ଭଦ୍ରକରେ ସକ୍ରିୟ ହେଉଛନ୍ତି ସିନ୍ଧି ଲୁଟେରା

0

ସମୟ ଲାଇଭ,୮/୧: ଭଦ୍ରକ ଜିଲ୍ଲା ଟାଉନ ଥାନା ଅଧୀନ ନୂଆ ବଜାର ଗାନ୍ଧୀ ପଡିଆ ସମ୍ମୁଖ କିଡ଼ସ ୱାର୍ଲଡ ନାମକ ମୋବାଇଲ ଦୋକାନରୁ ୨୦ ଲକ୍ଷରୁ ଉର୍ଦ୍ଧ୍ବ ତାଙ୍କ ମୂଲ୍ୟର ମୋବାଇଲ ଫୋନେ ଲୁଟ କରାଯାଇଛି |
ନାମୀଦାମୀ କମ୍ପାନୀର ୧୫୦ରୁ ଅଧିକ ମୋବାଇଲ ନେଇଯାଇଥିବା ବେଳେ ନଗଦ ଦେଢ଼ ଲକ୍ଷ ଟଙ୍କା ନେଇଯାଇଛନ୍ତି ସିନ୍ଧି ଚୋର | ଦୋକାନର ପଛ କାନ୍ଥରେ ଦେଢ଼ ଫୂଟର ଏକ କଣା କରି ଜଣେ ଭିତରକୁ ପଶିଥିବା ବେଳେ ଅନ୍ୟ ୨ଜଣ ବାହାରେ ରହି ଲୁଟରେ ସାହାଯ୍ୟ କରିଥିଲେ |
ଚୋରି ସମୟ ର ଦୃଶ୍ୟ ସିସି ଟିଭି କ୍ୟାମେରାରେ କୈଦ ହୋଇଥିଲା ବେଳେ ଏ ନେଇ ଦୋକାନ ମାଲିକ ନିରଂଜନ ନନ୍ଦୀ ଥାନାରେ ଅଭିଯୋଗ କରିଛନ୍ତି | ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି |

Leave A Reply

Your email address will not be published.