ଭାରତ-ୱେଷ୍ଟଇଣ୍ଡିଜ୍‍ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ୍‍ ପାଇଁ ପ୍ରସ୍ତୁତି

ସମୟ ଲାଇଭ୍‍,୨୭/୧୧: କଟକ ବାରବାଟୀ ଷ୍ଟାଡ଼ିୟମରେ ଆସନ୍ତା ୨୨ରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍‍ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ୍‍ ପାଇ ଁ ମଙ୍ଗଳବାର ଏଠାରେ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମ୍ୟାଚକୁ କିଭଳି ଓଡ଼ିଶା କ୍ରିକେଟ ଆସୋସିଏସନ ( ଓସିଏ) ପକ୍ଷରୁ ସୂଚାରୁରୂପେ ସମ୍ପନ୍ନ କରାଯାିପାରିବ, ସେନେଇ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନୀଲ କୁମାର ସାମଲ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଆରଡ଼ିସି ଶ୍ରୀ ସାମଲ ଦିନିକିଆ ପାଇଁ ବିଭିନ୍ନ ପ୍ରସଙ୍ଗର ସମୀକ୍ଷା କରିବା ପରେ ଦର୍ଶକଙ୍କ ପାଇଁ ଉଦ୍ଦିଷ୍ଟ ୭ ନଂ ଗ୍ୟାଲେରୀ ସୁରକ୍ଷିତ ନାହିଁ ବୋଲି କହିଛନ୍ତି। ଫଳ ସ୍ୱରୂପ ଏହି ଗ୍ୟାଲେରୀରେ ୫୩୦୦ ଦର୍ଶକ ମ୍ୟାଚ ଦେଖିବାର ସୁବିଧା ରହିଥିଲେ ମଧ୍ୟ ଏହି ସଂଖ୍ୟକ ଟିକେଟ ରଦ୍ଦ କରିଦିଆଯାଇଛି। ପୂର୍ବରୁ ବାରବାଟୀ ମ୍ୟାଚ୍‍ ପାଇଁ ୪୩,୯୨୯ଜଣ  ଦର୍ଶକଙ୍କ ନିମନ୍ତେ ଟିକେଟ୍‍ ବ୍ୟବସ୍ତା କରାଯାିଥବଳ।। କିନ୍ତୁ ଆଗାମୀ ଦିନିକିଆ ପାଇଁ ଦର୍ଶକଙ୍କ ପାଇଁ ଆଗ ଅପେକ୍ଷା ୫୩୦୦ ଟିକେଟ କମ୍‍ ରହିବ ବୋଲି ଜଣାପଡ଼ିଛି। ସେହିପରି ଖେଳାଳିମାନଙ୍କର ରହଣି ଠାରୁ ଆରମ୍ଭ କରି ପ୍ରସ୍ଥାନ ପର୍ଯ୍ୟନ୍ତ ଓ ଦର୍ଶକଙ୍କ ପାଇ ଁ କଟକ କମିଶନର ଏବଂ ଡ଼ିସିପି ସୁରକ୍ଷା ଦାୟିତ୍ୱ ତଦାରଖ କରିବେ। ମ୍ୟାଚ ସମୟରେ ଷ୍ଟାଡ଼ିୟମ ପରିସରରେ ସ୍ୱଚ୍ଛ ପରିବେଶ ରଖିବା ସହ ଦର୍ଶକଭ୍‍କ ପାଇଁ ଶୈାଳୟ ଓ ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ଆରଡ଼ିସି ଶ୍ରୀ ସାମଲ ସିଏମସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.