Samaya Live Desk - Samaya Live

ଦୁଇ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ : ମଙ୍ଗଳବାର ସୁପ୍ରିମକୋର୍ଟ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ତଥା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ପ୍ରଥମେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ସେ ଦୁଇ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ପଡ଼ିବ। ଉଲ୍ଲେଖଯୋଗ୍ୟ ଅଗଷ୍ଟ ୬ ତାରିଖରେ ବମ୍ବେ ହାଇକୋର୍ଟର ଏକ ଖଣ୍ଡପୀଠ ତେଜପାଲଙ୍କୁ ୨୦୧୩ ମସିହାରେ ଜଣେ ପୂର୍ବତନ ସହକର୍ମୀଙ୍କୁ ଦୁଷ୍କର୍ମ କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ୍ ଦଣ୍ଡ ଦେଇଥିଲେ। ଏହି ରାୟରେ ୨୦୨୧ ମସିହାର ତାଙ୍କ ନିର୍ଦ୍ଦୋଷ ଖଲାସ ରାୟକୁ ପଲଟାଯାଇଥିଲା। ୬୩ ବର୍ଷୀୟ ପୂର୍ବତନ ସାମ୍ବାଦିକ ତେଜପାଲ ହାଇକୋର୍ଟର ଏହି ରାୟକୁ ଚ୍ୟାଲେଞ୍ଜ କରିଛନ୍ତି ଏବଂ ସେ ନିଜକୁ ଏହି ମାମଲାରେ ଜଣେ ପୀଡ଼ିତ ବୋଲି ଦାବି କରିଛନ୍ତି। ମାମଲାରେ ତେଜପାଲଙ୍କ ଦଣ୍ଡ ବଢ଼ାଇବାକୁ ଗୋଆ ସରକାର ମଧ୍ୟ ସୁପ୍ରିମକୋର୍ଟରେ ଆବେଦନ କରିଛି। ୨୦୧୩ ମସିହାରେ ପାନାଜୀରେ ଏକ ସରକାରୀ କାର୍ଯ୍ୟକ୍ରମ ସମୟରେ ନଭେମ୍ବର ୭ ଓ ୮ ତାରିଖରେ ଏକ ହୋଟେଲ୍ ଲିଫ୍ଟ ଭିତରେ ତେଜପାଲ ତାଙ୍କୁ ଯୌନ ନିର୍ଯାତନା କରିଥିବା ଜଣେ ମହିଳା ସାମ୍ବାଦିକ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ୨୦୧୩ ନଭେମ୍ବର ୩୦ ରେ ତେଜପାଲଙ୍କୁ ଗିରଫ କରାଯାଇଥିଲା। ୨୦୧୭ ସେପ୍ଟେମ୍ବର ୨୯ରେ ଭାରତୀୟ ଦଣ୍ଡ ସଂହିତା (ଆଇପିସିର) ବିଭିନ୍ନ ଧାରା ଅନୁଯାୟୀ ତାଙ୍କ ବିରୋଧରେ ଦୁଷ୍କର୍ମ, ଯୌନ ଉତ୍ପୀଡ଼ନ ଏବଂ ବେଆଇନ ଭାବେ ଅଟକ ରଖିବା ସମେତ ଅନେକ ଅଭିଯୋଗ ହୋଇଥିଲା। ତେବେ ତେଜପାଲ ନିଜକୁ ଦୋଷୀ ନୁହେଁ ବୋଲି କହିଥିଲେ। ୨୦୨୧ ମେ’ ମାସରେ ଗୋଆ ସେସନ୍ସ କୋର୍ଟ ତେଜପାଲଙ୍କୁ ସମସ୍ତ ଅଭିଯୋଗରୁ ନିର୍ଦ୍ଦୋଷ ଖଲାସ କରିଥିଲେ।

ଡ୍ରେନ୍‌ରେ ପଡ଼ିଥିବା ପୁଅକୁ ଖୋଜିବା ପାଇଁ ବାପା ହାତରେ ଅଳିଆ ହଟାଇଲେ, ୪ ଦିନ ପରେ ମିଳିଲା ମୃତଦେହ
ନୂଆଦିଲ୍ଲୀ: ଦିଲ୍ଲୀର ଜସୋଲା ଅଞ୍ଚଳରେ ଗୁଡ଼ି ଉଡ଼ାଉଥିବା ବେଳେ ଖୋଲା ଡ୍ରେନ୍‌ରେ ପଡ଼ିଯାଇଥିବା ୧୫ ବର୍ଷୀୟ ମିଥୁନଙ୍କ ମୃତଦେହ ପ୍ରାୟ ୪ ଦିନ ପରେ ମଙ୍ଗଳବାର ମିଳିଛି। ତେବେ ଏକ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ବାପା ଦିଲ୍ଲୀର ଅଳିଆଗଦା ଭିତରେ ହାତ ପୁରାଇ ନିଜ ପୁଅକୁ ଖୋଜିବାର ଉଦ୍ୟମ ଏବଂ ଆଉ ତାଙ୍କର ସେହି ବିଶ୍ବାସ ‘ ଏହି ଅଳିଆ ହଟିଗଲେ ମୋ ପୁଅ ମିଳିଯିବ’ ବାସ୍ତବରେ ଖୁବ୍‌ ହୃଦୟ ବିଦାରକ। ଅଗଷ୍ଟ ୨୨ ତାରିଖର ଘଟଣା ପରଠାରୁ ମିଥୁନଙ୍କୁ ଖୋଜିବା ପାଇଁ ଏକାଧିକ ସଂସ୍ଥାର ମିଳିତ ଉଦ୍ଧାର ଅଭିଯାନ ଚାଲିଥିବା ବେଳେ ଏହି ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଦିଲ୍ଲୀ ମ୍ୟୁନିସିପାଲ୍ କର୍ପୋରେସନ୍ (ଏମ୍‌ସିଡି) ଦ୍ୱାରା ରକ୍ଷଣାବେକ୍ଷଣ ହେଉଥିବା ଏହି ଡ୍ରେନ୍‌ରେ ପ୍ରବଳ ଜଳସ୍ରୋତ ରହିଛି। ଏହା ଜସୋଲା ଓ ଶାହୀନ ବାଘ ଦେଇ ପ୍ରବାହିତ ହୋଇ ଆଗ୍ରା କେନାଲରେ ପଡ଼ିଥାଏ ଏବଂ ଶେଷରେ ଯମୁନା ଆଡ଼କୁ ପ୍ରବାହିତ ହୁଏ। ଡ୍ରେନ୍‌ଟି ଆବାସିକ ଅଞ୍ଚଳର ମଝି ଦେଇ ଯାଇଛି ଏବଂ ଏହାର ଉଭୟ ପାର୍ଶ୍ୱରେ ଘର ରହିଛି। ଡ୍ରେନ୍‌ଟି ଖୋଲା ରହୁଥିବାରୁ ଅଞ୍ଚଳବାସୀଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ିଛି। ଏହି ଘଟଣା ପରେ ଦିଲ୍ଲୀ ସରକାର ମଧ୍ୟ ପଦକ୍ଷେପ ନେଇଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମୁଖ୍ୟ ସଚିବଙ୍କଠାରୁ ଡ୍ରେନ୍‌ର ଦାୟିତ୍ୱ କେଉଁ ସଂସ୍ଥା କିମ୍ବା ବିଭାଗର ଅଧୀନରେ ରହିଛି, ସେ ସମ୍ପର୍କରେ ବିବରଣୀ ମାଗିଥିଲେ। ଏହି ଅବହେଳା ପାଇଁ ଦାୟୀ ଅଧିକାରୀଙ୍କୁ ନିଲମ୍ବିତ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଏମ୍‌ସିଡିର ଜଣେ କନିଶ୍ଟ ଯନ୍ତ୍ରୀଙ୍କୁ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ତୁରନ୍ତ ନିଲମ୍ବିତ କରିଛି। ଏହି ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯାଇଥିବା ନଗର ନିଗମ କହିଛି। ମିଥୁନଙ୍କ ଖୋଜିବାପାଇଁ ଦିଲ୍ଲୀ ଫାୟାର୍ ସର୍ଭିସ୍, ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ , ଉଦ୍ଧାରକର୍ମୀ ଏବଂ ଡାଇଭରମାନେ ସାମିଲ ହୋଇଥିଲେ। ସେମାନେ ଡ୍ରେନ୍‌ ଏବଂ ଏହାର ତଳମୁହାଁ ଜଳପଥରେ କିଶୋରଙ୍କୁ ଖୋଜୁଥିଲେ। ଏହା ପୂର୍ବରୁ ମିଥୁନଙ୍କ ବାପା ଏକ ବାଡ଼ି ସାହାଯ୍ୟରେ ଡ୍ରେନ୍‌ରେ ଖୋଜାଖୋଜି କରୁଥିବାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଆସିଥିଲା। ନୂଆ ଭିଡିଓରେ ସେ ନିଜେ ଅଳିଆରେ ଭର୍ତ୍ତି ଡ୍ରେନ୍‌ ଭିତରକୁ ପଶି ନିଜ ହାତରେ ଅଳିଆ ହଟାଉଥିବା ଦେଖାଯାଇଛି। ମିଥୁନଙ୍କ ପରିବାର ମୂଳତଃ ଉତ୍ତରପ୍ରଦେଶର। ତାଙ୍କ ବାପା-ମାଆ ଏବଂ ଅନ୍ୟ ପରିବାର ସଦସ୍ୟମାନେ ଦିଲ୍ଲୀର ଏହି ଅଞ୍ଚଳରେ ରହି ଶ୍ରମିକ ଭାବେ କାମ କରନ୍ତି।

ଆଉ ଅଧିକ କାମ କରିପାରୁନି , ନୂଆ ପିଢ଼ି ଦାୟିତ୍ୱ ନେବା ଉଚିତ : ନିତିନ ଗଡ଼କରୀ
ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ ସେ ପୂର୍ବଭଳି ଆଉ ଅଧିକ କାମ କରିପାରୁନାହାନ୍ତି ଏବଂ ଏବେ ଦାୟିତ୍ୱ ନୂଆ ପିଢ଼ିକୁ ହସ୍ତାନ୍ତର କରିବାର ସମୟ ଆସିଛି।ନାଗପୁରରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଗଡକରୀ କହିଥିଲେ ଯେ ନିକଟ ଦିନଗୁଡ଼ିକରେ ସାର୍ବଜନୀନ କାର୍ଯ୍ୟରେ ତାଙ୍କର ସକ୍ରିୟତା କମିଛି ଏବଂ ଏବେ ଯୁବ ପିଢ଼ିଙ୍କୁ କାମକୁ ଆଗକୁ ବଢ଼ାଇବାର ସୁଯୋଗ ଦିଆଯିବା ଉଚିତ। କେନ୍ଦ୍ର ସରକାରରେ ସମ୍ଭାବ୍ୟ କ୍ୟାବିନେଟ୍ ପୁନର୍ଗଠନକୁ ନେଇ ଚର୍ଚ୍ଚା ବଢ଼ୁଥିବା ସମୟରେ ଗଡକରୀଙ୍କ ଏହି ମନ୍ତବ୍ୟ ଆସିଛି। ଗଡକରୀ କହିଥିଲେ, ‘ଦାୟିତ୍ୱ ନୂଆ ପିଢ଼ିକୁ ହସ୍ତାନ୍ତର କରାଯିବା ଉଚିତ। ନୂଆ ପିଢ଼ି ଆସିସାରିଛି ଏବଂ ବୟସ୍କ ପିଢ଼ି ସେମାନଙ୍କୁ ମାର୍ଗଦର୍ଶନ କରୁଛି।’ ଦୈନନ୍ଦିନ କାର୍ଯ୍ୟରେ ତାଙ୍କର ଭୂମିକା କିପରି କମିଛି, ତାହା ବୁଝାଇବା ସମୟରେ ସେ ଏହା କହିଥିଲେ। ଗଡ଼କରୀ କହିଥିଲେ ‘ ମୁଁ ଗତ ୩୦ ବର୍ଷ ଧରି ନିରନ୍ତର ଭାବେ ସାର୍ବଜନୀନ ଜୀବନରେ କାମ କରିଆସିଛି। ମୁଁ ଅନେକ ଉତ୍ଥାନ-ପତନ ଦେଖିଛି ଏବଂ ଅନେକ ପୁରସ୍କାର ମଧ୍ୟ ପାଇଛି। କିନ୍ତୁ ଏବେ ମୁଁ ଅଧିକ କାମ କରିପାରୁନାହିଁ। ନୂଆ ପିଢ଼ିକୁ କାମ କରିବାର ସୁଯୋଗ ଦିଆଯିବା ଉଚିତ। ଗଡକରୀ ଆଗାମୀ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ମଧ୍ୟ କହିଥିଲେ। ସେ କହିଥିଲେ ଯେ ଆଗାମୀ ବର୍ଷଗୁଡ଼ିକରେ ବିକାଶ କାର୍ଯ୍ୟର ପରିମାଣ ଆହୁରି ବଢ଼ିବ। ମହାରାଷ୍ଟ୍ରର କୌଣସି ଆଦିବାସୀ ଗାଁ ବିଦ୍ୟୁତ୍ ସୁବିଧାରୁ ବଞ୍ଚିତ ନ ରହିବା ଏବଂ ସମଗ୍ର ରାଜ୍ୟରେ ବିକାଶ ଦୃଶ୍ୟମାନ ହେବା ନିଶ୍ଚିତ କରିବା ଲକ୍ଷ୍ୟ ବୋଲି ସେ କହିଥିଲେ।କେନ୍ଦ୍ରମନ୍ତ୍ରୀଙ୍କ ଏହି ମନ୍ତବ୍ୟ ବିଜେପିର ବଡ଼ ସାଙ୍ଗଠନିକ ପୁନର୍ଗଠନର କିଛି ଦିନ ପରେ ଆସିଛି। ୨୦୧୫ରେ ଅମିତ ଶାହ ଦଳର ଅଧ୍ୟକ୍ଷ ହେବା ପରଠାରୁ ଏହା ପ୍ରଥମ ଥର ଏତେ ବଡ଼ ପରିମାଣର ସାଙ୍ଗଠନିକ ପରିବର୍ତ୍ତନ ହୋଇଛି। ଗତ ସପ୍ତାହରେ ବିଜେପି ଦଳର ଅଧ୍ୟକ୍ଷ ନିତିନ ନବୀନଙ୍କ ନେତୃତ୍ୱରେ ନୂଆ ଜାତୀୟ ଟିମ୍ ଘୋଷଣା କରିଥିଲା। ୬୫ ଜଣିଆ ଟିମ୍‌ରେ ୫୧ ନୂଆ ମୁହଁ ଅଛନ୍ତି। ନୂଆ ଟିମ୍‌ରେ ୧୩ ଜାତୀୟ ଉପାଧ୍ୟକ୍ଷ ଅଛନ୍ତି। ସେମାନଙ୍କ ମଧ୍ୟରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଏବଂ ପୂର୍ବତନ ଆରଏସଏସ କାର୍ଯ୍ୟକର୍ତ୍ତା ରାମ ମାଧବ ଅଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଦଳର ୮ ଜଣ ଜାତୀୟ ସାଧାରଣ ସମ୍ପାଦକଙ୍କ ମଧ୍ୟରେ ଅଛନ୍ତି।

ତୃଣମୂଳର ଅଯୋଗ୍ୟତା ଆବେଦନ ମାମଲାରେ ୨୦ ଜଣ ବିଦ୍ରୋହୀ ସାଂସଦଙ୍କୁ ସୁପ୍ରିମକୋର୍ଟ ନୋଟିସ୍
ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ତୃଣମୂଳ କଂଗ୍ରେସର ୨୦ ଜଣ ବିଦ୍ରୋହୀ ସାଂସଦଙ୍କୁ ନୋଟିସ୍ ଜାରି କରିଛନ୍ତି। ଦଳର ସାଧାରଣ ସମ୍ପାଦକ ଏବଂ ଲୋକସଭା ସାଂସଦ ଅଭିଷେକ ବାନାର୍ଜୀ ଏହି ରିଟ୍ ଆବେଦନ ଦାଖଲ କରିଥିଲେ। ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟରେ ଦାଖଲ ହୋଇଥିବା ଅଯୋଗ୍ୟତା ଆବେଦନଗୁଡ଼ିକ ଉପରେ ଶୀଘ୍ର ନିଷ୍ପତ୍ତି ନେବାକୁ ସେ କୋର୍ଟଙ୍କ ନିର୍ଦ୍ଦେଶ ଚାହିଥିଲେ। ତେବେ ବିର୍ଲାଙ୍କୁ କୌଣସି ନୋଟିସ୍ ଜାରି କରାଯାଇନଥିଲା। ଆବେଦନରେ ତାଙ୍କୁ ପ୍ରଥମ ପ୍ରତିବାଦୀ କରାଯାଇଥିଲେ ମଧ୍ୟ ସଲିସିଟର ଜେନେରାଲ୍ ତୁଷାର ମେହତା ହସ୍ତକ୍ଷେପ କରି ଲୋକସଭା ବାଚସ୍ପତିଙ୍କ ପକ୍ଷରୁ ସେ ନିଜେ ଉପସ୍ଥିତ ହେବେ ବୋଲି କହିଥିଲେ। ସଲିସିଟର ଜେନେରାଲ ଆହୁରି କହିଥିଲେ ଯେ ତାଙ୍କୁ ମିଳିଥିବା ନିର୍ଦ୍ଦେଶ ଅନୁସାରେ, ବିର୍ଲା ଅଯୋଗ୍ୟତା ଆବେଦନଗୁଡ଼ିକ ଉପରେ ନୋଟିସ୍ ଜାରି କରିସାରିଛନ୍ତି। ବାନାର୍ଜୀଙ୍କ ଆବେଦନରେ ପ୍ରତିବାଦୀ ଭାବେ ନାମ ଥିବା ୨୦ ଜଣ ସାଂସଦଙ୍କ ମଧ୍ୟରେ ସାୟାନୀ ଘୋଷ, କାକୋଲି ଘୋଷ ଦସ୍ତିଦାର, ସୁଦୀପ ବନ୍ଦ୍ୟୋପାଧ୍ୟାୟ, ଶତାବ୍ଦୀ ରାୟ, ପ୍ରସୂନ ବାନାର୍ଜୀ, ଅରୂପ ଚକ୍ରବର୍ତ୍ତୀ, ଦୀପକ ଦେବ ଅଧିକାରୀ ଏବଂ ୟୁସୁଫ ପଠାନଙ୍କ ସମେତ ଅନ୍ୟମାନେ ଅଛନ୍ତି। ୨୦ ଜଣ ବିଦ୍ରୋହୀ ସାଂସଦଙ୍କ ଅଯୋଗ୍ୟତା ଉପରେ ନିଷ୍ପତ୍ତି ନେବାରେ ହେଉଥିବା ବିଳମ୍ବକୁ ଏହି ଆବେଦନରେ ଚ୍ୟାଲେଞ୍ଜ କରାଯାଇଛି। ଏହି ନେତାମାନେ ଚଳିତ ବର୍ଷ ଆରମ୍ଭରେ ଟିଏମ୍‌ସି ଟିକେଟରେ ବିଧାନସଭା ନିର୍ବାଚନ ଜିତିଥିଲେ। କିନ୍ତୁ ମେ’ ମାସରେ ଫଳାଫଳ ଘୋଷଣା ହେବାର କିଛି ସମୟ ପରେ ସେମାନେ ତୁଳନାମୂଳକ ଭାବେ ଅପରିଚିତ ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ (ଏନ୍‌ସିପିଆଇ)ରେ ଯୋଗ ଦେଇଥିଲେ। ବିଦ୍ରୋହୀ ଗୋଷ୍ଠୀ ଲୋକସଭାରେ ଏକ ସ୍ୱତନ୍ତ୍ର ଗୋଷ୍ଠୀ ଭାବେ ମାନ୍ୟତା ଦେବାକୁ ଦାବି କରିଛି।

ମନ୍ଦିର ଯିବା ବାଟରେ ବୃଦ୍ଧାଙ୍କ ମୃତ୍ୟୁ, ଛାତିରେ ଯନ୍ତ୍ରଣା ପାଇଁ ଉଚ୍ଚ ସ୍ୱରରେ ବାଜୁଥିବା ଡିଜେକୁ ଦାୟୀ କଲେ ପରିବାର
ଲକ୍ଷ୍ନୌ : ଡିଜେ ସାଉଣ୍ଡ ପାଇଁ ଉତ୍ତରପ୍ରଦେଶର ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଯାଇଛି। ପୁଲିସ୍ କହିଛି ଯେ ଉତ୍ତରପ୍ରଦେଶର ଆଲିଗଞ୍ଜ ଅଞ୍ଚଳରେ ଜଣେ ୬୦ ବର୍ଷୀୟ ମହିଳା ଟ୍ରାକ୍ଟର-ଟ୍ରଲିରେ ଲଗାଯାଇଥିବା ଉଚ୍ଚ ଶବ୍ଦର ଡିଜେ ସିଷ୍ଟମ୍ ଯୋଗୁ ଛାତିରେ ଯନ୍ତ୍ରଣା ହୋଇଥିବା ଅଭିଯୋଗ କରି ପ୍ରାଣ ହରାଇଥିଲେ। ଘଟଣାଟି ସୋମବାର ଘଟିଛି। କମଳା ଦେବୀ ନାମକ ଉକ୍ତ ବୃଦ୍ଧା ତାଙ୍କ ବୋହୂଙ୍କ ସହ ଜଳାଭିଷେକ କରିବା ପାଇଁ ମନ୍ଦିରକୁ ଯାଉଥିଲେ। ପରିବାରର ଜଣେ ସଦସ୍ୟ ଡୋରିଲାଲଙ୍କ ଅନୁସାରେ, ମନ୍ଦିରଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ସମୟରେ ଡିଜେ ସିଷ୍ଟମ୍ ବହୁତ ଉଚ୍ଚ ଶବ୍ଦରେ ବାଜୁଥିଲା। ଟ୍ରାକ୍ଟରଟି ସେମାନଙ୍କ ପାଖ ଦେଇ ଯିବା ସମୟରେ କମଳା ଦେବୀ ଛାତିକୁ ଧରି ତଳେ ବସି ପଡ଼ିଥିଲେ। ଏହା ପରେ ସେ ଆଉ ଉଠିନଥିଲେ ବୋଲି ଡୋରିଲାଲ କହିଛନ୍ତି। ଡୋରିଲାଲ ଦାବି କରିଛନ୍ତି ଯେ ଉଚ୍ଚ ଶବ୍ଦ ଓ ଏହାର କମ୍ପନ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି। ସର୍କଲ ଅଫିସର (ଆଁଓଲା) ହେମନ୍ତ ଉପାଧ୍ୟାୟ କହିଛନ୍ତି ଯେ ପରିବାର ପୋଷ୍ଟମର୍ଟମ କରାଇବାକୁ ମନା କରି ମୃତଦେହକୁ ଘରକୁ ନେଇଯାଇଥିଲେ। ମଙ୍ଗଳବାର ତାଙ୍କ ଶେଷକୃତ୍ୟ କରାଯାଇଥିଲା।ପରିବାର ଅନୁସାରେ, କମଳା ଦେବୀଙ୍କର ଉଚ୍ଚ ରକ୍ତଚାପର ଇତିହାସ ଥିଲା ଏବଂ ସେ ଉଚ୍ଚ ଶବ୍ଦ ପ୍ରତି ସମ୍ବେଦନଶୀଳ ଥିଲେ।

ପାଟନାରେ ଅନ୍ଦୋଳନକାରୀ ବ୍ୟାରିକେଡ୍ ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଯିବା ବେଳେ ଜଳପ୍ରୟୋଗ କଲା ପୁଲିସ
