ଜିଲ୍ଲା - Samaya Live

ଟିପିସିଓଡିଏଲ୍‌ର ଚରମ ଅବହେଳା: ଜିଆରଏଫ୍‌ ନିର୍ଦ୍ଦେଶ ସତ୍ତ୍ୱେ ୨ ବର୍ଷ ହେଲା ଅଟକିଛି ଟ୍ରାନ୍ସଫର୍ମର ହସ୍ତାନ୍ତର ପ୍ରକ୍ରିୟା
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ବାଳକାଟି ଅଞ୍ଚଳରେ ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (TPCODL)ର ଏକ ବଡ଼ ଧରଣର ପ୍ରଶାସନିକ ଅବହେଳା ସାମ୍ନାକୁ ଆସିଛି। ଅଭିଯୋଗ ନିବାରଣ ଫୋରମ୍ (GRF)ର ସ୍ପଷ୍ଟ ନିର୍ଦ୍ଦେଶ ଥିବା ସତ୍ତ୍ୱେ ଏକ ଟ୍ରାନ୍ସଫର୍ମର ହସ୍ତାନ୍ତର ପ୍ରକ୍ରିୟା ଦୁଇ ବର୍ଷରୁ ଅଧିକ ସମୟ ଧରି ଅଟକି ରହିଛି, ଯାହା ବିଦ୍ୟୁତ୍ ବିତରଣ କମ୍ପାନୀର କାର୍ଯ୍ୟଶୈଳୀ ଏବଂ ସ୍ୱଚ୍ଛତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବର୍ଷ ବର୍ଷ ଧରି ପଡ଼ିରହିଛି ହସ୍ତାନ୍ତର ଫାଇଲ୍

ମିଳିଥିବା ସୂଚନା ଅନୁଯାୟୀ, ବାଳକାଟି ସ୍ଥିତ ପ୍ରତାପ ଶାସନ ଅଞ୍ଚଳର ବାସିନ୍ଦା ତଥା ଗଣମାଧ୍ୟମ ପ୍ରତିନିଧି ତାପସ ରଞ୍ଜନ ନନ୍ଦ ନିଜର ବ୍ୟକ୍ତିଗତ ମାଲିକାନାରେ ଥିବା ଏକ ଟ୍ରାନ୍ସଫର୍ମରକୁ ବିଭାଗକୁ ସମର୍ପଣ ତଥା ହସ୍ତାନ୍ତର କରିବା ପାଇଁ ଗତ ୧୭ ମଇ ୨୦୨୩ରେ ବିଧିବଦ୍ଧ ଭାବେ ଆବେଦନ କରିଥିଲେ। ତେବେ ତାଙ୍କର ବାରମ୍ବାର ଅନୁରୋଧ ଓ ଅଭିଯୋଗ ସତ୍ତ୍ୱେ କମ୍ପାନୀ କର୍ତ୍ତୃପକ୍ଷ ଏହି ସମସ୍ୟା ପ୍ରତି ଆଦୌ ଦୃଷ୍ଟି ଦେଇନଥିବା ଜଣାପଡ଼ିଛି।

ଜିଆରଏଫ୍ (GRF) ନିର୍ଦ୍ଦେଶର ଖୋଲା ଉଲ୍ଲଂଘନ

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଜଣେ ସ୍ଥାନୀୟ ବାସିନ୍ଦା ନୂତନ ବିଦ୍ୟୁତ ସଂଯୋଗ ପାଇଁ ଜିଆରଏଫ୍‌ର ଦ୍ୱାରସ୍ଥ ହେବା ପରେ ଏହି ଚାଞ୍ଚଲ୍ୟକର ଘଟଣା ଲୋକଲୋଚନକୁ ଆସିଥିଲା। ଶୁଣାଣି ସମୟରେ ଜଣାପଡ଼ିଥିଲା ଯେ, ଉକ୍ତ ଟ୍ରାନ୍ସଫର୍ମରଟି ଶ୍ରୀ ନନ୍ଦଙ୍କର ଏବଂ ସେ ପୂର୍ବରୁ ଏଥିପାଇଁ ଅନାପତ୍ତି ପ୍ରମାଣପତ୍ର (NOC) ପ୍ରଦାନ କରିସାରିଛନ୍ତି। ଏହାପରେ ଜିଆରଏଫ୍ ନିଜର ଆଦେଶନାମା (CC No.127/2025)ରେ ଟ୍ରାନ୍ସଫର୍ମର ହସ୍ତାନ୍ତର ପ୍ରକ୍ରିୟାକୁ ତୁରନ୍ତ ଶେଷ କରିବା ସହ ବିନା ବିଳମ୍ବରେ ନୂତନ ସଂଯୋଗ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବିଡ଼ମ୍ବନାର ବିଷୟ, ଟିପିସିଓଡିଏଲ୍ ଏହି ନିୟାମକ ଆଦେଶକୁ ଖୋଲାଖୋଲି ଉଲ୍ଲଂଘନ କରି ଫାଇଲ୍‌କୁ ଚାପି ବସିଛି।

ସାଧାରଣ ଲୋକଙ୍କ ଅବସ୍ଥା କ'ଣ ହେବ?

ଏଭଳି ପ୍ରଶାସନିକ ଉଦାସୀନତାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ତାପସ ରଞ୍ଜନ ନନ୍ଦ। ସେ କହିଛନ୍ତି, "ମୁଁ ସମସ୍ତ ସରକାରୀ ନିୟମ ପାଳନ କରି ଏନଓସି ଦେଇଥିଲେ ସୁଦ୍ଧା ମୋ ଆବେଦନ ଦୁଇ ବର୍ଷ ଧରି ଅଯଥାରେ ପଡ଼ିରହିଛି। ଯଦି ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜର ନ୍ୟାଯ୍ୟ ଅଧିକାର ପାଇଁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଛି, ତେବେ ସାଧାରଣ ଏବଂ ନିରୀହ ଲୋକଙ୍କ ଅବସ୍ଥା କ'ଣ ହେଉଥିବ, ତାହା ସହଜରେ ଅନୁମେୟ।" ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

ଆସ ବୁଲିଯିବା
ନୂଆବର୍ଷରେ କିଛି ନୂଆଯାଗା ବୁଲିବାକୁ ସମସ୍ତେ ଯୋଜନା କରନ୍ତି । ତେବେ ଓଡ଼ିଶାରେ ମଧ୍ୟ ଏଭଳି କିଛି ଯାଗା ଅଛି ଯାହା ଆପଣଙ୍କୁ ଏକ ସ୍ବତନ୍ତ୍ର ଅନୁଭୂତି ପ୍ରଦାନ କରିବ । ଆସନ୍ତୁ ସେହିଭଳି କିଛି ସ୍ଥାନ ସମ୍ପର୍କରେ ଅଳ୍ପରେ ଜାଣିବା ଯାହା ଓଡ଼ିଶାର ସୌନ୍ଦର୍ଯ୍ୟ ସମ୍ପର୍କରେ ଆପଣଙ୍କୁ ଜଣାଇବ ।

