ବାଲୁଗାଁ ଥାନା ପୋଲିସ ତରଫରୁ କରୋନା ସଚେତନତା, ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ।

ସମୟ  ଲାଇଭ, 23/4(ପ୍ରତାପ ରୁଦ୍ର ମହାରଣା):ଆଜି ଖୋର୍ଦ୍ଧା ଜିଲ୍ଲା ପୋଲିସ ଓ ବାଲୁଗାଁ ଥାନା ତରଫରୁ ବାଲୁଗାଁ ର ଗାନ୍ଧୀ ଛକ ଓ ଉମାମହେଶ୍ୱର ମନ୍ଦିର ନିକଟ ଓ ନାଭାଲ ଫାଣ୍ଡି ନିକଟରେ ଜନ ସାଧାରଣ ଙ୍କୁ ଶୁଖିଲା ଖାଦ୍ୟ, ପାଣି, ଓ ମାସ୍କ ବଣ୍ଟନ କରିବା ସହ ଜନ ସାଧାରଣ ଙ୍କୁ କରୋନା ବିଷୟ ରେ ସଚେତନତ କରିଥିଲେ ।

ଏହି ସଚେତନତା କାର୍ଯ୍ୟ ରେ ଯୋଗ ଦେଇଥିଲେ।ଖୋର୍ଦ୍ଧା ଆଡ଼ିସିନାଲ ଏସ ପି ମାୟାଧର ସେଠୀ, କୃତିବାସ ଜେନା, ସତୀଶ ପାଢ଼ୀ, ବାଲୁଗାଁ ଏସ.ଡି.ପିଓ ସୁରେଶ କୁମାର ଦାସ ,ବାଲୁଗାଁ ଥାନା ଅଧିକାରୀ ରମାକାନ୍ତ ମହାଲିକ ଓ ତହସିଲଦାର ଅପର୍ଣ୍ଣା ଭୋଇ l ସାଧାରଣ ଲୋକଙ୍କୁ ମାସ୍କ ବ୍ୟବହାର ପାଇଁ ବୁଝାଇବା ସହ ପ୍ରାୟ ୨୫ ରୁ ଉର୍ଦ୍ଧ ଲୋକଙ୍କ ଠାରୁ ମାସ୍କ ନ ପିନ୍ଧି ଥିବାରୁ ପ୍ରତି ଲୋକଙ୍କ ଠାରୁ ଦୁଇ ଶହ ଟଙ୍କା ଲେଖାଏଁ  ଜୋରିମାନା  ଆଦାୟ କରାଯାଇଥିଲା l ଏବଂ ସମସ୍ତଙ୍କୁ ମାସ୍କ, ବିସ୍କୁଟ ଓ ପାଣି ବୋତଲ ଦେଇ ମାସ୍କ ପିନ୍ଧିବା ସାମାଜିକ ଦୂରତା ରଖିବା ପାଇଁ ବାଧ୍ୟ ବୋଲି ଅତିରିକ୍ତ ଆଋକ୍ଷ ଅଧିକାରୀ କହିଥିଲେ l ଏହି କର୍ଯ୍ୟ କ୍ରମ ରେ ଚିଲିକା ପ୍ରେସ କ୍ଳବ ର ସମସ୍ତ ସଦସ୍ୟ ଓ ଅନ୍ୟାନ୍ୟ ଗଣମାଧ୍ୟମ ପତିନିଧି ସହଯୋଗ କରିଥିଲେ, ପୋଲିସ ପ୍ରଶାସନର ଏ ଭଳି ପଦକ୍ଷେପକୁ ବାଲୁଗାଁ ର ସମସ୍ତ ଜନ ସାଧାରଣ ବେଶ ପ୍ରଶଂସା କରିଥିଲେ l

Comments are closed.