Feature - Samaya Live

ଭିନ୍ନ ମଣିଷ ଭିନ୍ନ ସ୍ବର
ମାନବ ସ୍ୱର ହେଉଛି ଆମ ବ୍ୟକ୍ତିତ୍ୱର ସବୁଠାରୁ ସ୍ୱତନ୍ତ୍ର ବୈଶିଷ୍ଟ୍ୟ, ଯାହାଦ୍ୱାରା ଜନଗହଳିପୂର୍ଣ୍ଣ ସ୍ଥାନରେ ମଧ୍ୟ ପରିଚିତ ଲୋକେ ଆମକୁ ତୁରନ୍ତ ଚିହ୍ନିପାରନ୍ତି । ତେବେ 'ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ୍'ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ବିବର୍ତ୍ତନ ପ୍ରକ୍ରିୟାରେ ଅନ୍ୟ ମାଙ୍କଡ଼ ଓ ବାନରମାନଙ୍କଠାରେ ଦେଖାଯାଉଥିବା 'ଭୋକାଲ୍ ମେମ୍ବ୍ରେନ୍'  ଏବଂ ବାୟୁ ଥଳୀ ଗୁଡ଼ିକ ଶରୀରରୁ ବିଲୁପ୍ତ ହେବା ଫଳରେ ମଣିଷଠାରେ ଏକ ସ୍ଥିର ସ୍ୱର ପେଟିକା ବିକଶିତ ହୋଇଛି । ଯାହା କୋଳାହଳପୂର୍ଣ୍ଣ ଧ୍ୱନି ବଦଳରେ ସ୍ପଷ୍ଟ ଏବଂ ନିୟନ୍ତ୍ରିତ ସ୍ୱର ସୃଷ୍ଟି କରିବାରେ ସାହାଯ୍ୟ କରେ । ସ୍ୱରତନ୍ତ୍ରୀରୁ ବାହାରୁଥିବା ଏହି ଧ୍ୱନି ଗଳା, ପାଟି ଏବଂ ନାକ ରୂପକ ଇକୋ ଚାମ୍ବର ଦେଇ ଗତି କରିବା ସମୟରେ ଏକ ସ୍ୱତନ୍ତ୍ର ରୂପ ନେଇଥାଏ । ଏହି ପ୍ରକ୍ରିୟାରୁ ବଞ୍ଚିଯାଉଥିବା ସବୁଠାରୁ ସ୍ଥାୟୀ ଧ୍ୱନି ଆବୃତ୍ତିକୁ ବୈଜ୍ଞାନିକମାନେ "ଫର୍ମାଣ୍ଟସ୍" କହିଥାନ୍ତି, ଯାହା ପ୍ରତ୍ୟେକ ବ୍ୟକ୍ତିର ସ୍ୱରକୁ ଭିନ୍ନ କରିଥାଏ । ଏହି ଫର୍ମାଣ୍ଟସ୍ ସମ୍ପୂର୍ଣ୍ଣ ରୂପେ ବ୍ୟକ୍ତିର ସ୍ୱର ନଳୀର ଲମ୍ବ, ପାଟିର ଆକୃତି, ତାଳୁର ବକ୍ରତା, ଗଳାର ଗଭୀରତା, ମୁଣ୍ଡଖପୁରି  ଓ ସାଇନସ୍‌ର ଗଠନ ଉପରେ ନିର୍ଭର କରିଥାଏ । ସମାନ ଉଚ୍ଚତାର ଦୁଇଜଣ ପୁରୁଷ କିମ୍ବା ଶାରୀରିକ ଗଠନର ଭିନ୍ନତା ଯୋଗୁଁ ମହିଳା ଓ ପୁରୁଷଙ୍କ ସ୍ୱର ସମ୍ପୂର୍ଣ୍ଣ ଅଲଗା ଶୁଣାଯାଏ । ଏପରିକି ଏହି ଆନୁବଂଶିକ ଜିନ୍‌ଗୁଡ଼ିକର ପ୍ରଭାବ କାରଣରୁ ଗର୍ଭସ୍ଥ ଶିଶୁ ମଧ୍ୟ ନିଜ ମା'ର ସ୍ୱରକୁ ସହଜରେ ଚିହ୍ନି ପ୍ରତିକ୍ରିୟା ପ୍ରକାଶ କରିଥାଏ ।

ରୋବଟ ନିର୍ମିତ ଷ୍ଟେସନ
ଟେକ୍ନୋଲୋଜି ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଚୀନ୍ ସାରା ବିଶ୍ୱକୁ ପୁଣି ଥରେ ଚକିତ କରିଦେଇଛି, ଯାହାକି ବର୍ତ୍ତମାନ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଚୀନ୍ ଗସ୍ତରେ ଯାଇଥିବା ବିଶିଷ୍ଟ କୋଟିପତି ତଥା ଉଦ୍ୟୋଗୀ ଏଲନ୍ ମସ୍କ ନିଜର ସୋସିଆଲ ମିଡିଆ ଆକାଉଣ୍ଟ 'X' ରେ ଚୀନ୍‌ର ଏକ ମେଗା ପ୍ରୋଜେକ୍ଟର ଭିଡିଓ ସେୟାର କରିଛନ୍ତି। ଯାହା ଚୀନ୍‌ର "ଚୋଙ୍ଗକିଙ୍ଗ୍ ଇଷ୍ଟ ରେଳଷ୍ଟେସନ"ର ଅଟେ । ଏହି ଷ୍ଟେସନକୁ ବର୍ତ୍ତମାନ ବିଶ୍ୱର ସବୁଠାରୁ ବଡ଼ ରେଳଷ୍ଟେସନ ବୋଲି କୁହାଯାଉଛି ଏବଂ ଏହାର ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ଏତେ ବଡ଼ ବିଶାଳ ଭିତ୍ତିଭୂମିକୁ ମାତ୍ର ୩୮ ମାସ ମଧ୍ୟରେ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ମଣିଷ ଅପେକ୍ଷା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା ଏଆଇ ଚାଳିତ ରୋବୋଟ୍‌ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଦକ୍ଷିଣ-ପଶ୍ଚିମ ଚୀନ୍‌ର ପ୍ରସିଦ୍ଧ ଚୋଙ୍ଗକିଙ୍ଗ୍ ସହରରେ ନିର୍ମିତ ଏହି ରେଳଷ୍ଟେସନ ପ୍ରାୟ ୧୨.୨ ଲକ୍ଷ ବର୍ଗ ମିଟର ଅଞ୍ଚଳରେ ପରିବ୍ୟାପ୍ତ ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ଚୋଙ୍ଗକିଙ୍ଗ୍ ହେଉଛି ସେହି ଆଧୁନିକ ତଥା ଚମତ୍କାର ସହର ଯେଉଁଠାରେ ମେଟ୍ରୋ ଟ୍ରେନ୍‌ଗୁଡ଼ିକ ସିଧାସଳଖ ଆପାର୍ଟମେଣ୍ଟ ବିଲ୍ଡିଂ ଏବଂ ବହୁତଳ ପ୍ରାସାଦ ମଧ୍ୟ ଦେଇ ଗତି କରୁଥିବାର ଦେଖାଯାଏ । ବିଭିନ୍ନ ଆନ୍ତର୍ଜାତୀୟ ରିପୋର୍ଟ ଅନୁସାରେ, ଏହି ମେଗା ଷ୍ଟେସନର ନିର୍ମାଣ କାର୍ଯ୍ୟରେ ବହୁ ସଂଖ୍ୟାରେ ସ୍ୱୟଂଚାଳିତ ମେସିନ୍ ଏବଂ ରୋବୋଟ୍‌ଙ୍କର ଏକ ସମ୍ପୂର୍ଣ୍ଣ ସେନା ନିୟୋଜିତ କରାଯାଇଥିଲା, ଯାହା ଦ୍ୱାରା ଅତି କମ୍ ସମୟ ମଧ୍ୟରେ କାମ ଶେଷ ହୋଇପାରିଛି ।

ଗୋଟିଏ ଚକ ଥିଲା ସାଇକେଲ
ସୋସିଆଲ ମିଡିଆରେ ବର୍ତ୍ତମାନ ଜଣେ ଯୁବକଙ୍କ ଭିଡିଓ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି, ଯେଉଁଥିରେ ସେ କେରଳରୁ ନେପାଳ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଧରଣର ଗୋଟିଏ ଚକ ବିଶିଷ୍ଟ ସାଇକେଲ୍‌ ଚଲାଇ ଯାଉଥିବା ଦେଖିବାକୁ ମିଳୁଛି । ଏହା କୌଣସି ସାଧାରଣ ସାଇକେଲ ନୁହେଁ, କାରଣ ଏହାର ଆଗ ପାର୍ଶ୍ୱଟି ଶୂନ୍ୟରେ ଉପରକୁ ଟେକି ହୋଇ ରହିଛି ଏବଂ ସେ କେବଳ ପଛ ଚକ ସାହାଯ୍ୟରେ ସମ୍ପୂର୍ଣ୍ଣ ଭାରସାମ୍ୟ ରକ୍ଷା କରି ରାସ୍ତାରେ ଆଗକୁ ବଢୁଛନ୍ତି । ଟ୍ରାଫିକ୍‌ ଜାମ୍‌ ଏବଂ ଖରାପ ରାସ୍ତା ସତ୍ତ୍ୱେ ମଧ୍ୟ ସେ ବିନା କୌଣସି ଭୟ କିମ୍ବା ଦ୍ୱିଧାରେ, ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ଘଣ୍ଟା ଘଣ୍ଟା ଧରି ଏହିପରି ସାଇକେଲ୍ ଚଲାଇବା ଦେଖି ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି । ସୋସିଆଲ ମିଡିଆରେ ଏହାକୁ ନେଇ ୟୁଜର୍ସଙ୍କ ମଧ୍ୟରେ ଅନେକ ମଜାଦାର ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଅଦ୍ଭୁତ ସନ୍ତୁଳନ ଏବଂ ଦୁଃସାହସିକତାର ପ୍ରତୀକ ସାଜିଥିବା ଏହି ଯୁବକଙ୍କ ଯାତ୍ରା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।

ବିଶ୍ବ କଇଁଛ ଦିବସ
ପୃଥିବୀର ଅନ୍ୟତମ ପ୍ରାଚୀନ ଜୀବ କଇଁଛଙ୍କ ସଂରକ୍ଷଣ ଏବଂ ସେମାନଙ୍କର ହ୍ରାସ ପାଉଥିବା ପ୍ରାକୃତିକ ବାସସ୍ଥଳୀ ପ୍ରତି ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ' ୨୩ ତାରିଖକୁ ସମଗ୍ର ବିଶ୍ୱରେ 'ବିଶ୍ୱ କଇଁଛ ଦିବସ' ଭାବେ ପାଳନ କରାଯାଇଥାଏ । ଏହି ଦିବସ ପାଳନର ଇତିହାସ ପ୍ରାୟ ଦୁଇ ଦଶନ୍ଧିରୁ ଅଧିକ ପୁରୁଣା, ଯାହାର ଆରମ୍ଭ ୨୦୦୦ ମସିହାରେ ଆମେରିକାର ଏକ ଅଣ-ଲାଭଦାୟକ ସଂଗଠନ 'ଆମେରିକାନ୍ ଟୋର୍ଟଏଜ୍ ରେସକ୍ୟୁ' ଦ୍ୱାରା କରାଯାଇଥିଲା । ପରିବେଶ ସନ୍ତୁଳନ ରକ୍ଷା କରିବାରେ କଇଁଛମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ; ବିଶେଷ କରି ସାମୁଦ୍ରିକ କଇଁଛମାନେ ସମୁଦ୍ରର ଘାସ ପ୍ରଣାଳୀକୁ ସୁସ୍ଥ ରଖିବା ସହ ସାମୁଦ୍ରିକ ଜୈବ ବିବିଧତାକୁ ନିୟନ୍ତ୍ରିତ କରିଥାନ୍ତି ।  ସେହିଭଳି ଓଡ଼ିଶା ପରିପ୍ରେକ୍ଷୀରେ ଏହି ଦିବସର ତାପ୍ତର୍ଯ୍ୟ ଆହୁରି ଅଧିକ, କାରଣ ରାଜ୍ୟର ଗହୀରମଥା, ଋଷିକୂଲ୍ୟା ଏବଂ ଦେବୀ ମୁହାଣ ଭଳି ଉପକୂଳ ଅଞ୍ଚଳ ବିରଳ 'ଅଲିଭ୍ ରିଡ୍‌ଲେ' ସାମୁଦ୍ରିକ କଇଁଛମାନଙ୍କର ବିଶ୍ୱର ସବୁଠାରୁ ବଡ଼ ଗଣ-ଅଣ୍ଡାଦାନ  କ୍ଷେତ୍ର ପାଲଟିଛି । ବର୍ତ୍ତମାନ ସମୟରେ ସାମୁଦ୍ରିକ ପ୍ରଦୂଷଣ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ, ବେଆଇନ ଶିକାର ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହି ଶାନ୍ତ ପ୍ରାଣୀଙ୍କ ଅସ୍ତିତ୍ୱ ବିପନ୍ନ ହେବାରେ ଲାଗିଛି, ତେଣୁ କେବଳ ସରକାରୀ ସ୍ତରରେ ନୁହେଁ, ବରଂ ପ୍ରତ୍ୟେକ ନାଗରିକ ସଚେତନ ହୋଇ ପ୍ଲାଷ୍ଟିକ ବର୍ଜନ କରିବା ସହ ଏହି ଜୀବମାନଙ୍କୁ ସୁରକ୍ଷା ଦେବା ହିଁ ଚଳିତ ବିଶ୍ୱ କଇଁଛ ଦିବସର ପ୍ରକୃତ ସଂକଳ୍ପ ହେବ ।

କୃତ୍ରିମ ହ୍ରଦ
ରାଜସ୍ଥାନର ଜୈସଲମେର ମରୁଭୂମି ଅଞ୍ଚଳରେ ଏକ ବିଶାଳ କୃତ୍ରିମ ହ୍ରଦ ନିର୍ମାଣ କରାଯାଇଛି, ଯାହା ଜୈସଲମେର ଏବଂ ବାଡ଼ମେର ଜିଲ୍ଲାରେ ବର୍ଷସାରା ଜଳ ଯୋଗାଣ ବଜାୟ ରଖିବାରେ ସହାୟକ ହେବ । ପ୍ରାୟ ୨୮ କିଲୋମିଟର ଲମ୍ବ ଏବଂ ୩୩ ଫୁଟ ଗଭୀର ବିଶିଷ୍ଟ ଏହି ହ୍ରଦର ଜଳ ସଂରକ୍ଷଣ କ୍ଷମତା ୧୪୧୩ ମିଲିୟନ କ୍ୟୁବିକ୍ ଫୁଟ୍ ରହିଛି । ମରୁଭୂମିର ବାଲିଆ ମାଟି ଯେପରି ଶୀଘ୍ର ପାଣି ଶୋଷି ନନେବ, ସେଥିପାଇଁ ହ୍ରଦ ଶଯ୍ୟାରେ ୩୦୦ ମାଇକ୍ରୋନର ଏକ ବିଶେଷ 'ଏଚଡିପିଇ' ପ୍ଲାଷ୍ଟିକ ସିଟ୍ ବିଛାଯାଇଛି । ଏହାସହ ଏହାକୁ ପ୍ରାୟ ୧୦୦ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରଖିବା ପାଇଁ ତା' ଉପରେ ଅଢେଇ ଫୁଟର ମାଟି ସ୍ତର ଦିଆଯାଇଛି । ଇନ୍ଦିରା ଗାନ୍ଧୀ କେନାଲ ସହ ସଂଯୁକ୍ତ ଏହି ହ୍ରଦରୁ ବଡ଼ ବଡ଼ ପାଇପ୍ ମାଧ୍ୟମରେ ପାଣିକୁ ପ୍ରଥମେ ମୋହନଗଡ଼ ଫିଲ୍ଟର ପ୍ଲାଣ୍ଟକୁ ପଠାଯିବ ଏବଂ ସେଠାରୁ ବିଶୁଦ୍ଧ କରାଯାଇ ପାଇପଲାଇନ ଯୋଗେ ଲୋକଙ୍କ ଘରକୁ ଯୋଗାଇ ଦିଆଯିବ । ପ୍ରତିବର୍ଷ କେନାଲ ମରାମତି ସମୟରେ ପ୍ରାୟ ଏକ ମାସ ପାଇଁ ଜଳ ଯୋଗାଣ ବନ୍ଦ ରହୁଥିବାରୁ ଏହି ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଦେଖାଦେଉଥିବା ଉତ୍କଟ ଜଳାଭାବକୁ ଦୂର କରିବା ପାଇଁ ଏହି ପ୍ରକଳ୍ପ ଏକ ବର୍ଷର ଜଳ ବ୍ୟାକଅପ୍ ପ୍ରଦାନ କରିବ । ପ୍ରାୟ ୪୦୦ ଶ୍ରମିକ ଏବଂ ୧୦ ଜଣ ଇଞ୍ଜିନିୟରଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ସଫଳତାର ସହ ସମ୍ପୂର୍ଣ୍ଣ ହୋଇପାରିଛି ।

କେକ କାଟିବାକୁ ୧୦ ହଜାର ବିଲ
ଆମେରିକାର ଏକ ବିଳାସପୂର୍ଣ୍ଣ ରେଷ୍ଟୁରାଣ୍ଟ ଜଣେ ଗ୍ରାହକଙ୍କଠାରୁ କେବଳ କେକ୍ କାଟିବା ବାବଦକୁ ୧୦,୬୫୦ ଟଙ୍କା ଆଦାୟ କରିଥିବା ଘଟଣା ସାମ୍ନାକୁ ଆସିଛି । ଜଷ୍ଟିନ ନାମକ ଜଣେ ଫୁଡ୍ ଇନ୍‌ଫ୍ଲୁଏନ୍‌ସର ନିଜର ୧୦ ଜଣ ସାଙ୍ଗଙ୍କ ସହ କାଲିଫର୍ଣ୍ଣିଆର ଏକ ରୁଫ୍‌ଟପ୍ ରେଷ୍ଟୁରାଣ୍ଟକୁ ରାତ୍ରି ଭୋଜନ ପାଇଁ ଯାଇଥିଲେ । ସେଠାରେ ସେମାନେ ଜଣେ ବନ୍ଧୁଙ୍କ ଜନ୍ମଦିନ ପାଳନ କରିବା ପାଇଁ ବାହାରୁ ଏକ କେକ୍ ନେଇ ଯାଇଥିଲେ । ରାତ୍ରି ଭୋଜନ ପରେ ଯେତେବେଳେ ବିଲ୍ ଆସିଲା, ସେଥିରେ 'କେକ୍ କଟିଂ ଫିସ୍' ବାବଦକୁ ୧୧୦ ଡଲାର ଅର୍ଥାତ୍ ପ୍ରାୟ ୧୦,୬୫୦ ଟଙ୍କା ଅଲଗା ଭାବେ ଯୋଡ଼ା ଯାଇଥିଲା । ଯାହାକି ସେଠାରେ ଉପସ୍ଥିତ ଥିବା ୧୧ ଜଣ ଲୋକଙ୍କ ହିସାବରେ ଜଣ ପ୍ରତି ପ୍ରାୟ ୯୭୦ ଟଙ୍କା ଲେଖାଏଁ ଧାର୍ଯ୍ୟ କରାଯାଇଥିଲା । ଏହି ଇନ୍‌ଫ୍ଲୁଏନ୍‌ସର ଜଣକ ସୋସିଆଲ ମିଡିଆରେ ବିଲ୍ ସହ ସମ୍ପୂର୍ଣ୍ଣ କାହାଣୀ ସେୟାର କରିବା ପରେ ଏହା ଖୁବ୍ ଭାଇରାଲ ହୋଇଥିଲା । ବିବାଦ ବଢ଼ିବା ପରେ ରେଷ୍ଟୁରାଣ୍ଟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ ବାହାରୁ ଅଣାଯାଇଥିବା କେକ୍ କାଟିବା ଏବଂ ପରଷିବା ପାଇଁ ସେମାନଙ୍କର ପୂର୍ବରୁ ଫିସ୍ ସ୍ଥିର ରହିଛି । ତେବେ ଗ୍ରାହକଙ୍କୁ ଏହି ଚାର୍ଜ ବିଷୟରେ ସଠିକ୍ ଭାବେ ସୂଚନା ଦିଆଯାଇ ନଥିବା ସେମାନେ ସ୍ୱୀକାର କରିଛନ୍ତି ଏବଂ ଏଥିପାଇଁ କ୍ଷମା ମାଗିବା ସହ ଟଙ୍କା ଫେରସ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ନକଲି ଅଣ୍ଡାରୁ ଅସଲି ଛୁଆ
ଆମେରିକାର ବାୟୋଟେକ୍ କମ୍ପାନୀ 'କୋଲୋସଲ ବାୟୋସାଇନ୍ସେସ୍' ଏକ କୃତ୍ରିମ ବା ନକଲି ଅଣ୍ଡା ପ୍ରସ୍ତୁତ କରିଛି, ଯେଉଁଥିରୁ ପ୍ରକୃତ ଜୀବନ୍ତ କୁକୁଡ଼ା ଛୁଆ ଜନ୍ମ ନେଇଛନ୍ତି । ଏହି ପ୍ରକ୍ରିୟା ପାଇଁ କମ୍ପାନୀ ଏକ ସ୍ୱତନ୍ତ୍ର କୃତ୍ରିମ ଅଣ୍ଡା ପ୍ରଣାଳୀ  ତିଆରି କରିଛି, ଯେଉଁଠାରେ ଭ୍ରୂଣକୁ ଲ୍ୟାବ୍‌ରେ ବିକଶିତ କରାଯାଇଛି। ଏହି କୃତ୍ରିମ ଅଣ୍ଡାଟି ପ୍ରାକୃତିକ ଅଣ୍ଡା ଭଳି ଭିତରକୁ ଅମ୍ଳଜାନ ପହଞ୍ଚାଇଥାଏ, ଯାହାଦ୍ୱାରା ଛୁଆଟି ସାଧାରଣ ଭାବେ ବଢ଼ିପାରେ । ଏହା ସମ୍ପୂର୍ଣ୍ଣ ସ୍ୱଚ୍ଛ ବା ପାରଦର୍ଶୀ ହୋଇଥିବାରୁ ବୈଜ୍ଞାନିକମାନେ ବାହାରୁ ହିଁ ଭ୍ରୂଣର ବିକାଶକୁ ସହଜରେ ଦେଖିପାରୁଛନ୍ତି । କମ୍ପାନୀର ସୂଚନା ଅନୁଯାୟୀ, ଏହି ଅଭିନବ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ଏପର୍ଯ୍ୟନ୍ତ ୨୬ଟି ସୁସ୍ଥ କୁକୁଡ଼ା ଛୁଆ ଜନ୍ମ ହୋଇସାରିଛନ୍ତି । ଯେଉଁଥିପାଇଁ କୌଣସି ମାଈ କୁକୁଡ଼ା କିମ୍ବା ପ୍ରାକୃତିକ ଅଣ୍ଡାର ଆବଶ୍ୟକତା ପଡ଼ିନାହିଁ । ବିଶେଷ କରି ନ୍ୟୁଜିଲ୍ୟାଣ୍ଡରେ ମିଳୁଥିବା, ପ୍ରାୟ ୧୨ ଫୁଟ ଲମ୍ବା ଏବଂ ୨୦୦ କିଲୋରୁ ଅଧିକ ଓଜନ ବିଶିଷ୍ଟ ବିଲୁପ୍ତ ହୋଇଯାଇଥିବା ବିଶାଳ ପକ୍ଷୀ 'ମୋଆ' କୁ ପୁଣିଥରେ ପୃଥିବୀକୁ ଫେରାଇ ଆଣିବା ପ୍ରୋଜେକ୍ଟ ଉପରେ କାମ କରିବା ପାଇଁ ବୈଜ୍ଞାନିକମାନେ ଏହି ନକଲି ଅଣ୍ଡା ପ୍ରସ୍ତୁତ କରୁଛନ୍ତି ।

ବୁଲଡୋଜର ବିବାହ
