କେବଳ ଗର୍ଭବତୀ ନୁହେଁ ସଭିଙ୍କ ପାଇଁ ଉପକାରୀ ଏହି ଲଡ଼ୁ

0

ସମୟ ଲାଇଭ,୪/୧୧: ଶୀତଦିନେ ବାଦାମର ମଜା ନେବା କାହାକୁ ବା ପସନ୍ଦ ନୁହେଁ ? ଆମ ମନରେ ଧାରଣା ଥାଏ ଯେ ଏହା କେବଳ ଗର୍ଭବତୀ ମହିଳାଙ୍କ ପାଇଁ ଉପକାରୀ ଅଟେ। ତେବେ ଜାଣି ରଖନ୍ତୁ ବାଦମ ସହ ଗୁଡ଼ ଖାଇଲେ କେଉଁ ଉପକାର ମିଳିଥାଏ।
୧) ଗର୍ଭବତୀ ମହିଳାମାନେ ବାଦାମ ଓ ଗୁଡ଼ର ଲଡ଼ୁ ଖାଇବା ଉଚିତ୍‍। ଏଥିରେ ଥିବା ଆଇରନ୍‍ ଭ୍ରୂଣର ବିକାଶରେ ସହାୟକ ହୋଇଥାଏ।
୨) ମହିଳା ମାନେ ମାସିକ ଋତୁ ଚକ୍ର ସମୟରେ ମଧ୍ୟ ବାଦାମ ଓ ଗୁଡ଼ ଖାଇପାରିବେ ଫଳରେ ଅଣ୍ଟା ଯନନ୍ରଣା ଦୂର ହୋଇଥାଏ।
୩) ବାଦାମ ଲଡ଼ୁ ଖାଇବା ଦ୍ୱାରା ଏଥିରେ ଥିବା ତନ୍ତୁ କୋଷ୍ଠ କାଠିନ୍ୟ ଆଦି ସମସ୍ୟା ଦୂର ହୋଇଥାଏ। ଏପରିକି ପାଚନ କ୍ରିୟାକୁ ସରଳ କରିଥାଏ।
୪) ଆକସ୍ମିକ ଭାବେ ଓଜନ ବଢ଼ୁଥିଲେ ନିୟମିତ ଭାବେ ବାଦାମ ଗୁଡ଼ ଖାଆନ୍ତୁ। ଏହା ଆପଣଙ୍କ ଓଜନ କମ୍‍ କରିବାରେ ସାହାଯ୍ୟ କରିଥାଏ।

୫) ପ୍ରୋଟିନ୍‍ ଓ କ୍ୟାଲସିୟମ୍‍ରେ ଭରପୂର ବାଦାମ ଓ ଗୁଡ଼ ଦାନ୍ତ ଓ ହାଡ଼ ଶକ୍ତ କରିବାରେ ସାହାଯ୍ୟ କରିଥାଏ।
୬) କେବଳ ସେତକି ନୁହେଁ ବାଦାମ ଓ ଗୁଡ଼ ଖାଇବା ଦ୍ୱାରା ତ୍ୱଚା ଗୋରା ହୋଇଥାଏ ଏବଂ କେଶରେ ମଧ୍ୟ ଚମକ୍‍ ଆସିଥାଏ।
୭) ଶରୀରରେ କ୍ୟାନସର ରୋଗର କୋଷ ବଢ଼ିବାରୁ ମଧ୍ୟ ଏହା ମୁକ୍ତି ଦେଇଥାଏ।
୮) ଏହା ଶରୀରରେ କୋଲେଷ୍ଟ୍ରୋଲର ପରିମାଣ କମ୍‍ କରିବା ସହ ହୃତପିଣ୍ଡକୁ ସୁସ୍ଥ ରଖିଥାଏ।
୯) ବାଦାମ ଓ ଗୁଡ଼ ଆପଣଙ୍କୁ ପ୍ରଫୁଲ୍ଲ ରଖିବା ସହ ଆପଣଙ୍କ ମାନସିକ ବିଷାଦ ଦୂର କରିଥାଏ।

Leave A Reply

Your email address will not be published.