ଆର୍ମି ପୋଷାକରେ ୫ ଆତଙ୍କବାଦୀ

0

ସମୟ ଲାଇଭ୍‍,୨୧/୧୦: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ବାରମ୍ବାର ଭାରତକୁ ଆକ୍ରମଣର ଧମକ ଦେଇଆସୁଛି। ତେବେ ଆର୍ମି ପୋଷାକରେ ୫ ଜଣ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିଥିବା ସୁରକ୍ଷା ବାହିନୀକୁ ସୂଚନା ମିଳିଛି। ରାଜଧାନୀ ଦିଲ୍ଲୀର ୪୦୦ ଦୁର୍ଗ ଓ ଜନବହୁଳ ଅୟ୍‍ଚଳକୁ ଆତଙ୍କବାଦୀମାନେ ଟାର୍ଗେଟ କରୁଥିବା ସନ୍ଦେହ କରାଯାଉଛି। ତେବେ ଏନେଇ ସୁରକ୍ଷାବାହିନୀ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ଦିଲ୍ଲୀ ସମେତ ଉତ୍ତରପ୍ରଦେଶ, ହରିୟାଣା ଓ ଏନସିଆର ଅଧୀନ ଅନ୍ୟ ଅଞ୍ଚଳକୁ ଆଲର୍ଟ ଜାରି କରାଯାଇଛି। ଆତଙ୍କବାଦୀଙ୍‍ ନଜରରେ ଥିବା ୧୫ଟି ଅଞ୍ଚଳ ମଧ୍ୟରୁ ୮ଟି ଜିଲ୍ଲା ଓ ଦିଲ୍ଲୀରେ ଥିବା ଇମାରତଗୁଡ଼ିକର ସୁରକ୍ଷା ବଢ଼ାଇଦିଆଯାଇଛି। ଏହି ଅଞ୍ଚଳଗୁଡ଼ିକ ମଧ୍ୟରେ ରୋହିଣୀ, ଦିଲ୍ଲୀ ଉତ୍ତର-ପୂର୍ବ, ଉତ୍ତର-ପଶ୍ଚିମ, ଉତ୍ତର, ନୂଆଦିଲ୍ଲୀ ଓ ଦ୍ୱାରକା ମଧ୍ୟ ସାମିଲ ଅଛି।
ତେବେ ଆଗକୁ ଦୀପାବଳି ଥିବାେବେଳେ ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ହାଲଜୁକାରେ ନିଆନଯାଇପାରେ ବୋଲି ସୁରକ୍ଷା ବାହିନୀର ଉଚ୍ଚପଦସ୍ତ ଅଧିକାରୀ କହିଛନ୍ତି।

Leave A Reply

Your email address will not be published.