ଅନ୍ତର୍ଜାତିକ ଷ୍ଟେସନ୍‌ରେ କେଶ କଟା

ମହାକାଶରେ ମହାକାଶଚାରୀମାନଙ୍କ ନାନା ପ୍ରକାରର କାର୍ଯ୍ୟକଳାପ ଇଣ୍ଟରନେଟ୍‌ରେ ଭାଇରଲ୍‌ ହେଇଥାଏ । ନିକଟରେ ମହାକାଶରେ ପିଜା ପାର୍ଟିର ଏକ ଭିଡିଓ ଭାଇରାଲ୍‌ ହୋଇଥିଲା, ଯାହାକୁ ବହୁ ଲୋକ ପସନ୍ଦ କରିଥିଲେ । ସେହିପରି ମହାକାଶରେ କେଶ କାଟିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ୨୯ ହଜାରରୁ ଅଧିକ ଭୁ୍ୟଅରସ୍‌ ମିଳିସାରିଲାଣି । ଭିଡିଓ ଦୃଶ୍ୟରେ ଏକ ଆନ୍ତର୍ଜାତିକ ମହାକାଶ ଷ୍ଟେସନ୍‌ରେ ଭାରତୀୟ ବଂଶୋଦ୍ଭବ ତଥା ମହାକାଶଚାରୀ ରାଜା ଚାରି ନିଜ ସାଥୀ ମହାକାଶଚାରୀ ମ୍ୟାଥିଅସ୍‌ ମୈରେର୍‌ଙ୍କ କେଶ କାଟୁଛନ୍ତି । ଏହି ଭିଡିଓ ମୈରେର୍‌ ଟୁଇଟ୍‌ କରିଛନ୍ତି । ମୈରେର୍‌ ଏକ ଜିନିଷକୁ ଧରି ଆଣ୍ଠେଇ ରହିଥିବା ବେଳେ ରାଜା ଚାରି ଭ୍ୟାକୁମ୍‌ ଲଗା ଟ୍ରିମର୍‌ରେ ସାହାଯ୍ୟରେ ତାଙ୍କ କେଶ କାଟୁଛନ୍ତି ।

ଏହି ନିଆାରା ଟୁଇଟ୍‌ରେ ମୈରେର୍‌ ଲେଖିଛନ୍ତି- ବହୁଗୁଣରେ ପରିପୂର୍ଣ୍ଣ ମହାକାଶଚାରୀ-ବାରିକ ରାଜା ଚାରି ଥିବା ମହାକାଶ ସେଲୁନକୁ ଆସ;ୁ । ଆମେମାନେ ଆଖିର ପତା ରଖିବାକୁ ଚାହୁଁନା । ମହାକାଶ କେନ୍ଦ୍ର ବ୍ୟବସ୍ଥାରେ ଚଳିବା ପାଇଁ ତାହା ଅଡୁଆ କରେ । ଆମ ବାରିକ ଭ୍ୟାକୁମ୍‌ ଲଗା ହେୟାର୍‌ କ୍ଲିପର୍‌ ଧରି ଆସେ । ଏ ଭଳି ମହାକାଶ ଷ୍ଟାଇଲିଷ୍ଟ ସେବାକୁ ଉନ୍ନତ ମାନ୍ୟତା ମିଳୁ ।

କହି ରଖୁକି, ଡିସେମ୍ବର ୧୯ ତାରିଖରେ ଉକ୍ତ ଭିଡିଓଟି ସେୟାର ହୋଇଥିଲା ।

Comments are closed.