ଗଜପତି

ଗଜପତି ଜିଲ୍ଲାରେ ଏଭଳି ଅନେକ ସ୍ଥାନ ରହିଛି ଯାହାକୁ ଆପଣ ଖୁବ ଉପଭୋଗ କରିପାରିବେ । ଏଠାରେ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଆପଣ ମନଭରି ଦେଖିପାରିବେ । ଏଠାରେ ରହିଛି ବୃନ୍ଦାବନ ରାଜଭବନ, ଯାହାକୁ ପାରଳାଖେମୁଣ୍ଡି ମହାରାଜା ନିର୍ମାଣ କରିଥିଲେ । ଏହି ରାଜଭବନ ମହେନ୍ଦ୍ରତନୟା ନଦୀର କୂଳରେ ରହିଛି, ଯାହାର ସୌନ୍ଦର୍ଯ୍ୟ ଖୁବ ମନୋରମ । ଏହାସହ ଗଜପତିର ଆଉ ଏକ ସ୍ଥାନ ରହିଛି ଯାହା ଓଡ଼ିଶା ସହିତ ଓଡ଼ିଶା ବାହାରେ ମଧ୍ୟ ପରିଚିତ, ଯାଗାର ନାଁ ହେଲା ଚନ୍ଦ୍ରଗିରି । ଏଠାରେ ରହିଛି ବୁଦ୍ଧ ଧର୍ମାବଲମ୍ବୀଙ୍କର ମନ୍ଦିର ଯାହା ଏସିଆରେ ପରିଚିତ । ଏଠାରେ ଅନେକ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ, ଯାହା ଦେଖିବାକୁ ଲୋକମାନଙ୍କର ଅନେକ ସମୟରେ ଭିଡ ଯମିଥାଏ । ଅନ୍ୟସ୍ଥାନ ଭିତରେ ଏଠାରେ ଥିବା ଗଣ୍ଡହାତି ଜଳପ୍ରପାତ ଓ ମହେନ୍ଦ୍ରଗିରି ଯାହା ପର୍ଯ୍ୟଟକଙ୍କର ଖୁବ ପସନ୍ଦ ଆସିଥାଏ ।

ନୟାଗଡ

ନୟାଗଡରେ ଅନେକ ସ୍ଥାନ ରହିଛି, ଯେଉଁଠି ଆପଣ ଏକ ସ୍ବତନ୍ତ୍ର ଅନୁଭୂତି ପାଇବେ । ଏଠାରେ ଅନେକ ଏଭଳି ସ୍ଥାନ ରହିଛି ଯାହା ଆପଣଙ୍କ ପରିବାର ପାଇଁ ଏକ ଖୁବ ସୁନ୍ଦର ଛୁଟିର ଅନୁଭବ ଯୋଗାଇବ । ଏଠାରେ ଥିବା ଉଦୟପୁର ଲାଇବ୍ରେରୀ ଯାହା ଆମ ସଂସ୍କୃତି ଓ ସାହିତ୍ୟକୁ ଭଲପାଉଥିବା ଲୋକଙ୍କର ପ୍ରଥମ ପସନ୍ଦ ହୋଇଥାଏ । ଏଠାରେ ପାଖାପାଖି ୫୦ ହଜାରରୁ ଅଧିକ ପୁସ୍ତକ ବିଭିନ୍ନ ଭାଷାରେ ରହିଛି । ସେହିଭଳି ୩୦ଟି ଭାଷାରେ ଅଭିଧାନ ଓ ୬୫ ହଜାରରୁ ଅଧିକ ମାଗାଜିନ ରହିଛି । ନାୟାଗଡର ଅନ୍ୟଏକ ଆକର୍ଷଣ ହେଲା ରଣପୁରରେ ଥିବା ମଣିନାଗ ଦୁର୍ଗାଙ୍କର ମନ୍ଦିର, ଯେଉଁଠି ଅନେକ ଶ୍ରଦ୍ଧାଳୁଙ୍କର ଭିଡ ଯମିଥାଏ । ଓଡଗାଁରେ ଥିବା ପ୍ରଭୁ ରଘୁନାଥଜୀୟୁଙ୍କ ମନ୍ଦିର ସାରା ଓଡ଼ିଶା ତଥା ବାହାରେ ମଧ୍ୟ ବେଶ ପ୍ରସିଦ୍ଧ । ଏଠାରେ ଅନେକ ଐତିହାସିକ ସ୍ଥାନ ରହିଛି ଯେଉଁଠାରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ ଦେଖିବାକୁ ମିଳିଥାଏ । ଏଠାରେ ଗୋକୁଳାନନ୍ଦ ମନ୍ଦିର, କୁଟୁରୀ ସାଞ୍ଚୁରୀ, ବାରମୂଳ ଗ୍ରାମ, କଣ୍ଟିଲୋ ନିଳମାଧବ, ଶରଳକୂଳ ଲଡୁବାବାଙ୍କ ମନ୍ଦିର ଆଦି ରହିଛି ଯେଉଁଠାରେ ଅନେକ ପର୍ଯ୍ୟଟକଙ୍କର ଭିଡ ସବୁଦିନ ଦେଖିବାକୁ ମିଳିଥାଏ ।

ସୁନ୍ଦରଗଡ

ସୁନ୍ଦରଗଡର ରାଉରକେଲାରେ ରହିଛି ବୌଷ୍ଣବୀଦେବୀଙ୍କ ମନ୍ଦିର । ଯେଉଁମାନେ ଜମ୍ମୁରେ ଥିବା ମାଆଙ୍କ ମନ୍ଦିରକୁ ଯାଇପାରୁ ନାହାନ୍ତି ସେମାନେ ଏଠାକୁ ଆସି ପୂଜା ଅର୍ଚ୍ଚନା କରିପାରିବେ । ଏହି ମନ୍ଦିରର ଆକୃତି ମଧ୍ୟ ସେଠିକାର ମନ୍ଦିର ସହିତ ଅନେକାଂଶରେ ସମାନ । ଏହି ପାହାଡ ଉପରେ ଭୈରବନାଥଙ୍କର ମନ୍ଦିର ମଧ୍ୟ ରହିଛି । ଏହାପରେ ହନୁମାନ ବାଟିକା ସମସ୍ତଙ୍କର ଖୁବ ପସନ୍ଦ ହୋଇଥାଏ । ଏଠାରେ ହନୁମାନଙ୍କର ୭୫ ଫୁଟର ହନୁମାନ ମୂର୍ତ୍ତି ରହିଛି । ଏହି ବାଟିକା ଭିତରେ ଅନ୍ୟ ଦେବାଦେବୀଙ୍କ ମନ୍ଦିର ମଧ୍ୟ ରହିଛି । ଏଠାରେ ଥିବା ବେଦବ୍ୟାସ ଧାମ, ଖଣ୍ଡାଧର ଜଳପ୍ରପାତ ଆଦି ମଧ୍ୟ ବେଶ ଆକର୍ଷଣୀୟ, ଯାହାକୁ ଦେଖିବାକୁ ପର୍ଯ୍ୟଟକଙ୍କର ଭିଡ ଯମିଥାଏ ।

