ଆଖି ପତା ବାରମ୍ବାର ପକାଉଥିଲେ ହରାଇପାରନ୍ତି ଦୃଷ୍ଟିଶକ୍ତି…

ସମୟ ଲାଇଭ୍‍,୧୭/୧୨: କୁହାଯାଏ ଯେ ମଣିଷ ସାଧାରଣତଃ ଏକ ମିନିଟ୍ରେ ୧୦ଥର ଆଖିର ପଲକ ପକାଇଥାଏ । ଯଦି କୌଣସି ବ୍ୟକ୍ତି ୧୦ରୁ ଅଧିକ ଥର ଆଖିର ପଲକ ପକାଉଛନ୍ତି ତେବେ ସେମାନଙ୍କୁ ତୁରନ୍ତ ଚିକିତ୍ସା କରିବାକୁ ପରାମର୍ଶ, କାରଣ ଏହା ବ୍ଲେଫରୋସ୍ପଜ୍ମ ରୋଗ ଲକ୍ଷଣ ଅଟେ । ଏହି ରୋଗର ଶିକାର ହେଲେ ବାରମ୍ବାର ଆଖିର ପଲକ ପଡ଼ିବା ଦ୍ୱାରା ଆଖିର ମାଂସପେଶୀ ସଙ୍କୁଚିତ ହୋଇ ଆଖି ବିନ୍ଧା ହେବା ସହ ଆଖିର ଆକୃତି ମଧ୍ୟ କମିଥାଏ । ଯାହା ପ୍ରଭାବରେ ମୁଣ୍ଡବିନ୍ଧା ହୋଇଥାଏ । ବିଶେଷଜ୍ଞଙ୍କ ମତରେ ଏହି ରୋଗର ଶିକାର ହୋଇଥିବା ବ୍ୟକ୍ତିଙ୍କ ଚେହେରା ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ । ଯଦି ସମୟ ପୂର୍ବରୁ ଏହାର ଚକିତ୍ସା ନ କରାଯାଏ ତେବେ ଏହା ଆପଣଙ୍କୁ ଦୃଷ୍ଟିହୀନ କରିପାରେ । ଯଦି ଆପଣଙ୍କ ନିକଟରେ ଦେଖାଯାଉଛି ଏହି ସମସ୍ୟା ତେବେ ତୁରନ୍ତ କରିନଅନ୍ତୁ ଚକିତ୍ସା ।

Comments are closed.