ପାଟନା : ମଙ୍ଗଳବାର ପାଟନାରେ ଶତାଧିକ ଛାତ୍ର ଓ ଚାକିରି ଆଶାୟୀ ପୁଲିସ୍ ବ୍ୟାରିକେଡ୍ ଭାଙ୍ଗି ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ବାସଭବନ ଅଭିମୁଖେ ମାର୍ଚ୍ଚ କରିଥିଲେ। ଏହି ସମୟରେ ପୁଲିସ୍ ସହ ସେମାନଙ୍କର ସଂଘର୍ଷ ହୋଇଥିଲା। ପ୍ରତିବାଦକାରୀମାନେ ୭୦ତମ ବିପିଏସ୍‌ପି ପରୀକ୍ଷା ବାତିଲ କରିବା ପାଇଁ ଦାବି କରୁଛନ୍ତି। ଏଥି ସହ ପ୍ରଶ୍ନପତ୍ର ଲିକ୍, ପରୀକ୍ଷାରେ ଅନିୟମିତତା ଏବଂ ନିଯୁକ୍ତି ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ନେଇ ସେମାନେ ଚିନ୍ତା ପ୍ରକଟ କରିଛନ୍ତି। ଆନ୍ଦୋଳନକାରୀଙ୍କୁ ରୋକିବା ପାଇଁ ରାସ୍ତାରେ ଲଗାଯାଇଥିବା ବ୍ୟାରିକେଡ୍ ଭାଙ୍ଗି ଆନ୍ଦୋଳନକାରୀ ଆଗକୁ ବଢ଼ିବା ପରେ ସଂଘର୍ଷ ଆରମ୍ଭ ହୋଇଥିଲା। ପୁଲିସ୍ କର୍ମଚାରୀମାନେ ଆନ୍ଦୋଳନକାରୀଙ୍କୁ ରୋକିବାକୁ ଚେଷ୍ଟା କରିବାରୁ ଉଭୟ ପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ୍ ବିଭିନ୍ନ ସ୍ଥାନରେ ଲାଠିଚାର୍ଜ କରିବା ସହ ପ୍ରତିବାଦକାରୀମାନଙ୍କୁ ଛତ୍ରଭଙ୍ଗ କରିବା ପାଇଁ ୱାଟର କ୍ୟାନନ୍‌ ବ୍ୟବହାର କରିଥିଲା। ଏହା ସତ୍ତ୍ୱେ ଛାତ୍ରମାନେ ମାର୍ଚ୍ଚ ଜାରି ରଖି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଆହୁରି ନିକଟତର ହୋଇଥିଲା। ସକାଳ ପ୍ରାୟ ୧୦ଟାରେ ଗାନ୍ଧୀ ମୈଦାନରୁ ମାର୍ଚ୍ଚ ଆରମ୍ଭ ହୋଇଥିଲା। ଛାତ୍ରମାନେ ସ୍ଲୋଗାନ ଦେଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଯାଉଥିଲେ। ଏହି ଆନ୍ଦୋଳନ ପାଟନାର ଗର୍ଦ୍ଦନୀବାଘ ଅଞ୍ଚଳରେ ପ୍ରତିଯୋଗିତାମୂଳକ ପରୀକ୍ଷା ଓ ନିଯୁକ୍ତି ସମ୍ବନ୍ଧୀୟ ବିଭିନ୍ନ ଦାବିକୁ ନେଇ ଛାତ୍ର ଓ ଚାକିରି ଆଶାୟୀମାନଙ୍କ ଚାଲିଥିବା ପ୍ରତିବାଦର ଏକ ଅଂଶ। ପ୍ରତିବାଦର ଗୋଟିଏ ଦିନ ପୂର୍ବରୁ ଛାତ୍ର ପ୍ରତିନିଧିମାନେ ବିହାର ସରକାରଙ୍କ ସହ ଆଲୋଚନା କରିଥିଲେ। ଆଲୋଚନାକୁ ସକାରାତ୍ମକ ବୋଲି କୁହାଯାଇଥିଲେ ମଧ୍ୟ ପ୍ରତିବାଦକାରୀମାନେ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲେ। ସେମାନେ ଗାନ୍ଧୀ ମୈଦାନରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପର୍ଯ୍ୟନ୍ତ ମାର୍ଚ୍ଚ କରିବାକୁ ଘୋଷଣା କରିଥିଲେ। ଛାତ୍ର ନେତା ସୌରଭ କୁମାର କହିଥିଲେ ଯେ ସରକାରଙ୍କ ସହ ଆଲୋଚନା ‘ସକାରାତ୍ମକ’ ଥିଲା। କିନ୍ତୁ ଏକକ ପରୀକ୍ଷା କରାଇବା ସମେତ ନିଜ ଦାବିଗୁଡ଼ିକ ପୂରଣ ପାଇଁ ପ୍ରତିବାଦ ଜାରି ରହିବ ବୋଲି ସେ କହିଥିଲେ। ମଙ୍ଗଳବାର ପ୍ରତିବାଦ ସମୟରେ ଜଣେ ଛାତ୍ର ନେତା କହିଥିଲେ, “ଆମେ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ଭେଟିବାକୁ ଚାହୁଁଛୁ, କାରଣ ସରକାର ଆମକୁ ବାରମ୍ବାର କନିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିବାକୁ କହୁଛନ୍ତି ଏବଂ ତା’ପରେ ମାମଲାଟି ସେଠାରେ ଶେଷ ହୋଇଯାଉଛି। ଯଦି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାର ସୁଯୋଗ ଦିଆଯାଏ ଏବଂ ଏକ ସରକାରୀ ନୋଟିସ୍ ଜାରି କରାଯାଏ, ତେବେ ଆମେ ଆମର ପ୍ରତିବାଦ ଶେଷ କରିବାକୁ ପ୍ରସ୍ତୁତ। ସେ କହିଥିଲେ ଯେ ଆଲୋଚନା ପାଇଁ ଏକ ପ୍ରତିନିଧିମଣ୍ଡଳ ଗଠନ କରିବାକୁ ପ୍ରତିବାଦକାରୀମାନଙ୍କୁ କୁହାଯାଇଥିଲା। କିନ୍ତୁ ସେମାନେ ସ୍ପଷ୍ଟ କରିଦେଇଥିଲେ ଯେ କେବଳ ମୁଖ୍ୟମନ୍ତ୍ରୀଙ୍କୁ, ନଚେତ ବିକଳ୍ପ ଭାବେ ଶିକ୍ଷାମନ୍ତ୍ରୀଙ୍କୁ ଭେଟିବେ।

ଝାଡ଼ଖଣ୍ଡ ଆନ୍ଦୋଳନ: ୫୦୦ ଅଜଣା ଛାତ୍ରଙ୍କ ସମେତ ୬୦୦ ପ୍ରତିବାଦକାରୀଙ୍କ ବିରୋଧରେ ମାମଲା