ଝାରସୁଗୁଡା

ଏଠାରେ ଥିବା ଚଣ୍ଡି ମନ୍ଦିର ସାରା ଓଡ଼ିଶାରେ ଖୁବ ପରିଚିତ । ଏହି ମନ୍ଦିରର ଠାକୁରାଣୀଙ୍କ ସହିତ ମନ୍ଦିରର ପରିବେଶ ମଧ୍ୟ ଖୁବ ସୁନ୍ଦର ଦେଖିବାକୁ । ନଦୀକୂଳରେ ଥିବାରୁ ମନ୍ଦିରର ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହୋଇଯାଇଥାଏ । ଏଠାରେ ପ୍ରତିସମୟରେ ବୁଲିବାପାଇଁ ଅନେକ ପର୍ଯ୍ୟଟକଙ୍କର ଭିଡ ଯମିଥାଏ । ଝରସୁଗୁଡା ରେଳ ଷ୍ଟେସନ ନିକଟରୁ ଖୁବ କମ ଦୂରରେ ରହିଛି ପାହାଡି ମନ୍ଦିର । ଯେଉଁଠାରେ ଭଗବାନ ଶିବଙ୍କର ପୂଜା କରାଯାଇଥାଏ । ଏହି ପାହାଡ ଉପରୁ ଝାରସୁଗୁଡା ସହରକୁ ଖୁବ ସୁନ୍ଦରଭାବେ ଦେଖି ହୋଇଥାଏ । ଆଉ ଏକ ଶିବ ମନ୍ଦିର ହେଉଛି ଝଡେଶ୍ବର ଶିବ ମନ୍ଦିର ଯେଉଁଠାରେ ମଧ୍ୟ ଶିବଙ୍କୁ ପୂଜା କରାଯାଇଥାଏ । ସ୍ଥାନୀୟ ଅଞ୍ଚଳରେ ଏହି ମନ୍ଦିରର ମହିମା ଖୁବ ଅଧିକ ରହିଛି । ଶିବରାତ୍ରୀ ସମୟରେ ଏଠାର ଖୁବ ଭିଡ ଲାଗି ରହିଥାଏ । ଜଳପ୍ରପାତ ମଧ୍ୟରେ କୋଇଲିଘୁଘର ଜଳପ୍ରପାତ ଦେଖିବାକୁ ଖୁବ ସୁନ୍ଦର । ଏଠାରେ ଆଖପାଖରେ ଘଞ୍ଚ ଜଙ୍ଗଲ ରହିଛି ଯାହା ଏହାର ଶୋଭା ବଢାଇଥାଏ । ସେହିଭଳି ଏହି ଝରଣା ଭିତରେ ଲୁଚି ରହିଛନ୍ତି ମହେଶ୍ବରନାଥ ଶିବ । ଯିଏ ସହଜରେ ଦୃଶ୍ୟ ହୋଇ ନଥାଆନ୍ତି । ବେଳେବେଳେ ସୂର୍ଯ୍ୟ କିରଣରେ ପର୍ଯ୍ୟଟକମାନେ ତାଙ୍କର ଦର୍ଶନ କରିଥାଆନ୍ତି ।  ଅନ୍ୟ ସ୍ଥାନ ଭିତରେ ବିକ୍ରମଖୋଲ ଗୁମ୍ଫା, ଉଲ୍ଲାପଘର କିଲ୍ଲା, ମାଆ ରାମ ଚଣ୍ଡୀଙ୍କ ମନ୍ଦିର ରହିଛି, ଯେଉଁଠାରେ ଅନେକ ପର୍ଯ୍ୟଟକଙ୍କର ଭିଡ ଯମିଥାଏ ।

ଦେଓଗଡ

ଯଦି ଦେଓଗଡ ଆସୁଛନ୍ତି ତେବେ ଏଠାରେ ଅନେକସ୍ଥାନ ରହିଛି ଯାହାକୁ ଆପଣ ଏକ୍ସପ୍ଲୋର କରିପାରିବେ । ଏଠାରେ ବିଭିନ୍ନ ମନ୍ଦିର, ଝରଣା ଓ ଜଙ୍ଗଲ ରହିଛି ଯାହା ଦେଖିବାକୁ ଖୁବ ସୁନ୍ଦର ହୋଇଥାଏ । ଏଠାରେ ରହିଛି କତସର ଘାଟ ଯାହା ଏକ ସଂରକ୍ଷିତ ଜଙ୍ଗଲ । ଏହାର ଚାରିକଡରେ ଖୁବ ଘଞ୍ଚ ଜଙ୍ଗଲ ରହିଛି । ଏହି ମନ୍ଦିରରେ ପୂଜା ପାଇଥାଆନ୍ତି ଦେବୀ ବନଦୁର୍ଗା । ମନ୍ଦିରର ଅଗଣାରେ ଏକ ପ୍ରାକୃତିକ ଝରଣା ମଧ୍ୟ ବୋହୁଛି, ଯାହା ପର୍ଯ୍ୟଟକଙ୍କୁ ଖୁବ ଆକୃଷ୍ଟ କରିଥାଏ । ଆଉ ଏକ ସ୍ଥାନ ହେଲା ଗୋହିର ଡ୍ୟାମ,ଯାହା ପିକନିକ ପାଇଁ ଏକ ସୁନ୍ଦର ସ୍ଥାନ । ଏହାକୁ ୧୯୮୧ରେ ନିର୍ମାଣ କରାଯାଇଥିଲା । ଦେଓଗଡରେ ରହିଛି ଶ୍ରୀଜଗନ୍ନାଥଙ୍କ ମନ୍ଦିର ଯାହା ଏଠାର ଖୁବ ପୁରୁଣା ଓ ପ୍ରସିଦ୍ଧ ମନ୍ଦିର । ଏହି ମନ୍ଦିରର କାରୁକାର୍ଯ୍ୟ ଖୁବ ସୁନ୍ଦର ଓ ସ୍ବତନ୍ତ୍ର । ଅନ୍ୟସ୍ଥାନ ଭିତରେ ଦରଗାଡି ଝରଣା, ଝାଡେଶ୍ବର ମନ୍ଦିର, ଦେଓଝର ଝରଣା ଆଦି ଖୁବ ପରିଚିତ । ପ୍ରକୃତି ପ୍ରେମୀଙ୍କ ପାଇଁ ଏହି ସ୍ଥାନଟି ସ୍ବର୍ଗ ସଦୃଶ ।

ଭଦ୍ରକ

ଭଦ୍ରକର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ସମସ୍ତଙ୍କର ପ୍ରଥମ ପସନ୍ଦ ହୋଇଥାଏ । ଶିବଙ୍କର ଏହି ମନ୍ଦିରଟି ଦେଖିବାକୁ ଖୁବ ସୁନ୍ଦର ହୋଇଥାଏ । ଏହା ଖୁବ ପୁରାତନ ହୋଇଥିବାବେଳେ ମନ୍ଦିରର କାରୁକାର୍ଯ୍ୟ ଖୁବ ସ୍ବତନ୍ତ୍ର ହୋଇଥାଏ । ଏହା ପଥରରୁ ନିର୍ମାଣ ହୋଇଥିବାବେଳେ ଏହାର ଉଚ୍ଚତା ରହିଛି ୧୫୦ ଫୁଟ ଯାହା ଏହାକୁ ସ୍ବତନ୍ତ୍ର କରିଥାଏ । ସେହିଭଳି ଆଉ ଏକ ମନ୍ଦିର ହେଲା ମାଆ ଭଦ୍ରକାଳୀଙ୍କ ପୀଠ ଯେଉଁଠି ପ୍ରତିଦିନ ଅନେକ ଶ୍ରଦ୍ଧାଳୁଙ୍କର ଆଗମନ ଦେଖିବାକୁ ମିଳିଥାଏ । ମାଆଙ୍କର ମାନତ୍ୟା ଖୁବ ଅଧିକ ରହିଛି । ଏହି ସହରରେ ଅନେକ ମନ୍ଦିର ଯେପରି ମାଆ ଧାମରାଇ, ଶ୍ରୀବିରଞ୍ଚି ନାରାୟଣ ମନ୍ଦିର, ରକ୍ତତୀର୍ଥ ଇରାମ ଆଦି ରହିଛି ଯାହା ଏହାକୁ ପର୍ଯ୍ୟଟନର ପେଣ୍ଠସ୍ଥଳୀ କରିଥାଏ । ଭଦ୍ରକ ଆସିଲେ ସମସ୍ତେ ଖୁବ ସୁନ୍ଦର ଅନୁଭୂତି ନେଇ ଘର ବାହୁଡିଥାଆନ୍ତି । ଏଠାରେ ଥିବା ସ୍ଥାନ ପ୍ରକୃତି ମାଆର ସୌନ୍ଦର୍ଯ୍ୟର ନିଚ୍ଛକ ଉଦାହରଣ ସମସ୍ତଙ୍କ ଆଗରେ ପ୍ରସ୍ତୁତ କରିଥାଏ ।