ଯୁଦ୍ଧ  ପରିସ୍ଥିତି ମଧ୍ୟରେ ଗାଜାର ଶେଖ ରଦୱାନ ଅଞ୍ଚଳରେ ଜଣେ ବର ବୁଲଡୋଜରରେ ବସି ବିବାହ କରିବାକୁ ପହଞ୍ଚିଛନ୍ତି । ଏହି ସମୟରେ ବର ବୁଲଡୋଜରର ଆଗ ପଟେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା ଏବଂ ବରଯାତ୍ରୀମାନେ ଗାଡ଼ି ସାମ୍ନାରେ ନାଚୁଥିବା ନଜର ଆସିଥିଲେ । ବର ଜଣକ ବୃତ୍ତିରେ ଜଣେ କନ୍‌ଷ୍ଟ୍ରକସନ ଗାଡ଼ିର ଡ୍ରାଇଭର ହୋଇଥିବାରୁ ଏବଂ ବୁଲଡୋଜର, ଲୋଡର ଓ କ୍ରେନ ଭଳି ଗାଡ଼ି ଚଲାଉଥିବାରୁ ସେ ନିଜ ବାହାଘର ପାଇଁ ବୁଲଡୋଜର ବାଛିଥିଲେ ।  ଏହା ସହିତ ଗାଜାରେ ଚାଲିଥିବା ଯୁଦ୍ଧ ଓ ସମ୍ବଳର ଅଭାବ ଯୋଗୁଁ ଲୋକମାନେ ଏଭଳି ସାଧାରଣ ଢଙ୍ଗରେ ବାହାଘର କରୁଥିବା ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ବର ବୁଲଡୋଜରେ ଛିଡ଼ା ହୋଇ ନାଚୁଥିବା ଏବଂ ପାଖରେ କନ୍ୟାର ଗାଉନ ରଖାଯାଇଥିବା ଦେଖାଯାଇଛି । ସେଭଳି ଆଖପାଖରେ ଚାରିଆଡ଼େ ଭଙ୍ଗା ଘର ଏବଂ ଆବର୍ଜନା ଥିଲେ ବି ବରଯାତ୍ରୀମାନେ ବେଶ୍ ଖୁସିରେ ଉପଭୋଗ କରୁଥିବା ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଏହାର ଖୁବ ପ୍ରଶଂସା ହେଉଥିବା ଦେଖିବାକୁ ମିଳିଛି ।

ବିଲେଇ ଭଳି ବୋବାଉଛି ସିଗଲ୍ସ
ତୁର୍କୀରୁ ସାମ୍ନାକୁ ଆସିଥିବା 'ସୀଗଲ୍ସ'  ସମୁଦ୍ରୀ ପକ୍ଷୀମାନଙ୍କର ଏକ ଚମତ୍କାର ଏବଂ ମଜାଦାର କାରନାମା ଏବେ ସାରା ବିଶ୍ୱର ଲୋକଙ୍କ ମନ ଜିଣିବା ସହ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରକୃତରେ ସେଠାକାର ପ୍ରଶାସନ ପକ୍ଷରୁ ବେସହାରା ବିଲେଇମାନଙ୍କୁ ଖାଦ୍ୟ ଖୁଆଇବା ପାଇଁ ସହରର ବିଭିନ୍ନ ସ୍ଥାନରେ ସ୍ମାର୍ଟ ଫିଡିଂ ମେସିନ୍ ଲଗାଯାଇଛି । ଯେଉଁଠାରେ ସାଧାରଣ ଲୋକେ ମେସିନର ବଟନ ଦବାଇଲେ ବିଲେଇମାନଙ୍କ ପାଇଁ ଖାଦ୍ୟ ବାହାରିଥାଏ। କିନ୍ତୁ ଚତୁର ସୀଗଲ୍ ପକ୍ଷୀମାନେ ଏହି ବ୍ୟବସ୍ଥାର ଫାଇଦା ଉଠାଇବା ପାଇଁ ବିଲେଇଙ୍କ ଭଳି 'ମିଆଁଉ' ଆୱାଜ୍ କରିବା ଶିଖିଯାଇଛନ୍ତି । ସେମାନେ ବର୍ତ୍ତମାନ ମେସିନ୍ ପାଖରେ ରହି ବିଲେଇ ପରି ଶବ୍ଦ କରୁଛନ୍ତି, ଯାହାଦ୍ୱାରା ଯାତାୟାତ କରୁଥିବା ଲୋକମାନେ ସେମାନଙ୍କୁ ପ୍ରକୃତ ବିଲେଇ ଭାବି ମେସିନର ବଟନ ଦବାଇ ଦେଉଛନ୍ତି । ଏହାପରେ ସେଥିରୁ ବାହାରୁଥିବା ସ୍ୱାଦିଷ୍ଟ ଖାଦ୍ୟକୁ ଏହି ପକ୍ଷୀମାନେ ଆନନ୍ଦରେ ଖାଉଛନ୍ତି । ପକ୍ଷୀମାନଙ୍କର ଏଭଳି ଅତ୍ୟଧିକ ବୁଦ୍ଧିମତା  ଶୈଳୀକୁ ସୋସିଆଲ ମିଡିଆରେ ଲୋକେ ଖୁବ୍ ପସନ୍ଦ କରୁଛନ୍ତି । ତେବେ ସେମାନଙ୍କର ଏଭଳି ବ୍ୟବହାର ପ୍ରମାଣିତ କରୁଛି ଯେ କେବଳ ମଣିଷ ନୁହେଁ, ବରଂ ପଶୁପକ୍ଷୀମାନେ ମଧ୍ୟ ପରିବେଶ ଓ ପରିସ୍ଥିତି ଅନୁଯାୟୀ ନିଜକୁ ଢାଳିନେବାରେ ସକ୍ଷମ ଅଟନ୍ତି ।

