Samaya Live News - Samaya Live

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ 'ସୁଭଦ୍ରା' ସମୀକ୍ଷା ବୈଠକ
ଭୁବନେଶ୍ୱର : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଲୋକ ସେବା ଭବନରେ ସୁଭଦ୍ରା ଯୋଜନାର ସମୀକ୍ଷା କରିଛନ୍ତି । ଆସନ୍ତା ଜୁଲାଇ ୨୫ ତାରିଖ ମଧ୍ୟରେ ଫିଲ୍ଡ ଇନକ୍ୱାରୀ ବା କ୍ଷେତ୍ର ପରିଦର୍ଶନ କରି ଯାଞ୍ଚ ଶେଷ କରିବାକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ରାକ୍ଷୀ ପୂର୍ଣ୍ଣିମାରେ ପ୍ରାୟ କୋଟିଏରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ସୁଭଦ୍ରା କିସ୍ତି ପ୍ରଦାନ କରାଯିବ ।

ଉପମୁଖ୍ୟମନ୍ତ୍ରୀ ସୁଭଦ୍ରା ଯୋଜନାରେ ବର୍ତ୍ତମାନ ସୁଦ୍ଧା ୪ର୍ଥ କିସ୍ତି ଟଙ୍କା ହିତାଧିକାରୀଙ୍କ ଖାତାକୁ ଆସିସାରିଛି । ୪ଟି କିସ୍ତିରେ ମୋଟ ୨୦ ହଜାର ଟଙ୍କା ପାଇସାରିଛନ୍ତି ୧ କୋଟିରୁ ଅଧିକ ହିତାଧିକାରୀ । ସେହିଭଳି ୪ର୍ଥ କିସ୍ତି ପାଇନଥିବା ୧ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଭେରିଫିକେସନ ପରେ ଗତ ମେ ୪ ତାରିଖରେ ଆସିଛି ସୁଭଦ୍ରା ଟଙ୍କା । ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ୫ମ କିସ୍ତିକୁ ଅପେକ୍ଷା କରିଛନ୍ତି ହିତାଧିକାରୀ  ।

ପରବର୍ତ୍ତୀ କିସ୍ତି ପାଇଁ ଡିବିଟି ସକ୍ରିୟ କରଣ,  ଇ-କେୱାଇସି, ଫିଲ୍ଡ ଇନକ୍ୱାରୀ, ଏନପିସିଆଇ ମ୍ୟାପିଂ, ପେମେଣ୍ଟ ଫାଇଲର ପ୍ରସ୍ତୁତି ଓ ବ୍ୟାଙ୍କ ସମନ୍ୱୟ ଆଦି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି । ରାଜ୍ୟରେ ଆଉ ୩ ଲକ୍ଷ ୧୭ ହଜାର ୯୬୬ ଜଣ ନୂତନ ହିତାଧିକାରୀ ସୁଭଦ୍ରା କିସ୍ତି ପାଇଁ ଆବେଦନ କରିଛନ୍ତି । ସେହିପରି ୮୨ ହଜାର ୨୬ ଡିବିଟି ସକ୍ରିୟ କରଣ, ୨୮ ହଜାର ୬୨୧ ବାୟୋମେଟ୍ରିକ ଇକେୱାଇସି ଓ  ୩ ଲକ୍ଷ ୫୩ ହଜାର ୫୯ଟି ଫିଲ୍ଡ ଇନକ୍ୱାରୀ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି । ସେଗୁଡ଼ିକୁ ତୁରନ୍ତ ସମାପ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଯେଉଁ ୨୮ ହଜାର ୬୨୧ ଜଣ ଆବେଦନକାରୀଙ୍କର ସୁଭଦ୍ରା ପୋର୍ଟାଲରେ ଇ-କେୱାଇସି ଦେଖାଉନାହିଁ ସେମାନେ ଜୁଲାଇ ୨୫ ତାରିଖ ସୁଦ୍ଧା ନିକଟସ୍ଥ ଜନ ସେବା କେନ୍ଦ୍ରକୁ ଯାଇ ବାୟୋମେଟ୍ରିକ ଦେଇ ପୁଣି ଥରେ ଇ-କେୱାଇସି କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ସେହିପରି ଯେଉଁମାନେ ଅନ୍ୟ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯେପରିକି ୫ ଏକର ଜମି ନ ଥାଇ କିସ୍ତି ପାଇବାରୁ ବାଦ ପଡ଼ିଛନ୍ତି କିମ୍ବା ଆୟକର ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେମାନେ ଫିଲ୍ମ ଇନକ୍ୱାରୀବେଳେ ଅଭିଯୋଗ କରିପାରିବେ । ବ୍ଲକ ସ୍ତରୀୟ କମିଟି ଏସବୁ ସମସ୍ୟାକୁ ବାହାର କରି ଉକ୍ତ ହିତାଧିକାରୀ କିସ୍ତି ପାଇବାକୁ ଯୋଗ୍ୟ କି ନୁହେଁ ତାହା ଯାଞ୍ଚ କରିବେ ।

ଯେଉଁମାନେ ବିଲକୁଲ ପାଇନାହାଁନ୍ତି ସେମାନେ ମଧ୍ୟ ଏକକାଳୀନ ସୁଭଦ୍ରା କିସ୍ତି ପାଇପାରିବେ । ସେହିପରି ଯେଉଁମାନଙ୍କ ବକେୟା କିସ୍ତି ରହିଛି ସେମାନେ ମଧ୍ୟ ଏକା ସହିତ ବକେୟା କିସ୍ତି ପାଇପାରିବେ । ଆଗାମୀ କିସ୍ତିରେ ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ କିସ୍ତି ପ୍ରଦାନ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

ରଥଯାତ୍ରା ପାଇଁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ଭୁବନେଶ୍ୱର : ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ସୁରୁଖୁରୁରେ ଆୟୋଜନ କରିବା ପାଇଁ ରାଜ୍ୟ ସରକାର ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ।

ବୈଠକରେ ପୂର୍ବରୁ ଜାରି କରାଯାଇଥିବା ୧୦ ଦଫା ନିର୍ଦ୍ଦେଶାବଳୀ କେତେଦୂର କାର୍ଯ୍ୟକାରୀ ହୋଇଛି, ତାହାର ସମୀକ୍ଷା କରାଯାଇଥିଲା । ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା, ପାନୀୟ ଜଳ, ଟ୍ରାଫିକ୍ ମ୍ୟାନେଜମେଣ୍ଟ, ମନ୍ଦିର ପରିଚାଳନା ଓ ଅନ୍ୟାନ୍ୟ ମୌଳିକ ସୁବିଧା ସମ୍ପର୍କରେ ବିଭାଗୀୟ ଅଧିକାରୀମାନେ ବିସ୍ତୃତ ଉପସ୍ଥାପନା କରିଥିଲେ । ପ୍ରତ୍ୟେକ ବିଭାଗର ପ୍ରସ୍ତୁତି, ସମନ୍ୱୟ ଏବଂ ବାକି ଥିବା କାମ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବିସ୍ତୃତ ତଥ୍ୟ ନେଇଥିଲେ। ଏହି ସମୀକ୍ଷା ବୈଠକରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ସଚିବ ଓ ଗୁଇନ୍ଦା ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍ ମାଧ୍ୟମରେ ପୁରୀ ଜିଲ୍ଲାପାଳ ଓ ପୁଲିସ ସୁପରିଣ୍ଟେଣ୍ଡେଣ୍ଟଙ୍କ ସହ ସିଧାସଳଖ ଆଲୋଚନା କରି ମାଟିସ୍ତରର ପ୍ରସ୍ତୁତି ସମ୍ପର୍କରେ ଖବର ନେଇଥିଲେ। ଶ୍ରଦ୍ଧାଳୁଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଓ ଜରୁରୀ ସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ସେ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ସମୀକ୍ଷା ଶେଷରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ, ରଥଯାତ୍ରା ଭଳି ବିଶ୍ୱବିଖ୍ୟାତ ଆଧ୍ୟାତ୍ମିକ ମହୋତ୍ସବରେ କୌଣସି ପ୍ରକାରର ଅବହେଳା ବରଦାସ୍ତ କରାଯିବ ନାହିଁ। ବାକି ଥିବା ସମସ୍ତ କାର୍ଯ୍ୟ ତୁରନ୍ତ ଶେଷ କରିବା ସହ ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ପ୍ରତ୍ୟେକ ବିଭାଗ କାମ କରିବାକୁ ସେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

୨୩ ବର୍ଷ ର ସଜ୍ଜା ,ହାଇକୋର୍ଟ ରୁ ନିର୍ଦୋଷରେ ଖଲାସ ହେଲେ ହତ୍ୟା ଅଭିଯୁକ୍ତ
କଟକ  : ଦୀର୍ଘ ୨୩ବର୍ଷ ଧରି କାଳ କୋଠରୀରେ ବିତିଲା ଜୀବନ । ଶେଷରେ ହାଇକୋର୍ଟ ରୁ ନିର୍ଦୋଷ ରେ ଖଲାସ ହେଲେ ହତ୍ୟା ଅଭିଯୁକ୍ତ । ଉପଯୁକ୍ତ ପ୍ରମାଣ ଅଭାବରୁ ଅଭିଯୁକ୍ତ ମୋହନ କୁମାର ସେନାପତିଙ୍କୁ ନିର୍ଦୋଷ ରେ ଖଲାସ କରିଛନ୍ତି ହାଇକୋର୍ଟ  ।

ଘଟନାନୁସାରେ, ୧୯୯୯ ଅକ୍ଟୋବର ୩୦ରେ ନବରଙ୍ଗପୁର ଜିଲ୍ଲା ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅଧୀନ ଧେପାଗୁଡ଼ା ରାସ୍ତାରୁ ଜଣେ ଅଜଣାବ୍ୟକ୍ତିଙ୍କ ମୃତ ଦେହ ମିଳିଥିଲା । ଲୁଟ୍ ପରେ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରିଥିଲା । ଏହି ଅଭିଯୋଗ ଆଧାରରେ ମୋହନ ସେନାପତିଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ଏହି ମାମଲାରେ କୌଣସି ପ୍ରତ୍ୟକ୍ଷଦର୍ଶୀ ନ ଥିଲେ । ୨୦୦୩ ଜୁଲାଇ ୩୦ରେ, ନବରଙ୍ଗପୁର ଅତିରିକ୍ତ ସେସନ୍ସ ଜଜ୍ ମୋହନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

ପରବର୍ତ୍ତୀ ସମୟରେ ମୋହନ ସେନାପତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟର ବିଚାରପତି ମାନସ ରଞ୍ଜନ ପାଠକ ଏବଂ ବିଚାରପତି ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । କୋର୍ଟ ଅନୁଭବ କରିଥିଲେ ମାମଲାର କୌଣସି ଠୋସ୍ ପ୍ରମାଣ ଦେବାରେ ସରକାର ବିଫଳ ହୋଇଛନ୍ତି । କେବଳ ସନ୍ଦେହ ଆଧାରରେ ତାଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ହାଇକୋର୍ଟ ଶୁଣାଣି କରି ନିମ୍ନ ଅଦାଲତଙ୍କ ରାୟକୁ ଖାରଜ କରିବାକ ସହିତ ମୋହନଙ୍କ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