ରାଞ୍ଚି: ରାଞ୍ଚିରେ ଝାଡ଼ଖଣ୍ଡ ବିଧାନସଭା ଅଭିମୁଖେ ହୋଇଥିବା ପଦଯାତ୍ରାକୁ ନେଇ ପୁଲିସ ୬୦୦ ଜଣ ପ୍ରତିବାଦକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏଥିରେ ୧୦୦ ଜଣଙ୍କ ନାମ ଥିବାବେଳେ, ୫୦୦ ଜଣ ଅଜଣା ଛାତ୍ର ଓ ଅନ୍ୟ ପ୍ରତିବାଦକାରୀଙ୍କୁ ମଧ୍ୟ ମାମଲାରେ ସାମିଲ କରାଯାଇଛି। ଝାଡ଼ଖଣ୍ଡର ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ଛାତ୍ରମାନଙ୍କ ଆନ୍ଦୋଳନ ୨୦ ଦିନରେ ପହଞ୍ଚିଛି। ପରୀକ୍ଷା ପ୍ରକ୍ରିୟାରେ ସଂସ୍କାର, କିଛି ପରୀକ୍ଷା ବାତିଲ ଏବଂ ଏକ ସ୍ୱାଧୀନ ତଦନ୍ତ ଦାବି କରି ଛାତ୍ରମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଜେପିଏସ୍‌ସି- ଜେଏସଏସସି ସଂସ୍କାର ମଞ୍ଚ ରାଞ୍ଚିର ଜୟପାଲ ସିଂହ ମୁଣ୍ଡା ଷ୍ଟାଡିୟମରେ ଧାରଣା ଦେଉଛି। ନିଯୁକ୍ତି ପରୀକ୍ଷାରେ ଅଧିକ ସ୍ୱଚ୍ଛତା, ଅନେକ ପରୀକ୍ଷା ବାତିଲ ଏବଂ ସିବିଆଇ କିମ୍ବା ଝାଡ଼ଖଣ୍ଡ ବାହାରର ଅବସରପ୍ରାପ୍ତ ବିଚାରପତିମାନଙ୍କୁ ନେଇ ଗଠିତ ଏକ କମିଟି ଦ୍ୱାରା ସ୍ୱାଧୀନ ତଦନ୍ତ ଦାବି କରାଯାଉଛି। ଉଲ୍ଲେଖ‌ଯୋଗ୍ୟ ସୋମବାର ପ୍ରତିବାଦକାରୀମାନେ ବିଧାନସଭା ଅଭିମୁଖେ ପଦଯାତୟା କରିବା ସମୟରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ସୁରକ୍ଷାକର୍ମୀମାନେ ଆନ୍ଦୋଳନକାରୀଙ୍କୁ ହଟାଇବା ପାଇଁ ଲାଠିଚାର୍ଜ, ପାଣି ତୋପ ଏବଂ ଲୁହବୁହା ଗ୍ୟାସ ବ୍ୟବହାର କରିଥିଲେ। ଏହା ପରେ ବିଜେପି ପୁଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ସାରା ରାଜ୍ୟରେ ବନ୍ଦ ପାଳନ କରିଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ବୁଧବାର ଚେତାବନୀ ଦେଇଥିଲେ ଯେ ଏକ ସପ୍ତାହ ମଧ୍ୟରେ ସିବିଆଇ ତଦନ୍ତ ଦାବି ପୂରଣ ନହେଲେ ସେ ଅନଶନରେ ବସିବେ। ଏହି ପ୍ରସଙ୍ଗରେ ଏବିଭିପି ମଧ୍ୟ ୧,୨୦୦ରୁ ଅଧିକ ବିଶ୍ୱବିଦ୍ୟାଳୟରେ ପ୍ରତିବାଦ କରିବାକୁ ଘୋଷଣା କରିଛି। ୨୦୨୪ ମସିହାର ଅବକାରୀ କନଷ୍ଟେବଲ୍ ଶାରୀରିକ ପରୀକ୍ଷା ସମୟରେ ମୃତ୍ୟୁବରଣ କରିଥିବା ୧୯ ଜଣଙ୍କ ପରିବାରକୁ ପ୍ରତ୍ୟେକ ୧ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ଦାସ ଦାବି କରିଛନ୍ତି।

ମଧ୍ୟପ୍ରାଚ୍ୟରେ ଦୀର୍ଘ ସାମରିକ ମୁତୟନ ମଧ୍ୟରେ ଜାହାଜରୁ ସମୁଦ୍ରକୁ ଡେଇଁବାକୁ ଆମେରିକୀୟ ନାବିକଙ୍କ ଉଦ୍ୟମ
ୱାସିଂଟନ୍‌: ଇରାନ ବିରୋଧରେ ଡୋନାଲ୍ଡ ଟ୍ରମ୍ପଙ୍କ ଦୀର୍ଘକାଳୀନ ଯୁଦ୍ଧ ପାଇଁ ଏବେ ଆମେରିକୀୟ ନାବିକମାନେ ମାନସିକ ବିଷାଦଗ୍ରସ୍ତ ହୋଇ ଯାଇଛନ୍ତି। ଫଳରେ ସେମାନେ ନିଜ ଜୀବନ ନେବା ପାଇଁ ସମୁଦ୍ରକୁ ଡେଇଁ ପଡୁଛନ୍ତି। ଯୁଦ୍ଧବିମାନ ବାହକ ଜାହାଜ ୟୁଏସଏସ ଆବ୍ରାହମ ଲିଙ୍କନରେ ନିୟୋଜିତ କିଛଚ ନାବିକ ସମୁଦ୍ରକୁ ଡେଇଁବାକୁ ଚେଷ୍ଟା କରିଥିବା ଖବର ମିଳିଛି। ସାମରିକ ପରିବାର ଓ ଆମେରିକୀୟ ସାଂସଦମାନେ ଚେତାବନୀ ଦେଇଛନ୍ତି ଯେ ଜାହାଜର ପରିସ୍ଥିତି ଏବେ ସହନଶୀଳତାର ସୀମାରେ ପହଞ୍ଚିଛି। ରିପୋର୍ଟ ଅନୁସାରେ, ଜାହାଜର କିଛି ନାବିକ ସମୁଦ୍ରକୁ ଡେଇଁବା ବିଷୟରେ ଚିନ୍ତା କରିଥିବା କିମ୍ବା ଚେଷ୍ଟା କରିଥିବା ଏକାଧିକ ଘଟଣା ଘଟିଛି। ଅନ୍ତତଃ ଜଣେ ନାବିକଙ୍କୁ ଅନ୍ୟ ଜଣେ ନାବିକ ସମୁଦ୍ରକୁ ଡେଇଁବାରୁ ରୋକିଥିଲେ। ଜାହାଜରେ ଥିବା କିଛି ନାବିକଙ୍କ ମଧ୍ୟରେ ଆତ୍ମହତ୍ୟା ସମ୍ପର୍କିତ ଚିନ୍ତା ଥିବା ନେଇ ମଧ୍ୟ ପରିବାରଗୁଡ଼ିକ ଚିନ୍ତା ପ୍ରକାଶ କରିଛନ୍ତି। ଗତ ଗୁରୁବାର ସାନ୍ ଡିଏଗୋରେ ପ୍ରାୟ ୨୦୦ ଜଣ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ହୋଇଥିବା ଟାଉନ୍ ହଲ୍ ବୈଠକରେ ପରିବାରଗୁଡ଼ିକ ନୌସେନାର ନେତୃତ୍ୱ ସମ୍ମୁଖରେ ସିଧାସଳଖ ନିଜ ଚିନ୍ତା ପ୍ରକାଶ କରିଥିଲେ। ସେମାନଙ୍କ ମଧ୍ୟରେ କାର୍ଯ୍ୟବାହକ ନୌସେନା ସଚିବ ହଙ୍ଗ କାଓ ଓ ବରିଷ୍ଠ ନୌସେନା ଅଧିକାରୀମାନେ ଥିଲେ। ଜଣେ ନାବିକଙ୍କ ପତ୍ନୀ ଅଧିକାରୀମାନଙ୍କୁ କହିଥିଲେ ଯେ ତାଙ୍କ ସ୍ୱାମୀ ସେହି ଦିନ ତାଙ୍କୁ ମେସେଜ୍ କରି କହିଥିଲେ, ‘ଆଶା କରୁଛି ମୁଁ ଆସନ୍ତାକାଲି ଉଠିବି ନାହିଁ।‘ ଆଉ ଜଣେ ପରିବାର ସଦସ୍ୟ ନୌସେନା ନେତୃତ୍ୱ ବିରୋଧରେ ଅଭିଯୋଗ କରି କହିଥିଲେ ଏହା ଆମ ଓ ନେତୃତ୍ୱ ମଧ୍ୟରେ ଥିବା ଭରସା ଭାଙ୍ଗି ଦେଇଛି। ଅନ୍ୟ ଜଣେ କହିଛନ୍ତି, ତାଙ୍କ ସ୍ୱାମୀଙ୍କ ମୁତୟନ ଅବଧି ବାରମ୍ବାର ବଢ଼ାଯିବା ପରେ ସେ ସମୁଦ୍ରକୁ ଡେଇଁବାକୁ ଚେଷ୍ଟା କରିଥିଲେ। ସେ କହିଥିଲେ, ‘ସେ ଭୟଭୀତ। ସେ ଭାବୁଛନ୍ତି ଯେ ତାଙ୍କୁ ଅସମ୍ମାନଜନକ ଭାବେ ସେବାରୁ ବରଖାସ୍ତ କରାଯିବ। କେବଳ ସେ ମାନସିକ ଭାବେ ଥକିପଡ଼ିଥିବାରୁ ତାଙ୍କ ୧୩ ବର୍ଷର କ୍ୟାରିୟର ଏମିତି ନଷ୍ଟ ହୋଇଯାଉଛି।

