ଅନ୍ୟ ନେଟୱର୍କକୁ କଲ୍‍ କଲେ ଉପଭୋକ୍ତା ପାଇବେ ଟଙ୍କା

0

ସମୟ ଲାଇଭ,୧/୧୧: ବିଏସଏନଏଲ ଦେଶର ମୋବାଇଲ ଉପଭୋକ୍ତାଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ପ୍ଲାନ୍ ଘୋଷଣା କରିଛି। ଏହି ପ୍ଲାନ୍ ଅନୁଯାୟୀ ଗ୍ରାହକମାନେ ଅନ୍ୟ ନେଟଓ୍ୱର୍କର ମୋବାଇଲକୁ ଫୋନ୍ କଲେ ପ୍ରତି ୫ ମିନିଟରେ ୬ ପଇସା କ୍ୟାସବ୍ୟାକ୍‍ ମିଳିବ। ଯାହାକି ସ୍ୱୟଂଚାଳିତ ରହିବ ବୋଲି ବିଏସଏନଏଲ ଘୋଷଣା କରିଛି।
ସୂଚନା ଥାଉ କି, ଆର୍ଥିକ କ୍ଷତିରେ ଚାଲୁଥିବାରୁ ସରକାର ଏହି ବିଏସଏନଏଲକୁ ବନ୍ଦ କରିବାକୁ ଯୋଜନା କରୁଥିବା ନେଇ ନିକଟରେ ଚର୍ଚ୍ଚା ଧରିଥିଲା । ଯାହାକୁ, କମ୍ପାନୀ ଗୁଜବ ବୋଲି କହିଥିଲା। ପରେ କେନ୍ଦ୍ର ସରକାର ଏମଟିଏନଏଲକୁ ବିଏସଏନଏଲ ସହ ମିଶ୍ରଣ ପାଇଁ ଅନୁମତି ଦେଇଥିଲେ ।

Leave A Reply

Your email address will not be published.