ହେଟ ସ୍ପିଚ ପ୍ରସାର କଲେ ବନ୍ଧା ହେବେ; କମିଶନରେଟ ପୋଲିସ
ଭୁବନେଶ୍ୱର : କଟକ ଗୋଷ୍ଠୀ ସଂଘର୍ଷ ପରେ ସୋସିଆଲ୍ ମିଡିଆ ଉପରେ କଡା ନଜର ରଖିଛି କମିଶନରେଟ୍ ପୋଲିସ । ସାମ୍ପ୍ରଦାୟିକ ସଦ୍‌ଭାବ ବିରୋଧ (ହେଟ୍ ସ୍ପିଚ୍) ପୋଷ୍ଟ କରୁଥିଲେ ବନ୍ଧା ହେବେ । ଏଭଳି ପୋଷ୍ଟ କରୁଥିବା ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଜଗତସିଂହପୁରର ଅର୍ସଦ ଅଲ୍ଲୀଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ।

ପୋଲିସ କମିଶନରଙ୍କ ଅନୁସାରେ, “ଅର୍ସଦ ଅଲ୍ଲୀ ଇନଷ୍ଟାଗ୍ରାମରେ ଆପତ୍ତିଜନକ ପୋଷ୍ଟ କରିଥିଲେ । ଏନେଇ ୯ ତାରିଖରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ କରିବା ସହ ଅର୍ସଦକୁ ଗିରଫ କରିଛି । ଯେ କେହିବି କୌଣସି ସମୁଦାୟ ବିରୋଧରେ ଏଭଳି ଘୃଣା ପୂର୍ଣ୍ଣ ମନ୍ତବ୍ୟ ରଖିବ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।”ବୋଲି କହିଛନ୍ତି କମିଶନର ।

ଆପତ୍ତିଜନକ ପୋଷ୍ଟ ପରେ ଅର୍ସଦ ଅଲ୍ଲୀ ଅନ୍ୟ ପୋଷ୍ଟ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଥିଲା । କିନ୍ତୁ କ୍ଷମା ମାଗିବା ପୂର୍ବରୁ ଆପତ୍ତିଜନକ ପୋଷ୍ଟ ଚାରିଆଡ଼େ ବ୍ୟାପି ଯାଇଥିଲା । ଯାହାକୁ ନେଇ ତାଙ୍କ ବିରୋଧରେ ଆଇଟି ଆକ୍ଟ ସହ ଧାର୍ମିକ ବିଦ୍ଵେଷ, ଜାତୀୟ ସୁରକ୍ଷାକୁ ବାଧା ପହଞ୍ଚାଇବା ଆଦି ଧାରାରେ ମାମଲା ହୋଇଛି । ଅନେକ ସମୟରେ କିଛି ଲୋକ ଘୃଣାତ୍ମକ ପୋଷ୍ଟ ସହ ରାଷ୍ଟ୍ର, ସମାଜ ବିରୋଧ ପୋଷ୍ଟ କରିଥାନ୍ତି । ଏହା ଉପରେ ମଧ୍ୟ ପୋଲିସ ନଜର ରଖିଥିବା କହିଛନ୍ତି ପୋଲିସ କମିଶନର । ଏଭଳି ହେଟ୍ ସ୍ପିଚ୍ ଯିଏ ପୋଷ୍ଟ କରିଛି ସିଏ ଦୋଷୀ, ଯିଏ ଆଗକୁ ସେୟାର୍ କରିବ, ଟ୍ୟାଗ୍ କଲେ ବି ତାକୁ ଦୋଷୀ ବୋଲି ଧରାଯିବ ବୋଲି ପୋଲିସ କମିଶନର କହିଛନ୍ତି ।

ପୁଣି ଉପୁଜିଲା ଦୀପାବଳି ପାଳନକୁ ନେଇ ଦ୍ୱନ୍ଦ୍ୱ
ଭୁବନେଶ୍ୱର : ପାଖେଇ ଆସିଲାଣି ଆଲୋକର ପର୍ବ ଦୀପାବଳି। କିନ୍ତୁ କେବେ ପାଳନ ହେବ ଦୀପାବଳି,ଏହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ଅକ୍ଟୋବର ୨୦ ତାରିଖ ନା ୨୧ ତାରିଖରେ ପାଳନ ହେବ ପର୍ବ । ରାଧାରମଣ ପ୍ରେସ ପଞ୍ଜିକା ବା ମୁକ୍ତି ମଣ୍ଡପ ସ୍ଵୀକୃତ ପଞ୍ଜିକା ଗୁଡିକରେ ଦୀପାବଳି ବା ପୟା ଶ୍ରାଦ୍ଧ ଅକ୍ଟୋବର ୨୦ ତାରିଖ ଉଲ୍ଲେଖ ରହିଥିବା ବେଳେ ଅନ୍ୟ ପଞ୍ଜିକାରେ ୨୧ ତାରିଖ ଉଲ୍ଲେଖ ରହିଛି । ତେବେ ଶ୍ରୀମନ୍ଦିରରେ ୨୦ ତାରିଖରେ ଦିପାବଳୀ ପାଳନକୁ ନେଇ ବଢ଼ିଲା ଚର୍ଚ୍ଚା ।

୨୦ ତାରିଖ ଦିନ ୩ ଟା ୪୫ ପର ଠାରୁ ପର ଦିନ ଅର୍ଥାତ୍ ଅକ୍ଟୋବର ୨୧ ତାରିଖ ୫ ଟା ୫୪ ପର୍ଯ୍ୟନ୍ତ ଅମାବାସ୍ୟା ରହିଛି । ଯେଉଁମାନେ ମହାଳୟା ଅମାବାସ୍ୟାରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେଇପାରନ୍ତି ନାହିଁ। ସେମାନେ ମହାଳୟା ଅମାବାସ୍ୟା ଦିନ ଶ୍ରାଦ୍ଧ ଦେଇଥାନ୍ତି । ଦିନରେ ମହାଳୟା ଶ୍ରାଦ୍ଧ ପରେ ରାତିରେ ଦୀପ ଦାନ କରିଥାନ୍ତି । କିନ୍ତୁ ୨୦ ତାରିଖରେ ଦିନ ତମାମ ଚତୁର୍ଦ୍ଦଶୀ ରହୁଥିବାରୁ କିଭଳି ସେଦିନ ପୟାଶ୍ରାଦ୍ଧ ହେବ ନେଇ ଉଠିଛି ପ୍ରଶ୍ନ ।

ଭିନ୍ନ ପଞ୍ଜିକାରେ ଭିନ୍ନ ତାରିଖ ଦର୍ଶା ଯାଇଛି, ଯାହାକୁ ନେଇ ଲୋକଙ୍କ ମଧ୍ୟରେ ସ୍ୱଭାବିକ ଭାବେ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଛି । ପୂର୍ବରୁ ପଞ୍ଜିକାରମାନଙ୍କୁ ଏକତ୍ରିତ କରି ପାଣ୍ଡୁ ଲିପି ଜରିଆରେ ପର୍ବ ପାଳନର ଦିନକୁ ଧାର୍ଯ୍ୟ କରାଯାଇଥିଲା । ଯାହାର ମୂଳ ଉଦ୍ଦେଶ୍ୟ ଥିଲା ଲୋକଙ୍କ ମଧ୍ୟରୁ ଦ୍ୱନ୍ଦ୍ୱ ଦୂର କରିବା । ଚଳିତ ବର୍ଷ ପ୍ରକାଶ ପାଇଥିବା ପଞ୍ଜିକା ମଧ୍ୟରୁ ୫ଟି ନିଜର ପାଣ୍ଡୁଲିପି ଦେଇଥିଲେ । ଯାହାକୁ ନେଇ ପର୍ବ ପାଳନର ଦିନ ଧାର୍ଯ୍ୟ କରାଯାଇଥିଲା ।

