ମହିଳା କମିଶନ ଅଧ୍ୟକ୍ଷା ଇସ୍ତଫା ଦିଅ : ବିଜେପି ମହିଳା ମୋର୍ଚ୍ଚା

0

ସମୟ ଲାଇଭ,୨୮/୧୦: ଯାଜପୁର ଧର୍ମଶାଳା ହରିଦାସପୁରର ବହୁଚର୍ଚ୍ଚିତ ପିଇଓ ସ୍ମୀତାରାଣୀଙ୍କ ମ୍ରୁତ୍ଯୁ ପରେ ଧିରେ ଧିରେ ରାଜନୀତି ତେଜିବାରେ ଲାଗିଛି ୲ ପ୍ରଥମେ ସରପଞ୍ଚଙ୍କ ସ୍ଵାମୀଙ୍କୁ ଗିରଫ କରିବା ପରେ ମ୍ରୁତ ସ୍ମୀତାରାଣୀଙ୍କ ବିଷୟରେ ଏସପିଙ୍କ ବିବାଦୀୟ ବାୟାନ ଯୋଗୁଁ ତାଙ୍କ ନାଁରେ ବି ଏତେଲା ଦିଆଯାଇଥିଲା ୲ ଘଟଣାର ଏତେ ଦିନ ପରେ ମହିଳା କମିଶନଙ୍କ ନିରବତାକୁ ଏବେ ଉଠିଛି ପ୍ରଶ୍ନବାଚି ୲ ମହିଳା କମିଶନ ଅଧକ୍ଷା କଣ ପାଇଁ ଏତେ ଦିନ ହେଲା ଚୁପ ବସିଛନ୍ତି ସେ ନେଇ ଆଜି ବିଜେପି ମହିଳା ମୋର୍ଚ୍ଚା ମହିଳା କମିଶନଙ୍କ ଅଫିସ ଘେରାଉ କରିଥିଲା ୲ ଅଫିସ ଆଗରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲା ୲ ଏଥିସହିତ ମହିଳା କମିଶନଙ୍କ ଇସ୍ତଫା ମଧ୍ୟ ଦାବି କରିଥିଲା ବିଜେପି ମହିଳା ମୋର୍ଚ୍ଚା ୲

Leave A Reply

Your email address will not be published.