ସିଏଏକୁ ନେଇ ଦିଲ୍ଲୀରେ ଥମୁନି ଅସନ୍ତୋଷ

ଜାମିଆ,୩୧/୧: ସିିଏଏକୁ ନେଇ ରାଜଧାନୀ ଦିଲ୍ଲୀରେ ଥମୁନି ଅସନ୍ତୋଷ। ସିଏଏକୁ ନେଇ ବିରୋଧୀଙ୍କ ବିରୋଧ ପ୍ରଦର୍ଶନ ଥମିବାର ନାଁ ନେଉନାହିଁ। ତେବେ ଏହାକୁ ନେଇ ଗୁରୁବାର ଜାମିଆ ବିଶ୍ୱବିଦ୍ୟାଳୟ ଅଂଚଳରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏହି ସମୟରେ ଜଣେ ଅଜଣା ବ୍ୟକ୍ତି ଖୁଲମ ଖୁଲା ଗୁଳି ଚାଲନା କରିଥିଲା। ଏହି ଗୁଳିଚାଳନାରେ ଜଣେ ବ୍ୟକ୍ତି ଆହତ ମଧ୍ୟ ହୋଇଛନ୍ତି। ସୂଚନା ଅନୁସାରେ, ଗୁଳି ଚଳାଇଥିବା ବ୍ୟକ୍ତି ବାହାରୁ ଆସିଥିଲା। ତେୂବେ ଗୁଳିଚାଳନା କରୁଥିବା ବ୍ୟକ୍ତି ଦିଲ୍ଲୀ ପୋଲିସ ଜିନ୍ଦାବାଦ, ଜାମିଆ ମୁର୍ଦ୍ଦାବାଦ ବୋଲି କହୁଥିଲା। ସିଏଏ ବିରୋଧରେ ଜାମିଆରୁ ରାଜଘାଟ ଯାଏଁ ରାଲି ବାହାରୁଥିବାବେଳେ ଏଭଳି ଗୁଳିଚାଳନ ହୋଇଛି। ଏଭଳି ଗୁଳିଚାଳନା ପରେ ବି ରାଲି ବାହାରିଥିଲା। ତେବେ ଏହି ଘଟଣା ପରେ ଉକ୍ତ ବ୍ୟକ୍ତିଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ସେହିପରି ଉକ୍ତ ବ୍ୟକ୍ତି ଠାରୁ ପିସ୍ତଲ ମଧ୍ୟ ଜବତ କରାଯାଇଛି। ଏଥିସହ ପୋଲିସ ଘଟଣାର ତଦନ୍ତ ମଧ୍ୟ ଜାରି ରଖିଛି। ଅନ୍ୟପଟେ ଗୁଳିଚାଳନା ବେଳର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି। ସେହିପରି ଏହି ଗୁଳିଚାଳନା ପରେ ବି ଗୁରୁବାର ଠାରୁ ଶତାଧିକ ଛାତ୍ରଛାତ୍ରୀ ବିକ୍ଷୋଭ କରିବାରେ ଲାଗିଛନ୍ତି। ନ୍ୟାୟ ଦାବିରେ ଆଇଟିଓ ଠାରେ ଥିବା ପୋଲିସ ମୁଖ୍ୟାଳୟ ସାମ୍ନାରେ ମଧ୍ୟ ଶିକ୍ଷାର୍ଥୀଙ୍କ ବିକ୍ଷୋଭ ଦେଖିବାକୁ ମିଳିଥିଲା। ରାତି ତମାମ ଆନ୍ଦୋଳନ କରୁଥିବା ଶିକ୍ଷାର୍ତୀଙ୍କୁ ଶୁକ୍ରବାର ପୋଲିସ ସେଠାରୁ ହଟାଇଛି। ସେହିପରି ୬୦ରୁ ଅଧିକ ଆନ୍ଦୋଳନକାରୀ ଶିକ୍ଷାର୍ଥୀଙ୍କୁ ଅଟକ ରଖାଯାଇଛି। ତଥାପି ଅନେକ ସ୍ଥାନରେ ବିକ୍ଷୋଭ ଜାରି ରହିଛି। ଗୁରୁବାର ଶିକ୍ଷାର୍ଥୀମାନେ ଆନ୍ଦୋଳନ କରିବାରୁ ଏହି ରାସ୍ତାକୁ ପୋଲିସ ବନ୍ଦ କରିଥିଲା। ଏଥିସହ ଟ୍ରାଫିକକୁ ଅନ୍ୟତ୍ର ଡାଇର୍ଭଟ କରିଥିଲା। କିନ୍ତୁ ଆନ୍ଦୋଳନ ବ୍ୟାପକ ରୂପ ନେବାକୁ ବସିବାରୁ ଶୁକ୍ରବାର ପୋଲିସ ଆନ୍ଦୋଲନକାରୀଙ୍କୁ ହଟାଇ କେଇଛି।

Comments are closed.