ବିଜେପୁର ଭୋଟ ଗଣତି ଷଷ୍ଠ ରାଉଣ୍ଡ; ୩୪,୩୦୧ ଭୋଟରେ ଆଗୁଆ ବିଜେଡ଼ି

0

ସମୟ ଲାଇଭ୍‍,୨୪/୧୦: ବିଜେପୁର ବିଧାନସଭା ଉପନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ବିଜେଡ଼ି ପ୍ରାର୍ଥୀ ରୀତା ସାହୁ, ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ଓ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡାଙ୍କର ଆଜି ସଂଧ୍ୟା ୫ଟାରେ ଭାଗ୍ୟ ନିର୍ଦ୍ଧାରଣ ହେବ। ତେବେ ୨୧ଟି ପର୍ଯ୍ୟାୟରେ ଭୋଟ ଗଣତି ହେବାକୁ ଥିବାଳେ ବର୍ତ୍ତମାନ ପର୍ଯ୍ୟନ୍ତ ୭ ପର୍ଯ୍ୟାୟ ଭୋଟ ଗଣତି ଚାଲିଛି।

ତେବେ ଷଷ୍ଠ ପର୍ଯ୍ୟାୟ ପର୍ଯ୍ୟନ୍ତ ବିଜେଡ଼ି ଆଗରେ ଥିବାଳେ କଂଗ୍ରେସ ବହୁ ପଛରେ ପଡ଼ିଯାଇଛି। ଷଷ୍ଠ ପର୍ଯ୍ୟାୟ ସୁଦ୍ଧା ବିଜେଡି ୩୪, ୩୦୧ ଭୋଟ୍ରେ ଆଗୁଆ ରହିଛି। ବିଜେଡିକୁ ୪୫, ୩୭୫, ବିଜେପିକୁ ୧୧,୦୭୪ ଓ କଂଗ୍ରେସକୁ ୧୫୯୧ ଭୋଟ ମିଳିଛି।ପଞ୍ଚମ ରାଉଣ୍ଡରେ ବିଜେଡି ୨୮,୮୧୧ ଭୋଟ୍ରେ ଆଗୁଆ ରହିଥିଲା।

ପଞ୍ଚମ ପର୍ଯ୍ୟାୟ ସୁଦ୍ଧା ରୀତା ସାହୁଙ୍କୁ ୩୮,୩୧୮ଭୋଟ୍ ମିଳିଥିବା ବେଳେ ବିଜେପିର ସନତ ଗଡତିଆଙ୍କୁ ୯,୫୦୭ ଭୋଟ୍ ଓ କଂଗ୍ରେସର ଦିଲୀପ ପଣ୍ଡାଙ୍କୁ ୧୪୩୫ ଭୋଟ୍ ମିଳିଥିଲା।

୪ର୍ଥ ପର୍ଯ୍ୟାୟ ସୁଦ୍ଧା ବିଜେଡି ୨୩, ୩୬୫ ଭୋଟ୍ରେ ଆଗୁଆ ଥିଲା। ସେହିପରି ୩ୟ ରାଉଣ୍ଡ ସୁଦ୍ଧା ବିଜେଡି ୧୬, ୪୭୩ ଭୋଟ୍ରେ ଆଗୁଆ ଥିଲା।

ଦ୍ୱିତୀୟ ପର୍ଯ୍ୟାୟ ଶେଷ ସୁଦ୍ଧା ବିଜେଡି ୯୮୯୭ ଖଣ୍ଡ ଭୋଟରେ ଆଗୁଆ ରହିଥଇଲା। ବିଜେଡି ୧୪୨୭୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୪୩୭୮ ଓ କଂଗ୍ରେସକୁ ମିଳିଥିଲା ୫୬୯ ଖଣ୍ଡ ଭୋଟ।

ପ୍ରଥମ ପର୍ଯ୍ୟାୟ ଶେଷ ସୁଦ୍ଧା ବିଜେଡି ୪୭୮୮ ଖଣ୍ଡ ଭୋଟ୍ରେ ଆଗୁଆ ରହିଥିଲା। ରୀତା ସାହୁଙ୍କୁ ୭୦୦୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ୨୨୧୭ ଓ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡାଙ୍କୁ ୩୧୭ ଖଣ୍ଡ ଭୋଟ୍ ମିଳିଥିଲା।

ସୂଚନା ଥାଉ କି, ଭୋଟ ୧୨୦ଗଣତିରେ କର୍ମଚାରୀ ନିଯୁକ୍ତ ଅଛନ୍ତି। ସକାଳ ଆଠଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ଏଥିପାଇଁ ୧୪ଟି ଟେବୁଲ୍ ଓ ଗୋଟିଏ ରାଉଣ୍ଡ ଟେବୁଲର ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.