Feature - Samaya Live

ଅଜଗରର କ୍ୟାନ୍ସର ଚିକିତ୍ସା
ଇଂଲଣ୍ଡର ଚେଷ୍ଟର ଚିଡ଼ିଆଖାନାରେ ଥିବା ୨୩ ବର୍ଷୀୟା 'ଜୋଡି ଫୋଷ୍ଟର' ନାମକ ଏକ ୧୫ ଫୁଟ ଲମ୍ବ ଓ ୫୦ କିଲୋ ଓଜନର ଅଜଗର ସାପ କ୍ୟାନ୍ସରରୁ ରକ୍ଷା ପାଇବାରେ ସଫଳ ହୋଇଛି । ପ୍ରଥମେ ତା' ଶରୀରରେ 'ଫାଇବ୍ରୋସାର୍କୋମା' ନାମକ କ୍ୟାନ୍ସର ବୋଲି ଜଣାପଡ଼ିବା ପରେ ସର୍ଜରୀ କରାଯାଇଥିଲା । ମାତ୍ର କିଛି ଦିନ ପରେ କ୍ୟାନ୍ସର ପୁଣି ଫେରିବାରୁ ଏବଂ ହାଡ଼ ପର୍ଯ୍ୟନ୍ତ ବ୍ୟାପିଯିବାରୁ ଡାକ୍ତରମାନେ ସର୍ଜରୀ ସହ 'ଇଲେକ୍ଟ୍ରୋକିମୋଥେରାପି' କରିଥିଲେ । ସାପ ଶରୀରରେ ପ୍ରଥମ ଥର ପାଇଁ କରାଯାଇଥିବା ଏହି ବିରଳ ଚିକିତ୍ସା ପ୍ରକ୍ରିୟାରେ 'ବ୍ଲୋମାଇସିନ୍' ଔଷଧ ଦେବା ସହ କ୍ୟାନ୍ସର ପ୍ରଭାବିତ ସ୍ଥାନରେ ଇଲେକ୍ଟ୍ରିକ୍ ପଲ୍ସ ଦିଆଯାଇଥିଲା । ଯାହାଫଳରେ ପ୍ରାୟ ୯୦ ମିନିଟର ଏହି ସଫଳ ଚିକିତ୍ସା ପରେ ଅଜଗରଟିର ଜୀବନ ବଞ୍ଚିପାରିଛି ଏବଂ ସେ ଏବେ ସାଧାରଣ ଭାବେ ଖାଦ୍ୟ ଗ୍ରହଣ କରୁଛି ।

ସୁଗନ୍ଧଯୁକ୍ତ ଅମ୍ଳଜାନ
ମହାରାଷ୍ଟ୍ରର ନାଗପୁରସ୍ଥିତ ଅନନ୍ତା ସୁପର ସ୍ପେଶିଆଲିଟି ହସପିଟାଲରେ ରୋଗୀଙ୍କ ପାଇଁ ଏକ ଅନନ୍ୟ 'ଅକ୍ସିବାର୍' ସେବା ଆରମ୍ଭ କରାଯାଇଛି । ଯେଉଁଠାରେ ଲୋକମାନେ ସୁଗନ୍ଧିତ ଓ ବିଭିନ୍ନ ଫ୍ଲେଭରଯୁକ୍ତ ଅକ୍ସିଜେନ ନେବାର ସୁବିଧା ପାଉଛନ୍ତି । ଏହି ସେସନ୍ ସମୟରେ ଚାରୋଟି ଭିନ୍ନ ଭିନ୍ନ ଫ୍ଲେଭରର ଅକ୍ସିଜେନ ସହ ଡିପ୍ ବ୍ରିଦିଂ, ଅରୋମାଥେରାପି, ନୂଆ ପ୍ରଙ୍ଗ୍ ଏବଂ ଗ୍ରୀନ୍ ଟି ମଧ୍ୟ ପ୍ରଦାନ କରାଯାଉଛି। ଯାହା ମାନସିକ ଅବସାଦ ଓ କ୍ଲାନ୍ତି ଦୂର କରି ଶରୀରକୁ ସତେଜ କରିବାରେ ସାହାଯ୍ୟ କରେବୋଲି ଦାବି କରାଯାଉଛି । ଏହି ସେବାର ଭିଡିଓ ଇନଷ୍ଟାଗ୍ରାମରେ ଭାଇରାଲ ହେବା ପରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି ।

କ୍ୟାମ୍ପରେ ଶିଖୁଛନ୍ତି ଜୀବନର ମହତ୍ତ୍ବ