ଆସନ୍ତା ଏପ୍ରିଲ, ମେ’ରେ ପଞ୍ଚାୟତ ନିର୍ବାଚନ !
ଭୁବନେଶ୍ୱର : ସାମାନ୍ୟ ବିଳମ୍ବ ହେବ ପଞ୍ଚାୟତ ନିର୍ବାଚନ । ଏପ୍ରିଲ, ମେ’ରେ ପଞ୍ଚାୟତ ନିର୍ବାଚନ ହେବା ନେଇ ଶୁକ୍ରବାର ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସନ୍ତୋଷ ଦାଶ । ଏସଆଇଆର କାମ ନ ସରିବା ଯାଏଁ ନିର୍ବାଚନ ଅସମ୍ଭବ ବୋଲି କହିଛନ୍ତି । ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହ ଯାଏଁ ଚାଲିବ ଏସଆଇଆର କାମ । ବିଜ୍ଞପ୍ତି ପ୍ରକାଶ ପାଇବାର ୪୫ ଦିନ ମଧ୍ୟରେ ହେବ ପଞ୍ଚାୟତ ନିର୍ବାଚନ ।

ପଞ୍ଚାୟତ, ପୌର ନିର୍ବାଚନ ପାଇଁ ଆରଡିସି ଓ ଜିଲାପାଳଙ୍କ ସହ ବୈଠକ ହୋଇଛି । ଆସନ୍ତା ୨୧ ତାରିଖରେ ରୁଟିନ୍ ବୈଠକ ହେବ। ECIଙ୍କ ଇଲେକ୍ଟୋରାଲ ରୋଲ୍କୁ ୱାର୍ଡ ୱାରି ଭାଗ କରାଯାଇ ନିର୍ବାଚନ ହୁଏ । ଆଗରୁ ଏହା ଟେବୁଲ୍ ଉପରେ ତିଆରି ହେଉଥିଲା । ଏଥର ଡୋର ଟୁ ଡୋର୍ ଭିଜିଟ୍ କରି ଭୋଟର ଲିଷ୍ଟ ପ୍ରସ୍ତୁତ କରାଯିବ। ୬୭୯୪ ପଞ୍ଚାୟତରେ ୯୧ ହଜାର ୯୩୦ ୱାର୍ଡ ବୁଥ୍ ରହିଛି ।

ସେପଟେ, ରାଜ୍ୟରେ ୨୦୨୭ ମସିହାରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ପ୍ରାକ୍-ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆସନ୍ତା ୨୧ ତାରିଖରେ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଭିଡିଓ କନଫରେନ୍ସ ରେ ଅନୁଷ୍ଠିତ ହେବ । ଏହି ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ (ପୌର ନିର୍ବାଚନର ନୋଡାଲ ଅଫିସର), ସମସ୍ତ ERO ଓ AERO ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସାଧାରଣ ବିଭିଧ ସେକ୍ସନର ଡେପୁଟି କଲେକ୍ଟର କିମ୍ବା ଆସିଷ୍ଟାଣ୍ଟ କଲେକ୍ଟରମାନଙ୍କୁ ନିଜ ନିଜ ଜିଲ୍ଲାର ଓସୱାନ କେନ୍ଦ୍ରରୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ଚିଠି ଲେଖି ଅବଗତ କରାଯାଇଛି ।

ତ୍ରାହି ପାଇବେନି ଅମାନିଆ, କମିଶନରେଟ ପୋଲିସର ଜୋରଦାର ଗାଡି ଚେକିଂ
କଟକ : ସୁଧୁରି ଯାଆନ୍ତୁ ଅମାନିଆ ଗାଡ଼ି ଚାଳକ । ଏଣିକି ସିଧା ଜବତ ହେବ ଗାଡ଼ି । ଆଉ ତ୍ରାହି ପାଇବେନି ଟ୍ରାଫିକ ନିୟମ ଉଲ୍ଲଘଂନକାରୀ । ବାରମ୍ବାର ସଚେତନ ସତ୍ତ୍ୱେ ସୁଧୁରୁ ନାହାନ୍ତି ବେପରୁୱା ଚାଳକ । ସେମାନଙ୍କୁ ସାବାଡ କରିବା ପାଇଁ ରାଜ୍ୟରେ ଜୋରଦାର ହୋଇଛି ଚେକିଂ । ବାରମ୍ବାର ଫିଟନେସ ସାର୍ଟିଫିକେଟ ବିନା ଧରାପଡ଼ିଲେ ଆରସି ବାତିଲ୍ ଓ ପରମିଟ୍ ରଦ୍ଦ ପାଇଁ ନିର୍ଦ୍ଦେଶ । କଟକ ମଲାଚଣ୍ଡିଆ ଛକରେ ଜୋରଦାର ଚେକିଙ୍ଗ । କଟକ ଆର୍ ଟି ଓ ଏବଂ କମିଶନରେଟ ପୋଲିସ ପକ୍ଷରୁ ମିଳିତ ଭାବେ ଚେକିଙ୍ଗ କରାଯାଉଛି ।

