଟେ, ରାଜଧାନୀରେ ଅନଲାଇନ ପରିବହନ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଅନଲାଇନ କ୍ୟାବ, ଅଟୋ ଓ ବାଇକ ନମିଳିବାରୁ ନାହିଁ ନଥିବା ହିନସ୍ଥା ହେଉଛନ୍ତି ଲୋକେ । ଏହାକୁ ଦେଖି ରେଗୁଲାର ଅଟୋ ସବୁ ମନ ଇଛା ଦର ବଢ଼ାଇ ଆହୁରି ଅସୁବିଧା ସୃଷ୍ଟି କରୁଛନ୍ତି । ଗତକାଲି ସ୍ଥିତିରେ କିଛିଟା ସୁଧାର ଆସିଥିଲେ ମଧ୍ୟ ଆପ୍ ଆଧାରିତ ଗାଡ଼ି ସେବା ଏପର୍ଯ୍ୟନ୍ତ ପୂର୍ବ ସ୍ଥିତିକୁ ଫେରିନାହିଁ ।

ସାପ କାମୁଡ଼ାରେ କକା - ପୁତୁରାଙ୍କ ମୃତ୍ୟ
ନୂଆପଡା : ରାତିରେ ଶୋଇଥିବାବେଳେ ସାପକାମୁଡ଼ାରେ କକା-ପୁତୁରାଙ୍କ ମୃତ୍ୟୁ । ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଚଚରଭଟା ଅଞ୍ଚଳରେ ଘଟିଛି ଏଭଳି ଦୁଃଖଦ ଘଟଣା । ଗତ ରାତିରେ ଶ୍ରମିକ କ୍ୟାମ୍ପ ରେ ଶୋଇଥିବାବେଳେ ୩ଜଣଙ୍କୁ ସାପ କାମୁଡି ଦେଇଥିଲା । ଏଥିରେ କକା-ପୁତୁରାଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଶ୍ରମିକ ତୁଳସୀ ବଗର୍ତ୍ତୀ (୪୫) ଚିକିତ୍ସାଧୀନ ଅଛନ୍ତି।

ସୂଚନା ଅନୁଯାୟୀ, ସିନାପାଲି ଥାନା ଅନ୍ତର୍ଗତ ଗୋଲଧା ନିକଟରେ ଏକ ବ୍ରିଜ୍‌ ନିର୍ମାଣ କାମ ଚାଲିଛି। ସେଠାରେ ଶ୍ରମିକମାନେ କ୍ୟାମ୍ପ କରି ରହୁଛନ୍ତି। ଗତକାଲି ରାତିରେ ଶ୍ରମିକମାନେ ଖାଇପିଇ ସାରି ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତିନିଜଣଙ୍କୁ କାମୁଡ଼ିଥିଲା । ଅନ୍ୟ ଶ୍ରମିକମାନେ ଏହା ଜାଣିବା ପରେ ସମସ୍ତଙ୍କୁ ତୁରନ୍ତ ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ପରୀକ୍ଷା କରି ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତକମାନେ ହେଲେ ସିନାପାଲି ଥାନା ଅନ୍ତର୍ଗତ ଚଚରାଭଟା ଗାଁର ଦଇତାରି ତାଣ୍ଡି ଓ ଭରତ ତାଣ୍ଡି। ଉଭୟ ସମ୍ପର୍କରେ କକା-ପୁତୁରା ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ, ଗୁରୁତର ଅବସ୍ଥାରେ ତୁଳସୀ ବଗର୍ତ୍ତୀ (୪୫) ନୂଆପଡ଼ା ଜିଲା  ମୁଖ୍ୟ ଚିକିତ୍ସାଳରୁ ବୁର୍ଲା ସ୍ଥାନାତର  ହୋଇଛନ୍ତି । ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଆସନ୍ତା ୩୧ରେ ରତ୍ନଭଣ୍ଡାର ଗଣତି
ଭୁବନେଶ୍ୱର : ଆସନ୍ତା ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ରେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି । ରାଜ୍ୟ ସରକାରଙ୍କ ଅନୁମୋଦିତ ବ୍ୟବସ୍ଥାବଳି ଅନୁଯାୟୀ ଗଣତି କରାଯିବ । ଶ୍ରୀମନ୍ଦିରରେ ବିଭିନ୍ନ ପର୍ବ ପର୍ବନୀକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି କାର୍ଯ୍ୟରେ ସମସ୍ତ ସେବକ ଓ ଶ୍ରଦ୍ଧାଳୁଙ୍କ ସହଯୋଗ ଓ ସହାୟତା କାମନା କରାଯାଇଛି । ଗଣତି ସମୟରେ ରତ୍ନଭଣ୍ଡାରରେ ଥିବା ବିଭିନ୍ନ ମୂଲ୍ୟବାନ ସାମଗ୍ରୀର ହିସାବ ଓ ତଥ୍ୟ ଯାଞ୍ଚ କରାଯିବ। ପୂର୍ବରୁ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣକୁ ନେଇ ବିଭିନ୍ନ ସମୟରେ ପଦକ୍ଷେପ ନିଆଯାଇଛି ।

