ଆଜିଠୁ ଗଞ୍ଜାମରୁ ଗଡ଼ିବନି ଘରୋଇ ବସ୍‍

ସମୟ ଲାଇଭ୍‍,୨୭/୧୧: ଗଞ୍ଜାମ ଜିଲ୍ଳାରୁ ବେସରକାରୀ ରୋଇ ବସ୍‍ ଚଳାଚଳ ଅନିର୍ଦ୍ଦିଷ୍ଟ କାଳ ପାଇ ଁ ବନ୍ଦ ରହିବ। ଏନେଇ ବସ୍‍ ମାଲିକ୍‍ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସିଟି ବସ୍‍ଷ୍ଟାଣ୍ଡ ପରିବର୍ତ୍ତେ ଅସ୍ଥାୟୀ ଭାବେ ସହରର ୪ଟି ସ୍ଥାନ ଆଇଟିଆଇ ନିକଟସ୍ଥ ପଡ଼ିଆ, କର୍ପୋରେସନ ରୋଡ଼ସ୍ଥିତ ପଡ଼ିଆ, ସିଟି ବସ୍‍ଷ୍ଟାଣ୍ଡ ସମ୍ମୁଖ ଡ଼ମ୍ପିୟାର୍ଡ଼ ପଡ଼ିଆ ନଚେତ୍‍ ସିଟିବସ୍‍ ବସ୍‍ଷ୍ଟାଣ୍ଡର ଅଧାଭାଗ ଯୋଗାଇଦେବାକୁ ଅନୁରୋଧ କରିଥିଲେ ମଧ୍ୟ ପ୍ରଶାସନ ଏହାକୁ ଅଗ୍ରାହ୍ୟ କରିଛି। ତେଣୁ ସହର ଭିତରେ ଅସ୍ଥାୟୀ ଭାବେରେ ବସ୍‍ ଷ୍ଟାଣ୍ଡ ପାଇଁ ସ୍ଥାନ ନଦେଲେ ବସଚଳାଚଳା ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ ଘୋଷଣା କରାଯାଇଛି।

Comments are closed.