STA ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ଦୁଇ ଦିନ ମଧ୍ୟରେ ସମଗ୍ର ରାଜ୍ୟରେ ଏହି ସ୍ପେଶାଲ ଡ୍ରାଇଭ୍ ମାଧ୍ୟମରେ ପ୍ରାୟ ୫୦୦ ଗାଡ଼ିକୁ ଜବତ କରାଯାଇସାରିଲାଣି । ଏହି ସ୍ପେଶାଲ ଡ୍ରାଇଭ୍ ରେ କଟକ ଆରଟିଓ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଅଞ୍ଚଳରୁ ୫୬ଟି ଗାଡ଼ିକୁ ଜବତ କରାଯାଇଛି । ଆଜି ମଧ୍ୟ କଟକ ଖାନାଗର ଛକରେ କଟକ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ କଡା କଡି ଚେକିଂ କରାଯାଉଛି ।

ସେହିପରି, ଗାଡ଼ି ପଞ୍ଜିକରଣ ଓ ମାଲିକାନା ପରିବର୍ତ୍ତନ କ୍ଷେତ୍ରରେ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଛି । ଦୁର୍ଘଟଣା ଗ୍ରସ୍ତ ଗାଡି ମାଲିକଙ୍କ ଠିକଣା ଭିନ୍ନ ରହୁଥିବାରୁ ତଦନ୍ତ ବେଳେ ପୋଲିସ ଓ ପରିବହନ ବିଭାଗ ବାଉଳା ହେଉଛି । କାରଣ ଗାଡି ମାଲିକର ପରିଚୟ ପତ୍ରରେ ଗୋଟିଏ ଠିକଣା ଥିବା ବେଳେ ଗାଡି କିଣିବା ବେଳେ ଦାଖଲ ହୋଇଥିବା କାଗଜ ପତ୍ରରେ ରହୁଛି ଅଲଗା ଠିକଣା । ବିଭିନ୍ନ ସ୍ଥାନରୁ ଏଭଳି ମାମଲା ସାମ୍ନାକୁ ଆସିବା ପରେ କଠୋର ହୋଇଛି ପରିବହନ ବିଭାଗ । ଏଥିପାଇଁ ଗାଡ଼ି ମାଲିକଙ୍କ ଠିକଣା, ପରିଚୟ ଓ ଆରଟିଓ ପରିସୀମା ଆଦିର କଡ଼ାକଡ଼ି ଯାଞ୍ଚ କରିବାକୁ ସବୁ RTOଙ୍କୁ ନିର୍ଦ୍ଦେଶ ଦେଇଛି ପରିବହନ ବିଭାଗ ।

ରାଜଧାନୀରୁ ୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୩ ଅଟକ
ଭୁବନେଶ୍ୱର : ଅବକାରୀ ବିଭାଗକୁ ବଡ଼ ସଫଳତା । ରାଜଧାନୀ ଭୁବନେଶ୍ୱରରୁ ଟ୍ରକ ଭର୍ତ୍ତି ଗଞ୍ଜେଇ ଜବତ । ଶୁକ୍ରବାର ସହିଦନଗର ଥାନା ଅଞ୍ଚଳରୁ ପ୍ରାୟ ୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ଏହା ହେଉଛି ଶୀଳାବତୀ ଗଞ୍ଜେଇ । ତେବେ ଗଞ୍ଜେଇର ବାସ୍ନା ନବାହାରିବା ପାଇଁ ଏହାକୁ ସ୍ୱତନ୍ତ୍ର ଅଖାରେ ସିଲ କରି ଟ୍ରକ ରେ ଲଦାଯାଇ ରାଜ୍ୟ ବାହାରକୁ ଚାଲାଣ ହେଉଥିଲା । କନ୍ଧମାଳରୁ ଏହି ଟ୍ରକ ଭର୍ତ୍ତି ଗଞ୍ଜେଇ ଆସୁଥିଲା ବୋଲି ସୂଚନା ମିଳିଛି । ଏହି ମାମଲାରେ ୩ ଅଭିଯୁକ୍ତକୁ ଅବକାରୀ ବିଭାଗ ଗିରଫ କରିଛି । ଏମାନଙ୍କ ମଧ୍ୟରୁ ୨ ଜଣଙ୍କ ଘର ଅନୁଗୁଳରେ ଏବଂ ଜଣେ ଆଠଗଡ଼ ରୁ ଅଛନ୍ତି । ଏହି ଗଞ୍ଜେଇ ଚେର କେତେଦୂର ଯାଏଁ ଲମ୍ବିଚି ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ ।

ସୁସ୍ଥ ହେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି, ଆଜି ଚକାବିଜେ ନୀତି
ପୁରୀ : ଦେବସ୍ନାନ ପୂର୍ଣ୍ଣିମା ଦିନ ୧୦୮ କୁମ୍ଭ ସୁବାସିତ ଜଳରେ ସ୍ନାନ ପରେ ଜ୍ଜରରେ ପୀଡ଼ିତ ଚତୁର୍ଦ୍ଦା ବିଗ୍ରହଙ୍କର ସୁସ୍ଥତା ପାଇଁ ଚାଲିଛି ଗୁପ୍ତ ଉପଚାର । ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଶ୍ରୀଜିଉଙ୍କ ଅସୁସ୍ଥତା ପରେ ଚାଲିଥିବା ଗୁପ୍ତ ନୀତିକାନ୍ତି ମଧ୍ୟରେ ଆଜି ଅନୁଷ୍ଠିତ ହେବ ଚକାବିଜେ (ଚକା ଅପସର) ନୀତି ।

