ମୋବାଇଲ ନେଲା ଶ୍ରମିକଙ୍କ ଜୀବନ

ସମୟଲାଇଭ,୧୧/୧୧: ଆପଣ ଦୈନନ୍ଦିନ ଜୀବନରେ ମୋବାଇଲ ବ୍ୟବହାର କରୁଥିବେ ତେବେ ଟିକିଏ ଅସାବଧାନତା କେତେ ଭୟଙ୍କର ହୋଇପାରେ ତାର ଜ୍ୱଳନ୍ତ ଉଦାହାଣ ଦେଖିବାକୁ ମିଳିଛି ମାରାଦ୍ୱିପ ଅଞ୍ଚଳରେ। ମୋବାଇଲା ହେଲା କାଳ । ମୋବାଇଲ ଫାଟି ଗଲା ଜଣେ ଶ୍ରମିକର ଜୀବନ । ପାରାଦୀପ ଜଗନ୍ନାଥ ଟ୍ରକ ମାଲିକ ସଂଘ କାର୍ୟ୍ୟାଳୟରେ ଜଣେ ଶ୍ରମିକ ଶୋଇଥିବାବେଳେ ମୋବାଇଲ ଫାଟି ତାଙ୍କର ମୃତ୍ୟୁ ହୋଇଛି । ଗତ ରାତିରେ ମୋବାଇଲକୁ ଛାତି ଉପରେ ରଖି ଶୋଇଥିବାବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ଘର ନୟାଗଡ ଜିଲ୍ଲାର ରଣପୁର ପଂଚାୟତରେ ଓ ତାଙ୍କ ନାଁ କୁନା ପ୍ରଧାନ ବୋଲି ଜଣାପଡିଛି । ସେ ଏକ ମନ୍ଦିରରେ ଶ୍ରମିକ ଭାବେ କାମ କରିବା ପାଇଁ ନୟାଗଡରୁ ଆସି ପାରାଦୀପରେ ରହୁଥିଲେ ।

Comments are closed.