ଭଦ୍ରକ ଜିଲ୍ଲା ଧାମରା ବନ୍ଦରରେ ଚୀନ ଜାହାଜ ନେଇ ସ୍ପଷ୍ଟ କଲା ଜିଲ୍ଲା ପ୍ରଶାସନ

ସମୟ ଲାଇଭ,୨୦/୨ (ଉମା କଲ୍ୟାଣ ମହାପାତ୍ର) : ଚୀନର ଉହାନରୁ ସୃଷ୍ଟି ହୋଇଥିବା ଭୟଙ୍କର କୋରୋନା ଭାଇରସକୁ ନେଇ ସାରା ବିଶ୍ବରେ ଲାଗି ରହିଛି ଭୟର ବାତାବରଣ | ଏଭଳି ସ୍ଥିତିରେ ଭଦ୍ରକ ଜିଲ୍ଲା ଧାମରା ପୋର୍ଟରେ ହଂକଂ ର ୨ଟି ଜାହାଜ ଲାଗିଥିବା ନେଇ ଆଶଙ୍କାରେ ଜିଲ୍ଲାବାସୀ | ତେବେ ଏ ନେଇ ସ୍ପଷ୍ଟିକରଣ ରଖିଛି ଜିଲ୍ଲା ପ୍ରଶାସନ | ପ୍ରଶାସନ ପକ୍ଷରୁ କହୁଯାଇଛି ଯେ ଜାହାଜ ୨ଟି ହଂକଂ ହୋଇଥିବା ବେଳେ ଏହା ବାଂଲାଦେଶର ଚିଟାଗଙ୍ଗରୁ ଗତକାଲି ଆସି ଧାମାରାରେ ଲାଗିଛି | ଜାହାଜ ୨ଟିରେ ରହିଥିବା ୪୪ ଜଣ କ୍ରିଉ ମେମ୍ବର ହେଉଛନ୍ତି ଚୀନର ନାଗରିକ | ଜାହାଜ ୨ଟିକୁ ଧାମରା ବନ୍ଦରର ଜିରୋ ପଏଣ୍ଟରେ ରଖା ଯାଇ ନିୟମିତ ଭାବରେ ସମସ୍ତ ଚୀନ କ୍ରିଉ ମେମ୍ବରଙ୍କ ମେଡିକାଲ ପରୀକ୍ଷା କରାଯାଉଛି | ସ୍ବାସ୍ଥ୍ୟ ପରୀକ୍ଷାରେ କୌଣସୀ ପ୍ରକାର କୋରୋନା ଭାଇରସ୍ ଲକ୍ଷଣ ନଥିବା ବେଳେ ଏହାକୁ ନେଇ ଭୟଭୀତ ନ ହେବା ପାଇ କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ |

Comments are closed.