ବିଜେପିର ୧୨ଘଣ୍ଟିଆ ଯାଜପୁର ବନ୍ଦ ଡାକରା

ସକାଳ ୬ରୁ ସଂଦ୍ଧ୍ୟା ୬ ପର୍ଯ୍ୟନ୍ତଗାଡ଼ି ଚଳାଚଳ ସଂମ୍ପୁର୍ଣ୍ଣ ଠପ

0

ସମୟ ଲାଇଭ,୨୧/୧୦:ବିଜେପିର ୧୨ଘଣ୍ଟିଆ ଯାଜପୁର ବନ୍ଦ ଡାକରା ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକର ବହୁ ଚର୍ଚ୍ଚିତ ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବୀ କରିବା ସହ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଜେପି । ସ୍ମିତାରରଣୀଙ୍କ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଦାବୀ କରି ଆଜି ସକାଳ ୬ରୁ ସଂଦ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ଯାଜପୁର ବନ୍ଦ ଡାକରା ଦିଆଯାଇଛି ।

ସକାଳୁ ଆଜି ବିଜେପି କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ଦୋକାନ ବଜାର ବନ୍ଦ କରିଥଲେ । ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ବନ୍ଦ କରିବା ଯୋଗୁ ଉଭୟ ପଟୁ ଶହ ଶହ ଗାଡ଼ି ମୋଟର ଅଟକି ରହିଛି । ଗାଡ଼ି ଚଳାଚଳ ସଂମ୍ପୁର୍ଣ୍ଣ ଠପ ହୋଇଯାଇଛି ଫଳରେ ଅନେକ ସ୍ଥାନରେ ଯାତ୍ରୀମାନେ ଫସି ରହିଥିବା ଜଣାପଡିଛି ।

Leave A Reply

Your email address will not be published.