ବିଜେଡ଼ିର ‘ଓଡ଼ିଶା-ମୋ ପରିବାର’ କାର୍ଯ୍ୟକ୍ରମ ଶୁଭାରମ୍ଭ

ସମୟ ଲାଇଭ,୨୪/୧୦: ପରିବେଷ ସୁରକ୍ଷା, ରକ୍ତଦାନ କଲ୍ୟାଣ ଏବଂ ବିପନ୍ନ ଓଡ଼ିଆଙ୍କୁ ସାହାଯ୍ୟ ଏହିପରି ତିନିଗୋଟି ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ଆଖିରେ ବିଜେଡ଼ି ସରକାର ଆଜି ‘ଓଡ଼ିଶା-ମୋ ପରିବାର’କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହି ଯୋଜୋନାକୁ ସୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସେବା ସଂଗ୍ରାମ ଓ ସ୍ୱାଭିମାନ ହେଉଛି ବିଜୁ ଜନତା ଦଳର ଆଦର୍ଶ ଯାହାକୁ ପାଥେୟ କରି ଦଳ ଓଡ଼ିଶାବାସୀଙ୍କ ସେବା କରିଆସିଛି ଓ ଆଗକୁ ଆହୁରୀ ମଧ୍ୟ କରିବ।ରାଜ୍ୟା ସ।।ଢେ ଚାରି କୋଟି ଲୋକ ହେଉଛନ୍ତି ମୋ ପରିବାର। ଓଡ଼ିଶାବାସୀଙ୍କ ଆଶିର୍ବାଦ ହେଉଛି ବିଜେଡ଼ିର ଶକ୍ତି। ଓଡ଼ିଶା ଲେକଙ୍କ ପାଇଁ ବିଜୁ ଜନତା ଦଳ ସଦା ସର୍ବଦା କାମ କରିଆସିଛି ଓ ଏହାକୁ ଆହୁରି ଆଗକୁ ନେବାକୁ ‘ଓଡ଼ିଶା ମୋ ପରିବାର’ କାର୍ଯ୍ୟକ୍ରମ ଆରମ୍ଭ ହେଲା। ଏହୀ କାର୍ଯ୍ୟକ୍ରମରେ ବିଶଷତଃ ତିନିଜେଗାଟି କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କାରଯାଇଛି। ପରିବେଷ ସୁରକ୍ଷାର ବାର୍ତ୍ତାଦେଇ ବୃକ୍ଷରୋପଣ ମାଧ୍ୟମରେ ଓଡ଼ିଶାକୁ ସବୁଜ ସୁନ୍ଦର କରିବା।ରକ୍ତ ଦାନ ଓ ସେବା ଯୋଜୋନା ମାଧ୍ୟମରେ ଜୀବନ ବିନ୍ଦୁ ଭଳି କାର୍ଯ୍ୟକ୍ରମ କରି ଲୋକଙ୍କୁ ସାହାଯ୍ୟ କରିବା ଏବଂ ବିପନ୍ନଙ୍କୁ ସହାୟତାର ହାତ ବଢାଡ଼ବା ସହ ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ଲୋକଙ୍କୁ ସବୁ କ୍ଷେତ୍ରରେ ସାହାଯ୍ୟ କରିବା। ବିଜେଡ଼ି ସରକାରଙ୍କ ଏହି ପ୍ରୟାସ ରାଜ୍ୟବାସିଙ୍କୁ ସାହା ଯୋଗାଇଦେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି।

 

Launching Ceremony of “AYUSHMAN BHARAT

Comments are closed.