ରୀତାଙ୍କ ଭାଗରେ ୧,୨୦,୯୮୪ ଭୋଟ

ବିଜେପୁର ଭୋଟ ଗଣତି ୧୮ଶ ରାଉଣ୍ଡ

0

ସମୟ ଲାଇଭ୍‍,୨୪/୧୦: ବିଜେପୁର ବିଧାନସଭା ଉପନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ବିଜେଡ଼ି ପ୍ରାର୍ଥୀ ରୀତା ସାହୁ, ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ଓ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡାଙ୍କର ଆଜି ଭାଗ୍ୟ ନିର୍ଦ୍ଧାରଣ ହେବ। ତେବେ ୨୧ଟି ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବାଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧୯ଶ ରାଉଣ୍ଡ ଭୋଟ ଗଣତି ଚାଲିଛି। ୧୮ଶ ପର୍ଯ୍ୟାୟରେ ବିଜେଡ଼ି ସପକ୍ଷରେ ୧,୨୦,୯୮୪ ଭୋଟ ରହିଥିବାବେଳେ , ବିଜେପି ସପକ୍ଷରେ ୩୩,୬୧୧ ଭୋଟ ରହିଛି। ତେବେ କଂଗ୍ରେସ ମାତ୍ର ୫,୦୪୭ ଭୋଟ ପାଇଛି।
୧୦ମ ରାଉଣ୍ଡ ଭୋଟ ଗଣତି ସୁଧା ବିଜେଡ଼ି ପ୍ରାର୍ଥୀ ରୀତା ସାହୁ ୫୨,୧୪୨ ଖଣ୍ଡ ଭୋଟରେ ଅଛନ୍ତି । ମୋଟ ୭୧,୧୪୨ ଖଣ୍ଡ ଭୋଟ ପାଇବା ସହ ଆଗରେ ଅଛନ୍ତି । ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ସନତ ଗଡତିଆ କେବଳ ୧୯,୦୮୭ ଖଣ୍ଡ ଭୋଟ ପାଇଛନ୍ତି ।

ତେବେ ଷଷ୍ଠ ରାଉଣ୍ଡ ପର୍ଯ୍ୟନ୍ତ ବିଜେଡ଼ି ଆଗରେ ଥିବାଳେ କଂଗ୍ରେସ ବହୁ ପଛରେ ପଡ଼ିଯାଇଛି। ଷଷ୍ଠ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ଆଗୁଆ ରହିଛି। ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ୩୪, ୩୦୧ ଭୋଟ୍ରେ ଆଗୁଆ ରହିଛି। ବିଜେଡିକୁ ୪୫, ୩୭୫, ବିଜେପିକୁ ୧୧,୦୭୪ ଓ କଂଗ୍ରେସକୁ ୧୫୯୧ ଭୋଟ ମିଳିଛି।ପଞ୍ଚମ ରାଉଣ୍ଡରେ ବିଜେଡି ୨୮,୮୧୧ ଭୋଟ୍ରେ ଆଗୁଆ ରହିଥିଲା। ପଞ୍ଚମ ରାଉଣ୍ଡ ସୁଦ୍ଧା ରୀତା ସାହୁଙ୍କୁ ୩୮,୩୧୮ଭୋଟ୍ ମିଳିଥିବା ବେଳେ ବିଜେପିର ସନତ ଗଡତିଆଙ୍କୁ ୯,୫୦୭ ଭୋଟ୍ ଓ କଂଗ୍ରେସର ଦିଲୀପ ପଣ୍ଡାଙ୍କୁ ୧୪୩୫ ଭୋଟ୍ ମିଳିଥିଲା।୪ର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ୨୩, ୩୬୫ ଭୋଟ୍ରେ ଆଗୁଆ ଥିଲା। ସେହିପରି ୩ୟ ରାଉଣ୍ଡ ସୁଦ୍ଧା ବିଜେଡି ୧୬, ୪୭୩ ଭୋଟ୍ରେ ଆଗୁଆ ଥିଲା।ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୯୮୯୭ ଖଣ୍ଡ ଭୋଟରେ ଆଗୁଆ ରହିଥଇଲା। ବିଜେଡି ୧୪୨୭୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୪୩୭୮ ଓ କଂଗ୍ରେସକୁ ମିଳିଥିଲା ୫୬୯ ଖଣ୍ଡ ଭୋଟ।ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୪୭୮୮ ଖଣ୍ଡ ଭୋଟ୍ରେ ଆଗୁଆ ରହିଥିଲା। ରୀତା ସାହୁଙ୍କୁ ୭୦୦୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ୨୨୧୭ ଓ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡାଙ୍କୁ ୩୧୭ ଖଣ୍ଡ ଭୋଟ୍ ମିଳିଥିଲା।

ସୂଚନା ଥାଉ କି, ଭୋଟ ୧୨୦ଗଣତିରେ କର୍ମଚାରୀ ନିଯୁକ୍ତ ଅଛନ୍ତି।

Leave A Reply

Your email address will not be published.