ସେପଟେ ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ୍ୟଙ୍କ ଦ୍ୱାରା ପରମ୍ପରା ଅନୁଯାୟୀ ଦଶମୂଳମୋଦକ ପ୍ରସ୍ତୁତ କରି ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରିବେ । ଆସନ୍ତାକାଲି ଏକାଦଶୀ ତିଥିରେ ମହାପ୍ରଭୁ ଏହି ଦଶମୂଳ ମୋଦକ ସେବନ କଲେ ସୁସ୍ଥ ହେବେ । ରାଜବୈଦ୍ୟ ମାନେ ଅତ୍ୟନ୍ତ ଶୁଦ୍ଧପୂତ ଭାବେ ୧୦ ପ୍ରକାରର ଚେରମୂଳିରୁ ଏହି ଦଶ ମୂଳାରିଷ୍ଟ ପ୍ରସ୍ତୁତ କରିଥାନ୍ତି । ଶାଳପର୍ଣ୍ଣି, ବେଲ, ଖଣିବଧୂ, ପାଟଳି, ଅଙ୍କରାନ୍ତି,ଗୋଖରା, ଲମ୍ବାଗୋତି,ଗମ୍ଭାରୀ,ଫଣଫଣା, କୃଷ୍ଣପର୍ଣ୍ଣି, କୃଷ୍ଣଚୂଡା, ଲବଙ୍ଗ, ଦେଶୀ ଘିଅ, ମହୁ, ନବାତ, ଖୁଆ, ଆଦି ବିଭିନ୍ନ ଦ୍ରବ୍ୟକୁ ମିଶାଯାଇ ଏହି ଔଷଧ ପ୍ରସ୍ତୁତ ହେବ । ବିଶ୍ୱାସ ରହିଛି, ଏହି ମୋଦକ ସେବନ ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ।

ସେପଟେ, ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେବା ପରେ ପ୍ରାଚୀ କ୍ଷେତ୍ରରୁ ମହାପ୍ରଭୁଙ୍କ ପାଇଁ ଯାଇଛି ଅଣସର ଭାର । କଟକ ନିଆଳି ମହାପ୍ରଭୁଙ୍କ ମାମୁ ଘର ମାଧବ ପୀଠରୁ ଗତ ୭ ବର୍ଷ ଧରି ମହାପ୍ରଭୁଙ୍କ ପାଇଁ ଫଳ ଭାର ପଠାଯାଉଛି । ଆମ୍ବ, ପଣସ, ସେଓ, ଅଙ୍ଗୁର ବିଭିନ୍ନ ପ୍ରକାର ଫଳମୂଳ ସହ ଘିଅ, ଝୁଣା, ଚନ୍ଦନ କାଠ ଦିବ୍ୟ ସାମଗ୍ରୀ ଅଣସର ଭାରରେ ଶ୍ରୀମନ୍ଦିର ଅଭିମୁଖେ ଯାଇଛି ।

ଅନ୍ୟପଟେ ରଥଯାତ୍ରା ପାଇଁ ହାତରେ ଆଉ ୬ ଦିନ । ରଥ ନିର୍ମାଣକାରୀ ସେବାୟତଙ୍କ ହାତକୁ ଫୁରସତ ନାହିଁ । ରଥ ପାଇଁ ଆନୁସଙ୍ଗିକ କାଠ କାର୍ଯ୍ୟ ଶେଷ ହୋଇଛି । କେବଳ ରଥର ଉପରି ଭାଗର ଅଂଶ ଗୁଡ଼ିକ ଯୋଡାହେବା କାର୍ଯ୍ୟ ବାକି ରହିଛି । ପରମ୍ପରା ମୁତାବକ ରଥଚାଳିକୁ ଭୋଇ ସେବାୟତ ମାନେ କାଢିଛନ୍ତି । ଏଥିରୁ ବାହାରିଥିବା ବାଉଁଶରେ କଇଁଚି କରି ତିନି ରଥର ଚାରିଟି କରି ଦୁଆରବେଢ଼ା ରଥ ଉପରକୁ ଉଠାଯିବ ।

ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ ସହ ଜୋରିମାନା
ଢେଙ୍କାନାଳ : ନାବାଳିକାଙ୍କୁ ଦୁଷ୍କର୍ମକାରୀଙ୍କୁ ୨୦ବର୍ଷ ଜେଲ ଦଣ୍ଡ ସହ ଜୋରିମାନା । ଢେଙ୍କାନାଳ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଗୁରୁତ୍ତ୍ୱପୂର୍ଣ୍ଣ ରାୟ । ଯୌନ ନିର୍ଯାତନା ମାମଲାରେ ଅଭିଯୁକ୍ତ ସାଗର ବାରିକକୁ କୋର୍ଟ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି।ଢେଙ୍କାନାଳ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍-କମ୍-ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ପରଜଙ୍ଗ ଥାନା ମାମଲା ନଂ-୭୭/୨୦୧୯ର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ଏହି ଗତ ୨୦୧୯ ମାର୍ଚ୍ଚ ୨୫ ରେ ପରଜଙ୍ଗ ଥାନାରେ ନାବାଳିକାଙ୍କୁ ଯୌନ ନିର୍ଯାତନା ନେଇ ତାଙ୍କ ପରିବାର ପକ୍ଷରୁ ମାମଲା ରୁଜୁ ହୋଇଥିଲା । ପରେ ପୋଲିସ ତଦନ୍ତ ଆରମ୍ଭ କରି  ପରଜଙ୍ଗ ଥାନା ଅନ୍ତର୍ଗତ ମାଣିକମରା ଗ୍ରାମର ସାଗର ବାରିକ (୧୯)ଙ୍କୁ ଗିରଫ କରିଥିଲା । ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧିର ଧାରା ୩୭୬(୩) ଏବଂ ପୋକ୍ସୋ ଆଇନର ଧାରା ୮ ଅନୁଯାୟୀ ମାମଲା ଚାଲିଥିଲା । କୋର୍ଟ ଦଣ୍ଡାଦେଶ ସହ ଅଭିଯୁକ୍ତଙ୍କ ଉପରେ ୨୦ ହଜାର ଟଙ୍କା ଜରିମାନା ଲାଗୁ କରିଛନ୍ତି। ଜରିମାନା ଅନାଦାୟ କଲେ ଅତିରିକ୍ତ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ।ମାମଲାର ତଦନ୍ତ ଏସଆଇ ସସ୍ମିତା ପାଲ କରିଥିବାବେଳେ ସ୍ୱତନ୍ତ୍ର ପୋକ୍ସୋ ସରକାରୀ ଓକିଲ ସ୍ମିତା ପଟ୍ଟନାୟକ ମାମଲାର ପରିଚାଳନା କରିଥିଲେ।