ବିମାନ ପରିଚାଳନା ଓ ସୁରକ୍ଷା ଉପରେ କଡ଼ା ନଜର ରଖିବାକୁ ଏୟାର ଇଣ୍ଡିଆକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ବିମାନର ପରିଚାଳନାଗତ ତ୍ରୁଟି ଓ କ୍ରମାଗତ ସୁରକ୍ଷା ସମସ୍ୟାକୁ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଗଭୀର ଚିନ୍ତା ପ୍ରକଟ କରିଛି। ବିମାନ ଚଳାଚଳର ସୁରକ୍ଷା ସୁନିଶ୍ଚିତ କରିବା ଏବଂ କାର୍ଯ୍ୟପ୍ରଣାଳୀ ଉପରେ କଡ଼ା ନଜର ରଖିବା ପାଇଁ ସରକାର ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବେସାମରିକ ବିମାନ ଚଳାଚଳ ମହାନ୍ନିର୍ଦ୍ଦେଶାଳୟକୁ ଡ୍ରଗ୍-ଟେଷ୍ଟିଂ ନିୟମରେ ତୁରନ୍ତ ସଂଶୋଧନ କରିବା ଏବଂ ବାଧ୍ୟତାମୂଳକ ପରୀକ୍ଷା ପରିସର ବୃଦ୍ଧି କରିବାକୁ କୁହାଯାଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରକୃତ କୋକେନ୍ କିମ୍ବା ଅନ୍ୟାନ୍ୟ ‘ମାରାତ୍ମକ ଡ୍ରଗ୍ସ’ ଗ୍ରହଣ କରି ଧରାପଡ଼ୁଥିବା କର୍ମଚାରୀଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରାଯିବ, ଯେଉଁଠାରେ ଔଷଧ ସେବନ ହେତୁ ପଜିଟିଭ୍ ଆସୁଥିବା ବ୍ୟକ୍ତିଙ୍କୁ ସୁଯୋଗ ପ୍ରଦାନ କରାଯିବ। ଗତ ଅଗଷ୍ଟ ୪ ତାରିଖରେ ୧୪୫ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ନେଇ ଫୁକେଟରୁ ଦିଲ୍ଲୀ ଆସୁଥିବା ‘ଏଆଇ୨୩୭୯’ ବିମାନ ଆକାଶମାର୍ଗରେ ହଠାତ୍ ଜରୁରୀକାଳୀନ ପରିସ୍ଥିତିର ସାମ୍ନା କରିଥିଲା। ଏହି ସମୟରେ ବିମାନର ହାଇଡ୍ରୋଲିକ୍ସ ସିଷ୍ଟମ୍, କବାଟ ଏବଂ ଆଲଟିଚ୍ୟୁଡ୍ ନିୟନ୍ତ୍ରଣ କରୁଥିବା ‘ଏଲିଭେଟର’କୁ ନେଇ ଏକାଧିକ ଚେତାବନୀ ସିଗ୍ନାଲ୍ ମିଳିଥିଲା ଏବଂ ଅଟୋପାଇଲଟ୍ ମଧ୍ୟ ବନ୍ଦ ହୋଇଯାଇଥିଲା। ବିମାନଟି ହଠାତ୍ ତଳକୁ ଖସିପଡ଼ିବାରୁ ଅନେକ ଯାତ୍ରୀ ଓ କ୍ରିୟୁ ସଦସ୍ୟ ଆହତ ହୋଇଥିଲେ। ତେବେ କୋ-ପାଇଲଟଙ୍କ ସୂଚନା ଓ ଧୈର୍ଯ୍ୟ ଯୋଗୁଁ ବିମାନଟି ସୁରକ୍ଷିତ ଭାବେ ଦିଲ୍ଲୀରେ ଅବତରଣ କରିପାରିଥିଲା। ଏହି ଘଟଣା ସମୟରେ ବିମାନର ମୁଖ୍ୟ ପାଇଲଟଙ୍କ ବ୍ୟବହାର ଓ ଶାରୀରିକ ସ୍ଥିତିକୁ ନେଇ ସଦସ୍ୟମାନେ ଅଭିଯୋଗ କରିଛନ୍ତି। ଡ୍ରଗ୍ ପରୀକ୍ଷାରେ ପଜିଟିଭ୍ ଆସିବା ନେଇ ପାଇଲଟ୍ ଦାବି କରିଛନ୍ତି ଯେ ସେ ବ୍ୟକ୍ତିଗତ କାରଣରୁ ନିଦ୍ରାହୀନତାର ଶିକାର ହୋଇ ଡାକ୍ତରଙ୍କ ପରାମର୍ଶରେ ନିଦ ବଟିକା ଖାଉଥିଲେ, ଯେଉଁଥିପାଇଁ ଟେଷ୍ଟ୍ ପଜିଟିଭ୍ ଆସିଛି। ଅନ୍ୟପଟେ, ବିମାନରେ ମିଳିଥିବା ଚେତାବନୀଗୁଡ଼ିକ ସତ୍ୟ ଥିଲା ନା ଯାନ୍ତ୍ରିକ ତ୍ରୁଟି ଥିଲା, ସେ ନେଇ ‘ଏୟାରବସ୍’ର ଏକ ସ୍ୱେଚ୍ଛାସେବୀ ଟିମ୍ ଏବଂ ଫ୍ରାନ୍ସର ବିମାନ ଚଳାଚଳ ନିୟନ୍ତ୍ରକ ସଂସ୍ଥା ଭାରତରେ ପହଞ୍ଚି ‘ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ’ ସହ ମିଶି ତଦନ୍ତ ଚଳାଇଛନ୍ତି। ବେସାମରିକ ବିମାନ ଚଳାଚଳ ସଚିବ ସମୀର ସିହ୍ନା ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ ଜଣାଇଛନ୍ତି ଯେ, ଏହି ଘଟଣାରେ ଦୋଷୀ ସାବ୍ୟସ୍ତ କୌଣସି ବି ବ୍ୟକ୍ତି ନିସ୍ତାର ପାଇବେନି ଏବଂ ତାଙ୍କ ବିରୋଧ‌ରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ।

ଆସାମ-ଅରୁଣାଚଳ ସୀମାରେ ସଦ୍ୟ ସଂଘର୍ଷ
ଗୌହାଟୀ : ଆସାମ-ଅରୁଣାଚଳ ପ୍ରଦେଶ ସୀମାରେ ଆଜି ପୁଣିଥରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି। ବୁଧବାର ଅନେକ ଛାତ୍ର ଏବଂ ସାମାଜିକ ସଂଗଠନ ଆସାମର ଜାଗୁନକୁ ଅରୁଣାଚଳ ପ୍ରଦେଶର ନାମଚିକ ଏବଂ ଜୟରାମପୁରକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ କରିଥିଲେ। ତେବେ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିବା ସମୟରେ ପରିସ୍ଥିତି ଅଣାୟତ ହୋଇପଡିଥିବାରୁ ପୁଲିସ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଫାଙ୍କା ଗୁଳି ଚାଳନା କରିଥିଲା। ବୁଧବାର ସକାଳ ପ୍ରାୟ ୫ଟାରେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା। ଆନ୍ଦୋଳନକାରୀମାନେ ରାସ୍ତାରେ ଟାୟାର ଜାଳି ଦୁଇ ରାଜ୍ୟ ମଧ୍ୟରେ ଯାତାୟାତ ଅବରୋଧ କରିଥିଲେ। ସଂଗଠନଗୁଡ଼ିକ କହିଛନ୍ତି ଯେ ସେମାନଙ୍କର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ। ଆନ୍ଦୋଳନରେ ତକାମ୍ ମିସିଂ ପୋରିନ୍ କେବାଙ୍ଗ୍ , ମିସିଂ ମିରି କୃଷକ ସଂଗ୍ରାମ ସମିତି, ଗୋର୍ଖା ଛାତ୍ର ସଂଘ ଏବଂ ଛାତ୍ର ମୁକ୍ତି ସଂଗ୍ରାମ ସମିତିର ସଦସ୍ୟମାନେ ଯୋଗ ଦେଇଥିଲେ। ଧେମାଜି ଜିଲ୍ଲାର ଗୋଗାମୁଖର ମିଙ୍ଗମା ବାଡାଟି ଗାଁରେ ଘଟିଥିବା ଗୁଳିକାଣ୍ଡ ଘଟଣାକୁ ନେଇ ଆନ୍ଦୋଳନକାରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସଂଗଠନଗୁଡ଼ିକ ଅଭିଯୋଗ କରିଛନ୍ତି ଯେ ଅରୁଣାଚଳ ପ୍ରଦେଶର କିଛି ସନ୍ଦିଗ୍ଧ ବ୍ୟକ୍ତି ଗାଁରେ ଅଚାନକ ଗୁଳିଚାଳନା କରିଥିଲେ। ଆନ୍ଦୋଳନକାରୀ ସଂଗଠନଗୁଡ଼ିକ ଏହି ଘଟଣାର ନିନ୍ଦା କରିଛନ୍ତି ଏବଂ ଅପରାଧୀଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସାମାଜିକ ଗଣମାଧ୍ୟମରୁ ଦୂରେଇ ରହିବାକୁ ‘ଜେନ୍‌ ଜି’ଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ‘ଜେନ୍‌ ଜି’ଙ୍କୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ଦେଇ କହିଛନ୍ତି ଯେ ଭବିଷ୍ୟତରେ ଆମକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପରି ଲକ୍ଷ ଲକ୍ଷ ଯୁବକଙ୍କ ଆବଶ୍ୟକତା ଅଛି। ଯୁବପିଢ଼ିଙ୍କୁ ଆହ୍ୱାନ ଦେଇ ମୋଦୀ କହିଛନ୍ତି, ଏହା ରିଲ୍‌ର ଯୁଗ ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର୍‌ମାନେ ଆପଣଙ୍କୁ ଆକର୍ଷିତ କରୁଛନ୍ତି। ତେବେ ସର୍ଟକଟରୁ ସାବଧାନ ରୁହନ୍ତୁ। ପ୍ରଧାନମନ୍ତ୍ରୀ ମୋଦୀ ଯୁବପିଢ଼ିଙ୍କୁ ଦୀର୍ଘ ଓ ଅଧିକ ଅର୍ଥପୂର୍ଣ୍ଣ ପଥ ବାଛିବାକୁ ଆହ୍ୱାନ କରିଛନ୍ତି। ମୋଦୀ କହିଛନ୍ତି ଯେ, ରେଳଷ୍ଟେସନରେ କିଛି ଲୋକ ପାଦଚଲା ପୋଲ ବ୍ୟବହାର କରିବା ପରିବର୍ତ୍ତେ ରେଳ ଟ୍ରାକ ପାର କରନ୍ତି କାରଣ ସେମାନେ ଏହାକୁ ଏକ ସର୍ଟକଟ୍‌ ଭାବରେ ଦେଖନ୍ତି। କିନ୍ତୁ ସର୍ଟକଟ୍ ତୁମ ଜୀବନକୁ ଛୋଟ କରିଦେବ। ସର୍ଟକଟ୍‌ ପ୍ରତି ସାବଧାନ ଓ ଇନଫ୍ଲୁଏନ୍ସର୍‌ଙ୍କ ଠାରୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସେ ଯୁବପିଢ଼ିଙ୍କୁ ଆତ୍ମଜୀବନୀ ପଢିବାକୁ ଆହ୍ୱାନ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ‘ଟ୍ରାଏମ୍ଫ ଅଫ୍ ଦି ଇଣ୍ଡିଆନ୍ ରିପବ୍ଲିକ୍: ମାଇଁ ଲାଇଫ୍, ମାଇଁ ଷ୍ଟ୍ରଗଲ୍ସ’ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ରାଷ୍ଟ୍ରପତି ପରି ସର୍ବୋଚ୍ଚ ପଦବୀରୁ ଅବସର ନେବା ପରେ ମଧ୍ୟ କୋବିନ୍ଦ ବିଶ୍ରାମ ନେଇନାହାନ୍ତି। ସେ ଏବେବି ଏକ ରାଷ୍ଟ୍ର, ଏକ ନିର୍ବାଚନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କାମ କରୁଛନ୍ତି। ସେ ଦେଶକୁ ଜାଗ୍ରତ କରୁଛନ୍ତି। ଏହା ଏପରି ଏକ ବିଷୟ ଯାହାର ସଂକଳ୍ପ ଦେଶର ଗଣତନ୍ତ୍ରରେ ଏକ ନୂତନ ଅଧ୍ୟାୟ ଖୋଲିପାରେ। ମୁଁ ବିଶ୍ୱାସ କରେ ଦେଶର ଲୋକମାନେ ଏହି ସମର୍ପଣ ଓ ସେବା ମନୋଭାବରୁ ବହୁତ କିଛି ଶିଖିପାରିବେ। ମୋଦୀ କହିଛନ୍ତି, ଦୈନନ୍ଦିନ ଜୀବନରେ ସକ୍ରିୟ ଥିବା ସମୟରେ ଆତ୍ମଜୀବନୀ ପାଇଁ ସମୟ ବାହାର କରିବା ବହୁତ କଷ୍ଟକର। ରାମନାଥ କୋବିନ୍ଦ ଆମ ସମସ୍ତଙ୍କ ପାଇଁ ଏହା କରିଛନ୍ତି। କାରଣ ତାଙ୍କ ଜୀବନରେ ଏପରି ବହୁତ କିଛି ଅଛି ଯେଉଁଥିରେ ଗରିବ ଓ ବଞ୍ଚିତ ପୃଷ୍ଠଭୂମିର ଅନେକ ଲୋକ ନିଜ ଜୀବନର ପ୍ରତିଫଳନ ଦେଖିପାରିବେ। ସାଧାରଣ ପରିବାରଗୁଡ଼ିକ କିପରି କଠିନ ପରିସ୍ଥିତିରେ ମଧ୍ୟ ସଚ୍ଚୋଟ ରୁହନ୍ତି, କିପରି ସେହି ଆଦର୍ଶଗୁଡ଼ିକ ପରବର୍ତ୍ତୀ ସମୟରେ ଆମ ଜୀବନର ମୂଳଦୁଆ ହୋଇଯାଏ। କିପରି ଆମର କଠିନ ସମୟର ମୂଲ୍ୟବୋଧ ଆମକୁ ସାରା ଜୀବନ ଆଲୋକିତ କରିଚାଲିଥାଏ। କିପରି ଏହି ପବିତ୍ରତା ଆମକୁ ରାଷ୍ଟ୍ର ସେବା କରିବାକୁ ଶକ୍ତି ପ୍ରଦାନ କରେ ତାହା ଆତ୍ମଜୀବନୀରୁ ଜାଣିବାକୁ ମିଳିପାରିବ।

