ଦ୍ଵିତୀୟ ଶ୍ରୀକ୍ଷେତ୍ରରେ ରଥ ଚକରେ ଲାଗିଲା ଅଖ

ସମୟ ଲାଇଭ,26/4(ରାଜ ଗୁପ୍ତା): ସାରା ରାଜ୍ୟରେ ଲକ ଡାଉନ ଜାରି ରହିଥିବା ବେଳେ ସବୁ ପର୍ବ ପର୍ବାଣୀ ଫିକା ପଡ ଯାଉଛି |  କେବଳ ବିଧି ରକ୍ଷା ପାଇଁ ସବୁ ପାଳନ କରାଯାଉଛି। ଆଜି ବୈଶାଖ ମାସ ଶୁକ୍ଳ ପକ୍ଷ। ଆଜି ପବିତ୍ର ଅକ୍ଷ ତୃତୀୟା।ଆଜିର ଦିନରେ ରଥ ଚକ ରେ ଅଖ ଲାଗିଥାଏ। ଆଜିର ଏହି ପବିତ୍ର ଦିନରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଠାରେ ଥିବା ଶ୍ରୀ ଶ୍ରୀ ହରିବଳ ଦେବ ଜୀଉ ଙ୍କର ରଥ ଯାତ୍ରା ନିମନ୍ତେ ରଥର ଅଖରେ ଚକ ଲାଗିବା ବିଧି ଅନୁଷ୍ଠିତ ହେଇଯାଇଛି। ବର୍ତମାନ କରୋନା ମହାମାରୀ ପାଇଁ ଲକ ଡାଉନ ଚାଲିଥିବାରୁ ଉକ୍ତ କାର୍ଯ୍ୟକ୍ରମ ଏବଂ ଏହା ସହ ଜଡିତ ସମସ୍ଥ ନୀତି  କାନ୍ତି ସବୁ ମନ୍ଦିର ଭିତରେ ଅନୁଷ୍ଠିତ ହେଇଯାଇଛି। ତିନି ରଥ ପାଇଁ ରଥ ମହାପାତ୍ର ଙ୍କ ଦ୍ୱାରା ନିର୍ମିତ ହେଇଥିବା ଅଖ ଗୁଡିକୁ ମନ୍ଦିର ର ଦକ୍ଷିଣ ଦ୍ୱାର ଦେଇ ମନ୍ଦିର ଭିତରକୁ ନିଆ ଗଲା ପରେ ମନ୍ଦିର ବେଢ଼ା ଭିତରେ ମହା ପ୍ରଭୁଙ୍କ ସନ୍ଧ୍ୟା ଆଳତି ଶେଷ ହେଲା ପରେ ପୂଜା ଅର୍ଚନା କରାଯାଇ ରଥ ଚକ ରେ ଅଖ ଲାଗିବା କାମ ଆରମ୍ଭ କରାଯାଇଥିଲାଲୋକ ଡାଉନ ପାଇଁ ସାମାଜିକ ଦୂରତ୍ୱ ରକ୍ଷା କରି ସବୁ ବିଧି ପାଳନ କରାଯାଇଥିଲା।

Comments are closed.