ଝାରପଡା ଜେଲ ରେ ପୁଣି ଜଣେ କଏଦୀ ଏଚଆଇଭି ପଜିଟିଭ
ଭୁବନେଶ୍ୱର : ଝାରପଡ଼ାରେ ଜେଲରେ ଆଉ ଜଣେ ଏଚଆଇଭି ସଂକ୍ରମିତ ଚିହ୍ନଟ । ଝାଡ଼ାପଡା ସ୍ୱତନ୍ତ୍ର କାରାଗାରରେ ଆଉ ଜଣେ ବିଚାରାଧୀନ କଏଦୀ ଏଚଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ସହ ଜେଲରେ ଏଚ୍ ଆଇଭି ସଂକ୍ରମିତ କଏଦୀଙ୍କ ସଂଖ୍ୟା ୮ରୁ ବଢ଼ି ୯ରେ ପହଞ୍ଚିଛି । ଯାହା ଏକ ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିଛି ।

ଗତକାଲି ଏକ ଚୋରି ମାମଲାରେ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଥିବା ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ପରେ ଝାଡ଼ାପଡା ଜେଲକୁ ପଠାଯାଇଥିଲା । ଜେଲରେ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ଏଚଆଇଭି ପଜିଟିଭ୍ ଥିବା ଜଣାପଡ଼ିଛି । ଫଳରେ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଓ ପୃଥକ ବ୍ୟବସ୍ଥାରେ ରଖି ନିୟମାନୁସାରେ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହା ସହିତ ସେମାନଙ୍କୁ କାଉନସେଲିଂ ଏବଂ ନିୟମିତ ସ୍ୱାସ୍ଥ୍ୟ ତଦାରଖ ସୁବିଧା ପ୍ରଦାନ କରାଯାଉଛି । ଅନ୍ୟ କଏଦୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜେଲ ପରିସରରେ ନିୟମିତ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଏଚଆଇଭି ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି ବୋଲି ଜେଲ୍ ପ୍ରଶାସନ ସ୍ପଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ, ମାତ୍ର କିଛି ଦିନ ପୂର୍ବରୁ ଝାରପଡ଼ା ଜେଲରେ ୮ ଏଚଆଇଭି ପଜିଟିଭ ଚିହ୍ନଟ ହୋଇଥିଲା । ଏଚଆଇଭି ସଂକ୍ରମିତଙ୍କ ଚିକିତ୍ସାପାଇଁ  ସ୍ବତନ୍ତ୍ର ଭାବେ ଧ୍ୟାନ ଦେବାକୁ ପୋକ୍ସୋ କୋର୍ଟ ଓ ଭୁବନେଶ୍ବର ଡିସିପି ଓ ଜେଲ କର୍ତୃପକ୍ଷଙ୍କୁ ଅବଗତ କରାଇ ଥିଲେ ଜଣେ କଏଦୀଙ୍କ ଆଡଭୋକେଟ୍ ।

ରାଜସ୍ଥାନରେ ଅଦିନିଆ ରଥଯାତ୍ରା ବନ୍ଦ ରହିଲା
ଭୁବନେଶ୍ୱର : ରାଜସ୍ଥାନରେ ବନ୍ଦ ରହିଲା ଅଦିନିଆ ରଥଯାତ୍ରା । ଜୁଲାଇ ୧୦ ରେ ରାଜସ୍ଥାନ ସିକର ଜିଲ୍ଲାରେ ରଥଯାତ୍ରା ପାଇଁ ଇସ୍କନ ପକ୍ଷରୁ ପ୍ରସ୍ତୁତି କରାଯାଇଥିଲା । ତେବେ ଗତକାଲି ଗଜପତି ମହାରାଜଙ୍କ ଚିଠି ପରେ ରଥଯାତ୍ରା ବନ୍ଦ ପାଇଁ ନିର୍ଦେଶ ଦେଲେ ସିକର ଜିଲ୍ଲା ମାଜିଷ୍ଟ୍ରେଟ । ସେପଟେ ପୁରୀ ପ୍ରଶାସନ ମଧ୍ୟ ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ଚିଠି ଲେଖିଥିଲେ । ତିଥି ଅନୁସାରେ ରଥଯାତ୍ରା କରିବା ପାଇଁ ଚିଠିରେ ଅନୁରୋଧ କରିଥିଲେ ପୁରୀ ଜିଲ୍ଲାପାଳ । ସନାତନ ଧର୍ମ ଓ ପରମ୍ପରା ଅନୁଯାୟୀ ରଥଯାତ୍ରା ପାଇଁ ଅନୁରୋଧ କରାଯାଇଛି ।

