ଗୃହରେ ବଜେଟ୍‍ ସମ୍ପର୍କିତ ତଥ୍ୟ ରଖିଲେ ଅର୍ଥମନ୍ତ୍ରୀ

ସମୟ ଲାଇଭ୍‍,୨୫/୧୧: ଆଜି ବିଧାନସଭା ଅଧିବେଶନରେ ରାଜ୍ୟର ବଜେଟ ଉପରେ ପ୍ରଶ୍ନୋତ୍ତର ହୋଇଛି । ଗୃହରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଅର୍ଥ ଖର୍ଚ୍ଚର ବିବରଣୀ ଦେଇଛନ୍ତି । ୨୦୧୯-୨୦ ବଜେଟରୁ ସେପ୍ଟେମ୍ବର ଯାଏଁ କେବଳ ୩୭% ଅର୍ଥ ଖର୍ଚ୍ଚ ହୋଇଛି । ୧ ଲକ୍ଷ ୪୬ ହଜାର ୬୦୯ କୋଟିରୁ ଟଙ୍କା ବଜେଟ ରହିଥିଲା । କିନ୍ତୁ ଖର୍ଚ୍ଚ ହୋଇଛି ୫୩ ହଜାର ୩୬୫ କୋଟି ଟଙ୍କା । ନିର୍ବାଚନ ଆଚରଣ ବିଧି ଓ ବାତ୍ୟା ଯୋଗୁଁ ବଜେଟ ଅର୍ଥ ଖର୍ଚ୍ଚ ହୋଇପାରିନି । ତେବେ ଏହି ବଳକା ଅର୍ଥ ଆଗାମୀ ତିନି ମାସରେ ଖର୍ଚ୍ଚ କରାଯିବ ବୋଲି ନିରଞ୍ଜନ ପୂଜାରୀ ବିରୋଧୀଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ।

Comments are closed.