ସକ୍ରିୟ ହେଉଛନ୍ତି ସାରଥୀ ଅନୁଗାମୀ

ସମୟ ଳାଇଭ,୨୨/୧: କେନ୍ଦ୍ରାପଡ଼ା ବାରିମୂଳ ସାରଥୀ ବାବାଙ୍କୁ ନେଇ ଚର୍ଚ୍ଚା ଥମି ନଥିବାବେଳେ ଏବେ ପୁଣି ସାରଥୀଙ୍କ ଶିଷ୍ୟମାନେ ପାଟକୁରାର ଗରଦପୁର ବ୍ଲକ କୋରୁଆ ଠାରେ ଚାଲିଥିବା ପଲ୍ଲିଶ୍ରୀ ମହିଳା ସମିତିର ଅନ୍ତେବାସୀ ମାନଙ୍କୁ କମ୍ବଳ ବଣ୍ଟନ କରି ଚର୍ଚ୍ଚା ପରିସରକୁ ଆସିଛନ୍ତି। ଯୌନ କେଳେଙ୍କାରୀରେ ଜେଲ ଦଣ୍ଡ ଭୋଗୁଥିବା ସାରଥୀ ଜେଲରୁ ମୁକୁଳିବା ପରେ ଶିଷ୍ୟମାନେ ସକ୍ରିୟ ହେବାରେ ଲାଗିଛନ୍ତି। କମ୍ବଳ ବଣ୍ଟନ କରି ପୁଣି ଥରେ ସାରଥୀଙ୍କ ପ୍ରଚାର ପ୍ରସାର କରାଯାଉଥିବା ସାଧାରଣରେ ଆଲୋଚନା ହେବାରେ ଲାଗିଛି।
ସାରଥୀଙ୍କ ପ୍ରତି ଲୋକଙ୍କର ଥିବା ଭାବନାରେ ପରିବର୍ତ୍ତନ ଆଣିବା ପାଇଁ ଅନୁଗାମୀମାନେ ଏପରି ପନ୍ଥା ଆପଣେଇଥିବା ନେଇ ପାଟକୁରାରେ ଚର୍ଚ୍ଚା ଜୋର ଧରିଛି।

Comments are closed.