ସୂଚନା ଅନୁସାରେ, ବିଶ୍ବ ସନାତନ ଧର୍ମ ସେବା ସଂଗଠନ ପକ୍ଷରୁ ରାଜସ୍ଥାନରେ ଏହି ରଥଯାତ୍ରା ଆୟୋଜନ କରାଯିବାର ଥିଲା କିନ୍ତୁ ପରମ୍ପରା ଅନୁଯାୟୀ ନିର୍ଦ୍ଧାରିତ ସମୟ ବାହାରେ ରଥଯାତ୍ରା ଆୟୋଜନକୁ ନେଇ ପ୍ରଶ୍ନ ଉଠିଥିଲା । ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହାକୁ ବନ୍ଦ କରାଯାଇଛି । ଏହି ଘଟଣା ସମ୍ପର୍କରେ ସିକର ଜିଲ୍ଲାପାଳ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଇଛନ୍ତି ।

‘ଆମ୍‌ ବସ’ ଧକ୍କାରେ ବାଇକ ଆରୋହୀ ଗୁରୁତର
କଟକ: ପୁଣି ‘ଆମ୍‌ ବସ’ଦୁର୍ଘଟଣା । କଟକ ବାଦାମବାଡ଼ି ସ୍ଥିତ ମଲାଚଣ୍ଡୀଆ ଛକରେ ‘ଆମ୍‌ ବସ’ ଧକ୍କାରେ ବାଇକ ଆରୋହୀ ଗୁରୁତର ହୋଇଥିବା ସୂଚନା ମିଳିଛି । ବାଇକ୍‌କୁ ଧକ୍କା ଦେଇ ପ୍ରାୟ ୪୦ ଫୁଟ ଯାଏଁ ଘୋଷାଡ଼ି ନେଇଥିଲା ଆମ ବସ୍ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି, ଗୁରୁତର ଅବସ୍ଥାରେ ବାଇକ୍ ଆରୋହୀକୁ ପିସିଆର୍‌ରେ ମେଡିକାଲ ପଠାଇଥିଲା । ଦୁର୍ଘଟଣା ଘଟାଇବା ପରେ ‘ଆମ ବସ୍’ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ କିଛି ସମୟ ପାଇଁ ସେଠାରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା  ।

ସୂଚନାନୁସାରେ , ଆଜି ଦିନ ୨ଟା ସମୟରେ କଟକ ମଲାଚଣ୍ଡିଆ ଛକରେ 'ଆମ ବସ' ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ୧୮ ନମ୍ବର ରୁଟ୍‌ରେ ଯାଉଥିବା ବସ୍‌ଟି ନେତାଜୀ ବସ୍ ଟର୍ମିନାଲ ମଧ୍ୟକୁ ପ୍ରବେଶ କରିବା ବେଳେ ବାମ ପଟେ ଏକ ବାଇକ୍କୁ ଧକ୍କା ଦେବା ସହ ବାଇକ୍ ଆରୋହୀଙ୍କୁ ପ୍ରାୟ ୫୦ ଫୁଟ ଘୋଷାଡ଼ି ଆଣିଥିଲା । ବାଇକ୍ ଆରୋହୀ ଜଣକ ବସ୍ ତଳେ ଚାପି ହୋଇ ରହିଯାଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା କି ଜଣେ ପ୍ରତ୍ୟକ୍ଷଦର୍ଶୀ ବେହୋସ ହୋଇ ଯାଇଥିଲେ । ଦୁର୍ଘଟଣା ଘଟାଇବା ପରେ ଲୋକଙ୍କ ମାଡ଼ ଭୟରେ ‘ଆମ ବସ୍’ ଛାଡ଼ି ଚାଳକ ସେ ସ୍ଥାନରୁ ଚମ୍ପଟ୍ ମାରିଥିଲେ। ସ୍ଥାନୀୟ ଲୋକ ବସ୍‌କୁ ଟେକି ବାଇକ୍ ଆରୋହୀଙ୍କୁ ଉଦ୍ଧାର କରିଥିଲେ । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ପିସିଆର୍ ଭ୍ୟାନ ଯୋଗେ ବଡ଼ ମେଡିକାଲକୁ ନେଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ମଲା ଚଣ୍ଡିଆ ଛକରେ ଗାଡ଼ି ଚଳାଚଳ ଠପ୍ ହୋଇଯାଇଥିଲା । ପୋଲିସ ବୁଝାସୁଝା କରି ସମାଧାନ କରିଥିବା ଖବର ମିଳିଛି ।

ଚଳିତବର୍ଷ ରଥଯାତ୍ରାରେ ଖାଦ୍ୟ ବଣ୍ଟନ ପାଇଁ ୬ଟି କର୍ପୋରେଟ ସଂସ୍ଥାକୁ ଅନୁମତି
ଭୁବନେଶ୍ୱର : ଚଳିତବର୍ଷ ରଥଯାତ୍ରାରେ ପୁରୀ ଠାରେ ୪୬୬ ଟି ସଂସ୍ଥା ଭକ୍ତମାନଙ୍କୁ ଖାଦ୍ୟ, ପାନୀୟ ଆଦି ବଣ୍ଟନ କରିବେ । ଏମାନଙ୍କ ମଧ୍ୟରେ ୬ଟି କର୍ପୋରେଟ ସଂସ୍ଥାଙ୍କୁ ଅନୁମତି ପ୍ରଦାନ କରାଯାଇଛି ।