ପଞ୍ଜିକା ତିଆରି କରିବା ପାଇଁ ନାସାରୁ ତଥ୍ୟ ଆସିଥାଏ । ଶାୟନ ପଦ୍ଧତିରେ ଏହି ପଞ୍ଜିକା ତିଆରି କରାଯାଏ । କିନ୍ତୁ ନିରୟନ ପଦ୍ଧତିରେ ଆମେ ପର୍ବପାଳନ କରୁ ।

ସାୟଂ ୨୧ ତାରିଖ ସନ୍ଧ୍ୟାରେ ସରିଯାଉଛି । ୨୦ରେ ୨ଟି ପ୍ରଦୋଶ କାଳର ମୁହୂର୍ତ୍ତ ପଡ଼ଉଛି । ପୟାଶ୍ରାଦ୍ଧ ପ୍ରଦେ।ଶକାଳରେ ପାଳନ କରାଯାଏ । ୨୦ରେ ପୟାଶ୍ରାଦ୍ଧ, ଦୀପ ଦାନ କରାଯିବ । ୨୧ ତାରିଖରେ କୌଣସି ଯୋଗ ନାହିଁ ଦୀପାଳି ପାଳିବା ପାଇଁ,ତେଣୁ ସାଧାରଣରେ ଦ୍ୱନ୍ଦ୍ୱ ଉପୁଜିଛି ।

ମୋ ଦଳ ପ୍ରଥମ କିମ୍ବା ଶେଷରେ ରହିବ : ପ୍ରଶାନ୍ତ କିଶୋର
ପାଟନା:  ଜନ ସୁରାଜ ପାର୍ଟି ମୁଖ୍ୟ ପ୍ରଶାନ୍ତ କିଶୋର ବିହାର ରାଜନୀତିକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ଦାବି କରିଛନ୍ତି। ସେ କହିଛନ୍ତି, ଜନତା ଦଳ ୟୁନାଇଟେଡ୍‌ ଆଗାମୀ ବିଧାନସଭା ନିର୍ବାଚନରେ ୨୫ରୁ କମ୍‌ ଆସନରେ ଜିତିବ। ବିଜେପି ମଧ୍ୟ କ୍ଷତି ସହିବ ଏବଂ ବିରୋଧୀ ମେଣ୍ଟ ତୃତୀୟ ସ୍ଥାନରେ ରହିବ।  ପ୍ରଶାନ୍ତ କିଶୋର (ପିକେ) କହିଛନ୍ତି, ତାଙ୍କ ଦଳ ୨୪୩ ଆସନରେ ନିର୍ବାଚନ ଲଢ଼ିବ ଏବଂ କାହା ସହ ମେଣ୍ଟ କରିବ ନାହିଁ।  ପିକେ କହିଛନ୍ତି, ତାଙ୍କ ଦଳ ପ୍ରଥମ ହେବ ନହେଲେ ଶେଷରେ ରହିବ। କିନ୍ତୁ ନିର୍ବାଚନରେ ମଧ୍ୟବର୍ତ୍ତୀ ସ୍ଥିତିରେ ରହିବନି। କିଶୋର କହିଛନ୍ତି, ସେ ଅତ୍ୟନ୍ତ କଠୋର ପରିଶ୍ରମ କରୁଛନ୍ତି। ଏହାର ଫଳ ନିଶ୍ଚିତ ମିଳିବ।  କିଶୋର ସିଧାସଳଖ ଜେଡିୟୁ ନେତା ତଥା ବିହାର ମନ୍ତ୍ରୀ ଅଶୋକ ଚୌଧୁରୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମୁଁ ତାଙ୍କ ବିରୋଧରେ ୨୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ କରିଛି। ଅଶୋକ ଚୌଧୁରୀ ଜମି କିଣିଛନ୍ତି କି ନାହିଁ କହିବା ଉଚିତ ଏବଂ ଯଦି ସେ ଏହା କରିଛନ୍ତି ତେବେ ସେ ଏହା ତାଙ୍କ ପିଏଙ୍କ ନାଁରେ କାହିଁକି କିଣିଛନ୍ତି। ଜେଡିୟୁ ନେତା କ’ଣ ଆଇନରୁ ଊର୍ଦ୍ଧ୍ବରେ ବୋଲି ସେ ପ୍ରଶ୍ନ କରିଛନ୍ତି। ଜନ ସୁରାଜ ପାର୍ଟି ମୁଖ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଟାକ୍ଷ କରି କହିଛନ୍ତି, ବରିଷ୍ଠ ନେତା ନିଜେ କହିଥିଲେ ଯେ ଯଦି ତାଙ୍କ ଦଳର କୌଣସି ନେତାଙ୍କ ବିରୋଧରେ ଅଭିଯୋଗ ହୋଇଛି ତେବେ ସେ ଏହାର ଉତ୍ତର ଦେବା ଉଚିତ ଏବଂ ଇସ୍ତଫା ଦେବା ଉଚିତ। କିଶୋର କହିଛନ୍ତି, ନୀତୀଶ କୁମାର ଆଉ ରାଜ୍ୟ ପ୍ରଶାସନକୁ ନିୟନ୍ତ୍ରଣ କରିପାରୁନାହାନ୍ତି। ନୀତୀଶ କୁମାର ଖରାପ୍‌ ଲୋକ ନୁହନ୍ତି। କିନ୍ତୁ ତାଙ୍କ ଚାରିପାଖରେ ଥିବା ନେତା ଏବଂ ଅଫିସରମାନେ ଲୁଟ୍‌ କରୁଛନ୍ତି ବୋଲି

