ହୁହୁ ହୋଇ ଜଳିଗଲା ଚଳନ୍ତା ବାଇକ

ସମୟ ଲାଇଭ୍‍,୨୨/୧୧: ବାରିପଦା ସହରର ମଧୁବନ ନିକଟରେ ଆଜି ହଠାତ୍‍ ଏକ ବାଇକ ଯାଉଥିବା ବେଳେ ବାଇକଟିରେ ନିଆଁ ଲାଗି ହୁହୁ ହୋଇ ବାଇକ ଟି ସମ୍ପୂର୍ଣ୍ଣ ଜଳିଯାଇଛି । ଘଟଣା ରୁ ପ୍ରକାଶ ଯେ , ପୋଡା ଅସ୍ତିଆ ଅଞ୍ଚଳର ନାରାୟଣ ବେହେରା ତାଙ୍କ ଜଣେ ସାଙ୍ଗଙ୍କୁ ନେଇ ବାଇକ ଚଲାଇ ଯାଉଥିବା ବେଳେ ହଠାତ୍‍ ବାଇକଟିରେ ନିଆଁ ଲାଗିଯାଇଥିଲା ।

ବାଇକ ରେ ନିଆଁ ଲାଗିଥିବା ଦେଖି ନାରାୟଣ ଓ ତାଙ୍କ ସାଙ୍ଗ ବାଇକ ରୁ ଡେଇଁ ପଡ଼ିଥିଲେ ।ଫଳରେ ସେମାନେ ଏକ ନିଶ୍ଚିତ ବିପଦରୁ ସେମାନେ ବର୍ତ୍ତି ଯାଇଥିଲେ । ଦମକଳ ବାହୀନ ଘଟଣା ସ୍ଥଳରେରେ ପହଞ୍ଚି ନିଆଁ ଲିଭାଇବାବେଳକୁ ବାଇକ ଟି ସମ୍ପୂର୍ଣ୍ଣ ଜଳିଯାଇଥିଲା ।
ତେବେ କେଉଁ କାରଣରୁ ବାଇକ୍‍ରେ ନିଆଁ ଳାଗିଥିଲା ତାହା ଜଣାପଡ଼ିନାହିଁ।

Comments are closed.