ରଥଯାତ୍ରା ସମୟରେ ପୁରୀକୁ ଆସୁଥିବା ଭକ୍ତମାନଙ୍କୁ ବିନା ମୂଲ୍ୟରେ ଖାଦ୍ୟ ପାନୀୟ ଯୋଗାଇବାପାଇଁ ୫୧୫ଟି ସଂସ୍ଥା ଆବେଦନ କରିଥିଲେ । ଏମାନଙ୍କ ମଧ୍ୟରୁ ୪୬୬ଟି ସଂସ୍ଥାଙ୍କୁ ଅନୁମତି ପ୍ରଦାନ କରାଯାଇଛି । ଏହା ମଧ୍ୟରେ ରହିଛନ୍ତି ୬ଟି କର୍ପୋରେଟ ସଂସ୍ଥା ।

ମିଳିଥିବା ସୂଚନା ଅନୁଯାୟୀ ସିଂହଦ୍ୱାର ଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ କେବଳ ଶୁଖିଲା ଖାଦ୍ୟ, ପାଣି ଓ ସରବତ ବଣ୍ଟନ ପାଇଁ ଅନୁମତି ଦିଆଯାଇଛି । ଏହି ଅଞ୍ଚଳ ବାହାରେ ଭକ୍ତମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ । ତେବେ ୨୮୧  ସଂସ୍ଥାଙ୍କୁ ରନ୍ଧାଖାଦ୍ୟ ଓ ପାନୀୟଜଳ ଯୋଗାଣ ପାଇଁ ଅନୁମତି ପ୍ରଦାନ କରାଯାଇଥିବାବେଳେ ୬ଟି କର୍ପୋରେଟ ସଂସ୍ଥାକୁ ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ ଓ ପାନୀୟଜଳ ଯୋଗାଇ ଦିଆଯିବ । ୩୪ଟି ସଂସ୍ଥାଙ୍କୁ କେବଳ ପାନୀୟଜଳ ବଣ୍ଟନ ପାଇଁ ଅନୁମତି ମିଳିଥିବାବେଳେ ୧୦୪ଟି ସଂସ୍ଥାଙ୍କୁ ଶୁଖିଲା ଖାଦ୍ୟ ସହିତ ପାନୀୟଜଳ ବଣ୍ଟନ ଅନୁମତି ମିଳିଛି । ଗୋଟିଏ ସଂସ୍ଥାକୁ ରସଗୋଲା ବଣ୍ଟନ ପାଇଁ ଅନୁମତି ଏବଂ ୪୦ଟି ସଂସ୍ଥାକୁ ସରବତ, ଦହି, ଚା ଓ ଅନୁରୂପ ଅନ୍ୟାନ୍ୟ ପାନୀୟ ଯୋଗାଣ ପାଇଁ ପ୍ରଶାସନ ଅନୁମତି ପ୍ରଦାନ କରିଛି ।

ଅନୁମତି ପାଇଥିବା କର୍ପୋରେଟ ସଂସ୍ଥା ମଧ୍ୟରେ ଆଇଆରଟି ଲିମିଟେଡ ଗୁଣ୍ଡିଚାରୁ ବାହୁଡା, ନାଲକୋ ଗୁଣ୍ଡିଚାରେ, ରିଲାୟନ୍ସ ଗୁଣ୍ଡିଚା ଠାରୁ ନିଳାଦ୍ରୀ ବିଜେ, ଆଇଆରଇଡିଏ ଗୁଣ୍ଡିଚାରୁ ବାହୁଡା, ଇମ୍ଫା ବାହୁଡାରେ, ଏଆରଏସଏସ୍‍ ଗୁଣ୍ଡିଚାରୋ ଓ ଜିନ୍ଦଲ ଗୁଣ୍ଡିଚାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଭକ୍ତମାନଙ୍କୁ ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ ଓ ପାନୀୟଜଳ ବଣ୍ଟନ ପାଇଁ ଅନୁମତି ପ୍ରଦାନ କର।।ଯାଇଛି ।

ଅନୁମତି ପାଇଥିବା ସଂସ୍ଥାଗୁଡିକ ହାରାହାରି ୭ଲକ୍ଷ ୫୦ହଜାର ପାଣି ବୋତଲ ବଣ୍ଟନ କରିବେ ବୋଲି କର୍ତ୍ତୃପକ୍ଷ ଆକଳନ କରିଛନ୍ତି । ତେବେ ରନ୍ଧାଖାଦ୍ୟ ବଣ୍ଟନ କରୁଥିବା ସଂସ୍ଥାମାନେ ପୂର୍ବବର୍ଷଗୁଡିକରେ ଖାଦ୍ୟ ବଣ୍ଟନସ୍ଥଳରେ ପ୍ଲେଟ ଓ ଜରିମୁଣା ଗଦାକରି ରଖୁଥିବାରୁ ଚଳିତବର୍ଷ ଯେଭଳି ଏହା ନହୁଏ ତାହା ଉପରେ କଡା ନଜର ରଖାଯାଇଛି । ସେହିଭଳି ଲକ୍ଷାଧିକ ପ୍ଲାଷ୍ଟିକ ପାଣି ବୋତଲକୁ ରିସାଇକ୍ଲିଂ କରାଯିବ ସେଥିପାଇଁ ମଧ୍ୟ ବିଭିନ୍ନ ସଂସ୍ଥାଙ୍କ ସହଯୋଗରେ ମେସିନ ସ୍ଥାପନ ହୋଇଛି ।