ପାନ ଛେପ ଦାଗ ଥିବା ଫାଇଲ୍‌ ପ୍ରତ୍ୟାଖ୍ୟାନ ପାଇଁ ନି‌ର୍ଦ୍ଦେଶ ଦେଲେ ଆହ୍ଲାବାଦ ହାଇକୋର୍ଟ
ନୂଆଦିଲ୍ଲୀ:  କୋର୍ଟ ଫାଇଲ୍‌ରେ ପୃଷ୍ଠା ଓଲଟାଇବାପାଇଁ କିଛି ରେଜିଷ୍ଟ୍ରି କର୍ମଚାରୀ ପାନ ଛେପ ବ୍ୟବହାର କରୁଛନ୍ତି ଏବଂ ଏହାଦ୍ବାରା ଫାଇଲ୍‌ରେ ନାଲି ଦାଗ ରହିଯାଉଛି। ରେଜିଷ୍ଟ୍ରି କର୍ମଚାରୀଙ୍କ ଏଭଳି ଅଭ୍ୟାସ ପାଇଁ ଆହ୍ଲାବାଦ ହାଇକୋର୍ଟ ଗଭୀର ଚିନ୍ତା‌ ପ୍ରକଟ କରିଛନ୍ତି। କୋର୍ଏଟ କହିଛନ୍ତି ଏମିତି ଅଭ୍ୟାସ  ଅତ୍ୟନ୍ତ ଅସ୍ବାସ୍ଥ୍ୟକର ଏବଂ ଏହା ସଂକ୍ରମଣ ବିପଦ ବଢ଼ାଉଛି। ଜଷ୍ଟିସ ଶ୍ରୀ ପ୍ରକାଶ ସିଂହଙ୍କ ଖଣ୍ଡପୀଠ ସେପ୍ଟେମ୍ବର ୨୨ ତାରିଖରେ ଏନେଇ କୋର୍ଟ ରେଜିଷ୍ଟ୍ରି ଏବଂ ସରକାରୀ ଆଇନ ଅଫିସ୍‌କୁ ଏକ ନିର୍ଦ୍ଦେଶ ଦେଇ ପାନ ଛେପରୁ ନାଲି ଦାଗ ଥିବା କୌଣସି ବି ଫାଇଲ୍‌ ଗ୍ରହଣ ନକରିବାପାଇଁ କହିଛନ୍ତି। କୃଷ୍ଣ ଭଟି ଏବଂ ଅନ୍ୟ ଜଣେ ଆବେଦନକାରୀଙ୍କ ଆବେଦନ ଉପରେ ଶୁଣାଣି ସମୟରେ କୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। କୋର୍ଟ ଫାଇଲ୍‌ ନେବା ସମୟରେ ତୁରନ୍ତ ଏଥିରେ ପାନଛେପ ଦାଗ ଥିବା ଦେଖିଥିଲେ। ଯାହାକୁ ପୃଷ୍ଠା ଓଲଟାଇବାପାଇଁ ବ୍ୟବହାର କରାଯାଇଛି। କୋର୍ଟ କହିଛନ୍ତି ଏହା ଅତ୍ୟନ୍ତ ଅସ୍ବାସ୍ଥ୍ୟକର ଅଭ୍ୟାସ ଏବଂ ଏହା ନିନ୍ଦନୀୟ। ଖଣ୍ଡପୀଠ ଗୁରୁତ୍ବାରୋପ କରିଛନ୍ତି ଯେ ଯଦି ଏଭଳି ଅଭ୍ୟାସ ବନ୍ଦ ନହୁଏ ତେବେ ଯେଉଁମାନେ ଏହି ପେପର୍‌ ସଂସ୍ପର୍ଶରେ ଆସିବେ ସେମାନେ ସଂକ୍ରମଣର ଶିକାର ହେବେ।

ଆଜି ଜନ୍ମଦିନ, ଲତା ମଙ୍ଗେସକର
ଭାରତୀୟ ସଙ୍ଗୀତ ଜଗତର ଜଣେ ଜୀବନ୍ତ କିମ୍ବଦନ୍ତୀ ଭାବେ ଲତା ମଙ୍ଗେସକର ପରିଚିତ । ସଙ୍ଗୀତ କ୍ଷେତ୍ରକୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଭାରତର ସର୍ବୋଚ୍ଚ ବେସାମରିକ ପୁରସ୍କାର “ଭାରତରନି’ରେ ସମ୍ମାନିତ କରାଯାଇଛି । ଲତା ମଙ୍ଗେସକରଙ୍କ ଜନ୍ମ ମଧ୍ୟପ୍ରଦେଶର ଇନ୍ଦୋରରେ ୧୯୨୯ ମସିହା ସେପେଫମ୍ବର ୨୮ ତାରିଖରେ ହୋଇଥିଲା । ତାଙ୍କର ପିତା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ମଞ୍ଚ କଳାକାର ଥିଲେ । ଲତା ୫ବର୍ଷ ବୟସରୁ ତାଙ୍କ ପିତାଙ୍କଠାରୁ ସଙ୍ଗୀତ ଶିକ୍ଷା କରିଥିଲେ । ତାଙ୍କ ସହ ତାଙ୍କ ସାନ ଭଉଣୀ ଆଶା, ଉଷା, ମୀନା ଓ ଭାଇ ହୃଦୟନାଥ ମଧ୍ୟ ସଙ୍ଗୀତ ଶିକ୍ଷା କରୁଥିଲେ । ଲତା ମାତ୍ର ୧୩ ବର୍ଷର ହୋଇଥିବାବେଳେ ତାଙ୍କ ପିତାଙ୍କର ହୃଦରୋଗରେ ଦେହାନ୍ତ ହୋଇଥିଲା । ଲତାଙ୍କର ସଙ୍ଗୀତ କ୍ୟାରିୟର ୧୯୪୨ରୁ ଆରମ୍ଭ ହୋଇଥିଲା । ସେ ୧୯୪୨ରୁ ୧୯୪୮ ମଧ୍ୟରେ ପାଖାପାଖି ଆଠଟି ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ । ୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର “କିଟ୍ଟି ହାସଲ’ରୁ ସେ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ଏହି କ୍ୟାରିୟର ଲମ୍ବି ଚାଲିଲା, ଯେଉଁଥିରେ ଶହଶହ ଗୀତ ସାମିଲ ହେଲା । ୧୯୬୩ରେ ଭାରତ-ଚୀନ ଯୁଦ୍ଧ ସମୟରେ ଲତାଙ୍କର ଦେଶାତ୍ମବୋଧକ ଗୀତ “ଏ ମେରେ ଓ୍ୱତନ୍‌ କେ ଲୋଗୋଁ’ ଶୁଣି ସେତେବେଳର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଭାବ ବିହ୍ୱଳ ହୋଇଯାଇଥିଲେ । ତାଙ୍କୁ ଏହି ଗୀତ ପାଇଁ “ପଦ୍ମଭୂଷଣ’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ୧୯୭୦ରୁ ୧୯୮୦ ମଧ୍ୟରେ ଲତା ତିନି ଜଣ ପ୍ରମୁଖ ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ୍‌, କଲ୍ୟାଣଜୀ ଆନନ୍ଦଜୀ ଓ ରାହୁଲ ଦେବ ବର୍ମନଙ୍କ ସହ କାମ କରିଥିଲେ । ସେ “ହମ୍‌ ଆପକେ ହେ କୌନ୍‌’, “ବୀରଜାରା’ ପରି ରୋମାଣ୍ଟିକ୍‌ ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରିଥିଲେ । ଲତା ତାଙ୍କର ସମଗ୍ର ଜୀବନକୁ ସଙ୍ଗୀତ ପାଇଁ ସମର୍ପିତ କରିଥିଲ । ଏହି ମହାନ ଗାୟିକାଙ୍କର ୬ ଫେବ୍ରୁଆରୀ ୨୦୨୨ରେ ୯୨ ବର୍ଷରେ ଦେହାନ୍ତ ହୋଇଥିଲା ।

