ଶପଥ ପାଠ ଗ୍ରହଣ କଲେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ

0

ଗୁଜରାଟ: ସେପ୍‌ଟେମ୍ବର ୧୩: ଆଜି ଦ୍ୱିପ୍ରହର ସମୟରେ ରାଜ୍ୟଭବନଠାରେ ଭୂପେନ୍ଦ୍ର ପଟଲ ଗୁଜରାଟର ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ପାଠ ଗ୍ରହଣ କରିଛନ୍ତି । ଏହି ଅବସରରେ ତାଙ୍କ ସହିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଏବଂ ଭାଜପାର କିଛି ବରିଷ୍ଠ ନେତାମାନେ ଉପସ୍ଥିତ ରହିଥିଲେ ।
ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ନିଜ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କିଏ ତାଙ୍କ ସ୍ଥାନରେ ରହିବ ସେ ନେଇ ଗୁଜରାଟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା । ଏହାପରେ କେନ୍ଦ୍ରୀୟ ମନ୍ତ୍ରୀ ତଥା ଦଳୀୟ ପର୍କ୍ଷ୍ୟବେକ୍ଷକ ନରେନ୍ଦ୍ର ସିଂହ ତୋମାର ଓ ପ୍ରହ୍ଲାଦ ଯୋଶୀଙ୍କ ଉପସ୍ଥିତିରେ କାଲି ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସେଠାରେ ବିଧାୟକ ନେତାମାନେ ଭୂପେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ପଦ ସକାଶେ ନିର୍ବାଚିତ କରିଥିଲେ । ଇସ୍ତଫା ଦେବାର ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରମନ୍ତ୍ରୀ ତୋମାର ନୂଆ ମୁଖ୍ୟମନ୍ତ୍ରୀ ପଦ ପାଇଁ ଭୂପେନ୍ଦ୍ରଙ୍କ ନାମ ଘୋଷଣା କରିଥିଲେ ।

Leave A Reply

Your email address will not be published.