ରବିବାରଠାରୁ ଦେଶବ୍ୟାପୀ ବିଜେପି କରିବ ଜନସମ୍ପର୍କ ଯାତ୍ରା

ଭୁବନେଶ୍ୱର,୪/୧: ନାଗରିକତା ସଂଶୋଧନ ଆଇନ ସଚେତନତା ପାଇଁ ରବିବାରଠାରୁ ଦେଶବ୍ୟାପୀ ବିଜେପିର ଜନସମ୍ପର୍କ ଯାତ୍ରା ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ହେବ। କେନ୍ଦ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ ୨୦ହଜାର ଲୋକଙ୍କୁ ସଚେତନ କରିବେ। ସେହିପରି ୬ ତାରିଖରେ କଟକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବ୍ରହ୍ମପୁର, ବାଲେଶ୍ୱର, ସମ୍ବଲପୁର ଓ ଜୟପୁରରେ ମଧ୍ୟ ଏହି କାର୍ଯ୍ୟକ୍ରମ ହେବାର ଥିବା ବିଜେପି ସାଧାରଣ ସମ୍ପାଦକ ପୃଥ୍ୟୁରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

Comments are closed.