ଏବେ ନିର୍ଦ୍ଧାରିତ ତାରିଖରେ ଗଣତି କାର୍ଯ୍ୟ ହେବାକୁ ଥିବାରୁ ଏହାକୁ ନେଇ ଶ୍ରୀମନ୍ଦିର ସେବକ ଓ ଭକ୍ତମହଲରେ ଉତ୍ସୁକତା ବଢ଼ିଛି। ପୂର୍ବରୁ ୨୦୨୬ ମାର୍ଚ୍ଚ ୨୫ରୁ ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ ହୋଇଥିଲା । ପ୍ରଥମେ ଚଳନ୍ତି ଭଣ୍ଡାର, ପରେ ବାହାର ରତ୍ନ ଭଣ୍ଡାର ଓ ଏବେ ଭିତର ଭଣ୍ଡାର ଗଣତି କାର୍ଯ୍ୟ ଜାରି ରହିଛି । ପୂର୍ବରୁ ମୋଟ ଉପରେ ପ୍ରାୟ ୫୭ ଘଣ୍ଟା ୮ ମିନିଟ୍ ଗଣତି କାର୍ଯ୍ୟ ହୋଇଥିଲା । ଗତ ରଥଯାତ୍ରା ସମୟରେ ଅର୍ଥାତ୍ ଜୁଲାଇ ୧୯ ତାରିଖରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ୯ ଅଳଙ୍କାରର ଗଣତି ହୋଇଥିଲା ।

ରକ୍ଷା ବନ୍ଧନ ଦ୍ୱନ୍ଦ୍ୱ ,ଜାଣନ୍ତୁ କେଉଁଦିନ ବାନ୍ଧିବେ ରାକ୍ଷୀ
ପୁରୀ  : ରକ୍ଷା ବନ୍ଧନକୁ ପୁଣି ଉପୁଜିଛି ଦ୍ୱନ୍ଦ୍ୱ । କେଉଁ ଦିନ ପାଳନ ହେବ ଗହ୍ମା ପୂର୍ଣ୍ଣିମା । ଅନ୍ୟାନ୍ୟ ପର୍ବ ଭଳି ଏଥର ମଧ୍ୟ ଗହ୍ମାପୂର୍ଣ୍ଣିମା ଏବଂ ରକ୍ଷା ବନ୍ଧନକୁ ନେଇ ଦ୍ବନ୍ଦରେ ଅଛନ୍ତି ଲୋକେ । କ୍ୟାଲେଣ୍ଡର ଅନୁସାରେ ଅଗଷ୍ଟ ୨୮ ତାରିଖରେ ରକ୍ଷା ବନ୍ଧନ ପାଳନ ପାଇଁ ତିଥି ରହିଥିଲେ ମଧ୍ୟ ଅଗଷ୍ଟ ୨୭ ତାରିଖରୁ ପୂର୍ଣ୍ଣିମା ତିଥି ରହିଥିବା କୁହାଯାଉଛି । ତେଣୁ କେବେ ପାଳନ ହେବ ରକ୍ଷା ବନ୍ଧନ ଅଗଷ୍ଟ ୨୭ ନା ୨୮ । ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ଦ୍ୱନ୍ଦ୍ୱ ଦୂର କରିଛନ୍ତି ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା । ଶ୍ରୀମନ୍ଦିର ସ୍ୱୀକୃତିପ୍ରାପ୍ତ ପଞ୍ଜିକା ଅନୁଯାୟୀ, ଶ୍ରୀମନ୍ଦିରରେ ଉଦୟ ପର୍ବ ଅନୁଯାୟୀ ୨୮ ତାରିଖରେ ପୂର୍ଣ୍ଣିମା ପାଳନ ହେବାକୁ ଥିବା ବେଳେ ରକ୍ଷାବନ୍ଧନ କିନ୍ତୁ ୨୭ ତାରିଖରେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ।

ଘୋଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ଜଗନ୍ନାଥ ସଂସ୍କୃତି ଆଧାରରେ ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦିନରେ ହିଁ ରକ୍ଷାବନ୍ଧନ ପର୍ବ ପାଳିବାକୁ ପରାମର୍ଶ ଦେଇଛନ୍ତି । ସେପଟେ, ଶ୍ରୀମନ୍ଦିରରେ ୨୮ ତାରିଖରେ ଓ ଅନ୍ୟ ସମସ୍ତ ସ୍ଥାନରେ ୨୭ ତାରିଖରେ ପାଳନ କରିବାକୁ ସ୍ପଷ୍ଟ କରିଛି ମୁକ୍ତି ମଣ୍ଡପ ପଣ୍ଡିତ ସଭା।

ସୂଚନା ମୁତାବକ, ରକ୍ଷାବନ୍ଧନ ଦିନ ବଳଭଦ୍ର ଜନ୍ମ ଓ ରକ୍ଷା ବନ୍ଧନ ଉତ୍ସବ ମଧ୍ୟ ପାଳିତ ହୋଇଥାଏ । ଶ୍ରୀମନ୍ଦିରରେ ୨୮ ତାରିଖରେ ହିଁ ବଳଭଦ୍ର ଜନ୍ମ ପାଳନ ହେବ । ପଞ୍ଜିକା ଅନୁଯାୟୀ, ଅଗଷ୍ଟ ୨୭ ତାରିଖ ସକାଳ ୯ଟା ୭ରୁ ପୂର୍ଣ୍ଣିମା ତିଥି ପ୍ରବେଶ କରିବ। ଅଗଷ୍ଟ ୨୮ ତାରିଖ ସକାଳ ୯ଟା ୪୯ ବେଳକୁ ପୂର୍ଣ୍ଣିମା ତିଥି ଅପସରି ଯାଇଥିବ। ଅର୍ଥାତ୍ ୨୮ ତାରିଖରେ ମାତ୍ର ଅଳ୍ପ କିଛି ଘଣ୍ଟା ପାଇଁ ପୂର୍ଣ୍ଣିମା ତିଥି ରହିବ । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ, ଗୋଟିଏ ଦିନର ସୂର୍ଯ୍ୟ ଉଦୟ ସମୟରେ ଯେଉଁ ତିଥି ରହିଥାଏ, ସେହି ତିଥିରେ ପର୍ବ ପାଳନ ହୋଇଥାଏ। ସେହି କ୍ରମରେ ଶ୍ରୀମନ୍ଦିରରେ ୨୮ ତାରିଖରେ ହିଁ ଗହ୍ମା ପର୍ବ, ବଳଭଦ୍ର ଜନ୍ମ, ସୁଦର୍ଶନଙ୍କ ଚାରି ଆଶ୍ରମ ବିଜେ ନୀତି ପାଳନ ହେବ। ସ୍କନ୍ଦ ପୁରାଣ ଅନୁଯାୟୀ ଶ୍ରୀମନ୍ଦିରରେ ଉଦୟ ପର୍ବକୁ ବିଚାର କରି ୨୮ ତାରିଖରେ ପର୍ବ ପାଳନ କରାଯିବ । ଏ ସମ୍ପର୍କରେ ଜ୍ୟୋତିର୍ବିଦ ଓ ଗବେଷକ ହରିଶଙ୍କର ମିଶ୍ରଙ୍କ ସୂଚନା ଅନୁଯାୟୀ, ଯେହେତୁ ୨୮ତାରିଖ ସକାଳ ୯ଟା ପରେ ଅର୍ଥାତ୍ ଦିନ ଆରମ୍ଭର ମାତ୍ର କେଇଘଣ୍ଟା ପରେ ତିଥି ନଥିବ, ତେଣୁ ସେହି ଦିନ ପର୍ବ ପାଳନ କରିବା ଉଚିତ ନୁହେଁ । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ସେହିଦିନ ହିଁ ଉଦୟ ପର୍ବ ଅନୁଯାୟୀ ବଳଭଦ୍ର ଜନ୍ମ ଉତ୍ସବ ପାଳିତ ହେବ; ଏଥିରେ ଦ୍ୱନ୍ଦ୍ୱ ନାହିଁ। କିନ୍ତୁ ଘରେଘରେ ପର୍ବ ୨୭ତାରିଖରେ ପାଳିତ ହେବା ଉଚିତ ବୋଲି ସେ ସୂଚନା ଦେଇଛନ୍ତି। ସେପଟେ, ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ ସୂଚନା ଅନୁଯାୟୀ, ଜଗନ୍ନାଥ ସଂସ୍କୃତି ଆଧାରରେ ଆମ ଚଳଣି । ସେହି ହିସାବରେ କୌଣସି ଦ୍ୱନ୍ଦ୍ୱ ନରଖି, ମହାପ୍ରଭୁଙ୍କ ଶ୍ରୀମନ୍ଦିର ପର୍ବ ଆଧାରରେ ୨୮ ଅଗଷ୍ଟରେ ହିଁ ପର୍ବ ପାଳନ କରାଯିବା ଉଚିତ ।

