କମ୍‍ ସୁଧରେ ଗ୍ରାହକ ପାଇବେ ବ୍ୟାଙ୍କ ଋଣ!

ସମୟ,୧୧/୧୦: ରିଜର୍ଭ ବ୍ୟାଙ୍କ ଦ୍ୱାରା ରେପୋ ରେଟ କମିବା ପରେ ଦେଶର ୬ଟି ବ୍ୟାଙ୍କ ଗ୍ରାହକଙ୍କ ଋଣ ଉପରେ ସୁଧର ହ୍ରାସ କରିଛନ୍ତି। ୦.୨୫ ପ୍ରତିଶତ ସୁଧହାର କମ୍‍ କରିବା ପାଇଁ ଏହି ସରକାରୀ ବ୍ୟାଙ୍କ ଗୁଡ଼ିକ ନିଷ୍ପତ୍ତି ନେଇଛନ୍ତି। ଓରିଏଣ୍ଟାଲ୍‍ ବ୍ୟାଙ୍କ ଅଫ୍‍ କମର୍ସ ଗୋଟିଏ ବର୍ଷ ପାଇଁ ଋଣ ଉପରେ ଏମସିଏଲଆର୍‍ କୁ ୮.୪୦ରୁ ୮.୩୫କୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିବା ନେଇଥିବାବେଳେ ଏହି ରିହାତି ଅକ୍ଟୋବର ୧୦ରୁ ଲାଗୁ କରିଛି। ସେହିପରି ବ୍ୟାଙ୍କ ଅଫ୍‍ ଇଣ୍ଡିଆ ମଧ୍ୟ ଅକ୍ଟୋବର ୧୦ ତାରିଖରୁ ସୁଧର ହ୍ରାସ କରିଥିବା ସୂଚନା ମିଳିଛି। 
୍ଣସେହିପରି ବ୍ୟାଙ୍କ ଅଫ୍‍ ମହାରାଷ୍ଟ୍ର ବିଭିନ୍ନ ପରିପକ୍ୱ ଋଣ ଉପରେ ସୁଧହାର କମ୍‍ କରିଛନ୍ତି।

ଅନ୍ୟପଟେ ଇଣ୍ଡିଆନ୍‍ ଓଭରସିଜ୍‍ ବ୍ୟାଙ୍କ ଗୃହ, ବାହାନ, ଶିକ୍ଷା, ସୂକ୍ଷ୍ମ, ଲଘୁ ଓ ମଧ୍ୟମ ବର୍ଗ ପାଇଁ ଏହି ଋଣ ହ୍ରାସ କରିଥିବା ବ୍ୟାଙ୍କ କର୍ତ୍ତୃପକ୍ଷ କହିଛନ୍ତି। ଏହି ନିୟମ ଆସନ୍ତା ନଭେମ୍ବର ୧ ତାରିଖରୁ ଲାଗୁ କରାଯିବ। ତେବେ ଋଣ ସୁଧହାର ହ୍ରାସ ହେବା ଫଳରେ ଗ୍ରାହକ ବିଶେଷ ଉପକୃତ ହେବେ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ଆଶା ରଖିଛନ୍ତି।

Comments are closed.