ମସଜିଦ୍‍ ନିର୍ମାଣ ପାଇଁ ୨.୭୭ ଏକର ବଦଳରେ ୫ ଏକର ଜମି ମିଳିଲା

ସମୟ ଲାଇଭ୍‍,୯/୧୧: ବହୁପ୍ରତୀକ୍ଷିତ ଅଯୋଧ୍ୟା ମାମଲାକୁ ନେଇ ବଡ଼ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ରାମମନ୍ଦିର ଓ ବାବ୍ରି ମସଜିଦ୍‍ ଅନ୍ତର୍ଗତ ବିବାଦୀୟ ଜମି ମାମଲାର ଶୁଣାଣିରେ ମୁସଲମାନମାନଙ୍କୁ ବିକଳ୍ପ ସ୍ଥାନ ଯୋଗାଇଦେ ବାକୁ ସୁପ୍ରିମ୍‍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିଛନ୍ତି। ମସଜିଦ୍‍ ନିର୍ମାଣ ପାଇଁ ସୁନି ୱାକଫ୍‍ ବୋର୍ଡ଼କୁ ୫ ଏକର ଜମି ଦେବାକୁ ସୁପ୍ରିକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।। ଅନ୍ୟପଟେ ବିବାଦୀୟ ଜମିରେ ରାମଜନ୍ମଭୂମି ନ୍ୟାସ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ତିଆରି ପାଇଁ କୋର୍ଟ ଆଦେଶ ଦେଇଛନ୍ତି। ୩ ମାସ ମଧ୍ୟରେ ଯୋଜନା ପ୍ରସ୍ତୁତ କରିବାକୁ ଏହି ଶୁଣାଣିରେ କେନ୍ଦ୍ରକୁ ନିର୍ଦ୍ଦେଶ ଦିଆଯାଇଛି।
ଶୁଣାଣି ପାଇଁ ଗଠିତ ୫ ଜଣିଆ ଖଣ୍ଡପୀଠରେ ପ୍ରଧାନବିଚାରପତିଙ୍କ ସମେତ ବିଚାରପତି ଏସଏ ବୋବଡ଼େ, ବିଚାରପତି ଡ଼ି.ୱାଇ ଚନ୍ଦ୍ରଚୂଡ଼, ବିଚାରପତି ଅଶୋକ ଭୂଷଣ ଓ ବିଚାରପତି ଅବଦୁଲ ନଜିର ଥିଲେ।

Comments are closed.