ଖୋର୍ଦ୍ଧା - କଟକରେ ୫୦୦ କୋଟିର ପ୍ରକଳ୍ପ କରିବ ହଳଦୀରାମ
ଭୁବନେଶ୍ୱର : ରାଜ୍ୟରେ ଶିଳ୍ପାୟନ ତଥା ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ରାଜ୍ୟ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୪୯ତମ ରାଜ୍ୟସ୍ତରୀୟ ଏକକ ବାତାୟନ ଅନୁମୋଦନ କର୍ତ୍ତୃପକ୍ଷ ବୈଠକରେ ୨,୭୮୦.୧୦ କୋଟି ଟଙ୍କାର ୧୪ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି ।

ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ପ୍ରାୟ ୧୪,୧୦୪ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଅନୁଗୋଳ, ବଲାଙ୍ଗିର, କଟକ, ଢେଙ୍କାନାଳ, ଗଞ୍ଜାମ, କେନ୍ଦୁଝର, ଖୋରଧା, ନୟାଗଡ଼, ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲାରେ ଏହି ପ୍ରକଳ୍ପଗୁଡ଼ିକ ସ୍ଥାପନ ହେବ। ଏଥିରେ ହଳଦୀରାମର ୫୦୦ କୋଟିର ପ୍ରକଳ୍ପ ରହିଛି । ରସାୟନ, ବୟନ, ଇସ୍ପାତ ଓ ମେଡିକାଲ୍ ଡିଭାଇସ୍ କ୍ଷେତ୍ରରେ ମଧ୍ୟ ନିବେଶ ହେବ ।

