ବିଜେପୁର ବ୍ୟାଟେଲ !

ସମୟ ଲାଇଭ,୧୧/୧୯: ବହୁ ପ୍ରତିକ୍ଷିତ ବିଜେପୁର ଉପନିର୍ବାଚନକୁ ନେଇ ରାଜନୀତି ଯେତିକି ସରଗରମ ସବୁ ଦଳର ଅସନ୍ତୁଷ୍ଟ ନେତାଙ୍କୁ ନେଇ ମୁଖିଆ ମାନେ ମଧ୍ୟ ସେତିକି ଚିନ୍ତିତ । ଗତକାଲି କଂଗ୍ରେସର ବରିଷ୍ଠ ନେତା ରୀପୁନାଥ ସେଠ୍ ନିଜର ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଦଳର ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କୁ ବୁଝାଇବାରେ ସକ୍ଷମ ହୋଇଥିଲେ । ସେପଟେ ବିଜେପିର ଅଶୋକ ପାଣିଗ୍ରାହୀ ଦଳ ଛାଡ଼ିବା କଥାକୁ ଗୁଜବ ବୋଲି କହିଥିବା ବେଳେ କଥା ଛଳରେ ବିଜେପୁର ନିର୍ବାଚନକୁ ନେଇ ନିଜ ମନର ଅସନ୍ତୋଷ କଥା କହିଥିଲେ । ଅନ୍ୟନଟେ ବିଜେପୁରରେ ବିଜେଡି ପୁଣି ଥରେ ବହୁ ସଂଖ୍ୟାରେ ବାଜିମାତ କରିବ ବୋଲି ଜୋର ଦେଇ କହିଛି । ଆଜି ବିଜେପିର ହେବିୱେଟ୍ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁରରେ ମାରାଥନ ପ୍ରଚାରରେ ଯିବେ ବୋଲି ଜଣା ପଡିଛି । ବିଭିନ୍ନ ବ୍ଳକ୍ ବୁଲି ପ୍ରଚାର କରିବା ସହ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Comments are closed.