୬ରେ ହେବ ଭିତକନିକା ପକ୍ଷୀ ଗଣନା

କେନ୍ଦ୍ରାପଡା,୪/୧: ଜାନୁଆରି ୬ ତାରିଖରେ କେନ୍ଦ୍ରପଡା ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ ହେବ। ଏହି ପକ୍ଷୀ ଗଣନା ସକାଳ ୬ଟାରୁ ଦିନ ୧ଟା ଯାଏ ଚାଲିବ। ଏହି ପକ୍ଷୀ ଗଣନା ପାଇଁ ୧୧ଟି ଟିମ୍ ଗଠିତ ହୋଇଛି। ତେବେ ପ୍ରତି ଟିମରେ ୪ରୁ ୫ ଜଣ ସଦସ୍ୟ ଅଛନ୍ତି। ସେହିପରି ତେବେ ବଉଳା କୁମ୍ଭୀର ଗଣନା ପାଇଁ ଡିସେମ୍ବର ୨୬ ରୁ ଜାନୁୟାରୀ ୪ ଯାଏଁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରହିଥିଲା। ପ୍ରତିବର୍ଷ ଏହି ସମୟରେ ଜୁଆରକୁ ଲକ୍ଷ୍ୟ କରି କୁମ୍ଭୀର ଗଣନା କରାଯାଇଥାଏ। ଏହି ସମୟରେ ସ୍ଥଳଭାଗରେ ଅଧିକ କୁମ୍ଭୀର ଦେଖାଯାଇଥାନ୍ତି। ସେଥିପାଇଁ ଗତ ବର୍ଷ ଡିସେମ୍ଵର ୨୬ରୁ ଚଳିତ ବର୍ଷ ଜାନୁଆରୀ ୪ ଯାଏଁ ଭିତରକନିକା ବନ୍ଦ ରହିଥିଲା।

Comments are closed.