ଚୀନ୍‌ରେ ଆଜିକାଲି ଧନୀ ପରିବାରର ପିଲାମାନଙ୍କୁ ଶ୍ରମ ଓ ଚାଷକାର୍ଯ୍ୟ ଶିଖାଇବା ପାଇଁ ଏକ ସ୍ୱତନ୍ତ୍ର 'ହାର୍ଡସିପ୍ ସମର କ୍ୟାମ୍ପ'ର ଆୟୋଜନ କରାଯାଉଛି । ଏହି କ୍ୟାମ୍ପ ପାଇଁ ଅଭିଭାବକମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି, ଯେଉଁଠାରେ ପିଲାମାନେ ଚାଷକାର୍ଯ୍ୟ, ଘୁଷୁରି ପାଳନ ଏବଂ ଗଛର ଛାଲ ଛଡ଼ାଇବା ଭଳି କଠିନ କାମ ଶିଖୁଛନ୍ତି । ଏହି କ୍ୟାମ୍ପର ୧୦ ଦିନିଆ ଫି’ ୪,୦୦୦ ୟୁଆନ୍ (ପ୍ରାୟ ୪୮ ହଜାର) ରହିଛି । କ୍ୟାମ୍ପରେ ପହଞ୍ଚିବା ପରେ ପିଲାମାନଙ୍କର ମୋବାଇଲ୍ ଫୋନ୍ ଜମା ରଖାଯାଏ ଏବଂ ସେମାନଙ୍କ କାର୍ଯ୍ୟ ଅନୁସାରେ ହିଁ ସେମାନଙ୍କୁ ଜିନିଷପତ୍ର ଯୋଗାଇ ଦିଆଯାଏ । କାମ ନକଲେ ପିଲାମାନଙ୍କୁ ଖାଇବାକୁ କେବଳ ସିଝା ଆଳୁ ମିଳିଥାଏ । କ୍ୟାମ୍ପ ଆୟୋଜକଙ୍କ କହିବା ଅନୁଯାୟୀ, ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କୁ ପରିଶ୍ରମୀ କରି ଗଢ଼ିତୋଳିବା ଏବଂ କଠିନ ଶ୍ରମ ଓ ଚାଷ ମାଧ୍ୟମରେ ରୋଜଗାର କରିବାର ପ୍ରକୃତ ମୂଲ୍ୟ ବୁଝାଇବା । ଅନେକ ସମୟରେ ଭିଡିଓରେ ପିଲାମାନେ କାନ୍ଦି କାନ୍ଦି ଘରକୁ ଫେରିବାକୁ ନିବେଦନ କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି। କିଛି ଅଭିଭାବକଙ୍କ ମତରେ, ପିଲାମାନଙ୍କୁ ସହରର ଆରାମଦାୟକ ଓ ବିଳାସପୂର୍ଣ୍ଣ ଜୀବନଶୈଳୀରୁ ବାହାର କରିବା ଅତ୍ୟନ୍ତ ଜରୁରୀ ।

ବର୍ଜ୍ୟ କାଚ ବୋତଲରୁ ଘର
ବ୍ରାଜିଲର ଇଟାମାରାକା ଦ୍ବୀପରେ ୫୫ ବର୍ଷୀୟା ପରିବେଶବିତ୍ ଏଡନା ଦାନ୍ତାସ ଓ ତାଙ୍କ ଝିଅ ମାରିଆ ମିଶି କାଚ ବୋତଲ ଏବଂ ବର୍ଜ୍ୟବସ୍ତୁ ବ୍ୟବହାର କରି ଏକ ଅନନ୍ୟ ୭ କୋଠରୀ ବିଶିଷ୍ଟ ଘର ତଆରି କରିଛନ୍ତି । ପ୍ରଥମେ ଉଭୟ ପ୍ରାୟ ଦୁଇ ବର୍ଷ ଧରି ୧୩ ହଜାରରୁ ଅଧିକ ଫିଙ୍ଗାଯାଇଥିବା ବୋତଲ ସଂଗ୍ରହ କରିଥିଲେ । ଯାହାପରେ ସେଥିରୁ ୮ ହଜାର କାଚ ବୋତଲରେ ସେମାନେ ଘରର ଭିତ୍ତି ଓ କାନ୍ଥ, କାଠର ପୁରୁଣା ପ୍ୟାଲେଟରୁ ଘରର ଅନ୍ୟାନ୍ୟ ପ୍ରସ୍ତୁତ କରିଛନ୍ତି । ପ୍ରଥମେ ମାରିଆଙ୍କ ସିଲେଇ କର୍ମଶାଳା ପାଇଁ ୨୧୫ ବର୍ଗଫୁଟର ଗୋଟିଏ କୋଠରୀ ତିଆରି କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ଏକ ପୂର୍ଣ୍ଣାଙ୍ଗ ଘରର ରୂପ ଦିଆଯାଇଛି । ଯାହା ସମୁଦ୍ରକୂଳରେ ପଡ଼ିରହୁଥିବା ବୋତଲଗୁଡ଼ିକର ପୁନଃବ୍ୟବହାର କରି ପରିବେଶ ସୁରକ୍ଷା ପାଇଁ ଏକ ନୂଆ ବାର୍ତ୍ତା ଦେଇଛି । ଘରଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି ।

କ୍ରିଏଟର୍ସମାନଙ୍କ ପାଇଁ ନୂଆ ଯୋଜନା
ବିହାର ସରକାର କଣ୍ଟେଣ୍ଟ କ୍ରିଏଟର୍ସମାନଙ୍କ ପାଇଁ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି । ଯେଉଁଥିରେ ସୋସିଆଲ୍ ମିଡିଆରେ ରିଲ୍ସ ବନାଇ କ୍ରିଏଟର୍ସମାନେ ୧ ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରିପାରିବେ । ଏବେ ରିଲ୍ସ ପ୍ରସ୍ତୁତ କରିବା କେବଳ ଭ୍ୟୁଜ୍ ପାଇବାର ମାଧ୍ୟମ ହୋଇ ରହିବ ନାହିଁ, ବରଂ ଏହା ମାଧ୍ୟମରେ ଭ୍ୟୁଜ୍ ଆଧାରରେ ଭଲ ଆୟ ମଧ୍ୟ ହୋଇପାରିବ। ଅର୍ଥାତ୍ ଯେତେ ଅଧିକ ଭ୍ୟୁଜ୍ ମିଳିବ, ସେତେ ଅଧିକ ରୋଜଗାର ହେବ । ଏହି ଯୋଜନା ଅଧୀନରେ ୩୦ ଦିନ ମଧ୍ୟରେ ୧ ଲକ୍ଷ ଭ୍ୟୁଜ୍ ଆସିଲେ ୧୦ ହଜାର ଏବଂ ଗୋଟିଏ ରିଲ୍‌ରେ ୧୦ ଲକ୍ଷ ଭ୍ୟୁଜ୍ ଆସିଲେ ସରକାର ୧ ଲକ୍ଷ ପ୍ରଦାନ କରିବେ । ତେବେ ଏହି ଭିଡିଓଗୁଡ଼ିକ ବିହାର ସରକାରଙ୍କ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମ ସହ ଜଡ଼ିତ ହୋଇଥିବା ଆବଶ୍ୟକ । କେଉଁ କ୍ରିଏଟର୍ସମାନେ ଏଥିପାଇଁ ଯୋଗ୍ୟ ହେବେ, ସେ ସମ୍ପର୍କିତ ବିସ୍ତୃତ ତଥ୍ୟ ଶୀଘ୍ର ପ୍ରକାଶ ପାଇବ ।

ମୁହଁରେ ବସାଇଲେ ହଜାର ହଜାର ମହୁମାଛି