ନେସନାଲ ଜିଓଗ୍ରାଫିକ ବହିରେ ସ୍ଥାନ ପାଇଲା ଶିମିଳିପାଳ ର କଳାବାଘ ,ଏକ୍ସରେ ପୋଷ୍ଟ କରି ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଚର୍ଚ୍ଚାରେ ମୟୁରଭଞ୍ଜ । ପଶୁପ୍ରେମୀଙ୍କ ପାଇଁ ଖୁସି ଖବର । ନେସନାଲ ଜିଓଗ୍ରାଫିକ ବହି ପ୍ରଚ୍ଛଦ ପୃଷ୍ଠାରେ ଶିମିଳିପାଳ କଳାବାଘ ଫଟୋ ସ୍ଥାନ ପାଇଛି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଖୁସିବ୍ୟକ୍ତ କରିଛନ୍ତି। ପୋଷ୍ଟରେ ମୁଖ୍ୟମନ୍ତ୍ରୀ ଶିମିଳିପାଳର ସୌନ୍ଦର୍ଯ୍ୟ କଳାବାଘର ଚିତ୍ର ଦେଖି ଖୁସି ହେଲି ବୋଲି କହିଛନ୍ତି । ଏଥିସହ ଶିମିଳିପାଳର ଉଦ୍ଭିଦ ଓ ବନ୍ୟଜନ୍ତୁ ଭୂଦେବୀଙ୍କ ଆଶୀର୍ବାଦ ବୋଲି କହିଛନ୍ତି। ଶିମିଳିପାଳ ସର୍ବଦା ଫଟୋଗ୍ରାଫର, ପ୍ରକୃତିପ୍ରେମୀଙ୍କ ପାଇଁ ଆକର୍ଷଣୀୟ। ପତ୍ରିକାରେ ଆଲେଖ୍ୟ ଓ ଫଟୋ ପାଇଁ ପ୍ରସେନଜିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ସେହିପରି ନ୍ୟାସନାଲ ଜିଓଗ୍ରାଫିକ ପତ୍ରିକା ପ୍ରଚ୍ଛଦ ପୃଷ୍ଠାରେ ଶିମିଳିପାଳ କଳାବାଘ ଫଟୋ ସ୍ଥାନ ପାଇବା ପ୍ରସଙ୍ଗକୁ ନେଇ ପୂର୍ବତନ ମୁଖ୍ରମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସରେ ପୋଷ୍ଟ କରି ଖୁସିବ୍ୟକ୍ତ କରି ନବୀନ କହିଛନ୍ତି, ପତ୍ରିକାର ଅକ୍ଟୋବର ସଂସ୍କରଣରେ ସ୍ଥାନ ପାଇଛି କଳାବାଘ ଫଟୋ। ଏହା ଓଡ଼ିଶା ପାଇଁ ଗର୍ବ କରିବାର ମୁହୂର୍ତ୍ତ। ଫଟୋଗ୍ରାଫର ଓ ପ୍ରାବନ୍ଧିକ ପ୍ରସେନଜିତ ଯାଦବଙ୍କୁ ଏନେଇ ସେ ଶୁଭେଚ୍ଛା ଜଣାଇଛନ୍ତି। କଳାବାଘ’ର ଖୁବ ସୁନ୍ଦର ଫଟୋ ଉଠାଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ନବୀନ ପଟ୍ଟାନୟକ।

ସରକାରୀ ବସରେ ମାଗଣାରେ ଯିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର :ସ୍କୁଲ ପିଲାଙ୍କ ପାଇଁ ରାଜ୍ୟ ସରକାରଙ୍କ ମାଗଣା ବସ ସେବା । ଏଣିକି ସରକାରୀ ବସ୍‌ରେ ମାଗଣାରେ ସ୍କୁଲ ଯିବେ ଛାତ୍ରଛାତ୍ରୀ । ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ମିଳିବ । ସ୍କୁଲ ୟୁନିଫର୍ମ ପିନ୍ଧି ଆଇକାର୍ଡ ଦେଖାଇଲେ ସରକାରୀ ବସ୍‌ରେ ମାଗଣାରେ ଛାତ୍ରଛାତ୍ରୀ ଯାଇପାରିବେ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଜଣାଇଥିଲେ ।

ସ୍କୁଲ ପିଲାଙ୍କୁ ନଜରରେ ରଖି ବସ୍ ଚଳାଚଳ ସମୟ ପରିବର୍ତ୍ତନ ହେବ। ଯେପରି ଅଧିକରୁ ଅଧିକ ପିଲା ବସ୍ ସେବା ପାଇପାରିବେ ତାହାକୁ ଗୁରୁତ୍ୱ ଦିଆଯାଇଛି। ସବିଶେଷ ତଥ୍ୟ ଦେବାକୁ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି। ବସ୍ ରୁଟ୍ ଓ ସ୍କୁଲ ସମୟ ଅନୁସାରେ ଚଳାଚଳକୁ ଦୃଷ୍ଟି ଦେବା ପାଇଁ ଓଏସଆରଟିସିକୁ ସୂଚନା ଦିଆଯାଇଛି । ସବିଶେଷ ତଥ୍ୟ ଦେବାକୁ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି। ବ୍ୟବସ୍ଥା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗକୁ ଗଣଶିକ୍ଷା ସଚିବ ଚିଠି ଲେଖିଛି।

ଆସନ୍ତା ୨୭ରେ ସ୍ବତନ୍ତ୍ର OTET ,୧୭ ରୁ ବୋର୍ଡ ୱେବସାଇଟରେ ଆଡମିଟ୍ କାର୍ଡ ଉପଲବ୍ଧ
କଟକ : ସେପ୍ଟେମ୍ବର ୨୭ରେ ହେବ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା। ଦୁଇଟି ସିଟିଂରେ ପେପର-୧ ଓ ପେପର-୨ ପରୀକ୍ଷା ହେବ। ପୂର୍ବାହ୍ନ ୯ ଟାରୁ ୧୧ଟା ୩୦ ଯାଏଁ ପ୍ରଥମ ପତ୍ର ପରୀକ୍ଷା ଅନୁଷ୍ଠିତ ହେବ। ଅପରାହ୍ନ ୨ ଟାରୁ ୪ଟା ୩୦ ଯାଏଁ ଦ୍ବିତୀୟ ପତ୍ର ପରୀକ୍ଷା ହେବ। ଏନେଇ ଆଜି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି।

ଏଥି ସହିତ ୧୭ ସେପ୍ଟେମ୍ବରରୁ ବୋର୍ଡ ୱେବସାଇଟରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ। ବୋର୍ଡ ୱେବସାଇଟ www.bseodisha.ac.in ରେ ସେପ୍ଟେମ୍ବର ୧୭ ରୁ ଆଡମିଟ୍ କାର୍ଡ ପରିକ୍ଷାର୍ଥୀମାନେ ଡାଉନଲୋଡ କରିପାରିବେ।

ସୂଚନାଯୋଗ୍ୟ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ କରାଯାଇଥିଲା। ଏହାପରେ ତରବରିଆ ଭାବେ ପୁଣିଥିରେ ଅଗଷ୍ଟ ୩୧ରେ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ନେଇ ଘୋଷଣା ହୋଇଥିଲା। ଏହାପରେ ପୁଣିଥରେ ପରୀକ୍ଷାକୁ ବାତିଲ କରାଯାଇଥିଲା। ତେବେ ଚଳିତ ଓଟିଇଟି ପରୀକ୍ଷା ନୂଆ ଢଙ୍ଗରେ ହେବ । କେନ୍ଦ୍ରୀୟ ଢାଞ୍ଚାରେ ହେବ ପରୀକ୍ଷା ପରିଚାଳନା। ବୋର୍ଡ ମୁଖ୍ୟାଳୟରୁ ପରୀକ୍ଷା କେନ୍ଦ୍ର ଯାଏ ପ୍ରଶ୍ନପତ୍ର କଡ଼ା ସୁରକ୍ଷା ମଧ୍ୟରେ ଯିବ। ଡିଜି ଲକର, ବକ୍ସ ଏବଂ ଟ୍ରଙ୍କରେ ପ୍ରଶ୍ନପତ୍ରକୁ ପୁଲିସ ଏବଂ ପ୍ରଶାସନ ଅଧିକାରୀମାନେ ସୁରକ୍ଷା ବଳୟ ମଧ୍ୟରେ ନେବେ। ସେଠାରୁ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ଏବଂ ଜିଲାପାଳଙ୍କ ତତ୍ତ୍ବାବଧାନରେ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ଶେଷ ହେବା ପରେ ପୁଲିସ ସୁରକ୍ଷିତ ଭାବେ ପ୍ରଶ୍ନପତ୍ର ସହ ଉତ୍ତରଖାତା ନୋଡାଲ ସେଣ୍ଟରକୁ ଆଣିବ । ଏନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ସଭାପତି ଶ୍ରୀକାନ୍ତ ତରାଇ । ପରୀକ୍ଷା ଶେଷ ହେବାର ଏକ ମାସ ମଧ୍ୟରେ ଫଳ ପ୍ରକାଶ ପାଇବ। ତେବେ ନୂତନ ସଂସ୍ଥାକୁ ପ୍ରଶ୍ନପତ୍ର ମୁଦ୍ରଣ ଦାୟିତ୍ବ ଦିଆଯାଇଥିବାବେଳେ ପରୀକ୍ଷା ପରିଚାଳନା ନିମନ୍ତେ ବୋର୍ଡର ଏକ ନୂତନ ଟିମ୍‌ ଗଠନ କରାଯାଇଥିବା ବିଶେଷ ସୂତ୍ରରୁ ଖବର ମିଳିଛି।