ପ୍ରମୁଖ ପ୍ରସ୍ତାବ ମଧ୍ୟରେ ହଳଦୀରାମ ସ୍ନାକ୍ସ ଫୁଡ୍ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧା / କଟକ ଅଞ୍ଚଳରେ ୫୦୦ କୋଟି ନିବେଶରେ ସ୍ନାକ୍ସ ଓ ବେକେରୀ ଉତ୍ପାଦ ପ୍ରସ୍ତୁତି ୟୁନିଟ୍ ସ୍ଥାପନ କରିବ । ଏଥିରେ ପ୍ରାୟ ୮୦୦ ଜଣଙ୍କୁ ନିଯୁକ୍ତି ମିଳିବା ସମ୍ଭାବନା ରହିଛି। ଢେଙ୍କାନାଳରେ ହେବ ଗାର୍ମେଣ୍ଟ ୟୁନିଟ୍। ନିଯୁକ୍ତି ସୃଷ୍ଟି ଦୃଷ୍ଟିରୁ ସବୁଠାରୁ ବଡ଼ ପ୍ରକଳ୍ପ ହେବ ସାହାନା କ୍ଲୋଦିଂ କମ୍ପାନୀ ପ୍ରାଇଭେଟ୍ ଲିମିଟେଡ୍ ର ଢେଙ୍କାନାଳ ୟୁନିଟ୍। କମ୍ପାନୀ ୨୫୧.୪୫ କୋଟି ନିବେଶରେ ଶିଶୁ ଓ କିଶୋରଙ୍କ ପାଇଁ ରେଡିମେଡ୍ ପୋଷାକ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ।

ଏହି ପ୍ରକଳ୍ପରୁ ୫ ହଜାରନିଯୁକ୍ତି ସୁଯୋଗ ସୃଷ୍ଟି ହେବ।ସେହିପରି ଗଞ୍ଜାମରେ ପ୍ରାସୋଲ୍ କେମିକାଲ୍ସ ୪୫୦ କୋଟି ବ୍ୟୟରେ ଫସ୍ ଫରସ୍ ଭିତ୍ତିକ ରସାୟନ ପ୍ରକଳ୍ପ ସ୍ଥାପନ କରିବ। ଯେଉଁଥିରେ ୪୫୮ ଜଣଙ୍କୁ ନିଯୁକ୍ତି ମିଳିବ। କଟକରେ ଟିୱାନା ନ୍ୟୁଟ୍ରିସନ୍ ୧୪୦ କୋଟିର ଗୋଖାଦ୍ୟ ପ୍ରସ୍ତୁତି ୟୁନିଟ୍ ସ୍ଥାପନ କରିବ । ଏଥିରୁ ପ୍ରାୟ ୨,୫୦୦ ନିଯୁକ୍ତି ସୃଷ୍ଟି ହେବ। ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ସିର୍ମା SGS ଟେକ୍ନୋଲୋଜି ଖୋର୍ଦ୍ଧାରେ ୩୦୦ କୋଟି ବିନିଯୋଗରେ ପ୍ରିଣ୍ଟେଡ୍ ସର୍କିଟ୍ ବୋର୍ଡ (PCB) ଉତ୍ପାଦନ ପ୍ରକଳ୍ପ ସ୍ଥାପନ କରିବ । ଏହି ପ୍ରକଳ୍ପରେ ପ୍ରାୟ ୫୦୦ ଜଣଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି ହେବ।

ଏନଟିପିସି ୟୁନିଟ୍ -୧ ବଙ୍କର-ବି ରେ ଭୟଙ୍କର ବିସ୍ଫୋରଣ
ଅନୁଗୁଳ : NTPC ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ବଙ୍କର-ବି ରେ ଭୟଙ୍କର ବିସ୍ପୋରଣ। ଗତ ବିଳମ୍ବିତ ରାତିରେ ଅନୁଗୁଳ ଜିଲା କଣିହାଁ ବ୍ଲକ ଏନଟିପିସି ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ୟୁନିଟ୍ -୧ ବଙ୍କର-ବିରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏଥିରେ ୫ ଜଣ ଗୁରୁତର ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ୨ ଜଣଙ୍କୁ  ଏନଟିପିସି ଓ ୩ ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ବିସ୍ଫୋରଣ କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାର ତଦନ୍ତ ଜାରି ରହିଛି । ଖବର ପାଇ ଉଚ୍ଚ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସାରିଛନ୍ତି ।