ଆସାମ ବନ୍ୟା ପ୍ରଭାବିତଙ୍କ ଥଇଥାନ ପାଇଁ ୧,୦୦୦ କୋଟି ଆବଶ୍ୟକ: ହିମନ୍ତ ବିଶ୍ୱ ଶର୍ମା
ଗୌହାଟୀ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବୁଧବାର କହିଛନ୍ତି , ରାଜ୍ୟ‌ରେ ବନ୍ୟା ପ୍ରଭାବିତ ଲୋକଙ୍କ ଥଇଥାନ ପାଇଁ ପ୍ରାୟ ୧,୦୦୦ କୋଟି ଟଙ୍କା ଆବଶ୍ୟକ ହେବ। ଶର୍ମା କହିଛନ୍ତି ଯେ କ୍ଷୟକ୍ଷତିର ଆକଳନ ପାଇଁ ବର୍ତ୍ତମାନ ୪ଟି ଜିଲ୍ଲାରେ ଚାଲିଥିବା ସର୍ଭେ ଅଗଷ୍ଟ ୩୦ ପର୍ଯ୍ୟନ୍ତ ଚାଲିବ। ଏହି ସର୍ଭେରେ ପ୍ରାୟ ୬୦,୦୦୦ ପ୍ରଭାବିତ ପରିବାର ଚିହ୍ନଟ ହେବା ଆଶା କରାଯାଉଛି। ସେ କହିଛନ୍ତି, ସର୍ଭେ ଶେଷ ହେବା ପରେ ପ୍ରଭାବିତ ଲୋକଙ୍କ ଜୀବନକୁ ପୁଣିଥରେ ସ୍ୱାଭାବିକ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହାୟତାର ଆଶ୍ୱାସନ ଦେଇଛନ୍ତି । ଥଇଥାନ ପାଇଁ ପ୍ରାୟ ୧,୦୦୦ କୋଟି ଆବଶ୍ୟକ ହେବାନେଇ ଆମେ ଆଶା କରୁଛୁ ବୋଲି ଶର୍ମା କହିଛନ୍ତି। ତେବେ ଏପର୍ଯ୍ୟନ୍ତ ପ୍ରାୟ ୮,୦୦୦ ପରିବାରର ସର୍ଭେ କରାଯାଇଛି ଏବଂ ୧୫୦ କୋଟିର କ୍ଷୟକ୍ଷତି ରେକର୍ଡ ହୋଇଛି। ଥଇଥାନ ପାଇଁ ଆମେ କେନ୍ଦ୍ର ସରକାରଙ୍କଠାରୁ ସହାୟତା ପାଇବୁ ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନ ଦେଇଛନ୍ତି। ସର୍ଭେରେ ଅଗଷ୍ଟ ୩୦ ସୁଦ୍ଧା ପ୍ରାୟ ୬୦,୦୦୦ ପ୍ରଭାବିତ ପରିବାର ଚିହ୍ନଟ ହେବେ ବୋଲି ଶର୍ମା କହିଛନ୍ତି। ଏହାର ସବିଶେଷ ତଥ୍ୟକୁ ସେପ୍ଟେମ୍ବର ୧୫ ସୁଦ୍ଧା ଦୁଇଥର ଯାଞ୍ଚ କରାଯିବ। ଏହା ପରେ ଆଉ ଏକ ପର୍ଯ୍ୟାୟର ଯାଞ୍ଚ କରାଯିବ, ଯାହାଦ୍ୱାରା କୌଣସି ପ୍ରଭାବିତ ପରିବାର ଯେପରି ସହାୟତା ପାଇବାରୁ ବାଦ୍‌ ପଡ଼ିବେନି। ଅଗଷ୍ଟ ୯ରେ ସଂସ୍କୃତି ବ୍ୟାପାର ମନ୍ତ୍ରୀ ବିମଳ ବୋରା କହିଥିଲେ ଯେ ପ୍ରଭାବିତ ପରିବାରଙ୍କ ପାଇଁ କ୍ଷତିପୂରଣର ପରିମାଣ ପରିବାର ପିଛା ୧.୭୮ ଲକ୍ଷରୁ ୩.୫ ଲକ୍ଷରୁ ଅଧିକ ହୋଇପାରେ। ସେ କହିଛନ୍ତି, ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଥିବା ଘର ପାଇଁ ୧.୨୦ ଲକ୍ଷ ଦିଆଯିବ। ଯେଉଁ ଘରଗୁଡ଼ିକ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି ଏବଂ ଘର ଭିତରେ ଥିବା ଇଲେକ୍ଟ୍ରୋନିକ୍ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ନଷ୍ଟ ହୋଇଛି, ସେମାନଙ୍କୁ ମଧ୍ୟ ସମାନ ପରିମାଣର ସହାୟତା ମିଳିବ। ପ୍ରତ୍ୟେକ ଗୋରୁ ପାଇଁ ପ୍ରାୟ ୩୭,୫୦୦, ନଷ୍ଟ ହୋଇଥିବା ହସ୍ତତନ୍ତ ପାଇଁ ୫,୦୦୦ ଏବଂ ଛେଳି, ମେଣ୍ଢା କିମ୍ବା ଘୁଷୁରି ମରିଗଲେ ପ୍ରତ୍ୟେକ ପଶୁ ପାଇଁ ୪,୦୦୦ କ୍ଷତିପୂରଣ ମିଳିବ। ତେବେ ପ୍ରତ୍ୟେକ ପରିବାର ପାଇଁ ସର୍ବାଧିକ ୩୦ଟି ପଶୁ ପର୍ଯ୍ୟନ୍ତ ଏହି ସହାୟତା ଦିଆଯିବ। କୁକୁଡ଼ା ଓ ଅନ୍ୟାନ୍ୟ ପକ୍ଷୀ ନଷ୍ଟ ହେବା ସହିତ ଫସଲ କ୍ଷତି ପାଇଁ ମଧ୍ୟ କ୍ଷତିପୂରଣ ଦିଆଯିବ। ସମସ୍ତ କ୍ଷତିକୁ ହିସାବକୁ ନେଲେ ପ୍ରତ୍ୟେକ ପ୍ରଭାବିତ ପରିବାର ସର୍ବନିମ୍ନ ୧.୭୮ ଲକ୍ଷ ଏବଂ ସର୍ବାଧିକ ୩.୫ ଲକ୍ଷରୁ ଅଧିକ କ୍ଷତିପୂରଣ ପାଇପାରନ୍ତି ବୋଲି ବୋରା କହିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏପ୍ରିଲ୍‌ରୁ ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଆସିଥିବା ବନ୍ୟାରେ ୨୫ଟି ଜିଲ୍ଲା, ୯୦ଟି ରେଭେନ୍ୟୁ ସର୍କଲ୍ ଏବଂ ୨,୭୧୫ଟି ଗାଁ ପ୍ରଭାବିତ ହୋଇଛି। ଏଥିରେ ୧୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ୧୦୧ ଜଣଙ୍କ ମୃତ୍ୟୁ ଘଟିଛି। ଜୁଲାଇ ୧୯ରୁ ଆରମ୍ଭ ହୋଇଥିବା ବନ୍ୟାର ଦ୍ୱିତୀୟ ପର୍ଯ୍ୟାୟରେ ଶିବସାଗର, ଚରାଇଦେଓ, ଗୋଲାଘାଟ ଏବଂ ଯୋରହାଟ ଏବେ ମଧ୍ୟ ବନ୍ୟା ପ୍ରଭାବିତ। ଶର୍ମା କହିଛନ୍ତି ଯେ ଚରାଇଦେଓ, ଗୋଲାଘାଟ ଏବଂ ଯୋରହାଟ ଜିଲ୍ଲାରେ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି। କିନ୍ତୁ ଶିବସାଗରର ୩ଟି ରେଭେନ୍ୟୁ ସର୍କଲ୍ ଏବେ ମଧ୍ୟ ପ୍ରଭାବିତ। ସେଠାରେ ୬୩ଟି ଗାଁ ଜଳମଗ୍ନ ଥିବା ବେଳେ ୧୫ଟି ରିଲିଫ୍ କ୍ୟାମ୍ପରେ ୪,୧୮୮ ଜଣ ବିସ୍ଥାପିତ ଲୋକ ରହୁଛନ୍ତି।