୮୦୦ ଏକର ଜାଗାରେ ଗଢା ହେବ ନୂଆ ଭୁବନେଶ୍ୱର
ଭୁବନେଶ୍ୱର: ଗଢ଼ା ହେବ ନୂଆ ଭୁବନେଶ୍ୱର । ରାଜଧାନୀର ଉପକଣ୍ଠରେ ଥିବା ମଳିପଡ଼ା, ଦଶପୁର, ଅନ୍ଧାରୁଆ ଏବଂ ଗୋଠପାଟଣା ଅଞ୍ଚଳରେ ୮୦୦ଏକର ଜମିରେ ଏକ ନୂତନ ଭୁବନେଶ୍ୱର ପ୍ରତିଷ୍ଠା ହେବ। ଏନେଇ ସୂଚନା ଦେଇଛନ୍ତି ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ନୂଆ ଭୁବନେଶ୍ୱର ସିଟିକୁ ନେଇ ବଢିଛି ଉତ୍କଣ୍ଠା ।

ନୂଆ ସହର  ନିର୍ମାଣ ପାଇଁ  ସିଙ୍ଗାପୁର ସରକାର ଏହାର ଡ୍ରଇଂ ଏବଂ ଡିଜାଇନ ପ୍ରସ୍ତୁତ ଦାୟିତ୍ୱ ନେଇଛନ୍ତି। ଏହା ଗୁଜରାଟର ଦୋଲେରା ସ୍ମାର୍ଟ ସିଟି ଢାଞ୍ଚାରେ ଏହାର ନିର୍ମାଣ ହେବା ନେଇ ଚିନ୍ତା କରାଯାଉଛି।

ଭବିଷ୍ୟତକୁ ଆଖି ଆଗରେ ରଖି, BDA ଏହାର ପରିସରକୁ ବିସ୍ତାର କରୁଛି ଏବଂ ନୂତନ ସହର ପାଇଁ ପ୍ରସ୍ତୁତି କରୁଛି। TP ଯୋଜନାରେ, BDA ସାଧାରଣ ଉପଯୋଗୀତା, ଜଳ ଯୋଗାଣ ଏବଂ ରାସ୍ତା ନିର୍ମାଣ ପାଇଁ ଲୋକଙ୍କୁ ସର୍ବାଧିକ ସ୍ଥାନ ଯୋଗାଇବା ପାଇଁ ବ୍ୟବସ୍ଥା କରୁଛି ।

ଆଗାମୀ ପ୍ରକଳ୍ପରେ ପାର୍କ, ହସ୍ପିଟାଲ, ଲୋକଙ୍କ ପାଇଁ ବାସଗୃହ, ଶିଳ୍ପ କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ପେଡେଷ୍ଟ୍ରିୟାନଙ୍କ ପାଇଁ ଚାଲିବା ବ୍ୟବସ୍ଥା, ଓପନ ସ୍ପେସ, ଅର୍ଥନୈତିକ ଆକ୍ଟିଭିଟି ବ୍ୟବସ୍ଥା ରହିଛି । ଏହାର ଡିପିଆର ସିଙ୍ଗାପୁର ସରକାର ବନାଉଥିବା ବେଳେ, ଆବଶ୍ୟକ ଅର୍ଥ ମଧ୍ୟ ସେମାନଙ୍କୁ ଦିଆଯାଇଛି। ଆସନ୍ତା ଏକରୁ ଦୁଇ ମାସ ଭିତରେ ରାଜ୍ୟ ସରକାରଙ୍କୁ ଡିପିଆର ଦେବ ସିଙ୍ଗାପୁର। ସହର ବୃଦ୍ଧି ସହ ସହରକୁ ରି-ଡେଭଲପମେଣ୍ଟ ମଧ୍ୟ କରିବାକୁ ଆମେ ଯୋଜନା କରୁଛୁ।

ବିଡିଏର କ୍ଷେତ୍ରାଧିକାର କଟକ ସୀମା ପର୍ଯ୍ୟନ୍ତ ବିସ୍ତାର କରାଯାଇଛି । ଟିପି ସ୍କିମର କାମ ଦ୍ରୁତ ଗତିରେ ଚାଲିଛି । ଆମ ସରକାର ଏହାକୁ ଅଧିକ ଗୁରୁତ୍ୱ ଦେଉଛି। ଲୋକମାନେ କିପରି ଅଧିକ ସୁବିଧା ପାଇପାରିବେ ସେ ଦିଗରେ ସରକାର ଧ୍ୟାନ ଦେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

ଅନଲାଇନ ଗେମ ହେଲା କାଳ,ଜୀବନ ହାରିଲେ ୮ମ ଶ୍ରେଣୀ ଛାତ୍ର
ବାଲେଶ୍ୱର : ଅନଲାଇନ ଗେମ ହେଲା କାଳ। ଅନଲାଇନ ଖେଳ ନିଶାରେ ବାୟା ହେଉଛନ୍ତି ଛାତ୍ରଛାତ୍ରୀ । ପରିବାର ଲୋକେ ବାରଣ କଲେ ଜୀବନ ହାରିବାକୁ ବି ପଛାଉ ନାହାନ୍ତି । ଏହିଭଳି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଗୁହାଳିପଦା ଗ୍ରାମରେ । ଅନଲାଇନ ଖେଳିବାକୁ ବାରଣ କରିବାରୁ ବାଥରୁମରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର । ମୃତ ଛାତ୍ର ହେଉଛନ୍ତି ଗ୍ରାମର ସନ୍ତୋଷ ଜେନାଙ୍କ ପୁଅ ଜୟକୃଷ୍ଣ ଜେନା । ସେ ସବୁ ସମୟରେ ଅନଲାଇନ ଗେମ ଖେଳିବା ଓ ମୋବାଇଲ ଦେଖିବାରେ ବ୍ୟସ୍ତ ରହୁଥିଲେ। ଏନେଇ ପରିବାର ଲୋକେ ବାରମ୍ବାର ବିରୋଧ କରି ଆସୁଥିଲେ। ମଙ୍ଗଳବାର ସକାଳେ ସେ ପାଠ ନପଢି ଗେମ ଖେଳୁଥିବାରୁ ମାଆ ବିରକ୍ତି ହୋଇଥିଲେ। ଏଥିରେ ସେ ରାଗିଯାଇ ଗାଧୁଆଘର ଭିତରେ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଥିଲେ। ବହୁ ସମୟ ଧରି ବାଥରୁମରୁ ନବାହାରିବାରୁ ପରିବାର ଲୋକେ କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ସିଂଲା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।