ତାମିଲନାଡୁର ତିରୁନେଲବେଲି ଅଞ୍ଚଳର ଇସାକ୍କି ମୁଥୁ (ଯିଏ ସୋସିଆଲ ମିଡିଆରେ 'ମୁରୁଗନ୍' ନାମରେ ମଧ୍ୟ ଜଣାଶୁଣା) ସେ ଏକ ଅଜବ କାରନାମା କରି ଚର୍ଚ୍ଚାକୁ ଆସିଛନ୍ତି । ସେ ହଜାର ହଜାର ଭାରତୀୟ ମହୁମାଛିଙ୍କୁ ନିଜ ମୁହଁ ଓ ମୁଣ୍ଡରେ ବସାଇ ୫ ଘଣ୍ଟା ୩ ମିନିଟ୍ ପର୍ଯ୍ୟନ୍ତ ବିନା ହଲଚଲ ହୋଇ ରହିଥିଲେ । ସୂଚନା ଅନୁସାରେ ଫେବୃଆରୀ ୨୦ ତାରିଖରେ ମାରିଆ ଆର୍ଟସ ଆଣ୍ଡ ସାଇନ୍ସ କଲେଜରେ ସେ ଏହି ରେକର୍ଡ ସୃଷ୍ଟି କରିଥିଲ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାଙ୍କର ଏହି ନିଆରା ସଫଳତାକୁ 'ଚୋଲନ୍ ୱାର୍ଲ୍ଡ ରେକର୍ଡସ' ଏବଂ 'ଚାଇନା ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ'ରେ ସ୍ଥାନ ମିଳିଛି । କୃଷି ବିଜ୍ଞାନରେ ପାଠପଢ଼ା ଶେଷ କରିବା ପରେ ଇସାକ୍କି ଏବେ ପୂର୍ଣ୍ଣକାଳୀନ ମହୁମାଛି ପାଳନକୁ ନିଜର ବୃତ୍ତି ଭାବେ ଆପଣେଇଛନ୍ତି ।  ତାଙ୍କ କହିବା ଅନୁଯାୟୀ, ଏହି କାରନାମାର ମୁଖ୍ୟ ଉଦ୍ଦେଶ୍ୟ କେବଳ ବିଶ୍ୱ ରେକର୍ଡ ଗଢ଼ିବା ନୁହେଁ, ବରଂ ମହୁମାଛିଙ୍କ ପ୍ରତି ଲୋକଙ୍କ ମନରେ ଥିବା ଭୟକୁ ଦୂର କରିବା । ଏହାସହ ମହୁମାଛି ପାଳନକୁ ରୋଜଗାରର ଏକ ଭଲ ବିକଳ୍ପ ଭାବେ ପ୍ରୋତ୍ସାହିତ କରିବାପାଇଁ ଏହି କାର୍ଯ୍ୟ ସେ କରିଥିବା ପ୍ରକାଶ କରିଛନ୍ତି ।

ଜାତୀୟ ବରିଷ୍ଠ ନାଗରିକ ଦିବସ
ପ୍ରତିବର୍ଷ ଅଗଷ୍ଟ ୨୧ ତାରିଖରେ ପାଳିତ ହେଉଥିବା 'ଜାତୀୟ ବରିଷ୍ଠ ନାଗରିକ ଦିବସ' ବୟସ୍କ ବ୍ୟକ୍ତିମାନଙ୍କ ଜୀବନବ୍ୟାପୀ ସେବା, ତ୍ୟାଗ ଏବଂ ସମାଜ ଗଠନରେ ସେମାନଙ୍କ ଅମୂଲ୍ୟ ଯୋଗଦାନକୁ ସମ୍ମାନ ଜଣାଇବାର ଏକ ବିଶେଷ ଅବସର । ଆମ ସଂସ୍କୃତି ଓ ପରିବାରର ମୂଳଦୁଆ ସାଜିଥିବା ବରିଷ୍ଠ ନାଗରିକମାନଙ୍କ ଅଭିଜ୍ଞତା ଓ ଜ୍ଞାନ ଆଜିର ଯୁବପିଢ଼ି ପାଇଁ ସଦାସର୍ବଦା ଏକ ପ୍ରେରଣାର ଉତ୍ସ । ୧୯୮୮ ମସିହାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ରୋନାଲ୍ଡ ରେଗାନ୍‌ଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିବା ଏହି ଦିବସ, ବର୍ତ୍ତମାନ ବିଶ୍ୱବ୍ୟାପୀ ବରିଷ୍ଠମାନଙ୍କ ଅଧିକାର, ସ୍ୱାସ୍ଥ୍ୟ ସୁରକ୍ଷା, ସାମାଜିକ ନିରାପତ୍ତା ଏବଂ ମାନସିକ ସନ୍ତୋଷ ପ୍ରତି ସଚେତନତା ସୃଷ୍ଟି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ବୟସର ଅପରାହ୍ନରେ ସେମାନଙ୍କୁ ଏକାକୀପଣରୁ ମୁକ୍ତି ଦେବା ସହ ଆଦର, ଦୟା ଏବଂ ନିରାପଦ ଜୀବନଯାପନର ସୁବିଧା ଯୋଗାଇଦେବା ପ୍ରତ୍ୟେକ ନାଗରିକ ଏବଂ ସମାଜର ନୈତିକ କର୍ତ୍ତବ୍ୟ । କେବଳ ଗୋଟିଏ ଦିନର ପାଳନରେ ସୀମିତ ନରହି, ସେମାନଙ୍କ ଆବଶ୍ୟକତାକୁ ବୁଝିବା, ସେମାନଙ୍କ ସହ ସମୟ ବିତାଇବା ଏବଂ ସମାଜରେ ସେମାନଙ୍କୁ ସମ୍ମାନଜନକ ସ୍ଥାନ ଦେବା ହିଁ ଏହି ଦିବସର ପ୍ରକୃତ ଉଦ୍ଦେଶ୍ୟ ।

ସାଇକେଲରେ ନିଶା ନିବାରଣ ସନ୍ଦେଶ
କେରଳର ସାଇକ୍ଲିଷ୍ଟ ସନୀଦ ନିଶା ନିବାରଣ ବାର୍ତ୍ତା ପ୍ରଚାର କରିବା ଉଦ୍ଦେଶ୍ୟରେ ଏକ ନିଆରା ତଥା ସାହସିକ ଯାତ୍ରା ଆରମ୍ଭ କରିଛନ୍ତି । ସୂଚନା ଅନୁସାରେ ସେ ଆଗ ଚକ ନଥିବା ଗୋଟିଏ ଚକିଆ ସାଇକେଲ୍‌ରେ କେରଳରୁ ନେପାଳ ଦେଇ ଏଭରେଷ୍ଟ ବେସ୍ କ୍ୟାମ୍ପ ପର୍ଯ୍ୟନ୍ତ ୧୧,୦୦୦ କିଲୋମିଟରର ଏକ ଅସାଧାରଣ ଯାତ୍ରାରେ ବାହାରିଛନ୍ତି । ତାଙ୍କର ଗତ ୧୨ ବର୍ଷ ଧରି ବାଇକ୍ ଷ୍ଟଣ୍ଟିଂର ଅଭିଜ୍ଞତା ରହିଛି । ବର୍ତ୍ତମାନ ସେ କେବଳ ପଛ ଚକ ସାହାଯ୍ୟରେ ସନ୍ତୁଳନ ରକ୍ଷା କରି ପ୍ରତିଦିନ ହାରାହାରି ୫୦-୬୦ କିଲୋମିଟର ଚଳାଇ ପାରୁଛନ୍ତି । ସେହିଭଳି ଦିନକରେ ସେ ସର୍ବାଧିକ ୧୫୦ କିଲୋମିଟର ପର୍ଯ୍ୟନ୍ତ ସାଇକେଲ ଚଳାଇ ଏପର୍ଯ୍ୟନ୍ତ ୭,୦୦୦ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିସାରିଛନ୍ତି । ପୂର୍ବରୁ ଏହିଭଳି ଗୋଟିଏ ଚକିଆ ସାଇକେଲରେ ସେ କେରଳରୁ କାଶ୍ମୀର ପର୍ଯ୍ୟନ୍ତ ଯାତ୍ରା ସଫଳତାର ସହ ପୂରଣ କରିଛନ୍ତି । ଯଦି ତାଙ୍କର ଏହି କଠିନ ଯାତ୍ରା  ଜଣେ ହେଲେ ବି ବ୍ୟକ୍ତିଙ୍କ ଚିନ୍ତାଧାରା ବଦଳାଇବାରେ ସଫଳ ହୁଏ, ତେବେ ସେହି ସମାଜ ସଂସ୍କାର ହିଁ ତାଙ୍କ ପାଇଁ ପ୍ରକୃତ ୱାର୍ଲ୍ଡ ରେକର୍ଡ ହେବବୋଲି ସେ ମତ ଦେଇଛନ୍ତି ।

ନିଆରା ପ୍ରତିବାଦ
ମହାରାଷ୍ଟ୍ରର ନାସିକ୍‌ରେ ଖରାପ ରାସ୍ତା ସମସ୍ୟାର ପ୍ରତିକାର ଦାବିରେ ଜଣେ ବ୍ୟକ୍ତି ଏକ ନିଆରା ଢଙ୍ଗରେ ପ୍ରତିବାଦ କରି ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ବଣ୍ଟି ଶ୍ରୀସାଗର ନାମକ ଏହି ବ୍ୟକ୍ତିଜଣକ ନିଜର 'ରୁଦ୍ର' ନାମକ ମଇଁଷି ପିଠିରେ 'ଯମଦୂତ' ଲେଖି, ତା' ଉପରେ ବସି ଖାଲଖମାରେ ଭରା ବିପଜ୍ଜନକ ରାସ୍ତା ଦେଇ ଯାଇ ନିଜର ବିରୋଧ ଜାହିର କରିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଦୈନନ୍ଦିନ ଯିବା ଆସିବାରେ ପ୍ରତିବନ୍ଧକ ସାଜିଥିବା ଏହି ଖରାପ ରାସ୍ତା ଓ ଖାଲ ଯୋଗୁଁ ଅବଧି ମଧ୍ୟରେ ପ୍ରାୟ ୫ ଜଣ ପ୍ରାଣ ହରାଇସାରିଛନ୍ତି । ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ କୌଣସି ପଦକ୍ଷେପ ନନେବାରୁ ବଣ୍ଟି ଏଭଳି ଅଭିନବ ଉପାୟ ଆପଣାଇଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ପ୍ରଦର୍ଶନର ଭିଡିଓ ବର୍ତ୍ତମାନ ଖୁବ ଟ୍ରେଣ୍ଡରେ ରହୁଥିବା ଦେଖିବାକୁ ମିଳୁଛି ।

ସୁପରମ୍ୟାନ ରୋବୋଟ
ଚୀନର ପ୍ରଯୁକ୍ତିବିଦ୍ୟା କମ୍ପାନୀ 'ୟୁନିଟ୍ରି'  ଦ୍ୱାରା ନିର୍ମିତ 'ସୁପରମ୍ୟାନ୍' ନାମକ ଏକ ହ୍ୟୁମାନୋଏଡ୍ ରୋବୋଟ୍  ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି । ଏହା ଡେମୋ ଟେଷ୍ଟରେ ବିଶ୍ୱର ସବୁଠାରୁ ଦ୍ରୁତତମ ଆଥଲେଟ୍ ଉସେନ୍ ବୋଲ୍ଟଙ୍କ ରେକର୍ଡକୁ ପଛରେ ପକାଇ ନୂଆ ଇତିହାସ ରଚିଛି । ସାଂଘାଇଠାରେ ଅନୁଷ୍ଠିତ ଏହି ଡେମୋ ପ୍ରଦର୍ଶନରେ ରୋବୋଟ୍‌ଟି ସେକେଣ୍ଡ ପ୍ରତି ୧୨.୬୬ ମିଟରର ସର୍ବାଧିକ ଗତିରେ ଦୌଡି ଏହି ସଫଳତା ଅର୍ଜନ କରିଛି । ଏହା ୨୦୦୯ ମସିହାରେ ବୋଲ୍ଟଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ସେକେଣ୍ଡ ପ୍ରତି ୧୨.୪୨ ମିଟରର ଶୀର୍ଷ ଗତିଠାରୁ ଅଧିକ । ମାତ୍ର ୩ ମାସରେ ତିଆରି ହୋଇଥିବା ଏହି ରୋବୋଟ୍ ଏହି ବେଗରେ ୧୦୦ ମିଟର ଦୌଡ଼କୁ ମାତ୍ର ୭.୯ ସେକେଣ୍ଡରେ ପୂରଣ କରିବା ସହ ଗୋଟିଏ ସ୍ଥାନରେ ଛିଡ଼ା ହୋଇ ୨ ମିଟର ଉଚ୍ଚତା ପର୍ଯ୍ୟନ୍ତ ଡେଇଁବାର ଦକ୍ଷତା ପ୍ରଦର୍ଶନ କରିଛି । କେବଳ ଦୌଡ଼ିବା ନୁହେଁ, ପୂର୍ବରୁ ଡ୍ୟାନ୍ସ ଏବଂ ମାର୍ଶଲ ଆର୍ଟ କରିବାରେ ମଧ୍ୟ ନିଜର ପାରଙ୍ଗମତା ଦେଖାଇସାରିଥିବା ଏହି କମ୍ପାନୀ ଜୁଲାଇ ଶେଷ ସୁଦ୍ଧା ପ୍ରାୟ ୧୮ ହଜାର ବାଇପେଡାଲ୍ ହ୍ୟୁମାନୋଏଡ୍ ରୋବୋଟ୍ ନିର୍ମାଣ କରିସାରିଛି । ତେବେ ଏହି ସେକେଣ୍ଡ ପ୍ରତି ୧୨.୬୬ ମିଟର ଗତିର ଅଫିସିଆଲ୍ ପୁଷ୍ଟି ହେବା ବାକି ଅଛି ।

ଶବକୁ କରାଯାଏ ୧୦୮ ଖଣ୍ଡ
ଅରୁଣାଚଳ ପ୍ରଦେଶର ମୋନ୍‌ପା ସମ୍ପ୍ରଦାୟରେ ଅନ୍ତିମ ସଂସ୍କାରର ଏକ ପ୍ରାଚୀନ ପରମ୍ପରା ରହିଆସିଛି । ଏହି ପରମ୍ପରାରେ ମୃତଦେହକୁ ୧୦୮ ଖଣ୍ଡ କରି ନଦୀରେ ଭସାଇ ଦିଆଯାଉଥିଲା, ଯାହାକୁ ମାଛ ଏବଂ ଅନ୍ୟାନ୍ୟ ଜଳଚର ଜୀବମାନେ ଆହାର ଭାବେ ଗ୍ରହଣ କରୁଥିଲେ । ମାନବ ଶରୀରକୁ ପ୍ରକୃତିକୁ ଫେରାଇ ଦେବାର ବିଶ୍ୱାସ ସହ ଜଡ଼ିତ ଏହି ରୀତିନୀତି ମୁଖ୍ୟତଃ ତୱାଙ୍ଗ ଅଞ୍ଚଳରେ ପ୍ରଚଳିତ ଥିଲା । ଯେଉଁଠାରେ 'ଥାମ୍ପା' ନାମକ ଜଣେ ବ୍ୟକ୍ତି ଶବକୁ ଲୋକଙ୍କଠାରୁ ଦୂରକୁ ନେଇ ଗୋଟିଏ ଗୋଟିଏ କରି ୧୦୮ ଖଣ୍ଡ ନଦୀରେ ପକାଉଥିଲେ । ବୌଦ୍ଧ ଧର୍ମରେ ୧୦୮ ସଂଖ୍ୟାର ବିଶେଷ ଆଧ୍ୟାତ୍ମିକ ମହତ୍ତ୍ୱ ରହିଛି । ଅବଶ୍ୟ ଏହି ସମ୍ପ୍ରଦାୟରେ ମୃତଦେହ ଦାହ କରିବା, କବର ଦେବା ଏବଂ ପକ୍ଷୀଙ୍କ ପାଇଁ ଖୋଲାରେ ଛାଡ଼ିଦେବାର ଅନ୍ୟାନ୍ୟ ପରମ୍ପରା ମଧ୍ୟ ରହିଛି ।  