ଭଦ୍ରକରେ ମୁଖ୍ୟ ଶାସନ ସଚିବ

ସମୟ ଲାଇଭ,8/5 (ଉମାକଲ୍ୟାଣ ମହାପାତ୍ର ): ଭଦ୍ରକ ଜିଲ୍ଲା ଗସ୍ତ କରି  କୋଭିଡ 19 ହସ୍ପିଟାଲ ଅନୁଧ୍ୟାନ କଲେ 5 ଟି ସଚିବ ଓ ମୁଖ୍ୟ ଶାସନ ସଚିବ |  ମୋଟେଲ ଛକ ସ୍ଥିତ ସାଳନ୍ଦୀ ହସ୍ପିଟାଲ ରେ କୋଭିଡ-19 ହସ୍ପିଟାଲର ସ୍ଥିତି ଅନୁଧ୍ୟାନ କରିଥିଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ 5 ଟି ସଚିବ | ଏଠାରେ 120 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି, ତେବେ 5ଟି ସଚିବ ଓ ମୁଖ୍ୟ ଶାସନ ସଚିବ ସେଠାରେ ପହଞ୍ଚି ହସ୍ପିଟାଲ କର୍ତୃପକ୍ଷ, ଜ଼ିଲ୍ଲାପାଳ ଓ ଏସପି ଙ୍କ ସହ ଆଲୋଚନା କରିଥିଲେ. ଏପରିକି ହସ୍ପିଟାଲ ର ରୋଗୀ ରହିବା ପାଇଁ କି କି ବ୍ୟବସ୍ଥା କରାଯାଇଛି ତାହା ବୁଲିକି ଦେଖିଥିଲେ |  ପରେ ସେ ଭୁବନେଶ୍ୱର ଫେରିଯାଇଥିଲେ |  ଲକ ଡାଉନ ସ୍ଥିତି ସମ୍ପର୍କରେ ମଧ୍ୟ ଏସପି ଓ ଜ଼ିଲ୍ଲାପାଳ ଙ୍କ ସହ ମୁଖ୍ୟ ଶାସନ ସଚିବ ଆଲୋଚନା କରିଥିଲେ ।

Comments are closed.