ରାଷ୍ଟ୍ରୀୟ ଆତଙ୍କବାଦ ବିରୋଧୀ ଦିବସ
ଭାରତର ସାର୍ବଭୌମତ୍ବ ଅଖଣ୍ଡତାକୁ ସୁରକ୍ଷିତ ରଖିବା ସହ ହିଂସା ମୁକ୍ତ ସମାଜ ଗଠନର ସଂକଳ୍ପକୁ ଦୋହରାଇବା ପାଇଁ ପ୍ରତିବର୍ଷ ମେ ୨୧ ତାରିଖକୁ ଦେଶବ୍ୟାପୀ 'ରାଷ୍ଟ୍ରୀୟ ଆତଙ୍କବାଦ ବିରୋଧୀ ଦିବସ'  ଭାବେ ପାଳନ କରାଯାଏ । ୧୯୯୧ ମସିହା ମେ ୨୧ ତାରିଖରେ ତାମିଲନାଡୁର ଶ୍ରୀପେରୁମ୍ବୁଦୁରଠାରେ ଏକ ନିର୍ଦ୍ଦୟ ଓ ବର୍ବରୋଚିତ ଆତଙ୍କବାଦୀ ଆକ୍ରମଣରେ ଦେଶର ସର୍ବକନିଷ୍ଠ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ପ୍ରାଣ ହରାଇଥିଲେ ।  ଯିଏକି ନିଜ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଓ ଆଧୁନିକ ଭାରତ ଗଠନର ସ୍ୱପ୍ନ ପାଇଁ ଜନମାନସରେ ସଦା ସ୍ମରଣୀୟ । ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ହିଁ ସରକାର ତାଙ୍କର ସେହି ମହାନ ବଳିଦାନକୁ ସମ୍ମାନ ଜଣାଇ ଏହି ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ବିଶେଷ ଦିବସରେ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଏବଂ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ସମାଜରେ ଶାନ୍ତି, ଅହିଂସା, ସାମାଜିକ ସଦ୍ଭାବନା ଓ ରାଷ୍ଟ୍ରୀୟ ଏକତା ବଜାୟ ରଖିବା ପାଇଁ ଶପଥ ପାଠ କରାଯାଇଥାଏ । ଏହାସହ ବିଶେଷ କରି ଯୁବପିଢ଼ିଙ୍କୁ ଆତଙ୍କବାଦ ଓ କ୍ଷତିକାରକ ଉଗ୍ରବାଦୀ ଚିନ୍ତାଧାରାଠାରୁ ଦୂରେଇ ରଖିବାକୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଏ । ବର୍ତ୍ତମାନର ଜଟିଳ ଆଞ୍ଚଳିକ ପରିସ୍ଥିତିରେ, କ୍ରସ୍-ବର୍ଡର ଆତଙ୍କବାଦ ଓ ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ଆସୁଥିବା ଆହ୍ୱାନର ମୁକାବିଲା କରିବା ପାଇଁ ଏହି ଦିବସଟି ସମଗ୍ର ଦେଶବାସୀଙ୍କୁ ଏକଜୁଟ ହୋଇ ଆତଙ୍କବାଦୀ ଶକ୍ତି ବିରୁଦ୍ଧରେ ସଂଗ୍ରାମ କରିବାକୁ ଏବଂ ନିରୀହ ଜୀବନର ସୁରକ୍ଷା କରିବାକୁ ପ୍ରେରଣା ଯୋଗାଇଥାଏ ।

ନିଶ ଥିବା ପକ୍ଷୀ