ତେବେ ସମୟ ସହ ଏହି ୧୦୮ ଖଣ୍ଡ କରିବାର ପ୍ରଥା ଧୀରେ ଧୀରେ ବନ୍ଦ ହୋଇଛି । ୨୦୧୧ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଦୋର୍ଜୀ ଖାଣ୍ଡୁ ମଧ୍ୟ ଏହି ପ୍ରଥାକୁ ସମ୍ପୂର୍ଣ୍ଣ ସମାପ୍ତ କରିବାକୁ ନିବେଦନ କରିଥିଲେ। ଯାହା ଫଳରେ ଆଜି ଏହା ସମଗ୍ର ମୋନ୍‌ପା ସମ୍ପ୍ରଦାୟରେ ଏକ ସକ୍ରିୟ ପରମ୍ପରା ଭାବେ ଗ୍ରହଣ କରାଯାଉନାହିଁ ।

ମାଟିରୁ ବିଜୁଳି
ଜାପାନର ଜଣେ ଇଞ୍ଜିନିୟର ସାତୋଶୀ ନାକାଗାୱା ମାଟି ଏବଂ ଖାତରୁ ବିଜୁଳି ପ୍ରସ୍ତୁତ କରିବାର ଏକ ଅଭିନବ କୌଶଳ ବିକଶିତ କରିଛନ୍ତି । ଯେଉଁଥିରେ ମାଟି ଭିତରେ ଜିଙ୍କ୍ ଓ କପର ଇଲେକ୍ଟ୍ରୋଡ୍ ଲଗାଇ ମାଟିରେ ଥିବା ଆର୍ଦ୍ରତା ଓ ଆୟନ୍ ସାହାଯ୍ୟରେ ବିଦ୍ୟୁତ୍ ଉତ୍ପାଦନ କରାଯାଉଛି । ଏହି ପ୍ରଯୁକ୍ତିବିଦ୍ୟାରେ ୧,୫୦୦ କାଠ ବାକ୍ସରେ ମାଟି ଓ ଖାତ ଭରି ୮୦୦ ଏଲଇଡି ଲାଇଟ୍ ଜଳାଯାଉଥିବା ବେଳେ ୨,୦୦୦ କଣ୍ଟେନର ବିଶିଷ୍ଟ ଅନ୍ୟ ଏକ ସେଟ୍‌ଅପ୍‌ରୁ ୧୦୦ ୱାଟ୍ ବିଜୁଳି ଉତ୍ପାଦନ କରାଯାଉଛି । ଯାହା ଦ୍ୱାରା ରାଇସ୍ କୁକର୍ ଭଳି ଛୋଟ ଛୋଟ ଇଲେକ୍ଟ୍ରୋନିକ୍ ଉପକରଣ ମଧ୍ୟ ଚାଲିପାରୁଛି । ଇଞ୍ଜିନିୟର ନାକାଗାୱାଙ୍କ ଅନୁଯାୟୀ ସୌର କିମ୍ବା ପବନ ଶକ୍ତି ଭଳି ଏହି ପ୍ରକ୍ରିୟା ପାଣିପାଗ ଉପରେ ନିର୍ଭର କରେ ନାହିଁ । ଦୂରଦୂରାନ୍ତ ଅଞ୍ଚଳରେ ଛୋଟ ସେନ୍ସର ଓ କମ୍ ଶକ୍ତି ଆବଶ୍ୟକ କରୁଥିବା ଯନ୍ତ୍ରାଂଶ ଚଳାଇବାରେ ଏହା ବେଶ୍ ସହାୟକ ହୋଇପାରିବ । ଯଦିଓ ବିଶେଷଜ୍ଞମାନଙ୍କ ମତରେ ଏହି ସିଷ୍ଟମ୍‌ରୁ ଉତ୍ପାଦିତ ବିଜୁଳି ସାଧାରଣ ବ୍ୟାଟେରୀ ତୁଳନାରେ ଯଥେଷ୍ଟ କମ୍, ତଥାପି ବଡ଼ ଧରଣର ବିଦ୍ୟୁତ୍ ଉତ୍ପାଦନ ବଦଳରେ ସ୍ଥାନୀୟ କ୍ଷୁଦ୍ର ଆବଶ୍ୟକତା ପୂରଣ କରିବା ପାଇଁ ଏହା ଏକ ପ୍ରଭାବଶାଳୀ ବିକଳ୍ପ ସାବ୍ୟସ୍ତ ହୋଇପାରିଛି ।