ଦକ୍ଷିଣ ଆମେରିକାର ସମୁଦ୍ର କୂଳରେ ଦେଖାଯାଉଥିବା 'ଇଙ୍କା ଟର୍ଣ୍ଣ' ନାମକ ଏକ ସ୍ୱତନ୍ତ୍ର ପକ୍ଷୀ ଏବେ ନିଜର ଅଦ୍ଭୁତ ଏବଂ ଆକର୍ଷଣୀୟ ନିଶ ଯୋଗୁଁ ଇଣ୍ଟରନେଟ୍‌ରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଯାହାର ଷ୍ଟାଇଲିସ୍ ଲୁକ୍‌କୁ ସମସ୍ତେ ଖୁବ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି । ମୁଖ୍ୟତଃ ପେରୁ ଏବଂ ଚିଲିର ପ୍ରଶାନ୍ତ ମହାସାଗରୀୟ ଉପକୂଳବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଏହି ପକ୍ଷୀର ଶରୀର ପାଉଁଶିଆ ରଙ୍ଗର ହୋଇଥିବା ବେଳେ ଏହାର ଥଣ୍ଟ ଉଜ୍ଜଳ ଲାଲ୍-ନାରଙ୍ଗୀ ରଙ୍ଗର ହୋଇଥାଏ । ଏହାର ସବୁଠାରୁ ବଡ଼ ବୈଶିଷ୍ଟ୍ୟ ହେଉଛି ଥଣ୍ଟ ପାଖରୁ ପଛକୁ ମୋଡ଼ି ହୋଇ ରହିଥିବା ଧଳା ରଙ୍ଗର ଲମ୍ବା ନିଶ । ସମୁଦ୍ରର ପଥୁରିଆ ଚଟାଣ ଏବଂ ପାହାଡ଼ର ଫାଟଗୁଡ଼ିକରେ ବଡ଼ ବଡ଼ ଦଳ ବା କଲୋନୀ ଗଠନ କରି ବସା ବାନ୍ଧୁଥିବା ଏହି ପକ୍ଷୀମାନେ ପାଣିରେ ଚମତ୍କାର ଭାବେ ବୁଡ଼ ପକାଇ ଛୋଟ ଛୋଟ ମାଛ ଶିକାର କରିବାରେ ବେଶ୍ ମାହିର ଅଟନ୍ତି । ଏହି ନିଶ ସହ ତାଙ୍କର ସ୍ବର ଅତ୍ୟନ୍ତ ତୀବ୍ର ଓ ଉଚ୍ଚ ହୋଇଥାଏ ଯାହା ଏମାନଙ୍କୁ ଭିଡ ଭିତରେ ଭିନ୍ନ କରିଥାଏ ।

ଘୋଡାଚଢି ଜନଗଣନା
ଝାଡ଼ଖଣ୍ଡର ଗଡ଼ୱା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ସରକାରୀ ଶିକ୍ଷକଙ୍କ ନିଆରା ପ୍ରୟାସ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ପେଟ୍ରୋଲର ମୂଲ୍ୟ ବୃଦ୍ଧି ଏବଂ ଇନ୍ଧନ ସମସ୍ୟା ଯୋଗୁଁ ଗାଁ ଗାଁ ବୁଲି ଜନଗଣନା କାର୍ଯ୍ୟ କରିବା ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡିଛି । ତେବେ ଶିକ୍ଷକ ଜଣଙ୍କ ଏହାର ଏକ ଅଭିନବ ସମାଧାନ ଖୋଜି ବାହାର କରିଛନ୍ତି । ସେ ମୋଟରସାଇକେଲ ବଦଳରେ ଘୋଡ଼ା ଚଢ଼ି ସରକାରୀ ଦାୟିତ୍ୱ ତୁଲାଇବାକୁ ଗାଁକୁ ଗାଁ ବୁଲୁଛନ୍ତି, ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି  ।  ଜରୁରୀକାଳୀନ କାଗଜପତ୍ର ସହ ଯେତେବେଳେ ସେ ଘୋଡ଼ାରେ ବସି ଗ୍ରାମରେ ପହଞ୍ଚିଥିଲେ, ଗ୍ରାମବାସୀମାନେ ତାଙ୍କର ଏହି ନିଆରା ଅନ୍ଦାଜକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ଭିଡିଓରେ ଲୋକଙ୍କର ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । କିଛି ଲୋକ ତାଙ୍କର ଏପରି କର୍ତ୍ତବ୍ୟନିଷ୍ଠାକୁ ପ୍ରଶଂସା କରୁଥିବାବେଳେ କିଛି ଲୋକ ସରକାରଙ୍କୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳୁଛି ।